ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କ୍ଷେତରେ ଲଙ୍କାମରିଚ ଉତ୍ପାଦନ ହୁଏ। ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ ଓ ଓଡ଼ିଶାର ବହୁ ଯୁବ ଶ୍ରମିକଙ୍କୁ ଏହା ଆକର୍ଷିତ କରେ। କେବଳ ଯେ ସେମାନେ ଏଠାକୁ ମଜୂରି ପାଇଁ ଆସନ୍ତି ତାହା ନୁହେଁ, ବରଂ ବର୍ଷକ ପାଇଁ ଲଙ୍କାମରିଚ ଆଣିବାକୁ ଯାଆନ୍ତି। ଏହି ଗରମ ମସଲାକୁ ଭଣ୍ଡାର କରି ରଖିବାର ଇଛାରେ କିଛି ପୁଅ ଓ ଝିଅ ପାଠପଢ଼ା ଛାଡ଼ି ଏହି ବିଶାଳ ଲଙ୍କାମରିଚ ଅମଳରେ ଶ୍ରମିକ ଭାବେ ଯୋଗ ଦିଅନ୍ତି। ଏହି ନିତ୍ୟ ବ୍ୟବହୃତ ଉପାଦାନ ଘରକୁ ଆଣିବା ପାଇଁ ବର୍ଷକୁ ଥରେ ସୁଯୋଗ ଆସେ। ଲଙ୍କା ଦୈନିକ ଖାଦ୍ୟ ହିସାବରେ ବ୍ୟବହାର ବର୍ଷକୁ ଥରେ ସୁଯୋଗ ଆସେ ।

ଲଙ୍କା ଦୈନିକ ଖାଦ୍ୟ ହିସାବରେ ବ୍ୟବହାର କରାଯାଏ। ବୟସ୍କଙ୍କ ତୁଳନାରେ ପିଲାମାନେ କମ ଲଙ୍କା ଖାଆନ୍ତି। କିନ୍ତୁ ବର୍ଷ ସାରା ଲଙ୍କା ସଂଗହ କରିବାରେ ପିଲାମାନେ ବେଶ୍ ଆଗରେ। ଏଠାରେ ଶ୍ରମିକମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଶିଶୁ। ପରବର୍ତୀ ଅମଳ ଋତୁ ପର୍ଯ୍ୟନ୍ତ ଯଥେଷ୍ଟ ମୂଲ୍ୟବାନ ଲଙ୍କା ସେମାନେ ରୋଜଗାର ହିସାବରେ ସଂଗ୍ରହ କରିଥାନ୍ତି। ୧୨୦ ଟଙ୍କାର ଦୈନିକ ମଜୁରି ବଦଳରେ ସେମାନେ ସେହି ମୂଲ୍ୟର ଲଙ୍କା ନେବାକୁ ପସନ୍ଦ କରିଥାନ୍ତି। ଏବଂ କାମ କରିବାର ସମୟ ଅନୁସାରେ ତାହା କିଛି ପରିବାରର ପାଇଁ ଅଧା ବା ଏକ କୁଇଣ୍ଟାଲ ଲଙ୍କା ମଧ୍ୟ ହୋଇପାରେ। କିଲୋଗ୍ରାମ ପିଛା ୧୦୦ ଟଙ୍କା  ହିସାବରେ ଏକ କୁଇଣ୍ଟାଲ ଲଙ୍କାର ମୂଲ୍ୟ ପ୍ରାୟ ୧୦,୦୦୦ ଟଙ୍କା ହୋଇଥାଏ ।

ଏହା ଏକ ଭଲ ରୋଜଗାର ଏବଂ ପରିବାର ପାଇଁ ଅଧିକ ମିତବ୍ୟୟି। ଗୋଟିଏ ପରିବାର ବର୍ଷକୁ ପ୍ରାୟ ୧୨-୨୦ କିଲୋଗ୍ରାମ ଲଙ୍କା ଖର୍ଚ୍ଚ କରନ୍ତି। ଏବଂ ବଳକା ଲଙ୍କାକୁ ବଜାରରେ ବିକି ଅତିରିକ୍ତ ରୋଜଗାର କରନ୍ତି। ଏହାଦ୍ୱାରା କ୍ଷେତରୁ ତୋଳା ହୋଇଥିବା ଉତ୍ତମ ମାନର ଏବଂ ତାଜା ଲଙ୍କା ବର୍ଷକ ପାଇଁ ଘରେ ଗଚ୍ଛିତ ରହିଥାଏ।

“ଆମ ଗାଁରୁ ଆମେ ୨୦ ଜଣ ଆସିଛୁ ଏବଂ ୩ ସପ୍ତାହ ପର୍ଯ୍ୟନ୍ତ ରହିବୁ,” ଓଡ଼ିଶାର ମାଲକାନଗିରି ଜିଲ୍ଲାର ଗୁଟୁମୁଡା ଗାଁର ଉମାଶଙ୍କର ପୋଡିୟାମି କହନ୍ତି, "ଆମେ ସମସ୍ତେ ମଜୁରି ବଦଳରେ ଲଙ୍କା ନେବା ପସନ୍ଦ କରୁ"। 

PHOTO • Purusottam Thakur

ମାଲକାନଗିରି ଜିଲ୍ଲାର ଉମାଶଙ୍କର ତାଙ୍କ ପରିବାର ପାଇଁ ଲଙ୍କା ଆଣିବା ପାଇଁ ଆସିଛନ୍ତି

ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଲଙ୍କା କ୍ଷେତ ପାଖ ରାସ୍ତାରେ ବଡ଼ବଡ଼ ଲଙ୍କା ଗଦା ହୋ‌ଇଥିବାର ଦେଖିବାକୁ ମିଳିଥାଏ। ଫେବ୍ରୁଆରିରୁ ଏପ୍ରିଲ ମଧ୍ୟରେ ଏଠାରେ ପ୍ରଚୁର ପରିମାଣରେ ଲଙ୍କା ମିଳିଥାଏ। ପଡେ଼ାଶୀ ରାଜ୍ୟ  ଓଡ଼ିଶା ଓ ଛତିଶଗଡରୁ ମୁଖ୍ୟତଃ ଆଦିବାସୀ ଶ୍ରମିକମାନେ ଆସି ଲଙ୍କା ତୋଳି, ବାଛି, ଏକାଠି କରି ଖୁଚୁରା ବଜାର ଏବଂ ରପ୍ତାନି ପାଇଁ ପରିବହନ ବ୍ୟବସ୍ଥା କରିଥାଆନ୍ତି।

ଶ୍ରମଶକ୍ତିର ଅଧାଅଧି ଏହି ଉତ୍ସାହୀ ଶିଶୁମାନେ ଲଙ୍କାଗଦାରୁ ବାଛିବା ପରି ଝୋଟ ଅଖାରେ ତାକୁ ଭର୍ତ୍ତି କରିଥାନ୍ତି। ଆଗ୍ରହକୁ ଛାଡ଼ିଦେଲେ ମୁଖ୍ୟତଃ ଦରିଦ୍ରତା ହିଁ ପିଲାମାନଙ୍କୁ ଏହି କ୍ଷେତକୁ ଟାଣିଆଣିଥାଏ। ଅଧିକାଂଶ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି। ନିଜ ଅଂଚଳରେ ନିଯୁକ୍ତିର ଅଭାବ ହିଁ ସୀମା ପାର ହୋଇ ସେମାନଙ୍କୁ ଭାରତରେ ଅଧିକ ପରିମାଣରେ ଲଙ୍କା ଉତ୍ପାଦନ ହେଉଥିବା ରାଜ୍ୟଗୁଡ଼ିକ ଅଭିମୁଖେ ଯିବାକୁ ବାଧ୍ୟ କରେ।

PHOTO • Purusottam Thakur

ଛତିଶଗଡ ଓ ଓଡ଼ିଶାର ଆଦିବାସୀମାନେ ଲଙ୍କା ସଂଗ୍ରହ କରିଥାନ୍ତି। 

ଏହାଛଡ଼ା ସକାଳର ଜଳଖିଆ ସମେତ ଦୈନନ୍ଦିନ ଖାଦ୍ୟରେ ଲଙ୍କା ସାମିଲ୍ ଥାଏ। ଲଙ୍କାରେ ଥିବା ପୋଷକ ତତ୍ୱ ସେମାନଙ୍କୁ ଅନ୍ୟ ଖାଦ୍ୟ  ନଖାଇ ମଧ୍ୟ ବଂଚିବାରେ ସାହାଯ୍ୟ କରେ। କମ୍ ସ୍ୱାଦର ଖାଇବାରେ ଲଙ୍କା ମସଲା ଭଳି କାମ କରେ। ବିଭିନ୍ନ ବିଧି ବିଧାନରେ ସେମାନେ ଲଙ୍କ ବ୍ୟବହାର କରିଥାନ୍ତି। ତେଣୁ ଲଙ୍କା ଚାହିଦା ଅଧିକ ହୋଇଥାଏ।

ବେଟି ମୋୟେ, ୧୪ ବର୍ଷ, ଛତିଶଗଡ ସୀମା ପାର୍ ହୋଇ ଯାଇଥିବା ଶ୍ରମିକ ମଧ୍ୟରୁ ଅନ୍ୟତମ। ସୁକୁମା ଜିଲ୍ଲାର ବେଡସିଟି ଗାଁର ରହୁଥିବା ପିତା ମେଲେରିଆରେ ମୃତ୍ୟୁବରଣ କରିବା ପରେ ସ୍କୁଲ ପାଠ ପଢ଼ା ଛାଡ଼ିଦେଇଥିଲେ ମୋୟେ। ପରିବାର ପୋଷିବା ପାଇଁ ନିଜ କ୍ଷେତରେ କାମ କରିବା ସହ ଏଠାକୁ ଲଙ୍କା ସଂଗ୍ରହ ପାଇଁ ଆସିଥିଲେ।

ମୋୟେଙ୍କ ସହ ଅନ୍ୟ ଶ୍ରମିକ ୩୫ ଜଣ ଶ୍ରମିକ ତାଙ୍କ ଗାଁରୁ ଲଙ୍କା ମରିଚ ସଂଗ୍ରହ ପାଇଁ ଆସିଥିଲେ।  ସେମାନେ ମଜୁରି ଟଙ୍କା ବଦଳରେ ଲଙ୍କା ନେବାକୁ ପସନ୍ଦ କଲେ। “ଲଙ୍କା ତୋଳିବା ପାଇଁ ପ୍ରତିଦିନ ଆମକୁ ୧୨୦ ଟଙ୍କା ମଜୁରି ମିଳେ, ମୋୟେ କହନ୍ତି, “ଲଙ୍କାକୁ ମଜୁରି ହିସାବରେ ନେଲେ ଆମେ ତୋଳିଥିବା ୧୨ ଭାଗରୁ ଭାଗେ ଆମକୁ ମିଳେ। ଆମେ ଲଙ୍କାକୁ ଆମ ମଜୁରି ଭାବେ ନେଉ। ”

ଅମଳ ଋତୁ ଶେଷରେ, ସୀମା ପାର ହୋଇ ଯାଇଥିବା ଯୁବ ଶ୍ରମିକମାନେ ନିଜ ଘରକୁ ପ୍ରଚୁର ଲଙ୍କା ନେଇ ଫେରନ୍ତି। ଲଙ୍କାକୁ ସାଇତି ରଖିବା ସହ ନିଜ ଜୀବନରେ ମଧ୍ୟ କିଛିଟା ମସଲା ଯୋଡ଼ନ୍ତି। ଲଙ୍କା ଘରକୁ ଆଣିବା ପର୍ଯ୍ୟନ୍ତ ସ୍କୁଲ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପଛରେ ଥାଏ। 
PHOTO • Purusottam Thakur

ଅଖାରେ ଲଙ୍କା ଭର୍ତ୍ତି କରି ଘରକୁ ନେଇ ବର୍ଷକ ପାଇ ସାଇତି ରଖନ୍ତି। 

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ର ପରି ସାଥୀ, ସେ ଜଣେ ସ୍ୱାଧୀନ ସାମ୍ବାଦିକ, ଫଟୋଗ୍ରାଫର ଏବଂ ବୃତ୍ତ ଚିତ୍ର ନିର୍ମାତା। ସେ ଛତିଶଗଡ଼ ଏବଂ ଓଡ଼ିଶାରୁ ରିପୋର୍ଟ ସଂଗ୍ରହ କରନ୍ତି। ସେ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପାଇଁ ମଧ୍ୟ କାମ କରନ୍ତି।

Other stories by Purusottam Thakur