ସିଂହାସନରେ ଗୋଟିଏ ହାତ ଆଶୀର୍ବାଦ ମୁଦ୍ରାରେ ଉଠାଇଥିବା ୧୦ଫୁଟ୍ଉଚ୍ଚ ଭଗବାନ ଗଣେଶଙ୍କ ଅଣ୍ଟାକୁ ଧରି ଶଙ୍କର ମିର୍ଦଓ୍ୱାଡ ମାଟିରେ ଏହାର ଶେଷ ସ୍ପର୍ଶ ଦେଉଛନ୍ତି। ରଙ୍ଗବୋତଲ, ରବର ରଙ୍ଗ ପାତ୍ର ଏବଂ ମୂର୍ତ୍ତିର ଛାଞ୍ଚ ପାଖରେ ନଡ଼ିଆ କତା ଗୁଣ୍ଡ ଏବଂ ପ୍ଲାଷ୍ଟର ଭର୍ତ୍ତି ବସ୍ତାଗୁଡ଼ିକ ଚାରିଆଡ଼େ ବିକ୍ଷିପ୍ତ ଭାବରେ ରହିଛି। ଶଙ୍କର କୁହନ୍ତି, "କେତେକ ସ୍ଥାନରେ ପ୍ଲାଷ୍ଟର ପ୍ୟାରିସ୍ନାହିଁ। ତାହା କରିବା ପରେ ମୂର୍ତ୍ତିଗୁଡ଼ିକ ରଙ୍ଗ ହେବା ପାଇଁ ପ୍ରସ୍ତୁତ ହୋଇଯିବ।"

ପୁରୁଣା ହାଇଦ୍ରାବାଦ ସହରର ଜନଗହଳିପୂର୍ଣ୍ଣ ଧୂଲପେଟ ଅଞ୍ଚଳରେ ମେଲଘାଟର ରାସ୍ତାକଡ଼ରେ ପ୍ରସ୍ତୁତ ହୋଇସାରିଥିବା ଏବଂ କାମ ଚାଲିଥିବା ମୂର୍ତ୍ତିର ଧାଡ଼ି ପଛପଟୁ ସେ କାମ କରୁଥିବା ଟାର୍ପୋଲିନ୍ଏବଂ ବାଉଁଶର ସେଡ୍ଖୁବ୍କମ୍ଦୃଷ୍ଟିଗୋଚର ହେଉଛି। ଟ୍ରକ୍ଏବଂ ଟେମ୍ପୋଗୁଡ଼ିକ ବଡ଼ ଏବଂ ଛୋଟ ଗଣେଶ ମୂର୍ତ୍ତି ନେଇ ଅଣ ଓସାରିଆ ରାସ୍ତାରେ ଗେଣ୍ଡା ପରି ଧୀରେ ଧୀରେ ଗତି କରୁଛନ୍ତି । ଏହି ମୂର୍ତ୍ତିମାନେ ଟାର୍ପୋଲିନରେ ଘୋଡ଼ାଇ ହୋଇ ଆନନ୍ଦ କରିବାରେ ବ୍ୟସ୍ତ ଲୋକମାନଙ୍କ ଗହଣରେ ସେମାନଙ୍କର ସାମୂହିକ ପେଣ୍ଡାଲ ଏବଂ ଘରମାନଙ୍କୁ ଯାଉଛନ୍ତି। ଏଠାରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ମୂର୍ତ୍ତି ୨୧ଫୁଟ ଉଚ୍ଚ।

ଶଙ୍କର ଏହି ସେଡ୍ରେ ଜୁନ୍ମାସର ଶେଷ ସପ୍ତାହରୁ କାମ କରୁଛନ୍ତି। ଏହାର ମାଲିକ ଯେ କି ସହର ବାହାରକୁ ଯାଇଛନ୍ତି ଏମିତି ଆଉ ତିନୋଟି ଓ୍ୱର୍କସପ୍ଚଳାନ୍ତି ବୋଲି ସେ କୁହନ୍ତି। ଯେତେବେଳେ ମୁଁ ଅଗଷ୍ଟମାସର ଶେଷ ସପ୍ତାହରେ ଯାଇଥିଲି, ପ୍ରତ୍ୟେକରେ ୨-୩ଜଣ କାରିଗର ଚଳିତବର୍ଷ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଗଣେଶ ଚତୁର୍ଥୀ ଉତ୍ସବ ପାଇଁ ମୂର୍ତ୍ତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ। 

ଅନ୍ୟ ଗୋଟିଏ ଦଳ- ସ୍ଥପତିମାନେ- ଧୂଲପେଟର ଓ୍ୱର୍କସେଡ୍କୁ ପାଖାପାଖି ଜାନୁଆରୀ ମାସରୁ ଆସିଥିଲେ ଏବଂ ଏପ୍ରିଲ୍ସୁଦ୍ଧା ଫେରିଯାଇଥିଲେ, ଯେମିତି ସେମାନେ ପ୍ରତିବର୍ଷ କରନ୍ତି ବୋଲି ଶଙ୍କର ବୁଝାଇ କୁହନ୍ତି। ସେ କୁହନ୍ତି, "ଆମ ଦୋକାନରେ ଆମେ ଜଣେ କୋଲକାତାର ମୂର୍ତ୍ତିକାରଙ୍କୁ ଡାକୁ । ସେ ମୂର୍ତ୍ତିକାର ଚିନାମାଟି  [ସୂକ୍ଷ୍ମଗୁଣ୍ଡ ହୋଇଥିବା ମାଟି]ରେ ମୂର୍ତ୍ତି ତିଆରି କରନ୍ତି। ସେ ଗୋଟିଏ [ବଡ଼] ମୂର୍ତ୍ତି ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୨୫ଦିନ ନେବେ।"

Shankar painting the bruised part after pasting the chinni mitti
PHOTO • Sumit Kumar Jha
Babban sitting on the hand of a ganesh idol and painting it
PHOTO • Sumit Kumar Jha

ବାମ: ଶଙ୍କର ମିର୍ଦ୍ଦଓ୍ୱାର୍ଡ ଗୋଟିଏ ପ୍ରଚ୍ଛଦପଟର ଖରାପ ହୋଇଥିବା ଅଂଶଗୁଡ଼ିକ ରଙ୍ଗ କରୁଛନ୍ତି । ଡାହାଣ: ବାବନ ଦାଓ୍ୱେଲକର ଏଠାକୁ ନନ୍ଦେଦ ଜିଲ୍ଲାରୁ ଆସିଛନ୍ତି; ନିଜ ସହରରେ ସେ ଗୋଟିଏ ଅଟୋ ରିକ୍ସା ଚଳାନ୍ତି

କେହି ସପ୍ତାହ ପରେ, ଶଙ୍କର ଏବଂ ଅନ୍ୟ କାରିଗରମାନେ ଆସି ପହଞ୍ଚିଲେ। ସେ ପଦ୍ଧତି ବୁଝାନ୍ତି: ତିଆରି କରାଯାଇଥିବା ମାଟିମୂର୍ତ୍ତି ଏକ ପ୍ରତିକ ଭାବରେ ରୁହନ୍ତି। ଶଙ୍କର ଏବଂ ତାଙ୍କ ସହକାରିଗରମାନେ ଏହାକୁ ରବର ରଙ୍ଗରେ ଆବରଣ ଦିଅନ୍ତି, ଯାହାକି ପ୍ରାୟ ୧୦ଦିନରେ ଟାଣ ହୋଇଯାଏ। ଏହା ପରେ ଏହାକୁ ତରଳ ରେଜିନରେ ଆବୃତ୍ତ କରିଦିଆଯାଏ। ଏଗୁଡ଼ିକ ମିଳିତ ଭାବରେ ଏକ ଛାଞ୍ଚ ପାଲଟିଯାଏ ଯାହାକୁ ମୂଳମୂର୍ତ୍ତିଠାରୁ କାଢ଼ି ଦିଆଯାଏ। ଏହି ଛାଞ୍ଚକୁ ପ୍ଲାଷ୍ଟର ଏବଂ କୁଣ୍ଡାରେ ଭର୍ତ୍ତି କରି ଆଉ ଏକ ମୂର୍ତ୍ତି ତିଆରି କରାଯାଏ। ଡେଙ୍ଗା ମୂର୍ତ୍ତିଗୁଡ଼ିକ ପାଇଁ ଏହା ଭିତରେ ବାଉଁଶ ଦିଆଯାଏ। ଏହି ପ୍ଲାଷ୍ଟର ୧୦-୧୫ମିନିଟ୍ମଧ୍ୟରେ ଟାଣ ହୋଇଯାଏ। ଏହା ପରେ ଛାଞ୍ଚକୁ କାଢ଼ି ଦିଆଯାଏ। ମାଟି ବ୍ୟବହାର କରି କାରିଗରମାନେ ଯେକୌଣସି ଫାଟି ଯାଇଥିବା ଅଂଶକୁ ମରାମତି କରନ୍ତି। ଏହା ପରେ ନୂତନ ମୂର୍ତ୍ତିକୁ ଗ୍ରାହକଙ୍କ ଚାହିଦା ଅନୁଯାୟୀ ରଙ୍ଗ ଏବଂ ସାଜସଜ୍ଜା କରାଯାଏ 

ଏହିପରି ଭାବରେ ଶଙ୍କର ଏବଂ ଅନ୍ୟମାନେ ଏହି ଓ୍ୱର୍କସପରେ ପ୍ରତ୍ୟେକ ଡିଜାଇନରୁ ପ୍ରାୟ ୫୦ଟି ଲେଖାଏଁ ମୂର୍ତ୍ତି କରନ୍ତି ବୋଲି ସେ କୁହନ୍ତି- ଶଙ୍କରଙ୍କ ମାଲିକଙ୍କର ଥିବା ଚାରୋଟି ଓ୍ୱର୍କସପରେ ଏହି ଋତୁରେ ପ୍ରାୟ ୪୦୦ଟି ଗଣେଶ ମୂର୍ତ୍ତି ପ୍ରସ୍ତୁତ କରାଯାଏ। ସେମାନେ କେବଳ ବଡ଼ ମୂର୍ତ୍ତି ତିଆରି କରନ୍ତି, ୧୦ଫୁଟ କିମ୍ବା ଏହାଠାରୁ ଅଧିକ ଏବଂ ଡିଜାଇନ ଉପରେ ନିର୍ଭର କରି ପ୍ରତ୍ୟେକ ମୂର୍ତ୍ତି ଟ.୧୫,୦୦୦ରୁ ଟ. ୬୦,୦୦୦ ମଧ୍ୟରେ ବିକ୍ରି ହୁଏ। 

ଶଙ୍କରଙ୍କ ବୟସ ବର୍ତ୍ତମାନ ୨୯। ସେ ଏକଦଶନ୍ଧିରୁ ଅଧିକ ସମୟ ଧରି ମୂର୍ତ୍ତି ତିଆରି କରିଆସୁଛନ୍ତି-ଗଣେଶ, ଦୂର୍ଗା ଏବଂ ଅନ୍ୟାନ୍ୟ ଦେବୀ ଦେବତାଙ୍କର। ସେ କୁମ୍ଭାର ଜାତିର, ଯେଉଁମାନେ କି ପାରମ୍ପରିକ ଭାବରେ ପାତ୍ର ତିଆରିରେ ପାରଙ୍ଗମ। ସେ କୁହନ୍ତି, "ମୁଁ ପ୍ରଥମେ ମୋ ଦାଦାଙ୍କ ସହ ଧୂଲପେଟା ଆସିଲି। ସେତେବେଳକୁ ମୋତେ ୧୬ବର୍ଷ ବୟସ ହୋଇଥିଲା। ଦଶମ ଶ୍ରେଣୀ ପରୀକ୍ଷା ପର ଛୁଟିରେ ମୁଁ ଆସିଥିଲି। ମୁଁ ଛୋଟ ଛୋଟ କାମ କଲି, ଯେମିତିକି ରଙ୍ଗ ବୋହିବା ଏବଂ ରଙ୍ଗ କରିବାରେ ସାହାଯ୍ୟ କରିବା।" ମୁଁ ଏଠାରେ ୩ମାସ ରହିଲି ମାସକୁ ଟ. ୩,୫୦୦ ଆୟ କଲି।

ଶଙ୍କରଙ୍କ ପରିବାର ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ଭର୍ଣ୍ଣି ମଣ୍ଡଳର ଭର୍ଣ୍ଣି ଗ୍ରାମରେ ବାସ କରନ୍ତି । ଯାହାକି ହାଇଦ୍ରାବାଦଠାରୁ ୧୮୦ କିଲୋମିଟର। ଏହି ଛୁଟି ପରେ ମୁଁ ମହାରାଷ୍ଟ୍ରର ନାନ୍ଦେଦ ଜିଲ୍ଲାର ଏକ ନିକଟସ୍ଥ କଲେଜରେ ବି.ଏ ଡିଗ୍ରୀ ପାଇଁ ପଢ଼ିବାକୁ ଗଲି। ସେ କୁହନ୍ତି, "ମୁଁ ଦ୍ୱିତୀୟ ବର୍ଷରେ ପାଠପଢ଼ା ଛାଡ଼ିଲି’’। “ମୁଁ ପରିବାରରେ ବଡ଼ ଥିଲି ଏବଂ ସେମାନଙ୍କର ଯତ୍ନ ନେବା ମୋର ଦାୟିତ୍ୱ ଥିଲା।"

ଶଙ୍କରଙ୍କର ତିନି ଭାଇ (ସେମାନଙ୍କର ଭଉଣୀ ନାହିଁ) ଯାକ ମୂର୍ତ୍ତି-କାରିଗର। ସେ ଏବଂ ତାଙ୍କ ପତ୍ନୀ ସ୍ୱାତୀଙ୍କର ଦୁଇଟି ଝିଅ, ଆଠ ଏବଂ ତିନିବର୍ଷ ବୟସର। ସ୍ୱାତୀ ରୋଜଗାର ପାଇଁ ବିଡ଼ି ତିଆରି କରନ୍ତି ଏବଂ ଶଙ୍କରଙ୍କ ପିତାମାତା ତାଙ୍କ ସହ ରୁହନ୍ତି ଏବଂ ସେମାନେ ଗାଁ’ରେ କୁମ୍ଭାର କାମ କରନ୍ତି।

PHOTO • Sumit Kumar Jha

ମୂର୍ତ୍ତି ଗଢ଼ିବା ଚାଲିଛି: ଶଙ୍କର ଗୋଟିଏ ରବର ରଙ୍ଗ କାଷ୍ଟ ସହିତ (ଉପର ବାମ) ଯେଉଁଥିରେ ସେ ପ୍ଲାଷ୍ଟର ପ୍ୟାରିସ ଏବଂ ନଡ଼ିଆକତାଗୁଣ୍ଡର ମିଶ୍ରଣ ଭର୍ତ୍ତି କରିବେ ଏହି ହାତ (ଉପର ଡାହାଣ) ତିଆରି ପାଇଁ। ଶୈଳେନ୍ଦ୍ର ସିଂ ଗଣେଶଙ୍କ ମୂର୍ତ୍ତି (ତଳ ବାମ) ର ଆଖି ରଙ୍ଗ କରୁଛନ୍ତି, ସେ କୁହନ୍ତି ଏହା ରଙ୍ଗ କରିବାର ସବୁଠାରୁ କଷ୍ଟକର ଅଂଶ। ବଦ୍ରି ବିଶାଳ ଶେଷ ସ୍ପର୍ଶ ଦେଉଛନ୍ତି (ତଳ ଡ଼ାହାଣ)

କଲେଜ ଛାଡ଼ିବା ପରେ ପରେ ସେ ଧୂଲପେଟ ଫେରିଲେ। ସେ କୁହନ୍ତି, "ଅନ୍ୟ ମୂର୍ତ୍ତି କାରିଗରମାନଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରିବା ଏବଂ ଲକ୍ଷ୍ୟ କରିବା ଦ୍ୱାରା ମୁଁ ମଧ୍ୟ ମୂର୍ତ୍ତି ତିଆରି ଶିଖିଲି। ଏହା ପରେ ମୁଁ ବିଭିନ୍ନ ସ୍ଥାନରେ ଯେମିତିକି କୁର୍ନୁଲ, ଗୁଣ୍ଠୁର, ନେଲୋର୍, ବିଜୟଓ୍ୱାଡା, ହୋସୁର ଏବଂ ବାଙ୍ଗାଲୋରରେ ଠିକାରେ ମୂର୍ତ୍ତିକାର ଭାବରେ କାମ କରିବା ଆରମ୍ଭ କଲି। ପୂର୍ବେ ୧୨ ମାସ ପାଇଁ କାମ ରହୁଥିଲା। କିନ୍ତୁ ଏବେ ମୁଁ ମାତ୍ର ୮ମାସ ଏହି କାମ ପାଉଛି। ଗତ ୩-୪ବର୍ଷ ହେବ ବାହାରୁ ମୂର୍ତ୍ତି ଆସୁଥିବାରୁ ଧୂଲପେଟରେ ଉତ୍ପାଦନ ହ୍ରାସ ପାଇଯାଇଛି।"

ଶଙ୍କର କୁହନ୍ତି ଧୂଲପେଟରେ ଦୁଇ ମାସ ମୂର୍ତ୍ତି ଗଢ଼ିବା ପାଇଁ ସେ ମାସକୁ ଟ. ୩୦,୦୦୦ ଲେଖାଏଁ ପାଆନ୍ତି। ସେ କୁହନ୍ତି, "ମୁଁ ସିଧାସଳଖ ମାଲିକମାନଙ୍କ ସହ ଚୁକ୍ତି କରେ ଏବଂ ସେମାନେ ମୋତେ ନିଯୁକ୍ତି ଦିଅନ୍ତି ମୋର ଦକ୍ଷତା କାରଣରୁ ଏବଂ ମୋତେ ଅଧିକ [ପରିମାଣ] ପୈଠ କରନ୍ତି।  ଯେଉଁମାନେ ନୂଆ କାମ କରନ୍ତି ଏବଂ ଯେଉଁ କାରିଗରମାନେ ଗୋଟିଏ ସ୍ଥାନରେ ରୁହନ୍ତି, ସେମାନେ କମ୍ପାଆନ୍ତି। ମୁଁ କମ୍ସମୟରେ ଏବଂ ଅଧିକ ଦକ୍ଷତାର ସହ କାମ ସମ୍ପୂର୍ଣ୍ଣ କରେ।"

ଗୋଟିଏ ଗଣେଶ ମୂର୍ତ୍ତିର ଚେହେରାରେ ଧଳା ରଙ୍ଗ ଦେବା ପାଇଁ ଗୋଟିଏ ସ୍ପ୍ରେ ଗନ ସହ ସିଂହାସନ ଉପରେ ଛିଡ଼ା ହୋଇ ସେ କୁହନ୍ତି, "ଏହାପରେ ମୁଁ ମୋ ଗାଁକୁ ଫେରିଯାଏ ଏବଂ ଯେଉଁ କାମ ପାଏ ତାହା କରେ। ମୁଁ ଗୋଟିଏ ରଙ୍ଗ ମିସ୍ତ୍ରୀ [ଗୃହ] କିମ୍ବା ଜଳଖିଆ ଦୋକାନରେ ସହାୟକ ଭାବରେ କାର୍ଯ୍ୟ କରେ, ଦିନକୁ ପ୍ରାୟ ଟ. ୬୦୦ ଉପାର୍ଜନ କରେ।"

ଶଙ୍କରଙ୍କ ପରି, ତେଲେଙ୍ଗାନା ଏବଂ ଅନ୍ୟ ରାଜ୍ୟଗୁଡ଼ିକରୁ ଅନେକ କାରିଗର ଗଣେଶ ପୂଜା ଏବଂ ଦଶହରା ଉତ୍ସବ ପୂର୍ବରୁ ଧୂଲପେଟର ମୂର୍ତ୍ତି ଓ୍ୱାର୍କସପକୁ ଆସନ୍ତି। ଏସବୁ ମାସଗୁଡ଼ିକରେ ସେମାନେ ଓ୍ୱର୍କସପଗୁଡ଼ିକରେ ରୁହନ୍ତି ଏବଂ ଶୁଅନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ବର୍ଷ ବୟସ୍କ ବାବନ ଦାଓ୍ୱେଲ୍କର। ସେ ନନ୍ଦେଦ ଜିଲ୍ଲାର ବିଲୋଲି ତାଲୁକାର ବଦୁର ଗାଁ’ରୁ ଆସିଛନ୍ତି। ସେ ଏଠାକୁ ଗତ ୫ବର୍ଷ ହେବ ଜୁନ୍ମାସର ପ୍ରଥମ ସପ୍ତାହରେ ଆସିଛନ୍ତି ଏବଂ ଏହା ପରେ ଗାଁ’କୁ ଫେରି ଗୋଟିଏ ଅଟୋରିକ୍ସା ଚଳାଉଛନ୍ତି। ତାଙ୍କ ବାପା ମଧ୍ୟରେ ଜଣେ ଅଟୋ ଚାଳକ ଏବଂ ମା’ ଜଣେ ଅଙ୍ଗନଓ୍ୱାଡି କର୍ମୀ। ସେ କୁହନ୍ତି, "ଆମେ ସକାଳ ୮ଟାରେ କାମ ଆରମ୍ଭ କରୁ ଏବଂ ମଧ୍ୟରାତ୍ରି କିମ୍ବା ଏହାଠାରୁ ବିଳମ୍ବ ପର୍ଯ୍ୟନ୍ତ କାମ କରୁ। ଏହାର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ।"

୩୨ ବର୍ଷ ବୟସ୍କ ବଲବୀର ସିଂ, ମଙ୍ଗଲହାଟ ଅଞ୍ଚଳରୁ ଆସିଛନ୍ତି ଏବଂ ଧୂଲପେଟର ଆଉ ଏକ ଓ୍ୱାର୍କସପରେ ଗତ ୧୦ବର୍ଷ ହେବ କାମ କରୁଛନ୍ତି । ସେ କୁହନ୍ତି, "ମୁଁ ମାସକୁ ୧୨ହଜାର ଟଙ୍କା ପାଏ। କିନ୍ତୁ ମୋର କାମ କରିବା ମାସଗୁଡ଼ିକ ଛଅ କିମ୍ବା ଆଠମାସକୁ ହ୍ରାସ ପାଇଗଲାଣି। ଧୂଲପେଟର ମୂର୍ତ୍ତିମାନେ ସେମାନଙ୍କର ଖ୍ୟାତି ହରାଇଲେଣି ମହାରାଷ୍ଟ୍ରରେ ତିଆରି ହେଉଥିବା ମୂର୍ତ୍ତିଗୁଡ଼ିକଙ୍କର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା କାରଣରୁ। ବେଗମ ବଜାର [ପ୍ରାୟ ଏକ କିଲୋମିଟର ଦୂର]ର ଦୋକାନଗୁଡ଼ିକ ସେଗୁଡ଼ିକୁ କମ୍ ମୂଲ୍ୟରେ ବିକ୍ରି କରନ୍ତି। ମୁଁ ବର୍ଷର ବଳକା ସମୟ ପାଇଁ ଜଣେ ଓ୍ୱାଚ୍ମ୍ୟାନ୍କିମ୍ବା [ଘର] ରଙ୍ଗ ମିସ୍ତ୍ରି ଭାବରେ ବଳକା ମାସଗୁଡ଼ିକରେ ହାଇଦ୍ରାବାଦରେ କାମ କରେ। କିନ୍ତୁ ମୁଁ ଏହିକାମ ଛାଡ଼ିବାକୁ ଚାହେଁ ନାହିଁ। ମୋତେ ଏହି କାମରୁ ଖୁସି ମିଳେ।"

PHOTO • Sreelakshmi Prakash ,  Sumit Kumar Jha

କେବଳ ମାଟି ପ୍ଲାଷ୍ଟର ଏବଂ କୁଣ୍ଡା ନୁହେଁ, ଏବେ ମୂର୍ତ୍ତିମାନେ ଉଜ୍ଜଳ ରଙ୍ଗ ମଧ୍ୟ ଆବଶ୍ୟକ କରୁଛନ୍ତି। ଉପର ଡାହାଣ: ଶଙ୍କର ରଙ୍ଗଗୁଡ଼ିକ ନିଖୁଣ କରିବା ପାଇଁ ଏକ ସ୍ପ୍ରେ ଗନ୍ବ୍ୟବହାର କରୁଛନ୍ତି। ଉପର ଡାହାଣ: ଗୋଟିଏ ମୂର୍ତ୍ତି ଟ୍ରକରେ ଯିବା ପାଇଁ ଏବଂ ଏହାର ପେଣ୍ଡାଲକୁ ନେବା ପାଇଁ ପ୍ରସ୍ତୁତ ତଳ ବାମ : ଅନେକ ସମୟରେ ରାସ୍ତାରେ ଆଉ କିଛି ସ୍ପର୍ଶ ଦିଆଯାଏ ଯେତେବେଳେ କିଛି ମୂର୍ତ୍ତି ଧୂଲପେଟର ରାସ୍ତାରେ ସେମାନଙ୍କ ଗ୍ରାହକମାନଙ୍କୁ ଅପେକ୍ଷା କରିଥାନ୍ତି।

୩୮ ବର୍ଷ ବୟସ୍କ ଗଣପଥ ମୁନିକଓ୍ୱାରାର, ଯିଏ କି ଧୂଲପେଟରେ ଜଣେ ମୂର୍ତ୍ତିକାରଙ୍କ ଓ୍ୱାର୍କସପରେ କାମ କରନ୍ତି, ମୌସୁମୀ ଆର୍ଦ୍ରତାରେ ମୂର୍ତ୍ତିମାନଙ୍କୁ ଶୁଖାଇବା ପାଇଁ ବ୍ୟବହୃତ ହେଉଥିବା କୋଇଲା ଗରମ କରୁଛନ୍ତି। ସେ ମୂର୍ତ୍ତିକୁ ବାଲି କାଗଜରେ ପାଲିସ କରିବା ଏବଂ ହାତ ଓ ଦେହ ଲଗାଇବାରେ ସାହାଯ୍ୟ କରନ୍ତି। ସେ ନିଜ ଗାଁ’ରେ ଚାଷରୁ ଅବସର ମିଳିବା ସମୟରେ ପ୍ରଥମଥର ପାଇଁ ତାଙ୍କ ଭିଣୋଇଙ୍କ ସହ ଏଠାକୁ ଆସିଥିଲେ। ସେ ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲା (ବର୍ତ୍ତମାନ ନିର୍ମଲ ଜିଲ୍ଲାରେ ସ୍ଥାନିତ ହୋଇଛି)ର  ତନ୍ନୁର ମଣ୍ଡଳର ଦୌଲତାବାଦ ଗ୍ରାମରୁ ଆସିଛନ୍ତି। ସେଠାରେ ସେ ଜଣେ କୃଷି ଶ୍ରମିକ, ଦିନକୁ ଟ. ୨୫୦/- ଆୟ କରନ୍ତି; ଏଥିସହ ସେ ଦୁଇ ଏକର ଭାଗ ଜମି ମଧ୍ୟ ଚାଷ କରନ୍ତି। ସେ କୁହନ୍ତି, "ମୁଁ ଜୁଲାଇର ମଧ୍ୟ ଭାଗରୁ ଏଠାରେ କାମ କରୁଛି। ମୁଁ ୧୩୦୦୦ ଲେଖାଏଁ ପାଉଛି [ମାସିକ]। କୃଷିରୁ  ମୁଁ ବର୍ଷକୁ ପ୍ରାୟ ୫୦,୦୦୦-୬୦,୦୦୦ ପାଇଥାଏ। ମୁଁ ସୋୟା, ହରଡ଼, ବୁଟ, ମୁଗ, ଯଅ, ଚଣା… ଆଦି ଚାଷ କରେ। ମୁଁ ଏହି କାମ [ମୂର୍ତ୍ତି ତିଆରି କାମ] କୁ ପସନ୍ଦ କରେନି। ମୋର ରାତିରେ ମଧ୍ୟ କାମ କରିବାର ଅଛି। ଆସନ୍ତା ବର୍ଷ ମୁଁ ଆସିବିନି।"

ସେ ଶଙ୍କର ଏବଂ ଅନ୍ୟ କାରିଗରମାନେ ଛାଞ୍ଚରୁ ମୂର୍ତ୍ତି ତିଆରି କରିସାରିବା ପରେ ସାଜସଜ୍ଜା ଆରମ୍ଭ ହୁଏ। ଯଦିଓ ସେମାନେ ମଧ୍ୟ କିଛି ରଙ୍ଗ କାମ କରନ୍ତି, ରଙ୍ଗକାରମାନଙ୍କର ଏକ ୨-୩ ଜଣିଆ ଭିନ୍ନ ଗୋଷ୍ଠୀ-ଜଣେ ମୁହଁ, ଅନ୍ୟ ଜଣେ ହାତ ଏବଂ ଅନ୍ୟଗୁଡ଼ିକ ରଙ୍ଗ କରନ୍ତି। ଧୂଲପେଟରୁ ଆସିଥିବା ୩୧ବର୍ଷ ବୟସ୍କ ବଦ୍ରି ବିଶାଲ  ଗୋଟିଏ ସ୍ପ୍ରେ ଗନ ଏବଂ ଗୋଟିଏ ରଙ୍ଗ ବୋତଲ ହାତରେ ଧରି କୁହନ୍ତି, "ଆମେ ଜୁନ୍ମାସରୁ, ପୂଜା [ଗଣେଶ ପୂଜା]ର ଦୁଇମାସ ପୂର୍ବରୁ କାମ କରିବା ଆରମ୍ଭ କରୁ।  ଗୋଟିଏ ମୂର୍ତ୍ତି ରଙ୍ଗ କରିବା ପାଇଁ ଅଧାଦିନ [୮ ଘଣ୍ଟା] ସମୟ ଲାଗେ। ଆମେ ଏକା ସମୟରେ ୫-୬ ମୂର୍ତ୍ତିରେ କାମ କରୁ।" ବଦ୍ରି ୧୫ ବର୍ଷ ହେବ ମୂର୍ତ୍ତି ରଙ୍ଗ କରୁଛନ୍ତି। ସେ କୁହନ୍ତି, "ଅବଶିଷ୍ଟ ମାସଗୁଡ଼ିକରେ ମୁଁ କାନପୁରରୁ ହୋଲସେଲରେ ଗୁଡ଼ି ଆଣି ବିକ୍ରି କରେ। ଏଠାରେ ମୁଁ ରକ୍ଷାବନ୍ଧନରେ ଅଧାଦିନ ଛୁଟି ପାଇଲି ନଚେତ୍ଦୁଇମାସ ପର୍ଯ୍ୟନ୍ତ ଆମେ କୌଣସି ଛୁଟି ପାଉନାହୁଁ। ଏବେ ପେଣ୍ଟ କମ୍ପ୍ରେସର ମେସିନ [ସ୍ପ୍ରେ ଗନ୍]ରେ କାମ ସହଜ ହୋଇଛି। କିନ୍ତୁ ଏହାକୁ ନିଖୁଣ କରିବାରେ ଆମର ଅଧିକାଂଶ ସମୟ ଚାଲିଯାଏ। ମୁଁ ଜାଣିନି ଏଥର ମୋତେ କେତେ ଦିଆଯିବ। ଏହା ଆମେ କରୁଥିବା କାମର ପ୍ରକାର ଉପରେ ନିର୍ଭର କରେ।"

ଆଖିଗୁଡ଼ିକ ରଙ୍ଗ କରିବା ସବୁଠାରୁ କଷ୍ଟକର। ସେହି ସମାନ ଓ୍ୱାର୍କସପରେ କାମ କରୁଥିବା ୨୦ବର୍ଷ ବୟସ୍କ ଶୈଳେନ୍ଦ୍ର ସିଂ ଯତ୍ନର ସହ ଗଣେଶଙ୍କ ମୂର୍ତ୍ତିର  ଆଖିଗୁଡ଼ିକ ଏବଂ କପାଳ ରଙ୍ଗ କରିବା ପାଇଁ ଏକ ବ୍ରସ୍ ବ୍ୟବହାର କରୁଛନ୍ତି। ସେ କୁହନ୍ତି, "ଗତ ଦୁଇବର୍ଷ ତଳେ ମୁଁ ଏଠାରେ ଏକ ରଙ୍ଗକାର ଭାବରେ କାମ କରିବା ଆରମ୍ଭ କଲି। ମୁଁ ଦୁଇମାସ ପାଇଁ କାମ କରେ ଏବଂ ବଳକା ମାସଗୁଡ଼ିକରେ ପାଠପଢ଼େ [ସେ ୧୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାକୁ ଚେଷ୍ଟା କରୁଛନ୍ତି] ଏବଂ ମୋ ପିତାମାତାଙ୍କୁ [ଧୂଲପେଟରେ ସେମାନଙ୍କର ଦୋସା-ଇଡ୍ଲି ଦୋକାନ କରେ] ସାହାଯ୍ୟ କରେ। ମୁଁ ମୁଖ୍ୟ ରଙ୍ଗକାର ହେବାକୁ ଚାହେଁ, ଯିଏ କି ଭଗବାନ ଗଣେଶଙ୍କ ଆଖିଗୁଡ଼ିକ ରଙ୍ଗ କରିପାରିବ। ଆଖି ରଙ୍ଗ କରିବା ସବୁଠାରୁ କଷ୍ଟ, ଏହା ଏମିତି ହେବା ଦରକାର ଯେମିତି ଜଣେ ଭକ୍ତ ଯେଉଁଠାରୁ ଦେଖିଲେ ମଧ୍ୟ ଅନୁଭବ କରିବ ଯେ ଗଣେଶ ଜୀ ତାଙ୍କୁ ଚାହିଁଛନ୍ତି।"


ସୁମିତ କୁମାର ଝାଙ୍କ ସହ ଅତିରିକ୍ତ ରିପୋର୍ଟିଂ

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sreelakshmi Prakash

ଶ୍ରୀଲକ୍ଷ୍ମୀ ପ୍ରକାଶ ସଂଚାର ବିଦ୍ୟାରେ ସ୍ନାତକୋତ୍ତର ଉପାଧି ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ସହର ସାରା ବୁଲି ଲୋକଙ୍କ କଥା ଶୁଣିବାରେ ସେ ଆନନ୍ଦ ପାଆନ୍ତି ।

Other stories by Sreelakshmi Prakash