ଛତିଶଗଡ଼ର ଉତ୍ତରରେ ରହିଥିବା କୋରବା ଏବଂ ସୁରଗୁଜା ଜିଲ୍ଲାରେ ହସଦେଓ ଅରଣ୍ଡ ଜଙ୍ଗଲ ବିସ୍ତାର ଲାଭ କରିଛି। ମଧ୍ୟ ଭାରତରେ ଥିବା ସମସ୍ତ ଜଙ୍ଗଲ ଭିତରୁ ଏହି ସ୍ଥାନରେ ରହିଛି ଅନେକ ସୁନ୍ଦର ଓ ଘଞ୍ଚ ଜଙ୍ଗଲ, ବର୍ଷ ତମାମ ପ୍ରବାହିତ ବାରମାସୀ ଜଳ ସ୍ରୋତ, ଦୁର୍ଲଭ ବୃକ୍ଷରାଶି ଏବଂ ଏହି ଜଙ୍ଗଲ ମଧ୍ୟ ହାତୀ, ଚିତାବାଘ ଓ ଅନେକ ଦୁର୍ଲଭ ବନ୍ୟଜନ୍ତୁଙ୍କ ଘର ପାଲଟିଛି।

କିନ୍ତୁ ସୁନ୍ଦର ଓ ଅମୂଲ୍ୟ ସମ୍ପଦରେ ଭରପୂର ଏହି ଜଙ୍ଗଲ ବର୍ତ୍ତମାନ ବିପଦରେ ଯାହାର କାରଣ ଏହା ମଧ୍ୟରେ ରହିଥିବା ବିସ୍ତୃତ କୋଇଲା ଖଣି। କୋଇଲା ମନ୍ତ୍ରାଳୟ ଦ୍ୱାରା ଠାବ ହୋଇଥିବା ଏହି ହସଦେଓ ଅରଣ୍ଡ କୋଲଫିଲ୍ଡ ପାଖାପାଖି ୧୮୭୮ ବର୍ଗକିଲୋମିଟର ବିସ୍ତୃତ ଜାଗାରେ ଅବସ୍ଥାପନ କରିଥିବା ବେଳେ ଏଥିରେ ଗଚ୍ଛିତ ହୋଇ ରହିଛି ଏକ ବିଲିୟନ ମେଟ୍ରିକଟନର କୋଇଲା । ଏହି ସମଗ୍ର ଜାଗା ଭିତରୁ ୧୫୦୨ ବର୍ଗକିଲୋମିଟର କେବଳ ଜଙ୍ଗଲ ରହିଛି |

ଗତ କିଛି ସପ୍ତାହ ଧରି କୋଇଲା ଖୋଳିବା କାର୍ଯ୍ୟକୁ କ୍ଷୀପ୍ର କରିବା ଏବଂ ବିଭିନ୍ନ ନିଗମମାନଙ୍କ ଜରିଆରେ ସେଠାକାର ଲୋକ ଓ ସଂପ୍ରଦାୟ ମାନଙ୍କଠାରୁ ତାଙ୍କ ଜମିକୁ ଜବରଦଖଲ କରିବା ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା ଶକ୍ତ ପଦକ୍ଷେପ ଯୋଗୁଁ ଉକ୍ତ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

କୋଇଲା ଖଣି ଖନନର ବିବାଦୀୟ ବିଲ ରାଜ୍ୟସଭା ଦ୍ୱାରା ସଂସଦରେ ଗୃହୀତ ନହେବା ପରେ ,ସରକାର ୯୦ରୁ ଅଧିକ କୋଇଲା ଖଣି ଥିବା ଭୂମି ଓ ଜଙ୍ଗଲର ନିଲାମ ପାଇଁ ଯୋଜନା କରିଥିଲେ ଏବଂ ତା’ ସହ କୋଇଲା ଖଣିର ଘରୋଇ(ବାଣିଜ୍ୟିକ) କଂପାନୀମାନଙ୍କୁ କୋଇଲା ଖୋଳିବା ପାଇଁ ଅନୁମତି ଦେବା ଉଦ୍ଦେଶ୍ୟରେ ୨୦୧୪ ମସିହା ଡିସେମ୍ବର ୨୪ରେ ପୁନର୍ବାର ଅଧ୍ୟାଦେଶ ଜାରି କରିଥିଲେ |

୨୯ ଡିସେମ୍ବର ୨୦୧୪ରେ ଏହା ଆଉ ଏକ ଅଧ୍ୟାଦେଶ ଜାରି କରିଥିଲା ଯାହାକି ଜମି ଅଧିଗ୍ରହଣ କରିବାକୁ ଚାହୁଁଥିବା ପ୍ରକଳ୍ପ ତଥା ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ କରି, ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ଆଇନ, ୨୦୧୩ରେ ସ୍ୱଚ୍ଛତା ଓ ଉଚିତ୍ କ୍ଷତିପୂରଣ ଅଧିକାରର ବିଧାନର ସାମାଜିକ ପ୍ରଭାବ ମୂଲ୍ୟାୟନ ଏବଂ ସମ୍ମତି ଓ ଜନଶୁଣାଣିକୁ ଦୁର୍ବଳ କରିଦେଉଛି।

ଖବରକାଗଜ ରିପୋର୍ଟ ଓ ସରକାରୀ କାଗଜପତ୍ର ଦ୍ୱାରା ପ୍ରଦାନ କରଯାଇଥିବା ତଥ୍ୟ ସୂଚାଉଛି ଯେ ଜଙ୍ଗଲ ଜମିରେ ହେଉଥିବା ଖଣି ଖନନକୁ ବିରୋଧ କରୁଥିବା ପରିବେଶ ଓ ଆଦିବାସୀ ସୁରକ୍ଷା ଅଧିକାରକୁ ମଧ୍ୟ ସରକାର ଦୁର୍ବଳ କରି ଦେବାକୁ ଉଦ୍ୟମ କରୁଛନ୍ତି ଏବଂ ପ୍ରାକୃତିକ ସମ୍ବଳରେ ସମୃଦ୍ଧ ଏହି ଜମିଗୁଡିକୁ ସରକାର ବିଭିନ୍ନ ନିଗମମାନଙ୍କୁ ଲିଜ ଆକାରରେ ଦେବା ପାଇଁ ନିଲାମ ଡକାଇଛନ୍ତି।

ହାସେଦୋ ଆରଣ୍ଡରେ ଗଣ୍ଡା ସଂପ୍ରଦାୟର କିଛି ମୂଳ ନିବାସି ଖଣି ଯୋଗୁଁ ତାଙ୍କ ଉପରେ ପଡିବାକୁ ଥିବା ବିପଦକୁ ଆଖିରେ ରଖି ସରକାରଙ୍କର ଏହି ନିଷ୍ପତିକୁ ବିରୋଧ କରୁଥିବାର ଦୃଶ୍ୟ |

ଡିସେମ୍ବର ମାସର ମଝିରେ, ପାଖାପାଖି ୧୬ଟି ଗ୍ରାମର ସ୍ଥାନୀୟ ଲୋକମାନେ ଏକାଠି ହୋଇ ଏକ ଗ୍ରାମ ସଭାର ଆୟୋଜନ କରୁଛନ୍ତି ଏବଂ ଜଙ୍ଗଲ ଜମି ,ତାଙ୍କ ନିଜ ଜମିଗୁଡିକୁ ଖନନ ନିଗମକୁ ନଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିବା ପାଇଁ ସଭାରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି ।

ସେମାନେ ସରକାରଙ୍କ ନିକଟରେ ପିଇଏସଏ ଏବଂ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ପାଇଁ ଦାବି କରିଛନ୍ତି । ଏହି ଦୁଇଟି ଆଇନ ଆଦିବାସୀ ଓ ଜଙ୍ଗଲରେ ବାସ କରୁଥିବା ସମୁଦାୟଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ପ୍ରଦାନ କରାଯାଇଛି ଏବଂ ପ୍ରାକୃତିକ ସମ୍ବଳକୁ ଭିତ୍ତିକରି ନିଆଯାଉଥିବା ସମସ୍ତ ନିର୍ଣ୍ଣୟ ସହିତ ଜଙ୍ଗଲ ନଷ୍ଟ ପାଇଁ ନିଆଯାଉଥିବା ନିଷ୍ପତ୍ତିଗୁଡିକ ନିମନ୍ତେ ମଧ୍ୟ ଆଦିବାସୀମାନଙ୍କର ସମ୍ମତିର ବାଧ୍ୟତାମୂଳକ କରାଯାଇଛି ।

PHOTO • Chitrangada Choudhury

୨୦୧୧ ମସିହାରୁ, ଆଦାନି ମାଇନିଙ୍ଗ୍ କର୍ପୋରେସନ ପ୍ରାଇଭେଟ ଲିଃ ହାସେଦୋ ଅଞ୍ଚଳର ପରସା ଇଷ୍ଟ କାନ୍ତେ ବସନ ବ୍ଲକରେ ଏକ ବୃହତ୍ତ କୋଇଲା ଖନନକରୀ ସଂସ୍ଥା ଭାବରେ କାର୍ଯ୍ୟକରୁଛି । ତେଣୁ ସେହି ଅଞ୍ଚଳରେ ଥିବା ଜଙ୍ଗଲ ଓ କୃଷି ଜମିଗୁଡିକୁ ଲୋକମାନଙ୍କଠାରୁ ଜବରଦସ୍ତ ଉଚ୍ଛେଦ କରି ନିଆଯାଇଛି। ଏପର୍ଯ୍ୟନ୍ତ ସେହି ଅଞ୍ଚଳରେ ଥିବା ମୋଟ ୩୦ଟି କୋଇଲା ଖଣିକୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି।

PHOTO • Chitrangada Choudhury

ଗୋବିନ୍ଦ ରାମ ନାମକ ଜଣେ ଆଦିବାସୀ କୃଷକର ଜମି କାନ୍ତେ ବସନ କୋଇଲା ଖଣିରେ ପରିବର୍ତ୍ତନ ହେବା ପରେ ସେ ବାସହରା ହୋଇ ସେହି ଜମି ନିକଟରେ ଅପେକ୍ଷା କରିଛି

PHOTO • Chitrangada Choudhury

୨୦୧୦ରେ ହୋଇଥିବା ଗଣନା ଅନୁଯାୟୀ ହାସେଦୋ ଜଙ୍ଗଲର ଅନେକ ଅଞ୍ଚଳକୁ ଉପା ସରକାରଙ୍କ ଦ୍ୱାରା “ନୋ- ଗୋ”ଜୋନ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇଛି। ଯଥା ଏହି ଅଞ୍ଚଳକୁ ଖଣିଖନନ ପରିସର ବାହାରେ ରଖାଯିବ- ଏକ ମୂଲ୍ୟାୟନ ଯାହାକୁ କି ପୃଥକ କରି ରଖାଯାଇଛି। ଏକ ପ୍ରସ୍ତାବିତ ହାତୀ ସଂରକ୍ଷିତ ଅଞ୍ଚଳକୁ ବିଜ୍ଞପିତ କରାଯାଇନଥିଲା, ୨୦୦୮ରେ ଶିଳ୍ପ ଅନୁଷ୍ଠାନଗୁଡ଼ିକର ଲବି ପରେ ପରେ ଯେ କି ହାସେଦେଓର ଖଣିରେ ସମୃଦ୍ଧ ଦିଗ ପ୍ରତି ଦୃଷ୍ଟି ଆକର୍ଷିତ କରିଥିଲେ

PHOTO • Chitrangada Choudhury

ହାସେଦୋ ଆରଣ୍ଡ ବଚାଓ ସଂଘର୍ଷ ସମିତି ଏକ ଗ୍ରାମାଞ୍ଚଳୀୟ ବିପ୍ଳବ, ଯାହା ମାଧ୍ୟମରେ ପ୍ରତି ମାସରେ ଏକ ସୁରକ୍ଷା କୌଶଳ ବିଷୟରେ ଚର୍ଚ୍ଚା କରାଯାଏ । ଏଥିରେ ଗ୍ରାମବାସୀମାନେ କୋଇଲା ଖନନ ଉପରେ ନିକଟରେ ଜାରି କରାଯାଇଥିବା ଆଇନ ସଂପର୍କରେ ଏବଂ ଜଙ୍ଗଲ ତଥା ତା’ ସହ ଯୋଡି ହୋଇ ରହିଥିବା ପ୍ରତ୍ୟେକ ଜୀବ ଉପରେ ଏହାର ପ୍ରତିକୂଳ ପ୍ରଭାବ ଉପରେ ଅଲୋଚନା କରାଯାଏ

PHOTO • Chitrangada Choudhury

ଧାନ ଅମଳ ହୋଇ ଘରକୁ ଫେରୁଛି । ସ୍ଥାନୀୟ ଅଧିବାସୀମାନେ ତାଙ୍କ ଜୀବିକା ନିର୍ବାହ ପାଇଁ ଉଭୟ ଜମି ଓ ଜଙ୍ଗଲ ଆଦି ପ୍ରାକୃତିକ ସମ୍ବଳ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ

PHOTO • Chitrangada Choudhury

ସାଲାହି ଗ୍ରାମର ରାମଲାଲ ସିଂ ଗଣ୍ଡ ସଂପ୍ରଦାୟର ଏକ ବାଦ୍ୟଯନ୍ତ୍ର ବଜାଉଛନ୍ତି । ଏହି ଯନ୍ତ୍ରଟି ଛେଳି ଚମଡା, ଜଙ୍ଗଲରୁ ସଂଗ୍ରହ କରାଯାଇଥିବା ବିଜା ଏବଂ ଖମାର କାଠ ଦ୍ୱାରା ପ୍ରସ୍ତୁତ କରାଯାଇଛି

PHOTO • Chitrangada Choudhury

ଜଙ୍ଗଲଟି ସଂପୂର୍ଣ୍ଣ ଭାବରେ ଧାନ କ୍ଷେତ ଦ୍ୱାରା ଆଚ୍ଛାଦିତ ହୋଇ ରହିଛି - ଯାହାକି ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ପ୍ରାଥମିକ ଅମଳ ଓ ଖାଦ୍ୟ ସୁରକ୍ଷାର ପ୍ରମୁଖ ଉତ୍ସ ଓ ତା’ ଛଡା ସେମାନଙ୍କ ପାଖରେ ଥିବା ଗୃହପାଳିତ ପଶୁମାନଙ୍କର ଚରିବା ନିମନ୍ତେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି

PHOTO • Chitrangada Choudhury

ଗୃହପାଳିତ ପଶୁମାନେ ଘରକୁ ଫେରୁଛନ୍ତି

PHOTO • Chitrangada Choudhury

ଜଙ୍ଗଲରୁ ମିଳୁଥିବା ସାମଗ୍ରୀ ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ବର୍ଷସାରା ଖାଦ୍ୟ ଯୋଗାଇବା ପାଇଁ ଏବଂ ତା’ ସହ ଆୟର ଏକ ଉତ୍ସ ପାଲଟିଛି । ମହା ସିଂ ନାମକ ଜଣେ ଆଦିବାସୀ ଏକ ଝୁଡିରେ ଫୁଲ୍ ହୋଇଥିବା ମହୁଲକୁ ସାପ୍ତାହିକ ବଜାରରେ (ହାଟରେ) ବିକିବା ପାଇଁ ନେଉଛନ୍ତି

PHOTO • Chitrangada Choudhury

ଖରାରେ ଶୁଖାଉଜାନାଇଭ ମଝୱାର ଆମଜେମ ତେଲର ମଞ୍ଜିକୁଛି

PHOTO • Chitrangada Choudhury

ଫୁଲବାଇ ଗ୍ରାମର କିଛି ଆଦିବାସୀ ରାତ୍ରି ଭୋଜନ ପାଇଁ ଖୁଙ୍କଡି ଓ ଛତୁ ସଂଗ୍ରହ କରୁଛନ୍ତି

PHOTO • Chitrangada Choudhury

ସ୍ଥାନୀୟ ଅଧିବାସୀମାନଙ୍କ ନିତିଦିନିଆ ଆବଶ୍ୟକ ପୂରଣ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଯେପରିକି ଜାଳେଣି କାଠ ଓ ଘାସ ପ୍ରଭୃତିର ମୂଳ ଉତ୍ସ ହେଉଛି ହାସେଦୋ ଜଙ୍ଗଲ

PHOTO • Chitrangada Choudhury

ଏହି ଜଙ୍ଗଲରେ ୩୦ରୁ ଅଧିକ ପ୍ରଜାତିର ଘାସ ରହିଛି, ଏବଂ ଆଦିବାସୀମାନେ ଅତି ସୁନ୍ଦର ଭାବରେ ଘାସ ନିର୍ମିତ କେତେଗୁଡିଏ ଜିନିଷ, ଯେପରିକି ପହଁରା, ଦଉଡି ଓ ସପ

PHOTO • Chitrangada Choudhury

ଧାନ ରଖିବା ପାଇଁ ବାଉଁଶରେ ତିଆରି ହୋଇଥିବା ଏକ ସୁନ୍ଦର ପାତ୍ରକୁ ଗୋଟିଏ କୃଷକ ନେଉଛି

PHOTO • Chitrangada Choudhury

ଗ୍ରାମର କିଛି ପବିତ୍ର ସ୍ଥାନ ଓ ମନ୍ଦିର ନିକଟରେ ଚିହ୍ନଟ ହୋଇ ରହିଥିବା କେତେକ ଗଛ ଆଗରେ ଗ୍ରାମର ଜଣେ ଲୋକଙ୍କ ସହ ଜଣେ ପୂଜକ ପୂଜା କରୁଥିବାର ଦୃଶ୍ୟ

ଆଉ ମଧ୍ୟ ଦେଖନ୍ତୁ: କେବଳ ଏକ କୋଇଲା ଖଣି ନୁହେଁ – ଗ୍ରାମ ସଭା ପ୍ରସ୍ତାବ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Chitrangada Choudhury

Chitrangada Choudhury is an independent journalist, and a member of the core group of the People’s Archive of Rural India.

Other stories by Chitrangada Choudhury