ଟିଫିନ୍‌ କ୍ୟାରିଅର୍‌, ପାଣି, ଛତା ଓ ପାଦଜୋତା । ଏସବୁ ଜିନିଷଗୁଡିକର ମାଲିକଙ୍କୁ ନଦେଖିପାରିଲେ ମଧ୍ୟ କେଉଁମାନେ ଏଗୁଡିକର ମାଲିକ ହୋଇଥିବେ, ସେ ବିଷୟରେ ଜାଣିପାରିବେ । ଏସବୁ ଦେଖି ଏହାର ଆଖପାଖ ଅଞ୍ଚଳରେ କିଛି କୃଷି ଶ୍ରମିକ କାର୍ଯ୍ୟରତ ଥିବା ଆପଣ ନିଶ୍ଚିତ ଭାବେ ଜାଣିପାରିବେ । ଏହା ହେଉଛି ଓଡିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ ସିନ୍ଧେହି ଗ୍ରାମର ଦୃଶ୍ୟ । ଏହି ଶ୍ରମିକମାନେ, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଯୁବତୀ ଅଛନ୍ତି, ସେମାନଙ୍କ କାର୍ଯ୍ୟସ୍ଥଳିରେ ପହଞ୍ଚିବା ପାଇଁ ନିଜ ପାଇଁ ଆବଶ୍ୟକ ସାମଗ୍ରୀ ( ଆହୁରି ଅଧିକ ଜିନିଷ ଯାହା ଛବିରେ ଦେଖାଯାଉନି) ଧରି ପଟାଙ୍ଗି ବ୍ଲକ୍‌ ଦେଇ ଲମ୍ବା ରାସ୍ତା ଚାଲି ଚାଲି ଆସିଛନ୍ତି । ଜୁଲାଇ ୨୦୧୪ର ଗୋଟିଏ ଦିନ ଓ ବର୍ଷା ଦିନ ଆରମ୍ଭ ହୋଇଗଲାଣି । ଏଣୁ ଛତା ସହିତ ଆସିଛନ୍ତି । ଆଉ ସେମାନଙ୍କ ରବର୍‌ ସ୍ଲିପର୍‌ଗୁଡିକ ଆଖପାଖରେ ପଡିରହିଛି କାରଣ ଏହି ଗରିବ ଶ୍ରମିକମାନଙ୍କ ପାଇଁ ସେମାନଙ୍କ ଏହି ପାଦଜୋତା ଦୁଇଟି ଅତ୍ୟନ୍ତ ମୂଲ୍ୟବାନ  ଓ କାମ କରିବା ବେଳେ ସେମାନେ ପ୍ରାୟତଃ ଏହାକୁ ପିନ୍ଧିବା ପାଇଁ ବା ଅପରିଷ୍କାର କରିବାକୁ ଚାହାନ୍ତି ନାହିଁ । ବେଳେବେଳେ କ୍ୟାରିଅର୍‌ରେ ଥିବା ଖାଦ୍ୟକୁ ତିନି ବା ଚାରି ଜଣ ଲୋକ ପରସ୍ପର ମଧ୍ୟରେ ବାଣ୍ଟି ଖାଇଥାନ୍ତି । ଏହାସହିତ ସବୁବେଳେ କାର୍ଯ୍ୟସ୍ଥଳରେ ଶୁଦ୍ଧ ପାନୀୟ ଜଳ ମଧ୍ୟ ଉପଲବ୍ଧ ହୁଏନାହିଁ – ଏହା ଏକ ଘରୋଇ ଫାର୍ମ ପରିପ୍ରେକ୍ଷୀରେ କୁହାଯାଉଛି- ଓ ଏଥିପାଇଁ ବୋଧହୁଏ ପ୍ଲାଷ୍ଟିକ ବୋତଲଗୁଡିକ ଅଛି । ବର୍ଷାଦିନିଆ ବୁଣାବୁଣି କାମ ଆରମ୍ଭ ହୋଇଯାଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପି.ସାଇନାଥ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE