“ଏବେ ଏବେ ମୁଁ ଶୁଣିଲି ପୂର୍ବାଞ୍ଚଳର ଶାମା ପକ୍ଷୀର ଡାକ।”

ଆବେଗଭରା କଣ୍ଠରେ କହିଲେ ମିକା ରାୟ । ଏହି ପକ୍ଷୀର ଡାକକୁ ସେ ସୁମଧୁର କଳରବର ଧାରା ରୂପେ ବର୍ଣ୍ଣନା କରନ୍ତି।

କିନ୍ତୁ ତାଙ୍କ ଆବେଗରେ ଭରି ରହିଥିଲା ଏହି କଳା, ଧଳା ଓ ହଳଦିଆ ରଙ୍ଗର କ୍ଷୁଦ୍ର ପକ୍ଷଯୁକ୍ତ ପ୍ରାଣୀଟିକୁ ନେଇ ଚିନ୍ତାର ସଂକେତ। ବିଗତ ଦଶ ବର୍ଷ ହେଲା ଅରୁଣାଚଳ ପ୍ରଦେଶର ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପକ୍ଷୀମାନଙ୍କୁ ନିରୀକ୍ଷଣ କରିଆସୁଥିବା ଏହି ୩୦ ବର୍ଷୀୟ କ୍ଷେତ୍ର କର୍ମଚାରୀ ଜଣକ କହନ୍ତି, “ସାଧାରଣତଃ ଏହା (୯୦୦ ମିଟର) ତଳେ ଦେଖାଯାଆନ୍ତି, କିନ୍ତୁ କିଛି ଦିନ ହେଲା, (୨୦୦୦ ମିଟର) ଉପରେ ବି ମୁଁ ଏହାର ସ୍ୱର ଶୁଣିଆସୁଛି।”

ମିକା ଏଠାକାର ଜଣେ ବାସିନ୍ଦା ଏବଂ ବିଜ୍ଞାନୀ, ଗବେଷକ ଏବଂ କ୍ଷେତ୍ର କର୍ମଚାରୀମାନଙ୍କର ଏକ ଦଳରେ ରହିଛନ୍ତି । ସେମାନେ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଉଷ୍ମ ପାହାଡ଼ିଆ ଅଞ୍ଚଳର ଜଙ୍ଗଲରେ ଦେଖାଯାଉଥିବା ଏହି ପକ୍ଷୀ ପ୍ରଜାତି ସମୂହ ସଂପର୍କରେ ଗତ ୧୦ ବର୍ଷ ହେଲା ଦେଖି ଆସୁଛନ୍ତି।

ଲାଞ୍ଜରେ ଧଳା ରଙ୍ଗର ଗାର ଥିବା ଘନ ନୀଳ ଓ କଳା ରଙ୍ଗର ଏକ ପକ୍ଷୀକୁ ହାତରେ ଧରି ଡକ୍ଟର ଉମେଶ ଶ୍ରୀନିବାସନ କହନ୍ତି. “ଏହା ହେଲା ଧଳା ଲାଞ୍ଜ ଥିବା ରବିନ୍ ପକ୍ଷୀ। ଏହା ସର୍ବାଧିକ ୧୮୦୦ ମିଟର ଉଚ୍ଚତାରେ ରହିପାରନ୍ତି। ହେଲେ ଗତ ତିନି ଚାରି ବର୍ଷ ହେଲା ଏହି ପକ୍ଷୀମାନେ ୨୦୦୦ ମିଟର ଉପରେ ବି ଦେଖାଯାଉଛନ୍ତି।”

ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଏହି ଟିମ୍‌ର ମୁଖ୍ୟ ଶ୍ରୀନିବାସନ ଜଣେ ପକ୍ଷୀ ବିଜ୍ଞାନୀ ଏବଂ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ (ଆଇଆଇଏସସି)ର ପ୍ରଫେସର। ସେ କହନ୍ତି, “ଗତ ୧୨ ବର୍ଷ ହେଲା ହିମାଳୟ ପାର୍ବତ୍ୟାଞ୍ଚଳରେ ବସବାସ କରିଆସୁଥିବା ଏହି ପକ୍ଷୀମାନେ ସେମାନଙ୍କ ବାସସ୍ଥଳୀ ବଦଳାଇ ଭିନ୍ନ ଭିନ୍ନ ଉଚ୍ଚତାରେ ରହି ଆସୁଛନ୍ତି।”

Left: The White-tailed Robin’s upper limit used to be 1,800 metres, but over the last three to four years, it has been found at 2,000 metres.
PHOTO • Binaifer Bharucha
Right: A Large Niltava being released by a team member after it has been ringed and vital data has been recorded
PHOTO • Binaifer Bharucha

ବାମ: ଧଳା ଲାଞ୍ଜ ଥିବା ରବିନ ପକ୍ଷୀ ସର୍ବାଧିକ ୧,୮୦୦ ମିଟର ଉଚ୍ଚରେ ରହିଆସୁଥିଲେ, କିନ୍ତୁ ଗତ ତିନିରୁ ଚାରି ବର୍ଷ ହେଲା ସେମାନେ ୨,୦୦୦ ମିଟର ଉଚ୍ଚ ସ୍ଥାନରେ ବି ଦେଖାଯାଉଛନ୍ତି। ଡାହାଣ: ଗୋଟିଏ ବଡ଼ ନୀଲତଭା ପକ୍ଷୀକୁ ଧରି ତା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ଦଳର ଜଣେ ସଦସ୍ୟ ତାକୁ ଛାଡ଼ି ଦେଉଛନ୍ତି

Left: The team is trying to understand how habitat degradation and rising temperatures alter the behaviour of birds and their survival rates.
PHOTO • Binaifer Bharucha
Left: Dr. Umesh Srinivasan is a Professor at the Indian Institute of Science (IISc) in Bangalore and heads the team working in Arunachal Pradesh
PHOTO • Binaifer Bharucha

ବାମ: ବାସସ୍ଥଳୀର ପାରିପାର୍ଶ୍ୱିକ ଅବନ୍ନତି ଏବଂ ତାପମାତ୍ରା ବୃଦ୍ଧି କାରଣରୁ କେମିତି ପକ୍ଷୀମାନଙ୍କର ବ୍ୟବହାର ଏବଂ ଜୀବନଧାରଣର ହାରରେ ପରିବର୍ତ୍ତନ ଘଟେ, ତାହା ବୁଝିବା ଲାଗି ଏହି ଟିମ୍ ଚେଷ୍ଟା ଚଳାଇ ଆସୁଛନ୍ତି। ଡାହାଣ: ମିକା ରାୟ ଗୋଟିଏ ପାଉଁଶିଆ ରଙ୍ଗର ବେକ ବିଶିଷ୍ଟ ବାବଲର ପକ୍ଷୀକୁ ଏଭଳି ଧରିଛନ୍ତି, ଯାହାକୁ କୁହାଯାଏ ‘ଫଟୋଗ୍ରାଫରଙ୍କ ପାଇଁ ମୁଠା’

ଅଞ୍ଚଳର ତାପମାତ୍ରା ପରିବର୍ତ୍ତନ ଯୋଗୁଁ ଚିନ୍ତିତ ସ୍ଥାନୀୟ ଲୋକେ ଏହି ସମସ୍ୟାର ସମାଧାନ ପନ୍ଥା ଖୋଜୁଥିବା ବେଳେ ଏହି ଟିମ୍‌ରେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ସେମାନଙ୍କ ସଂପ୍ରଦାୟର ମନୋବଳ ବଢ଼ାଇବାରେ ସହାୟକ ହୋଇଛି।

ପଶ୍ଟିମ କାମେଙ୍ଗ ଜିଲ୍ଲାରେ କାର୍ଯ୍ୟରତ ଏହି ଟିମ୍‌ରେ ଛଅ ଜଣ ସଦସ୍ୟ - ସେମାନଙ୍କ ମଧ୍ୟରେ ଉଭୟ ସ୍ଥାନୀୟ ଲୋକ ଓ ବିଜ୍ଞାନୀ ଅଛନ୍ତି, ଯେଉଁମାନେ କି ବାସସ୍ଥଳୀର ପରିବେଶରେ ଅବନ୍ନତି ଏବଂ ତାପମାତ୍ରା ପରିବର୍ତ୍ତନ ଯୋଗୁଁ ପକ୍ଷୀମାନଙ୍କର ବ୍ୟାବହାରିକ ପରିବର୍ତ୍ତନ ଘଟୁଥିବା ଏବଂ ସେମାନେ ଅଧିକ ଉଚ୍ଚତାରେ ଥିବା ବାସସ୍ଥଳୀକୁ ପଳାଇବା ଲାଗି ବାଧ୍ୟ ହେଉଥିବା ପଛରେ ଥିବା କାରଣ ସଂପର୍କରେ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି। ଅଳ୍ପ ଉଚ୍ଚତାରୁ ଅଧିକ ଉଚ୍ଚତାକୁ ଚାଲିଯାଉଥିବା ଅନ୍ୟାନ୍ୟ ପକ୍ଷୀମାନଙ୍କ ମଧ୍ୟରେ ଅଛନ୍ତି ସାଧାରଣ ଗ୍ରୀନ୍-ମ୍ୟାଗପାଇ, ଲମ୍ବା ଲାଞ୍ଜ ଥିବା ବ୍ରୋଡବିଲ ଏବଂ ସୁଲତାନ ଟିଟ୍। ବାସସ୍ଥଳୀ ପରିବର୍ତ୍ତନର ଏହି ଧାରା ଯୋଗୁଁ ସେମାନଙ୍କ ଜୀବନଧାରଣ ହାର ମଧ୍ୟ ପ୍ରଭାବିତ ହେଉଛି।

ସତର୍କ କରାଇ ଦେବାକୁ ଯାଇ ପକ୍ଷୀ ବିଜ୍ଞାନୀ ଜଣକ କହନ୍ତି, “ଏହା ପକ୍ଷୀମାନଙ୍କର ପ୍ରବାସନ ନୁହେଁ, ତାପମାତ୍ରା ବୃଦ୍ଧି କାରଣରୁ ଏହି ପକ୍ଷୀମାନେ ଅଧିକ ଉଚ୍ଚତାକୁ ଚାଲି ଯିବା ପାଇଁ ବାଧ୍ୟ ହେଉଛନ୍ତି।” ଏହି ବାଦଲ ଘେରା ଜଙ୍ଗଲରେ କେବଳ ଯେ ପକ୍ଷୀମାନେ ଦିନକୁ ଦିନ ବଢୁଥିବା ତାପମାତ୍ରାକୁ ଅନୁଭବ କରୁଛନ୍ତି ତାହା ନୁହେଁ, ଆଇତି ଥାପା କହନ୍ତି, “ଗତ ତିନି-ଚାରି ବର୍ଷ ହେଲା ଏଠାକାର ପାର୍ବତ୍ୟାଞ୍ଚଳରେ ବି ଖୁବ୍ ଗରମ ଅନୁଭୂତ ହେଉଛି।”

ନିକଟରେ ଏହି ଟିମରେ ସାମିଲ ହୋଇଥିବା ଏହି ୨୦ ବର୍ଷୀୟ ଯୁବତୀଙ୍କ ଘର ନିକଟସ୍ଥ ରାମଲିଙ୍ଗମ ଗାଁରେ। ଏହି ଗାଁ ପଶ୍ଚିମ କାମେଙ୍ଗ ଜିଲ୍ଲାର ସିଙ୍ଗଚୁଙ୍ଗ ତହସିଲରେ ଅବସ୍ଥିତ । ରାମଲିଙ୍ଗମରେ ତାଙ୍କ ପରିବାର ଟମାଟୋ, ବନ୍ଧାକୋବି ଓ ମଟର ଚାଷ କରନ୍ତି। ସେ କହନ୍ତି, “ବୃଷ୍ଟିପାତ ଧାରାରେ ପରିବର୍ତ୍ତନ ଯୋଗୁଁ ଏହି ସବୁ ଚାଷ କଷ୍ଟକର ହୋଇପଡ଼ିଛି ଏବଂ ଫସଲ ସଂପର୍କରେ ଅନୁମାନ କରିବା ସମ୍ଭବ ହେଉନି। ଆଗରୁ ଏଭଳି ଆଦୌ ନଥିଲା।”

ହିମାଳୟ ଅଞ୍ଚଳରେ ବାର୍ଷିକ ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି ବୋଲି ‘ ହିମାଳୟ ଅଞ୍ଚଳରେ ବ୍ୟାପକ ଜଳବାୟୁ ପରିବର୍ତ୍ତନ ଏବଂ ତତସଂଲଗ୍ନ କାରଣରୁ ସ୍ଥାନୀୟ ପରିବେଶ ପ୍ରଣାଳୀରେ ପରିବର୍ତ୍ତନ’ ଶୀର୍ଷକ ଗବେଷଣା ନିବନ୍ଧରେ ଦର୍ଶାଯାଇଛି । “ସାରା ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧି ତୁଳନାରେ ହିମାଳୟ ଅଞ୍ଚଳର ତାପମାତ୍ରା ବୃଦ୍ଧି ହାର ଅଧିକ ରହିଛି । ଜଳବାୟୁ ପରିବର୍ତ୍ତନ କାରଣରୁ ଯେଉଁ ସବୁ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ତାହା ମଧ୍ୟରେ ହିମାଳୟ ପର୍ବତ ଅଞ୍ଚଳ ରହିଛି।” ଏହି ପର୍ବତ ଅଞ୍ଚଳରେ ବିଶ୍ୱର ୮୫ ପ୍ରତିଶତ ପାର୍ବତୀୟ ଜୈବ ବିବିଧତା ରହିଥିବାରୁ ଏଠାରେ ସଂରକ୍ଷଣ କାର୍ଯ୍ୟ ଜଟିଳ ହୋଇପଡ଼ିଛି ।

ତୁଳନାତ୍ମକ ଭାବେ ପକ୍ଷୀମାନେ ଏକ ଭ୍ରାମ୍ୟମାଣ ଗୋଷ୍ଠୀର ପ୍ରାଣୀ ଏବଂ ଉଷ୍ମ ପାହାଡ଼ିଆ ଅଞ୍ଚଳର ଜୈବ ବିବିଧତା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କରେ ସେମାନେ ସଂକେତ ଦେଇପାରିବେ

ଭିଡିଓ ଦେଖନ୍ତୁ: ପୂର୍ବ ହିମାଳୟ ଅଞ୍ଚଳରେ ଉଷ୍ମତା ବୃଦ୍ଧି ଯୋଗୁଁ ପକ୍ଷୀମାନେ ଉଚ୍ଚତର ସ୍ଥାନକୁ ଚାଲିଯାଉଛନ୍ତି

ଉମେଶ କହନ୍ତି, “ହିମାଳୟ ପାର୍ବତ୍ୟାଞ୍ଚଳର ଜୈବ ବିବିଧତାର ପରିବର୍ତ୍ତନ ହାରରୁ ସାରା ବିଶ୍ୱର ମାନବ ଜାତି ଉପରେ ଏହାର ପ୍ରଭାବ ଆକଳନ କରିହୁଏ ।” ଅରୁଣାଚଳ ପ୍ରଦେଶରେ ୨୧୮ ବର୍ଗ କିଲୋମିଟର ବ୍ୟାପୀ ରହିଥିବା ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସର ମଧ୍ୟରେ ଥିବା ଜାତୀୟ ଉଦ୍ୟାନର ବୋଙ୍ଗପୁ ବ୍ଲଙ୍ଗସା ଶିବିର ବାହାରେ ସେ ପରୀକ୍ଷାଗାର ସ୍ଥାପନ କରିଛନ୍ତି ।

ସମୁଦ୍ର ପତ୍ତନଠାରୁ ୫୦୦ରୁ ୩,୨୫୦ ମିଟର ଉଚ୍ଚତା ମଧ୍ୟରେ ଏହି ଅଭୟାରଣ୍ୟର ଅବସ୍ଥିତି । ସାରା ବିଶ୍ୱରେ ଏହା ଏକମାତ୍ର ସ୍ଥାନ ଯେଉଁଠି ଏତେ ଉଚ୍ଚତାରେ ହାତୀମାନେ ରହନ୍ତି । ଏହା ସହିତ ଏଠାରେ କଲରାପତରିଆ ବାଘ, ଧଳା ରଙ୍ଗର ବଣ ବିଲେଇ, ସୁନା ରଙ୍ଗର ବିଲେଇ ଏବଂ କଲରାପତରିଆ ଭଳି ଦିଶୁଥିବା ବିଲେଇ ମଧ୍ୟ ରହନ୍ତି । ଏହି ଜଙ୍ଗଲରେ ମଧ୍ୟ କ୍ୟାପଡ ଲଙ୍ଗୁର, ରେଡ୍ ପାଣ୍ଡା, ଏସୀୟ କଳା ଭାଲୁ ଏବଂ ବିରଳ ଅରୁଣାଚଳ ମାକାକ୍ୟୁ ପକ୍ଷୀ ଓ ଗୌର ଭଳି ଲୋପ ପାଇବାକୁ ବସିଥିବା ପଶୁପକ୍ଷୀମାନେ ବସବାସ କରନ୍ତି।

ପକ୍ଷୀମାନଙ୍କ ଗତିବିଧି ଅଧ୍ୟୟନ କରି ସେ ସଂପର୍କିତ ତଥ୍ୟକୁ ନଥିଭୁକ୍ତ କରିବାରେ ଆଇତି ଓ ଡେମା ତାମାଙ୍ଗ ନାମ୍ନୀ ଏହି କୋଡ଼ିଏ ବର୍ଷରେ ପାଦ ଦେଉଥିବା ଦୁଇ ଯୁବତୀ, କେବଳ ତାଙ୍କ ଗାଁ ରାମଲିଙ୍ଗମର ନୁହଁନ୍ତି, ବରଂ ସାରା ରାଜ୍ୟରେ ପ୍ରଥମ ମହିଳା । ପ୍ରଥମେ ଯେତେବେଳେ ସେମାନେ ଏହି ଚାକିରି କରିବାକୁ ବାହାରିଲେ, ପରିବାରର ବୟସ୍କ ଲୋକେ ସେମାନଙ୍କୁ ପଠାଇବା ଲାଗି ଦ୍ୱିଧାବୋଧ କରୁଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ପଚାରୁଥିଲେ, “ଆପଣମାନେ ସେମାନଙ୍କୁ ଜଙ୍ଗଲକୁ କାହିଁକି ନେବାକୁ ଚାହୁଁଛନ୍ତି ? ଏ ସବୁ ତ ଝିଅମାନଙ୍କର କାମ ନୁହେଁ।”

ସେଇ ରାମଲିଙ୍ଗମ ଗାଁର ମିକା କହିଲେ, “ସାରା ପୃଥିବୀରେ ଆଉ ଆଗ ଭଳି କାମ ହେଉନାହିଁ ବୋଲି ମୁଁ ସେମାନଙ୍କୁ କହିଲି। ପୁଅ ଓ ଝିଅମାନେ ସେଇ ଏକା କାମ କରିପାରୁଛନ୍ତି ।” ପକ୍ଷୀମାନଙ୍କ ସଂପର୍କରେ ଅଧ୍ୟୟନ ଏବଂ ତଥ୍ୟାବଳୀ ନଥିଭୁକ୍ତ କରିବାରେ ମିକାଙ୍କର କେବଳ ଏଠାରେ ନୁହେଁ, ବରଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଜଙ୍ଗଲରେ ମଧ୍ୟ ଅନୁଭୂତି ରହିଛି ।

ଆଇତିଙ୍କ ଭଳି କ୍ଷେତ୍ର କର୍ମଚାରୀମାନେ ମାସକୁ ୧୮,୦୦୦ ଟଙ୍କା ରୋଜଗାର କରନ୍ତି ଏବଂ ଏଥିରେ ସେମାନଙ୍କ ପରିବାର ଚଳେ। ସେମାନଙ୍କ ପରିବାରରୁ ଅଧିକାଂଶ ଭାଗ ଚାଷୀ।

ଗବେଷଣା କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡୁଥିଲେ ହେଁ “ପକ୍ଷୀମାନଙ୍କର ଇଂଲିଶ ନାଁ ଶିଖିବା କଷ୍ଟକର” ବୋଲି ହସି ହସି କହନ୍ତି ଆଇତି ।

Left: Dr. Umesh Srinivasan is a Professor at the Indian Institute of Science (IISc) in Bangalore and heads the team working in Arunachal Pradesh
PHOTO • Binaifer Bharucha
Right: Left to Right: The team members, Rahul Gejje, Kaling Dangen, Umesh Srinivasan, Dambar Pradhan and Aiti Thapa at work
PHOTO • Binaifer Bharucha

ବାମ: ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ (ଆଇଆଇଏସସି)ର ଜଣେ ପ୍ରଫେସର ଡକ୍ଟର ଉମେଶ ଶ୍ରୀନିବାସନ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଟିମର ମୁଖ୍ୟ । ଡାହାଣ: ବାମରୁ ଡାହାଣକୁ: କାର୍ଯ୍ୟରତ ଟିମର ସଦସ୍ୟ ରାହୁଲ ଗେଜ୍ଜେ, କାଲିଙ୍ଗ ଡାଙ୍ଗେନ୍, ଉମେଶ ଶ୍ରୀନିବାସନ, ଡମ୍ବର ପ୍ରଧାନ ଏବଂ ଆଇତି ଥାପା

Aiti Thapa (left) and Dema Tamang (right), in their early twenties, are the first women from their village Ramalingam, and in fact from Arunachal Pradesh, to document and study birds via mist-netting
PHOTO • Binaifer Bharucha
Aiti Thapa (left) and Dema Tamang (right), in their early twenties, are the first women from their village Ramalingam, and in fact from Arunachal Pradesh, to document and study birds via mist-netting
PHOTO • Binaifer Bharucha

ପକ୍ଷୀମାନଙ୍କ ସଂପର୍କରେ ଅଧ୍ୟୟନ ଏବଂ ତଥ୍ୟ ନଥିଭୁକ୍ତ କରିବା କ୍ଷେତ୍ରରେ କୋଡ଼ିଏ ବର୍ଷରେ ପାଦ ଦେଇଥିବା ଆଇତି ଥାପା (ବାମ) ଏବଂ ଡେମା ତେମାଙ୍ଗ (ଡାହାଣ) କେବଳ ସେମାନଙ୍କ ଗାଁ ରାମଲିଙ୍ଗମର ନୁହନ୍ତି, ବରଂ ସାରା ଅରୁଣାଚଳ ପ୍ରଦେଶର ପ୍ରଥମ ମହିଳା

*****

ଉନବିଂଶ ଶତାବ୍ଦୀରେ, କୋଇଲା ଖଣିରେ କାମ କରୁଥିବା ଲୋକେ ବିପଦର ପୂର୍ବ ସୂଚନା ପାଇବା ଲାଗି ସତର୍କ ସ୍ୱର ସୃଷ୍ଟି କରୁଥିବା ପକ୍ଷୀମାନଙ୍କୁ ବ୍ୟବହାର କରୁଥିଲେ। ଏହି କ୍ଷୁଦ୍ର ପକ୍ଷୀମାନେ ନିର୍ଦ୍ଦିଷ୍ଟ ଭାବେ କାର୍ବନ ମନୋକସାଇଡର ଉପସ୍ଥିତି ସଂପର୍କରେ ବେଶ ସମ୍ବେଦନଶୀଳ ଏବଂ ଏହା ସଂସ୍ପର୍ଶରେ ଆସିଲେ ସେମାନେ ମରିଯାଆନ୍ତି। ତେଣୁ, ଖଣିରେ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଯିବାରେ ସେମାନେ ସହାୟକ ହୁଅନ୍ତି। ତେଣୁ ସମ୍ଭାବ୍ୟ ବିପଦ ସଂପର୍କିତ ସୂଚନାର ବର୍ଣ୍ଣନା ଲାଗି ‘କୋଇଲାଖଣିରେ ଛୋଟିଆ ପକ୍ଷୀ କାନାରୀ’ ଭଳି ପଦ ଲୋକପ୍ରିୟ ହୋଇପାରିଛି ।

ତୁଳନାତ୍ମକ ଭାବେ ପକ୍ଷୀମାନେ ଅଧିକ ଭ୍ରାମ୍ୟମାଣ ଏବଂ ତେଣୁ ଉଷ୍ମ ପାର୍ବତ୍ୟାଞ୍ଚଳରେ ଜୈବ ବିବିଧତା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂପର୍କିତ ସଂକେତ ପ୍ରେରଣ ଲାଗି ସେମାନେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି । ସେ ଦୃଷ୍ଟିରୁ ବୋଙ୍ଗପୁ ଟିମର କାର୍ଯ୍ୟ ଖୁବ୍ ଜଟିଳ ମନେହୁଏ ।

ଇଗଲନେଷ୍ଟରେ ୬୦୦ ପ୍ରଜାତିର ପକ୍ଷୀ ଅଛନ୍ତି । ଉମେଶ କହନ୍ତି, “ଏଠାରେ ଆପଣ ଖୁବ୍ ଛୋଟ ଛୋଟ, ଏମିତି କି ୧୦ ଗ୍ରାମରୁ କମ୍ କିମ୍ବା ଗୋଟିଏ ଚାମଚ ଚିନି ତୁଳନାରେ କମ୍ ଓଜନର କ୍ଷୁଦ୍ରକାୟ ପକ୍ଷୀ ଦେଖିପାରିବେ ।” ଏହା ବ୍ୟତୀତ ଏହି ବାଦଲ ଘେରା ଜଙ୍ଗଲ ବା ବାଦଲ ଭିତରେ ଥିବା ଜଙ୍ଗଲରେ କେତେକ ଅତି ବିରଳ ପ୍ରଜାତିର ପକ୍ଷୀ ଅଛନ୍ତି । ପେଟରେ ଲାଲ ରଙ୍ଗ ଥିବା ୱାର୍ଡସ ଟ୍ରୋଗୋନ, ସବୁଠାରୁ ବଡ଼ ବ୍ଲିଥସ୍ ଟ୍ରାଗୋପାନ, ରେଶମ ଭଳି ଦିଶୁଥିବା ନୀଳ ଓ ଧୂସର ରଙ୍ଗର ସୁନ୍ଦର ନୁଥାଚ୍ ଏବଂ ସେମାନଙ୍କ ମଧ୍ୟରେ ସବୁଠାରୁ ପ୍ରସିଦ୍ଧ, ବୁଗୁନ୍ ଲିଓସିଚଲା ପକ୍ଷୀ ବସା ଏଠାରେ ଦେଖିବାକୁ ମିଳନ୍ତି ।

ଏଠାକାର କଠିନ ଜୀବନ, ପ୍ରତିକୂଳ ପାଣିପାଗ ଏବଂ ଅଗମ୍ୟ ବନାଞ୍ଚଳ ସତ୍ତ୍ୱେ ଏହି ବନ୍ୟପ୍ରାଣୀ ଅଭୟାରଣ୍ୟରେ ଦେଖାଯାଉଥିବା ପକ୍ଷୀଙ୍କ ସଂପର୍କରେ ଅଧ୍ୟନୟନ ଲାଗି ସାରା ପୃଥିବୀର ପକ୍ଷୀପ୍ରେମୀମାନେ ଏଠାକୁ ଆସନ୍ତି ।

Some of the rarest birds call these cloud forests their home, like the elusive Bugun Liocichla (left) and the large pheasant-like Blyth's Tragopan (right)
PHOTO • Micah Rai
PHOTO • Micah Rai

ଏହି ବାଦଲ ଘେରା ବନାଞ୍ଚଳରେ କେତେକ ଅତି ବିରଳ ପକ୍ଷୀ ରହନ୍ତି, ଯେମିତି କି ବୁଗୁନ ଲିଓସିଚଲା (ବାମ) ଏବଂ ବୃହଦାକାର ତିତର ପକ୍ଷୀ ଭଳି ବ୍ଲିଥସ ଟ୍ରାଗୋପାନ୍ (ଡାହାଣ)

The scarlet-bellied Ward's trogon (left) and a Bluethroat (right) photographed by field staff, Micah Rai
PHOTO • Micah Rai
Some of the rarest birds call these cloud forests their home, like the elusive Bugun Liocichla (left) and the large pheasant-like Blyth's Tragopan (right)
PHOTO • Micah Rai

କ୍ଷେତ୍ର କର୍ମଚାରୀ ମିକା ରାୟ ଉଠାଇଥିବା ଫଟୋରେ ପେଟରେ ଲାଲ ରଙ୍ଗ ଥିବା ୱାର୍ଡସ ଟ୍ରୋଗୋନ (ବାମ) ଏବଂ ଏକ ନୀଳକଣ୍ଠ (ଡାହାଣ)

ଗବେଷକ ଦଳ ଗଭୀର ଜଙ୍ଗଲ ଭିତରେ ଗୋଟିଏ ବଖରାର ଆଶ୍ରୟସ୍ଥଳୀରେ ରହି କାମ କରନ୍ତି । ସେଠାରେ ବିଦ୍ୟୁତ କିମ୍ବା ପିଇବା ପାଣି ନଥାଏ, ଏମିତି କି ମୁଣ୍ଡ ଉପରେ ଉପଯୁକ୍ତ ଛାତ ନଥାଏ । ବୋଙ୍ଗପୁ ବ୍ଲଙ୍ଗସାରେ ଥିବା ଶିବିର ପରିଚାଳନା ଲାଗି ଟିମ୍‌ର ପ୍ରତି ସଦସ୍ୟଙ୍କୁ ଦାୟିତ୍ୱ ବଣ୍ଟାଯାଇଛି । ଖାଦ୍ୟ ପ୍ରସ୍ତୁତିରୁ ଆରମ୍ଭ କରି ବାସନକୁସନ ଧୋଇବା ଏବଂ ପାଖ ଝରଣାରୁ ଡ୍ରମ୍‌ରେ ଭରି ପାଣି ଆଣିବା ପର୍ଯ୍ୟନ୍ତ ସବୁ କାମର ଦାୟିତ୍ୱ ଭିନ୍ନ ଭିନ୍ନ ସଦସ୍ୟଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେଠାକାର ସ୍ଥାନୀୟ ଲୋକେ ରାମଲିଙ୍ଗମ ଗାଁର, ଯାହା କି ସେଠାରୁ ଦୁଇ ଘଣ୍ଟାର ବାଟ । ଅନ୍ୟପକ୍ଷରେ ଉମେଶ ଓ ଅନ୍ୟ ଗବେଷକମାନେ ଦେଶର ଅନ୍ୟ ପ୍ରାନ୍ତରୁ ଆସିଛନ୍ତି ।

ଆଜି ଥିଲା ଆଇତିଙ୍କ ରାନ୍ଧିବା ପାଳି ଏବଂ ସେ କାଠନିଆଁ ଉପରେ ବଡ଼ ପାତ୍ରଟିଏ ବସାଇ ସେଥିରେ ଡାଲି ଘାଣ୍ଟୁଛନ୍ତି । “ମୋ କାମ ଯୋଗୁଁ ଲୋକେ ଏଠାକାର ଜୀବମାନଙ୍କୁ ଭଲ ଭାବରେ ବୁଝିପାରୁଥିବାରୁ ମୁଁ ଖୁସି ।” ସେ ଆଜିକୁ ଦୁଇ ବର୍ଷ ହେଲା ଏଠାରେ କାମ କରିଆସୁଛନ୍ତି ।

ପ୍ରତିଦିନ ରାତିରେ ଟିମ୍‌ର ସଦସ୍ୟାମନେ କିଛି ସମୟ ପାଇଁ ଖେଳନ୍ତି । ବିଗତ ବର୍ଷର ଅଭିଜ୍ଞତା ଭିତ୍ତିରେ ଆସନ୍ତାକାଲି ସେମାନେ କେଉଁ ପକ୍ଷୀଙ୍କୁ ଭେଟିବେ, ତାହାକୁ ନେଇ ବାଜି ମାରନ୍ତି । ଖେଳରେ ସମସ୍ତେ ଭାଗ ନିଅନ୍ତି, ଛାତ ଉପରେ ବିଛା ଯାଇଥିବା ତାରପୁଲିନ ଉପରେ ବର୍ଷାପାଣିର ଶବ୍ଦ ସହିତ ତାଳ ଦେଇ ସେମାନଙ୍କ ମୁଣ୍ଡରେ ଲାଗିଥିବା ଲ୍ୟାମ୍ପ ଆଲୁଅ ତଳ ଉପର ହେଉଥାଏ ।

ସମସ୍ତଙ୍କ ଉପରେ ଆଖି ପକାଇ ଆଇତି ପଚାରନ୍ତି, “ଆସନ୍ତାକାଲି ସକାଳେ ପ୍ରଥମେ କେଉଁ ପକ୍ଷୀ ଆମ ଜାଲରେ ପଡ଼ିବ ?”

“ମୁଁ ଭାବୁଛି, ପ୍ରଥମେ ସୁବର୍ଣ୍ଣ ରଙ୍ଗର ଫୁଲଭେଟ୍ଟା ପଡ଼ିବ,” ଆତ୍ମବିଶ୍ୱାସ ଭରା ସ୍ୱରରେ ସେ କହନ୍ତି ।

ମିକା କହି ଉଠନ୍ତି, “ଧଳା-ଆଖିଆ ୱାବଲର ପକ୍ଷୀ।” ଡମ୍ବର ଦୃଢ଼ କଣ୍ଠରେ କହନ୍ତି, “ନା”। ସେ କହନ୍ତି, “ହଳଦିଆ ବେକ ଥିବା ଫୁଲଭେଟ୍ଟା।”

ମିକା ଓ ଡମ୍ବରଙ୍କର ଅଭିଜ୍ଞତା ବେଶୀ। କାରଣ, ସେମାନେ ସର୍ବପ୍ରଥମେ ଉମେଶଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ ଏବଂ ବୋଙ୍ଗପୁ ଶିବିରରେ ଯୋଗ ଦେବା ବେଳକୁ ସେମାନେ ବୟସର କୋଡ଼ିଏ ଦଶକରେ ପାଦ ଦେଇଥିଲେ । ଉଭୟ ରାମଲିଙ୍ଗମର ସରକାରୀ ସ୍କୁଲରେ ପାଠ ପଢ଼ିଥିଲେ। ଡମ୍ବର ୧୧ଶ ଶ୍ରେଣୀ ଯାଏଁ ପଢ଼ିଥିବା ବେଳେ ମିକା ୫ମ ଶ୍ରେଣୀରୁ ପାଠ ଛାଡ଼ି ଦେଇଥିଲେ । ଅନୁତାପଭରା ସ୍ୱରରେ ସେ କହନ୍ତି, “ପଢ଼ାପଢ଼ି ପ୍ରତି ମୁଁ ସେତେଟା ଧ୍ୟାନ ଦେଲିନାହିଁ ।”

The team on their way back (left) from field work
PHOTO • Binaifer Bharucha
In the camp in Bongpu Blangsa, Umesh, Dorjee Bachung, Micah and Dambar having their evening tea (right)
PHOTO • Vishaka George

କ୍ଷେତ୍ରରୁ କାମ ସାରି ଫେରିବା ବାଟରେ ଟିମ୍‌ର ସଦସ୍ୟମାନେ (ବାମ)। ବୋଙ୍ଗପୁ ବ୍ଲଙ୍ଗସା ଶିବିରରେ ଉମେଶ, ଦୋର୍ଜି ବାଚୁଙ୍ଗ, ମିକା ଏବଂ ଡମ୍ବର (ଡାହାଣ) ସନ୍ଧ୍ୟା ସମୟରେ ଚା’ ପିଉଛନ୍ତି

Left: From left to right, Dema, Aiti, Dambar and Micah outside their camp in Bongpu Blangsa.
PHOTO • Vishaka George
Right: Kaling Dangen holding a Whistler’s Warbler
PHOTO • Binaifer Bharucha

ବାମ: ବାମରୁ ଡାହାଣକୁ: ସେମାନଙ୍କ ବୋଙ୍ଗପୁ ଲାଙ୍ଗସା ଶିବିର ବାହାରେ ଡେମା, ଆଇତି, ଡମ୍ବର ଏବଂ ମିକା । ଡାହାଣ: କାଲିଙ୍ଗ ଡାଙ୍ଗେନ ଗୋଟିଏ ‘ହ୍ୱିସଲର୍ସ ୱାର୍ବଲର’ ପକ୍ଷୀ ଧରିଛନ୍ତି

ଖୁବ୍ ଶୀଘ୍ର ସେମାନେ ଶୋଇବାକୁ ଯାଆନ୍ତି । କାରଣ, ପକ୍ଷୀମାନଙ୍କୁ ଧରିବା ଏବଂ ସେମାନଙ୍କ ସଂପର୍କରେ ଦରକାରୀ ତଥ୍ୟ ସଂଗ୍ରହ ଓ ରେକର୍ଡ କରିବା ପାଇଁ ସକାଳ ହିଁ ପ୍ରକୃଷ୍ଟ ସମୟ । କାଲିଙ୍ଗ ଡାଙ୍ଗେନ କହନ୍ତି, “ନମୁନା ସଂଗ୍ରହ ସ୍ଥଳର ଦୂରତା ଉପରେ ନିର୍ଭର କରି ଆମେ ଭୋର ୩ଟା ୩୦ରୁ ଉଠିପାରୁ ।” ୨୭ ବର୍ଷୀୟ ଡାଙ୍ଗେନ ଆଇଆଇଏସସିର ଜଣେ ପିଏଚ୍.ଡି ଛାତ୍ର ଏବଂ ସେ ପକ୍ଷୀମାନଙ୍କ ଉପରେ ମାନସିକ ଚାପ ସଂପର୍କିତ ଶରୀର ବିଜ୍ଞାନ ଅଧ୍ୟୟନ କରୁଛନ୍ତି । ପ୍ରତ୍ୟୁଷର ନରମ ଆଲୋକରେ ସେ ତାଙ୍କ ଟିମ୍‌କୁ ନେଇ ନମୁନା ସଂଗ୍ରହ ସ୍ଥଳ ଅଭିମୁଖେ ବାହାରିଯିବେ ।

*****

ପୂର୍ବ ହିମାଳୟର ଏହି ଭାଗ ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚ ଏବଂ ଅତି ଦୁର୍ଗମ ସ୍ଥାନ ହୋଇଥିଲେ ହେଁ ଏଠାକାର ବାଦଲ ଘେରା ଜଙ୍ଗଲ ଏବେ ଆସନ୍ନ ବିପଦର ସମ୍ମୁଖୀନ ହୋଇଛି । ମୁଖ୍ୟତଃ ଗଛକଟା କାରଣରୁ ପଶୁପକ୍ଷୀଙ୍କ ପାଇଁ ଏଠାକାର ବାସସ୍ଥଳୀ ଉପଯୋଗିତା ହ୍ରାସ ପାଇବାରେ ଲାଗିଛି । ଯଦିଓ ତିନି ଦଶନ୍ଧି ତଳେ ସୁପ୍ରିମ କୋର୍ଟ ଏଠାରେ ଗଛକଟା ଉପରେ ନିଷେଧାଦେଶ ଜାରି କରିଥିଲେ, ତଥାପି ସେତେବେଳକୁ ପରିବେଶ ସନ୍ତୁଳନ ବିଗିଡ଼ି ଯାଇସାରିଥିଲା ବୋଲି ବିଜ୍ଞାନୀମାନେ ମତ ଦିଅନ୍ତି।

ଗବେଷକ କାଲିଙ୍ଗ କହନ୍ତି, “ଜଙ୍ଗଲରୁ ଗଛ କଟା ହୋଇଗଲେ ସୂର୍ଯ୍ୟାଲୋକ ପଡ଼ି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଜଟିଳ ହୁଏ। ଯେତେବେଳେ ଜଙ୍ଗଲ କଟା ହୁଏ, ସେତେବେଳେ ଖେଳପଡ଼ିଆ ବି ବଦଳି ଯାଏ।” ସାଧାରଣ ଅବସ୍ଥାର ଜଙ୍ଗଲ ତୁଳନାରେ ଗଛକଟା ହୋଇଥିବା ଜଙ୍ଗଲର ତାପମାତ୍ରା ୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ହୋଇପାରେ ।

କାଲିଙ୍ଗ କହନ୍ତି, “ଏହି ଜଙ୍ଗଲ ଅଧିକ ଉତ୍ତପ୍ତ ହୋଇଥିବାରୁ ପକ୍ଷୀମାନେ ଛାଇ ଜାଗାରେ ଅଧିକ ସମୟ ରହନ୍ତି ଏବଂ ଖାଦ୍ୟ ପାଇଁ ଅଳ୍ପ ସମୟ ପାଆନ୍ତି । ସୁତରାଂ, ସେମାନଙ୍କ ଶରୀରର ଅବସ୍ଥା, ଜୀବନଯାପନ ଏବଂ ଆୟୁଷ ହାର କମିଥାଏ । କିମ୍ବା ଏମିତି ବି ହୋଇପାରେ ଯେ ଏସବୁ କାରଣ ସହିତ ଗଛକଟା ଯାଇଥିବା ଜଙ୍ଗଲରୁ ସେମାନଙ୍କୁ ସେମାନେ ଖୋଜୁଥିବା ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳି ନଥାଏ ।” ଜଳବାୟୁ ପରିବର୍ତ୍ତନ ଯୋଗୁଁ ପକ୍ଷୀମାନଙ୍କର ଓଜନ ଓ ଉଡ଼ିବା କ୍ଷମତା ସଂପର୍କରେ ସେମାନଙ୍କ ରକ୍ତ ନମୁନା ଓ ମଳ ପରୀକ୍ଷା କରି ସେ ତଥ୍ୟ ସଂଗ୍ରହ କରନ୍ତି ଏବଂ ପକ୍ଷୀମାନଙ୍କ ଉପରେ ପଡୁଥିବା ମାନସିକ ଚାପ ସଂପର୍କରେ ବୁଝିବାକୁ ଚେଷ୍ଟା କରନ୍ତି ।

ଉମେଶ କହନ୍ତି, “ଧଳା ଲାଞ୍ଜ ଥିବା ରବିନ ପକ୍ଷୀ ସଁବାଳୁଆ ଏବଂ ‘ପ୍ରକୃତ କୀଟ’ ଭାବରେ ପରିଚିତ ‘ହେମିପଟେରାନ’ ଖାଆନ୍ତି। ଗଛକଟା ହୋଇଥିବା ଜଙ୍ଗଲରେ ଏଭଳି କୀଟ ସଂଖ୍ୟା ଦ୍ରୁତ ହାରରେ ହ୍ରାସ ପାଏ ।” ଗଛକଟାର ପ୍ରଭାବ ସହିତ ଧଳା ଲାଞ୍ଜ ଥିବା ରବିନ ପକ୍ଷୀର ହ୍ରାସ ପାଉଥିବା ସଂଖ୍ୟାକୁ ତୁଳନା କରାଯାଇପାରେ ବୋଲି ସେ କହନ୍ତି । “ଉତ୍ତପ୍ତ ପରିବେଶର ସିଧାସଳଖ ପ୍ରଭାବ ପକ୍ଷୀମାନଙ୍କ ପାଇଁ ଶାରୀରିକ ଚାପ ସୃଷ୍ଟି କରେ ।”

Despite the elevation and remoteness of this part of the eastern Himalayas, cloud forests here in West Kameng are under pressure from habitat degradation, in particular, logging
PHOTO • Vishaka George
Despite the elevation and remoteness of this part of the eastern Himalayas, cloud forests here in West Kameng are under pressure from habitat degradation, in particular, logging
PHOTO • Binaifer Bharucha

ପୂର୍ବ ହିମାଳୟର ଏହି ଭାଗ ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚ ଏବଂ ଅତି ଦୁର୍ଗମ ସ୍ଥାନ ହୋଇଥିଲେ ହେଁ ନିର୍ଦ୍ଦିଷ୍ଟ ଭାବେ ଗଛକଟା କାରଣରୁ ବାସସ୍ଥାନ ଉପଯୋଗିତା ହ୍ରାସ ପାଇ ପଶ୍ଚିମ କାମେଙ୍ଗର ବାଦଲ ଘେରା ଜଙ୍ଗଲ ଏବେ ବିପଦର ସମ୍ମୁଖୀନ ହୋଇଛି

Eaglenest Wildlife Sanctuary covers 218 square kilometres in Arunachal Pradesh’s West Kameng district
PHOTO • Binaifer Bharucha
Eaglenest Wildlife Sanctuary covers 218 square kilometres in Arunachal Pradesh’s West Kameng district
PHOTO • Binaifer Bharucha

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ୨୧୮ ବର୍ଗ କିଲୋମିଟର ସ୍ଥାନରେ ରହିଛି ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟ

ତାପମାତ୍ରା ବୃଦ୍ଧି କାରଣରୁ ହିମାଳୟ ପlର୍ବତ ଅଞ୍ଚଳର ବୃକ୍ଷଲତା ବି ଉପରକୁ ଉଠିବାରେ ଲାଗିଲେଣି । ପକ୍ଷୀମାନେ ବି ଏହି ସବୁ ସବୁଜିମା ସନ୍ଧାନରେ ଉଚ୍ଚ ସ୍ଥାନକୁ ଯିବା ଆରମ୍ଭ କଲେଣି । ଉମେଶ କହନ୍ତି, “ଜୀବନ ଧାରଣ କରିବା ଲାଗି ବିଭିନ୍ନ ପ୍ରଜାତି ଏଣିକି ୧,୦୦୦ରୁ ୨,୦୦୦ ମିଟର ଉଚ୍ଚତା ପରିବର୍ତ୍ତେ ୧,୨୦୦ରୁ ୨,୨୦୦ ମିଟର ଉଚ୍ଚତାରେ ପହଞ୍ଚୁଛନ୍ତି।” ପପୁଆ ନ୍ୟୁ ଗ୍ୟୁନିଆ ଏବଂ ଆଣ୍ଡିଜ୍ ଭଳି ଉଷ୍ମ ଅଞ୍ଚଳରେ ପକ୍ଷୀମାନେ ସମୁଦ୍ର ପତ୍ତନଠାରୁ ଯେଉଁ ଉଚ୍ଚତାରେ ବସବାସ କରୁଥିଲେ ତା’ଠାରୁ ଅଧିକ ଉଚ୍ଚ ସ୍ଥାନକୁ ଯାଉଥିବାର ତଥ୍ୟ ସଂଗୃହୀତ ହୋଇଛି ।

ଏହି ହାରରେ ପକ୍ଷୀମାନେ ଉଚ୍ଚ ସ୍ଥାନକୁ ଯିବାରେ ଲାଗିଲେ ଦିନେ ସେମାନେ ପର୍ବତ ଶିଖରରେ ପହଞ୍ଚିବେ ଏବଂ ସେଠାରେ ସ୍ଥାନାଭାବ ଯୋଗୁଁ ଧୀରେ ଧୀରେ ଲୋପ ପାଇଯିବେ ବୋଲି ବିଜ୍ଞାନୀମାନେ ଆଶଙ୍କା କରନ୍ତି । ଆଉ ଅଧିକ ଉପରକୁ ଯାଇ ନପାରି ପକ୍ଷୀମାନେ ବିଲୁପ୍ତ ହୋଇଯିବାର ଆଶଙ୍କା ଉପୁଜିଲାଣି ।

ଇଗଲନେଷ୍ଟର ନିମ୍ନ ଭାଗରେ ଉଷ୍ମ ଚିରସବୁଜ ବନାଞ୍ଚଳ ରହିଛି, ମଧ୍ୟ ଭାଗରେ ଓସାରିଆ ପତ୍ର ବିଶିଷ୍ଟ ଗଛରେ ଭରପୂର ଜଙ୍ଗଲ ଏବଂ ସର୍ବାଧିକ ଉଚ୍ଚତାରେ ପାହାଡ଼ିଆ ଗୁଳ୍ମ ଓ ବୁଦା ବୁଦା ଫୁଲଗଛ ରହିଛି । ଏବଂ ଏ ସବୁ ଭିତରେ, ଉମେଶ କହନ୍ତି, “ଏବେ ଆମର ଜଳବାୟୁ ସଂଯୋଗୀକରଣର ଆବଶ୍ୟକତା ରହିଛି । ବିଭିନ୍ନ ପକ୍ଷୀ ପ୍ରଜାତି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିବା ଉଚିତ ।” ଉମେଶ ନିଜେ ଜଣେ ପ୍ରଶିକ୍ଷିତ ଡାକ୍ତର । କିନ୍ତୁ ପକ୍ଷୀମାନଙ୍କ ପ୍ରତି ତାଙ୍କ ପ୍ରେମ କାରଣରୁ ସେ ନିଜର ବୃତ୍ତି ବଦଳାଇଛନ୍ତି ।

ସେ କହନ୍ତି, “ଯଦି ମଝି ପାହାଡ଼ରେ ଚାଷବାସ ଏବଂ ସହରାଞ୍ଚଳ ରହିଥାଏ, ତେବେ ତାହା ସମ୍ଭବ ହେବନି । ଏହି ସବୁ ପକ୍ଷୀ ପ୍ରଜାତିର ସୁରକ୍ଷା ଲାଗି ବହୁ ଦୂର ଯାଏ ଲମ୍ବିଥିବା ସମୁଦ୍ର ପତ୍ତନଠାରୁ ଉଚ୍ଚ ସ୍ଥାନର ଆବଶ୍ୟକତା ରହିଛି।”

*****

ଏହି ଅଧ୍ୟୟନ କ୍ଷେତ୍ରରେ ମିକା ରାୟ, ଡମ୍ବର ପ୍ରଧାନ, ଆଇତି ଥାପା ଏବଂ ଡେମା ତାମାଙ୍ଗଙ୍କ ଭଳି ସ୍ଥାନୀୟ କ୍ଷେତ୍ର କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂକଳନରେ ସେମାନଙ୍କୁ ସହ-ରଚୟିତା ଭାବରେ ସ୍ଥାନ ଦିଆଯାଇଛି ।

ପକ୍ଷୀ ଧରିବା ଲାଗି କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ଜାଲର ଦାୟିତ୍ୱ ପ୍ରଦାନ କରାଯାଏ ଏବଂ ‘ମିଷ୍ଟ-ନେଟିଂ’ ନାମକ ଜ୍ଞାନକୌଶଳରେ ତାଲିମ ନେବାକୁ ପଡ଼େ। ଏଥିରେ ଘଞ୍ଚ ଜଙ୍ଗଲ ଭିତରେ ଦୁଇଟି ଖୁଣ୍ଟ ମଝିରେ ସୂକ୍ଷ୍ମ ଜାଲଟିଏ ବନ୍ଧିବାକୁ ହୁଏ। ଏହା ଏତେ ସୂକ୍ଷ୍ମ ଯେ, ପକ୍ଷୀମାନଙ୍କ ଆଖିକୁ ଦେଖାଯାଏ ନାହିଁ। ସେମାନେ ଉଡ଼ି ଉଡ଼ି ଯାଇ ଏହି ଜାଲରେ ଧରା ପଡ଼ନ୍ତି ।

Left: Dema gently untangling a White-gorgeted Flycatcher from the mist-nets. These are fine nets set up in areas of dense foliage. Birds cannot see them and hence, fly into them, getting caught.
PHOTO • Binaifer Bharucha
Right: Dambar holding a White-browed Piculet that he delicately released from the mist-net
PHOTO • Vishaka George

ବାମ: ମିଷ୍ଟ-ନେଟରେ ଗୋଟିଏ ‘ହ୍ୱାଇଟ୍-ଜର୍ଜେଟେଡ୍ ଫ୍ଲାଇକ୍ୟାଚର’କୁ ଅଡୁଆରୁ ମୁକୁଳାଉଛନ୍ତି ଡେମା । ଘଞ୍ଚ ଜଙ୍ଗଲରେ ଏହି ସୂକ୍ଷ୍ମ ଜାଲକୁ ବନ୍ଧାଯାଏ। ପକ୍ଷୀମାନେ ଏହାକୁ ଦେଖିପାରନ୍ତି ନାହିଁ ଏବଂ ତେଣୁ ସେଥିରେ ଧରା ପଡ଼ିଯାଆନ୍ତି। ଡାହାଣ: ମିଷ୍ଟ-ନେଟରୁ ଅତି ସନ୍ତର୍ପଣରେ ବାହାର କରିଥିବା ଏକ ଧଳା ଆଖିପତା ଥିବା ପିକୁଲେଟ୍ ପକ୍ଷୀକୁ ଧରିଛନ୍ତି ଡମ୍ବର

Left: Micah adjusting and checking the nets
PHOTO • Vishaka George
Right: Aiti gently releasing a Rufous-capped Babbler from the nets
PHOTO • Binaifer Bharucha

ବାମ: ମିକା ପକ୍ଷୀଧରା ଜାଲକୁ ଯାଞ୍ଚ କରି ଠିକ୍ କରିନେଉଛନ୍ତି ।  ଡାହାଣ: ରୁଫୋସ୍-କ୍ୟାପଡ ବାବଲର ପକ୍ଷୀକୁ ଜାଲରୁ ଧୀରେ ଧୀରେ ମୁକୁଳାଉଛନ୍ତି ଆଇତି

“ଆମ ସମସ୍ତଙ୍କୁ ୮ରୁ ୧୦ଟି ଲେଖାଏଁ ପକ୍ଷୀଧରା ଜାଲର ଦାୟିତ୍ୱ ଦିଆଯାଇଛି,” ୨୮ ବର୍ଷର ଡମ୍ବର କହନ୍ତି । କହୁ କହୁ ସେ ଗୋଟିଏ ଗଡ଼ାଣିଆରେ ତଳକୁ ଖସି ଖସି ନିଜର ଗୋଟିଏ ନେଟ୍ ଆଡ଼କୁ ଯିବା ଭଳି ମନେହୁଏ । ସେଠାରେ ପହଞ୍ଚି ଗଲା ପରେ, ସେଥିରେ ଲାଗିଥିବା ଜୀବମାନଙ୍କୁ ସେ ଧୀରେ ଧୀରେ ବାହାର କରି ଗୋଟିଏ ସବୁଜ ରଙ୍ଗର ସୂତା କପଡ଼ାର ବ୍ୟାଗରେ ରଖନ୍ତି ।

ପକ୍ଷୀଧରା ଜାଲରେ ପକ୍ଷୀମାନଙ୍କୁ ୧୫ ମିନିଟରୁ ଅଧିକ ରଖାଯାଏ ନାହିଁ । ବର୍ଷା ହେବାର ସାମାନ୍ୟତମ ସମ୍ଭାବନା ଦେଖାଦେଲେ, ଟିମର ସଦସ୍ୟମାନେ ତୁରନ୍ତ ଜାଲ ପାଖକୁ ଯାଇ ସେଥିରେ ଲାଗିଥିବା ଜୀବମାନଙ୍କ ଯନ୍ତ୍ରଣା ହ୍ରାସ କରିବା ଲାଗି ସେମାନଙ୍କୁ ଅବିଳମ୍ବେ ମୁକ୍ତ କରି ଦିଅନ୍ତି ।

ପକ୍ଷୀମାନଙ୍କ ଗଳାକୁ ଧୀର ଭାବରେ ମୁଠା କରି ଧରି ବା ‘ରିଙ୍ଗରସ୍ ଗ୍ରୀପ୍’ରେ ଧରି ସେମାନଙ୍କୁ ବ୍ୟାଗରୁ ବାହାର କରାଯାଏ । ଏ ସମୟରେ ଅତି ସାବଧାନ ହେବା ଆବଶ୍ୟକ, କାରଣ ପକ୍ଷୀର ଗଳା ଚାରିପଟେ ସାମାନ୍ୟ ଅଧିକ ଚାପ ପ୍ରୟୋଗ କରାଗଲେ ତା’ର ଜୀବନ ଚାଲିଯାଇପାରେ । ତା’ପରେ ପକ୍ଷୀମାନଙ୍କୁ ଓଜନ କରାଯାଏ, ମାପ କରାଯାଏ ଏବଂ ବଳୟାକୃତିର ଚିହ୍ନ ଲଗାଯାଏ ।

ଡେମା କହନ୍ତି, “ଏହି କାମରେ ମୋ ମନ ମାନେ ନାହିଁ । ମୁଁ ପକ୍ଷୀମାନଙ୍କ ସହିତ କାମ କରିବାକୁ ଭଲପାଏ । ଏଠାକୁ ସାରା ପୃଥିବୀର ଲୋକେ ଆସନ୍ତି ଏବଂ ବାଇନୋକୁଲାରରେ ସେମାନଙ୍କୁ ଦୂରରୁ ଦେଖିପାରନ୍ତି । ମୁଁ କିନ୍ତୁ ସେମାନଙ୍କୁ ଧରିପାରେ ।”

ଦଶମ ଶ୍ରେଣୀରୁ ସ୍କୁଲ ପାଠ ଛାଡ଼ି ଦେଇଥିବା ଆଇତି କହନ୍ତି, “୨୦୨୧ ମସିହାରେ ମୁଁ ଯଦି ଏହି ଟିମ୍ ସହିତ ଯୋଗ ଦେଇ ନଥାଆନ୍ତି, ତେବେ ହୁଏତ ଏବେ ମୋ ପରିବାରର ଅନ୍ୟମାନଙ୍କ ସହିତ ଚାଷଜମିରେ କାମ କରୁଥାଆନ୍ତା ।” ଡେମା ଓ ଆଇତିଙ୍କ ଭଳି ଯୁବତୀମାନେ ମିକାଙ୍କ କାମରୁ ପ୍ରେରଣା ପାଇଛନ୍ତି ଏବଂ ଯୁବକମାନେ ବି ଆଜିକାଲି ଏହି ସବୁ ଜଙ୍ଗଲରେ ପଶୁପକ୍ଷୀ ଶିକାରକୁ ବିରୋଧ କରିବା ଆରମ୍ଭ କଲେଣି ।

Umesh measuring the tarsus of a White-throated-fantail (left) and the wing of a Chestnut-crowned laughingthrush (right)
PHOTO • Binaifer Bharucha
Umesh measuring the tarsus of a White-throated-fantail (left) and the wing of a Chestnut-crowned laughing thrush (right)
PHOTO • Binaifer Bharucha

ଉମେଶ ଗୋଟିଏ ଧଳା-ଗଳା ବିଶିଷ୍ଟ ‘ଫ୍ୟାନଟେଲ’ର ପଞ୍ଛା (ବାମ) ଏବଂ ‘ଚେଷ୍ଟନଟ୍ କ୍ରାଉନଡ୍ ଲାଫିଂ ଥ୍ରସ୍’ ପକ୍ଷୀର ପର ମାପୁଛନ୍ତି (ଡାହାଣ)

Micah holding up a photo of a Rufous-necked Hornbill he shot on his camera.
PHOTO • Binaifer Bharucha
Right: Dema says she doesn’t take this work for granted. 'People come here from all over the world and, at best, can only see them from a distance with binoculars. I get to hold them'
PHOTO • Vishaka George

ସେ ଉଠାଇଥିବା ଗୋଟିଏ ‘ରୁଫୋସ୍ ନେକଡ ହର୍ନବିଲ’ ପକ୍ଷୀର ଫଟୋ ଧରିଛନ୍ତି ମିକା। ଡାହାଣ: ଡେମା କହନ୍ତି ଯେ ଏହି କାମରେ ତାଙ୍କ ମନ ମାନେ ନାହିଁ। ‘ପୃଥିବୀରୁ ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ଆସନ୍ତି ଏବଂ ଅତି ବେଶୀରେ ସେମାନେ ଦୂରରୁ ପକ୍ଷୀମାନଙ୍କୁ ବାଇନୋକୁଲାରରେ ଦେଖନ୍ତି ।  ସେ କହନ୍ତି, ମୁଁ ସେମାନଙ୍କୁ ହାତରେ ଧରିପାରେ'

“ପିଲାମାନେ ବାଟୁଳି ମାରି ପକ୍ଷୀମାନଙ୍କୁ ତଳକୁ ଖସାଇବାକୁ ଚେଷ୍ଟା କରନ୍ତି । ସ୍କୁଲ ସରିବା ପରେ ସେମାନେ ଜଙ୍ଗଲକୁ ଯାଇ ସମୟ କାଟିବା ଲାଗି ଏହା କରନ୍ତି ।” ହେଲେ, ପକ୍ଷୀମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ମିକାଙ୍କୁ ଉମେଶ ତାଙ୍କ ଟିମ୍‌ରେ ନିଯୁକ୍ତି ଦେବା ପରେ ସେ ରାମଲିଙ୍ଗମ ଗାଁର ପିଲାମାନଙ୍କ ପାଖକୁ ଯାଇ ସେମାନଙ୍କୁ ଜଙ୍ଗଲ ଓ ବନ୍ୟପ୍ରାଣୀମାନଙ୍କର ଫଟୋ ଦେଖାଇଲେ। ସେ କହନ୍ତି, “ଏବେ ମୋର ସାନ ଭାଇଭଉଣୀମାନେ ଏବଂ ସାଙ୍ଗମାନେ ଶିକାର ଓ ପଶୁପକ୍ଷୀ ସଂରକ୍ଷଣକୁ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି ।”

ଇଗଲନେଷ୍ଟ ଭିତରେ ଅବିରତ ଚଳପ୍ରଚଳ କରିବାରେ ଅଭ୍ୟସ୍ତ ହୋଇଥିବାରୁ ମାନବ ‘ଜିପିଏସ୍’ ନାମରେ ତାଙ୍କ ସହକର୍ମୀଙ୍କ ପାଖରେ ପରିଚିତ ମିକା କହନ୍ତି, “ମୁଁ ଛୋଟ ଥିବା ବେଳେ, ସହରରେ ରହିବାକୁ ସବୁବେଳେ ଚାହୁଁଥିଲି । ଏହି ଇଚ୍ଛା ଏମିତି ଥିଲା ଯେ ସତେ ଯେମିତି ଜଣେ ପକ୍ଷୀପ୍ରେମୀ ନୂଆ ପ୍ରଜାତିର ପକ୍ଷୀଟିଏ ଦେଖିବାକୁ ବ୍ୟାକୁଳ । କିନ୍ତୁ ଭାରତର ଅନ୍ୟାନ୍ୟ ଭାଗ ବୁଲି ଦେଖିବା ପରେ, ଅରୁଣାଚଳ ପ୍ରଦେଶର ଜଙ୍ଗଲରୁ ଫେରି ଆସିବାକୁ ମୁଁ ସ୍ଥିର କଲି ।”

ସବୁଜିମାରେ ଭରା ପାହାଡ଼ିଆ ଜଙ୍ଗଲ ଓ ପର୍ବତ ଉପତ୍ୟକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ଭଳି ଏକ ସ୍ଥାନରେ ବନ୍ଧା ଗୋଟିଏ ପକ୍ଷୀଧରା ଜାଲ ପାଖରେ ପହଞ୍ଚି ସେ କହିଲେ, “କଥା ଏହା ନୁହେଁ ଯେ, ମୁଁ କେତେ ଥର ଏଠାକୁ ଆସିଛି, ବରଂ ମୋତେ ଲାଗୁଛି, ଏହି ଜଙ୍ଗଲର ମୋହରେ ମୁଁ ବନ୍ଧା ପଡ଼ିଯାଇଛି ।”

ଏହି ଲେଖାର ୟ ଭାଗରେ ପଢ଼ନ୍ତୁ, ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ମୁକୁଳିବାକୁ କେମିତି ଉଦ୍ୟମ କରୁଛନ୍ତି ଏଠାକାର ସ୍ଥାନୀୟ ଲୋକମାନେ।

ଅନୁବାଦ: ଓଡ଼ିଶାଲାଇଭ୍‍

Vishaka George

Vishaka George is Senior Editor at PARI. She reports on livelihoods and environmental issues. Vishaka heads PARI's Social Media functions and works in the Education team to take PARI's stories into the classroom and get students to document issues around them.

Other stories by Vishaka George
Photographs : Binaifer Bharucha

Binaifer Bharucha is a freelance photographer based in Mumbai, and Photo Editor at the People's Archive of Rural India.

Other stories by Binaifer Bharucha
Photographs : Vishaka George

Vishaka George is Senior Editor at PARI. She reports on livelihoods and environmental issues. Vishaka heads PARI's Social Media functions and works in the Education team to take PARI's stories into the classroom and get students to document issues around them.

Other stories by Vishaka George
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE