ସୋମବାର ସକାଳବେଳା ସଦର ଟାଉନରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାର ଅଳ୍ପ କିଛି ସମୟ ପରେ ସୁନିତା ଦତ୍ତ ତାଙ୍କ ସ୍ୱାମୀଙ୍କ ସହିତ ସେଠାକୁ ଆସି ପହଞ୍ଚିଲେ । ହେଲେ, ସହାୟକ ନର୍ସ ଧାଇ (ଏଏନ୍‌ଏମ୍‌) ଦମ୍ପତ୍ତିକୁ ପ୍ରସବ ୱାର୍ଡକୁ ନେବା ପରେ ସେମାନେ ଅତିଶୀଘ୍ର ସେହି ସ୍ଥାନ ଛାଡି ଚାଲିଗଲେ । “ ଇସ୍‌ମେ ବଚ୍ଚା କୈସେ ହୋଗା , ବହୁତ ଗନ୍ଦଗି ହେ ଇଧର [ ଏହି ସ୍ଥାନରେ ପିଲା କେମିତି ଜନ୍ମ ହେବ, ଏହା ବହୁତ ଅପରିଷ୍କାର ଅଟେ], ବୋଲି ସୁନିତା ସେମାନେ ଯେଉଁ ରିକ୍ସାରେ ସେଠାକୁ ଆସିଥିଲେ, ସେହି ରିକ୍ସାରେ ବସିବାବେଳେ କହିଲେ ।

“ ଆଜି ହେଉଛି ତାଙ୍କର ପ୍ରସବର ସମ୍ଭାବ୍ୟ ତାରିଖ – ଏଣୁ ଆମକୁ ଯେକୌଣସି ଏକ ଘରୋଇ ଡାକ୍ତରଖାନାକୁ ଯିବାକୁ ହେବ,” ବୋଲି ତାଙ୍କ ସ୍ୱାମୀ ଅମର ଦତ୍ତ ସେମାନଙ୍କ ରିକ୍ସା ସେହି ସ୍ଥାନ ଛାଡିବାବେଳେ କହିଲେ । ସୁନିତା ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି. ତାଙ୍କର ତୃତୀୟ, ଏହି ପିଏଚ୍‌ସିରେ । ହେଲେ, ଚଳିତଥର ସେ ଅନ୍ୟ ସ୍ଥାନକୁ ଯିବାକୁ ଠିକ୍‌ ଭାବିଲେ ।

ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମଧ୍ୟ ସଦର ପିଏଚ୍‌ସିର ରକ୍ତଦାଗ ଯୁକ୍ତ ଚଟାଣକୁ ପୋଛି ପରିଷ୍କାର କରିବାକୁ ଝାଡୁଦାର ଆହୁରି ଆସିନଥିଲା – ଯାହା ପୂର୍ବ ଦିନିର ପ୍ରସବ କାରଣରୁ ଏପର୍ଯ୍ୟନ୍ତ ଅପରିଷ୍କାର ହୋଇ ପଡିରହିଛି ।

“ ମୋର ସ୍ୱାମୀ ମତେ ନେବାକୁ ଆସିବେ, ସେଥିପାଇଁ ମୁଁ ଅପେକ୍ଷା କରି ରହିଛି । ଆଜି ପାଇଁ ମୋର କାର୍ଯ୍ୟ ସମୟ ଶେଷ ହୋଇଛି। ମୋର ରାତି ସିଫ୍ଟ ଥିଲା ଓ ସେତେବେଳେ କୌଣସି ରୋଗୀ ନଥିଲେ, ହେଲେ, ମଶାଗୁଡିକ କାରଣରୁ ମୁଁ ବହୁତ କମ୍‌ ସମୟ ଶୋଇପାରିଲି,"ବୋଲି ୪୩ ବର୍ଷ ବୟସ୍କ ପୁଷ୍ପା ଦେବୀ ( ନାମ ବଦଳାଯାଇଛି ) କୁହନ୍ତି । ପୁଷ୍ପା ବିହାରର ଦରଭଙ୍ଗା ଜିଲ୍ଲା ସଦର ଟାଉନ୍‌ ପିଏଚ୍‌ସିରେ ଏଏନ୍‌ଏମ୍‌ ଭାବେ କାର୍ଯ୍ୟ କରନ୍ତି । ସେ କାର୍ଯ୍ୟାଳୟ ପରିସର ମଧ୍ୟରେ ଆମ ସହିତ, ଏଏନ୍‌ଏମ୍‌ଙ୍କ ପାଇଁ କାର୍ଯ୍ୟ ସମୟରେ ବସିବା ପାଇଁ ରହିଥିବା ଚୌକି ଉପରେ ବସି କଥା ହେଉଥିଲେ । ଚୌକି ପଛରେ ଏକ ଟେବୁଲ୍‌ ଥିଲା, ଯେଉଁଥିରେ କିଛି ପେପର୍‌ ପଡିଥିଲା ଓ ଗୋଟିଏ କାଠ ଶଯ୍ୟା ଥିଲା । ସେହି ଶଯ୍ୟା, ଯାହା ଉପରେ ଗତକାଲି ପୁଷ୍ପା ତାଙ୍କର ଅସୁବିଧାପୂର୍ଣ୍ଣ ରାତ୍ରି ବିତାଇଥିଲେ ।

ଖଟ ଉପରେ ଝୁଲୁଥିବା ସେହି କ୍ରୀମ ରଙ୍ଗର ମଶାରୀ ଯାହାର ରଙ୍ଗ ବର୍ତ୍ତମାନ ଫିକା ହୋଇଯାଇଛି, ସେଥିରେ ବିଭିନ୍ନ କୀଟପତଙ୍ଗ ମାନେ ପ୍ରବେଶ କରିବାକୁ ଯଥେଷ୍ଟ ବଡ ଆକାରର କଣାମାନ ରହିଛି । ତଳେ ଥିବା ବେଡିଂକୁ ଗୁଡାଇ ଦିଆଯାଇଥିଲା ଓ ଏହାକୁ ତକିଆ ସହିତ ଅନ୍ୟ ସ୍ଥାନରେ ରଖାଯାଇଥିଲା – ଯାହାକୁ ପରବର୍ତ୍ତୀ ରାତି ସିଫ୍ଟରେ ଥିବା ଏଏନ୍‌ଏମ୍‌ ବ୍ୟବହାର କରିବେ।

Sunita Dutta (in the pink saree) delivered her third child at the Sadar PHC (right), but opted for a private hospital to deliver her fourth child
PHOTO • Jigyasa Mishra
Sunita Dutta (in the pink saree) delivered her third child at the Sadar PHC (right), but opted for a private hospital to deliver her fourth child
PHOTO • Jigyasa Mishra

ସୁନିତା ଦତ୍ତ ( ଗୋଲାପି ଶାଢୀରେ ) ତାଙ୍କର ତୃତୀୟ ସନ୍ତାନ ସଦର ପିଏଚ୍‌ସିରେ ପ୍ରସବ କରିଥିଲେ ( ଡାହାଣ ), ହେଲେ ତାଙ୍କର ଚତୁର୍ଥ ପିଲା ପାଇଁ ଏକ ଘରୋଇ ଡାକ୍ତରଖାନା ଯିବାକୁ ଠିକ୍‌ ଭାବିଲେ ।

“ ଆମ କାର୍ଯ୍ୟାଳୟ ଓ ଶୋଇବା ସ୍ଥାନ, ଉଭୟ ଏକ ଅଟେ । ଏଠାରେ ଏପରି ହୋଇଥାଏ” ବୋଲି ଏକ ନୋଟ୍‌ବୁକ୍‌ ଉପରେ ବସିବାକୁ ଆସୁଥିବା ମଶାଗୁଡିକର ସମୂହକୁ ସେ  ଘଉଡାଇବା ସହିତ କହିଲେ । ପୁଷ୍ପା ୪୭ ବର୍ଷ ବୟସ୍କ କିଶନ କୁମାରଙ୍କୁ ବିବାହ କରିଛନ୍ତି, ଯାହାର ଏଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଦରଭଙ୍ଗା ଟାଉନ୍‌ରେ, ଯେଉଁଠାରେ ସେମାନେ ରୁହନ୍ତି, ସେଠାରେ ଏକ ଛୋଟ ଦୋକାନ ଅଛି । ସେମାନଙ୍କର ଏକମାତ୍ର ସନ୍ତାନ ୧୪ ବର୍ଷୀୟ ଅମରୀଶ କୁମାର ସେଠାରେ ଥିବା ଏକ ଘରୋଇ ବିଦ୍ୟାଳୟରେ ୮ମ ଶ୍ରେଣୀରେ ପଢନ୍ତି ।

ପୁଷ୍ପା କୁହନ୍ତି ଯେ ପ୍ରତି ମାସରେ ସଦର ପିଏଚ୍‌ସିରେ ହାରାହାରି ୧୦- ୧୫ ପ୍ରସବ ହୋଇଥାଏ । କୋଭିଡ୍‌ – ୧୯ ମହାମାରୀ ବ୍ୟାପିବା ପୂର୍ବରୁ ଏହି ସଂଖ୍ୟା ପ୍ରାୟତଃ ବର୍ତ୍ତମାନର ସଂଖ୍ୟାର ଦୁଇଗୁଣ ଥିଲା । ପିଏଚ୍‌ସିର ପ୍ରସବ ପରବର୍ତ୍ତୀ ଯତ୍ନ ୱାର୍ଡର ପ୍ରସୂତି କକ୍ଷରେ ପ୍ରସବ ପାଇଁ ଦୁଇଟି ଟେବୁଲ୍‌ ଓ ସର୍ବମୋଟ ଛଅଟି ଶଯ୍ୟା ରହିଛି – ସେ ମଧ୍ୟରୁ ଗୋଟିଏ ଭଙ୍ଗିଯାଇଛି  । ଏହି ଶଯ୍ୟାଗୁଡିକ ମଧ୍ୟରୁ, “ଚାରିଟି ଶଯ୍ୟା ରୋଗୀମାନଙ୍କ ଦ୍ୱାରା ଓ ଦୁଇଟି ଶଯ୍ୟା ମମତାଙ୍କ ଦ୍ୱାରା ବ୍ୟବହାର ହେଉଥିଲା, ବୋଲି ପୁଷ୍ପା କୁହନ୍ତି।’’ ମମତାମାନେ ଶୋଇବା ପାଇଁ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ବ୍ୟବସ୍ଥା ସେଠାରେ ନାହିଁ ।

‘ମମତାମାନେ ’ ହେଉଛନ୍ତି ବିହାରର ସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତୃତ୍ୱ ୱାର୍ଡଗୁଡିକରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନେ । ସ୍ୱତନ୍ତ୍ର ଭାବେ ଏହି ରାଜ୍ୟରେ ଏହି ବର୍ଗକୁ ନିଯୁକ୍ତ କରାଯାଇଥାଏ । ମାସକୁ ସେମାନେ ପ୍ରାୟ ୫,୦୦୦ ଟଙ୍କା ଉପାର୍ଜନ କରନ୍ତି – ବେଳେବେଳେ ଏହାଠୁ କମ୍‌ – ଏହା ସହିତ ପ୍ରତ୍ୟେକ ପ୍ରସବର ଦେଖରେଖ ବା ସହାୟତା ପାଇଁ ମଧ୍ୟ ୩୦୦ଟଙ୍କା ‘ପ୍ରୋତ୍ସାହର ରାଶି’ ବୋନସ୍‌ ଭାବେ ପାଇଥାନ୍ତି । ହେଲେ, ଉଭୟ ବେତନ ଓ ପ୍ରୋତ୍ସାହନର ରାଶିକୁ ମିଶାଇ ମାସରେ ୬,୦୦୦ଟଙ୍କାରୁ ଅଧିକ ଉପାର୍ଜନ କରିବାକୁ ସମର୍ଥ ହେଉଥିବା ଭଳି ଜଣଙ୍କୁ ଖୋଜି ବାହାର କରିବା କଷ୍ଟକର ଅଟେ ।’ ଏହିପରି କେବଳ ଦୁଇଜଣ ଏହି ପିଏଚ୍‌ସିରେ ଅଛନ୍ତି ଓ ସମଗ୍ର ରାଜ୍ୟରେ ଏମାନଙ୍କ ସଂଖ୍ୟା ୪,୦୦୦ରୁ କିଛି ଅଧିକ ହେବ ।

PHOTO • Priyanka Borar

ଇତିମଧ୍ୟରେ ପୁଷ୍ପାଙ୍କ ପ୍ରତୀକ୍ଷା ସମୟ, ସେ ଅପେକ୍ଷା କରିଥିବା ମମତା କର୍ମୀ ବେବି ଦେବି ( ନାମ ବଦଳାଯାଇଛି) ଆସି ପହଞ୍ଚିବା ସହିତ ସମାପ୍ତ ହୋଇଛି । “ଧନ୍ୟବାଦ ଭଗବାନ, ମୁଁ ଯିବା ପୂର୍ବରୁ ସେ ଆସି ପହଞ୍ଚିଗଲା । ଆଜି ତାଙ୍କୁ ଦିନ ସିଫ୍ଟ କରିବାକୁ ହେବ । ଅନ୍ୟଜଣେ ଏଏନ୍‌ଏମ୍‌ ମଧ୍ୟ ବର୍ତ୍ତମାନ ଆସିଯିବା କଥା” ବୋଲି ସେ କହିଲେ ଓ ଏକ ପୁରୁଣା ସେଲ୍‌ରେ ଏକ ବଟନ୍‌ ଚିପିଲେ – ତାଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ -  ସମୟ ଯାଞ୍ଚ କରିବା ପାଇଁ । ଏହି ପିଏଚ୍‌ସିର ପ୍ରସୂତି କକ୍ଷରେ ଅନ୍ୟ ଚାରିଜଣ ଏଏନ୍‌ଏମ୍‌ ମଧ୍ୟ କାମ କରନ୍ତି – ଆଉ ଏପରି ଆହୁରି ୩୩ଜଣ ଅଛନ୍ତି, ଯେଉଁମାନେ ଏହି ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବା ଉପ-ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ସେବା ଯୋଗାଇଥାନ୍ତି । ଏହି ପିଏଚ୍‌ସିରେ ଛଅ ଜଣ ଡାକ୍ତର କମ କରୁଛନ୍ତି – ଆଉ ପ୍ରସୂତି ବିଶେଷଜ୍ଞଙ୍କ ପଦବୀ ଖାଲି ଅଛି । ସେଠାରେ କୌଣସି ମେଡିକାଲ୍‌ ଟେକ୍‌ନିସିଆନ୍‌ ନାହାନ୍ତି – ସେମାନଙ୍କ କାମକୁ ଆଉଟ୍‌ସୋର୍ସ କରାଯାଉଛି । ସେଠାରେ ଦୁଇଜଣ ଝାଡୁଦାର ଅଛନ୍ତି ।

ବିହାରରେ ଏଏନ୍‌ଏମ୍‌ମାନେ ଭର୍ତ୍ତି ହେବା ସମୟରେ ପ୍ରାରମ୍ଭିକ ବେତନ ୧୧, ୫୦୦ଟଙ୍କା ପାଇଥାନ୍ତି । ପୁଷ୍ପା ଦୁଇ ଦଶନ୍ଧିରୁ ଅଧିକ ସମୟ କାର୍ଯ୍ୟକାଳ ଶେଷ କରିଥିବାରୁ, ସେ ବର୍ତ୍ତମାନ ତିନିଗୁଣ ଅଧିକ ଉପାର୍ଜନ କରୁଛନ୍ତି ।

୫୨ ବର୍ଷ ବୟସ୍କ ମମତା, ବେବି ଦେବୀ, ଗୋଟିଏ ଦାତୁନ (ଦାନ୍ତ ଘଷିବା ପାଇଁ ବ୍ୟବହାର କରାଯାଉଥିବା ପ୍ରାୟ ୨୦ ସେମି ଲମ୍ବ ବଶିଷ୍ଟ ଏକ ନିମ ଦାନ୍ତକାଠି) ହାତରେ ଧରି ପିଏଚ୍‌ସିରେ ଆସି ପହଞ୍ଚିଲେ । “ ଅରେ ଦିଦି ଆଜ୍‌ ବିଲ୍‌କୁଲ୍‌ ଭାଗ୍‌ତେ-ଭାଗ୍‌ତେ ଆୟେ ହେଁ [ ଭଉଣୀ, ଆଜି ମୁଁ ଦଉଡି ଦଉଡି ଆସିଛି], ବୋଲି ସେ ପୁଷ୍ପାକୁ କହିଲେ ।

ତାହାହେଲେ ଆଜି କାହିଁକି ଅଲଗା ଅଟେ? ତାଙ୍କର ୧୨ ବର୍ଷ ବୟସ୍କ ନାତୁଣୀ ଅର୍ଚ୍ଚନା (ନାମ ବଦଳାଯାଇଛି) ମଧ୍ୟ ତାଙ୍କ ସହିତ କାମକୁ ଆସିଛି । ଅର୍ଚ୍ଚନାଙ୍କ ଶରୀରର ରଙ୍ଗ ଧୂସର ଅଟେ ଓ ସେ ତାଙ୍କର ଚୁଟିଗୁଡିକୁ ଏକାଠି କରି ଗୋଟିଏ ପନିଟେଲ୍‌ କରିଥିଲେ। ଗୋଲାପି – ହଳଦିଆ ରଙ୍ଗର ଏକ ପୋଷାକ ପିନ୍ଧିଥିବା ଅର୍ଚ୍ଚନା ହାତରେ ଏକ ପ୍ଲାଷ୍ଟିକ୍‌ ଥଳି ଧରି, ଯେଉଁଥିରେ ବୋଧହୁଏ ସେମାନଙ୍କର ଦ୍ୱୀପହର ଭୋଜନ ଥିଲା ତାଙ୍କ ଜେଜେମାଙ୍କ ପଛେ ପଛେ ଚାଲୁଥିଲେ ।

Mamta workers assist with everything in the maternity ward, from delivery and post-natal care to cleaning the room
PHOTO • Jigyasa Mishra

ମମତା କର୍ମୀମାନେ ମାତୃତ୍ୱ ୱାର୍ଡର ସମସ୍ତ କାର୍ଯ୍ୟରେ ସହାୟତା କରିଥାନ୍ତି , ପ୍ରସବ ଓ ପ୍ରସବ - ପରବର୍ତ୍ତୀ ଯତ୍ନ ଠାରୁ ଆରମ୍ଭ କରି କକ୍ଷ ସଫା କରିବା ପର୍ଯ୍ୟନ୍ତ

ମମତା କର୍ମୀମାନଙ୍କୁ ମା ଓ ଶିଶୁର ଯତ୍ନ ନେବା କାର୍ଯ୍ୟ ପ୍ରଦାନ କରାଯାଇଛି । ଅଥଚ, ବେବି ଦେବି କୁହନ୍ତି ଯେ, ସେ ପ୍ରସବ ଠାରୁ ଆରମ୍ଭକରି ପ୍ରସବ ପରବର୍ତ୍ତୀ ଯତ୍ନ ନେବା ଓ ମାତୃତ୍ୱ ୱାର୍ଡରେ ହେଉଥିବା ସମସ୍ତ କାର୍ଯ୍ୟରେ ସହାୟତା କରିଥାନ୍ତି । “ ମୋର କାମ ହେଉଛି ପ୍ରସବ ପରେ ମା ଓ ଶିଶୁର ଦେଖରେଖ କରିବା, ହେଲେ ମତେ ଆଶା ଦିଦିଙ୍କ ସହିତ ମିଶି ପ୍ରସବ ସମୟରେ ହେଉଥିବା କାମ ମଧ୍ୟ କରିବାକୁ ପଡିଥାଏ ଓ ଯଦି ଝାଡ଼ୁଦାର ଛୁଟିରେ ଥାଏ ତେବେ ଶଯ୍ୟା ସଫା କରିବା ଠାରୁ ଆରମ୍ଭ କରି ପ୍ରସବ କକ୍ଷ ପରିଷ୍କାର  କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିବାକୁ ପଡିଥାଏ.” ବୋଲି ବେବି ଟେବୁଲ୍‌ରେ ଜମିଥିବା ଧୂଳି ଝାଡୁ ଝାଡୁ କହିଲେ ।

ସେ ଆମକୁ କହିଲେ ଯେ ସେ ଯେତେବେଳେ ଏକମାତ୍ର ମମତା ଭାବେ ଏହି ପିଏଚ୍‌ସିରେ କାମ କରୁଥିଲେ, ସେତେବେଳେ ଅଧିକ ଉପାର୍ଜନ କରିପାରୁଥିଲେ। “ ମୁଁ ମାସକୁ ପ୍ରାୟ ୫,୦୦୦ ରୁ ୬,୦୦୦ ଟଙ୍କା ଉପାର୍ଜନ କରୁଥିଲି, ହେଲେ, ସେମାନେ ଏଠାରେ ଆଉଜଣେ ମମତାକୁ ନିଯୁକ୍ତ କରିବା ପରେ, ମୁଁ ପ୍ରସବ ବାବଦକୁ ମିଳୁଥିବା ପ୍ରୋତ୍ସାହନ ରାଶି, ପ୍ରତ୍ୟେକ ପିଛା ୩୦୦ଟଙ୍କାର କେବଳ ୫୦ ପ୍ରତିଶତ  ଗୋଟିଏ ମାସରେ ପାଇପାରୁଛି, । ମହାମାରୀ ଆରମ୍ଭ ହେବା ପରଠାରୁ, ପିଏଚ୍‌ସିରେ ପ୍ରସବ ହାର ହ୍ରାସ ପାଇବା କାରଣରୁ ପ୍ରତ୍ୟେକ ମାସରେ ଅତିକଷ୍ଟରେ ୩୦୦୦ ଟଙ୍କା କିମ୍ବା ବେଳେବେଳେ ଏହାଠାରୁ କମ୍‌ ଉପାପର୍ଜନ କରୁଛୁ । ୩୦୦ ଟଙ୍କାର ଏହି ‘ପ୍ରୋତ୍ସାହନ ରାଶି’ ଗତ ପାଞ୍ଚ ବର୍ଷ ହେବ ମିଳୁଛି । ୨୦୧୬ ପର୍ଯ୍ୟନ୍ତ ପ୍ରସବ ପିଛା ଏହି ରାଶିର ପରିମାଣ ମାତ୍ର ୧୦୦ଟଙ୍କା ଥିଲା ।

ଅଧିକାଂଶ ଦିନରେ, ବିଭିନ୍ନ କାମରେ ଏହି ପିଏଚ୍‌ସିକୁ ଆସୁଥିବା କର୍ମୀମାନଙ୍କ ମଧ୍ୟରେ ସେହି ଆଶାକର୍ମୀମାନେ ଅଛନ୍ତି, ଯେଉଁମାନେ ସେମାନେ ବିଭିନ୍ନ ଗ୍ରାମରେ ଯେଉଁ ଗର୍ଭବତୀଙ୍କର ଯତ୍ନ ନେବା କାର୍ଯ୍ୟ କରନ୍ତି, ସେମାନଙ୍କ ସହିତ ଆସିଥାନ୍ତି ଓ ଏହି ସମ୍ବାଦଦାତା ସେଠାରେ ଉପସ୍ଥିତ ଥିବାବେଳେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ସେଠାକୁ ଆସିନଥିଲେ, ଯାହା କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେବା ସହିତ ପିଏଚ୍‌ସିରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବା ସୂଚାଉଛି । ସେ ଯାହାହେଉ, ପ୍ରସବ ପାଇଁ ସେଠାକୁ ଯେଉଁସବୁ ରୋଗୀମାନେ ଆସୁଥିଲେ, ସେମାନଙ୍କ ସହିତ ଜଣେ ଆଶା କର୍ମୀ ନିଶ୍ଚିତ ଭାବେ ରହୁଥିଲେ ।

ଏ.ଏସ୍‌.ଏଚ୍‌.ଏ ଆର୍ଥାତ୍‌ ‘ଅନୁମୋଦିତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ‘- ଆଉ ଏହା ସେହି ମହିଳାମାନଙ୍କୁ ସୂଚାଇଥାଏ ଯେଉଁମାନେ ଗ୍ରାମୀଣ ସମୁଦାୟକୁ ସାଧାରଣ ସ୍ୱାସ୍ଥ୍ୟସେବା ସହିତ ଯୋଡିଥାନ୍ତି ।

ବିହାରରେ ପାଖାପାଖି ୯୦, ୦୦୦ରୁ ଅଧିକ ଆଶା କର୍ମୀ ଅଛନ୍ତି, ଯେଉଁମାନେ ହେଉଛନ୍ତି ସମଗ୍ର ଦେଶରେ କାମ କରୁଥିବା ଏକ ଲକ୍ଷରୁ ଅଧିକ କର୍ମୀମାନଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ କର୍ମୀଙ୍କ ଦଳ । ସରକାର ସେମାନଙ୍କୁ ‘ସ୍ୱେଚ୍ଛାସେବୀ’ ଭାବେ ନାମିତ କରିଛନ୍ତି, ଏକ ପଦବୀ ଯାହା ସେମାନଙ୍କୁ ସେମାନଙ୍କ କାମ ପାଇଁ ମିଳୁଥିବା ନଗଣ୍ୟ ପାରିଶ୍ରମିକର ଯଥାର୍ଥତା ପ୍ରତିପାଦନ କରିବାରେ ସହାୟକ ହୋଇଥାଏ । ବିହାରରେ, ସେମାନେ ମାସକୁ ୧୫୦୦ଟଙ୍କା ପାଆନ୍ତି – ଆଉ ସମ୍ପୂର୍ଣ୍ଣ କରିଥିବା ଅନ୍ୟାନ୍ୟ  କାମ ପାଇଁ, ଯେପରିକି ଆନୁଷ୍ଠାନିକ ପ୍ରସବ ସମ୍ବନ୍ଧିତ କାମ, ଟୀକାକରଣ, ଗୃହ ପରିଦର୍ଶନରେ ଯିବା, ପରିବାର ନିୟୋଜନ ଓ ଅନ୍ୟାନ୍ୟ କାମ, ପ୍ରୋତ୍ସାହନ ରାଶିଭାବେ ଅତିରିକ୍ତ ଟଙ୍କା ପାଇଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ସମସ୍ତ କାମ କରି ମାସକୁ ପ୍ରାୟ ୫,୦୦୦ ରୁ ୬,୦୦୦ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହୋଇପାରନ୍ତି । ସେମାନଙ୍କ ମଧ୍ୟରୁ ୨୬୦ଜଣ ସଦର ପିଏଚ୍‌ସି ଓ ଏହାର ଅନେକ ଉପ-କେନ୍ଦ୍ରରେ କାମ କରନ୍ତି ।

Left: The mosquito net and bedding in the office where ANMs sleep. Right: A broken bed in the post-natal care ward is used for storing junk
PHOTO • Jigyasa Mishra
Left: The mosquito net and bedding in the office where ANMs sleep. Right: A broken bed in the post-natal care ward is used for storing junk
PHOTO • Jigyasa Mishra

ବାମ : ଏଏନ୍‌ଏମ୍‌ମାନେ କାର୍ଯ୍ୟାଳୟରେ ଯେଉଁଠାରେ ଶୁଅନ୍ତି ସେଠାରେ ରଖାଯାଇଥିବା ମଶାରୀ ଓ ବେଡିଂ । ଡାହାଣ : ପ୍ରସବ ପରବର୍ତ୍ତୀ ଯତ୍ନ ୱାର୍ଡରେ ଥିବା ଏକ ଭଙ୍ଗା ଶଯ୍ୟା ଯେଉଁଥିରେ ଅଦରକାରୀ ବସ୍ତୁ ରଖାଯାଏ

ବେବି ତାଙ୍କ ନାତୁଣୀକୁ ପ୍ଲାଷ୍ଟିକ୍‌ ଥଳି ଭିତରୁ ଖାଦ୍ୟ ବାହାର କରିବହାକୁ କହିଲେ ଓ କହିବା ଜାରି ରଖିଲେ । “ଆମେ ଏଠାରେ ସବୁବେଳେ ସ୍ଥାନ, ଶଯ୍ୟା ଓ ଆବଶ୍ୟକ ସୁବିଧାର ଅଭାବ ଅନୁଭବ କରିଥାଉ । ହେଲେ, ଆମେ ଯଦି ଉତ୍ତମ ସୁବିଧା ଯୋଗାଇବା ପାଇଁ କହୁଁ, ତାହାହେଲେ ସେମାନେ ଆମକୁ ବଦଳି ଧମକ ଦିଅନ୍ତି । ମୌସୁମୀ ସମୟରେ ପାଣି ଜମିବା କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ସମୟରେ, ସେହି ଋତୁରେ ଆସୁଥିବା ରୋଗୀମାନେ ଏପରି ଅବସ୍ଥା ଦେଖି ଫେରି ଯାଆନ୍ତି ମଧ୍ୟ ,” ବୋଲି ସେ କହଲେ। “ ସେମାନେ ତା‘ପରେ କୌଣସି ଘରୋଇ ଡାକ୍ତରଖାନାକୁ ଚାଲି ଯାଆନ୍ତି ।

ଏହି ସମ୍ବାଦଦାତାର ହାତ ଧରି ଟାଣି ନେଇ “ ମୋ ସହିତ ଆସନ୍ତୁ, ମୁଁ ଆପଣଙ୍କୁ ଆମର ନୂଆ ପିଏନ୍‌ସି ୱାର୍ଡ ଦେଖାଇବି,” ବୋଲି ସେ କହିଲେ। “ ଦେଖନ୍ତୁ, ଏହା ହେଉଛି ମୋର ଏକମାତ୍ର ପ୍ରକୋଷ୍ଠ ଯେଉଁଠାରେ ସମସ୍ତ ପ୍ରକାରର ପ୍ରସବ ପରବର୍ତ୍ତୀ କାମ ହୋଇଥାଏ। ଉଭୟ ଆମ ପାଇଁ ଓ ରୋଗୀଙ୍କ ପାଇଁ କେବଳ ଏତିକି ସ୍ଥାନ ଉପଲବ୍ଧ ଅଛି। ଏହି ୱାର୍ଡରେ ଥିବା ଛଅଟି ଶଯ୍ୟା ମଧ୍ୟରୁ ଗୋଟିଏ ପୁଷ୍ପାଙ୍କ ପରି ଏଏନ୍‌ଏମ୍‌ମାନେ କାର୍ଯ୍ୟାଳୟରେ ଦଖଲ କରିଛନ୍ତି ଓ ଅନ୍ୟଟି ମାତୃତ୍ୱ ୱାର୍ଡର ଠିକ୍‌ ବାହାରେ ଅଛି। “ ସୌଭାଗ୍ୟବଶତଃ କେବେକେମିତି ମମତାମାନଙ୍କୁ ଏହି ଦୁଇଟି ଶଯ୍ୟା ବ୍ୟବହାରର ସୁଯୋଗ ମିଳିଥାଏ । ଆଉ ଯେତେବେଳେ ରାତ୍ରି ସିଫ୍ଟରେ ସମସ୍ତ ଶଯ୍ୟାରେ ରୋଗୀମାନେ ରହିଥାନ୍ତି, ସେତେବେଳେ ବେଞ୍ଚଗୁଡିକୁ ପରସ୍ପର ସହିତ ଯୋଡି ଆମର ଶୋଇବା ବ୍ୟବସ୍ଥା କରିବାକୁ ପଡେ। ବେଳେବେଳେ ଆମ ସହିତ ଆମର ଏଏନ୍‌ଏମ୍‌ମାନଙ୍କୁ ମଧ୍ୟ ଚଟାଣରେ ଶୋଇବାକୁ ପଡିଥାଏ।

କାଳେ କୌଣସି ବରିଷ୍ଠ ପଦାଧିକାରୀ ଆମ କଥା ଶୁଣୁଥିବେ, ତାହା ଜାଣିବା ପାଇଁ ବେବି ଚାରିଆଡେ ନଜର ପକାଇଲେ ଓ ପୁଣି କହିବା ଜାରି ରଖି କହିଲେ ଯେ “ ଗରମ ପାଣି ଆମେ କିପରି ପାଇପାରିବୁ ସେଥିପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ଦିଦି [ଏଏନ୍‌ଏମ୍‌ମାନ] ଦୀର୍ଘଦିନ ଧରି ଏ ବିଷୟରେ ଜଣାଇ ଆସୁଛନ୍ତି, ହେଲେ କିଛି ଲାଭ ହେଉନି । କେବଳ ଆମ ଆଗ ଦୁଆରି ଚାୟିୱାୱି ଆମର ସହାୟତା କରିଥାଏ । ଆପଣ ଯେତେବେଳେ ଏଠାରୁ ବାହାରିବେ, ସେତେବେଳେ ପିଏଚ୍‌ସି ଗେଟ୍‌ର ଡାହାଣ ପାଖରେ ଏକ ଛୋଟ ଚାଇ -ଦୋକାନ ଦେଖିବାକୁ ପାଇବେ, ଯାହାକୁ ଜଣେ ମହିଳା ଓ ତାଙ୍କର ଝିଅ ଚଲାନ୍ତି । ଆମର ଗରମ ପାଣି ଦରକାର ହେଲେ, ସେ ଷ୍ଟିଲ୍‌ର ଏକ ପଥିଲା [ ପାତ୍ର]ରେ ଆମ ପାଇଁ ଗରମପାଣି ଆଣିଦିଅନ୍ତି । ଏଥିପାଇଁ ସବୁଥର ଆମେ ତାଙ୍କୁ କିଛି ଟଙ୍କା ଦେଇଥାଉ, ପ୍ରାୟତଃ ୧୦ଟଙ୍କା । “

ସେ ତାଙ୍କର ଏହି ନଗଣ୍ୟ ଆୟରେ କିଭଳି ନିଜ ପରିବାରର ସମସ୍ତ ଆବଶ୍ୟକତା ପୂରଣ କରିପାରୁଥିବେ? “ ଆପଣ କଣ ଭାବୁଛନ୍ତି?” ବୋଲି ବେବି ପଚାରିଲେ । “ ଆପଣ କଣ ଭାବୁଛନ୍ତି ଯେ ଗୋଟିଏ ପରିବାର ଚଳିବା ପାଇଁ ୩୦୦୦ଟଙ୍କା ପର୍ଯ୍ୟାପ୍ତ ଅଟେ? ମୁଁ ଆମ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି । ମୋର ପୁଅ, ବୋହୁ ଓ ଏହି ଝିଅ [ ନାତୁଣି] ମୋ ସହିତ ରହନ୍ତି । ଏଣୁ ରୋଗୀମାନେ ଆମକୁ କିଛି ଅର୍ଥ ପ୍ରଦାନ କରନ୍ତି । ଏଏନ୍‌ଏମ୍‌, ଆଶା … ସମସ୍ତେ ଏହାକୁ ଗ୍ରହଣ କରନ୍ତି । ଆମେମାନେ ମଧ୍ୟ ଏହି ପ୍ରକାରରେ କିଛି ଟଙ୍କା ଉପାର୍ଜନ କରିଥାଉ । ବେଳେବେଳେ ପ୍ରସବ ପିଛା ୧୦୦ ଟଙ୍କା । ଆଉ କେବେ କେମିତି ୨୦୦ଟଙ୍କା ମଧ୍ୟ । ଆମେ ରୋଗୀଙ୍କୁ ଏଥିପାଇଁ ବାଧ୍ୟ କରୁନାହୁଁ । ଆମେ ଏଥିପାଇଁ କହୁ ଓ ସେମାନେ ଖୁସିରେ ଆମକୁ ଦିଅନ୍ତି । ମୁଖ୍ୟତଃ ଯେତେବେଳେ ଏକ ପୁତ୍ର ସନ୍ତାନ ଜନ୍ମଲାଭ କରେ, ସେତେବେଳେ ।

ପରୀ ଓ କାଉଣ୍ଟରମିଡିଆ ଟ୍ରଷ୍ଟର ଗ୍ରାମାଞ୍ଚଳରେ କିଶୋରୀ ଝିଅ ଓ ଯୁବତୀ ସମ୍ବନ୍ଧିତ ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆର ସହାୟତାରେ ଏହି ପ୍ରମୁଖ ଅଥଚ ଅଣଦେଖା ସମୁଦାୟର ସ୍ଥିତିର ଅନୁସନ୍ଧାନ କରିବା ପାଇଁ ସାଧାରଣ ଲୋକଙ୍କ ସ୍ୱର ଓ ଜୀବନ ଅନୁଭୂତି ଆଧାରରେ ଆରମ୍ଭ କରାଯାଇଥିବା ଏକ ପ୍ରୟାସ ।

ଏହି ଆଲେଖର ପୁନଃ ପ୍ରକାଶନ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected]କୁ cc କରିବା ସହିତ [email protected]କୁ ଲେଖନ୍ତୁ ।

ଜିଜ୍ଞାସା ମିଶ୍ର ଠାକୁର ପରିବାର ଫାଉଣ୍ଡସନର ସ୍ୱାଧୀନ ସମ୍ବାଦିକତା ଗ୍ରାଣ୍ଟ ଜରିଆରେ ସାଧାରଣ ସ୍ୱାସ୍ଥ୍ୟ ଓ ନାଗରିକ ସ୍ୱତନ୍ତ୍ରତା ସମ୍ବନ୍ଧିତ ବିବରଣୀ ପ୍ରସ୍ତୁତ କରନ୍ତି ।  ଠାକୁର ପରିବାର ଫାଉଣ୍ଡେସନ୍‌ ଏହି ବିବୃତିର ବିଷୟବସ୍ତୁ ଉପରେ କୌଣସି ପ୍ରକାରର ସମ୍ପାଦକୀୟ ନିୟନ୍ତ୍ରଣ ଜାହିର କରେନାହିଁ ।

ଅନୁବାଦ - ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Series Editor : Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE