ଚଳିତ ବର୍ଷ ୨୦୨୪ ପରୀ ଲାଇବ୍ରେରୀ ପାଇଁ ଏକ ମାଇଲଖୁଣ୍ଟ ଥିଲା - ଆମେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଉତ୍ସ ପ୍ରସ୍ତୁତ ଏବଂ ଅଭିଲେଖ କରିଥିଲୁ। ଏଥିରେ ସାମିଲ ରହିଛି ଆଇନ ଓ ଅଧିନିୟମ, ପୁସ୍ତକ, ସମ୍ମିଳନୀ, ପ୍ରବନ୍ଧ, ସଂକଳନ, ଶବ୍ଦକୋଷ, ସରକାରୀ ରିପୋର୍ଟ, ପ୍ରଚାରପୁସ୍ତିକା, ସର୍ବେକ୍ଷଣ ଏବଂ ନିବନ୍ଧ।
ଇତିମଧ୍ୟରେ, ଆହୁରି ଅନେକ ଗମ୍ଭୀର ରେକର୍ଡ ମଧ୍ୟ ଚଳିତ ବର୍ଷ ଭାଙ୍ଗିଛି- ୨୦୨୪ ରେକର୍ଡ ଦୃଷ୍ଟିରୁ ସବୁଠୁ ଉଷ୍ମ ବର୍ଷ ଥିଲା ଯାହାକି ଅନ୍ୟ ଏକ ରେକର୍ଡ ବର୍ଷ ୨୦୨୩କୁ ମଧ୍ୟ ପଛରେ ପକାଇ ଦେବ। ଜଳବାୟୁ ପରିବର୍ତ୍ତନ ପ୍ରବାସୀ ପ୍ରଜାତିଙ୍କୁ ପ୍ରଭାବିତ କରିଛି, ପ୍ରତି ପାଞ୍ଚଟି ମଧ୍ୟରୁ ଗୋଟିଏ ପ୍ରଜାତି ଏବେ ବିଲୁପ୍ତ ହେବାର ବିପଦରେ ପଡ଼ିଯାଇଛନ୍ତି। ଆହୁରି ଭାରତର ସବୁ ଆର୍ଦ୍ରଭୂମି, ସମସ୍ତ ସ୍ପାଙ୍ଗ, ଝୀଲ୍, ସରୋବର, ତାଲାବ୍, ତାଲ୍, କୋଲା, ବିଲ୍ ଏବଂ ଚେରୁଭୁ ମଧ୍ୟ ବିପଦରେ ପଡ଼ିଛନ୍ତି।
ପ୍ରଦୂଷଣ ଏବଂ ଗରମ ମଧ୍ୟରେ ରହିଥିବା ସମ୍ପର୍କ ଏବଂ ବିଶେଷ କରି ଦକ୍ଷିଣ ଏସିଆରେ ଅତି ଖରାପ ସ୍ଥିତିରେ ଥିବା ପର୍ଟିକୁଲେଟ୍ ମ୍ୟାଟର୍ କାରଣରୁ ହେଉଥିବା ବାୟୁ ପ୍ରଦୂଷଣ ଉପରେ ମଧ୍ୟ ଖୁବ୍ ଭଲ ଭାବେ ଲେଖାଯାଇଛି । ଭାରତରେ ପ୍ରତି ଘନ ମିଟର ପିଛା ଘନତ୍ୱ ୫୪.୪ ମାଇକ୍ରୋଗ୍ରାମ ରହିଛି, ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ସୀମାଠାରୁ ୧୧ ଗୁଣ ଅଧିକ। ନୂଆଦିଲ୍ଲୀ, ଯେଉଁଠାରେ ଘନତ୍ୱ ପ୍ରତି କ୍ୟୁବିକ୍ ମିଟରରେ ୧୦୨.୧ ମାଇକ୍ରୋଗ୍ରାମ ପାଖାପାଖି ରହିଥିଲା, ତାହା ଆହୁରି ଖରାପ ପ୍ରଦର୍ଶନ କରିଥିଲା, ଏହା ଏକ ରାଇଡ୍-ସୋର୍ସିଂ ସେବା ପାଇଁ ଜଣେ ଗିଗ୍ କର୍ମଚାରୀଙ୍କ ଅଭିଜ୍ଞତା ବିଷୟରେ ଏକ ହାସ୍ୟକାହାଣୀକୁ ପ୍ରେରିତ କରିଥିଲା।







