ଭୋର ତିନିଟା ବେଳେ ନନ୍ଦିନୀ ଏକ କମଳା ରଙ୍ଗର ଜରି ପାଲ ତମ୍ବୁ ବାହାରେ ବସି ତାଙ୍କ ସାଙ୍ଗ ଧରିଥିବା ମୋବାଇଲ ଫୋନ୍‌ର ଟର୍ଚ୍ଚରେ ସଜ ହେଉଛନ୍ତି।

ସାଦା ସୂତା ଶାଢ଼ି ପିନ୍ଧିଥିବା ଏହି ୧୮ ବର୍ଷୀୟା ଯୁବତୀ ଜଣଙ୍କ ଆଉ କିଛି ଘଣ୍ଟା ମଧ୍ୟରେ ବିବାହ କରିବେ।

ବଙ୍ଗଳାମେଡ଼ (ସେରକ୍କନୁର ଇରୁଲର କଲୋନୀ ନାମରେ ପରିଚିତ)ରୁ ଗତ ସନ୍ଧ୍ୟାରେ ସେ ଓ ତାଙ୍କ ବର ୨୧ ବର୍ଷ ବୟସ୍କ ଜୟରାମ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହିତ ମମଲ୍ଲପୁରମ୍‌ରେ ପହଞ୍ଚିଥିଲେ। ତାମିଲନାଡ଼ୁର ତିରୁୱଲ୍ଲୁର ଜିଲ୍ଲାର ଏହି ଦଳ, ଶହ ଶହ ଇରୁଲର ପରିବାର ମଧ୍ୟରୁ ଗୋଟିଏ, ଯେଉଁମାନେ ଚେନ୍ନଇର ଦକ୍ଷିଣ ଦିଗରେ ଥିବା ସମୁଦ୍ର ବେଳାଭୂମିରେ ପଡ଼ିଥିବା ଛୋଟ ଛୋଟ ତମ୍ବୁରେ ରହୁଛନ୍ତି।

ପ୍ରତ୍ୟେକ ମାର୍ଚ୍ଚ ମାସରେ, ଉପକୂଳବର୍ତ୍ତୀ ତାମିଲନାଡ଼ୁର ସଂକ୍ଷିପ୍ତ ଶୀତ ଯାଇ ଯେମିତି ଗରମ ହୁଏ, ମମଲ୍ଲପୁରମ୍‌ (ପୂର୍ବରୁ ଯାହା ମହାବଳୀପୁରମ୍‌ ନାମରେ ପରିଚିତ ଥିଲା)ର ସୁନେଲି ବାଲି ବିଭିନ୍ନ ରଙ୍ଗର ବାଲିରେ ଭରି ଯାଇଥାଏ। ନିକଟସ୍ଥ ଗଛରୁ ସଜ କଟା ହୋଇଥିବା କାଠ ଖୁଣ୍ଟ ପୋତି ପତଳା ଶାଢ଼ି ଏବଂ ଜରି ପାଲରେ ତିଆରି ବାଡ଼ ଏବଂ ତମ୍ବୁର ଏକ ବିଶାଳ ଗୋଲକଧନ୍ଦାରେ ସମ୍ପୂର୍ଣ୍ଣ ସମୁଦ୍ର ବେଳାଭୂମି ଭର୍ତ୍ତି ହୋଇଯାଇଥାଏ।

ଏହି ଲୋକପ୍ରିୟ ସମୁଦ୍ର ତଟରେ ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସ୍ୱାଭାବିକ କୋଳାହଳ ପରିବର୍ତ୍ତେ ଇରୁଲର ସମାଜର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଯେଉଁମାନେ ମାସୀ ମାଗମ ଉତ୍ସବ ପାଳନ କରିବା ପାଇଁ ସାରା ରାଜ୍ୟରୁ ଏଠାକୁ ଆସନ୍ତି। ଇରୁଲର ଏକ ଅତି ବିପଦଗ୍ରସ୍ତ ଜନଜାତି ସମୂହ (ପିଭିଟିଜି) ଭାବେ ତାଲିକାଭୁକ୍ତ ଯେଉଁମାନଙ୍କ ଆନୁମାନିକ ଜନସଂଖ୍ୟା ପାଖାପାଖି ୨ ଲକ୍ଷ ଅଟେ ( ଭାରତରେ ଅନୁସୂଚିତ ଜନଜାତିଙ୍କ ପରିସଂଖ୍ୟାନ ସ୍ଥିତି , ୨୦୧୩)। ସେମାନେ ତାମିଲନାଡ଼ୁ ସାରା ବିଭିନ୍ନ ଜିଲ୍ଲାରେ ଛୋଟ ଓ ପୃଥକ ସ୍ଥାନରେ ରୁହନ୍ତି।

Nandhini (left) and Jayaram (right) belong to the Irular tribal community. They have come to Mamallapuram from Bangalamedu to take part in the Maasi Magam festival and will be getting married
PHOTO • Smitha Tumuluru
Nandhini (left) and Jayaram (right) belong to the Irular tribal community. They have come to Mamallapuram from Bangalamedu to take part in the Maasi Magam festival and will be getting married
PHOTO • Smitha Tumuluru

ନନ୍ଦିନୀ (ବାମ) ଏବଂ ଜୟରାମ (ଡାହାଣ) ଇରୁଲର ସମ୍ପ୍ରଦାୟର ହୋଇଥିବା ବେଳେ ସେମାନେ ମାସୀ ମାଗମ ପର୍ବରେ ଭାଗ ନେବା ଏବଂ ବିବାହ କରିବା ଲାଗି ବଙ୍ଗଲାମେଡ଼ରୁ ମମଲ୍ଲପୁରମ୍‌କୁ ଆସିଛନ୍ତି

Every year, in the Tamil month of Maasi, Irulars from across Tamil Nadu gather on the beaches of Mamallapuram where they set up tents made of thin sarees and tarpaulin, held in place using freshly cut stalks from nearby trees
PHOTO • Smitha Tumuluru
Every year, in the Tamil month of Maasi, Irulars from across Tamil Nadu gather on the beaches of Mamallapuram where they set up tents made of thin sarees and tarpaulin, held in place using freshly cut stalks from nearby trees
PHOTO • Smitha Tumuluru

ପ୍ରତିବର୍ଷ ମାସୀ ତାମିଲ ମାସରେ ତାମିଲନାଡ଼ୁର ବିଭିନ୍ନ ସ୍ଥାନରୁ ଇରୁଲରମାନେ ମମଲ୍ଲପୁରମ୍‌ ବେଳାଭୂମିରେ ଏକତ୍ରିତ ହୁଅନ୍ତି ଯେଉଁଠି ସେମାନେ ନିକଟସ୍ଥ ଗଛରୁ ସଜ କଟା ହୋଇଥିବା କାଠ ଖୁଣ୍ଟ ପୋତି ପତଳା ଶାଢ଼ି ଏବଂ ତିରପାଲରେ ତମ୍ବୁ ତିଆରି କରିଥା’ନ୍ତି

ଇରୁଲର ସମ୍ପ୍ରଦାୟର ଲୋକମାନେ ପୂଜା କରୁଥିବା ସାତ ଜଣ କୁମାରୀ ଦେବୀଙ୍କ ମଧ୍ୟରୁ ଅନ୍ୟତମ ଦେବୀ କନିଅମ୍ମାଙ୍କୁ ପୂଜା କରିବା ଲାଗି ସେମାନେ ମାସୀ ତାମିଲ ମାସ (ଫେବୃଆରୀ-ମାର୍ଚ୍ଚ) ରେ ମମଲ୍ଲପୁରମ ବେଳାଭୂମିରେ ଏକତ୍ରିତ ହୋଇଥା’ନ୍ତି। ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ମାଗମ ଏକ ନକ୍ଷତ୍ରର ନାମ।

‘‘ଆମ ବରିଷ୍ଠ ଲୋକମାନେ କୁହନ୍ତି ଯେ ଅମ୍ମା ରାଗି ଯାଇ ସମୁଦ୍ରକୁ ଚାଲି ଯାଆନ୍ତି,’’ ଜୟରାମଙ୍କ ଆଈ ଭି. ସରୋଜା କୁହନ୍ତି। ‘‘ଏହାପରେ ତାଙ୍କୁ ଫେରାଇ ଆଣିବା ଲାଗି ଆମକୁ ପ୍ରାର୍ଥନା କରିବାକୁ ହୁଏ। ତାଙ୍କର ରାଗ ଶାନ୍ତ ହୁଏ ଏବଂ ସେ ଘରକୁ ଫେରି ଆସନ୍ତି,’’ ସେ କୁହନ୍ତି।

ଅତିବେଶୀରେ ସେମାନେ ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ରୁହନ୍ତି। ଏଠାରେ ରହଣୀ ବେଳେ ସେମାନେ ଜୁଆର ଛାଡ଼ିବା ସମୟରେ ମାଛ ଧରନ୍ତି ଏବଂ ନିକଟସ୍ଥ ବୁଦାରୁ ଗେଣ୍ଡା, ମୂଷା ଓ ଚଢ଼େଇଙ୍କ ଶିକାର କରନ୍ତି ଯାହାକୁ ସେମାନେ ଖାଦ୍ୟରେ ଉପଯୋଗ କରିପାରିବେ।

ନିକଟସ୍ଥ ଜଙ୍ଗଲରେ ଶିକାର କରିବା, ଖାଦ୍ୟ ଉପଯୋଗୀ ଉଦ୍ଭିଦ ସନ୍ଧାନ କରିବା ଏବଂ ଜାଳେଣି ଓ ଔଷଧୀୟ ଗୁଳ୍ମ ସଂଗ୍ରହ କରିବା ପାରମ୍ପରିକ ଇରୁଲର ଜୀବନ ଶୈଳୀର ଏକ ପ୍ରମୁଖ ଅଂଶବିଶେଷ (ପଢ଼ନ୍ତୁ: ବଙ୍ଗଲାମେଡ଼ରେ ପୋତାଧନ ଖନନ )

ନିର୍ମାଣ ଓ କୃଷି କାର୍ଯ୍ୟ ପାଇଁ ଜଙ୍ଗଲ ଘନତ୍ୱ ହ୍ରାସ ପାଇବା ଏବଂ ସେମାନଙ୍କ ବାସସ୍ଥାନ ନିକଟରେ ଥିବା ଜଙ୍ଗଲ ଓ ହ୍ରଦ ନିକଟକୁ ଯିବା ଉପରେ କଟକଣା କାରଣରୁ ଇରୁଲରମାନେ ଏବେ ମୁଖ୍ୟତଃ ଦିନ ମଜୁରି କାମ, ଚାଷ ଜମି କାମ, ନିର୍ମାଣସ୍ଥଳୀ, ଇଟାଭାଟି ଏବଂ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ, ଯାହାକି ଗ୍ରାମୀଣ ପରିବାରଗୁଡ଼ିକୁ ବାର୍ଷିକ ୧୦୦ ଦିନର ନିଯୁକ୍ତି ଗ୍ୟାରେଣ୍ଟି ଦେଇଥାଏ) କାମ ଉପରେ ନିର୍ଭର କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ସାପକାମୁଡ଼ା ଇଞ୍ଜେକ୍ସନ ପ୍ରସ୍ତୁତି ପାଇଁ ସାପ ଧରିବା ଓ ଯୋଗାଣ କରିବା ଲାଗି ଲାଇସେନ୍ସ ଆଣିଛନ୍ତି, କିନ୍ତୁ ଏହି କାମ ଋତୁକାଳୀନ ଏବଂ ଅପ୍ରତ୍ୟାଶିତ ଅଟେ।

People taking firewood and stalks of branches (left) to build their temporary homes, and to cook food (right)
PHOTO • Smitha Tumuluru
People taking firewood and stalks of branches (left) to build their temporary homes, and to cook food (right)
PHOTO • Courtesy: TISS Tuljapur

ଅସ୍ଥାୟୀ ଘର ତୋଳିବା ଏବଂ ରୋଷେଇ କରିବା (ଡାହାଣ) ପାଇଁ ଲୋକମାନେ ଜାଳେଣି ଏବଂ ଗଛ ଶାଖା (ବାମ) ନେଇ ଯାଉଛନ୍ତି

The Irulars are a particularly vulnerable tribal group (PVTG) with an estimated population of around 2 lakhs
PHOTO • Smitha Tumuluru
The Irulars are a particularly vulnerable tribal group (PVTG) with an estimated population of around 2 lakhs
PHOTO • Smitha Tumuluru

ଇରୁଲରମାନେ ଅତି ବିପଦଗ୍ରସ୍ତ ଜନଜାତି ଗୋଷ୍ଠୀ (ପିଭିଟିଜି) ହୋଇଥିବା ବେଳେ ସେମାନଙ୍କ ଜନସଂଖ୍ୟା ପ୍ରାୟ ୨ ଲକ୍ଷ ହେବ

ଅଲାମେଲୁ ଜଣେ ତୀର୍ଥଯାତ୍ରୀ ଏବଂ ସେ ଚେନ୍ନଇର ଏକ ପ୍ରଗତିଶୀଳ ଉପନଗର ମନପାକ୍କମରୁ ଆସିଛନ୍ତି ଯେଉଁଠାରେ ସେ ଏକ କୁପ୍ପାମେଡ଼ୁ (ଅଳିଆ ଗଦା) ପାଖରେ ରୁହନ୍ତି। ୪୫ ବର୍ଷ ବୟସ୍କ ଏହି ଦିନ ମଜରୁରିଆ ଜଣେ ଅମ୍ମାନଙ୍କୁ ପୂଜା କରିବା ଲାଗି ପ୍ରତ୍ୟେକ ବର୍ଷ ୫୫ କିଲୋମିଟର ଦୂର ଯାତ୍ରା କରି ସମୁଦ୍ର କୂଳକୁ ଆସନ୍ତି। ‘‘ଚାରି ଆଡ଼କୁ ଦେଖନ୍ତୁ,’’ ସେ ବାଡ଼  ଆବଦ୍ଧ କ୍ଷେତ୍ର ଆଡ଼କୁ ଇସାରା କରି କୁହନ୍ତି, ‘‘ଆମେ ସବୁବେଳେ ଏପରି ରହି ଆସିଛୁ। ମାଟି ଉପରେ। ଝିଟିପିଟି କି ସାପ ଥାଆନ୍ତୁ ପଛେ। ସେହି କାରଣରୁ ଆମେ ଅମ୍ମାଙ୍କ ପାଇଁ ନିଜ ପ୍ରସାଦକୁ ତାରାଇ (ଚଟାଣରେ ବା ତଳେ) ରେ ଅର୍ପଣ କରିବା ଉଚିତ୍‌।’’

ସୂର୍ଯ୍ୟୋଦୟର କିଛି ଘଣ୍ଟା ପୂର୍ବରୁ ପ୍ରାର୍ଥନା ଆରମ୍ଭ ହୋଇଯାଏ। ଶୀଘ୍ର ଉଠୁଥିବା ଲୋକମାନେ ପୂର୍ଣ୍ଣିମାର ଜହ୍ନ ଆଲୁଅରେ ତମ୍ବୁ ଓ ଶୋଇ ରହିଥିବା ଲୋକଙ୍କ ଗୋଲକଧନ୍ଦା ଭିତର ଦେଇ ଧୀରେ ଧୀରେ ସମୁଦ୍ର ତଟ ଆଡ଼କୁ ଯାଆନ୍ତି। ପ୍ରତ୍ୟେକ ପରିବାର ନିଜର ପ୍ରସାଦ ଅର୍ପଣ କରିବା ଲାଗି ସମୁଦ୍ର ତଟରେ ଗୋଟିଏ ସ୍ଥାନ ନିର୍ଦ୍ଧାରିତ କରିଥାଏ।

‘‘ଆମେ ବାଲିରେ ସାତଟି ପାହାଚ ତିଆରି କରିଥାଉ,’’ ଅଲାମେଲୁ କୁହନ୍ତି। ପ୍ରତ୍ୟେକ ପାହାଚରେ, ସେମାନେ ଦେବୀଙ୍କୁ ପ୍ରସାଦ ଅର୍ପଣ କରନ୍ତି, ଯେଉଁଥିରେ ଫୁଲ, ନଡ଼ିଆ, ପାନପତ୍ର, ଖଇ ଏବଂ ଗୁଡ଼ ମିଶ୍ରିତ ମିଠା ଚାଉଳ ଚୂନା ଥାଏ। ସମୁଦ୍ରର ଲହଡ଼ି ଆସି ପ୍ରସାଦକୁ ଧୋଇ ନେଇଗଲେ, ଇରୁଲର୍‌ମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଅମ୍ମା ବା ଅମ୍ମାନ ପ୍ରକୃତରେ ସେମାନଙ୍କୁ ଆଶୀର୍ବାଦ ଦେଇଛନ୍ତି

‘‘ଆଦାତ୍ତି କୁଡ଼ୁତା ୟେତପ୍ପା (ଆପଣ ତାଙ୍କୁ ନିର୍ଦ୍ଦେଶ ଦେଲେ ସେ ଶୁଣନ୍ତି),’’ ଅଲାମେଲୁ କୁହନ୍ତି। ଦେବୀଙ୍କୁ ଆଦେଶ ଦେବା ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଇରୁଲରମାନଙ୍କର ନିଜ ଦେବୀଙ୍କ ସହିତ ଏଭଳି ଅଭିନବ ସମ୍ପର୍କ ରହିଛି। ‘‘ଏହା ନିଜ ମା’କୁ କହିବା ଭଳି। ଆପଣ ମା’କୁ କିଛି ବି କହିପାରିବେ,’’ ଇରୁଲର କର୍ମୀ ମଣିଗଣ୍ଡନ କୁହନ୍ତି।

'Our elders say that amma gets angry and goes away to the sea,' says V. Saroja, Jayaram’s maternal grandmother, 'then we have to pray for her to return.' On the beach, building seven steps in the sand, they place their offering to the goddess Kanniamma, which includes flowers, coconuts, betel leaves, puffed rice and rice flour sweetened with jaggery
PHOTO • Smitha Tumuluru
'Our elders say that amma gets angry and goes away to the sea,' says V. Saroja, Jayaram’s maternal grandmother, 'then we have to pray for her to return.' On the beach, building seven steps in the sand, they place their offering to the goddess Kanniamma, which includes flowers, coconuts, betel leaves, puffed rice and rice flour sweetened with jaggery
PHOTO • Smitha Tumuluru

‘ଆମର ବରିଷ୍ଠ ଲୋକମାନେ କୁହନ୍ତି ଅମ୍ମା ରାଗି ଯାଇ ସମୁଦ୍ର ଭିତରକୁ ଚାଲି ଯାଆନ୍ତି,’ ଜୟରାମଙ୍କ ଆଈ ଭି. ସରୋଜା କୁହନ୍ତି,’ ତା’ପରେ ଆମକୁ ତାଙ୍କ ଫେରିବା ପାଇଁ ପ୍ରାର୍ଥନା କରିବାକୁ ହୁଏ।’ ବେଳାଭୂମି ବାଲିରେ ସେମାନେ ସାତଟି ପାହାଚ ତିଆରି କରି ଦେବୀ କନ୍ନିଅମ୍ମାଙ୍କୁ ପ୍ରସାଦ ଅର୍ପଣ କରନ୍ତି ଯେଉଁଥିରେ ଫୁଲ, ନଡ଼ିଆ, ପାନପତ୍ର, ଖଇ ଏବଂ ଗୁଡ଼ ମିଶା ମିଠା ଚାଉଳ ଚୂନା ଥାଏ

ପୂଜା ଅନୁଷ୍ଠାନ ସମୟରେ ଦେବୀ କିଛି ଲୋକଙ୍କ ଉପରେ ସବାର୍‌ ହୁଅନ୍ତି ବୋଲି ଇରୁଲର୍‌ମାନଙ୍କର ବିଶ୍ୱାସ ରହିଛି। ଅନେକ ଭକ୍ତ ପାରମ୍ପରିକ ରୂପରେ ହଳଦିଆ କିମ୍ବା ଲାଲ ପୋଷାକ ପିନ୍ଧିଥା’ନ୍ତି, ଏମାନଙ୍କ ମଧ୍ୟରେ ସେହି ଲୋକମାନେ ମଧ୍ୟ ସାମିଲ ରହିଥା’ନ୍ତି ଯେଉଁମାନଙ୍କ ଦେହରେ ଦେବୀ କନ୍ନିଅମ୍ମା ଲାଗିଥା’ନ୍ତି ବୋଲି ବିଶ୍ୱାସ କରାଯାଏ। କିଛି ପୁରୁଷ ଶାଢ଼ୀ ପିନ୍ଧିଥାନ୍ତି ଏବଂ ନିଜ ମୁଣ୍ଡକୁ ଫୁଲରେ ସଜେଇଥାଆନ୍ତି।

ତିରୁତ୍ତାନିର ମଣିଗଣ୍ଡନ ଜଣେ ଇରୁଲର କର୍ମୀ। ‘‘ଆମର କେହି ପୂଜକ ନଥା’ନ୍ତି। ଯେକୌଣସି ବ୍ୟକ୍ତି ଅମ୍ମାନଙ୍କ ଆତ୍ମାକୁ ଗ୍ରହଣ କରିବା ଲାଗି ନିଷ୍ପତ୍ତି ନେଲେ ସେ ପୂଜକ ହୋଇଯାଆନ୍ତି,’’ ନଭେମ୍ବର ୨୦୨୩ରେ ଆରପାରିକୁ ଚାଲିଯାଇଥିବା ଏହି ସ୍ୱର୍ଗୀୟ ସାମାଜିକ କର୍ମୀ ପରୀକୁ କହିଥିଲେ।

ମାର୍ଚ୍ଚ ୭ ତାରିଖ ୨୦୨୩ ସକାଳେ ନନ୍ଦିନୀ ଓ ଜୟରାମଙ୍କ ବିବାହ ହୋଇଥିଲା। ବାହାଘର ସମାରୋହ ନିରାଡ଼ମ୍ବର ଥିଲା ଓ ଶୀଘ୍ର ଶେଷ ହୋଇଯାଇଥିଲା। ଦୁଇ ଜଣ ମହିଳା ଯେଉଁମାନଙ୍କ ଶରୀରରେ ଦେବୀ ସବାର୍‌ ହୋଇଛନ୍ତି ବୋଲି ବିଶ୍ୱାସ କରାଯାଉଥିଲା ସେମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ସମୁଦ୍ର ବେଳାଭୂମି ସାରା ପୂଜାରୀମାନେ ବିବାହ ସମ୍ପନ୍ନ କରାଉଥିଲେ, ପିଲାମାନଙ୍କର ନାମକରଣ କରୁଥିଲେ ଓ ସେମାନଙ୍କୁ ଆଶୀର୍ବାଦ ଦେଉଥିଲେ, ତଥା ଅରୁଲୱକୁ ବା ପବିତ୍ର ଶବ୍ଦ କହୁଥିଲେ।

ଇରୁଲରମାନେ ପାଣିକୁ ନିଜ ଅମ୍ମାନ ବୋଲି ବିଶ୍ୱାସ କରନ୍ତି ଏବଂ ପୂଜା କରିବା ଲାଗି ଘରକୁ ନେଇ ଯାଆନ୍ତି। ସେମାନେ ପ୍ଲାଷ୍ଟିକ୍‌ ବୋତଲରେ ସମୁଦ୍ରରୁ ପାଣି ନେଇ ଯାଆନ୍ତି, ଯାହାକୁ ସେମାନେ ନିଜ ଘର ଚାରିପାଖରେ ସିଞ୍ଚନ କରନ୍ତି ଏବଂ ଯାତ୍ରା କରିପାରୁନଥିବା ଲୋକମାନଙ୍କୁ ଦେଇଥା’ନ୍ତି।

ସମୁଦ୍ର ପାଣିର ଆନନ୍ଦ ନେବା ସହ ନିଜ ଦେବତାଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ ହେବା ପରେ ଇରୁଲର ଲୋକମାନେ ଫେରିବା ପାଇଁ ନିଜ ନିଜ ତମ୍ବୁ ବନ୍ଧାବନ୍ଧି କରନ୍ତି। ନବବିବାହିତ ନନ୍ଦିନୀ ଓ ଜୟରାମ ଖୁସିରେ ନାଚି ଉଠନ୍ତି। ସେମାନେ ବିବାହର ସ୍ମୃତିକୁ ଉଜ୍ଜିବିତ କରିବା ଲାଗି ଚଳିତ ବର୍ଷ (୨୦୨୪)ରେ ପୁଣିଥରେ ଏଠାକୁ ଆସିବା ପାଇଁ ଯୋଜନା କରନ୍ତି।  ସରୋଜା କୁହନ୍ତି, ‘‘ସେମାନେ ସମୁଦ୍ର କୂଳରେ ରୋଷେଇ କରିବେ, ସମୁଦ୍ରରେ ଗାଧୋଇବେ ଏବଂ ମହାବଳୀପୁରମ୍‌ରେ କିଛି ଦିନ ହସଖୁସିରେ ବିତାଇବେ।’’

Prayers begin several hours before sunrise. Many of the devotees are dressed traditionally in yellow or orange clothes
PHOTO • Smitha Tumuluru

ସୂର୍ଯ୍ୟୋଦୟର କିଛି ଘଣ୍ଟା ପୂର୍ବରୁ ପ୍ରାର୍ଥନା ଆରମ୍ଭ ହୁଏ। ଅଧିକାଂଶ ଭକ୍ତ ପାରମ୍ପରିକ ହଳଦିଆ କିମ୍ବା କମଳା ରଙ୍ଗର ପୋଷାକ ପିନ୍ଧିଥା’ନ୍ତି

When the waves wash away the offerings, the Irulars believe the goddess has accepted it
PHOTO • Smitha Tumuluru

ସମୁଦ୍ରର ଲହଡ଼ି ଆସି ପ୍ରସାଦକୁ ଧୋଇ ନେଇଗଲେ, ଇରୁଲର୍‌ମାନେ ବିଶ୍ୱାସ କରନ୍ତି ଯେ ଦେବୀ ଏହାକୁ ଗ୍ରହଣ କରିଛନ୍ତି

Men believed to be possessed by the goddess dress up in sarees and adorn their heads with flowers
PHOTO • Smitha Tumuluru

ଯେଉଁ ପୁରୁଷଙ୍କୁ ଦେବୀ ଲାଗିଛନ୍ତି ବୋଲି ବିଶ୍ୱାସ କରାଯାଏ ସେମାନେ ଶାଢ଼ି ପିନ୍ଧିଥାଆନ୍ତି ଏବଂ ନିଜ ମୁଣ୍ଡକୁ ଫୁଲରେ ସଜେଇଥାଆନ୍ତି

Jayaram ties the sacred thread around Nandhini’s neck during the wedding and a woman believed to be possessed by the amman blesses them
PHOTO • Smitha Tumuluru

ବିବାହ ସମୟରେ ନନ୍ଦିନୀଙ୍କ ବେକରେ ପବିତ୍ର ସୂତ୍ର ବାନ୍ଧୁଛନ୍ତି ଜୟରାମ ଏବଂ ଅମ୍ମାନ୍‌ ସବାର୍‌ ହୋଇଛନ୍ତି ବୋଲି ବିଶ୍ୱାସ କରାଯାଉଥିବା ଜଣେ ମହିଳା ସେମାନଙ୍କୁ ଆଶୀର୍ବାଦ ଦେଉଛନ୍ତି

Priests also name babies and bless them
PHOTO • Smitha Tumuluru

ପୂଜକମାନେ ପିଲାଙ୍କ ନାମକରଣ କରିବା ସହ ସେମାନଙ୍କୁ ଆଶୀର୍ବାଦ ଦିଅନ୍ତି

The Irulars believe that anyone possessed by the goddess can become a priest
PHOTO • Smitha Tumuluru

ଦେବୀ ସବାର୍‌ ହୋଇଥିବା ଜଣେ ବ୍ୟକ୍ତି ପୂଜକ ହୋଇପାରିବେ ବୋଲି ଇରୁଲରମାନେ ବିଶ୍ୱାସ କରନ୍ତି

Irulars share an unique relationship with their goddess who they believe to be their mother, and 'order' her to accept their offerings
PHOTO • Smitha Tumuluru

ଇରୁଲରମାନଙ୍କର ନିଜ ଦେବୀଙ୍କ ସହିତ ଏକ ଅଭିନବ ସମ୍ପର୍କ ରହିଛି ଯାହାଙ୍କୁ ସେମାନେ ନିଜ ମା’ ବୋଲି ଭାବନ୍ତି ଏବଂ ସେମାନଙ୍କ ପ୍ରସାଦ ଗ୍ରହଣ କରିବା ଲାଗି ତାଙ୍କୁ ‘ଆଦେଶ’ ଦିଅନ୍ତି

Irulars personify water as their amman and take her home to worship. The water is carried back in plastic bottles, which they will sprinkle around their house and give to those who could not make the journey
PHOTO • Smitha Tumuluru

ଇରୁଲରମାନେ ପାଣିକୁ ସେମାନଙ୍କର ଅମ୍ମାନ୍‌ଙ୍କ ରୂପ ବୋଲି ବିଶ୍ୱାସ କରନ୍ତି ଏବଂ ପୂଜା ପାଇଁ ଘରକୁ ନେଇ ଯାଆନ୍ତି। ସେମାନେ ପ୍ଲାଷ୍ଟିକ ବୋତଲରେ ନେଇ ଯାଉଥିବା ପାଣିକୁ ଘର ଚାରିପାଖରେ ସିଞ୍ଚନ କରନ୍ତି ଏବଂ ଯାତ୍ରା କରିପାରୁନଥିବା ଲୋକଙ୍କୁ ଦିଅନ୍ତି

Children playing a modified version of dolkatti (a percussion instrument)
PHOTO • Smitha Tumuluru

ପିଲାମାନେ ଦୋଲକଟ୍ଟି (ଏକ ବାଜା)ର ପରିବର୍ତ୍ତିତ ସଂସ୍କରଣ ବଜାଉଛନ୍ତି

Ayyanar, a pilgrim at the beach, with a twin percussion instrument called kilikattu , handmade by him using two steel pots covered with an acrylic sheet
PHOTO • Smitha Tumuluru

ବେଳାଭୂମିରେ ଜଣେ ଯାତ୍ରୀ ଅୟାନାର କିଲିକଟ୍ଟୁ ନାମକ ଦୁଇ ପଟୁ ବାଜୁଥିବା ବାଜା ଧରିଛନ୍ତି ଯାହାକୁ ସେ ଦୁଇଟି ଷ୍ଟିଲ୍‌ ପାତ୍ର ବ୍ୟବହାର କରି ତିଆରି କରିଛନ୍ତି ଯାହାକି ଏକ ଆକ୍ରିଲିକ୍‌ ଚାଦରରେ ଆଚ୍ଛାଦିତ ହୋଇଛି

Nandhini on the eve of her wedding
PHOTO • Smitha Tumuluru

ନନ୍ଦିନୀ ତାଙ୍କର ବିବାହ ସମୟରେ

A vendor selling catapults used by the Irulars for hunting birds
PHOTO • Smitha Tumuluru

ଜଣେ ବିକ୍ରେତା ପକ୍ଷୀ ଶିକାର ଲାଗି ଇରୁଲରମାନେ ବ୍ୟବହାର କରୁଥିବା ବାଟୁଳି ବିକ୍ରି କରୁଛନ୍ତି

After spending a few days at the beach, the Irulars will wrap up their tents and head home
PHOTO • Smitha Tumuluru

ବେଳାଭୂମିରେ କିଛିଦିନ ବିତାଇବା ପରେ ଇରୁଲରମାନେ ସେମାନଙ୍କ ତମ୍ବୁ ବନ୍ଧାବନ୍ଧି କରି ଘରକୁ ଚାଲିଯିବେ

They hope to return next year to seek the blessings of their amman again
PHOTO • Smitha Tumuluru

ଅମ୍ମାନ୍‌ଙ୍କ ଆଶୀର୍ବାଦ ନେବା ପାଇଁ ଆସନ୍ତାବର୍ଷ ସେମାନେ ପୁଣିଥରେ ଆସିବେ

ଅନୁବାଦ : ଓଡ଼ିଶାଲାଇଭ୍‍

Smitha Tumuluru

اسمیتا تُمولورو بنگلورو میں مقیم ایک ڈاکیومینٹری فوٹوگرافر ہیں۔ تمل ناڈو میں ترقیاتی پروجیکٹوں پر ان کے پہلے کے کام ان کی رپورٹنگ اور دیہی زندگی کی دستاویزکاری کے بارے میں بتاتے ہیں۔

کے ذریعہ دیگر اسٹوریز Smitha Tumuluru
Editor : Sarbajaya Bhattacharya

سربجیہ بھٹاچاریہ، پاری کی سینئر اسسٹنٹ ایڈیٹر ہیں۔ وہ ایک تجربہ کار بنگالی مترجم ہیں۔ وہ کولکاتا میں رہتی ہیں اور شہر کی تاریخ اور سیاحتی ادب میں دلچسپی رکھتی ہیں۔

کے ذریعہ دیگر اسٹوریز Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE