‘‘ଗୋଟିଏ ଗୋରଲ! ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାର ଛୋଟ ସହର ସିଙ୍ଗଚୁଙ୍ଗର ଅଙ୍କାବଙ୍କା ସଡ଼କରେ ଶାନ୍ତ ଭାବେ ଗାଡ଼ି ଆଗକୁ ନେବା ସମୟରେ ଡକ୍ଟର ଉମେଶ ଶ୍ରୀନିବାସନ ପାଟି କରି କହିଉଠିଲେ।

କିଛି ଦୂରରେ, ଏକ ଛୋଟ ମୋଟା ଧୂସର ରଙ୍ଗର ଛେଳି ଭଳି ପଶୁ ସଡ଼କ ସେପଟେ, ପୂର୍ବ ହିମାଳୟର ଜଙ୍ଗଲ ଏବଂ ପାହାଡ଼ ତଳେ ଦୌଡ଼ି ଦୌଡ଼ି ଯାଉଥାଏ।

‘‘ଆପଣ ଏହାକୁ ପୂର୍ବରୁ କେବେ ଦେଖିନଥିବେ,’’ ଏହି ଆଚମ୍ବିତ ବନ୍ୟଜୀବ ବିଜ୍ଞାନୀ କୁହନ୍ତି ଯିଏକି ୧୩ ବର୍ଷରୁ ଅଧିକ ସମୟ ଧରି ପଶ୍ଚିମ କାମେଙ୍ଗ ଜଙ୍ଗଲରେ କାମ କରି ଆସୁଛନ୍ତି।

ଧୂସର ଗୋରଲ (ନେମୋରହେଡସ୍‌ ଗୋରଲ) ଏକ ବୋଭିଡ୍‌ ପ୍ରଜାତି ଅଟେ ଯାହା ହିମାଳୟ ପାର୍ଶ୍ୱବର୍ତ୍ତୀ ଭୂଟାନ, ଚୀନ, ଉତ୍ତରପୂର୍ବ ଭାରତ, ନେପାଳ ଏବଂ ପାକିସ୍ତାନରେ ଦେଖିବାକୁ ମିଳିଥା’ନ୍ତି। କିନ୍ତୁ ୨୦୦୮ ବେଳକୁ ବାସସ୍ଥାନ ନଷ୍ଟ ହେବା ଏବଂ ଶିକାର କାରଣରୁ ଇଣ୍ଟରନେସନାଲ ୟୁନିଅନ୍‌ ଫର୍‌ ଦ କଞ୍ଜରଭେସନ୍‌ ଅଫ୍‌ ନେଚର୍‌ (ଆଇୟୁସିଏନ) ଦ୍ୱାରା ଏହାକୁ ‘‘ ବିଲୁପ୍ତ ପ୍ରାୟ ’’ ପ୍ରାଣୀ ରୂପରେ ତାଲିକାଭୁକ୍ତ କରାଯାଇଥିଲା।

ଅଧିକ ଜନବସତି ଥିବା ନିମ୍ନବର୍ତ୍ତୀ ହିମାଳୟ ଏବଂ ଉତ୍ତରପୂର୍ବ ଭାରତରେ ବିଶେଷ ଭାବେ ଅସୁରକ୍ଷିତ ଥିବା ଏହି ପ୍ରଜାତି ବିଷୟରେ ଅଧିକ ସୂଚନା ଦେଇ ଉମେଶ କୁହନ୍ତି, ‘‘ସେମାନେ ସର୍ବଦା ଘଞ୍ଚ ଜଙ୍ଗଲ ଭିତରେ ରହୁଥିଲେ, ବାହାରକୁ ଆସିବା ପାଇଁ ଡରୁଥିଲେ।’’

ଗୋରଲକୁ ଠାବ କରିବାର କିଛି ସମୟ ପରେ ସିଙ୍ଗଚୁଙ୍ଗରେ ରହୁଥିବା ଜଣେ ଚାଷୀ ନିମା ସେରିଂ ମୋନପା ଆମକୁ ଚା’ ଦିଅନ୍ତି ଏବଂ ଆଉ ଏକ ପ୍ରାଣୀ ଦେଖିବା ସମ୍ପର୍କରେ ସୂଚନା ଦେଇ କୁହନ୍ତି, ‘‘କିଛି ସପ୍ତାହ ପୂର୍ବରୁ, ମୁଁ ଏଠାରୁ କିଛି ଦୂରରେ ଥିବା ଚାଷ ଜମିରେ ଏକ ଲାଲ ପାଣ୍ଡା (ଆଇଲରସ୍‌ ଫଲଗେନ୍ସ) ଦେଖିଥିଲି।’’ ଚୀନ, ମ୍ୟାଁମାର, ଭୂଟାନ, ନେପାଳ ଓ ଭାରତରେ ଦେଖିବାକୁ ମିଳୁଥିବା ଲାଲ ପାଣ୍ଡା ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ହୋଇଥିବା ବେଳେ ଗତ ତିନି ପିଢ଼ି ହେବ ଏମାନଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଛି ଏବଂ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଏମାନଙ୍କ ସ୍ଥିତି ଆହୁରି ବିପନ୍ନ ହୋଇପଡ଼ିବ ବୋଲି ଆଇୟୁସିଏନ୍‌ ଚେତାବନୀ ଦେଇଛି।

Inside the Singchung Bugun Village Community Reserve(SBVCR) in West Kameng, Arunachal Pradesh.
PHOTO • Binaifer Bharucha
Gorals are listed as Near Threatened by the IUCN due to habitat loss and hunting
PHOTO • A. J. T. Johnsingh

ବାମ : ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗରେ ଥିବା ସିଙ୍ଗଚୁଙ୍ଗ ବୁଗୁନ ଗ୍ରାମ୍ୟ ଗୋଷ୍ଠୀ ଅଭୟାରଣ୍ୟ (ଏସବିଭିସିଆର) ଭିତର ଦୃଶ୍ୟ। ଡାହାଣ : ବାସସ୍ଥଳୀ ହ୍ରାସ ଓ ଶିକାର କାରଣରୁ ଆଇୟୁସିଏନ୍‌ ଦ୍ୱାରା ଗୋରଲମାନଙ୍କୁ ବିଲୁପ୍ତପ୍ରାୟ ପ୍ରାଣୀ ଭାବେ ତାଲିକାଭୁକ୍ତ କରାଯାଇଛି

Singchung is a town in West Kameng district of Arunachal Pradesh, home to the Bugun tribe.
PHOTO • Vishaka George
The critically endangered Bugun Liocichla bird inhabits the 17 sq. km SBVCR forest reserve adjacent to Singchung town
PHOTO • Binaifer Bharucha

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଥିବା ସିଙ୍ଗଚୁଙ୍ଗ (ବାମ) ସହର ବୁଗୁନ ଜନଜାତିଙ୍କ ବାସସ୍ଥାନ। ଡାହାଣ: ସିଙ୍ଗଚୁଙ୍ଗ ସହର ନିକଟବର୍ତ୍ତୀ ଏସବିଭିସିଆର ସଂରକ୍ଷିତ ଜଙ୍ଗଲର କ୍ଷେତ୍ରଫଳ ୧୭ ବର୍ଗ କିମି ହୋଇଥିବା ବେଳେ ଏଠାରେ ଗମ୍ଭୀର ଭାବେ ବିଲୁପ୍ତପ୍ରାୟ ସ୍ଥିତିରେ ଥିବା ବୁଗୁନ ଲୋଇଚିକଲା ପକ୍ଷୀମାନେ ରହିଥା’ନ୍ତି

ସ୍ଥାନୀୟ ଲୋକମାନେ କୁହନ୍ତି, ସିଙ୍ଗଚୁଙ୍ଗ ନିକଟରେ ବନ୍ୟପ୍ରାଣୀ ଦେଖିବାକୁ ମିଳିବା ସଂଯୋଗବଶତଃ ହୋଇନଥାଏ। ସେମାନେ ବିଶ୍ୱାସ କରନ୍ତି ଯେ ୨୦୧୭ରେ ଆରମ୍ଭ ହୋଇଥିବା ନିରନ୍ତର ସଂରକ୍ଷଣ ପ୍ରୟାସ କାରଣରୁ ଏହା ସମ୍ଭବ ହୋଇପାରିଛି। ପୂର୍ବରୁ ଏହା ଏକ ଅବର୍ଗୀକୃତ ଗୋଷ୍ଠୀ ଜଙ୍ଗଲ ଥିଲା। ଅରୁଣାଚଳ ପ୍ରଦେଶ ଜଙ୍ଗଲ ବିଭାଗ ଏଠାରେ ରହୁଥିବା ଆଦିବାସୀ ସମୁଦାୟ ବୁଗୁନମାନଙ୍କ ସହିତ ହାତ ମିଳାଇ ସିଙ୍ଗଚୁଙ୍ଗ ବୁଗୁନ ଗ୍ରାମ୍ୟ ଗୋଷ୍ଠୀ ଅଭୟାରଣ୍ୟ (ଏସବିଭିସିଆର) ଗଠନ କରିଥିଲା।

କେବଳ ସିଙ୍ଗଚୁଙ୍ଗ ଆଖପାଖର ସୀମିତ ସ୍ଥାନରେ ଦେଖିବାକୁ ମିଳୁଥିବା ବିଶ୍ୱର ସବୁଠୁ ଗମ୍ଭୀର ଭାବେ ବିଲୁପ୍ତ ପ୍ରାୟ ପକ୍ଷୀ - ବୁଗୁନ ଲିଓଚିକଲା ( ଲିଓଚିକଲା ବୁଗୁନ ନୋରୁମ୍‌ ) ଠାବ ହେବା ପରେ ଗୋଷ୍ଠୀ ସଂରକ୍ଷିତ ଜଙ୍ଗଲ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା।

ହାଲୁକା ସବୁଜ ରଙ୍ଗର ଏହି ପକ୍ଷୀଠାରେ ଗାଢ଼ କଳା ମୁକୁଟ, ଉଜ୍ଜ୍ୱଳ ହଳଦିଆ ଭ୍ରୂଲତା ଏବଂ ଲାଲ ଟୋପା ହୋଇଥିବା ଡେଣା ରହିଛି ଏବଂ ଏମାନେ ଖୁବ୍‌ କମ୍‌ ଦେଖା ଦେଇଥାନ୍ତି। ଏମାନଙ୍କୁ ୨୦୦୬ରେ ବିଧିବଦ୍ଧ ଭାବେ ପକ୍ଷୀ ମାନ୍ୟତା ମିଳିଥିଲା ଏବଂ ଏଠାକାର ବନାଞ୍ଚଳରେ ରହୁଥିବା ଆଦିବାସୀ ସମୁଦାୟ ବୁଗୁନଙ୍କ ନାମ ଅନୁସାରେ ଏମାନଙ୍କର ନାମକରଣ କରାଯାଇଥିଲା।

‘‘ସାରା ବିଶ୍ୱର ଲୋକମାନେ ଏହି ପକ୍ଷୀ ବିଷୟରେ ଜାଣିଥିଲେ,’’ ସିଙ୍ଗଚୁଙ୍ଗସ୍ଥିତ ନିଜ ବୈଠକ ଘରେ ଥିବା ଥିବା ଶାଲୀନା ଫିନ୍ୟା କୁହନ୍ତି। ତାଙ୍କ ଘର କାନ୍ଥ ଚାରି ପାଖରେ ସ୍ଥାନୀୟ ଅଞ୍ଚଳର ଉଷ୍ମମଣ୍ଡଳୀୟ ପାର୍ବତ୍ୟ (ପାହାଡ଼ିଆ) ଜଙ୍ଗଲର ଫଟୋସବୁ ଟଙ୍ଗା ହୋଇରହିଛି।

ଫିନ୍ୟା କୁହନ୍ତି, ପାଞ୍ଚ ବର୍ଷ ପୂର୍ବରୁ ସେ ବୁଗୁନ ଲିଓଚିକଲାର ଉପସ୍ଥିତି ସମ୍ପର୍କରେ କିଛି ଜାଣିନଥିଲେ। ହେଲେ ଆଜି ୨୪ ବର୍ଷୀୟା ଫିନ୍ୟା ସିଙ୍ଗଚୁଙ୍ଗ ବୁଗୁନ୍‌ ଗ୍ରାମ୍ୟ ଅଭୟାରଣ୍ୟ (ଏସବିଭିସିଆର)ର ପ୍ରଥମ ମହିଳା ନିରୀକ୍ଷଣ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ପୂର୍ବ ହିମାଳୟର ଏହି ଜଙ୍ଗଲଗୁଡ଼ିକର ଚିତ୍ର ଉତ୍ତୋଳନ କରୁଥିବା ଜଣେ ଚଳଚ୍ଚିତ୍ର ନିର୍ମାତା।

୨୦୧୭ରେ ସିଙ୍ଗଚୁଙ୍ଗ ବୁଗୁନ୍‌ ଗ୍ରାମ୍ୟ ଗୋଷ୍ଠୀ ଅଭୟାରଣ୍ୟ ଗଠନ ପାଇଁ ପ୍ରୟାସ ଆରମ୍ଭ ହେବା ସହିତ ନିରନ୍ତର ଜଙ୍ଗଲ ସଂରକ୍ଷଣ ଉଦ୍ୟମ କାରଣରୁ ଏବେ ଏହି ଦୁର୍ଲଭ ପ୍ରଜାତି ଅଧିକ ମାତ୍ରାରେ ଦେଖିବାକୁ ମିଳୁଛନ୍ତି

ବିରଳ ବୁଗୁନ ଲିଓଚିକଲା ଥିବା ଏହି ଭିଡିଓ ଦେଖନ୍ତୁ

ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ମାଲିକାନା ଭାବନା ସୃଷ୍ଟି କରିବା ସୁନିଶ୍ଚିତ କରାଯାଇଥିଲା। ୧୯୯୬ରେ ପ୍ରଥମେ ଏହି ପକ୍ଷୀକୁ ଠାବ କରିଥିବା ବ୍ୟକ୍ତି ରମନା ଆତ୍ରେୟ କୁହନ୍ତି, ‘‘ଏସବିଭିସିଆରର ଉଦ୍ଦେଶ୍ୟ ହେଉଛି ଏହାର ନିଜସ୍ୱ ଜୈବ ବିବିଧତାର ସଂରକ୍ଷଣ କରିବା ଏବଂ ସ୍ଥାନୀୟ ସମ୍ପ୍ରଦାୟ କିଭଳି ଜୀବନ ନିର୍ବାହ କରିବାକୁ ଚାହୁଁଛନ୍ତି ସେଥିପାଇଁ ନିଜ ମହତ୍ୱାକାଂକ୍ଷା ଅନୁଯାୟୀ ଏହି କ୍ଷେତ୍ରକୁ ଉପଯୋଗ କରିବାରେ ସେମାନଙ୍କୁ ସହାୟତା କରିବା” ।

ସଂରକ୍ଷଣ ପ୍ରୟାସରେ ସ୍ଥାନୀୟ ଲୋକମାନଙ୍କୁ ସାମିଲ କରିବା ଏବଂ ଏହି ଛୋଟ ପକ୍ଷୀ ପ୍ରଜାତି ପାଇଁ ସେମାନଙ୍କ ମନରେ ଆପଣାର ଭାବନା ସୃଷ୍ଟି କରିବା ଲାଗି ସେ ବୁଗୁନ ଆଦିବାସୀଙ୍କ ନାମାନୁସାରେ ଏହାର ନାମକରଣ କରିବାକୁ ପ୍ରସ୍ତାବ ଦେଇଥିଲେ। ଫଳରେ ଏହି ଜଙ୍ଗଲ ଏବେ ଏକ ସଂରକ୍ଷିତ କ୍ଷେତ୍ରରେ ପରିଣତ ହୋଇପାରିଛି।

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଥିବା ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟର ନିମ୍ନ ଭାଗରେ ଥିବା ଏସବିଭିସିଆର ଭାରତର ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅଧୀନରେ ପ୍ରତିଷ୍ଠା କରାଯାଇଛି। ନିଜର ପାଞ୍ଚ ବର୍ଷର ଅସ୍ତିତ୍ୱ କାଳରେ, ୧୭ ବର୍ଗ କିଲୋମିଟର ଗୋଷ୍ଠୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଗୋଷ୍ଠୀ ସଂରକ୍ଷଣ କ୍ଷେତ୍ରରେ ନୂଆ ମାନକ ପ୍ରତିଷ୍ଠା କରିଛି।

ବୁଗୁନ ପ୍ରଜାତିର ଫିନ୍ୟାଙ୍କ ଭଳି ସ୍ଥାନୀୟ ଲୋକମାନେ ଏସବୁ ଜଙ୍ଗଲ ଏବଂ ସେଥିରେ ରହୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଅନ୍ୟ ୧୦ ଜଣ ବନ ଅଧିକାରୀଙ୍କ ସହିତ ମିଶି ଫିନ୍ୟା ସ୍ଥାନୀୟ ଜଙ୍ଗଲ ଜଗିବା ସହିତ ଶିକାରୀମାନଙ୍କ ଉପରେ ନଜର ରଖିଥାନ୍ତି।

ଏସବିଭିସିଆରରେ ଆଉ ଜଣେ ପାଟ୍ରୋଲିଂ ଅଧିକାରୀ ଲେକି ନୋର୍ବୁ ଗଛ କାଟିବା, ଶିକାର କରିବା ଓ ଜାଲ ବିଛାଇବା ଭଳି ବେଆଇନ ଗତିବିଧି ଉପରେ ନଜର ରଖିଥାନ୍ତି। ‘‘ଗଛ କାଟିବା ଓ ଶିକାର କରିବା ପାଇଁ ୧,୦୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଜୋରିମାନା ଲାଗୁ ହୋଇପାରେ,’’ ଏହି ୩୩ ବର୍ଷ ବୟସ୍କ ବୁଗୁନ ଆଦିବାସୀ କୁହନ୍ତି।

Shaleena Phinya, the first woman patrolling officer at the SBVCR, in her living room in Singchung.
PHOTO • Binaifer Bharucha
Leki Norbu and his family outside his home in Singchung. Behind them are paintings of the Bugun Liochicla (left) and another passerine, the Sultan Tit (right)
PHOTO • Binaifer Bharucha

ବାମ : ଏସବିଭିସିଆରର ପ୍ରଥମ ମହିଳା ପାଟ୍ରୋଲିଂ ଅଧିକାରିଣୀ ଶାଲିନା ଫିନ୍ୟା ସିଙ୍ଗଚୁଙ୍ଗରେ ଥିବା ତାଙ୍କ ବୈଠକ ଘରେ ଅଛନ୍ତି। ଡାହାଣ :ସିଙ୍ଗଚୁଙ୍ଗରେ ଥିବା ନିଜ ଘରେ ଲେକି ନୋର୍ବୁ ଏବଂ ତାଙ୍କ ପରିବାର। ସେମାନଙ୍କ ପଛରେ ବୁଗୁନ ଲିଓଚିକଲା (ବାମ) ଏବଂ ଆଉ ଏକ ପକ୍ଷୀ ସୁଲତାନ ଟିଟ୍‌ (ଡାହାଣ)ର ଫଟୋଚିତ୍ର ରହିଛି

Patrolling officers seen here with District Forest Officer Milo Tasser (centre) who played a crucial role in establishing the community forest reserve.
PHOTO • Courtesy: SBVCR
Ramana Athreya, the man who discovered the Bugun Liocichla and named it after the community with whom it shares these forests
PHOTO • Courtesy: Ramana Athreya

ବାମ : ଏଠାରେ ଥିବା ପାଟ୍ରୋଲିଂ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଗୋଷ୍ଠୀ ସଂରକ୍ଷିତ ଜଙ୍ଗଲ ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଜିଲ୍ଲା ବନ ଅଧିକାରୀ ମିଲୋ ତାସିର (ମଝି)। ଡାହାଣ : ବୁଗୁନ ଲିଓଚିକଲାକୁ ଆବିଷ୍କାର କରିଥିବା ଏବଂ ସ୍ଥାନୀୟ ଜଙ୍ଗଲ ବାସିନ୍ଦାଙ୍କ  ନାଁ ଅନୁସାରେ ଏହାର ନାମକରଣ କରିଥିବା ବ୍ୟକ୍ତି ରମନା ଆତ୍ରେୟ

କୌଣସି ମାନବୀୟ ଗତିବିଧି ନଥିବା କାରଣରୁ, ପ୍ରାଣୀମାନେ ଘଞ୍ଚ ଜଙ୍ଗଲରୁ ବାହାରକୁ ଆସି ଏସବିଭିସିଆରରେ ଖାଦ୍ୟ ସନ୍ଧାନରେ ଘୂରି ବୁଲିଥାନ୍ତି। ଗୌର ବାଇସନ (ଗୟଳ) ସବୁଠୁ ବଡ଼ ଗୋଜାତୀୟ ପ୍ରାଣୀ ଏବଂ ଏହାକୁ ଏକ ଆପଦଗ୍ରସ୍ତ ପ୍ରାଣୀ ଭାବେ ତାଲିକାଭୁକ୍ତ କରାଯାଇଛି, କିନ୍ତୁ ଏସବିଭିସିଆରରେ, ‘‘ ନମ୍ବର ଥୋ ଜ୍ୟାଦା ହୁଆ ଜୈସା ହୈ। ପେହଲେ ସେ ଆତାଥା, ପର୍‌ ଜ୍ୟାଦା ନମ୍ବର ମେଁ ହି ଆତା ହୈ ସିଙ୍ଗଲ ହି ଆତାଥା (ଏବେ ଆମେ ଜଙ୍ଗଲରେ ଅଧିକମାତ୍ରାରେ ଏମାନଙ୍କୁ ଦେଖୁଛୁ। ପୂର୍ବରୁ ଆମେ କେବଳ ଗୋଟିଏ ଲେଖାଏଁ ପ୍ରାଣୀଙ୍କୁ ଦେଖୁଥିଲୁ, କିନ୍ତୁ ଏବେ ସେମାନେ ଦଳବଳ ହୋଇ ଆସୁଛନ୍ତି),’’ ଲେକି କୁହନ୍ତି।

ଅନ୍ୟ ପ୍ରାଣୀମାନେ ମଧ୍ୟ ଦଳବଳ ହୋଇ ଦେଖାଯାଉଛନ୍ତି। ‘‘ଗତ ୩-୪ ବର୍ଷ ମଧ୍ୟରେ ଏସବିଭିସିଆରରେ ଢୋଲେ - ଜଙ୍ଗଲୀ କୁକୁର (କୁଓନ ଆଲପିନସ୍‌)ଙ୍କ ଗତିବିଧି ମଧ୍ୟ ବଢ଼ିଛି,’’ ସିଙ୍ଗଚୁଙ୍ଗ ନିବାସୀ ଏବଂ ବୁଗୁନ ସମ୍ପ୍ରଦାୟର ସଦସ୍ୟ ତଥା ଏସବିଭିସିଆର କମିଟିର ଅଧ୍ୟକ୍ଷ ଖାଣ୍ଡୁ ଗ୍ଲୋ କୁହନ୍ତି।

ଏହି ଅଭୟାରଣ୍ୟ ସିଙ୍ଗଚୁଙ୍ଗ ସହର ଏବଂ ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଏକ ବଫର୍‌ ରୂପରେ କାର୍ଯ୍ୟ କରିଥାଏ ଯାହାକି ଧୂସର କଲରାପତରିଆ ବାଘ, କୃଷ୍ଣାଶ୍ମୀ ବିଲେଇ, ଏସୀୟ ସୁନେଲୀ ବିଲେଇ ଏବଂ କଲରାପତରିଆ ବିଲେଇ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ବାସସ୍ଥଳୀ। ଲୁପ୍ତପ୍ରାୟ କ୍ୟାପଡ୍‌ ଲଙ୍ଗୁର (ଏକ ମାଙ୍କଡ଼ ପ୍ରଜାତି), ଗୋରଲ, ଲାଲ ପାଣ୍ଡା, ଏସୀୟ କଳା ଭାଲୁ ଏବଂ ଅତି ଆପଦଗ୍ରସ୍ତ ଅରୁଣାଚଳୀ ମାଙ୍କଡ଼ ଏବଂ ବନ୍ୟ ଗୟଳ ମଧ୍ୟ ଏହି ଜଙ୍ଗଲରେ ରହିଥାନ୍ତି। ପୃଥିବୀର ଏକମାତ୍ର ସ୍ଥାନ ଭାବେ ୩,୨୫୦ ମିଟର ଉଚ୍ଚତାରେ ଥିବା ଇଗଲନେଷ୍ଟ ଅଭୟାରଣ୍ୟରେ ହାତୀ ଦେଖିବାକୁ ମିଳନ୍ତି।

କିନ୍ତୁ ଏହି ପକ୍ଷୀମାନେ ହିଁ ସାରା ବିଶ୍ୱରୁ ପର୍ଯ୍ୟଟକମାନଙ୍କୁ ଟାଣି ଆଣିଥାନ୍ତି। ଇଗଲନେଷ୍ଟ ହେଉଛି ୬୦୦ରୁ ଅଧିକ ପକ୍ଷୀ ପ୍ରଜାତିର ବାସସ୍ଥାନ, ଏମାନଙ୍କ ମଧ୍ୟରେ ବିରଳ ପ୍ରଜାତି ଯଥା ( ବିଲୁପ୍ତ ହେବା ସ୍ଥିତିରେ ଥିବା ) ଷ୍କାର୍ଲେଟ-ବେଲିଡ୍‌ ୱାର୍ଡସ୍‌ ଟ୍ରୋଗୋନ, ( ବିଲୁପ୍ତ ପ୍ରାୟ ) ବଡ଼ ଫେଜାଣ୍ଟ ଭଳି ବ୍ଲିଥ୍‌ ଟ୍ରାଗୋପ୍ୟାନ୍‌ ଏବଂ ( ବିଲୁପ୍ତ ପ୍ରାୟ ) ରେଶମୀ ନୀଳ-ଧୂସର ସୁନ୍ଦର ନ୍ୟୁଥାଚ୍‌ ରହିଛନ୍ତି।

ଏବେ ଇଗଲନେଷ୍ଟ ସହିତ ସିଙ୍ଗଚୁଙ୍ଗ ମଧ୍ୟ ପକ୍ଷୀପ୍ରେମୀଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳୀ ପାଲଟିଛି। ଗମ୍ଭୀର ଭାବେ ଲୁପ୍ତପ୍ରାୟ ବୁଗୁନ ଲିଓଚିକଲାର ମନ୍ତ୍ରମୁଗ୍ଧ କରି ଦେଉଥିବା କଳରବ ଶୁଣିବା ପାଇଁ ପର୍ଯ୍ୟଟକ ଏହି ସ୍ଥାନକୁ ଆସିଥାନ୍ତି। ସାରା ବିଶ୍ୱରେ ମାତ୍ର ୧୪-୨୦ ପ୍ରଜନନକ୍ଷମ ବୟସ୍କ ଜୀବିତ ଥିବାରୁ, ପକ୍ଷୀପ୍ରେମୀମାନେ ଏହି ମାୟାମୀ ପକ୍ଷୀର ଗୋଟିଏ ଝଲକ ପାଇବା ପାଇଁ ନିଜକୁ ଭାଗ୍ୟଶାଳୀ ମନେ କରିଥାନ୍ତି।

The scarlet-bellied Ward's trogon found in Eaglenest, a wildlife sanctuary in the eastern Himalayas
PHOTO • Micah Rai
The large pheasant-like Blyth's Tragopan found in Eaglenest, a wildlife sanctuary in the eastern Himalayas
PHOTO • Micah Rai

ପୂର୍ବ ହିମାଳୟରେ ଥିବା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ଇଗଲନେଷ୍ଟରେ ଷ୍କାର୍ଲେଟ-ବେଲିଡ୍ ୱାର୍ଡସ୍ ଟ୍ରୋଗୋନ (ବାମ) ଏବଂ ବଡ଼ ଫେଜାଣ୍ଟ ଭଳି ବ୍ଲିଥ୍ ଟ୍ରାଗୋପ୍ୟାନ୍ ପକ୍ଷୀ ଦେଖାଯାଆନ୍ତି

Only between 14-20 breeding Bugun Liocichla adults are estimated to be alive in these forests
PHOTO • Micah Rai
Birders at the SBVCR hoping to catch a glimpse of the bird
PHOTO • Binaifer Bharucha

ଏହି ଜଙ୍ଗଲରେ ମାତ୍ର ୧୪-୨୦ଟି ପ୍ରଜନନ କ୍ଷମ ବୁଗୁନ ଲିଓଚିକଲା ବୟସ୍କ ପକ୍ଷୀ ଜୀବିତ ଥିବା ଅନୁମାନ କରାଯାଏ (ବାମ) : ଏହି ପକ୍ଷୀର ଏକ ଝଲକ ପାଇବା ପାଇଁ ଏସବିଭିସିଆରରେ ପକ୍ଷୀପ୍ରେମୀ ଉପସ୍ଥିତ (ଡାହାଣ)

ବୁଗୁନ ଲିଓଚିକଲାଗୁଡ଼ିକ ସାଧାରଣତଃ ଯୋଡ଼ି କିମ୍ବା ଛୋଟ ଦଳରେ ଦେଖିବାକୁ ମିଳନ୍ତି। ଏହା ସେମାନଙ୍କ ଏକମାତ୍ର ଘର - ପୂର୍ବ ହିମାଳୟର ନିମ୍ନ ସ୍ତର ଘଞ୍ଚ ଜଙ୍ଗଲ (ସମୁଦ୍ର ପତନ ଠାରୁ ୨,୦୬୦-୨୩୪୦ ମିଟର ଉଚ୍ଚତାରେ) ରେ।

‘‘ଇଗଲନେଷ୍ଟ, ନାମଦାଫା ଜାତୀୟ ଉଦ୍ୟାନ (ଅରୁଣାଚଳ ପ୍ରଦେଶରେ) ଏବଂ ଆସାମରେ ଅନେକ ପ୍ରକାର ପକ୍ଷୀ ଦେଖିବାକୁ ମିଳନ୍ତି, କିନ୍ତୁ ଲିଓଚିକଲା କେବଳ ଏଠାରେ ସିଙ୍ଗଚୁଙ୍ଗରେ ଦେଖାଯାଆନ୍ତି। ଏହି ପକ୍ଷୀ ଏଠାରେ ନଥିଲେ ଲୋକମାନେ ଆସନ୍ତେ ନାହିଁ,’’ ପରିବେଶ ଅନୁକୂଳ ଶିବିର ଲାମା କ୍ୟାମ୍ପ ପରିଚାଳନା କରୁଥିବା ଇଣ୍ଡି ଗ୍ଲୋ କୁହନ୍ତି। ‘‘ସେମାନେ ଏହି ପକ୍ଷୀକୁ ଦେଖିନପାରିଲେ, ଅଧିକ ଗୋଟିଏ ରାତି ଏଠାରେ ରୁହନ୍ତି,’’ ଗ୍ଲୋ କହିଥାନ୍ତି।

ଏଠାକୁ ଆସିଥିବା ଶତାଧିକ ପର୍ଯ୍ୟଟକଙ୍କ ପାଇଁ ସ୍ଥାନୀୟ ଲୋକମାନଙ୍କୁ ପର୍ଯ୍ୟଟନରୁ ଲାଭ ମିମଳିଥାଏ। ଗ୍ଲୋ କୁହନ୍ତି, ‘‘ଆଜି ସିଙ୍ଗଚୁଙ୍ଗକୁ ପ୍ରତିବର୍ଷ ୩୦୦ରୁ ୪୦୦ ପର୍ଯ୍ୟଟକ ଆସିଥାନ୍ତି ଏବଂ ଏହି ସଂଖ୍ୟା ଲଗାତାର ବଢ଼ୁଛି।’’ ବର୍ଷା ଋତୁର ଠିକ୍‌ ପୂର୍ବରୁ ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି।

ଅର୍ଥ ପଇଠ କରୁଥିବା ପର୍ଯ୍ୟଟକମାନେ ପହଞ୍ଚିବା ସହାୟକ ହୋଇଥାଏ ବୋଲି ଆତ୍ରେୟ କୁହନ୍ତି ଏବଂ ପରିହାସ କରି ସେ କୁହନ୍ତି, ‘‘ଏଠି ଟଙ୍କା ଦରକାର। କେବଳ ଦରମା ଦେବା (ସଂରକ୍ଷଣ ପ୍ରୟାସ ପାଇଁ) ବାର୍ଷିକ ୧୫ ଲକ୍ଷ ଟଙ୍କା ଆବଶ୍ୟକ।’’ ବୃତ୍ତିରେ ଜଣେ ରେଡିଓ ଜ୍ୟୋତିର୍ବିଜ୍ଞାନୀ ହୋଇଥିବା ଆତ୍ରେୟ ଅରୁଣାଚଳ ପ୍ରଦେଶରେ ସଂରକ୍ଷଣ ପ୍ରୟାସରେ ଲଗାତାର ସମ୍ପୃକ୍ତ ଥାଆନ୍ତି ଏବଂ ପ୍ରଶଂସା କରି କୁହନ୍ତି, ‘‘ବୁଗୁନ୍‌ମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ଏହାକୁ ଆଗେଇ ନେଉଛନ୍ତି। ମୁଁ ଯାହା ଭାବିଥିଲି ସେମାନେ ତା’ଠାରୁ ଅଧିକ କରିପାରିଛନ୍ତି।’’

ଆଜି ଏହି ସମ୍ପ୍ରଦାୟର ଲୋକମାନେ ପରିବେଶ ଅନୁକୂଳ ପର୍ଯ୍ୟଟନ ଶିବିର, ନିୟମିତ ପାଟ୍ରୋଲିଂ ଏବଂ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛନ୍ତି। ୨୦୧୩ ରିପୋର୍ଟ ଅନୁଯାୟୀ ବୁଗୁନମାନେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ ହୋଇଛନ୍ତି ଏବଂ ସେମାନଙ୍କ ସଂଖ୍ୟା ୧୪୩୨ ବୋଲି କୁହାଯାଉଥିଲେ ବି ସେମାନେ ଏହା ଠାରୁ ଅତିକମରେ ଦୁଇ ଗୁଣ ବୋଲି ସମ୍ପ୍ରଦାୟର ଲୋକମାନେ ଦାବି କରିଥାନ୍ତି।

Indie Glow runs Lama Camp, an eco-friendly site for birders seeking the elusive Bugun Liocichla and other wildlife .
PHOTO • Binaifer Bharucha
The walls of Lama Camp adorned with posters of the famed bird
PHOTO • Binaifer Bharucha

ବାମ : ଇଣ୍ଡି ଗ୍ଲୋ ଲାମା ଲାମା ଶିବିର ପରିଚାଳନା କରିଥାନ୍ତି, ଯାହାକି ମାୟାବୀ ବୁଗୁନ ଲିୟୋସିଚଲା ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ସନ୍ଧାନରେ ଆସୁଥିବା ପକ୍ଷୀପ୍ରେମୀଙ୍କ ପାଇଁ ଏକ ପରିବେଶ ଅନୁକୂଳ ସ୍ଥାନ ଅଟେ। ଡାହାଣ : ଲାମା ଶିବିର କାନ୍ଥରେ ପ୍ରସିଦ୍ଧ ପକ୍ଷୀଙ୍କ ପୋଷ୍ଟର ସଜା ହୋଇଛି

The view of the SBVCR from Lama camp. The Bugun Liocichla is found only within a 2 sq km radius within this 17 sq km protected reserve
PHOTO • Binaifer Bharucha

ଲାମା ଶିବିରରୁ ଏସବିଭିସିଆରର ଦୃଶ୍ୟ। ୧୭ ବର୍ଗ କିଲୋମିଟର ପରିଧିରେ ବ୍ୟାପି ରହିଥିବା ଏହି ସଂରକ୍ଷିତ ଅଭୟାରଣ୍ୟର ମାତ୍ର ୨ କିଲୋମିଟର ପରିଧି ମଧ୍ୟରେ ବୁଗୁନ ଲିଓଚିକଲା ଦେଖିବାକୁ ମିଳନ୍ତି

ଫିନ୍ୟାଙ୍କ ଭଳି ସ୍ଥାନୀୟ ଲୋକମାନେ ପଶ୍ଚିମ କାମେଙ୍ଗ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲର ମହତ୍ୱ ଏବଂ ସେଗୁଡ଼ିକର ଜୈବ ବିବିଧତା ବିଷୟରେ ଶିକ୍ଷିତ କରିବା ପାଇଁ ‘ବନ୍ୟପ୍ରାଣୀ ସପ୍ତାହ’ରେ ଅଂଶଗ୍ରହଣ କରୁଛନ୍ତି। ଏହା ତାଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ କାରଣ ସେ ପିଲାଦିନେ ଯାହା ଦେଖିଥିଲେ, ‘‘ମୁଁ ନିଜ ସାଥୀମାନଙ୍କୁ ଜଙ୍ଗଲକୁ ଯିବା, ଛୋଟ ପକ୍ଷୀମାନଙ୍କୁ ମାରି ଖାଉଥିବା ଦେଖୁଥିଲି। ଏହାକୁ ଦେଖି ମୁଁ ଚିନ୍ତିତ ହୋଇଯାଇଥିଲି ଏବଂ ସେମାନଙ୍କୁ ପଚାରିଥିଲି, ‘ଯେତେବେଳେ ଆପଣ ଖାଇବା ପାଇଁ ପାଳୁଥିବା କୁକୁଡ଼ା ଭଳି ପକ୍ଷୀଙ୍କୁ ମାରି ଖାଇପାରିବେ, ତା’ହେଲେ ବନ୍ୟପ୍ରାଣୀଙ୍କୁ କାହିଁକି ସମସ୍ୟାରେ ପକାଉଛନ୍ତି?’’

ତାଙ୍କର ସହଯୋଗୀ ନୋର୍ବୁ କୁହନ୍ତି: ‘‘ଆମେ ପାଠପଢ଼ାରେ ଏତେ ଆଗ୍ରହୀ ନଥିଲୁ। ଆମେ ଦଳବଳ ହୋଇ ଜଙ୍ଗଲ ଭିତରକୁ ଯାଉଥିଲୁ ଏବଂ ବେଳେବେଳେ ଶିକାର କରି ଆଣିଥିବା - ଭୁକୁଥିବା ହରିଣ, କାଲିଜ ଫେଜାଣ୍ଟ, ଜଙ୍ଗଲୀ ଭାଲୁ ଧରି ଫେରୁଥିଲୁ।’’ ସେତେବେଳେ ପାଠପଢ଼ାକୁ ପ୍ରାଥମିକତା ନଦେଇ ଶିକାର ଅଭ୍ୟାସ କରିଥିବା ସେ କୁହନ୍ତି। ଏଠାରେ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ବେଆଇନ କାର୍ଯ୍ୟକଳାପ ପ୍ରତି ସତର୍କ ଦୃଷ୍ଟି ରଖୁଥିବା ନୋର୍ବୁ କୁହନ୍ତି, ‘‘ବେଳେବେଳେ ଶିକାର ପାଇଁ ଏହା କରାଯାଉଥିଲା, ଆଉ କେତେବେଳେ ଲୋକମାନେ ଏହାକୁ ସ୍ୱାଭାବିକ କାମ ଭାବେ କରୁଥିଲେ।’’

ଅଭୟାରଣ୍ୟ ପଛରେ ପ୍ରେରଣା ଶକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ ପୂର୍ବତନ ବନ ଅଧିକାରୀ ମିଲୋ ତାସର। ସେ ଆଠ ବର୍ଷ ପର୍ଯ୍ୟନ୍ତ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ବନ୍ୟ ଅଧିକାରୀ (ଡିଏଫଓ) ଭାବେ କାମ କରିଛନ୍ତି। ଏବେ ଜିରୋ ଉପତ୍ୟାଗରେ ଡିଏଫଓ ଥିବା ତାସର କୁହନ୍ତି, ‘‘ସ୍ଥାନୀୟ ଲୋକଙ୍କୁ ସାମିଲ କରିନଥିଲେ ଏସବିଭିସିଆର ଗଠନ କରିବା ସମ୍ଭବ ହୋଇନଥା’ନ୍ତା। ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା କିନ୍ତୁ ସ୍ଥାନୀୟ ଲୋକଙ୍କୁ ସାମିଲ କରିନଥିଲେ ଏସବିଭିସିଆର ପ୍ରତିଷ୍ଠା କରିବା ସମ୍ଭବପର ହୋଇନଥାନ୍ତା,’’ ସେ ଜୋର ଦେଇ କହିଥିଲେ।

ଅଧିକାଂଶ ପରିବାରରେ ଅତିକମରେ ଜଣେ ସଦସ୍ୟ ରୋଷେୟା, ଜଙ୍ଗଲ କର୍ମଚାରୀ, ଡ୍ରାଇଭର ଏବଂ ଅନ୍ୟ ସେବା କର୍ମଚାରୀମାନେ ନିଯୁକ୍ତି ପାଇଇଛନ୍ତି। ଛାମୁଆ କର୍ମଚାରୀମାନଙ୍କୁ ରାଜ୍ୟ ଅନୁଦାନରୁ ବେତନ ମିଳିବାରେ ପ୍ରାୟତଃ ବିଳମ୍ବ ହୋଇଥାଏ ତେଣୁ ପର୍ଯ୍ୟଟନରୁ ରୋଜଗାର ଅତି ଆବଶ୍ୟକ ହୋଇଥାଏ।

ତେବେ ବୁଗୁନମାନେ ସେମାନଙ୍କ ସହରର ରୂପାନ୍ତର ପାଇଁ ଏହି ଛୋଟ ପକ୍ଷୀଙ୍କୁ ଶ୍ରେୟ ଦେଇଥାନ୍ତି। ‘‘ଯଦି ଲୋଇଚିକଲା ନଥା’ନ୍ତା ତା’ହେଲେ ସିଙ୍ଗଚୁଙ୍ଗରେ ଏଭଳି ପରିବର୍ତ୍ତନ ଆସିପାରିନଥା’ନ୍ତା,’’ ଗ୍ଲୋ କୁହନ୍ତି।

The entry point of the SBVCR. The fee to enter this reserve is Rs. 300
PHOTO • Binaifer Bharucha
The entry point of the SBVCR. The fee to enter this reserve is Rs. 300
PHOTO • Binaifer Bharucha

ଏସବିଭିସିଆରର ପ୍ରବେଶ ପଥ। ଅଭୟାରଣ୍ୟକୁ ପ୍ରବେଶ କରିବା ଲାଗି ଶୁଳ୍କ ମାତ୍ର ୩୦୦ ଟଙ୍କା

*****

ଏହି ପକ୍ଷୀ ନାମର ଅଧାଭାଗ ସ୍ଥାନୀୟ ସମୁଦାୟର ନାମ ଅନୁସାରେ ହୋଇଥିବା ବେଳେ, ‘‘ଏହା ନାମର ଅନ୍ୟ ଅଧା ଭାଗ, ଲିଓଚିକଲା, ମୁଖ୍ୟତଃ ପ୍ରଣୟ ଭାଷାରେ ଏକ କୋମଳ ପକ୍ଷୀକୁ ବୁଝାଇଥାଏ,’’ ଉମେଶ ସ୍ପଷ୍ଟ କରିଥାନ୍ତି। ଆମେ ଯେତେବେଳେ ଏସବିଭିସିଆରରେ ବୁଲିଥିଲୁ, ଘଞ୍ଚ ସବୁଜ ପାର୍ବତ୍ୟାଞ୍ଚଳ ଓ ଉପତ୍ୟାକା ମଧ୍ୟରେ ନିରବତାକୁ ଅନୁଭବ କରିପାରୁଥିଲୁ, ଏହି ନିରବତା କେବଳ ପକ୍ଷୀଙ୍କ କଳରବ ସହିତ ଭାଙ୍ଗୁଥିଲା।

ଏହି ଭୂସ୍ୱର୍ଗରେ କିଛି ସମସ୍ୟା ରହିଛି ବୋଲି ଆମେ ଜାଣିପାରିଥିଲୁ।

ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପକ୍ଷୀ ବିଜ୍ଞାନୀ ଶ୍ରୀନିବାସନଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ତାପମାତ୍ରା ବୃଦ୍ଧି କାରଣରୁ ଧଳା ଲାଞ୍ଜ ଥିବା ରବିନ୍‌ ଓ କମନ୍‌ ଗ୍ରୀନ୍‌ ମ୍ୟାଗ୍‌ପାଇ ଭଳି ଛୋଟ ପକ୍ଷୀ ଅଧିକ ଉଚ୍ଚସ୍ଥାନକୁ ଯାଉଛନ୍ତି ଯାହାଫଳରେ ସେମାନେ ଗରମ ଠାରୁ ସୁରକ୍ଷିତ ରହିପାରିବେ।

ସେ କୁହନ୍ତି, ‘‘ଏହି ପ୍ରସିଦ୍ଧ ପକ୍ଷୀ(ଏବେ) ସମୁଦ୍ର ପତନ  ଠାରୁ ଉପରେ (ଏଏସଏଲ) ଠାରୁ ୨,୦୦୦-୨,୩୦୦ ମିଟର ମଧ୍ୟରେ ୨ ବର୍ଗ କିଲୋମିଟର ଅଞ୍ଚଳରେ ଦେଖିବାକୁ ମିଳନ୍ତି,’’ ସେ କୁହନ୍ତି। ‘‘କିନ୍ତୁ ଲୋଇଚିକଲା ଉଡ଼ି ବୁଲିଥାଏ। ଯେତେବେଳେ ଏହା ଉଡ଼ିଥାଏ, ଉପର ଆଡ଼କୁ ଯାଇଥାଏ।’’ ଏହାକୁ ଦୃଷ୍ଟିରେ ରଖି ଏକ ବଡ଼ ଉଚ୍ଚା ପରିଧିକୁ ସାମିଲ କରି ଗୋଷ୍ଠୀ ଅଭୟାରଣ୍ୟ ନିର୍ମାଣ କରିବା ପାଇଁ ପରିକଳ୍ପନା କରାଯାଇଥିଲା। ‘‘ଏସବିଭିସିଆରର ଉଚ୍ଚତା ୧,୩୦୦ରୁ ୩,୩୦୦ ମିଟର ମଧ୍ୟରେ ହେବ, ଏଥିରେ ଉପରିସ୍ତ ଭାଗ ପାହାଡ଼କୁ ସାମିଲ କରାଯାଇଛି,’’ ଶ୍ରୀନିବାସନ କୁହନ୍ତି। ଗରମ ମୁକାବିଲା କରିବା ଲାଗି ପକ୍ଷୀମାନେ କିଭଳି ଉପର ଆଡ଼କୁ ଉଡ଼ନ୍ତି ସେ ବିଷୟରେ ଅଧିକ ପଢ଼ିବା ଲାଗି ଅରୁଣାଚଳର ପକ୍ଷୀ : ବିପଦରେ କଳରବ ପଢ଼ନ୍ତୁ।

Srinivasan in Eaglenest measuring the tarsus of a bird. The scientist's work indicates birds in this hotspot are moving their ranges higher to beat the heat.
PHOTO • Binaifer Bharucha
Sang Norbu Sarai was one of the Singchung residents who opposed the SBVCR initially, fearing the Buguns would lose touch with the forest
PHOTO • Binaifer Bharucha

ଫଟୋ. ଶ୍ରୀନିବାସନ (ବାମ) ଏକ ପକ୍ଷୀର ପଞ୍ଝା ମାପୁଛନ୍ତି। ଏହି ବୈଜ୍ଞାନିକଙ୍କ ଗବେଷଣାରୁ ସଙ୍କେତ ମିଳିଛି ଯେ ଏହି ହଟସ୍ପଟ୍‌ରେ ପକ୍ଷୀମାନେ ଗରମରୁ ରକ୍ଷା ପାଇବା ପାଇଁ ନିଜ ସୀମା ଠାରୁ ଆହୁରି ଉପରକୁ ଯାଉଛନ୍ତି। ସାଙ୍ଗ ନୋରବୁ ସରାୟ (ଡାହାଣ) ସିଙ୍ଗଚୁଙ୍ଗ ନିବାସୀମାନଙ୍କ ମଧ୍ୟରୁ ଅନ୍ୟତମ ଯିଏକି ଏସବିଭିସିଆରକୁ ବିରୋଧ କରିଥିଲେ, ଜଙ୍ଗଲ ଠାରୁ ବୁଗୁନମାନଙ୍କ ସମ୍ପର୍କ ବିଚ୍ଛିନ୍ନ ହୋଇଯିବ ବୋଲି ସେ ଆଶଙ୍କା କରୁଥିଲେ

The SBVCR is regularly patrolled by forest officers who watch out for hunters, poaching and logging activities
PHOTO • Binaifer Bharucha

ଏଭିଭିସିଆରରେ ଜଙ୍ଗଲ ଅଧିକାରୀମାନେ ନିୟମିତ ପାଟ୍ରୋଲିଂ କରିଥାନ୍ତି ଯେଉଁମାନେ ଶିକାରୀ, ଶିକାର ଓ କାଠ କଟା ଗତିବିଧି ଉପରେ ନଜର ରଖିଥାନ୍ତି

କିନ୍ତୁ ସିଏଫଆର ପ୍ରତିଷ୍ଠା ପାଇଁ ମଧ୍ୟ ବିରୋଧାଭାସର ସାମ୍ନା କରିବାକୁ ପଡ଼ିଥିଲା।

ଜଣେ ସ୍ଥାନୀୟ ଠିକାଦାର ସାଙ୍ଗା ନୋରବୁ ସରାୟ କୁହନ୍ତି, ‘‘ଆମେ ଆମ ଜମି ସହ ସମ୍ପର୍କ ବିଚ୍ଛିନ୍ନ କରିଦେଇଥାନ୍ତୁ ଏବଂ ଏହି କାରଣରୁ ମୁଁ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଥିଲି ଯିଏକି ଏହି ଗୋଷ୍ଠୀ ଅଭୟାରଣ୍ୟ ନିର୍ମାଣକୁ ବିରୋଧ କରିଥିଲି। ‘ବନ ବିଭାଗ ଜମି ନେଇଯାଇଥା’ନ୍ତା ଏବଂ ଏହା ବଦଳରେ ଲୋକଙ୍କୁ କିଛି ମିଳି ନଥା’ନ୍ତା,’’ ସିଙ୍ଗଚୁଙ୍ଗ ବାସିନ୍ଦା ତଥା ବୁଗୁନ ଜନଜାତିର ସଦସ୍ୟ ସରାୟ କୁହନ୍ତି।

ତେବେ ଏସବିଭିସିଆରରେ ଥିବା ଜଳାଶୟ ତାଙ୍କ ପାଇଁ ଏବଂ ଅନ୍ୟ ବିରୋଧୀମାନଙ୍କ ପାଇଁ ନିର୍ଣ୍ଣାୟକ ମୋଡ଼ ଥିଲା। ‘‘ସିଙ୍ଗଚୁଙ୍ଗ ସେହି ଜଳାଶୟର ନିମ୍ନ ଭାଗରେ ଥିଲା ଯେଉଁଠାରୁ ସହରକୁ ପାଣି ଯୋଗାଣ କରାଯାଉଥିଲା। ଯଦି ଆମେ ଜଳାଶୟର ରକ୍ଷା କରିବାକୁ ଚାହୁଁଛୁ ତା’ହେଲେ ଆମେ ଜାଣିଥିଲୁ ଯେ ଜଙ୍ଗଲକୁ ରକ୍ଷା କରିବା, ଗଛ କଟା ଓ ଜଙ୍ଗଲ କଟାକୁ ରୋକିବା ଗୁରୁତ୍ୱପୂର୍ଣ୍ଣ ଥିଲା’’, ଜଣେ ଅବସରପ୍ରାପ୍ତ ସ୍ଥାନୀୟ ଠିକାର ସରାଇ କୁହନ୍ତି। ‘‘ଆମେ ସୁନିଶ୍ଚିତ କରିରବାକୁ ଚାହୁଁଥିଲୁ ଯେ ଆମର ଆଗାମୀ ପିଢ଼ିକୁ ପାଣି ମିଳୁ ଏବଂ ସେମାନେ ସୁରକ୍ଷିତ ରୁହନ୍ତୁ।’’ ଏସବିଭିସିଆର ସେହି ଦିଗରେ ଏକ ପ୍ରୟାସ।

ଆସାମର ତେଜପୁର ଠାରୁ ଅରୁଣାଚଳପ୍ରଦେଶର ଇଗଲନେଷ୍ଟ ପର୍ଯ୍ୟନ୍ତ, ବୁଗୁନ ଲିଓଚିକଲାର ଫଟୋ ଏହି ଅଞ୍ଚଳର ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ - ଏହାର ଲୋକପ୍ରିୟତା ବୁଗୁନ ଲୋକମାନଙ୍କ ପ୍ରୟାସର ପ୍ରମାଣ ଦେଇଥାଏ। ‘‘ଆଜି ଆମେ ସାରା ଦୁନିଆରେ ନାଁ କମେଇ ପାରିଛୁ, ଆମର ପରିଚିତ ରହିଛି,’’ ସାରାଇ କୁହନ୍ତି। ‘‘ଆମେ ଆଉ ଅଧିକ କ’ଣ ଆଶା କରିପାରିବା?’’

ଅନୁବାଦ : ଓଡ଼ିଶାଲାଇଭ୍‍

Vishaka George

وشاکھا جارج، پاری کی سینئر ایڈیٹر ہیں۔ وہ معاش اور ماحولیات سے متعلق امور پر رپورٹنگ کرتی ہیں۔ وشاکھا، پاری کے سوشل میڈیا سے جڑے کاموں کی سربراہ ہیں اور پاری ایجوکیشن ٹیم کی بھی رکن ہیں، جو دیہی علاقوں کے مسائل کو کلاس روم اور نصاب کا حصہ بنانے کے لیے اسکولوں اور کالجوں کے ساتھ مل کر کام کرتی ہے۔

کے ذریعہ دیگر اسٹوریز وشاکا جارج
Photographs : Binaifer Bharucha

بنائیفر بھروچا، ممبئی کی ایک فری لانس فوٹوگرافر ہیں، اور پیپلز آرکائیو آف رورل انڈیا میں بطور فوٹو ایڈیٹر کام کرتی ہیں۔

کے ذریعہ دیگر اسٹوریز بنیفر بھروچا
Editor : Priti David

پریتی ڈیوڈ، پاری کی ایگزیکٹو ایڈیٹر ہیں۔ وہ جنگلات، آدیواسیوں اور معاش جیسے موضوعات پر لکھتی ہیں۔ پریتی، پاری کے ’ایجوکیشن‘ والے حصہ کی سربراہ بھی ہیں اور دیہی علاقوں کے مسائل کو کلاس روم اور نصاب تک پہنچانے کے لیے اسکولوں اور کالجوں کے ساتھ مل کر کام کرتی ہیں۔

کے ذریعہ دیگر اسٹوریز Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE