ସେ (କବି) ସପ୍ତାହେ ହେଲା ଶୋଇପାରି ନ ଥିଲେ। ଶେଷଥର ପାଇଁ ଯେଉଁ ମୃତପ୍ରାୟ ଯମୁନା ନଦୀକୁ ଆବିଷ୍କାର କରିଥିଲେ; ଦିନେ ତାହାର ଶଯ୍ୟା ନିଶ୍ଚିତ ଭାବେ ଉର୍ବର ଓ ଶସ୍ୟଶ୍ୟାମଳା ହୋଇଥିବ। ଏବେ ସେହି ଯମୁନା ତାଙ୍କ ପାଇଁ ସବୁଠୁ ଅଧିକ ଭୟଙ୍କର ଆବିଷ୍କାରରେ ପରିଣତ ହେବାକୁ ଯାଉଥିଲା। ସେ ଓ ତାଙ୍କ ଟିମ୍ ଆଧୁନିକ ସମୟର ଆର୍ଯ୍ୟାବର୍ତ୍ତ ମଧ୍ୟ ଦେଇ ଯାତ୍ରା କରୁଥିଲେ ଏବଂ ପୁରାଣ ଓ କାହାଣୀ ଉପରେ ଆଧାରିତ ବିଷୟଗୁଡ଼ିକ ସମ୍ପର୍କରେ ଦେଶ ବ୍ୟାପୀ ଖନନ କାର୍ଯ୍ୟ ସହ ଅନୁସନ୍ଧାନ କରୁଥିଲେ। ପ୍ରତ୍ୟେକ ଖନନ ଗଳିରେ ଶେଷ ହେଉଥିଲା ଏବଂ ଏହି ସ୍ଥାନ ଅସ୍ଥାୟୀ ଶବଦାହ ସ୍ଥଳ ଓ ଶ୍ମଶାନ ପରି ମନେ ହେଉଥିଲା,ଯେତେ ଅଧିକ ଖୋଳୁଥିଲେ ଧୂସର ମାଟି ତଳୁ ଖାଲି କଙ୍କାଳ, ଖପୁରୀ ଓ ମୋତି ଭଳି ଧଳା ଦେଖାଯାଉଥିବା ଖଣ୍ଡଖଣ୍ଡ ଅସ୍ଥି ଦେଖିବାକୁ ମିଳୁଥିଲା। ଏହା ତାଙ୍କର ପ୍ରାରମ୍ଭିକ ଆକର୍ଷଣକୁ ଆତଙ୍କରେ ପରିଣତ କରିଦେଇଥିଲା।

କିଛି ଏମିତି ମୂହୁର୍ତ୍ତ ଥିଲା ଯେତେବେଳେ ସେମାନେ କିଛି ଅଲଗା ମଧ୍ୟ ପାଇଥିଲେ। ଅଳ୍ପ କେତେ କିଲୋମିଟର ଦୂରରେ ସରଜୁ ନଦୀ ପ୍ରବାହିତ ହେଉଥିଲା, ସେଠାରେ ସେ ଏକ ପୁରାତନ ମନ୍ଦିରର ଧ୍ୱସାଂବଶେଷ ପାଇଥିଲେ। ତମ୍ବା ପ୍ଲେଟ୍ ଗୁଡ଼ିକ ପଥର ଖଣ୍ଡ ସହ ସଂଯୁକ୍ତ ହୋଇଥିଲା; ଯାହା ପୁରାତନ ଯୁଗର ସ୍ଥାପତ୍ୟଶୈଳୀକୁ ଉଲ୍ଲେଖ କରୁଥିଲା। ସେ ଅଜଣା ଭାଷାରେ ଖୋଦେଇ ହୋଇଥିବା କିଛି ଇଟା ପାଇଥିଲେ। ନିକଟରେ ଯମୁନାର ପଶ୍ଚିମ ତଟରେ ଏକ ସମାଧି ସଦୃଶ ନିର୍ମାଣ ଦେଖିବାକୁ ପାଇଥିଲେ। ଏହା ସହିତ ସେମାନେ କିଛି ପ୍ରତିମୂର୍ତ୍ତି ପାଇଥିଲେ। ସେଥିରୁ କିଛି ୧୮୨ ମିଟର ଉଚ୍ଚ ଥିଲା। ଏପରିକି କିଛି ପ୍ରତିମୂର୍ତ୍ତି ତା’ଠାରୁ ଅଧିକ ଉଚ୍ଚ ଥିଲା। ତେବେ ଖନନରୁ ସେମାନଙ୍କୁ ସବୁଠାରୁ ଅଧିକ କଙ୍କାଳ ହିଁ ମିଳିଥିଲା।

ଏହା ଭିତରେ ସେ ଏକ ବିଶାଳ ତ୍ରିକୋଣୀୟ ଢାଞ୍ଚା ଦେଖିବାକୁ ପାଇଥିଲେ, ଯାହା କୌଣସି ରାଜାଙ୍କ ଦରବାର ଭଳି ଲାଗୁଥିଲା। ଏହା ଯମୁନା କୂଳର ଏକ ଅଶୁଭ ରାଜପ୍ରାସାଦ ଭଳି ଲାଗୁଥିଲା, ଯେଉଁଠି ସେ ରାଜା ମୃତକମାନଙ୍କ ଉପରେ ଶାସନ କରିଥିଲେ। ଏହାକୁ ଦେଖି ତାଙ୍କୁ ଏତେ ଭୟ ଲାଗିଥିଲା ଯେ ସେ ଏହାର ନାମ ଶ୍ମଶାନ ନଗର ବି ରଖିଥିଲେ। ପ୍ରତ୍ୟକ ସ୍ତମ୍ଭ ତଳେ କବର ଥିଲା। ଐତିହାସିକ ଓ ଫୋରେନସିକ ପ୍ରତ୍ନତତ୍ତ୍ୱବିତମାନେ ଏହାକୁ କଣ କହିବେ ଚିନ୍ତା କରୁଥିଲେ। ଏହା ତାଙ୍କୁ ଇତିହାସର ସବୁଠାରୁ ବଡ଼ ଗଣହତ୍ୟା ପରି ଅନୁଭବ ହେଉଥିଲା।

ସୁଧନ୍ୱା ପାଣ୍ଡେ ଆବୃତ୍ତି କରିଥିବା ଏହି କବିତା ଶୁଣନ୍ତୁ

As outrage pours in at the Centre's relentless work on the lavish Central Vista project amidst the pandemic, a poet recalls an old tale

ରାଜାଙ୍କ ମସ୍ତିସ୍କ / ମୁକୁଟପିନ୍ଧା ମୁଣ୍ଡ

ସେ ଥରେ ଭବ୍ୟରଥରେ ରାଜ୍ୟ ଭ୍ରମଣ କରିଥିଲେ,
ଚିତାଭସ୍ମର ସ୍ତୁପ, ଶୁଖିଲା ସମାଧି
ଜୀବନ ଅଚଳ, ବାଲି ପରି ଉଡ଼ିଯାଇଥିଲା
ନିଃଶ୍ୱାସ ପାଇଁ ଡହଳ ବିକଳ ଲୋକେ କାନ୍ଦୁଥିଲେ ଆଉ କାନ୍ଦୁଥିଲେ।
କାନ୍ତୁ ରାଜା ତାଙ୍କ ଅମରାବତିରେ ଥିଲେ,
ରାଜାଙ୍କ ନଜରରେ ସବୁ କିଛି ଠିକ୍ ଥିଲା.
ସେ ନିଜ ନୂଆ ପ୍ରାସାଦ ପାଇଁ ଖାଲି କଲେ ରାଜକୋଷ
ଚକମକିଆ, ସୁନ୍ଦର, ଗୋଲାକାର ଛାତ
ହେଲେ ମଲାଲୋକଙ୍କ ପାଇଁ ନ ନଥିଲା ସ୍ଥାନ
ତେଣୁ ରାସ୍ତା ଉପରକୁ ନିର୍ବାସନ

ନା କିଛି ରୀତି ନା କିଛି ଆୟୋଜନ, ଶେଷ ବିଦାୟ ବି ନାହିଁ
ହୃଦୟରୁ ରକ୍ତପାତ, ଫୋନ୍ ବାଜିଲେ ବି, ଭୟରେ ଥରୁଥିଲା ହାତ
ଲାଗୁଥିଲା ପୁଣି କିଏ କହିବ ଆଉଗୋଟେ ମଲା ଖବର।
ନା ପ୍ରିୟ ପରିବାର, ନା ବନ୍ଧୁ ନା ଜ୍ଞାନୀ ପ୍ରଫେସର
ସେ ତ ଖାଲି ଜଣେ ରାଜା, ଯିଏ ନିଜ ମହଲ ଉପରେ ବସିଥିଲା ଆଉ ହସୁଥିଲା,
ଛୋଟ ଭୂତାଣୁ ଉପରେ ନିଜର ବିଜୟ କାହାଣୀ ଗପୁଥି୍ଲା!
ଦିନେ ସେ ରାଜା ମନେ ପଡ଼ିବେ
ଆଉଜଣେ ଓଜମାଣ୍ଡିଆସଙ୍କ କାହାଣୀରେ।

ଅଡିଓ- ସୁଧନ୍ୱ ଦେଶପାଣ୍ଡେ ଜନନାଟ୍ୟ ମଞ୍ଚ ସହ ଜଡ଼ିତ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ଲେ ଫ୍ଟ ଓ୍ୱାର୍ଡ ବୁକ୍ସର ସମ୍ପାଦକ

ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Sayani Rakshit

سیانی رکشت، نئی دہلی کی مشہور جامعہ ملیہ اسلامیہ یونیورسٹی سے ماس کمیونی کیشن میں ماسٹرس ڈگری کی پڑھائی کر رہی ہیں۔

کے ذریعہ دیگر اسٹوریز Sayani Rakshit
Painting : Labani Jangi

لابنی جنگی مغربی بنگال کے ندیا ضلع سے ہیں اور سال ۲۰۲۰ سے پاری کی فیلو ہیں۔ وہ ایک ماہر پینٹر بھی ہیں، اور انہوں نے اس کی کوئی باقاعدہ تربیت نہیں حاصل کی ہے۔ وہ ’سنٹر فار اسٹڈیز اِن سوشل سائنسز‘، کولکاتا سے مزدوروں کی ہجرت کے ایشو پر پی ایچ ڈی لکھ رہی ہیں۔

کے ذریعہ دیگر اسٹوریز Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE