ପାଣିମରାର ଶେଷ ଜୀବନ୍ତ ସଂଗ୍ରାମୀମାନେ ତାଙ୍କର ଦୈନିକ ପ୍ରାର୍ଥନାରେ ଅନ୍ୟ ମୋର୍ଚ୍ଚାଗୁଡ଼ିକରେ ମଧ୍ୟ ସଂଗ୍ରାମ ଚାଲିଥିଲା, ଯାହା ପାଣିମରାର ସ୍ୱାଧୀନତା ସଂଗ୍ରାମୀମାନେ ଚଳାଇ ରଖିଥିଲେ। ଜୀବନ ସଂଗ୍ରାମ କିଛି କମ୍ ନଥିଲା।
ଅସ୍ପୃଶ୍ୟତା ବିରୋଧରେ ଗାନ୍ଧିଜୀଙ୍କ ଆହ୍ୱାନର ପ୍ରେରଣା ପାଇ ସେମାନେ କାମ କରିଥିଲେ ।
ଚାମରୁ କହିଲେ ‘ଦିନେ ଆମ ଗାଁର ଜଗନ୍ନାଥ ମନ୍ଦିରକୁ ଆମେ ୪୦୦ ଜଣ ଦଳିତଙ୍କ ସହିତ ପଶିଗଲୁ’। ବ୍ରାହ୍ମଣମାନେ ଏହାକୁ ପସନ୍ଦ କଲେ ନାହିଁ । କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ଆମକୁ ସମର୍ଥନ କଲେ । ସେମାନେ ହୁଏତ ବାଧ୍ୟବାଧକତା ଅନୁଭବ କରିଥିବେ । ସେତେବେଳେ ସେପରି ସମୟ ଥିଲା । ମନ୍ଦିର ପରିଚାଳନା କରୁଥିଲେ ଗୌନ୍ତିଆ (ଗାଁ ମୁଖ୍ୟ) । ସେ ଭୟଙ୍କର ଭାବେ କ୍ରୋଧିତ ହେଲେ ଏବଂ ଏହାର ପ୍ରତିବାଦରେ ଗାଁ ଛାଡି ପଳାଇଲେ । ତଥାପି, ତାଙ୍କ ନିଜ ପୁଅ ଆମକୁ ସମର୍ଥନ କଲେ, ଆମ ସହ ଯୋଗଦାନ କଲେ ଏବଂ ତାଙ୍କ ବାପାଙ୍କ କାର୍ଯ୍ୟକୁ ବିରୋଧ କଲେ ।
‘‘ବ୍ରିଟିଶ ଜିନିଷ ବିରୋଧରେ ଅଭିଯାନ ତୀବ୍ର ହେଲା। ଆମେ କେବଳ ଖଦୀ ପିନ୍ଧିଲୁ। ଏହାକୁ ଆମେ ନିଜ ହାତରେ ନିଜେ ବୁଣିଲୁ। ଏହା ଆଦର୍ଶର ଏକ ଅଂଶ ବିଶେଷ ଥିଲା। ଆମେ ପ୍ରକୃତରେ ଗରିବ ଥିଲୁ, ତେଣୁ ଏହା ଆମ ପାଇଁ ଭଲ ଥିଲା।’’
ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଦଶନ୍ଧି ଦଶନ୍ଧି ଧରି ଏହି ଅଭ୍ୟାସ ଜାରି ରଖିଥିଲେ । ସୂତା କାଟିବାକୁ ବା ବୁଣିବାକୁ ଆଙ୍ଗୁଠି ଅବଶ ନହେବା ପର୍ଯ୍ୟନ୍ତ । ଚାମରୁ କହିଲେ , " ୯୦ ବର୍ଷ ବୟସରେ , ଗତ ବର୍ଷ , ମୁଁ ସ୍ଥିର କଲି ସୂତା କାଟିବା ବନ୍ଦ କରିବାର ସମୟ ଆସିଗଲା । "
୧୯୩୦ ଦଶକରେ ସମ୍ବଲପୁରରେ ଆୟୋଜିତ ଏକ କଂଗ୍ରେସ ଦ୍ୱାରା ଅନୁପ୍ରାଣିତ "ତାଲିମ" ଶିବିରରୁ ଏହା ଆରମ୍ଭ ହୋଇଥିଲା।"ଏହି ତାଲିମକୁ "ସେବା"[ସର୍ଭିସ] କୁହାଯାଉଥିଲା କିନ୍ତୁ ଏଠାରେ ଆମକୁ କାରାଗାରରେ ଜୀବନ କିପରି ହୋଇଥାଏ ସେ ବିଷୟରେ ଶିକ୍ଷା ଦିଆଯାଇଥିଲା। ସେଠାରେ ଶୌଚାଳୟ ସଫା କରିବା, ଦୟନୀୟ ଖାଦ୍ୟ ବିଷୟରେ କୁହାଯାଇଥିଲା। ଆମେ ସମସ୍ତେ ଜାଣିଥିଲୁ ଏହି ତାଲିମ ପ୍ରକୃତରେ କ’ଣ ପାଇଁ ଉଦ୍ଦିଷ୍ଟ ଥିଲା। ଆମ ଗାଁରୁ ନଅ ଜଣ ଏହି ଶିବିରକୁ ଯାଇଥିଲେ।
‘‘ଫଳ , ସିନ୍ଦୂର ଏବଂ ଫୁଲମାଳ ଦେଇ ଆମକୁ ପୂରା ଗାଁ ବିଦାୟ ଦେଲା। ଏହି ଦୃଶ୍ୟ ବେଶ ଭାବପ୍ରବଣତାପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ଥିଲା।’’
ଏହାର ପୃଷ୍ଠଭୂମିରେ ଥିଲା ମହାତ୍ମାଙ୍କର ଚମତ୍କାରିତା। ସତ୍ୟାଗ୍ରହକୁ ଆହ୍ୱାନ ପାଇଁ ତାଙ୍କ ଚିଠି ଆମକୁ ଶକ୍ତି ଯୋଗାଇଥିଲା। ଏଠାରେ ଆମକୁ କୁହାଯାଉଥିଲା ଯେ ଆମେ ଗରିବ, ନିରକ୍ଷର ଲୋକ ଆମ ପୃଥିବୀକୁ ବଦଳାଇ ପାରିବା। କିନ୍ତୁ ଆମକୁ କୁହାଯାଇଥିଲା ଅହିଂସା ଆଚରଣ କରିବାକୁ। ଏହା ପାଣିମରାର ଅଧିକାଂଶ ସ୍ୱାଧୀନତା ସଂଗ୍ରାମୀଙ୍କ ବାକି ଜୀବନର ଆଦର୍ଶ ପାଲଟି ଯାଇଥିଲା।
ସେମାନେ ଗାନ୍ଧିଜୀଙ୍କୁ କେବେ ଦେଖି ନଥିଲେ। କିନ୍ତୁ ଅନ୍ୟ ଲକ୍ଷଲକ୍ଷ ଲୋକଙ୍କ ପରି ତାଙ୍କ ଆହ୍ୱାନରେ ପରିଚାଳିତ ହୋଇଥିଲେ। ‘‘ଆମେ ମନମୋହନ ଚୌଧୁରୀ ଏବଂ ଦୟାନନ୍ଦ ଶତପଥୀଙ୍କ ଭଳି କଂଗ୍ରେସ ନେତାଙ୍କ ଦ୍ୱାରା ପ୍ରେରଣା ପାଇଥିଲୁ।’’ ଏପରିକି ଅଗଷ୍ଟ ୧୯୪୨ ପୂର୍ବରୁ ପାଣିମରାର ସଂଗ୍ରାମୀମାନେ ଜେଲ ଯାଇଥିଲେ। ‘‘ଆମେ ଶପଥ ନେଇଥିଲୁ , ଯୁଦ୍ଧ ( ଦ୍ୱତୀୟ ବିଶ୍ୱଯୁଦ୍ଧ ) ରେ କୌଣସି ପ୍ରକାର ଆର୍ଥିକ କିମ୍ବା ବ୍ୟକ୍ତିଗତ ସହାୟତା କରିବା ଏକ ବିଶ୍ୱାସଘାତକତା। ଏକ ପାପ। ଅହିଂସା ପଥରେ ଯୁଦ୍ଧ କରିବାକୁ ଥିଲା। ଏହି ଗାଁର ସମସ୍ତେ ଏହାକୁ ସମର୍ଥନ କରୁଥିଲେ।’’
"ଆମ ୬ ସପ୍ତାହ ପାଇଁ କଟକ ଜେଲକୁ ଯାଇଥିଲୁ। ଇଂରେଜମାନେ ଲୋକଙ୍କୁ ବେଶି ଦିନ ଜେଲରେ ରଖୁ ନଥିଲେ। ଏହାର ମୁଖ୍ୟ କାରଣ ହେଉଛି ହଜାର ହଜାର ସଂଖ୍ୟାର ଲୋକ ଜେଲ ଯାଉଥିଲେ। ବହୁ ଲୋକ ଜେଲ ଯିବାକୁ ଆଗ୍ରହୀ ଥିଲେ।"




