“ମୋ ପରିବାର ଏବେ କ’ଣ କରିବ?”
ଆଦିବାସୀ ଅଧ୍ୟୁଷିତ ବୋରନ୍ଦା ଗ୍ରାମରେ ବନୀତା ଭୋଏର ଏବଂ ତାଙ୍କ ପରିବାର ମହାରାଷ୍ଟ୍ରର ଇଟାଭାଟିରେ କାମ କରିଥାନ୍ତି। ଏବେ ଲକଡାଉନ କାରଣରୁ ସେମାନଙ୍କ ହାତରେ କାମ ନାହିଁ, ଖାଦ୍ୟ କିମ୍ବା ଟଙ୍କା ନାହିଁ-ଏବଂ ସେମାନେ ଧୀରେ ଧୀରେ ନିରାଶ ହୋଇପଡ଼ୁଛନ୍ତି।



ଆଦିବାସୀ ଅଧ୍ୟୁଷିତ ବୋରନ୍ଦା ଗ୍ରାମରେ ବନୀତା ଭୋଏର ଏବଂ ତାଙ୍କ ପରିବାର ମହାରାଷ୍ଟ୍ରର ଇଟାଭାଟିରେ କାମ କରିଥାନ୍ତି। ଏବେ ଲକଡାଉନ କାରଣରୁ ସେମାନଙ୍କ ହାତରେ କାମ ନାହିଁ, ଖାଦ୍ୟ କିମ୍ବା ଟଙ୍କା ନାହିଁ-ଏବଂ ସେମାନେ ଧୀରେ ଧୀରେ ନିରାଶ ହୋଇପଡ଼ୁଛନ୍ତି।
ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ କୁନି ତମାଳିଆ ଓ ଅନ୍ୟ ଇଟାଭାଟି ଶ୍ରମିକମାନେ ସେମାନଙ୍କ କଷ୍ଟସାଧ୍ୟ କାମ ତାଲାବନ୍ଦ ସମୟରେ ମଧ୍ୟ ଜାରି ରଖିଛନ୍ତି । ପିଲାମାନଙ୍କ ଯତ୍ନ ନେବା ସହିତ କୋଭିଡ୍ ନେଇ ମନରେ ଅନେକ ଭୟ ରହିଥିବାରୁ ସେମାନେ ଓଡିଶାକୁ ପଡିଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ଚଢିବାକୁ ଆତୁରତା ସହିତ ଚାହିଁ ରହିଛନ୍ତି।
ତେଲେଙ୍ଗାନାର ଇଟାଭାଟିରେ ଓଡିଶାର ହଜାର ହଜାର ପ୍ରବାସୀ ଶ୍ରମିକମାନେ ଅସୁବିଧାରେ କାଳାତିପାତ କରୁଛନ୍ତି- ତାଲାବନ୍ଦ କାରଣରୁ ଶୋଷଣ ପ୍ରବଣ ଏହି କାର୍ଯ୍ୟସ୍ଥଳିରେ ଅଧିକରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି – ସେମାନଙ୍କର ରାସନ୍ ସରିବାକୁ ଆସିଲାଣି ଓ ସେମାନେ ଘରକୁ ବାହୁଡିବା ପାଇଁ ବ୍ୟଗ୍ର ଅଛନ୍ତି
ଥାନେ ଓ ପାଲଘରର ଇଟାଭାଟି ଶ୍ରମିକମାନେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦିବାସୀ କୃଷି ଶ୍ରମିକ, କୋଭିଡ୍- ୧୯ ତାଲାବନ୍ଦ ଯୋଗୁଁ ନିଜ ଘରକୁ ଫେରିବାକୁ ବାଧ୍ୟ ହେଉଥିବା ବେଳେ ମୌସୁମୀ ଆସିବା ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଉପାର୍ଜନର ଅନ୍ୟ କୌଣସି ପନ୍ଥା ପ୍ରାୟତଃ ନାହିଁ
କୋଭିଡ୍- ୧୯ ଯୋଗୁଁ ତାଲାବନ୍ଦ କାରଣରୁ ମହାରାଷ୍ଟ୍ରର ପାଳଘର ଜିଲ୍ଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ଆଦିବାସୀ ଶ୍ରମିକମାନଙ୍କ ପାଖରେ ଅଳ୍ପ ପଇସା ଓ କିଛି ଖାଦ୍ୟ ବାକି ଅଛି – ଓ ଏହାସହିତ ସେମାନେ ଗ୍ରାମକୁ ଯଥା ସମ୍ଭବ ଶୀଘ୍ର ଫେରିବା ପାଇଁ ଗ୍ରାମ ପକ୍ଷରୁ ଚରମବାଣୀ ଶୁଣାଯାଇଛି, ଯେଉଁଠାରେ ସେମାନଙ୍କ ପାଇଁ କେବଳ ଅନିଶ୍ଚିତତା ଅପେକ୍ଷା କରି ରହିଛି
ପାଳଘର ଜିଲ୍ଲାର ବୋତ୍ୟାଚି ୱାଡି ପଲ୍ଲୀରେ ବାସ କରୁଥିବା କତ୍କାରି ଆଦିବାସୀମାନଙ୍କ ପାଇଁ ଶିକ୍ଷା ଲାଭ କରିବା ଏବେ ମଧ୍ୟ ଏକ ଅପୂରଣୀୟ ସ୍ୱପ୍ନ ହୋଇ ରହିଛି, ଖାଦ୍ୟ ଅଭାବ ତଥା ଋଣ ବୋଝ ତଳେ ଦବି ରହିବା ହେଉଛି ଏମାନଙ୍କ ପାଇଁ ସବୁଦିନିଆ ବାସ୍ତବତା- ଓ ଏଥିପାଇଁ ସେମାନେ ବାଧ୍ୟ ହୋଇ ବାରମ୍ବାର ଇଟା ଭାଟିରେ କାମ କରିବା ପାଇଁ ପ୍ରବାସରେ ଯାଇଥାନ୍ତି
ଓଡ଼ିଶାରୁ ଶ୍ରମିକମାନେ ପାଦରେ ଚାଲି ଚାଲି, ସଡ଼କ ପଥରେ ଏବଂ ଟ୍ରେନ୍ ଯୋଗେ ତେଲେଙ୍ଗାନାର ଇଟାଭାଟିଗୁଡ଼ିକୁ କାମ କରିବାକୁ ଆସନ୍ତି ଏବଂ ଅଗ୍ରୀମ ଟଙ୍କା ନିଅନ୍ତି
ଜମି ନଥିବା ଏବଂ କାମର ଖୁବ୍ କମ୍ ବିକଳ୍ପ ଯୋଗୁ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର କଟ୍କାରୀ ଆଦିବାସୀମାନେ ପ୍ରତିବର୍ଷ ୭-୮ମାସ ପର୍ଯ୍ୟନ୍ତ କୋଇଲା ଭାଟିଗୁଡ଼ିକରେ କାମ କରିବାକୁ ଚାଲିଯାଆନ୍ତି। ସେଠାରେ ସେମାନେ କମ୍ ମଜୁରିରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଠିନ ପରିମଶ୍ରମ କରନ୍ତି। ଅନେକ ସମୟରେ ସେମାନଙ୍କୁ ପାଉଣା ମଧ୍ୟ ମିଳେନାହିଁ।
ଓଡିଶାର ଅନେକ ଶ୍ରମିକ ତେଲେଙ୍ଗାନାର ଇଟାଭାଟିକୁ ସ୍ଥାନାନ୍ତରିତ ହେଉଛନ୍ତି, ଯେଉଁଠାରେ କଣ୍ଟ୍ରାକ୍ଟର ଏବଂ ଭାଟି ମାଲିକମାନେ ହତାଶ ପ୍ରବାସୀମାନଙ୍କୁ ଶୋଷଣ କରନ୍ତି - ଏବଂ ମାସ ମାସ ଧରି କଠୋର ପରିଶ୍ରମ କରିବା ପରେ, ଶ୍ରମିକମାନେ ଋଣ ପରିଶୋଧ କରିପାରନ୍ତି ନାହିଁ
ଓଡିଶାର ବଲାଙ୍ଗୀର ଜିଲ୍ଲାର ବୃଦ୍ଧ ଧାରୁଆ ସାମୟିକ କୃଷକମାନେ ହାଇଦ୍ରାବାଦର ଏକ ଭାଟିରେ କାମ କରିବାକୁ ଯାଇଥିଲେ। କଠିନ ପରିଶ୍ରମ କରିବାକୁ ପଡିବାରୁ ସେମାନେ ଘରକୁ ଫେରିବାକୁ ଇଚ୍ଛାକଲେ, କିନ୍ତୁ ଭାଟି ମାଲିକ ସେମାନଙ୍କୁ ଛାଡିବାକୁ ମନା କଲେ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଦେଶର-ଶୋଷଣର-କେନ୍ଦ୍ରସ୍ଥଳ-ଇଟାଭାଟିରେ