ସାରା ଭାରତରେ ଗ୍ରାମୀଣ ମହିଳାମାନଙ୍କ ପ୍ରଜନନ ଓ ଯୌନ ସ୍ୱାସ୍ଥ୍ୟକୁ ନେଇ ରହିଥିବା ବ୍ୟାପକ ପ୍ରସଙ୍ଗ ଉପରେ ଏହି ଅଧ୍ୟାୟ ଆଧାରିତ। ଏଠାରେ ଦିଆଯାଇଥିବା କାହାଣୀଗୁଡ଼ିକ ବନ୍ଧ୍ୟାଦୋଷକୁ ନେଇ ରହିଥିବା ଅପବାଦ, ମହିଳାଙ୍କ ବଳପୂର୍ବକ ବନ୍ଧ୍ୟାକରଣ, ପରିବାର ନିୟୋଜନରେ ‘ପୁରୁଷଙ୍କ ସମ୍ପୃକ୍ତି’ ନରହିବା ଏବଂ ଅନେକଙ୍କ ପାଇଁ ଅପହଞ୍ଚ ରହିଥିବା ଗ୍ରାମାଞ୍ଚଳର ଅବହେଳିତ ସ୍ୱାସ୍ଥ୍ୟସେବା ଉପରେ ଆଲୋକପାତ କରାଯାଇଛି । ଏହାଛଡ଼ା ଅଯୋଗ୍ୟ ଚିକିତ୍ସକ ଓ ବିପଜ୍ଜନକ ସନ୍ତାନ ପ୍ରସବ, ଋତୁସ୍ରାବକୁ ନେଇ ରହିଥିବା ବାଛବିଚାର, ପୁଅ ପାଇଁ ପ୍ରାଥମିକତା ଏବଂ ଆହୁରି ଅନେକ ବିଷୟ ଉପରେ ଆଧାରିତ କାହାଣୀ ମଧ୍ୟ ଏଠାରେ ରହିଛି।

ଏଠାରେ ଦିଆଯାଇଥିବା ଅଧିକାଂଶ କାହାଣୀ ଦୈନନ୍ଦିନ ସଂଘର୍ଷ ଉପରେ ଆଧାରିତ ଥିବା ବେଳେ ଏପରି କେତେକ କାହାଣୀ ମଧ୍ୟ ରହିଛି ଯାହା ଗ୍ରାମୀଣ ଭାରତରେ ମହିଳାମାନଙ୍କର ସାମୟିକ ଛୋଟ ଛୋଟ ବିଜୟକୁ ଲିପିବଦ୍ଧ କରିଥାଏ।

ଏହି ଅଧ୍ୟାୟ ବିଷୟରେ ଅଧିକ ଜାଣିବା ଲାଗି, ଆପଣ ତଳେ ଦିଆଯାଇଥିବା ଭିଡିଓ ଦେଖିପାରିବେ ଏବଂ ଏଠାରେ ସମ୍ପୂର୍ଣ୍ଣ ଅଧ୍ୟାୟକୁ ପଢ଼ିପାରିବେ।

ଭିଡିଓ ଦେଖନ୍ତୁ: ଗ୍ରାମୀଣ ଭାରତୀୟ ମହିଳାଙ୍କ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ

ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ ସହଯୋଗରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ଦ୍ୱାରା କିଶୋରୀ ଏବଂ ଯୁବ ମହିଳାଙ୍କ ଉପରେ ରାଷ୍ଟ୍ରବ୍ୟାପୀ ଖବର ସଂଗ୍ରହ ପ୍ରକଳ୍ପ ଜାରି ରହିଛି । ଏହାର ଉଦ୍ଦେଶ୍ୟ ହେଉଛି, ସମାଜର ଏହି ବଞ୍ଚିତ ତଥାପି ଗୁରୁତ୍ୱପୂର୍ଣ୍ଣ ସମୁଦାୟଙ୍କ କଥା ଶୁଣିବା ଏବଂ ସାଧାରଣ ଜନତାଙ୍କ ଅନୁଭୂତି ଜାଣିବା ଜରିଆରେ ସେମାନଙ୍କ ସ୍ଥିତିକୁ ସାମ୍ନାକୁ ଆଣିବା ।

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE