ଗ୍ରାମାଞ୍ଚଳରେ ଏହା ଏକ ସାଧାରଣ ପରିବହନ ମାଧ୍ୟମ, ଏବଂ ବିନା ମାଲରେ ପରିବହନ କରୁଥିବା କିମ୍ବା ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପରେ ଫେରୁଥିବା ଟ୍ରକ୍ କିମ୍ବା ଲରୀ ଡ୍ରାଇଭରମାନଙ୍କ ପାଇଁ ରୋଜଗାରର ମାଧ୍ୟମ ଅଟେ। ଯେ କୌଣସି ଲୋକ ଏହାକୁ ବ୍ୟବହାର କରିପାରିବେ - ଆପଣ ମଧ୍ୟ କରିପାରିବେ, ଯଦିଓ ବେଳେବେଳେ ସାପ୍ତାହିକ ହାଟ (ଗ୍ରାମୀଣ ବଜାର) ସାରି ଘରକୁ ଫେରିବା ପାଇଁ ଗାଡ଼ି ପଛରେ ଦୌଡୁଥିବା ଲୋକମାନଙ୍କ ମଧ୍ୟରେ ପ୍ରତିଯୋଗିତା କରିବା କିମ୍ବା ଗାଡ଼ିରେ ଚଢିବା ସହଜ ନୁହେଁ। ଭାରତର ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳରେ ସମସ୍ତ ଟ୍ରକ୍ ଏବଂ ଲରୀ ଡ୍ରାଇଭର ମଧ୍ୟ ମାଲିକଙ୍କ ଅଜ୍ଞାତସାରରେ ଏକାଧିକ ସଂସ୍ଥା ପାଇଁ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି। ଯେଉଁ ଅଞ୍ଚଳରେ ଉପଯୁକ୍ତ ପରିବହନ ସେବା ବିରଳ, ସେ ଏହି ଅମୂଲ୍ୟ ସେବା ଯୋଗାଇ ଦେଇଥାନ୍ତି - ଅବଶ୍ୟ, ପାଉଣା ପ୍ରାପ୍ତ କରି ।

ଏହା ଓଡ଼ିଶାର କୋରାପୁଟର ରାଜପଥ ନିକଟବର୍ତ୍ତୀ ଏକ ଗାଁର ଘଟଣା ଥିଲା ଏବଂ ଅନ୍ଧକାର ହେବା ପରେ ଲୋକମାନେ ଘରକୁ ଶୀଘ୍ର ଫେରିବା ପାଇଁ ଚାହୁଁଥିଲେ। ଏହି ପରିସ୍ଥିତିରେ କେତେ ଜଣ ଡାଲାରେ ଚଢିଛନ୍ତି ତାହା ଜାଣିବା କଷ୍ଟକର ଥିଲା। କେବଳ ଡ୍ରାଇଭରଙ୍କର କିଛି ଧାରଣା ରହିଥାଏ କାରଣ ସେ ପ୍ରତ୍ୟେକଙ୍କଠାରୁ ପାଉଣା ସଂଗ୍ରହ କରୁଥିଲେ। କିନ୍ତୁ ତାଙ୍କର ଆକଳନ ମଧ୍ୟ ସଠିକ୍ ହୋଇନପାରେ - ଯେହେତୁ ସେ ବିଭିନ୍ନ ଗୋଷ୍ଠୀ ପାଇଁ, କିମ୍ବା କିଛି କୁକୁଡ଼ା କିମ୍ବା ଛେଳି କିମ୍ବା ସେମାନଙ୍କ ସହିତ ବଡ଼ ବୋଝ ବହନ କରୁଥିବା ବ୍ୟକ୍ତିଙ୍କଠାରୁ ଟିକେ ଭିନ୍ନ ଶୁଳ୍କ ଆଦାୟ କରିନ୍ତି। ସେ ହୁଏତ କିଛି ବୟସ୍କ ବ୍ୟକ୍ତି କିମ୍ବା ବାରମ୍ବାର ଯାତ୍ରା କରୁଥିବା ଗ୍ରାହକଙ୍କଠାରୁ କମ୍‍ ଦେୟ ରଖନ୍ତି। ସେ ନିଜ ଯାତ୍ରୀମାନଙ୍କୁ ମୁଖ୍ୟ ରାଜପଥରେ ଥିବା କିଛି ପରିଚିତ ସ୍ଥାନରେ ଛାଡ଼ିଦିଅନ୍ତି। ସେଠାରୁ ସେମାନେ ଏକାଠି ହୋଇ ଶୀଘ୍ର ଘନ ଅନ୍ଧକାରରେ, ଜଙ୍ଗଲ ଦେଇ, ନିଜ ଘରକୁ ଫେରିଆସନ୍ତି।

ଅନେକ ଲୋକ ହାଟରେ ପହଁଚିବା ପାଇଁ ୩୦ କିଲୋମିଟର ଯାତ୍ରା କରିଥିଲେ ଏବଂ ଅନେକଙ୍କ ଘର ରାଜପଥଠାରୁ ବହୁତ ଦୂରରେ। ୧୯୯୪ ମସିହାରେ ଏହି ଅଞ୍ଚଳ ଓ ପ୍ରତିକୂଳ ପରିସ୍ଥିତି ଉପରେ ନିର୍ଭର କରି ୨ରୁ ୫ଟଙ୍କା ଦେଇ ସେମାନେ ୨୦ କିଲୋମିଟର ଯାତ୍ରା କରିପାରୁଥିଲେ। ଏହି ରେଟ୍‍ ଯାତ୍ରାର ଆବଶ୍ୟକତା ଏବଂ ଉଭୟ ପକ୍ଷର ମୂଲଚାଲ ଉପରେ ନିର୍ଭର କରି ବିଭିନ୍ନ ଡ୍ରାଇଭରମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା। ଏହି ମାଧ୍ୟମରେ ଯାତ୍ରା କରିବାରେ ମୋ ନିଜର ଅସୁବିଧାଗୁଡ଼ିକ- ଏବଂ ଏହି ଉପାୟରେ ମୁଁ ହଜାର ହଜାର କିଲୋମିଟର ଯାତ୍ରା କରିଛି- ଡ୍ରାଇଭରମାନଙ୍କୁ ରାଜି କରିବାପାଇଁ ମିଛ କୁହେ ଯେ ମୁଁ ଡାଲାରେ ଯାତ୍ରା କରୁଥିବା ଲୋକମାନଙ୍କ ସହ ରହିବା  ନିତାନ୍ତ ଆବଶ୍ୟକ। ମୁଁ ସେମାନଙ୍କ କ୍ୟାବିନ୍‍ ଉପରେ ବସି ଯାତ୍ରା କରିଛି, ମାତ୍ର ଏହା ମଧ୍ୟରେ କେବେବି ନୁହେଁ।

PHOTO • P. Sainath

ଏହି ଗାଡ଼ିକୁ ଚଲାଉଥିବା ଭଦ୍ର ଓ ମେଳାପୀ ଡ୍ରାଇଭର ପାଇଁ ଏହା କିଛି ଫରକ୍‍ ଆଣିଲା ନାହିଁ। ସେ କହିଲେ, "କିନ୍ତୁ ମୋ ପାଖରେ ଏକ ଷ୍ଟେରିଓ, କ୍ୟାସେଟ୍‍ ପ୍ଲେୟାର୍‍ ଅଛି, ସାର୍‍, ଏବଂ ଯାତ୍ରା କରିବା ସମୟରେ ଆପଣ ଗୀତ ଶୁଣିପାରିବେ"। ଆଉ ଅଧିକା କ’ଣ, ତାଙ୍କ ପାଖରେ ପାଇରେଟଡ୍‍ ସଙ୍ଗୀତର ଏକ ବଡ଼ ସଂଗ୍ରହ ରହିଥିଲା। ମୁଁ ସେହିପରି ମଧ୍ୟ ଅନେକ ସମୟରେ ଯାତ୍ରା କରିଛି ଓ ଏହାକୁ ଉପଭୋଗ କରିଛି। କିନ୍ତୁ ଏଠାରେ ଜାଣିବାର ଉଦ୍ଦେଶ୍ୟ ଥିଲା ଯେ ସେ ତାଙ୍କ ଲରୀରେ ପରିବହନ କରୁଥିବା ଗ୍ରାମବାସୀମାନେ କେଉଁ ଦିନ ହାଟରେ ଥିଲେ। ଯେହେତୁ ଧିରେ ଧିରେ ଆଲୋକ କମି ଆସୁଥିଲା, ମୋର କିଛି ଫଟୋ ଉଠାଇବାର ଅଛି ବୋଲି ତାଙ୍କୁ ଅନୁରୋଧ କଲି। ଘରକୁ ଫେରୁଥିବା ଯାତ୍ରୀମାନଙ୍କ ସହ ମୋର କଥାବାର୍ତ୍ତା କରିବାର ଥିଲା। ଶେଷରେ ସେ ରାଜି ହେଲେ, ଯଦିଓ ସେ ନିରାଶ ହୋଇ କହିଲେ ସେ ଏଠାରେ ମେଟ୍ରୋ ଇଣ୍ଡିଆରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କୁ ଦେଖୁଛନ୍ତି ଯିଏକି ଜଣେ ମୂର୍ଖ।

ଯାହାହେଉ, ସେ ମୋତେ ପଛରେ ଚଢିବା ପାଇଁ ସାହାଯ୍ୟ କଲେ ଯେଉଁଠାରେ କି ମୋତେ ସ୍ୱାଗତ ଜଣାଉଥିବା ହାତଗୁଡ଼ିକ ଉପରକୁ ଟାଣିନେଲେ। କ୍ଳାନ୍ତ ହୋଇ ହାଟରୁ ଫେରୁଥିବା ସମସ୍ତ ଲୋକମାନେ ମଧ୍ୟ କମ୍‍ ସ୍ନେହୀ ଓ ଉପକାରୀ ନଥିଲେ,ଏପରିକି ଛେଳି ଓ କୁକୁଡାଗୁଡ଼ିକ ମଧ୍ୟ। ଏବଂ ମୁଁ ସେମାନଙ୍କ ସହ ବହୁତ ଭଲରେ ବାର୍ତ୍ତାଳାପ କଲି କିନ୍ତୁ ସଂପୂର୍ଣ୍ଣ ଅନ୍ଧାର ହେବା ପୂର୍ବରୁ ମାତ୍ର ଗୋଟିଏ କିମ୍ବା ଦୁଇଟି ଉତ୍ତମ ଫଟୋ ଉଠାଇପାରିଲି।

ଏହି ଖଣ୍ଡର ଏକ ସଂକ୍ଷିପ୍ତ ସଂସ୍କରଣ ସେପ୍ଟେମ୍ବର ୨୨,୧୯୯୫ ର ହିନ୍ଦୁ ବିଜନେସ୍ ଲାଇନ୍ ରେ ପ୍ରକାଶ ପାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

پی سائی ناتھ ’پیپلز آرکائیو آف رورل انڈیا‘ کے بانی ایڈیٹر ہیں۔ وہ کئی دہائیوں تک دیہی ہندوستان کے رپورٹر رہے اور Everybody Loves a Good Drought اور The Last Heroes: Foot Soldiers of Indian Freedom کے مصنف ہیں۔

کے ذریعہ دیگر اسٹوریز پی۔ سائی ناتھ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE