ଏହା ହେଉଛି ଶ୍ରମ ଦିବସ, ମଇ ୧, କିନ୍ତୁ ବେଙ୍ଗାଲୁରୁ ମେଟ୍ରୋ ପ୍ରକଳ୍ପ- ଯାହାକୁ ନାମ୍ମା ମେଟ୍ରୋ (ଆମ ମେଟ୍ରୋ) କୁହାଯାଏ, ତାହାର  ଏହି ଶ୍ରମିକମାନେ - ମାର୍ଚ୍ଚ ଠାରୁ ସେମାନଙ୍କର ମଜୁରୀ ପାଇ ନାହାଁନ୍ତି ଏବଂ ଭୟଭୀତ ଅବସ୍ଥାରେ ରହୁଛନ୍ତି ।ସବୁତ୍‌ / ପ୍ରମାଣ, ଏକ ୧୩ ମିନିଟ୍‌ର ବୃତ୍ତଚିତ୍ର (ଆଜି ମୁକ୍ତିଲାଭ କରୁଛି), ଯାହା ଲକଡାଉନ୍ ସମୟରେ ସହରର ମେଟ୍ରୋ ଶ୍ରମିକଙ୍କ ଯାତ୍ରାକୁ ଅନୁସରଣ କରୁଛି। ଅଧିକ ବିସ୍ତୃତ ଭାବରେ, ଏହା ପ୍ରବାସୀ ଶ୍ରମିକମାନଙ୍କ ଜୀବନଶୈଳୀ ଏବଂ କାର୍ଯ୍ୟ ସ୍ଥିତି ଉପରେ ଆଲୋକପାତ କରିବାକୁ ଚେଷ୍ଟା କରେ ।

ଜଣେ ଶ୍ରମିକ କୁହନ୍ତି, "ମୁଁ ଭୟଭିତ। ଯଦି ଆମେ ଘରେ ମରିବା, ତେବେ କୌଣସି ସମସ୍ୟା ନାହିଁ । ଯଦି ଆମେ ଏଠାରେ ମରିବା, ତେବେ କେହି ଆମ କଥା ବୁଝିବେନି । ’’ ସେ ନିଜ ଗାଁ ଛାଡିବା ସାତ ମାସ ବିତିଗଲା । ତାଲାବନ୍ଦ ନିଜ ପରିବାରକୁ ଦେଖିବା ପାଇଁ ତାଙ୍କର ଇଚ୍ଛାକୁ ଆହୁରି ବିଳମ୍ବିତ କରୁଛି । ତାଙ୍କର ଅନେକ ସହ-ଶ୍ରମିକ ମଧ୍ୟ ଏହା ଅନୁଭବ କରନ୍ତି ।ସମସ୍ତେ ଟିଣ ଚାଦରରେ ତିଆରି ଘରେ ରୁହନ୍ତି – ପ୍ରତି ଘରେ ସେମାନେ ଅନ୍ୟ ୧୦-୧୫ ଜଣଙ୍କ ସହ ରୁହନ୍ତି, ତଥାପି ସେମାନେ ସାମାଜିକ ଦୂରତ୍ୱ ପାଳନ କରିବାକୁ ଚେଷ୍ଟା କରନ୍ତି ।

ଭିଡିଓ ଦେଖନ୍ତୁ

ଡକ୍ୟୁମେଣ୍ଟାରୀ 'ସବୁତ୍‌ / ପ୍ରମାଣ ' ଦେଖନ୍ତୁ ।

ଏହା ନୁହେଁ ଯେ କେବଳ ଏହି ମହାମାରୀ ସେମାନଙ୍କ ଜୀବନ ଭିତରକୁ ପଶିଆସିଛି। ସେମାନଙ୍କ ନିଯୁକ୍ତିଦାତାଙ୍କ ଦ୍ୱାରା ନିୟାମକ ସହଯୋଗର ଅଭାବ, କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଶୋଷଣ ଏବଂ କର୍ତ୍ତୃପକ୍ଷଙ୍କ ଅବହେଳା ଶ୍ରମିକମାନଙ୍କୁ କୌଣସି ସ୍ଥିତିରେ ରଖିନାହିଁ ।

ମାର୍ଚ୍ଚ ୨୪ ରେ କର୍ଣ୍ଣାଟକରେ ଲକଡାଉନ୍ ଘୋଷଣା କରାଯିବା ପରେ ମେଟ୍ରୋ ରେଳର ହଳଦିଆ ଲାଇନ (ବାଙ୍ଗାଲୋର ମେଟ୍ରୋ ରେଳ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା) ରାତାରାତି ଅଟକି ଯାଇଥିଲା ।

ଚୁକ୍ତିରେ ଥିବା ଶ୍ରମିକମାନଙ୍କୁ କୌଣସି ପୂର୍ବ ସୂଚନା ବିନା ନିର୍ମାଣ ସ୍ଥାନ ଛାଡିବାକୁ କୁହାଯାଇଥିଲା । ତାଲା ବନ୍ଦ ଅବସ୍ଥାରେ ସେମାନଙ୍କ ଗାଁକୁ ଫେରିବାର କୌଣସି ମାଧ୍ୟମ ନାହିଁ । ୧୫ ଦିନ ବିତିଗଲାଣି, ଆମର ନିଯୁକ୍ତିଦାତା ଆମକୁ ଥରେ ବି ଦେଖିବାକୁ ଆସି ନାହାଁନ୍ତି। ” ବୋଲି ଜଣେ ଜଣେ ଶ୍ରମିକ କୁହନ୍ତି ।

ଏପ୍ରିଲ ୨୯ ରେ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ , କର୍ଣ୍ଣାଟକ ସରକାର ଏପ୍ରିଲ ୩୦ ରେ ଘୋଷଣା କରିଥିଲେ ଯେ ଅଟକି ରହିଥିବା ପ୍ରବାସୀମାନଙ୍କୁ ଘରକୁ ଯିବାକୁ ଅନୁମତି ଦେବା ପାଇଁ ସେ ବ୍ୟବସ୍ଥା କରିବେ । କିନ୍ତୁ ଏପର୍ଯ୍ୟନ୍ତ କେହି ମେଟ୍ରୋ ଶ୍ରମିକଙ୍କଙ୍କ ସହ ଯୋଗାଯୋଗ କରିନାହାଁନ୍ତି।

ଏହି ଚଳଚ୍ଚିତ୍ରଟି ଶ୍ରମିକମାନଙ୍କ ଦ୍ୱାରା ବର୍ଣ୍ଣନା କରାଯାଇଛି । କରୋନା ଭାଇରସରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ମୁହଁକୁ ମାସ୍କରେ ଘୋଡାଇଛନ୍ତି । କିନ୍ତୁ ସାମାଜିକ, ଅର୍ଥନୈତିକ ଏବଂ ବ୍ୟକ୍ତିଗତ ସଙ୍କଟ ବିଷୟରେ କ’ଣ କରାଯିବ ? ବୃତ୍ତ ଚିତ୍ରଟି ପଚାରିଛି: ସେହି ସଙ୍କଟରୁ ସେମାନଙ୍କୁ କିଏ ରକ୍ଷା କରିବ ଏବଂ କିପରି ?

ଯଶସ୍ୱିନୀ ଏବଂ ଏକତାଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ

ସ୍ଥାନପାଇଛନ୍ତି: ବେଙ୍ଗାଲୁରୁ ମେଟ୍ରୋର ଶ୍ରମିକମାନେ

ସିନେମାଟୋଗ୍ରାଫି ଏବଂ ସମ୍ପାଦନା: ଯଶସ୍ୱିନୀ

ଅନୁବାଦ: ଓଡ଼ିଶାଲାଇଭ୍‍

Yashashwini & Ekta

یشسوِنی ۲۰۱۷ کی ایک پاری فیلو اور فلم ساز ہیں، جنہوں نے حال ہی میں ایمسٹرڈم کے رِجکس اکیڈمی وان بیلڈینڈے کُنسٹن سے آرٹسٹ-اِن-ہاؤس ٹرم پورا کیا ہے۔ ایکتا ایک فلم ساز اور بنگلورو کے ایک فلم اور آرٹس کلیکٹو، مارا کی شریک بانی ہیں۔

کے ذریعہ دیگر اسٹوریز Yashashwini & Ekta
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE