ଅରୁଣାଚଳର ପକ୍ଷୀ: ବିପଦରେ କଳରବ
ପକ୍ଷୀଙ୍କ କଳରବରେ ଝଙ୍କୃତ ଜୈବ ବିବିଧତାର ଏହି ସୁନ୍ଦର ସମାଗମରେ ଏବେ ନକାରାତ୍ମକ ପରିବର୍ତ୍ତନର ସଂକେତ ମିଳିଲାଣି। ପକ୍ଷୀମାନେ ସେମାନଙ୍କ ବାସସ୍ଥଳୀ ବଦଳାଇବାରେ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କ ସଂରକ୍ଷଣ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛନ୍ତି



ପକ୍ଷୀଙ୍କ କଳରବରେ ଝଙ୍କୃତ ଜୈବ ବିବିଧତାର ଏହି ସୁନ୍ଦର ସମାଗମରେ ଏବେ ନକାରାତ୍ମକ ପରିବର୍ତ୍ତନର ସଂକେତ ମିଳିଲାଣି। ପକ୍ଷୀମାନେ ସେମାନଙ୍କ ବାସସ୍ଥଳୀ ବଦଳାଇବାରେ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କ ସଂରକ୍ଷଣ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛନ୍ତି
ଆନ୍ଦ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଉପ୍ପଡ଼ା ଗ୍ରାମର ବାସିନ୍ଦାମାନେ ସମୁଦ୍ର ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ କ’ଣ ନେବ ଏହା କହିବା ପାଇଁ ନିଜର ସହଜାତ ଜ୍ଞାନ ଉପରେ ଭରସା କରନ୍ତି। ଦ୍ରୁତ ଗତିରେ ଖାଇ ଯାଉଥିବା ବେଳାଭୂମି ସେମାନଙ୍କର ଜୀବିକା, ସାମାଜିକ ସମ୍ପର୍କ, ସାମୂହିକ ସ୍ମୃତିକୁ ବଦଳାଇ ଦେଇଛି
ଭାରତରେ ଦେଶଜ କୀଟପତଙ୍ଗ ପ୍ରଜାତି ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଉଛି- ସେମାନଙ୍କ ମଧ୍ୟରୁ ଅନେକଙ୍କର ଖାଦ୍ୟ ସୁରକ୍ଷା ସହିତ ନିବିଡ଼ ସଂପର୍କ ରହିଛି । କିନ୍ତୁ, କୀଟପତଙ୍ଗଙ୍କ ପ୍ରତି ମଣିଷର ଦୃଷ୍ଟିକୋଣ ସେମିତି ଆନ୍ତରିକତାପୂର୍ଣ୍ଣ ନୁହେଁ, ଯେମିତି କି ଲୋମଯୁକ୍ତ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପ୍ରତି ରହିଆସିଛି
ସମୁଦ୍ର ପତ୍ତନଠାରୁ ହାରାହାରୀ ମାତ୍ର ୧-୨ ମିଟର ଉଚ୍ଚତାରେ ଥିବା ଭାରତର କ୍ଷୁଦ୍ରତମ କେନ୍ଦ୍ରଶାସିତ ପ୍ରଦେଶ-ଏବଂ ଯେଉଁଠି ପ୍ରତି ସାତ ଜଣଙ୍କ ମଧ୍ୟରୁ ଜଣେ ମତ୍ସ୍ୟଜୀବୀ- ଧୀରେ ଧୀରେ ନିଜର ପ୍ରବାଳ ଚଟାଣ ହରାଉଛି ଏବଂ ବିଭିନ୍ନ ଦିଗରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭବ କରୁଛି
ମହାରାଷ୍ଟ୍ରର ସାହାପୁର ତାଲୁକାର ଏକ ଆଦିବାସୀ ପଲ୍ଲୀର ଧର୍ମା ଗାରେଲ୍ ଓ ଅନ୍ୟମାନଙ୍କର ‘ଜଳବାୟୁ ପରିବର୍ତ୍ତନ’ ଉପରେ କୌଣସି ଧାରଣା ନଥାଇପାରେ, ହେଲେ ସେମାନେ ପ୍ରତିଦିନ ପ୍ରତ୍ୟକ୍ଷଭାବେ ଏହାର ପ୍ରଭାବର ମୁକାବିଲା କରୁଛନ୍ତି, ଯେଉଁଥିରେ ବର୍ଷାରେ ଅନିୟମିତତା ଓ ଉତ୍ପାଦନ ହ୍ରାସ ପାଇବା ସାମିଲ୍ ଅଛି
ଜୁନ ୨୦୧୯ରେ, ରାଜସ୍ଥାନ ଚୁରୁରେ ତାପମାତ୍ରା ବିଶ୍ୱରେ ସର୍ବାଧିକ ୫୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଏଠାକାର ଅଧିକାଂଶ ଲୋକଙ୍କ ପାଇଁ ଲମ୍ବା ଗ୍ରୀଷ୍ମଋତୁରେ ଏହା ଆଉ ଏକ ମାଇଲଖୁଣ୍ଟ ପରି ଥିଲା ଏବଂ ଋତୁରେ ଏପରି ଅସ୍ଵାଭାବିକ ପରିବର୍ତ୍ତନ ସ୍ପଷ୍ଟ ଭାବେ ଜଳବାୟୁ ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରୁଥିଲା
ଆବର୍ଜନା ଏବଂ ଉଦାସୀନତା ଦିଲ୍ଲୀର ଜନଜୀବନକୁ ନାଳନର୍ଦ୍ଦମା ଭିତରେ ସୀମିତ କରିଦେଇଛି। ବର୍ଷକୁ ହଜାର ହଜାର ସଂଖ୍ୟାରେ ମାଛ ମରୁଛନ୍ତି ଯେତେବେଳେ କି ଯମୁନାର ମୂଳରକ୍ଷକମାନଙ୍କ ପାଇଁ କୁଆଡ଼େ ଯିବାର ଉପାୟ ନାହିଁ। ଏସବୁ ଜଳବାୟୁ ସଂକଟକୁ ଆମନ୍ତ୍ରଣ କରୁଛି
ସହରୀ କୃଷକ ? ହଁ, ଏକ ପ୍ରକାରର-ଜାତୀୟ ରାଜଧାନୀରେ ଯମୁନା ନଦୀ ସଙ୍କୁଚିତ ହେବା ଏବଂ ପ୍ଲାବନ ଭୂମି ଧ୍ୱଂସ ହେବା ଅଞ୍ଚଳର ଜଳବାୟୁ ବିପର୍ଯ୍ୟୟ ବୃଦ୍ଧି କରୁଥିବା ଏବଂ ସେମାନଙ୍କର ଜୀବିକାକୁ ଧ୍ୱଂସ କରୁଥିବା ସମୟରେ ସେମାନେ ସଂଘର୍ଷ କରୁଛନ୍ତି
ଭର୍ସୋବା କୋଲିୱାଡିରେ ଅନେକଙ୍କ ପାଖରେ କ୍ରମଶଃ ହ୍ରାସ ପାଉଥିବା ମାଛ ସଂଖ୍ୟା ନେଇ କଛି ନା କିଛି କାହାଣୀ କହିବାକୁ ଅଛି – ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ଉତ୍ତାପନ –ସବୁକିଛି ଏଥିପାଇଁ ଦାୟୀ । ସହରର ଉପକୂଳବର୍ତ୍ତୀ ଅଞ୍ଚଳରେ ଉଭୟର ମିଳିତ ପ୍ରଭାବ ଯୋଗୁଁ ଭର୍ସୋବାରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଅନୁଭୂତ ହେଉଛି
ଏକ ଅସାମାନ୍ୟ କାର୍ଯ୍ୟ ସକାଶେ ତାମିଲନାଡୁ ଭାରତୀନଗରର ମତ୍ସ୍ୟଜୀବୀ ମହିଳାମାନେ ଡଙ୍ଗା ଅପେକ୍ଷା ଅଧିକ ସମୟ ସମୁଦ୍ର ପାଣିରେ ବିତାଇ ଥାଆନ୍ତି। କିନ୍ତୁ ଜଳବାୟୁ ପରିବର୍ତ୍ତନ ଏବଂ ସାମୁଦ୍ରିକ ସମ୍ବଳର ଅତ୍ୟଧିକ ଉପଯୋଗ ଯୋଗୁଁ ସେମାନଙ୍କ ଜୀବିକା ବିପନ୍ନ ହେବାରେ ଲାଗିଛି
ବିଦର୍ଭର ଏହି ଜିଲ୍ଲାରେ, ଯେଉଁଠାରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ଉତ୍ସରୁ ପ୍ରଚୁର ପରିମାଣର ଜଳ ଉପଲବ୍ଧ ହେଉଥିଲା, ସେଠାରେ ଆଜି ନୂତନ ଶୈଳୀରେ ବୃଷ୍ଟିପାତ ହେଉଥିବା ଦେଖାଯାଉଛି । ବର୍ତ୍ତମାନ ‘ଜଳବାୟୁ ହଟ୍ସ୍ପଟ୍’ ଭାବେ ଏହା ପରିଗଣିତ ହେଉଥିବା ବେଳେ ଏହି ପରିବର୍ତ୍ତନ ଯୋଗୁଁ ଭଣ୍ଡାରାର ଧାନ ଚାଷୀମାନେ ଅନିଶ୍ଚିତତା ମଧ୍ୟରେ କାଳାତିପାତ କରିବା ସହିତ ସେମାନଙ୍କୁ ଚାଷରେ କ୍ଷତି ସହିବାକୁ ପଡୁଛି
ବହୁଳ ପରିମାଣରେ ରାସାୟନିକ ପଦାର୍ଥ ଆବଶ୍ୟକ କରୁଥିବା ବିଟ୍ କପା ଭଳି ଏକକ-ଫସଲ କରିବା ରୀତି ବର୍ତ୍ତମାନ ଓଡିଶାର ରାୟଗଡ଼ା ଜିଲ୍ଲାରେ ଚାରିଆଡେ ବ୍ୟାପିବାରେ ଲାଗିଛି – ଏହାଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି, ଋଣ ବୋଝ ବଢୁଛି, ଦେଶୀୟ ଜ୍ଞାନ କୌଶଳର ଅବକ୍ଷୟ ହେଉଛି ଓ ଏହା ଜଳବାୟୁ ସଂକଟର ବୀଜ ରୋପଣ କରୁଛି
ରାୟଗଡ଼ାରେ, ୧୬ ବର୍ଷରେ ବିଟ୍ କାର୍ପାସ୍ ଚାଷ ପରିମାଣ ଏକର ପିଛା ୫,୨୦୦ ପ୍ରତିଶତ ବୃଦ୍ଧି ପାଇଛି । ଫଳାଫଳ : ଜୈବ ବିବିଧତାର ପ୍ରାଚୁର୍ଯ୍ୟରେ ଭରା, ଦେଶୀ ମାଣ୍ଡିଆ ଜାତୀୟ ଶସ୍ୟ, ଧାନ ଓ ବନଜାତ ଖାଦ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନର ପରିବେଶରେ ଉଦ୍ବେଗଜନକ ପରିବର୍ତ୍ତନ ପରିଲକ୍ଷିତ ହେଉଛି
ଗୁଜୁରାଟର କଚ୍ଛ ଜିଲ୍ଲାର ଗାଈ ମେଣ୍ଢା ଚରାଉଥିବା ଲୋକମାନେ ଚାରଣଭୂମି ଅନ୍ୱେଷଣରେ ବହୁ ଦୂର ଚାଲି ଚାଲି ଯାଇଥାନ୍ତି। ଏପରିକି ଚାରଣଭୂମିଗୁଡ଼ିକ ଅଦୃଶ୍ୟ ହୋଇଗଲାଣି କିମ୍ବା ଆଉ ପହଞ୍ଚି ହେଉଥିବା ଦୂରତା ମଧ୍ୟରେ ନାହିଁ ଏବଂ ଜଳବାୟୁ ଶୈଳୀ ମଧ୍ୟ ଅଧିକରୁ ଅଧିକ ଅପ୍ରତ୍ୟାଶିତ ହେଲାଣି
ଦୀର୍ଘ ସମୟ ହେବ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରି ଆସୁଥିବା ପଶ୍ଚିମବଙ୍ଗର ସୁନ୍ଦରବନର ଲୋକମାନେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି- ପୁନଃ ପୁନଃ ସଂଗଠିତ ହେଉଥିବା ବାତ୍ୟା, ଅନିୟମିତ ବର୍ଷା, ବୃଦ୍ଧି ହେଉଥିବା ତାପମାତ୍ରା, ହ୍ରାସ ପାଉଥିବା ହିନ୍ତାଳ ବଣ ଏବଂ ବହୁତ କିଛି
ଅରୁଣାଚଳ ପ୍ରଦେଶସ୍ଥିତ ପୂର୍ବ ହିମାଳୟର ଉଚ୍ଚ ପର୍ବତଗୁଡିକରେ ରହୁଥିବା ବ୍ରୋକ୍ପା ସମ୍ପ୍ରଦାୟର ଲୋକମାନେ ଜଳବାୟୁ ପରିବର୍ତ୍ତନ ଉପଲବ୍ଧ କରିପାରୁଛନ୍ତି ଓ ପାରମ୍ପରିକ ଜ୍ଞାନ ଆଧାରରେ ଏହାର ସଫଳ ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି
ମହାରାଷ୍ଟ୍ରର ଲାଟୁର୍ ଜିଲ୍ଲାର କୃଷକମାନେ ଖରାଦିନେ ଭୀଷଣ ଏବଂ ତୀବ୍ର କୁଆପଥର ବୃଷ୍ଟି ଦ୍ୱାରା ହତଚକିତ ହୋଇଯାଇଛନ୍ତି। ଏହା ସେମାନଙ୍କୁ ଏହି ଗତ ଦଶନ୍ଧିଠାରୁ ଆଘାତ ଦେଉଛି । କେତେକ କୃଷକ ବଗିଚାଗୁଡ଼ିକୁ ଏକାବେଳକେ ଛାଡ଼ିଦେଉଛନ୍ତି
ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲ୍ ତାଲୁକାର ଗ୍ରାମଗୁଡ଼ିକରେ ଚର୍ଚ୍ଚାର ଏକମାତ୍ର ବିଷୟ ହେଉଛି କିପରି ଭାବରେ ଖରା ଓ ବର୍ଷାର ପାରମ୍ପରିକ ଚକ୍ରରେ ବିଭ୍ରାଟ ସୃଷ୍ଟି ହୋଇଛି - ଏବଂ କାହିଁକି ଓ ତାହାର ପ୍ରଭାବ ସହିତ
କଡାଲ୍ ଓସାଇ, ତାମିଲ୍ନାଡୁର ରାମନାଥପୂରମ୍ ଜିଲ୍ଲାର ପାମ୍ବନ୍ ଦ୍ୱୀପରେ ରହୁଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ ଏବଂ ଏକ ଗୋଷ୍ଠୀ ରେଡିଓ, ଯାହା ଏହି ସପ୍ତାହରେ ତିନି ବର୍ଷରେ ପଦାର୍ପଣ କରିଛି । ଜଳବାୟୁ ପରିବର୍ତ୍ତନ ଉପରେ ବର୍ତ୍ତମାନ ଏହା ନିଜର ଧ୍ୟାନ କେନ୍ଦ୍ରିତ କରି ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି
ୱଏନାଡ୍, କେରଳର କଫି ଓ ଗୋଲମରିଚ ଚାଷୀମାନେ ଏବେ ତାପମାତ୍ରା ବୃଦ୍ଧି ଓ ବିକ୍ଷିପ୍ତ ଭାବରେ ବୃଷ୍ଟିପାତ କାରଣରୁ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି। ଏକଦା ଏହି ଜିଲ୍ଲା ‘‘ଶୀତତାପ ନିୟନ୍ତ୍ରିତ ଜଳବାୟୁ’ ଭାବରେ ପରିଚିତ ଥିଲା
ସେମାନଙ୍କ ଭଙ୍ଗୁର ପର୍ବତୀୟ ଜୈବିକ ପରିବେଶରେ ବଡ଼ ଧରଣର ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲଦାଖର ସୁଉଚ୍ଚ ଚାରଣ ଭୂମିରେ ରହୁଥିବା ଯାଯାବର ଚାଙ୍ଗ୍ପା ପଶୁପାଳକମାନଙ୍କର ଚମରୀ ଗାଈ ସହ ଜଡ଼ିତ ଅର୍ଥନୀତି ଏବେ ସଙ୍କଟରେ
କୋହ୍ଲାପୁରର ରାଧାନଗରୀରେ ମନୁଷ୍ୟ – ବନ୍ୟପ୍ରାଣୀମାନଙ୍କ ମଧ୍ୟରେ ସଂଘର୍ଷ ବଢିବାରେ ଲାଗିଛି. ଯେଉଁଠାରେ ଗଉର୍ ମଇଁଷିମାନେ ନିକଟରେ ଥିବା ଚାଷଜମି ମଧ୍ୟକୁ ଅତର୍କିତ ଭାବେ ପଶି ଯାଉଛନ୍ତି । ଜଙ୍ଗଲ ନଷ୍ଟ, ଫସଲ ପରିବର୍ତ୍ତନ, ମରୁଡି ଓ ଜଳବାୟୁ ପରିବର୍ତ୍ତନ ଆଦି କାରଣରୁ ଏହିପରି ଘଟୁଛି
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଫସଲ ଢାଞ୍ଚାରେ ପରିବର୍ତ୍ତନ, ବନ ଆବରଣ କମ୍ ହେବା, ବୋର୍ୱେଲ୍ ସଂଖ୍ୟା ବୃଦ୍ଧିପାଇବା, ଗୋଟିଏ ନଦୀର ମୃତ୍ୟୁ, ଏବଂ ଆହୁରି ଅନେକ- ମିଶି ଭୂମି, ବାୟୁ, ଜଳ, ବନ ଏବଂ ଜଳବାୟୁ ଉପରେ ନାଟକୀୟ ପ୍ରଭାବ ସୃଷ୍ଟି କରୁଛି
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଦଶନ୍ଧି-ଧରି-ଚାଲିଆସୁଥିବା-ଜଳବାୟୁ-ପରିବର୍ତ୍ତନ-ଦୈନନ୍ଦିନ-ଜୀବନ-ଅସାଧାରଣ-କାହାଣୀଗୁଡ଼ିକ