ରୁବେଲ ଶେଖ ଏବଂ ଅନିଲ ଖାନ ଗାଡ଼ି ଚଲାଉଥିଲେ ସତ... ହେଲେ ସେମାନେ ଭୂମି ଆଖପାଖରେ ବି ନଥିଲେ । ସେମାନେ ଥିଲେ ପ୍ରାୟ ୨୦ ଫୁଟ ଉପରେ ଏବଂ ପ୍ରାୟ ୮୦ ଡିଗ୍ରୀ କୋଣରେ ଢଳି ରହିଥିବା ଏକ ଢାଞ୍ଚାରେ । ଅଗରତଲାର ଏହି ମେଳାରେ ସମବେତ ଲୋକେ ପାଟି କରି ସେମାନଙ୍କୁ ଉତ୍ସାହିତ କରୁଥିଲେ । ରୁବେଲ ଏବଂ ଅନିଲ କାର ୱିଣ୍ଡୋ ପାଖକୁ ଆସି ହାତ ହଲାଇ ଏହାକୁ ସ୍ୱୀକାର କରୁଥିଲେ ।

ସେମାନେ ‘ମୌତ କା କୂଆଁ’ (ମୃତ୍ୟୁର କୂଅ)ରେ କଳାକୌଶଳ ପରିବେଷଣ କରୁଛନ୍ତି – କୂଅ ଭଳି ଉପରକୁ ଲମ୍ବ ଭାବରେ ନିର୍ମିତ ଏକ ଢାଞ୍ଚାର ‘କାନ୍ଥ’ ଉପରେ ଏବଂ କଡ଼ରେ କାର ଓ ବାଇକ ଚାଳନାର ବିଭିନ୍ନ ଦୁଃସାହସିକ କୌଶଳ ପ୍ରଦର୍ଶନ ।

ସେମାନଙ୍କର ଏହି କଳାକୌଶଳ ପ୍ରଦର୍ଶନ ସମୟକୁ ୧୦ ମିନିଟର ଅବଧିରେ ବିଭକ୍ତ କରାଯାଇଛି ଏବଂ ଏହା ଘଣ୍ଟା ଘଣ୍ଟା ଧରି ଚାଲେ । ସେମାନଙ୍କ କଳା ପ୍ରଦର୍ଶନର ସ୍ଥଳଟି କାଠର ପ୍ୟାନେଲରେ ତିଆରି କୂଅ ଭଳି ଏକ ଢାଞ୍ଚା ଏବଂ ମେଳାରେ ଏହା ଗଢ଼ିବା ଲାଗି କିଛି ଦିନ ଲାଗିଯାଏ । ଏହି ପ୍ରଦର୍ଶନ ମଞ୍ଚ ନିର୍ମାଣରେ ବ୍ୟବହୃତ ଯାନ୍ତ୍ରିକ ପଦ୍ଧତି ଏବଂ ସେମାନଙ୍କ ନିଜର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଅଧିକାଂଶ ଗାଡ଼ି ବା ବାଇକ ଚାଳକ ଏହାର ନିର୍ମାଣ ପ୍ରକ୍ରିୟାରେ ନିଜକୁ ସାମିଲ କରନ୍ତି ।

୨୦୨୩ ଅକ୍ଟୋବରରେ, ଦୁର୍ଗାପୂଜା ଉପଲକ୍ଷେ ତ୍ରିପୁରାର ଅଗରତଲାରେ ଆୟୋଜିତ ମେଳାରେ ‘ମୌତ କା କୂଆଁ’ ଭଳି ଭୟଙ୍କର ଶିରୋନାମାରେ ପ୍ରଦର୍ଶିତ ଏହି କ୍ରୀଡ଼ା କୌଶଳ ଥିଲା ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ । ଅନ୍ୟାନ୍ୟ ଆକର୍ଷଣରେ ରହିଥିଲା ଚକ୍ରି ଦୋଳି, ମେରୀ-ଗୋ-ରାଉଣ୍ଡ ଏବଂ ଖେଳନା ଟ୍ରେନ୍ ।

The riders are also the ones setting up the well-like structures. Here Pankaj Kumar (left) and Rubel Sheikh (right) are working on the set-up for a mela for Durga Puja in October 2023 in Agartala, Tripura
PHOTO • Sayandeep Roy

ଏହି କୂଅ ଭଳି ଢାଞ୍ଚା ସ୍ଥାପନରେ ଗାଡ଼ି ଚାଳକମାନେ ସହଯୋଗ କରନ୍ତି । ୨୦୨୩ ଅକ୍ଟୋବରରେ ଦୁର୍ଗାପୂଜା ଉପଲକ୍ଷେ ତ୍ରିପୁରାର ଅଗରତଲାରେ ଆୟୋଜିତ ମେଳାରେ ଏହି ଢାଞ୍ଚା ସ୍ଥାପନ କାମରେ ଲାଗିଛନ୍ତି ପଙ୍କଜ କୁମାର (ବାମ) ଏବଂ  ରୁବେଲ ଶେଖ

A few last minute adjustments being made as the mela prepares to open soon
PHOTO • Sayandeep Roy

ମେଳା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଢାଞ୍ଚାରେ ଶେଷ ମୁହୂର୍ତ୍ତର କେତେକ କାମ ସାରିବାରେ ବ୍ୟସ୍ତ କାରିଗରମାନେ

“ଆମେ ଏହାର କାନ୍ଥରେ ଯେ କୌଣସି କାର ଚଳାଇ ପାରିବୁ, କିନ୍ତୁ ମାରୁତି-୮୦୦କୁ ଏଥିପାଇଁ ଚଳାଉ ଯେ ଏହାର  ୱିଣ୍ଡୋଗୁଡ଼ିକ ବଡ଼ ବଡ଼ ହୋଇଥିବାରୁ (କଳା ପ୍ରଦର୍ଶନ ସମୟରେ) ସେଥିରୁ ବାହାରକୁ ବାହାରିବା ସହଜ,” ଷ୍ଟଣ୍ଟମ୍ୟାନ୍ ରୁବେଲ କହନ୍ତି । ସେମାନେ ୟାମାହା ଆରଏକସ-୧୩୫ ବାଇକ୍ ମଧ୍ୟ ବ୍ୟବହାର କରନ୍ତି ବୋଲି ସେ କହନ୍ତି: “ଆମେ ପୁରୁଣା ବାଇକ ବ୍ୟବହାର କରୁ, କିନ୍ତୁ ସେଗୁଡ଼ିକର ରକ୍ଷଣାବେକ୍ଷଣ ଭଲ ଭାବରେ କରୁ।”

ସେ ପଶ୍ଚିମ ବଙ୍ଗର ମାଲଦା ବାସିନ୍ଦା, ତାଙ୍କ ଦଳର ମୁଖ୍ୟ ଏବଂ ଗାଡ଼ିଗୁଡ଼ିକର ମାଲିକ । ରୁବେଲ କହନ୍ତି, ଆଜିକୁ ୧୦ ବର୍ଷରୁ ଅଧିକ ସମୟ ହେଲା ସେ ଏହି ମୋଟର ସାଇକେଲଗୁଡ଼ିକୁ ବ୍ୟବହାର କରିଆସୁଛନ୍ତି, କିନ୍ତୁ “ସେଗୁଡ଼ିକର ନିୟମିତ ମରାମତି  ଓ ଦେଖାରଖା କରାଯାଏ ।”

ଏହି କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମ ଦେଖିବା ଲାଗି ଗାଁ ଗହଳିରୁ ପିଲାମାନେ ଆସିଥାଆନ୍ତି । କିଭଳି ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଲେ ବୋଲି ବର୍ଣ୍ଣନା କରିବାକୁ ଯାଇ ଝାଡ଼ଖଣ୍ଡ ଗୋଡ୍ଡା ଜିଲ୍ଲାର ମହମ୍ମଦ ଜଗ୍ଗା ଆନସାରୀ କହନ୍ତି, “ମୋ ପିଲାଦିନେ, ଯେତେବେଳେ ବି ଆମ ସହରରେ ଏଭଳି ମେଳା ହେଉଥିଲା, ସେହି ସମୟରୁ ମୁଁ ଏଥିପ୍ରତି ଆକର୍ଷିତ ହୋଇଥିଲି,” ଏବଂ ତେଣୁ ସେ କମ୍‌ ବୟସରୁ ହିଁ ଏକ ସର୍କସରେ ଯୋଗ ଦେଇ ସେଥିରେ ଛୋଟମୋଟ କାମ କରୁଥିଲେ । “ଧୀରେ ଧୀରେ ମୁଁ କେମିତି ଗାଡ଼ି ଚଲାଇବାକୁ ହୁଏ ତାହା ଶିଖିବା ଆରମ୍ଭ କଲି,” ଏହି ୨୯ ବର୍ଷୀୟ କଳା ପ୍ରଦର୍ଶକ ଜଣକ କହନ୍ତି ଏବଂ କଥା ଯୋଡ଼ନ୍ତି, “ଏହି କାମ ଯୋଗୁଁ ମୁଁ ଏତେ ଅଧିକ ସ୍ଥାନ ବୁଲିବାର ସୁଯୋଗ ପାଉଥିବାରୁ ମୋତେ ଏହା ଭଲଲାଗେ ।”

ବିହାରର ନୱାଦା ଜିଲ୍ଲା ଅନ୍ତର୍ଗତ ୱାରିସାଲିଗଞ୍ଜ ଗାଁର ପଙ୍କଜ କୁମାର ମଧ୍ୟ କମ୍ ବୟସରୁ ଏହି କଳା ପ୍ରଦର୍ଶନ ଆରମ୍ଭ କରିଥିଲେ: “ମୁଁ ୧୦ମ ଶ୍ରେଣୀ ପରେ ସ୍କୁଲ ଛାଡ଼ି ଦେଲି ଏବଂ ଗାଡ଼ି ଚଲାଇବା ଶିଖିବା ଆରମ୍ଭ କଲି।”

ଆନସାରୀ ଓ ପଙ୍କଜଙ୍କ ଭଳି ଅନ୍ୟ କଳା ପ୍ରଦର୍ଶକ ଏବଂ ଏହି ଢାଞ୍ଚା ଓ ମଞ୍ଚ ନିର୍ମାଣ କରୁଥିବା ଲୋକେ ସାରା ଭାରତର ବିଭିନ୍ନ ଭାଗରୁ ଆସିଛନ୍ତି ଏବଂ ଗ୍ରୁପ୍ ସହିତ ବିଭିନ୍ନ ମେଳାକୁ ଯାତ୍ରା କରନ୍ତି । ସାଧାରଣତଃ ସେମାନେ ମେଳାରେ ସେମାନଙ୍କ ପ୍ରଦର୍ଶନ ସ୍ଥଳ ନିକଟରେ ତମ୍ବୁ ଟାଣି ସେଥିରେ ରହନ୍ତି । ରୁବେଲ ଓ ଆନସାରୀଙ୍କ ଭଳି କେତେ ଜଣ ସେମାନଙ୍କ ପରିବାର ସହିତ ଯାତ୍ରା କରୁଥିବା ବେଳେ, କାମ ନଥିବା ବେଳେ ପଙ୍କଜ ଘରକୁ ଫେରି ଯାଆନ୍ତି ।

Twenty-nine year-old, Ansari from Jharkhand's Godda district collects money from a spectator’s hand while holding a bunch of notes in his mouth during the act. He says, ' what people give us during the act is our primary source of income'
PHOTO • Sayandeep Roy

ଏହି କୌଶଳ ପ୍ରଦର୍ଶନ ସମୟରେ, ନିଜ ପାଟିରେ ବିଡ଼ାଏ ନୋଟ୍ ଚାପି ଧରିଥିବା ଝାଡ଼ଖଣ୍ଡ ଗୋଡ୍ଡା ଜିଲ୍ଲାର ଅଣତିରିଶ ବର୍ଷୀୟ ଆନସାରୀ, ଜଣେ ଦର୍ଶକଙ୍କ ହାତରୁ ଟଙ୍କା ନେଉଛନ୍ତି । ସେ କହନ୍ତି, କଳା ପ୍ରଦର୍ଶନ ସମୟରେ ଲୋକେ ଆମକୁ ଯାହା ଦିଅନ୍ତି ତାହା ଆମ ରୋଜଗାରର ପ୍ରାଥମିକ ଉତ୍ସ

କୂଅ ଭଳି ଏକ ଢାଞ୍ଚା ନିର୍ମାଣରୁ ‘ମୌତ କା କୂଆଁ’ ପାଇଁ କାମ ଆରମ୍ଭ ହୁଏ । “ଏହାକୁ ପୂରା କରିବାକୁ ୩ରୁ ୬ ଦିନ ଭିତରେ ଲାଗେ, କିନ୍ତୁ ଏଥର ଆମ ହାତରେ ବେଶୀ ସମୟ ନଥିଲା ଏବଂ ତିନି ଦିନ ଭିତରେ ଏହାକୁ ପୂରା କରିବାକୁ ପଡ଼ିଲା,” ରୁବେଲ କହନ୍ତି । ହାତରେ ସମୟ ଥିଲେ ସେମାନେ ମନ୍ଥର ଗତିରେ କାମ କରନ୍ତି ବୋଲି ସେ କହନ୍ତି ।

ପରିଶେଷରେ, ଶୋ’ ସମୟ ହେଇଗଲା ଏବଂ ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଅଗରତଲାର ଲୋକେ ଟିକେଟ କିଣିବାକୁ ଭିଡ଼ ଜମାନ୍ତି – ଟିକେଟର ଦାମ୍‌ ଥାଏ ୭୦ ଟଙ୍କା, ଏବଂ ପିଲାମାନଙ୍କ ପାଇଁ ମାଗଣା । ପ୍ରତି ଥର ୧୦ ମିନିଟ ଧରି କଳାକୌଶଳ ପ୍ରଦର୍ଶନ ଚାଲେ ଏବଂ ଏହିଭଳି ଭାବରେ ଦୁଇଟି କାର୍  ଓ ଦୁଇଟି ମୋଟର ସାଇକେଲରେ ଅତି କମ୍‌ରେ ଚାରି ଜଣ ସେମାନଙ୍କ ଦୂଃସାହସିକ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରନ୍ତି । ଗୋଟିଏ ରାତିରେ ସେମାନେ ଅତି କମ୍‌ରେ ୩୦ ଥର ନିଜର କଳା ପରିବେଷଣ କରନ୍ତି ଏବଂ ଦୁଇଟି ଶୋ’ ମଝିରେ ୧୫-୨୦ ମିନିଟର ବିରତି ଥାଏ ।

ଅଗରତଲାର ଏହି ମେଳାରେ ଏହି ଶୋ’ ଏତେ ଲୋକପ୍ରିୟ ହେଲା ଯେ ସେମାନେ ନିର୍ଦ୍ଧାରିତ ପାଞ୍ଚ ଦିନିଆ ପ୍ରଦର୍ଶନକୁ ଆଉ ଦୁଇ ଦିନ ପାଇଁ ବଢ଼ାଇଲେ ।

“ଆମକୁ ଦୈନିକ ପାରିଶ୍ରମିକ ବାବଦରେ ୬୦୦ରୁ ୭୦୦ ଟଙ୍କା ମିଳେ, କିନ୍ତୁ ଶୋ’ ସମୟରେ ଲୋକେ ଆମକୁ ଯାହା ଦିଅନ୍ତି ତାହା ହିଁ ଆମ ରୋଜଗାରର ମୂଳ ଉତ୍ସ,” ଆନସାରୀ କହନ୍ତି । ଅଧିକ ଥର ପରିବେଷଣର ସୁଯୋଗ ମିଳିଲେ, ଗୋଟିଏ ମାସରେ ସେମାନେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି ।

ରୁବେଲଙ୍କ କହିବା କଥା ଯେ, ଏହି ଶୋ’ ବର୍ଷ ସାରା ଚାଲିପାରିବ ନାହିଁ: “ବର୍ଷା ଋତୁରେ ଏହି ଶୋ’ କରିବା କଷ୍ଟକର।” ଏଠାରେ କାମ ନଥିବା ସମୟରେ ରୁବେଲ ତାଙ୍କ ଗାଁକୁ ଫେରି ଯାଇ ଚାଷବାସ କରନ୍ତି ।

ଏହି ଦୁଃସାହସିକ କଳାକୌଶଳ ପ୍ରଦର୍ଶନରେ ନିହିତ ବିପଦ ସମ୍ଭାବନାକୁ ଏଡ଼ାଇ ଯାଆନ୍ତି ପଙ୍କଜ: “ମୁଁ ବିପଦ ଆଶଙ୍କାକୁ ଖାତିର କରେ ନାହିଁ । ଜଣେ ଯଦି ଭୟ ନକରନ୍ତି, ତେବେ ଏଥିରେ ଭୟ କରିବାର କିଛି ନାହିଁ ।” ତାଙ୍କ ଗ୍ରୁପ ସଦସ୍ୟମାନଙ୍କ କହିବା ଅନୁସାରେ ସେମାନେ କାମ ଆରମ୍ଭ କରିବା ଦିନଠାରୁ ଏମିତି କୌଣସି ସାଂଘାତିକ ଦୁର୍ଘଟଣା ଘଟିନାହିଁ ।

“ଆମେ କଳା ପ୍ରଦର୍ଶନ କରୁଥିବା ବେଳେ ଲୋକଙ୍କ ଖୁସି ଦେଖି ମୋତେ ଭଲ ଲାଗେ,” ରୁବେଲ କହନ୍ତି ।

The wooden panels that make the wall of the ‘well’, laid out in the fair-ground. They are hoisted 20 feet up on an almost perpendicular 80 degree incline
PHOTO • Sayandeep Roy

ମେଳା ପଡ଼ିଆରେ କୂଅ ର କାନ୍ଥ ତିଆରିରେ ଲାଗୁଥିବା କାଠ ପ୍ୟାନେଲ । ସେଗୁଡ଼ିକୁ ୨୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଲମ୍ବ ଭାବରେ ୮୦ ଡିଗ୍ରୀ କୋଣରେ ରଖାଯାଏ

Jagga Ansari (right) sets up the tent right behind the puja pandal. This is where the group lives during the mela
PHOTO • Sayandeep Roy

ପୂଜା ମଣ୍ଡପର ଠିକ୍ ପଛପଟେ ତମ୍ବୁ ପକାନ୍ତି ଜଗ୍ଗା ଆନସାରୀ (ଡାହାଣ) । ମେଳା ସମୟରେ ତାଙ୍କ ଗ୍ରୁପ୍ ଏହିଠାରେ ରହିଥାନ୍ତି

Pankaj Kumar (black tshirt) from Warisaliganj village in Bihar's Nawada district sets up the audience gallery while Rubel Sheikh helps
PHOTO • Sayandeep Roy

ବିହାରର ନୱାଦା ଜିଲ୍ଲା ଅନ୍ତର୍ଗତ ୱରିସାଲିଗଞ୍ଜ ଗାଁର ପଙ୍କଜ କୁମାର (କଳା ଟି-ଶାର୍ଟରେ) ଦର୍ଶକଙ୍କ ଗ୍ୟାଲେରୀ ସ୍ଥାପନ କରନ୍ତି ଏବଂ ତାଙ୍କୁ ଏଥିରେ ସହାୟତା କରନ୍ତି ରୁବେଲ ଶେଖ

A group of people haul up the pole on which the tent cover rests after the structure is complete
PHOTO • Sayandeep Roy

କୂଅର ଢାଞ୍ଚା ତିଆରି ସରିଯିବା ପରେ ଦଳେ ବ୍ୟକ୍ତି ମଝିରେ ସେହି ଖମ୍ବକୁ ଲଗାନ୍ତି, ଯାହା ଉପରେ ଭରା ଦେଇ ତମ୍ବୁର ଛାତ ରହେ

Four Yamaha RX-135 bikes, used in the act, are kept beside the makeshift camp where the riders live during the mela days. Rubel Sheikh says he has used these same motorcycles for more than 10 years now but are well-maintained and 'they get serviced regularly'
PHOTO • Sayandeep Roy

ମେଳା ଚାଲିଥିବା ଅବସରରେ ଚାଳକମାନେ ରହୁଥିବା ଅସ୍ଥାୟୀ ଶିବିର ନିକଟରେ ରହିଛି ଏହି କଳା ପ୍ରଦର୍ଶନରେ ଲାଗୁଥିବା ଚାରିଟି ୟାମାହା ଆରଏକ୍ସ- ୧୩୫ ବାଇକ୍ । ରୁବେଲ ଶେଖ କହନ୍ତି ଯେ ସେ ଏହି ମୋଟର ସାଇକେଲଗୁଡ଼ିକୁ ୧୦ ବର୍ଷ ହେଲା ବ୍ୟବହାର କରିଆସୁଛନ୍ତି, କିନ୍ତୁ ସେଗୁଡ଼ିକର ଭଲ ରକ୍ଷଣାବେକ୍ଷଣ ସହିତ ନିୟମିତ ମରାମତି ଓ ଯାଞ୍ଚ କରାଯାଉଛି

Jagga Ansari (left) and Pankaj Kumar (right) pose for a portrait inside the ‘well of death’ with one of the bikes they ride during the act
PHOTO • Sayandeep Roy

ସେମାନେ ଚଳାଉଥିବା ଗୋଟିଏ ବାଇକ ସହ ମୃତ୍ୟୁର କୂଅ ଭିତରେ ଫଟୋ ଉତ୍ତୋଳନ ଲାଗି ବିଶେଷ ଭଙ୍ଗୀରେ ଠିଆ ହୋଇଛନ୍ତି ଜଗ୍ଗା ଆନସାରୀ (ବାମ) ଏବଂ ପଙ୍କଜ କୁମାର (ଡାହାଣ)

The entrance to the fair-ground is marked with multiple makeshift stalls selling different kinds of products
PHOTO • Sayandeep Roy

ମେଳା ପଡ଼ିଆକୁ ପ୍ରବେଶ ପଥରେ ସ୍ଥାପିତ ଅନେକ ଅସ୍ଥାୟୀ ଷ୍ଟଲରେ ବିଭିନ୍ନ ପ୍ରକାର ଜିନିଷ ବିକ୍ରି କରାଯାଏ

The maut-ka-kuan is one of many attractions at this Durga Puja mela in October 2023 in Agartala, Tripura. Other attractions include a ferris wheel, merry-go-round and toy-trains
PHOTO • Sayandeep Roy

ତ୍ରିପୁରାର ଅଗରତଲାରେ, ୨୦୨୩ ଅକ୍ଟୋବରରେ ଆୟୋଜିତ ଏହି  ମେଳାର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ମୌତ୍ କା କୂଆଁ । ଅନ୍ୟାନ୍ୟ ଆକର୍ଷଣରେ ରହିଥିଲା ଚକ୍ରି ଦୋଳି, ମେରୀ-ଗୋ-ରାଉଣ୍ଡ ଏବଂ ଖେଳନା ଟ୍ରେନ୍

Maut-ka-kuan tickets sell for RS.70-80, which they decide depending on the crowd, but children are allowed to attend for free
PHOTO • Sayandeep Roy

ମୌତ କା କୂଆଁ ଦେଖିବା ଲାଗି ୭୦ - ୮୦ ଟଙ୍କା ଦରରେ ଟିକେଟ ବିକ୍ରି କରାଯାଏ। ଲୋକଭିଡ଼କୁ ଦୃଷ୍ଟିରେ ରଖି ସେମାନେ ଏହା ସ୍ଥିର କରନ୍ତି, କିନ୍ତୁ ଛୋଟପିଲାଙ୍କୁ ମାଗଣାରେ ଶୋ ଦେଖିବାକୁ ଦିଆଯାଏ

The fair-ground, as seen from the maut-ka-kuan audience gallery
PHOTO • Sayandeep Roy

ମୌତ କା କୂଆଁର ଦର୍ଶକ ଗ୍ୟାଲେରୀରୁ ମେଳା ପଡ଼ିଆର ଦୃଶ୍ୟ

Each act, lasting 10 minutes each, involves at least riding two bikes and cars on the wall; sometimes three bikes are used as well
PHOTO • Sayandeep Roy

ପ୍ରତି କଳା ପ୍ରଦର୍ଶନ ୧୦ ମିନିଟ୍ ପାଇଁ ଚାଲେ, ଏଥିରେ ଚାଳକମାନେ ଅତି କ ମ୍‌ ରେ ଦୁଇଟି ବାଇକ୍ ଓ କାର୍ କାନ୍ଥ ଉପରେ ଚଳାନ୍ତି ; ବେଳେବେଳେ ତିନିଟି ବାଇକ୍ ବି ବ୍ୟବହାର କରାଯାଏ

A spectator takes a video of the act. Consistent favourites, this show became so popular at this mela that they extended their performances from five days to an additional two
PHOTO • Sayandeep Roy

ଜଣେ ଦର୍ଶକ ଏହି ଦୁଃସାହସିକ କଳା ପ୍ରଦର୍ଶନର ଭିଡିଓ ଉତ୍ତୋଳନ କରୁଛନ୍ତି । ଲୋକେ ଏହି ଶୋ କୁ ଏତେ ଭଲ ପାଇଲେ ଏବଂ ଏହା ଏତେ ଲୋକପ୍ରିୟ ହୋଇଗଲା ଯେ ସେମାନେ ପାଞ୍ଚ ଦିନିଆ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ଆଉ ଦୁଇ ଦିନ ପାଇଁ ବଢ଼ାଇଲେ

A family takes a photo with Pankaj Kumar, Jagga Ansari and Anil Khan after a performance
PHOTO • Sayandeep Roy

କଳାକୌଶଳ ପ୍ରଦର୍ଶନ ପରେ, ଗୋଟିଏ ପରିବାର ପଙ୍କଜ କୁମାର, ଜଗ୍ଗା ଆନସାରୀ ଓ ଅନିଲ ଖାନଙ୍କ ସହିତ ଫଟୋ ଉଠାଉଛନ୍ତି

Rubel Sheikh plays with his son after an act. Usually, the riders take a break of 15-20 mins between two acts. They perform at least 30 times in one night
PHOTO • Sayandeep Roy

ଗୋଟିଏ ଶୋ ପରେ ରୁବେଲ ଶେଖ ତାଙ୍କ ପୁଅ ସହ ଖେଳୁଛନ୍ତି । ସାଧାରଣତଃ ଜଣେ ଚାଳକ ଦୁଇଟି କଳା ପରିବେଷଣ ମଝିରେ ୧୫ - ୨୦ ମିନିଟର ବିରତି ନିଅନ୍ତି । ସେମାନେ ଗୋଟିଏ ରାତିରେ ୩୦ ଥର ନିଜର କଳା ପରିବେଷଣ କରନ୍ତି

Pankaj Kumar during a performance. He says, 'I left school after Class 10 and started learning to ride'
PHOTO • Sayandeep Roy

କଳା ପରିବେଷଣ ସମୟରେ ପଙ୍କଜ କୁମାର । ସେ କହନ୍ତି, ମୁଁ ୧୦ ମ ଶ୍ରେଣୀ ପରେ ସ୍କୁଲ ଛାଡ଼ିଲି ଏବଂ ଗାଡ଼ି ଚଲାଇ ଶିଖିବା ଆରମ୍ଭ କଲି

Pankaj Kumar rides out of a small gate at the end of a performance
PHOTO • Sayandeep Roy

କଳା ପରିବେଷଣ ଶେଷରେ ଛୋଟ ଫାଟକ ବାଟରେ ମୋଟର ସାଇକେଲ ଚଲାଇ ବାହାରି ଯାଉଛନ୍ତି ପଙ୍କଜ କୁମାର

'I love the happiness in the crowd when we perform, says Rubel
PHOTO • Sayandeep Roy

ଆମେ କଳା ପ୍ରଦର୍ଶନ କରିବା ସମୟରେ ଲୋକଙ୍କ ଖୁସି ମୋତେ ଭଲ ଲାଗେ, ରୁବେଲ କହନ୍ତି

Rubel points out that the show can’t be held throughout the year. When this work cannot be done, Rubel goes back to his village and farms
PHOTO • Sayandeep Roy

ରୁବେଲ କହନ୍ତି ଯେ ଏହି ଶୋ ବର୍ଷ ସାରା କରାଯାଇ ପାରିବନି । ଯେଉଁ ସମୟରେ ଏହା କରାଯାଇ ପାରେନି, ସେତେବେଳେ ରୁବେଲ ଗାଁକୁ ଫେରିଯାଇ ଚାଷବାସ କରନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Sayandeep Roy

سایندیپ رائے، تریپورہ کے اگرتلہ کے ایک فری لانس فوٹوگرافر ہیں اور ثقافت و معاشرہ سے متعلق اسٹوری پر کام کرتے ہیں۔ وہ ’بلنک‘ میں بطور ایڈیٹر کام کرتے ہیں۔

کے ذریعہ دیگر اسٹوریز Sayandeep Roy
Editor : Sanviti Iyer

سنویتی ایئر، پیپلز آرکائیو آف رورل انڈیا کی کنٹینٹ کوآرڈینیٹر ہیں۔ وہ طلباء کے ساتھ بھی کام کرتی ہیں، اور دیہی ہندوستان کے مسائل کو درج اور رپورٹ کرنے میں ان کی مدد کرتی ہیں۔

کے ذریعہ دیگر اسٹوریز Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE