୨୦୧୯ଫେବ୍ରୁଆରୀ ୨୦ତାରିଖ ଦିନ ମହାରାଷ୍ଟ୍ରର ବିଭିନ୍ନ ଭାଗରୁ ଆସିଥିବା କୃଷକମାନେ ମୁମ୍ବାଇ ପର୍ଯ୍ୟନ୍ତ ପଦଯାତ୍ରାରେ ଯିବା ପାଇଁ ନାସିକ ସହରରେ ଏକତ୍ର ହେଲେ । ଏହି ପଦଯାତ୍ରା ପାଇଁ ପ୍ରତିବାଦକାରୀମାନେ ନାସିକ ଜିଲ୍ଲାର ଡିଣ୍ଡୋରି ଏବଂ ଅନ୍ୟାନ୍ୟ ଗାଁରେ ବହୁ ସପ୍ତାହ ଆଗରୁ ପ୍ରସ୍ତୁତି କରିଥିଲେ । ସେମାନେ ଖାଦ୍ୟଶସ୍ୟ ଯୋଗାଡ଼ କରିଥିଲେ ଏବଂ ରାନ୍ଧିବା ପାଇଁ ପାତ୍ର, ପାଣି ରଖିବା ପାଇଁ ଡ୍ରମ୍, ଜାଳିବା ପାଇଁ କାଠ ଏବଂ ଶୋଇବା ପାଇଁ କେରପାଲ ଖଣ୍ଡ ଏବଂ ବିଛଣା ସଂଗ୍ରହ କରିଥିଲେ ।
ଡିଣ୍ଡୋରି ଗାଁରୁ ଟେମ୍ପୋ, ଭଡ଼ାଅଟୋ ଏବଂ ଦୁଇଚକିଆ ଯାନରେ ବାହାରି କୃଷକମାନେ ୧୩ କିଲୋମିଟର ଦୂର ଧକମ୍ବେ ଟୋଲ୍ନାକାରେ ପହଞ୍ଚିଲେ । ନିର୍ଗୁଡ଼େ କରଞ୍ଜଳି, ଭେଡ଼ାମଲ, ତିଲଭାଟ, ଶିନ୍ଦୱାଡ଼ ଏବଂ ଅନ୍ୟାନ୍ୟ ଗାଁରୁ ଅଧିକ ସଂଖ୍ୟାରେ କୃଷକ ଏକାଠି ହେବାରେ ଲାଗିଲେ । ସେମାନେ ଦହାନୁ, ନାସିକ୍, ପାଲଘର ଏବଂ ଠାଣେ ଜିଲ୍ଲାରୁ ଆସିଥିଲେ ଏବଂ କେତେକ ମରାଠୱାଡ଼ା ଏବଂ ମହାରାଷ୍ଟ୍ରର ଅନ୍ୟାନ୍ୟ ଭାଗରୁ ମଧ୍ୟ ଆସିଥିଲେ । ତା’ପରେ ସେମାନେ ନାସିକ୍ର ସେଣ୍ଟ୍ରାଲ ବସ୍ଡିପୋ ଆଡ଼କୁ ପଦଯାତ୍ରାରେ ବାହାରିଲେ, ଯେଉଁଠି ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ଅନେକ କୃଷକ ଆସି ପହଞ୍ଚୁଥିଲେ ।