“ଟିକ୍ରି ସୀମାରେ ସଡ଼କର ଦୁଇ ପାଖରେ ଏବଂ ୫୦ କିମି ପର୍ଯ୍ୟନ୍ତ ଟ୍ରାକ୍ଟରଗୁଡ଼ିକର ଧାଡ଼ି ଲାଗି ସାରିଛି”, କମଲ ବ୍ରାର୍ କହିଥିଲେ। ସେ ହରିୟାଣାର ଫତେହାବାଦ ଜିଲ୍ଲାରେ ଥିବା ନିଜ ଗ୍ରାମରୁ ୨୦ ଜଣ ଅନ୍ୟ କୃଷକମାନଙ୍କ ସହିତ ୨୪ ଜାନୁଆରୀରେ ପାଞ୍ଚଟି ଟ୍ରାକ୍ଟର ଏବଂ ଦୁଇଟି ଟ୍ରଲି ସହିତ ଟିକ୍ରିରେ ପହଞ୍ଚିଥିଲେ।

ହରିୟାଣା-ଦିଲ୍ଲୀ ସୀମାରେ ଥିବା ଟିକ୍ରି, ଜାତୀୟ ରାଜଧାନୀ ଉପକଣ୍ଠର ସେହି ତିନୋଟି ମୁଖ୍ୟ ଆନ୍ଦୋଳନସ୍ଥଳୀ ମଧ୍ୟରୁ ଅନ୍ୟତମ, ଯେଉଁଠି ଲକ୍ଷାଧିକ କୃଷକ ସେପ୍ଟେମ୍ବର ୨୦୨୦ରେ ସଂସଦରେ ପାରିତ ହୋଇଥିବା କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି ନେଇ ୨୬ ନଭେମ୍ବର, ୨୦୨୦ ଠାରୁ ଆନ୍ଦୋଳନ କରିଆସୁଛନ୍ତି।

ଆନ୍ଦୋଳନର ଅଂଶବିଶେଷ ଭାବେ, କୃଷକମାନେ ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀରେ ଅଭୂତପୂର୍ବ ଟ୍ରାକ୍ଟର ରାଲି ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି।

ଏହି ରାଲିରେ ଭାଗ ନେବା ଲାଗି ଯୋଜନା କରୁଥିବା ଲୋକଙ୍କ ମଧ୍ୟରେ ନିର୍ମଳ ସିଂ ମଧ୍ୟ ସାମିଲ ଅଛନ୍ତି। ପଞ୍ଜାବର ଫାଜିଲକା ଜିଲ୍ଲା ଅନ୍ତର୍ଗତ ଅବୋହର ବ୍ଲକରେ ଥିବା ନିଜ ଗ୍ରାମ, ୱହାବୱାଲା ଠାରୁ ଚାରିଟି ଟ୍ରାକ୍ଟର ନେଇ ଆସିଥିବା ନିର୍ମଲ ସିଂଙ୍କୁ ଟିକ୍ରିରେ ପାର୍କିଂ ସ୍ଥାନ ଖୋଜିବା ଲାଗି ଅନେକ ଘଣ୍ଟା ଲାଗିଯାଇଥିଲା। ସେ କିଷାନ ମଜଦୁର ଏକତା ୟୁନିଅନ ବ୍ୟାନର ଅଧୀନରେ, ୱହାବୱାଲାରୁ ୨୫ ଜଣ ଲୋକଙ୍କ ସହିତ ଆସିଛନ୍ତି। “ଆହୁରି ମଧ୍ୟ କିଛି ଲୋକ ଆସୁଛନ୍ତି। ଟ୍ରାକ୍ଟରଗୁଡ଼ିକର ସଂଖ୍ୟା ଅନେକ ଗୁଣ ବୃଦ୍ଧି ପାଇବ, ଆପଣ ଦେଖିବେ”, ସେ କହିଥିଲେ।

Left: Women from Surewala village in Haryana getting ready for the Republic Day tractor parade. Centre: Listening to speeches at the main stage. Right: Raj Kaur Bibi (here with her daughter-in-law at the Tikri border, says, 'The government will see the strength of women on January 26'
PHOTO • Shivangi Saxena
Left: Women from Surewala village in Haryana getting ready for the Republic Day tractor parade. Centre: Listening to speeches at the main stage. Right: Raj Kaur Bibi (here with her daughter-in-law at the Tikri border, says, 'The government will see the strength of women on January 26'
PHOTO • Shivangi Saxena
Left: Women from Surewala village in Haryana getting ready for the Republic Day tractor parade. Centre: Listening to speeches at the main stage. Right: Raj Kaur Bibi (here with her daughter-in-law at the Tikri border, says, 'The government will see the strength of women on January 26'
PHOTO • Shivangi Saxena

ବାମ : ହରିୟାଣାର ସୁରେୱାଲା ଗ୍ରାମର ମହିଳାମାନେ ଗଣତନ୍ତ୍ର ଦିବସର ଟ୍ରାକ୍ଟର ପ୍ୟାରେଡ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ମଝିରେ : ମୁଖ୍ୟ ମଞ୍ଚରୁ ଭାଷଣ ଶୁଣୁଛନ୍ତି। ଡାହାଣ :ରାଜ କୌର ବିବି (ଏଠାରେ ଟିକ୍ରି ସୀମାରେ ନିଜ ବୋହୂ ସହିତ) କୁହନ୍ତି, ‘ସରକାର ୨୬ ଜାନୁଆରୀରେ ମହିଳାମାନଙ୍କର ଶକ୍ତି ଦେଖିବେ’

“ପ୍ୟାରେଡ ଦିନ, ୧୦ ଜଣ ଲୋକଙ୍କୁ ଗୋଟିଏ ଟ୍ରାକ୍ଟର ଆବଣ୍ଟିତ କରାଯିବ”, କମଲ ବ୍ରାର କହିଥିଲେ। “ଏହା ଏକ ଶାନ୍ତିପୂର୍ଣ୍ଣ ରାଲି ହେବ ଏବଂ ଆମେ ପୁଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ମାର୍ଗର ନକ୍ସା ଅନୁଯାୟୀ ଚାଲିବୁ। ପ୍ୟାରେଡ ସମୟରେ କୌଣସି ଦୁର୍ଘଟଣା କିମ୍ବା ବିଶୃଙ୍ଖଳା ଉପରେ ନଜର ରଖିବା ଲାଗି କୃଷକ ନେତାମାନଙ୍କର ମାର୍ଗଦର୍ଶନରେ ସ୍ୱେଚ୍ଛାସେବୀମାନଙ୍କର ଦଳକୁ ପ୍ରଶିକ୍ଷିତ କରାଯାଉଛି।”

ଟ୍ରାକ୍ଟର ପ୍ୟାରେଡ ଆରମ୍ଭ ହେବା ପୂର୍ବରୁ ଲଙ୍ଗର (ସର୍ବସାଧାରଣ ଭୋଜନାଳୟ) କୃଷକମାନଙ୍କୁ ଚା’ ଓ ଜଳଖିଆ ଉପଲବ୍ଧ କରାଇବେ ଏବଂ ରାସ୍ତାରେ କିଛି ଖାଦ୍ୟ ଦିଆଯିବ ନାହିଁ।

ମହିଳା କୃଷକମାନେ ରାଲିର ନେତୃତ୍ୱ ନେବେ, ଯେଉଁମାନେ ପ୍ୟାରେଡ ପାଇଁ ପ୍ରସ୍ତୁତି କରୁଛନ୍ତି-ମହିଳାମାନଙ୍କର ଦଳ ୨୬ ଜାନୁଆରୀ ରାଲି ନିମନ୍ତେ ଟିକ୍ରିର ସଡ଼କରେ ଟ୍ରାକ୍ଟର ଚଳାଇବା ପାଇଁ ଅଭ୍ୟାସ କରୁଛନ୍ତି।

ସମ୍ମୁଖରୁ ନେତୃତ୍ୱ ନେଉଥିବା ମହିଳାମାନଙ୍କ ମଧ୍ୟରେ ହରିୟାଣା ଫତେହାବାଦ ଜିଲ୍ଲାର ଜାଖଲ ବ୍ଲକର ଏକ ଗ୍ରାମର ଚାଷୀ ୬୫ ବର୍ଷୀୟା ରାଜ କୌର ବିବି ମଧ୍ୟ ରହିଛନ୍ତି। “ସରକାର ୨୬ (ଜାନୁଆରୀ)ରେ ମହିଳାମାନଙ୍କର ଶକ୍ତି ଦେଖିବେ”, ସେ କହିଥିଲେ।

ଭାରତୀୟ କିଷାନ ୟୁନିଅନ (ଏକତା ଉଗରାହାଁ)ଙ୍କ ନେତୃତ୍ୱରେ ପାଖାପାଖି ୨୦,୦୦୦ ଟ୍ରାକ୍ଟରର ଏକ ରାଲି ୨୪ ଜାନୁଆରୀ ବିଳମ୍ବିତ ରାତିରେ ଟିକ୍ରି ସୀମାରେ ପହଞ୍ଚିଛି। ସେମାନେ ପଞ୍ଜାବର ବଠିଣ୍ଡା ଜିଲ୍ଲାର ଡବୱାଲି ଏବଂ ସଙ୍ଗରୁର ଜିଲ୍ଲାର ଖନୌରୀ ସୀମା ଦେଇ ଏଠାରେ ଆସି ପହଞ୍ଚିଛନ୍ତି।

Left: A convoy of truck from Bathinda reaches the Tikri border. Right: Men from Dalal Khap preparing for the tractor parade
PHOTO • Shivangi Saxena
Left: A convoy of truck from Bathinda reaches the Tikri border. Right: Men from Dalal Khap preparing for the tractor parade
PHOTO • Shivangi Saxena

ବାମ : ବଠିଣ୍ଡାରୁ ଟ୍ରାକ୍ଟରଗୁଡ଼ିକର ଏକ ଶୋଭାଯାତ୍ରା ଟିକ୍ରି ସୀମାରେ ପହଞ୍ଚୁଛି। ଡାହାଣ : ଟ୍ରାକ୍ଟର ପ୍ୟାରେଡ ପାଇଁ ପ୍ରସ୍ତୁତି କରୁଥିବା ଦଲାଲ ଖାପ୍ ର ପୁରୁଷମାନେ

ନିଜ ଟ୍ରାକ୍ଟରଗୁଡ଼ିକ ସହିତ ପ୍ରତୀକ୍ଷା କରିଥିବା ଲୋକମାନଙ୍କ ମଧ୍ୟରେ ୬୦ ବର୍ଷୀୟ ଜସକରନ ସିଂ ମଧ୍ୟ ରହିଛନ୍ତି, ଯିଏକି ୨୭ ନଭେମ୍ବରରେ ପଞ୍ଜାବର ମାନସା ଜିଲ୍ଲାର ଶେର ଖାନୱାଲା ଗ୍ରାମରୁ ପାଞ୍ଚଟି ଟ୍ରାକ୍ଟରରେ କୃଷକମାନଙ୍କ ଏକ ଦଳ ସହିତ ଟିକ୍ରି ଆସିଥିଲେ। “ସେବେଠାରୁ ଆମେ ଏଠାରେ ଦୁର୍ବ୍ୟବହାର, ଚୋରି କିମ୍ବା ବିଶୃଙ୍ଖଳାର କୌଣସି ଅଭିଯୋଗ ବିନା ଏଠାରେ ବସି ରହିଛୁ”, ସେ କହିଥିଲେ।

ସେ ପଞ୍ଜାବର ମାନସା ଜିଲ୍ଲାରେ ଥିବା ନିଜ ଗାଁରୁ ଟିକ୍ରି ଆନ୍ଦୋଳନସ୍ଥଳୀକୁ ଯିବା ଆସିବା କରୁଛନ୍ତି। ସେ ୨୩ ଜାନୁଆରୀରେ ଅନ୍ୟ ୨୫ ଜଣ କୃଷକମାନଙ୍କ ସହିତ ୧୦ଟି ଟ୍ରାକ୍ଟର ନେଇ ଫେରିଆସିଥିଲେ। “୨୬ ଜାନୁଆରୀ ଏକ ଐତିହାସିକ ଦିନ ହେବ ଯେତେବେଳେ ଦେଶର ଅନ୍ନଦାତା ଏକ ବିଶାଳ ପ୍ୟାରେଡ ଆୟୋଜନ କରିବେ। ଏହା ‘ଲୋକମାନଙ୍କର ଆନ୍ଦୋଳନ’ ହୋଇଯାଇଛି”, ସେ କହିଥିଲେ।

ଟିକ୍ରିରେ ଗଣତନ୍ତ୍ର ଦିବସ ପ୍ରତୀକ୍ଷାରେ ରହିଥିବା ୪୦ ବର୍ଷୀୟ କଳାକାର ଦେବରାଜନ ରୟ ମଧ୍ୟ ସାମିଲ ଅଛନ୍ତି, ଯିଏକି ତିନି ଜଣ ଲୋକଙ୍କ ଦଳ ସହିତ ପଶ୍ଚିମବଙ୍ଗର ହଳଦିଆରୁ ଟ୍ରେନ ଯୋଗେ ଗତ ସପ୍ତାହରେ ଆନ୍ଦୋଳନସ୍ଥଳୀରେ ପହଞ୍ଚିଥିଲେ। ଦେବରାଜନ ନିଜ ସାଥୀ କଳାକାର ବିଜୁ ଥାପରଙ୍କ ସହିତ, ସର୍ ଛୋଟୁରାମଙ୍କ ଭଳି ପ୍ରତିଷ୍ଠିତ ଐତିହାସିକ ବ୍ୟକ୍ତିବିଶେଷଙ୍କ କଟ୍-ଆଉଟ୍ ତିଆରିରେ ବ୍ୟସ୍ତ ଅଛନ୍ତି। “ଆମେ କୃଷକମାନଙ୍କୁ ସମର୍ଥନ କରିବା ଲାଗି ଆସିଛୁ। ଆମେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଏହି ଚିତ୍ର ଆଙ୍କୁଛୁ। ମୁଁ ବିଶ୍ୱାସ କରେ ଯେ କଳା ସମାଜ ପାଇଁ ସ୍ୱର ଉତ୍ତୋଳନ କରିବା ଉଚିତ”, ସେ କହିଥିଲେ। ଏଥିମଧ୍ୟରୁ ଗୋଟିଏ କଟ୍-ଆଉଟ୍ ବାବା ରାମ ସିଂଙ୍କର ମଧ୍ୟ ରହିଛି, ଯିଏକି ୧୬ ଡିସେମ୍ବରରେ କୁଣ୍ଡଲୀ ସୀମାରେ ନିଜକୁ ଗୁଳି କରି ଦେଇଥିଲେ।

Top left and centre: Devarajan Roy and Biju Thapar making cut-outs of historical figures like Sir Chhotu Ram for the farmers' Republic Day parade. Top right: Ishita, a student from West Bengal, making a banner for a tractor, depicting how the laws will affect farmers. Bottom right: Posters for the parade
PHOTO • Shivangi Saxena

ଉପରେ ବାମ ଏବଂ ମଝିରେ : ଦେବରାଜନ ରୟ ଏବଂ ବିଜୁ ଥାପର ଚାଷୀଙ୍କ ଗଣତନ୍ତ୍ର ଦିବସ ପ୍ୟାରେଡ ଲାଗି ସାର୍‌ ଛୋଟୁ ରାମଙ୍କ ଭଳି ଐତିହାସିକ ବ୍ୟକ୍ତିବିଶେଷଙ୍କ କଟ୍-ଆଉଟ୍ ତିଆରି କରୁଛନ୍ତି। ଉପରେ ଡାହାଣ : ପଶ୍ଚିମବଙ୍ଗର ଜଣେ ଛାତ୍ରୀ, ଇଶିତା ଟ୍ରାକ୍ଟର ପାଇଁ ବ୍ୟାନର ତିଆରି କରୁଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ଏହି ଆଇନ କୃଷକମାନଙ୍କ କିଭଳି ଭାବେ ପ୍ରଭାବିତ କରିବ। ତଳେ ଡାହାଣ : ପ୍ୟାରେଡ ପାଇଁ ପୋଷ୍ଟର

ଟିକ୍ରିଠାରେ ଉପସ୍ଥିତ ସମର୍ଥକମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ହଳଦିଆରୁ ସ୍ନାତକୋତ୍ତର ଛାତ୍ରୀ, ଇଶିତା ମଧ୍ୟ ସାମିଲ ଅଛନ୍ତି। ସେ ଟ୍ରାକ୍ଟରରେ ଲାଗିବାକୁ ଥିବା ବ୍ୟାନର ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ଏହି ଆଇନ କୃଷକ ଏବଂ ଅନ୍ୟମାନଙ୍କୁ କିଭଳି ଭାବେ ପ୍ରଭାବିତ କରିବ।

ପ୍ରଥମେ ଜୁନ ୫, ୨୦୨୦ରେ ଏହି ଆଇନଗୁଡ଼ିକୁ ଅଧ୍ୟାଦେଶ ମାଧ୍ୟମରେ ଅଣାଯାଇଥିଲା, ଏହାପରେ ସେପ୍ଟେମ୍ବର ୧୪ ତାରିଖରେ ବିଲ୍ ଭାବେ ସଂସଦରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ଅତ୍ୟନ୍ତ ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା। ଏହି ଆଇନଗୁଡ଼ିକ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦

ଏହି ନୂଆ ଆଇନଗୁଡ଼ିକ ଚାଷୀମାନଙ୍କ ଜୀବିକା ନଷ୍ଟ କରିଦେବ ବୋଲି ସେମାନେ ଆଶଙ୍କା କରିଛନ୍ତି କାରଣ ଏହା ବଡ଼ କର୍ପୋରେଟମାନଙ୍କୁ ଚାଷୀ ଓ ଚାଷ ତୁଳନାରେ ଅଧିକ କ୍ଷମତା ଦେବ। ସେମାନେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ଚାଷୀଙ୍କୁ ସହାୟତାର ପ୍ରମୁଖ ଆଧାରଗୁଡ଼ିକୁ ଅଣଦେଖା କରିବ। ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

“କେତେ ସଂଖ୍ୟକ କୃଷକ ପ୍ୟାରେଡରେ ସାମିଲ ହେବା ଲାଗି ଆସିଛନ୍ତି ତା’କୁ ନେଇ କୌଣସି ଫରକ ପଡ଼ିବା ଉଚିତ ନୁହେଁ”, ଯସପ୍ରୀତ କୁହନ୍ତି, ଯିଏକି ଲୁଧିଆନା ଜିଲ୍ଲାର ଭୈଣୀସାହିବରୁ ୨୧ ଜାନୁଆରୀରେ ଟିକ୍ରିରେ ଆସି ପହଞ୍ଚିଛନ୍ତି। ସେ କହିଥାନ୍ତି ଯେ ନିଜ ଗାଁରୁ ଆସିଥିବା ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି। “ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତ୍ୟେକ ସହର ଏବଂ ଗ୍ରାମ ଏହାକୁ ସଫଳ କରିବାରେ ଯୋଗଦାନ କରିବା ଆବଶ୍ୟକ”।

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Shivangi Saxena

Shivangi Saxena is a third year student of Journalism and Mass Communication at Maharaja Agrasen Institute of Management Studies, New Delhi.

Other stories by Shivangi Saxena