ବାମୋନ୍ ବା ‘ପବିତ୍ର ରୋଷେୟା ’( ଏହି ଫିଲ୍ମରେ ସ୍ଥାନ ପାଇଥିବା) ମଣିପୁରର ବୈଷ୍ଣବମାନଙ୍କ ଯେ କୌଣସି ଭୋଜିର ଅଭିନ୍ନ ଅଂଶ।  ମଣିପୁରର ବୈଷ୍ଣବମାନେ ଅନୁସରଣ କରୁଥିବା ବୈଷ୍ଣବ ପରମ୍ପରା ପାରମ୍ପରିକ ପ୍ରାକୃତିକ ବିଶ୍ୱାସ ଓ ବଙ୍ଗଳା ପ୍ରଭାବର ଏକ ଅନନ୍ୟ ମିଶ୍ରଣ। ମଣିପୁରର ସର୍ବବୃହତ୍ ଜନଗୋଷ୍ଠି  ମୈତେଇମାନେ ବହୁ ବର୍ଷ ତଳୁ ବୈଷ୍ଣବ ଧର୍ମ ଗ୍ରହଣ କରିଛନ୍ତି।

ଏଠାରେ ବ୍ରାହ୍ମଣମାନେ ବିବାହ, ଜନ୍ମଦିନ , ଶ୍ରାଦ୍ଧ ଆଦିରେ ଧାର୍ମିକ ପୂଜାପାଠ , ରୀତିନୀତି କରିବା ସହ ଏସବୁ ଅବସରରେ ଆୟୋଜିତ ଭୋଜିର ଦାୟିତ୍ୱ ମଧ୍ୟ ତୁଲାନ୍ତି।  ପୁଜାପାଠ ସହ ଏହା ମଧ୍ୟ ସେମାନଙ୍କ କର୍ମ କ୍ଷେତ୍ର। ସେମାନେ ରୋଷେଇ କରିବା ସହ ଉତ୍ସବରେ ନିମନ୍ତ୍ରିତ ଅତିଥିମାନଙ୍କୁ ଭୋଜନ ମଧ୍ୟ ପରିବେଷଣ କରନ୍ତି।

ମଣିପୁରର ପୂର୍ବ ଇମ୍ଫାଲ ଜିଲ୍ଲାର ଇମ୍ଫାଲ ସହରର ବ୍ରାହ୍ମଣ ଅଧ୍ୟୁଷିତ ଅଞ୍ଚଳ ବାମୋନ୍ ଲୈକାଇ।  ଏହା ବ୍ରାହ୍ମଣ ରୋଷେୟାଙ୍କ ପାଇଁ ଖ୍ୟାତ।  କୌଣସି ଶୁଭଦିନରେ ସେମାନେ ରୋଷେଇ କରିବା ସହ ପୂଜାହୋମ ଇତ୍ୟାଦି ପାଇଁ ଡକରା ପାଇଥାନ୍ତି।  ତେବେ ପୂର୍ବ ଭୋଜିମାନଙ୍କରେ ଯେପରି ପ୍ରାୟ ୧୦୮ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିଲା ତାହା ଆଉ ନାହିଁ। ଏବେ ବ୍ୟଞ୍ଜନ ସଂଖ୍ୟା କମ୍ ହୋଇଗଲାଣି। ତଥାପି  ଅଧିକାଂଶ ପବିତ୍ର କାର୍ଯ୍ୟାନୁଷ୍ଠାନରେ ୩୦-୫୦ ପ୍ରକାର ବ୍ୟଞ୍ଜନ ପ୍ରସତିୁତ କରାଯାଉଛି। ଏ ମଧ୍ୟରେ ଉଭୟ ଶାକାହାରୀ ଓ ମାଛବ୍ୟଞ୍ଜନ ରହିଛି। ବ୍ୟଞ୍ଜନର ସଂଖ୍ୟା ମୂଖ୍ୟତଃ ପରିବାରର ଆର୍ôଥକ ସ୍ଥିତି ଉପରେ ନିର୍ଭର କରେ।  ସମୟକ୍ରମେ ଏହି ପରମ୍ପରା ଏକ ପ୍ରକାର ଉଦ୍ୟୋଗ ପାଲଟି ଯାଇଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସମାରୋହରେ ଚକଶଙ୍ଗ ବା ବ୍ରାହ୍ମଣ ପରିଚାଳିତ ରନ୍ଧାଶାଳର ଚାହିଦା କ୍ରମଶଃ ବଢ଼ି ଚାଲିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Anubha Bhonsle & Sunzu Bachaspatimayum

ଲେଖକ ପରିଚୟ: ଅନୁଭା ଭୋସଁଲେ ଜରେ ସ୍ୱାଧୀନ ସାମ୍ବାଦିକ , ଆଇସିଏଫଜେର ନାଇଟ୍ ଫେଲୋ ଏବଂ ‘ମଦର୍ ହ୍ୱେୟାର୍ ଇଜ୍ ମାଇଁ କଣ୍ଟ୍ରିର ଲେଖିକା ଯାହାକି ମଣିପୁରର ଅଶାନ୍ତ ଇତିହାସ ଓ ସଶସ୍ତ୍ର ବଳ ବିଶେଷାଧିକାର ଆଇନର ପ୍ରଭାବ ଉପରେ ପର୍ଯ୍ୟବସିତ। ଏହି ପ୍ରମାଣିକ ଭିଡିଓଟି ତାଙ୍କର ୨୦୧୫ ପରି ଫେଲୋସିପର ଅଂଶବିଶେଷ। ସୁଞ୍ଜୁ ବାଚସ୍ପତିମୟୁମ୍ ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ଜାତୀୟ ପୁରସ୍କାର ବିଜୟୀ ଚଳଚ୍ଚିତ୍ର ନିର୍ମାତା। ସେ ଇମ୍ଫାଲରେ ରୁହନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Anubha Bhonsle & Sunzu Bachaspatimayum
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE