ତୀରା ଏବଂ ଅନୀତା ଭୂୟା ଏହି ଖରିଫ ଋତୁରେ ଭଲ ଫସଲ ନେଇ ହତୋତ୍ସାହିତ ହୋଇ ଚିନ୍ତାରେ ଅଛନ୍ତି । ସେମାନେ ଧାନ ଏବଂ କିଛି ମକା ଲଗାଇଛନ୍ତି । ଫସଲ ଆଦାୟ ହେବାର ସମୟ ଆସୁଛି ।

ତାଙ୍କ ପାଇଁ ଏଥର ଭଲ ଅମଳ ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ସ୍ଥିତିରେ କାରଣ ଇଟାଭାଟିରେ କରୁଥିବା ଅଧାବର୍ଷର କାମ, ମାର୍ଚ୍ଚରୁ ଆରମ୍ଭ ହୋଇଥିବା ତାଲାବନ୍ଦ ଯୋଗୁଁ କମିଯାଇଛି ।

ତୀରା କହନ୍ତି, "ଏପରିକି ଗତବର୍ଷ ମୁଁ ଚାଷ କରିବାକୁ ଚେଷ୍ଟା କରିଥିଲି, ମାତ୍ର କମ୍‌ ବର୍ଷା ଏବଂ ମରୁଡ଼ି ଯୋଗୁଁ ଫସଲ ନଷ୍ଟ ହେଲା,"ତା ସହିତ ଅନୀତା କହନ୍ତି, "ପାଖାପାଖି ଛଅ ମାସ ଆମେ ଫସଲ କରୁ କିନ୍ତୁ ଆମ ହାତକୁ କିଛି ଟଙ୍କା ଆସେନାହିଁ ।"

ତୀରା ୪୫ ଏବଂ ଅନୀତା ୪୦ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲା ଚଇନପୂର ବ୍ଲକ ଅନ୍ତର୍ଗତ ମହୁଗାଁର ଦକ୍ଷିଣ ପଟ ଶେଷ ମୁଣ୍ଡରେ ଥିବା ଅନୁସୂଚିତ ଜାତି ଭୂୟା ସମ୍ପ୍ରଦାୟଙ୍କ ପାଇଁ ଥିବା ତାଢ଼ି ବସ୍ତିରେ ବାସ କରନ୍ତି ।

ପ୍ରତି ଖରିଫ ଋତୁରେ ଚୁକ୍ତି ପତ୍ର ଅନୁସାରେ ସ୍ଥାନୀୟ ଭାଷାରେ କଥିତ ରୟତ ଭାବରେ ୨୦୧୮ ମସିହାରୁ ରହିଛନ୍ତି । ମୌଖିକ ଚୁକ୍ତି ମାଧ୍ୟମରେ ରୟତ ଏବଂ ଜମି ମାଲିକ ପ୍ରତ୍ୟେକ ଅଧା ଅଧା ପୁଞ୍ଜି ଫସଲ ଅମଳ ପାଇଁ ଲଗାଇଥାନ୍ତି ଏବଂ ଫସଲ ଆମଦାନୀ ପରେ ଅଧା ଅଧା ଭାଗ ପାଆନ୍ତି। ରୟତ ଚାଷୀମାନେ ସେମାନଙ୍କ ଭାଗରୁ ଅଧିକାଂଶ ନିଜର ବ୍ୟୟ ପାଇଁ ରଖନ୍ତି ଏବଂ ସମୟ ସମୟରେ କିଛି କିଛି ଅଂଶ ବଜାରରେ ବିକିବାକୁ ଚେଷ୍ଟା କରନ୍ତି ।

'We farm for nearly six months, but it does not give us any money in hand', says Anita Bhuiya (foreground, in purple)
PHOTO • Ashwini Kumar Shukla

ଅନିତା ଭୂୟା କହନ୍ତି, "ଆମେ ପ୍ରାୟ ଛଅ ମାସ ଚାଷ କାମ କରୁ, କିନ୍ତୁ ଆମ ହାତକୁ କିଛି ଟଙ୍କା ଆସେନି " ( ପୃଷ୍ଠଭୂମି, ବାଇଗଣୀ ରଙ୍ଗରେ )

ପୂର୍ବରୁ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ପରିବାର କୃଷି ଶ୍ରମିକ ଭାବେ କାମ କରୁଥିଲେ । ଦୈନିକ ମଜୁରୀ ବାବଦରୁ ଆୟ ୨୫୦ - ୩୫୦, ଦୁଇଟି ଧାନବୁଣା ଋତୁରେ ପ୍ରାୟ ୩୦ ଦିନ କାମ ପାଇଁ ଟଙ୍କା ମିଳେ କିମ୍ବା ପ୍ରାପ୍ୟ ବାବଦକୁ ଶସ୍ୟ ମିଳେ । ବାକି ସମୟ ସେମାନେ ମଜୁରୀ ଶ୍ରମିକ ଭାବେ ପରିବା କିଆରୀରେ ହେଉ କିମ୍ବା ନିକଟସ୍ଥ କୌଣସି ଗ୍ରାମରେ ଏବଂ ମହୁଗାଁ ଠାରୁ ପ୍ରାୟ ୧୦ କିଲୋମିଟର ଦୂର ସହରରେ କାମ ଖୋଜନ୍ତି ।

କିନ୍ତୁ ପ୍ରତିବର୍ଷ ବଳକା ରହୁଥିବା ଶ୍ରମ ଦିନଗୁଡିକରେ ଚାଷ କାର୍ଯ୍ୟରେ ତାଙ୍କର ଭାଗ୍ୟ ନିର୍ଦ୍ଧାରଣ ପାଇଁ ୨୦୧୮ ମସିହାରେ ସେମାନେ ଜଣେ ଜମି ମାଲିକଙ୍କ ସହ  ବାତିୟା ଚୁକ୍ତି କଲେ । ତୀରା କୁହନ୍ତି, "ଏହା ପୂର୍ବରୁ ମୁଁ ଜମି ମାଲିକଙ୍କ ପାଇଁ ହାର୍ବାହି କରିବି, ଅନ୍ୟ କୃଷି ଶ୍ରମିକଙ୍କ ବଳଦ ଦ୍ୱାରା ହଳ କରି ଜମି ଚାଷ କରିବି ।" ‘‘ତାହାପରେ ପ୍ରତ୍ୟେକ କାମ ଆରମ୍ଭ ଟ୍ରାକ୍ଟର ଦ୍ୱାରା ହୋଇଥାଏ - ଚାଷ କରିବା, ଅମଳ କରିବା ଏବଂ ଅନ୍ୟ ସବୁ କାମ। କେବଳ ଗୋଟିଏ ବଳଦ ଗାଁରେ ଥାଏ’’ |

ଆହୁରି ଅଧିକ ଚେଷ୍ଟା କରି ଏବଂ ନ୍ୟୁନ ଆବଶ୍ୟକତା ପୁରଣ ନିମିତ୍ତ ଏବଂ ତାଙ୍କର ବାତିୟା ଚାଷ ସହିତ ୨୦୧୮ ମସିହାରୁ ତୀରା ଓ ଅନୀତା ଏକ ଇଟାଭାଟିରେ କାମ ଆରମ୍ଭ କରିଦେଲେ, ଯେତେବେଳେ କି ତାଙ୍କ ଗ୍ରାମର ଅନ୍ୟ ବ୍ୟକ୍ତିମାନେ ନଭେମ୍ବର ଶେଷ ଡ଼ିସେମ୍ବର ଆରମ୍ଭରୁ ମଇ ମଝିରୁ ଜୁନ ଆରମ୍ଭ ପର୍ଯ୍ୟନ୍ତ ପଳେଇଯାଆନ୍ତି । ଅନୀତା କହନ୍ତି, ‘‘ଆମେ ଗତ ବର୍ଷ ଆମ ଝିଅର ବିବାହ କରିଲୁ’’। ତାଙ୍କର ଦୁଇଟି ଝିଅ ଅଛନ୍ତି । ସାନଟି ଅବିବାହିତା ଏବଂ ତାଙ୍କ ସହିତ ରହୁଛି। ବିବାହ ସରିବାର ତିନି ଦିନ ପରେ ଅର୍ଥାତ ଡ଼ିସେମ୍ବର ୫,୨୦୧୯ ଦିନ ସେହି ପରିବାର ଇଟାଭାଟିରେ କାମ ଆରମ୍ଭ କରି ଦେଲେ । ସେ କହନ୍ତି , "ଥରେ ଆମେ ଋଣ ପରିଶୋଧ କରିଦେଲେ [ବିବାହ ଖର୍ଚ୍ଚ ପାଇଁ ନେଇଥିବା ] ଆମେ ବର୍ଷ ସାରା କୃଷିକ୍ଷେତ୍ରରେ କାମ ଆରମ୍ଭ କରିବୁ’’।

ମାର୍ଚ୍ଚ ଶେଷ ଆଡକୁ ତାଲାବନ୍ଦ ଆରମ୍ଭ ହେବା ପୂର୍ବରୁ ତୀରା ଏବଂ ଅନୀତା ସେମାନଙ୍କର ପୁଅ ଶିତେନ୍ଦର ୨୪ ଓ ଉପେନ୍ଦର ୨୨ ଏବଂ ଭୂୟା ତାଢ଼ିର ଅନ୍ୟମାନେ ପ୍ରତିଦିନ ସକାଳେ ଗୋଟିଏ ଟ୍ରାକ୍ଟରରେ ଚଢ଼ି ଆଠ କିଲୋମିଟର ଯାତ୍ରା କରି ବୁରହିବିର ଗ୍ରାମକୁ ଯାଆନ୍ତି। ସେଠାରେ ସେମାନେ ଫେବୃଆରୀ ଶୀତ ମାସରେ ଦିନ ୧୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ମାର୍ଚ୍ଚଠାରୁ ସକାଳ ୩ ଟାରୁ ୧୧ଟା ପର୍ଯ୍ୟନ୍ତ କାମ କରନ୍ତି। ଅନୀତା କହନ୍ତି, "କେବଳ ଗୋଟିଏ କଥା ହେଉଛି, [ ଭାଟିରେ କାମ କରିବା ] ସମ୍ପୂର୍ଣ୍ଣ ପରିବାର ଗୋଟିଏ ଜାଗାରେ କାମ କରିବା ।
With daily wage farm labour decreasing every year, in 2018, Anita and Teera Bhuiya leased land on a batiya arrangement
PHOTO • Ashwini Kumar Shukla
With daily wage farm labour decreasing every year, in 2018, Anita and Teera Bhuiya leased land on a batiya arrangement
PHOTO • Ashwini Kumar Shukla

କୃଷି ଶ୍ରମିକର ମଜୁରୀ ପ୍ରତିବର୍ଷ କମିବା ହେତୁ, ୨୦୧୮ ରେ ଅନୀତା ଏବଂ ତେରା ଭୁୟା ଏକ ବାତିଆ ବ୍ୟବସ୍ଥାରେ ଜମି ଲିଜ୍ ଦେଇଥିଲେ

ଇଟାଭାଟିରେ ସେମାନେ ପ୍ରତି ୧୦୦୦ ଇଟା ତିଆରି ପାଇଁ ୫୦୦ ଟଙ୍କା ପାଆନ୍ତି । ଏହି ଭାଟି ଋତୁରେ ଅକ୍ଟୋବର ୨୦୧୯ ରେ ତାଙ୍କ ଗ୍ରାମର ଠିକାଦାରଙ୍କ ଠାରୁ ଋଣ ୩୦,୦୦୦ ଟଙ୍କା ଶୁଝିବା ପର୍ଯ୍ୟନ୍ତ କାମ କରିବାକୁ ପଡିଥିଲା । ଝିଅ ବିବାହ ପାଇଁ ଠିକାଦାରଙ୍କ ଠାରୁ ବିନା ସୁଧରେ ଋଣ କରିଥିବା ୭୫,୦୦୦ ଟଙ୍କା ଶୁଝିବା ପାଇଁ ନଭେମ୍ବର ୨୦୨୦ ରେ ଭାଟି କାମ ଆରମ୍ଭ ହେଲେ, ଶ୍ରମ କରି ଶୁଝିବା ଆଶା କରୁଛନ୍ତି ।

ଭାଟିରେ ତୀରା, ଅନୀତା ଏବଂ ସେମାନଙ୍କର ପୁଅମାନେ ସାପ୍ତାହିକ ଭତ୍ତା ୧୦୦୦ ଟଙ୍କା ପାଆନ୍ତି । ତୀରା କହନ୍ତି, "ସେଥିରୁ ଆମେ ଚାଉଳ, ତେଲ, ଲୁଣ, ଏବଂ ପରିବା କିଣୁ, ଯଦି ଅଧିକ ଅର୍ଥ ଦରକାର ପଡ଼େ ଆମେ ଠିକାଦାରଙ୍କୁ କହୁ ଏବଂ ସେ ତାହା ଆମକୁ ଦିଅନ୍ତି । "ଭାଟିରେ ମାସକ ମଧ୍ୟରେ ତିଆରି ହୋଇଥିବା ମୋଟ ଇଟାକୁ ହିସାବକୁ ନେଇ ମଜୁରୀ ପ୍ରଥା ଅନୁସାରେ ମୋଟ ପ୍ରାପ୍ୟରୁ ଏହି ସାପ୍ତାହିକ ଭତ୍ତା ଏବଂ ନେଇଥିବା ଛୋଟ ବଡ ଋଣ ଟଙ୍କା କଟାଯାଇ ବଳକା ଟଙ୍କା ଦିଆଯାଏ ।

ଗତ ବର୍ଷ ଯେତେବେଳେ ସେମାନେ ଜୁନ ୨୦୧୯ ପ୍ରାରମ୍ଭରେ ଫେରିଲେ, ସେମାନଙ୍କ ହାତରେ ୫୦,୦୦୦ ଟଙ୍କା ନେଇ ଫେରିଥିଲେ, ଯାହା ସେମାନେ କେତେ ମାସ ପରେ ଦେଖିଲେ । କିନ୍ତୁ ଏଥର ତାଲାବନ୍ଦ ଯୋଗୁଁ ଭୂୟାଁ ପରିବାରଙ୍କ ଇଟା କାମ କମିଯାଇଥିଲା ଏବଂ ମାର୍ଚ୍ଚ ସୁଦ୍ଧା ସେମାନେ ଠିକାଦାରଙ୍କ ଠାରୁ ମାତ୍ର ୨୦୦୦ ଟଙ୍କା ପାଇଥିଲେ |

ସେହି ଦିନ ଠାରୁ ଭୂୟା ପରିବାର ସେମାନଙ୍କ ସମ୍ପ୍ରଦାୟର ଅନ୍ୟମାନଙ୍କ ପରି ଆୟର  ପନ୍ଥା ଖୋଜୁଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁସାରେ ପରିବାରର ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଜଣଙ୍କ ପିଛା ପ୍ରାୟ ପାଞ୍ଚ କେଜି ଚାଉଳ, ଏକ କିଲୋ ଡ଼ାଲି ଆକାରରେ ସାହାଯ୍ୟ ଏପ୍ରିଲ, ମେ ଏବଂ ଜୁନରେ ମିଳିଥିଲା । ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗ ଦ୍ୱାରା ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ସେମାନଙ୍କର ଅନ୍ତୋଦୟ ଅନ୍ନ ଯୋଜନା ରାସନ କାର୍ଡରେ (ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗରେ ‘‘ଗରିବଠାରୁ ଅତି ଗରିବ’’ ) ପରିବାର ପ୍ରତି ମାସରେ ୩୫ କିଲୋ ଶସ୍ୟ ରିହାତି ମୂଲ୍ୟରେ ପାଆନ୍ତି । ତୀରା କହନ୍ତି, "ମୋର ପରିବାର ପାଇଁ ଏହା ଏପରିକି ୧୦ ଦିନ ପାଇଁ ମଧ୍ୟ ଯଥେଷ୍ଟ ନୁହେଁ’’। ତାଙ୍କ ବ୍ୟତୀତ ଅନୀତା ସେମାନଙ୍କର ଦୁଇ ପୁଅ, ଗୋଟିଏ ଝିଅ ଏବଂ ବୋହୁ ଏବଂ ତିନି ନାତି ନାତୁଣୀ ପରିବାରରେ ଅନ୍ତର୍ଭୁକ୍ତ ।

ସେମାଙ୍କର ରାସନ ଶେଷ ହୋଇଯିବା ପରେ ସେମାନେ ମହୁଗାଁ ଏବଂ ପଡୋଶୀ ଏବଂ ଗ୍ରାମମାନଙ୍କରେ ଛୋଟ ଛୋଟ କାମ କରି ଏବଂ ଅର୍ଥ ଋଣ କରି ଚଳୁଛନ୍ତି |

Teera has borrowed money to cultivate rice and some maize on two acres
PHOTO • Ashwini Kumar Shukla

ଦୁଇ ଏକର ଜମିରେ ଚାଉଳ ଏବଂ କିଛି ମକା ଚାଷ କରିବା ପାଇଁ ତେରା ଋଣ ନେଇଛନ୍ତି

ଏ ବର୍ଷ ଖରିଫ ଚାଷ ପାଇଁ ତୀରା ଏବଂ ଅନୀତା ମୂଲ୍ୟାୟନ କରନ୍ତି ଯେ, ସେମାନେ ଚୁକ୍ତି ଭିତ୍ତିକ ଦୁଇ ଏକର ଚାଷ ଜମିରେ ଧାନ ଏବଂ ମକା ଚାଷ ପାଇଁ ବିହନ, ସାର ଏବଂ କୀଟନାଶକ ଔଷଧ ବାବଦରେ ୫୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରିଥିଲେ । ତୀରା କହନ୍ତି, "ମୋ ପାଖରେ କିଛି ଟଙ୍କା ନଥିଲା ମୋର ଜଣେ ସମ୍ପର୍କୀୟଙ୍କଠାରୁ ଟଙ୍କା ଋଣ ଆଣିଛି ଏବଂ ବର୍ତ୍ତମାନ ମୋ ମୁଣ୍ଡରେ ବହୁତ ଋଣ ବୋଝ ।"

ସେମାନେ ଯେଉଁ ଜମି ଚାଷ କରୁଛନ୍ତି, ତାହା ହେଉଛି ଅଶୋକ ଶୁକ୍ଳାଙ୍କର ଯେ କି ୧୦ ଏକର ଜମିର ମାଲିକ ଏବଂ ସେ ମଧ୍ୟ ବିଶେଷତଃ ସ୍ୱଳ୍ପ ବର୍ଷା ଯୋଗୁଁ ବହୁତ କ୍ଷତି ସହି ଆସୁଛନ୍ତି । ଅଶୋକ ମନେ ପକାନ୍ତି, "ଗତ ୧୮ ରୁ ୨୪ ମାସ ମଧ୍ୟରେ ଆମେ ( ଯଥେଷ୍ଟ ) ଶସ୍ୟ ଚାଷ କରୁଥିଲୁ ", "ବର୍ତ୍ତମାନ ଆମର କୋଠି ( ଭଣ୍ଡାର ଘର) ଛଅ ମାସ ହେଲା ଖାଲି ପଡିଛି । ମୁଁ ପ୍ରାୟ ୫୦ ବର୍ଷ ହେବ ଚାଷ କରିଛି, କିନ୍ତୁ ଗତ ୫ - ୬ ବର୍ଷ ମୋତେ ଅନୁଭବ କରାଇ ଦେଇଛି ଯେ କୃଷିରେ ଭବିଷ୍ୟତ ନାହିଁ - ସେଥିରେ କେବଳ କ୍ଷତି’’ ।

ଶୁକ୍ଳା କହନ୍ତି, ଗ୍ରାମର ଜମି ମାଲିକମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚ ଜାତିର ଅଟନ୍ତି । ଅନ୍ୟାନ୍ୟ ଚାକିରୀ ସନ୍ଧାନରେ ଅଧିକରୁ ଅଧିକ ବ୍ୟକ୍ତି ସହର ଏବଂ ନଗରକୁ ସ୍ଥାନାନ୍ତରିତ ହେଉଛନ୍ତି । ଅମଳ କମ୍‌ ହେତୁ କୃଷି ଶ୍ରମିକଙ୍କୁ ଦୈନିକ ୩୦୦ପାରିଶ୍ରମିକ ଦେଇ ଆଣିବା ପରିବର୍ତ୍ତେ ସେମାନେ ଜମିକୁ ବାତିୟା  ଚୁକ୍ତି ଭିତ୍ତିକ ଜମି ଦେବା ପାଇଁ ପସନ୍ଦ କରନ୍ତି । ଶୁକ୍ଲା କହନ୍ତି , "ବର୍ତ୍ତମାନ ଆପଣ କ୍ଵଚିତ ଦେଖିବେ ଯେ ସମ୍ପୂର୍ଣ୍ଣ ଗ୍ରାମରେ ସେମାନେ [ ଉଚ୍ଚ ଶ୍ରେଣୀର ଜମି ମାଲିକମାନେ ] ନିଜେ ଚାଷ କାମ କରୁଛନ୍ତି ।" ସେମାନେ ସମସ୍ତେ ତାଙ୍କ ଜମିକୁ ଭୂୟାଁ କିମ୍ବା ଅନ୍ୟ ଦଳିତଙ୍କୁ ଦେଉଛନ୍ତି। ୨୦୧୧ ଜନଗଣନା ହିସାବ ଅନୁସାରେ ମହୁଗାଁର ୨୧ ରୁ ୩୦ ପ୍ରତିଶତ ୨୬୯୮ ବାସିନ୍ଦା ଅନୁସୂଚିତ ଜାତି ଅଟନ୍ତି ।

ଏବର୍ଷ ଯଦିଓ ଭଲ ବର୍ଷା ହୋଇଛି, ତୀରା ତେଣୁ ଆଶା କରୁଛନ୍ତି ଯେ ଧାନ ମଧ୍ୟ ଖୁବ ଅମଳ ହେବ । ତାଙ୍କର ଆକଳନରେ ଭଲ ଅମଳ ଅର୍ଥ ଦୁଇ ଏକର ଜମିରୁ ୨୦ କୁଇଣ୍ଟାଲ ଧାନ ଆଦାୟ ହେବ । ଶସ୍ୟରୁ ଚଷୁ ଅଲଗା କରିଦେଲେ ଏବଂ ଅମଳରୁ  ଅଶୋକ ଶୁକ୍ଳାଙ୍କୁ ଭାଗ ଦେଲା ପରେ ତାଙ୍କ ପାଖରେ ୮୦୦ କିଲୋ ଚାଉଳ ରହିବ ଏବଂ ଏହା ତୀରାଙ୍କର ୧୦ ପ୍ରାଣୀ ବିଶିଷ୍ଟ ପରିବାରର ସମସ୍ତଙ୍କ ଭୋଜନରେ ମୁଖ୍ୟ ସ୍ଥାନ ପାଇବ ଯାହାଙ୍କର କି ଅନ୍ୟ ଖାଦ୍ୟ ଶସ୍ୟର ସୁବିଧା ନାହିଁ । ତୀରା କହନ୍ତି, "ମୁ ଭାବୁଛି ଏହି ଧାନକୁ ବଜାରରେ ବିକି ପାରନ୍ତି, ମାତ୍ର ଧାନ (ଶସ୍ୟ) ଏପରିକି ଛଅ ମାସ ପର୍ଯ୍ୟନ୍ତ ଯଥେଷ୍ଟ ହେବ ନାହିଁ |"

ତୀରା କହନ୍ତି, ସେ ଅନ୍ୟମାନଙ୍କ ଅପେକ୍ଷା ଭଲ ଚାଷ କାମ ଜାଣନ୍ତି ଏବଂ ଚୁକ୍ତିଭିତ୍ତିକ ଜମି ଦେବା ପାଇଁ ଚାହୁଁଥିବା ଅଧିକ ଜମି ମାଲିକଙ୍କଠାରୁ ଜମି ଆଣି ବଡ ଟ୍ରାକ୍ଟରରେ ବିଭିନ୍ନ ପ୍ରକାରର ଫସଲ ଚାଷ କରିବାକୁ ଆଶା କରନ୍ତି ।

ବର୍ତ୍ତମାନ ପାଇଁ ସେ ଓ ଅନୀତା ଆଶା କରୁଛନ୍ତି ଯେ କିଛି ସପ୍ତାହ ପରେ ଅମଳ ଅଧିକ ହେବ ।

ଅନୁବାଦ: ଓଡ଼ିଶାଲାଇଭ୍‍

Ujwala P.

Ujwala P. is a freelance journalist based in Bengaluru, and a graduate of the Indian Institute of Mass Communication (2018-2019), New Delhi.

यांचे इतर लिखाण Ujwala P.
Ashwini Kumar Shukla

अश्विनी कुमार शुक्ला झारखंड स्थित मुक्त पत्रकार असून नवी दिल्लीच्या इंडियन इन्स्टिट्यूट ऑफ मास कम्युनिकेशन इथून त्यांनी पदवी घेतली आहे. ते २०२३ सालासाठीचे पारी-एमएमएफ फेलो आहेत.

यांचे इतर लिखाण Ashwini Kumar Shukla
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE