ସରକାରୀ ତଥ୍ୟ ଅନୁସାରେ ୨୦୧୪ରେ ୧୯୮୧ ଚାଷୀ ଆତ୍ମହତ୍ୟା କରିଥିଲେ। କିନ୍ତୁ ୨୦୧୫ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ଗତବର୍ଷ ହୋଇଥିବା ସଂଖ୍ୟାର ୩୦ ପ୍ରତିଶତରେ ପହଞ୍ଚିସାରିଛି। ଚାଷୀ ଆତ୍ମହତ୍ୟା ରୋକିବା ପ୍ରାଥମିକତା ବୋଲି ରାଜ୍ୟ ସରକାର କହୁଥିଲେ ମଧ୍ୟ ସଂଖ୍ୟା ଏତିକିରେ ପହଞ୍ଚିସାରିଛି।

ଗତ ବର୍ଷ ମରୁଡ଼ି ହେବା ପରଠାରୁ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଥିଲା। ଏହା ସହ ଅନିୟମିତ ବୃଷ୍ଟିପାତ ଚାଷକୁ ବ୍ୟାପକ ଭାବେ ପ୍ରଭାବିତ କରିବା ସହ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି।

କପା ଚାଷ ହେଉଥିବା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ପ୍ରତିନିଧିତ୍ଵ କରୁଥିବା ବିଦର୍ଭ ଅଞ୍ଚଳରେ ସବୁଠାରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ହୋଇଥିବା ଆତ୍ମହତ୍ୟାର ପ୍ରାୟ ଅଧା ୩୧୯ଟି ଘଟଣା କେବଳ ବିଦର୍ଭ ଅଞ୍ଚଳରେ ହିଁ ଘଟିଛି। ମରାଠୱାଡାର ଶୁଷ୍କ ଅଞ୍ଚଳରେ ଦ୍ଵିତୀୟ ସର୍ବାଧିକ ୨୧୫ ଜଣ ଚାଷୀ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି ଅଞ୍ଚଳଗୁଡ଼ିକ ମରୁଡ଼ି ଓ ଅନିୟମିତ ବୃଷ୍ଟି ଦ୍ଵାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।

୨୦୧୪ରେ ଆତ୍ମହତ୍ୟାର ସମାନ ଧାରା ଜାରି ରହିଥିଲା। ମୋଟ ୧୯୮୧ ଆତ୍ମହତ୍ୟା ଘଟଣାରୁ ବିଦର୍ଭ ଅଞ୍ଚଳରେ ସର୍ବାଧିକ ୧୦୯୭, ମରାଠୱାଡ଼ାରେ ୫୭୪ଟି ଘଟିଥିଲା। ଡିସେମ୍ବର ୨୦୧୪ରେ ରାଜ୍ୟର ସର୍ବାଧିକ ୧୫୧ ଆତ୍ମହତ୍ୟା ଘଟଣା ମରାଠୱାଡ଼ାରେ ଘଟିଥିଲା।

କୃଷି ସଂଗଠନଗୁଡ଼ିକର କହିବା କଥା, ରାଜ୍ୟ ସରକାର ଘୋଷଣା କରିଥିବା ୪,୦୦୦ କୋଟିର ପ୍ୟାକେଜ ବହୁତ କମ୍। କାରଣ ୯୦ ଲକ୍ଷ ଚାଷୀ ମରୁଡ଼ି ପ୍ରଭାବିତ ହୋଇଥିବାରୁ ସେମାନଙ୍କ ନିକଟରେ ବହୁ କମ୍ ପରିମାଣର ଅର୍ଥ ପହଞ୍ଚୁଛି। “ଏକର ପିଛା ମାତ୍ର ୧୮୭୫ଟଙ୍କା ମିଳୁଛି। ରାଜ୍ୟ ସରକାର ଋଣର ନବୀକରଣ ପାଇଁ ଯୋଜନା କରୁଥିବା ବେଳେ ବ୍ୟାଙ୍କଗୁଡ଼ିକ କିନ୍ତୁ ଋଣ ପରିଶୋଧ ପାଇଁ ଚାଷୀମାନଙ୍କ ଉପରେ ଚାପ ପକାଉଛନ୍ତି”, କହିଛନ୍ତି ବିଦର୍ଭ ଜନଆନ୍ଦୋଳନ ସମିତିର କିଶୋର ତିୱାରୀ।

ଫସଲର କମ୍ ମୂଲ୍ୟ ଓ ଚାଷୀମାନଙ୍କୁ ଋଣ ନ ମିଳିବା କୃଷିକ୍ଷେତ୍ରର ବଡ଼ ସଂକଟକୁ ରାଜ୍ୟ ସରକାର ସମାଧାନ କରୁନାହାନ୍ତି ବୋଲି ପ୍ରମାଣିତ କରୁଛି। “ଗୋଟେ କ୍ଵିଣ୍ଟାଲ କପା ଉତ୍ପାଦନ ପାଇଁ ୬,୮୦୦ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ କ୍ଵିଣ୍ଟାଲ ପ୍ରତି ୪,୦୦୦ ଟଙ୍କା ସରକାରୀ ମୂଲ୍ୟ ଧାର୍ଯ୍ୟ ହୋଇଛି। ତେଣୁ ମରୁଡ଼ି ନ ହେଲେ ମଧ୍ୟ ଚାଷୀମାନେ ଋଣଗ୍ରସ୍ତ ହେଉଛନ୍ତି”, ତିୱାରୀ କହିଛନ୍ତ।

“ଆମ ସରକାର ପୂର୍ବରୁ କୃଷି ସଂକଟ ଥିଲା। ଆମେ ବହୁ ପଦକ୍ଷେପ ନେଇଛୁ ଯାହାର ପ୍ରଭାବ ଖୁବଶୀଘ୍ର ପଡ଼ିବ”, କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ଏକନାଥ ଖଡସେ । ରାଜ୍ୟ ସରକାର ଜଳସେଚନରେ ଉନ୍ନତି ପାଇଁ ଜଳଯୁକ୍ତ ଶିବିର ଯୋଜନା ମାଧ୍ୟମରେ ଜଳ ସଂରକ୍ଷଣ କରିବାକୁ ଆଶା ରଖିଛନ୍ତି। ଏହା ସହିତ ଏକ ବିସ୍ତୃତ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି। ଏଥିରେ ବ୍ୟାଙ୍କ ଲୋନଗୁଡ଼ିକର ପୁନର୍ବିନ୍ୟାସ, ୧୭୧ କୋଟିର ଋଣ ଛାଡ଼ର ବ୍ୟବସ୍ଥା ରହିଛି। ଋଣ ଗ୍ରସ୍ତ ପରିବାର ଚିହ୍ନଟ କରିବା ପାଇଁ ରାଜ୍ୟସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟି ସେମାନଙ୍କୁ ଚିହ୍ନଟ କରିବା ପରେ ଚାଷୀମାନଙ୍କ ପରିବାରକୁ ସ୍ଵାସ୍ଥ୍ୟ ଓ ଶିକ୍ଷା ପାଇଁ ସହାୟତା ଯୋଗାଇ ଦିଆଯିବ।

ରିପୋର୍ଟ ୧୩: ଏହି ଖବରର ମୂଳ ଅଂଶ ଟାଇମ୍ସ ଅଫ ଇଣ୍ଡିଆର ୨୦୧୫ ଏପ୍ରିଲ ୧୯ ସଂସ୍କରଣରେ ପ୍ରକାଶ ପାଇଥିଲା।

ଏ ସିରିଜର କଣ ଅଧିକ ଅଛି:

ରିପୋର୍ଟ ୧: ଉପାସରେ ଅଛନ୍ତି ୮୦,୦୦୦ ବାସହରା ବରିଷ୍ଠ ନାଗରିକ

ରିପୋର୍ଟ ୨: ମହାରାଷ୍ଟ୍ର ମରୁଡ଼ିରେ ୯୦ ଲକ୍ଷ ଚାଷୀ ପ୍ରଭାବିତ

ରିପୋର୍ଟ ୩: ମରୁଡ଼ି ପ୍ରଭାବିତ ଖରିଫରେ ଡୁବିଲା ଶସ୍ୟଜାତୀୟ ଫସଲ

ରିପୋର୍ଟ ୪: ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟାରେ ୪୦ ପ୍ରତିଶତ ବୃଦ୍ଧି

ରିପୋର୍ଟ ୫: ଅମଳର ଯନ୍ତ୍ରଣା- ଘଣ୍ଟା ଘଣ୍ଟା ଖୋଳିଲେ ବି ମାଠିଆ ପୂରୁନି

ରିପୋର୍ଟ ୬: ମରୁଡ଼ି ପାଇଁ ଚାଷ ଛାଡୁଛନ୍ତି ଲୋକେ, ଚାଷ ଜମି ଏବେ ଶୌଚାଳୟ

ରିପୋର୍ଟ ୭: ମରୁଡ଼ି ପୀଡ଼ିତ ମରାଠାୱାଡ଼ାରେ ୪୮ଟି ନଳକୂପ ଥିବା ଚାଷୀ

ରିପୋର୍ଟ ୮: ବ୍ୟାଙ୍କ ଏକାଉଣ୍ଟ ନ ଥିବାରୁ ମହାରାଷ୍ଟ୍ରର ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ମିଳିଲାନି ସହାୟତା

ରିପୋର୍ଟ ୯: ଟାଇମ୍ସ ଅଫ ଇଣ୍ଡିଆରେ ଚାଷୀ ଆତ୍ମହତ୍ୟା ଖବରକୁ ନେଇ ବିରୋଧୀ ହଙ୍ଗାମା କରିବା ପରେ ସରକାର ଚାଷୀମାନଙ୍କୁ ବୀମାରାଶି ଦେବାକୁ ବିଚାର କରୁଛନ୍ତି।

ରିପୋର୍ଟ ୧୦: କୃଷକ ନୁହନ୍ତି, କୃଷି ବ୍ୟାବସାୟିକ ସଂସ୍ଥା ହିଁ ଋଣର ଫାଇଦା ନେଉଛନ୍ତି: ସୂତ୍ର

ରିପୋର୍ଟ ୧୧: କୃଷକମାନଙ୍କୁ ୨୫,୦୦୦ରୁ କମ୍ ପ୍ରତ୍ୟକ୍ଷ ଋଣ ପ୍ରଦାନର ପରିମାଣ ୨୩ ପ୍ରତିଶତର ୪.୩ପ୍ରତିଶତକୁ ହ୍ରାସ

ରିପୋର୍ଟ ୧୨: ମହାରାଷ୍ଟ୍ରର ୭୦,୦୦୦ କ୍ଷୁଦ୍ର ଡ୍ୟାମର ମାତ୍ର ୧୨ ପ୍ରତିଶତ ଜଳ ବ୍ୟବହାର ହୋଇପାରୁଛି

ରିପୋର୍ଟ ୧୪: ‘ଅନିୟମିତ ବୃଷ୍ଟିପାତ ପାଇଁ ମହାରାଷ୍ଟ୍ରରେ କେବଳ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି’

ରିପୋର୍ଟ ୧୫: କମ୍ ଚାଷୀ ଆତ୍ମହତ୍ୟା କରିଥିବା ନେଇ ରାଜ୍ୟ ସରକାରଙ୍କ ଯୁକ୍ତି: ବର୍ଷାକୁ ଦାୟୀ କରିଛନ୍ତି ୩ ଚାଷୀ

ରିପୋର୍ଟ ୧୬: ଗୋମାଂସ କାରବାର ବନ୍ଦ ହୋଇଛି କିନ୍ତୁ ସେ ଅଞ୍ଚଳରେ କୌଣସି ସରକାରୀ ଗୋଆଶ୍ରୟସ୍ଥଳ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।