ଯବତମାଲରେ ସରସ୍ୱତୀ ଅମ୍ବରଓ୍ୱାର ଆମକୁ କହିଥିଲେ, ‘‘ବ୍ୟାଙ୍କ ଋଣ ଅସୁଲ ଟିମ୍ମୋ ଘରକୁ ଆସିବା ବନ୍ଦ କରିଦେଇଛନ୍ତି’’। ଜୁନ୍୧୫ ତାରିଖରେ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଯେଉଁ ସ୍ଥାନକୁ ଆସିବେ ତାହାର ଖୁବ୍ନିକଟରେ ସେ ରୁହନ୍ତି। ତାଙ୍କ ସ୍ୱାମୀ ରାମଦାସଙ୍କ ଆତ୍ମହତ୍ୟା ବିଦର୍ଭରେ ପ୍ରଥମ କୃଷକ ଆତ୍ମହତ୍ୟା ଯାହା ୧୯୯୮ରେ ଗଣମାଧ୍ୟମରେ ଚର୍ଚ୍ଚାର ଖବର ହୋଇଥିଲା। ସେବେଠାରୁ ସେ ତାଙ୍କ ସ୍ୱାମୀଙ୍କ ଋଣଦାତାମାନଙ୍କଠାରୁ ତାଙ୍କ ଋଣ ପରିଶୋଧ ପାଇଁ ଚାପକୁ ବର୍ଷ ବର୍ଷ ଧରି ସାମ୍ନା କରୁଥିଲେ। ତେଣୁ ଏହା ବିସ୍ମୟକର ଯେ ବ୍ୟାଙ୍କ ଋଣ ଅସୁଲ କରୁଥିବା ବ୍ୟକ୍ତିମାନେ ତାଙ୍କୁ ଛାଡ଼ି ଦେଇଛନ୍ତି ।

ସେ କୁହନ୍ତି, ‘‘କିଶୋର ଭାଉ ମୋତେ ଗୋଟିଏ ପତ୍ର ଦେଇଥିଲେ ଯାହା ସେମାନେ ଗତ ଥର ଏଠାକୁ ଆସିବା ସମୟରେ ମୁଁ ସେମାନଙ୍କୁ ଦେଖାଇଥିଲି।’’ ‘‘ଏହା ପରେ, ସେମାନେ ଆସିବା ବନ୍ଦ କରିଦେଇଛନ୍ତି।’’ ଆହୁରି ଆଶ୍ଚଯ୍ୟଜନକ, କିଶୋର ତିଓ୍ୱାରୀ ବିଦର୍ଭ ଜନ ଆନ୍ଦୋଳନ ସମିତି (ଭିଜେଏଏସ୍)ର ସଭାପତି ଏବଂ କୃଷି ସମସ୍ୟା ଉପରେ ଏହି ଅଞ୍ଚଳର ସବୁଠାରୁ ଆଗଧାଡ଼ିର ପ୍ରତିବାଦକାରୀ। ସେ ବ୍ୟାଙ୍କଗୁଡ଼ିକର ବନ୍ଧୁ ବି ନୁହଁନ୍ତି, କାରଣ ଅସଂଖ୍ୟ ଥର ସେ ସେଗୁଡ଼ିକୁ ଘେରାଉ କରିଛନ୍ତି ଏବଂ କୃଷି ଋଣ ସମସ୍ୟା ସମ୍ପର୍କରେ ସେମାନଙ୍କ ସହ ଝଗଡ଼ା କରିଛନ୍ତି। ତା’ହେଲେ ତାଙ୍କ ଚିଠିରେ କ’ଣ ଅଛି?

ଏଥିରେ ଯାହା ଲେଖା ହୋଇଛି ତାହାର ମୋଟାମୋଟି ଅର୍ଥ ହେଉଛି, ‘‘ପ୍ରିୟ ଋଣ ଆଦାୟ ଅଧିକାରୀମାନେ, ରାମଦାସ ସ୍ୱର୍ଗରୁ ଏକାଧିକ ଥର ମୋ ପାଖକୁ ଆସିଥିଲେ। ସେ କହିଛନ୍ତି: ‘ମୋ ପାଖରେ ଅର୍ଥ ଅଛି ଏବଂ ମୁଁ ଆପଣମାନଙ୍କୁ ପରିଶୋଧ କରିବା ପାଇଁ ଅପେକ୍ଷା କରିଛି।’ ଦୟାକରି ଆପଣଙ୍କ ଟିମକୁ ସ୍ୱର୍ଗକୁ ପଠାନ୍ତୁ। ଆପଣଙ୍କର ବିଶ୍ୱସ୍ତ କିଶୋର ତିଓ୍ୱାରୀ’’। ସରସ୍ୱତୀ କୁହନ୍ତି, ଏହାପରଠାରୁ ସେହି ଟିମ୍ଆଉଥରେ ହେଲେ ଆସିନାହାଁନ୍ତି ।

ଚଳିତ ସପ୍ତାହରେ ରାଷ୍ଟ୍ରପତି କଲାମଙ୍କ ପ୍ରତି ତିଓ୍ୱାରୀଙ୍କ ଖୋଲାଚିଠି ଆହୁରି ବିନମ୍ର। ସେ ତାଙ୍କୁ ଭିକ୍ଷା କରି କହିଛନ୍ତି, ‘‘ଯବତମାଲ ଏବଂ ଓ୍ୱାର୍ଦ୍ଧାରେ କୃଷକମାନଙ୍କ ଭାଗ୍ୟହୀନା ବିଧବାମାନଙ୍କୁ ସାକ୍ଷାତ କରିବାରେ କେଇ ମିନିଟ୍ନଷ୍ଟ କରିବା ନିମନ୍ତେ।’’

ରାଷ୍ଟ୍ରପତି ତାଙ୍କର ଦିନିକିଆ ଗସ୍ତ ସମୟରେ ଏସବୁ ସ୍ଥାନ ଏବଂ ନାଗପୁରକୁ ଯିବେ। ତାଙ୍କର ଏହି ଗସ୍ତ ସମୟରେ ସେ ଯବତମାଲର ଆମଲାକଚାନ୍ଦ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିସହ ଓ୍ୱାର୍ଦ୍ଧାସ୍ଥିତ ମହାତ୍ମା ଗାନ୍ଧି ହିନ୍ଦୀ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଯିବେ। ତେବେ ଏହା ଏପର୍ଯ୍ୟନ୍ତ କୌଣସି କୃଷି ବିପର୍ଯ୍ୟୟ ସଂକ୍ରାନ୍ତୀୟ ବୈଠକକୁ ସାମିଲ କରିନାହିଁ।

କପା ମୂଲ୍ୟର ସମସ୍ୟା

ଯବତମାଲ, ଯେଉଁଠାରେ ରାଷ୍ଟ୍ରପତିଙ୍କ ମୁଖ୍ୟ ଉତ୍ସବ ଅଛି, ତାହା ବିଦର୍ଭର ସବୁଠାରୁ ନିରାଶାଜନକ ଅଂଶ ମଧ୍ୟରୁ ଅନ୍ୟତମ। ଏହି ଅଞ୍ଚଳ କୃଷି ବିପର୍ଯ୍ୟୟ କାରଣରୁ ସର୍ବାଧିକ ପ୍ରଭାବିତ। ତିଓ୍ୱାରୀ ସୂଚିତ କରନ୍ତି, ‘‘କେବଳ ଏହି ବର୍ଷ ବିଦର୍ଭରେ ୪୨୮ଜଣ କୃଷକ ଆତ୍ମହତ୍ୟା କରିଛନ୍ତି।’’  ‘‘ଯଦି କପାର ଦାମ୍ଋଣ ଏବଂ ଆର୍ଥିକ ସହାୟତା ଉପରେ ଜରୁରୀ ପଦକ୍ଷେପ ନିଆନଯାଏ ତେବେ ଏହା ଆମମାନଙ୍କ ପାଇଁ ସବୁଠାରୁ ଖରାପ ବର୍ଷ ହେବ।’’ ଏବଂ ଏହା କିଛି ବି ହୋଇପାରେ। ସରକାରୀ ଅଧିକାରୀମାନେ ଗତବର୍ଷ ‘‘କୃଷି ବିପର୍ଯ୍ୟୟ’’ କାରଣରୁ ୧୨୯୬ କୃଷକ ଆତ୍ମହତ୍ୟା ହୋଇଥିବା ସ୍ୱୀକାର କରିଛନ୍ତି। ସେହିବର୍ଷ ସେହି ଛଅଟି ଜିଲ୍ଲାରେ ଆଉ ୧୩୪୮ଟି କୃଷକ ଆତ୍ମହତ୍ୟା ରେକର୍ଡ କରାଯାଇଥିଲା, କିନ୍ତୁ ସେଗୁଡ଼ିକ କୃଷି ବିପର୍ଯ୍ୟୟ କାରଣରୁ ବୋଲି ଅସ୍ୱୀକାର କରାଯାଉଛି।

ଏହି ଅଞ୍ଚଳରେ ଥିବା ଛଅଟି ଜିଲ୍ଲା ମଧ୍ୟରୁ ଯବତମାଲ ଗୋଟିଏ ଯାହା ୨୦୦୧ ମସିହାଠାରୁ ୬୦୦୦ରୁ ଅଧିକ କୃଷକ ଆତ୍ମହତ୍ୟା ଦେଖିସାରିଲାଣି। ସରସ୍ୱତୀ ସାରା ଦେଶର ୧୦୦,୦୦୦ରୁ ଅଧିକ ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ୧୯୯୦ ଦଶକର ମଧ୍ୟ ଭାଗରୁ କୃଷି ବିପର୍ଯ୍ୟୟ କାରଣରୁ ହୋଇଥିବା ଆତ୍ମହତ୍ୟା ଦ୍ୱାରା ସେମାନଙ୍କ ସ୍ୱାମୀମାନଙ୍କୁ ହରାଇଛନ୍ତି। କେବଳ ଯବତମାଲରେ ତାଙ୍କ ଭଳି ଶହ ଶହ ଅଛନ୍ତି। କିନ୍ତୁ ତାଙ୍କର ଘର ବର୍ଷ ବର୍ଷ ଧରି ଅନେକ ଭିଆଇପିଙ୍କ ଗସ୍ତ ଦେଖିଛି। ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ତତ୍କାଳୀନ ଶିବସେନା ସରକାରର ରାଜସ୍ୱ ମନ୍ତ୍ରୀ ନାରାୟଣ ରାନେ ଅନ୍ୟତମ। ସେ ପାଇଥିବା ଟ. ୧ଲକ୍ଷ କ୍ଷତିପୂରଣ ଅନେକ ଦିନରୁ ଋଣ ଦ୍ୱାରା ପୋଛି ହୋଇଗଲାଣି।

ସେ କୁହନ୍ତି, ‘‘ଆମେ ମୋ ଝିଅ ମିନାକ୍ଷୀର ଚିକିତ୍ସା ପାଇଁ ଟ. ୩୦,୦୦୦ ଖର୍ଚ୍ଚ କରିଛୁ।’’ (ଆଉ ଗୋଟିଏ ଝିଅ ୨୦୦୪ ମସିହାରେ ମୃତ୍ୟୁବରଣ କରିଥିଲା)। ‘‘ଆମେମାନେ ଏସବୁ ବର୍ଷମାନଙ୍କରେ ନିଜକୁ ଚଳାଇବା ପାଇଁ କେଇ ଏକର ଜମି ଏବଂ କେତେକ ଗୋରୁଗାଈ ବିକ୍ରି କରିଛୁ। କିନ୍ତୁ କୃଷି ଦାମୀ ଏବଂ କଷ୍ଟକର ହୋଇଯାଉଛି।’’ ତଥାପି ସେ କେତେକ ବିକଳ୍ପ ଦେଖୁଛନ୍ତି ଏବଂ ଏହା ଚାଲୁ ରଖିଛନ୍ତି, ଆଶା ରଖିଛନ୍ତି ଯେ ଦିନେ ସବୁକିଛି ବଦଳିବ।

PHOTO • P. Sainath

ସେହି ଜିଲ୍ଲାର ପିସଗାଁଓ ଗ୍ରାମରେ ବର୍ଷା ରାଶି ଯେ କୌଣସି କାମ ପାଆନ୍ତି ତାହା ହାତେଇ ନିଅନ୍ତି, ଏଥିପାଇଁ ଯେତେ କମ୍ଅର୍ଥ ମିଳିଲେ ବି।  ଏହା ଦୁଇଟି କାରଣରୁ। ତାଙ୍କ ସ୍ୱାମୀ ମାରୁତି ସେମାନଙ୍କର ଆଠ ଏକର ଜମି ଭାଗ ଦେଇଥିଲେ- ନିଜେ ସେହି ଜମିରେ ଶ୍ରମିକ ଭାବରେ କାମ କରୁଥିଲେ। ‘‘ତାଙ୍କୁ ତାଙ୍କର ଭଉଣୀମାନଙ୍କର ବିବାହ କରିବାର ଥିଲା’’ ‘‘ଏବଂ କୃଷି ଧୀରେ ଧୀରେ କ୍ଷତିଗ୍ରସ୍ତ ହେଉଥିଲା’’ ବୋଲି ତାଙ୍କ ପଡ଼ୋଶୀମାନେ ଆମକୁ କହିଥିଲେ। ଏହା ପରେ ତାଙ୍କର ନିଜର କୃଷି ଅତ୍ୟଧିକ ବର୍ଷା ଦ୍ୱାରା ନଷ୍ଟ ହେଲା। ୨୦୦୪ରେ ରାଶି ଆତ୍ମହତ୍ୟା କଲେ । ତାଙ୍କର ଋଣ ବର୍ଷାଙ୍କ ପାଇଁ ସମସ୍ୟା ହୋଇ ରହିଛି ଏବଂ ସେମାନଙ୍କର ପୁଅ ଓ ଝିଅ ଉଭୟ ପାଞ୍ଚବର୍ଷରୁ କମ୍ବୟସର।

କୃଷି ସମ୍ପର୍କରେ ଏହି ଅଞ୍ଚଳର ଅଗ୍ରଣୀ ବୁଦ୍ଧିଜୀବୀ ବିଜୟ ଜଓ୍ୱାନ୍ଦିଆ କୁହନ୍ତି, ‘‘ସେମାନେ ଅଧିକରୁ ଅଧିକ ପରିଶ୍ରମ କଲେ, ଅଧିକ ଉତ୍ପାଦନ କରିପାରିଥାନ୍ତେ କିନ୍ତୁ କେବଳ ଖରାପ ହିଁ ପାଇଲେ।’’ ‘‘ଏହି ସମସ୍ତ କୃଷକମାନେ ଅସମ୍ଭବ ସମସ୍ୟାକୁ ସାମ୍ନା କରୁଛନ୍ତି। ତେବେ ସବୁଠାରୁ ମୂଳ ପ୍ରସଙ୍ଗଗୁଡ଼ିକର ସମାଧାନ ହୋଇନାହିଁ। ସେମାନେ ଋଣ କାରଣରୁ ବିଧବା। ଜୀବନଧାରଣର ଖର୍ଚ୍ଚ ବଢ଼ୁଛି ଏଥିସହ କୃଷିର ଖର୍ଚ୍ଚ ମଧ୍ୟ। କେବଳ ସେମାନଙ୍କର ଆୟ ହିଁ ତଳକୁ ଖସୁଛି।

‘‘ପ୍ରଧାନମନ୍ତ୍ରୀଙ୍କ ଯୋଜନା କେତେକଙ୍କୁ ନୂତନ ଋଣ ପାଇବାରେ ସାହାଯ୍ୟ କରିଥିଲା। କିନ୍ତୁ ପୁରୁଣା ପ୍ରତି ସେମାନେ କୌଣସି ସାହାଯ୍ୟ ପାଇନଥିଲେ। ତେଣୁ ସେମାନଙ୍କର ବର୍ତ୍ତମାନ ଋଣ ଦୁଇଗୁଣ ହୋଇଯାଇଛି। ସରକାରଙ୍କ ଦ୍ୱାରା ମୁଖ୍ୟ ପ୍ରସଙ୍ଗ ଦାମ୍ସମ୍ପର୍କରେ କୌଣସି ସମାଧାନ ହୋଇନାହିଁ କିମ୍ବା ପଶ୍ଚିମରେ ହେଉଥିବା କପା ଉତ୍ପାଦକମାନଙ୍କ ପାଇଁ ବିପୁଳ ସବ୍ସିଡ୍ ପ୍ରସଙ୍ଗ ମଧ୍ୟ ସମାଧାନ ହୋଇନାହିଁ। ତେଣୁ ଦାମ୍କମିଗଲା ଏବଂ ଏହି କୃଷକମାନେ ଉତ୍ପାଦର ମୂଲ୍ୟ ମଧ୍ୟ ପାଇପାରିଲେ ନାହିଁ। ନୂତନ ଋଣ ସେମାନଙ୍କର ଋଣ ଗ୍ରହଣ କ୍ଷମତାକୁ ମଧ୍ୟ ନଷ୍ଟ କରିଦେଲା। ତେଣୁ ବ୍ୟାଙ୍କଗୁଡ଼ିକ ସେମାନଙ୍କୁ ଏହି ଋତୁରେ ଋଣ ଦେବେ ନାହିଁ ଯାହା ସେମାନଙ୍କୁ ସାହୁକାରମାନଙ୍କ ପାଖକୁ ନେଇଯିବ।’’

PHOTO • P. Sainath

ଅନ୍ନପୂର୍ଣ୍ଣା ସୁରୋଶେ ତାଙ୍କ କଥାରେ ସହମତି ପ୍ରକାଶ କରନ୍ତି। ନାଗେଶବାଡି ଗ୍ରାମରେ ଥିବା ଅନ୍ନପୂର୍ଣ୍ଣା କୁହନ୍ତି, ‘‘ଆମେ କ୍ଷତିପୂରଣରୁ ଆମର ସମସ୍ତ ଋଣ ପରିଶୋଧ କରିଦେଲୁ।’’ ‘‘କିନ୍ତୁ ଏହା ଶେଷ ହେଉନାହିଁ।’’ ଏହା ତାଙ୍କ ପାଇଁ ଶେଷ ହୋଇନାହିଁ, ସେ ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ସ୍କୁଲରେ ପଢ଼ାଇବାର ଅଛି। ଗତବର୍ଷ ତାଙ୍କ ସ୍ୱାମୀ ରାମେଶ୍ୱର ଆତ୍ମହତ୍ୟା କରିବା ପୂର୍ବରୁ ଯେଉଁ ଚାରି ଏକର ଜମି ଭାଗ ଦେଇଥିଲେ ତାହା ଶେଷ ହୋଇଯିବା ପରେ ସେ ସେହି ଜମିକୁ ନିଜେ ଚାଷ କରିବାକୁ ଚାହାଁନ୍ତି। ‘‘ମୁଁ ମୋ ନିଜ ଜମିରେ ମୋ ପରିଶ୍ରମ ଦେବି।’’

ଏ ମଧ୍ୟରେ ସେ ଗୋଟିଏ ଦିନର ଶ୍ରମ ପାଇଁ ପାଉଥିବା ଟ. ୨୫ରେ ସବୁକିଛି ଚଳାଇବାକୁ ଚେଷ୍ଟା କରୁଛନ୍ତି।

ଏଭଳି ଆତ୍ମହତ୍ୟାକୁ ସାମ୍ନା କରୁଥିବା ଏକମାତ୍ର ବ୍ରାହ୍ମଣ କୃଷକ ପରିବାର- ରାମପୁରର ମଙ୍ଗଳବାଈ ମୋଖାଦକାର ଏହାକୁ ଅନେକ ଦିନ ହେବ ସହ୍ୟ କରିଛନ୍ତି। ତାଙ୍କ ସ୍ୱାମୀ ପ୍ରଭାକର ରାଓ ଆତ୍ମହତ୍ୟା କରିବା ଏ ମଧ୍ୟରେ ନଅ ବର୍ଷ ହୋଇଗଲାଣି, ସେ ତାଙ୍କର ଆଠ ଝିଅଙ୍କ ମଧ୍ୟରୁ ତିନିଜଣଙ୍କର ବିବାହ କରାଇଛନ୍ତି। କେତେଜଣ ପ୍ରଭାକରଙ୍କ ମୃତ୍ୟୁ ପୂର୍ବରୁ ବିବାହ କରିଥିଲେ। ସେ ଆମକୁ ଦର୍ଶାଇଥିଲେ ଯେ ‘‘ବିନା ଯୌତୁକରେ’’। ଯଦିଓ ସେ ବିବାହରେ ଟ ୪୦,୦୦୦ ଖର୍ଚ୍ଚ କରିଥିଲେ ସେ କୁହନ୍ତି ଯେ ସେ ତାଙ୍କ ଜ୍ୱାଇଁ ମାନଙ୍କ ଠାରୁ ପଇସାଟିଏ ମଧ୍ୟ ନେଇ ନାହାଁନ୍ତି । ‘‘ମୁଁ କେମିତି ତାହା କରିପାରିବି, ସେମାନେ ଯୌତୁକ ନେଇ ନାହାଁନ୍ତି ?’’ ସେ ତାଙ୍କର ଝିଅମାନଙ୍କୁ ପାଠ ମଧ୍ୟ ପଢ଼ାଇଛନ୍ତି। ସେ କୁହନ୍ତି, ‘‘ସେମାନେ ସମସ୍ତେ ମାଟ୍ରିକ ପାସ୍କରିଛନ୍ତି କିମ୍ବା ଫେଲ୍ହୋଇଛନ୍ତି। ତିନିଜଣ ତାଙ୍କର ସ୍ୱାମୀଙ୍କ ମୃତ୍ୟୁପରେ ସ୍କୁଲ ପାଠପଢ଼ା ସମ୍ପୂର୍ଣ୍ଣ କରିଛନ୍ତି।’’

ସେ କୁହନ୍ତି ଅନେକ ବର୍ଷ ଧରି ଆମର ଜମି ଭାଗ ଦେବା ପରେ, ‘‘ଆମେ ଏହି ବର୍ଷ ଆମର ସାତ ଏକର ଜମି ନିଜେ ଚାଷ କରିବୁ।’’ କିନ୍ତୁ ମଙ୍ଗଳବାଈ ବିପଦଗୁଡ଼ିକ ମଧ୍ୟ ଜାଣନ୍ତି। ‘‘ଆମ ଗାଁକୁ ଦେଖନ୍ତୁ। ସବୁ ପରିବାର ଗୋଟିଏ ନୌକାରେ। ଯଦି କୃଷିରେ କିଛି ପରିବର୍ତ୍ତନ ନହୁଏ ତେବେ ଆମେ ସମସ୍ତେ ବୁଡ଼ିବୁ।’’

ତିଓ୍ୱାରୀ କୁହନ୍ତି, ‘‘ଏହା ଯବତମାଲ ଏବଂ ଅନ୍ୟ ଜିଲ୍ଲାମାନଙ୍କର ପରିସ୍ଥିତି। ଏହି ବିଧବାମାନେ ହେଉଛନ୍ତି ସେହି କୃଷକ ଯେଉଁମାନେ କି ପ୍ରକୃତ ଛବି ଉପସ୍ଥାପନ କରନ୍ତି।’’

ରାଷ୍ଟ୍ରପତି କଲାମଙ୍କୁ ତିଓ୍ୱାରୀଙ୍କ ପତ୍ର ଯେମିତି କହିଥିଲା : ‘‘ଆମେ ଦୃଢ଼ ଭାବରେ ଅନୁଭବ କରୁ ଯେ ବିଦର୍ଭରେ ସବୁକିଛି ଭଲ ନାହିଁ ତେଣୁ ଏହା କୌଣସି ସାଂସ୍କୃତିକ ନୃତ୍ୟ ଅଧିବେଶନ ଉଦ୍ଘାଟନର ଉପଯୁକ୍ତ ସମୟ ନୁହେଁ… ଆମେ ଖୁବ୍କୃତଜ୍ଞ ହେବୁ ଯଦି ଆପଣ ଏହି ଭାଗ୍ୟହୀନା ବିଧବାମାନଙ୍କୁ ଭେଟିବା ପାଇଁ କେଇ ମିନିଟ୍ନଷ୍ଟ କରିପାରିବେ।’’

PHOTO • P. Sainath

ଏହି ପ୍ରବନ୍ଧର ଗୋଟିଏ ସଂସ୍କରଣ ମୌଳିକ ଭାବରେ ଜୁନ୍ ୧୩,୨୦୦୭ ତାରିଖର ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା।

http://www.hindu.com/2007/06/13/stories/2007061301671100.htm

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath