ତାଙ୍କ ଝିଅ ବିଛଣା ଉପରେ ଥିବା ଦ୍ୱିତୀୟ ଥାକରୁ ପୁରୁଣା ବହି ଟାଣି ବାହାର କଲା । ଏହି ଅଞ୍ଚଳର ପିଲାମାନଙ୍କ ନିମନ୍ତେ ଏକ ଦିବା ବିଦ୍ୟାଳୟ ଏବଂ ରାତ୍ରିକାଳୀନ ଆଶ୍ରୟ ପରିଚାଳନା କରୁଥିବା ମହିଳାଙ୍କ ଦ୍ୱାରା ତାକୁ ଦିଆଯାଇଥିଲା । ସେ ପଢ଼ିବାରେ ପିଲାଟିର ଆଗ୍ରହକୁ ଅନୁଭବ କରିଥିଲେ ଏବଂ ତାକୁ ବହି ଦେଇଥିଲେ । ଛିଣ୍ଡି ଯାଇଥିବା ବହିକୁ ଧରି ନଅବର୍ଷର ପିଙ୍କି ତା’ ମାଆ କଡ଼ରେ ବସିପଡ଼ିଲା ଏବଂ କହିଲା, ‘‘ମାଆ, ମୁଁ ତୁମକୁ ଗୋଟିଏ କାହାଣୀ ଶୁଣାଇବି? ଏବଂ ତା’ ମାଆଙ୍କର ଉତ୍ତରକୁ ଅପେକ୍ଷା ନ କରି ସେ ତା’ର ପ୍ରିୟ କାହାଣୀ, ଦି ପେପର୍‌ ବ୍ୟାଗ୍‌ ପ୍ରିନ୍‌ସେସ୍‌ ପଢ଼ିବା ଆରମ୍ଭ କଲା ।’’

ଯେଉଁ ଗନ୍ଧ ବାହାରୁଥିବା, ଗେଟା ହୋଇଥିବା ଗଦିରେ ସେ ତା’ର ମାଆ ସହ ଶୋଇଛି ତାହା ପିଙ୍କି ଘର ବୋଲି କହୁଥିବା ଛୋଟ ବାକ୍ସ ଆକାରର କ୍ୟାବିନ୍‌କୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରିଛି । ସୀତା ତା’ର ଦୁଇ ପିଲାଙ୍କୁ ଗୋଟିଏ ଘରର ଅନୁଭବ ଦେବା ପାଇଁ ମାସକୁ ଟ. ୬,୦୦୦ ଦେବାକୁ ହୋଇଥାଏ । ଏହା ସୁରକ୍ଷା କିମ୍ବା ଉଷ୍ଣତା ଦିଏ ନାହିଁ । ଏହା ଥଣ୍ଡା ସଡ଼କଠାରୁ ପ୍ରକୃତରେ କିଛି ଭିନ୍ନ ମନେ ହୁଏ ନାହିଁ, ଏହି ଥଣ୍ଡା ସଡ଼କ ଯେଉଁଠାକୁ ଘର ମାଲିକାଣୀ ଏଚ୍‌ଆଇଭି ପଜିଟିଭ୍‌ ଝିଅମାନଙ୍କୁ ତଡ଼ି ବାହାର କରିଦିଏ । ଏପରିକି ନୂଆ ରୋଗ (କୋଭିଡ୍‌-୧୯)ର ଅଣକ୍ଷମାଦାୟୀ ସମୟ ମଧ୍ୟ ତାଙ୍କୁ ଅଟକାଇ ପାରିନି । ଗତ ସପ୍ତାହରେ ଏହା ରୋସ୍‌ନୀର ପାଳି ଥିଲା, ସେ ସୀତାଙ୍କର ଭଲ ସାଙ୍ଗ । ସେ ପୂର୍ବ ରାତିରେ ରୋସ୍‌ନୀ ସଡ଼କରେ ଶୋଇଥିବା ଦେଖିଥିଲେ, ଯେତେବେଳେ ସେ ବର୍ତ୍ତମାନ ବିରଳ ହୋଇଥିବା ଗ୍ରାହକର ଆଶାରେ ବିପରୀତ ପାର୍ଶ୍ୱର ପେମେଣ୍ଟ ଚଢ଼ୁଥିଲେ । ସେ ନିଜକୁ ବର୍ତ୍ତମାନକୁ ଟାଣି ଆଣିଲେ । ପେପର୍‌ ବ୍ୟାଗ୍‌ ପ୍ରିନ୍‌ସେସ୍‌ ବର୍ତ୍ତମାନ ସୁଦ୍ଧା ରାଜକୁମାରଙ୍କୁ ମୁକ୍ତ କରାଇବା ଲକ୍ଷ୍ୟରେ ଡ୍ରାଗନ୍‌କୁ ଗୋଡ଼ାଉଥିଲା ଏବଂ ତାଙ୍କ ଝିଅର ସ୍ୱର କ୍ରମାଗତ ଭାବରେ ଅଧିକରୁ ଅଧିକ ହେଉଥିଲା । ଅଧମ ରାଜକୁମାର ସହ ଚୂଡ଼ାନ୍ତ ଭେଟ ହେବାର ସମୟ ବାକି ଥିଲା, ତେଣୁ ସୀତା ତାଙ୍କ ମନକୁ ପୁଣି ଥରେ ଇତସ୍ତତ ହେବାକୁ ଅନୁମତି ଦେଲେ ।

ଆଶାହୀନ ଭାବରେ ସେ ତାଙ୍କର ୧୫ ବର୍ଷ ବୟସର ପୁଅ ବିଷୟରେ ଚିନ୍ତା କରୁଥିଲେ । ଅତୀତରେ ସେ ତା’ ବିଷୟରେ ବ୍ୟସ୍ତ ହୋଇ ରାତି କଟାଇଥିଲେ କିମ୍ବା ତା’କୁ ଖୋଜି ଖୋଜି ପୋଲିସ ଷ୍ଟେସନ୍‌ରୁ ରେଳ ଷ୍ଟେସନ୍‌ ପର୍ଯ୍ୟନ୍ତ ଅଭିଯାନରେ ବାହାରିଥିଲେ । କୌଣସି ସୂଚନା ନ ଦେଇ ସେ ଘର ଛାଡ଼ିବାର ଏହା ତୃତୀୟ ଥର ଥିଲା ଏବଂ ସେ ଦୂରରେ ରହିବାର ଏହା ସବୁଠାରୁ ଅଧିକ ଦିନ ଥିଲା । ଏପରିକି ଫୋନ୍‌ କଲ୍‌ଟିଏ ବିନା ଗୋଟିଏ ସପ୍ତାହ କଟିଯାଇଥିଲା । ସେ ତାଙ୍କ ହୃଦୟର ଅସ୍ଥିରତା, ସେ ସାମ୍ନା କରୁଥିବା ପରିସ୍ଥିତିକୁ ଗ୍ରହଣ ନ କରିବା ପାଇଁ ତା’ର ଜିଦ୍‌ଖୋର ଅସ୍ୱୀକୃତି, ଏହି ଗଳିର ଜାଲରୁ ଉଡ଼ିଚାଲିଯିବା ପାଇଁ ତା’ ଆତ୍ମାର ଅଧୈର୍ଯ୍ୟକୁ ସେ ଜାଣିଥିଲେ । ସେ ଏ ସବୁକିଛି ଜାଣିଥିଲେ । ସେ ୨୦ ବର୍ଷ ତଳର ଟ୍ରେନ୍‌ ଟିକେଟ୍‌କୁ ଥାକରେ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ସାଇତି ରଖିଥିଲେ । ତାଙ୍କ ହୃଦୟ କିଛି ମୁହୂର୍ତ୍ତ ପାଇଁ ଯନ୍ତ୍ରଣା ଦେଇଥିଲା। ସେ ୧୨ ବର୍ଷ ବୟସର ଥିଲେ…

ପିଙ୍କିର କାହାଣୀ ଶେଷ ହେବାକୁ ଆସିଲା…

ସୁଧନ୍ୱା ଦେଶପାଣ୍ଡେ ଏହି କବିତା ଆବୃତ୍ତି କରିଥିବା ଶୁଣନ୍ତୁ

Sex workers in Kamathipura have been struggling to give their children a life of dignity. Here is a poem inspired by two stories about the realities faced by these women caught in a pandemic of misery
PHOTO • Aakanksha

କାମାଥିପୁରା

ଆକାଶ ଖସିଆସେ
୪ X ୬ ବାକ୍ସ ଭିତରକୁ ଚାପିହୋଇ
ସବୁଦିନିଆ ପାଉଁଶିଆ
ଡେଣାହୀନ ଦେହମାନେ ଫଡ଼ଫଡ଼ ହୁଅନ୍ତି
ମଇଳା ଖଜୁରାହୋ କାନ୍ଥରେ
ଆଶା ଝୁଲୁଥାଏ ଅଣନିଶ୍ୱାସୀ ହୋଇ
ଅସଜଡ଼ା ଥାକରୁ
ଅପରିଚ୍ଛନ୍ନ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ।
ଧୀରେ ଧୀରେ
ପଛରେ ରହିଯାଇଥିବା
ସମୟର ଏକ ସଢ଼ା ଗନ୍ଧ
ତା’ର ପଞ୍ଜରାକୁ ଭେଦିଯାଏ
ସେ ତା’ ଦେହରେ ପିନ୍ଧେ
ଶୁଖିଯାଇଥିବା କ୍ଷତ ସବୁ
ନିଜ ହାତ ତିଆରି କାରୁକାର୍ଯ୍ୟ
ଷ୍ଟିଲ୍‌ରେ ଧୂଷର କୋଇଲାରେ
ଏବଂ ଖୋଲାରେ ପ୍ରତୀକ୍ଷା କରେ
ଜହ୍ନ ଆଲୋକକୁ ହାତ ଠାରି
ଶାନ୍ତ ରୂପା ସ୍ପର୍ଶକୁ ଅପେକ୍ଷା କରେ
ଅନ୍ଧାରରେ ଆଉ ନିର୍ଜନ
ଫକ୍‌ଲାଣ୍ଡ ରାସ୍ତାର
ଫୁଟପାଥ୍‌ରେ କଅଁଳ ପରଶ ପାଇଁ ଆଉ
ପୁଅ ତା’ର ଅଜଣା ସହରର
ମିଞ୍ଜିମିଞ୍ଜି ଆଲୁଅର ଆସ୍‌ଫାଲ୍ଟ ଗଳିରେ
ଧାଉଁଥାଏ କଙ୍କି ପଛରେ
ଆଉ ଝିଅ ତା’ର ସ୍ୱପ୍ନ ଦେଖେ
କଳା ଧଳା ଦୁନିଆରେ
ଗୋଲାପୀ ଜୀବନର ।

ଅଡିଓ : ସୁଧନ୍ୱା ଦେଶପାଣ୍ଡେ ହେଉଛନ୍ତି ଜନ ନାଟ୍ୟ ମଞ୍ଚର ଜଣେ କଳାକାର ଓ ନିର୍ଦ୍ଦେଶିକା ଏବଂ ଲେଫ୍ଟୱାର୍ଡ ବୁକ୍‌ସର ଜଣେ ସମ୍ପାଦକ ।

ଏହି କବିତାକୁ ଅନୁପ୍ରେରିତ କରିଥିବା ଏହି ଦୁଇଟି କାହାଣୀ ପଢ଼ନ୍ତୁ: ‘ଏଭ୍ରିୱାନ୍‌ ନୋଜ୍‌ ହ୍ୱାଟ୍‌ ହାପେନ୍‌ସ ହିଅର୍‌ ଟୁ ଗାର୍ଲସ୍‌ (ସମସ୍ତେ ଜାଣନ୍ତି ଏଠି ଝିଅମାନଙ୍କର କ’ଣ ହୁଏ’) ଏବଂ ସଚ୍‌ ଏ ଲଙ୍ଗ୍‌ ଜର୍ଣ୍ଣି, ଓଭର୍‌ ଆଣ୍ଡ୍ ଓଭର୍‌ ଏଗେନ୍‌ (ଏମିତି ଏକ ଲମ୍ବା ଯାତ୍ରା, ଥରକୁ ଥର, ବାରମ୍ବାର)


ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

प्रतिष्ठा पांड्या पारीमध्ये वरिष्ठ संपादक असून त्या पारीवरील सर्जक लेखन विभागाचं काम पाहतात. त्या पारीभाषासोबत गुजराती भाषेत अनुवाद आणि संपादनाचं कामही करतात. त्या गुजराती आणि इंग्रजी कवयीत्री असून त्यांचं बरंच साहित्य प्रकाशित झालं आहे.

यांचे इतर लिखाण Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE