ସବୁଦିନ ସକାଳେ ଆକିଫ୍‌ ଏସ.କେ ହେଷ୍ଟିଙ୍ଗସ୍‌ର ଏକ ପୋଲ ତଳେ ଥିବା ନିଜର ଅସ୍ଥାୟୀ ଝୁପଡ଼ି (କୁଡ଼ିଆ ଘର) ରୁ ବାହାରନ୍ତି ଏବଂ କୋଲକାତାର ଲୋକପ୍ରିୟ ପର୍ଯ୍ୟଟକ ଆକର୍ଷଣ ଭିକ୍ଟୋରିୟା ମେମୋରିଆଲ୍‌କୁ ଯାଆନ୍ତି । ରାସ୍ତାରେ ସେ ନିଜର ରାନୀ ଓ ବିଜଲିଙ୍କୁ ସାଙ୍ଗରେ ନିଅନ୍ତି

ଦୁଇଟି ଧଳା ଘୋଡ଼ାଙ୍କର ସେ ନାମକରଣ କରିଛନ୍ତି ଏବଂ ଏ ଦୁଇଟି ତାଙ୍କୁ ଋତୁକାଳୀନ ଜୀବିକା ସାଧନ ଦେଇଥା’ନ୍ତି। ‘‘ ଆମୀ ଗାଡ଼ି ଚାଲାଇ (ମୁଁ ଗାଡ଼ି ଚଳାଏ),’’ ଆକିଫ୍‌ କୁହନ୍ତି। ସେ ନିଜ ଘୋଡ଼ାମାନଙ୍କୁ ହେଷ୍ଟିଙ୍ଗସ୍‌ ପାଖରେ ରଖନ୍ତି, ସକାଳ ପ୍ରାୟ ୧୦ଟା ବେଳେ ସେମାନଙ୍କୁ ଉଠାନ୍ତି ଏବଂ ଭିକ୍ଟୋରିଆ ନେଇ ଯାଆନ୍ତି । ଧଳା ମାର୍ବଲରେ ନିର୍ମିତ ସ୍ମାରକୀ ଅଟ୍ଟାଳିକା ଏବଂ ପାଖରେ ଥିବା ଖୋଲା ପଡ଼ିଆକୁ ନେଇ ଅଞ୍ଚଳକୁ ସ୍ଥାନୀୟ ଲୋକମାନେ ଭିକ୍ଟୋରିଆ ବୋଲି କୁହନ୍ତି। ବ୍ରିଟିଶ୍‌ ସାମ୍ରାଜ୍ଞୀ ମହାରାଣୀ ଭିକ୍ଟୋରିଆଙ୍କ ସ୍ମୃତିରେ ଏହି ସ୍ମାରକୀକୁ ୧୯୨୧ରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା।

ଭିକ୍ଟୋରିଆ ମେମୋରିଆଲ୍‌ ନିକଟରେ ଥିବା କୁଇନ୍ସ ୱେ ନାମରେ ପରିଚିତ ରାସ୍ତା ପାର୍ଶ୍ୱରେ ଆକିଫ୍‌ଙ୍କ ଗାଡ଼ି ଛିଡ଼ା ହୋଇଥାଏ ଏବଂ ଏହାକୁ ସେ ଭଡ଼ାରେ ନେଇଥା’ନ୍ତି। ଧାଡ଼ି ହୋଇ ଛିଡ଼ା ହୋଇଥିବା ୧୦ଟି ଗାଡ଼ି ମଧ୍ୟରେ ନିଜ ଗାଡ଼ି ଆଡ଼କୁ ଇସାରା କରି ସେ କୁହନ୍ତି, ‘‘ମୋ ଗାଡ଼ି ସୁନେଲି ରଙ୍ଗର।’’ ତେବେ ଏହା ଭିନ୍ନ କଥା ଯେ ଏଠାକାର ଅଧିକାଂଶ ଗାଡ଼ିରେ ଗୋଟିଏ ପ୍ରକାର ରଙ୍ଗ, ବିସ୍ତୃତ ଫୁଲ ପ୍ୟାଟର୍ଣ୍ଣ ଏବଂ ପକ୍ଷୀଙ୍କ ରୂପାଙ୍କନ ରହିଥାଏ। ଏସବୁ ଗାଡ଼ି ରାଜକୀୟ ରଥ ଭଳି ପ୍ରତୀୟମାନ ହୁଏ। କିନ୍ତୁ ଆକିଫ୍‌ଙ୍କ ଚମକୁଥିବା ଗାଡ଼ି ଭିନ୍ନ ଦେଖାଯାଏ - ଯେଉଁମାନେ ବ୍ରିଟିଶ୍‌ ରାଜ୍‌ ସମୟର ଜୀବନ ଅନୁଭୂତି ପାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସେ ପ୍ରତିଦିନ ଏହି ଗାଡ଼ିକୁ ଚମକାଇବା ପାଇଁ ପ୍ରାୟ ଦୁଇ ଘଣ୍ଟା ବିତାଇଥା’ନ୍ତି।

ରାସ୍ତାର ଅପରପାର୍ଶ୍ୱରେ ଭିକ୍ଟୋରିଆ ମେମୋରିଆଲ୍‌ ଗେଟ୍‌ ପାଖରେ ଅଳ୍ପ କିଛି ଲୋକଙ୍କ ଭିଡ଼ ଜମି ସାରିଛି । ‘‘ପୂର୍ବରୁ ଏଠାରେ ରାଜାମାନେ ରହୁଥିଲେ ଏବଂ ଗାଡ଼ିରେ ବୁଲୁଥିଲେ। ଏବେ ଭିକ୍ଟୋରିଆକୁ ଆସୁଥିବା ପର୍ଯ୍ୟଟକମାନେ ସେଭଳି ମଜା ନେବାକୁ ଚାହାଁନ୍ତି,’’ ୨୦୧୭ରୁ ଘୋଡ଼ା ଗାଡ଼ି ଚଳାଇବା ଆରମ୍ଭ କରିଥିବା ଆକିଫ୍‌ କୁହନ୍ତି। ସେ ଆହୁରି କୁହନ୍ତି, ‘‘ଯେପର୍ଯ୍ୟନ୍ତ ଭିକ୍ଟୋରିଆ (ମେମୋରିଆଲ) ଅଛି, ସେ ପର୍ଯ୍ୟନ୍ତ ଏଠାରେ ଘୋଡ଼ା ଗାଡ଼ି ରହିବେ।’’ ତାଙ୍କ ଭଳି ଗାଡ଼ି ଚାଳକଙ୍କ ପାଇଁ କାମ ମଧ୍ୟ ରହିଥିବ। ଏହି ଅଞ୍ଚଳରେ ବର୍ତ୍ତମାନ ପ୍ରାୟ ୫୦ଟି ଗାଡ଼ି ଚାଲୁଛି ।

ଶୀତ ଋତୁ ଆସିଯାଇଛି ଏବଂ ବାହାରେ ଦିନ ବିତାଇବା ପାଇଁ କୋଲକାତା ପ୍ରସ୍ତୁତ ହେଉଥିବା ବେଳେ ଆକିଫ୍‌ ବ୍ୟସ୍ତ ହୋଇପଡ଼ନ୍ତି, ବିଶେଷ କରି ସନ୍ଧ୍ୟା ସମୟରେ। ସେ କୁହନ୍ତି, ଏହି ଋତୁ ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ରହିଥାଏ ଏହାପରେ ବହୁତ ଗରମ ପଡ଼େ ଏବଂ ଅଳ୍ପ ଲୋକ ବୁଲିବାକୁ ଆସନ୍ତି ।

Left: Akif’s helper for the day, Sahil, feeding the horses.
PHOTO • Ritayan Mukherjee
Right: Rani and Bijli have been named by Akif and pull his carriage
PHOTO • Sarbajaya Bhattacharya

ବାମ: ଦିନ ପାଇଁ ଆକିଫ୍‌ଙ୍କ ସହାୟକ ସାହିଲ ଘୋଡ଼ାମାନଙ୍କୁ ଖାଇବାକୁ ଦେଉଛନ୍ତି। ଡାହାଣ: ଆକିଫ୍‌ ତାଙ୍କ ଗାଡ଼ି ଟାଣୁଥିବା ଘୋଡ଼ାଙ୍କ ନାମ ରାନୀ ଓ ବିଜଲି ଦେଇଛନ୍ତି

ଆମେ ମେମୋରିଆଲ ସାମ୍ନା ଫୁଟପାଥରେ ପଡ଼ିଥିବା ଅନେକ ଜଳଖିଆ ଓ ଚା’ ଦୋକାନ ପାଖରେ ବସିଛୁ, ଯେଉଁଠି ଗାଡ଼ି ଚାଳକମାନେ ହାଲୁକା ଜଳଖିଆ ଖାଇପାରିବେ।

ରାନୀ ଓ ବିଜଲି ଆମ ପାଖରୁ କିଛି ଦୂରରେ ଛିଡ଼ା ହୋଇଛନ୍ତି ଏବଂ ସେମାନେ ସକାଳ ଜଳଖିଆରେ ଗମ-ଏର ଭୁଶି (ଗହମ କୁଣ୍ଡା), ବିଚାଲି, ଦାନା (ଶସ୍ୟ) ଏବଂ ଘାଶ୍‌ (ଘାସ) ଖାଇବା ସମୟରେ ମଝିରେ ମଝିରେ ନିଜ ମୁଣ୍ଡ ହଲାଉଛନ୍ତି। ସେମାନଙ୍କ ପେଟ ପୂରିଗଲେ ଏବଂ ଆଧୁନିକ ଯୁଗର ରଥ ପ୍ରସ୍ତୁତ ହୋଇଗଲେ ସେମାନେ ଶୀଘ୍ର କାମକୁ ଫେରିବେ। ଘୋଡ଼ାମାନଙ୍କୁ ଖାଇବାକୁ ଦେବା ଏବଂ ସଫା କରିବା ଗାଡ଼ି ଚାଳକଙ୍କ ଜୀବିକା ପାଇଁ ଜରୁରି। ‘‘ଗୋଟିଏ ଘୋଡ଼ାର ଯତ୍ନ ନେବା ପାଇଁ ଦିନକୁ ୫୦୦ ଟଙ୍କ ଖର୍ଚ୍ଚ ପଡ଼ିଥାଏ,’’ ଆକିଫ୍‌ କୁହନ୍ତି। ଶସ୍ୟ ଓ ଘାସ ବ୍ୟତୀତ ସେମାନଙ୍କୁ ବିଚାଲି (ଧାନ ନଡ଼ା) ମଧ୍ୟ ଖାଇବାକୁ ଦିଆଯାଏ ଏବଂ ଏହାକୁ ସେ ଖିଦିରପୁର ନିକଟ ୱାଟ୍ ଗଞ୍ଜରୁ ଆଣନ୍ତି।

ତାଙ୍କ ବଡ଼ ଭଉଣୀ ଅପରାହ୍ଣରେ ତାଙ୍କ ପାଇଁ ଖାଇବା ରାନ୍ଧି, ପ୍ୟାକିଂ କରି ଆଣିଥାନ୍ତି।

ଆମେ ଯେତେବେଳେ ସକାଳେ ଆକିଫ୍‌ଙ୍କୁ ଭେଟିଲୁ ଭିଡ଼ ଆରମ୍ଭ ହୋଇନଥିଲା। ବେଳେବେଳେ ପର୍ଯ୍ୟଟକଙ୍କ ଦଳ ଗାଡ଼ି ପାଖକୁ ଚାଲି ଆସନ୍ତି ଏବଂ ଡ୍ରାଇଭରମାନେ ତୁରନ୍ତ ଦିନର ପ୍ରଥମ ସବାରୀ ପାଇବା ଆଶାରେ ସେମାନଙ୍କୁ ଘେରି ଯାଆନ୍ତି ।

Left: Akif waiting for his coffee in front of one of many such stalls that line the footpath opposite Victoria Memorial.
PHOTO • Sarbajaya Bhattacharya
Right: A carriage waits
PHOTO • Sarbajaya Bhattacharya

ବାମ : ଭିକ୍ଟୋରିଆ ମେମୋରିଆଲ ବିପରୀତ ପାର୍ଶ୍ୱରେ ଥିବା ଫୁଟପାଥ୍‌ ଉପରେ ଧାଡ଼ି ଧାଡ଼ି ହୋଇଥିବା ଏକାଧିକ ଦୋକାନ ମଧ୍ୟରୁ ଗୋଟିଏରେ ନିଜ କଫି ପାଇଁ ଆକିଫ୍‌ ଅପେକ୍ଷା କରିଛନ୍ତି

ରାତି ୯ଟା ପର୍ଯ୍ୟନ୍ତ କାମ କରୁଥିବା ଆକିଫ୍‌ କୁହନ୍ତି, ‘‘ଦିନ ଭଲ ଥିଲେ, ମୁଁ ତିନିରୁ ଚାରିଟି ସବାରୀ ପାଇଥାଏ।’’ ଗୋଟିଏ ସବାରୀ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥାଏ ଯାହା ଭିକ୍ଟୋରିଆ ମେମୋରିଆଲ ଗେଟ୍‌ ପାଖରୁ ଆରମ୍ଭ ହୋଇ ଫୋର୍ଟ ୱିଲିୟମର ଦକ୍ଷିଣ ଗେଟରେ ମୋଡ଼ ନେବା ପୂର୍ବରୁ ରେସ୍‌କୋର୍ସ ଅତିକ୍ରମ କରିଥାଏ। ପ୍ରତ୍ୟେକ ସବାରୀ ପାଇଁ ଚାଳକମାନେ ୫୦୦ଟଙ୍କା ନେଇଥା’ନ୍ତି।

‘‘ପ୍ରତି ୧୦୦ (ଟଙ୍କା)ରେ ମୋତେ ୨୫ ଟଙ୍କା ମିଳିଥାଏ,’’ ଆକିଫ୍‌ କୁହନ୍ତି। ବାକି ମାଲିକ ନିଅନ୍ତି। ଦିନ ଭଲ ଥିଲେ ଗାଡ଼ିରୁ ପାଖାପାଖି ୨,୦୦୦ରୁ ୩,୦୦୦ ଟଙ୍କା ଆୟ ହୁଏ।

କିନ୍ତୁ ଏଥିରୁ ରୋଜଗାର କରିବାର ଆଉ ଏକ ମାର୍ଗ ରହିଛି । ‘‘ବାହାଘର ପାର୍ଟୀ ପାଇଁ ଗାଡ଼ି ଭଡ଼ାରେ ନିଆଗଲେ ଲାଭ ମିଳିଥାଏ,’’ ସେ କୁହନ୍ତି । ଆୟୋଜନ ସ୍ଥଳୀ ଯେତେ ଦୂର ହୋଇଥାଏ ସେହି ଅନୁଯାୟୀ ବରଙ୍କ ପାଇଁ ଗାଡ଼ିର ଭଡ଼ା ନିର୍ଦ୍ଧାରିତ ହୋଇଥାଏ। ସହର ଭିତରେ ୫,୦୦୦-୬,୦୦୦ ଟଙ୍କା ନିଆଯାଏ।

‘‘ଆମ କାମ ହେଉଛି ବରଙ୍କୁ ବାହାଘର ସ୍ଥଳକୁ ନେବା। ସେ ପହଞ୍ଚିବା ପରେ, ଆମେ ଘୋଡ଼ା ଓ ଗାଡ଼ି ସହ ଫେରି ଆସୁ,’’ ଆକିଫ କୁହନ୍ତି। ବେଳେବେଳେ ସେମାନଙ୍କୁ କୋଲକାତା ବାହାରକୁ ଯିବାକୁ ପଡ଼େ। ତେଣୁ ଆକିଫ୍‌ ନିଜ ଘୋଡ଼ା ଗାଡ଼ି ନେଇ ମିଦିନିପୁର ଏବଂ ଖଡ଼ଗପୁର ମଧ୍ୟ ଯାଇଛନ୍ତି । ସେ କୁହନ୍ତି, ‘‘ମୁଁ ରାଜପଥରେ ନିଜ ଗାଡ଼ିକୁ ଲଗାତାର ଦୁଇ-ତିନି ଘଣ୍ଟା ପର୍ଯ୍ୟନ୍ତ ଚଳାଇଛି ଏବଂ ଆବଶ୍ୟକ ପଡ଼ିଲେ ବିଶ୍ରାମ ମଧ୍ୟ ନେଇଛି।’’ ରାତିରେ ସେ ରାଜପଥ ପାର୍ଶ୍ୱରେ ରୁହନ୍ତି, ଘୋଡ଼ାମାନଙ୍କୁ ଖୋଲନ୍ତି ଏବଂ ଗାଡ଼ିରେ ଶୋଇ ପଡ଼ନ୍ତି।

ଆକିଫ୍‌ କୁହନ୍ତି, ‘‘ଫିଲ୍ମ ସୁଟିଂ ପାଇଁ ମଧ୍ୟ ଗାଡ଼ି ଭଡ଼ାରେ ନିଆଯାଏ।’’ କିଛି ବର୍ଷ ପୂର୍ବରୁ ସେ ପ୍ରାୟ ୧୬୦ କିଲୋମିଟର ଦୂର ଯାତ୍ରା କରି ବୋଲପୁର ସହରକୁ ଯାଇଥିଲେ। କିନ୍ତୁ ବାହାଘର ଓ ସୁଟିଂ ନିୟମିତ ରୋଜଗାର ଉତ୍ସ ନୁହେଁ ଏବଂ ଏଠାରେ କାମ ଅଭାବ ଥିଲେ ସେ ଅନ୍ୟ କାମ ଖୋଜିବାକୁ ବାଧ୍ୟ ହୋଇଥା’ନ୍ତି।

Left: 'It costs 500 rupees a day to take care of one horse,' Akif says.
PHOTO • Ritayan Mukherjee
PHOTO • Ritayan Mukherjee

ବାମ : ‘ଗୋଟିଏ ଘୋଡ଼ାର ଯତ୍ନ ନେବା ପାଇଁ ଦିନକୁ ୫୦୦ ଟଙ୍କା ଆବଶ୍ୟକ,’ ଆକିଫ୍‌ କୁହନ୍ତି। ଡାହାଣ : ଘୋଡ଼ାଙ୍କୁ ଖାଇବାକୁ ଦେବା ଓ ଯତ୍ନ ନେବା ତାଙ୍କ ଜୀବିକା ପାଇଁ ଗୁରୁତ୍ୱପୂର୍ଣ୍ଣ

Right: Feeding and caring for the horses is key to his livelihood. Akif cleans and polishes the carriage after he arrives.  He charges Rs. 500 for a single ride
PHOTO • Sarbajaya Bhattacharya

ଆକିଫ୍‌ ପହଞ୍ଚିବା ପରେ ଘୋଡ଼ା ଗାଡ଼ିକୁ ସଫା ଓ ପଲିସ୍‌ କରନ୍ତି। ସେ ଗୋଟିଏ ସବାରୀ ପାଇଁ ୫୦୦ ଟଙ୍କା ନିଅନ୍ତି

ଅକ୍ଟୋବର ୨୦୨୩ ଠାରୁ ଆକିଫ୍‌ ଏ ଦୁଇଟି ଘୋଡ଼ାଙ୍କୁ ନେଇ କାମ କରି ଆସୁଛନ୍ତି। ‘‘ମୁଁ ଏ ଲାଇନରେ କାମ ଆରମ୍ଭ କରିବା ସମୟରେ, ମୋ ଭଉଣୀ (ବିବାହିତ)ଙ୍କ ପରିବାରରୁ ଘୋଡ଼ା ଆଣି ସାମୟିକ ଭାବେ କାମ କରୁଥିଲି,’’ ୨୨ ବର୍ଷ ବୟସ୍କ ଆକିଫ୍‌ କୁହନ୍ତି। କିଛି ସମୟ ପାଇଁ ଆକିଫ ଅନ୍ୟ କାହା ଅଧୀନରେ କାମ କରୁଥିଲେ, ଆଉ ଏବେ ନିଜ ଭଉଣୀ ପରିବାରର ମାଲିକାନାରେ ଥିବା ଗାଡ଼ିକୁ ନେଇ କାମ କରୁଛନ୍ତି।

ଆକିଫ୍‌ଙ୍କ ସମେତ ଏଠାକାର ଅନେକ କର୍ମଜୀବୀଙ୍କ ପାଇଁ ଗାଡ଼ି ଚଳାଇବା କିମ୍ବା ଘୋଡ଼ାଙ୍କ ଯତ୍ନ ନେବା ପୂର୍ଣ୍ଣକାଳୀନ ବେଉସା ନୁହେଁ।

‘‘ମୁଁ ଘର ରଙ୍ଗ କାମ ମଧ୍ୟ ଶିଖିଛି ଓ ବଡ଼ ବଜାରରେ ଥିବା ନିଜ ସାଙ୍ଗର କପଡ଼ା ଦୋକାନରେ ମଧ୍ୟ କାମ କରିଥାଏ,’’ ଆକିଫ୍‌ କୁହନ୍ତି। ସେ ଆହୁରି କୁହନ୍ତି, ‘‘ମୋ ବାପା ଜଣେ ରଙ୍ଗ-ମିସ୍ତ୍ରୀ (ଘର ଓ କୋଠା ରଙ୍ଗ କରୁଥିବା ଶ୍ରମିକ) ଥିଲେ। ମୋ ଜନ୍ମ ପୂର୍ବରୁ ସେ ୧୯୯୮ରେ କୋଲକାତା ଆସିଥିଲେ।’’ ଅନ୍ୟପଟେ ସେମାନେ ରହୁଥିବା ବାରାସାତ୍‌ରେ ତାଙ୍କ ବାପା ଜଣେ ପରିବା ବ୍ୟବସାୟୀ ଥିଲେ। ଆକିଫ୍‌ଙ୍କ ଖୁଡ଼ି ବଡ଼ ସହରରେ ରହୁଥିଲେ । ତେଣୁ ବାହାଘର ପରେ ଉନ୍ନତ ଜୀବନଯାପନ ପାଇଁ ତାଙ୍କ ମା’ବାପା ସେଠାକୁ ଚାଲି ଆସିଥିଲେ। ଆକିଫ୍‌ କୁହନ୍ତି, ‘‘ମୋ ଖୁଡ଼ିଙ୍କର କେହି ପିଲା ନଥିଲେ ସେଥିପାଇଁ ସେ ହିଁ ମୋତେ ପାଳିଥିଲେ।’’ ତାଙ୍କ ପିତା ଆଲାଉଦ୍ଦିନ ଶେଖ୍‌ ଓ ମା’ ସାଇଦା ଉତ୍ତର ୨୪ ପ୍ରଗଣାର ବାରାସାତରେ ନିଜ ପୈତୃକ ଘରକୁ ଫେରି ଯାଇଥିଲେ ଯେଉଁଠି ଆଲାଉଦ୍ଦୀନ କସ୍ମେଟିକ୍‌ ସାମଗ୍ରୀ ବିକ୍ରି ହେଉଥିବା ଏକ ଛୋଟ ଦୋକାନ ଚଳାଇଥା’ନ୍ତି।

ଆକିଫ୍‌ ଏବେ ଏକାକୀ ରହୁଛନ୍ତି; ତାଙ୍କ ସାନ ଭାଇ ସେମାନଙ୍କ ଭଉଣୀ ସହ ରୁହନ୍ତି ଏବଂ ବେଳେବେଳେ ଭଉଣୀ ଶ୍ୱଶୁର ଘର ଲୋକଙ୍କ ମାଲିକାନାରେ ଚାଲୁଥିବା ଗାଡ଼ି ଚଳାଇଥା’ନ୍ତି।

'In the old days, kings used to live here and they would ride around on carriages. Now visitors to Victoria come out and want to get a feel of that,' Akif says
PHOTO • Ritayan Mukherjee
'In the old days, kings used to live here and they would ride around on carriages. Now visitors to Victoria come out and want to get a feel of that,' Akif says
PHOTO • Ritayan Mukherjee

ପୂର୍ବ କାଳରେ, ରାଜମାନେ ଏଠାରେ ରହୁଥିଲେ ଏବଂ ସେମାନେ ଗାଡ଼ିରେ ଘୂରି ବୁଲୁଥିଲେ। ଏବେ ଭିକ୍ଟୋରିଆକୁ ଆସୁଥିବା ପର୍ଯ୍ୟଟକମାନେ ସେହି ଅନୁଭବ ପାଇବାକୁ ଚାହୁଁଛନ୍ତି,’ ଆକିଫ୍‌ କୁହନ୍ତି

ଗାଡ଼ି ଚାଳକଙ୍କ ପାଇଁ କାମ ଅଭାବ ଏକମାତ୍ର ସମସ୍ୟା ନୁହେଁ।  ସେମାନଙ୍କୁ ଆଇନ ପାଳନ ବାବଦରେ ଶୁଳ୍କ ଦେବାକୁ ପଡ଼ିଥାଏ : ‘‘ମୋତେ ଦୈନିକ ୫୦ ଟଙ୍କା ଶୁଳ୍କ ଦେବାକୁ ହୁଏ,’’ ଆକିଫ୍‌ କୁହନ୍ତି। ଘୋଡ଼ା ଗାଡ଼ିକୁ ନିଷିଦ୍ଧ କରିବା ଲାଗି ପିପୁଲ୍‌ ଫର୍‌ ଦ ଏଥିକାଲ ଟ୍ରିଟମେଣ୍ଟ ଅଫ୍‌ ଏନିମଲ୍ ପକ୍ଷରୁ ଦାୟର କରାଯାଇଥିବା ପିଟିସନ୍‌ ବିଷୟରେ ଶୁଣିଛନ୍ତି କି ବୋଲି ଆମେ ଯେତେବେଳେ ତାଙ୍କୁ ପଚାରିଲୁ, ଏହାର ଉତ୍ତରରେ ସେ କୁହନ୍ତି, ‘‘ସବୁ ମାସରେ କେହି ନା କେହି ବ୍ୟକ୍ତି ଆସନ୍ତି ଏବଂ ଆମକୁ ଘୋଡ଼ା ବ୍ୟବହାର ସମ୍ପର୍କରେ ବିଭିନ୍ନ କଥା କୁହନ୍ତି। ‘ଆପଣ କାହିଁକି ଏସବୁ ଘୋଡ଼ା କିଣି ନେଇ ଆମକୁ ଟଙ୍କା ଦେଇ ଦେଉନାହାନ୍ତି?’ ଆମେ ସେମାନଙ୍କୁ ପଚାରୁ। ଏସବୁ ଘୋଡ଼ା ଆମର ଜୀବିକା।’’ ଘୋଡ଼ା ଗାଡ଼ି ସ୍ଥାନରେ ବିଦ୍ୟୁତଚାଳିତ ଗାଡ଼ି ବ୍ୟବହାର କରିବା ଲାଗି ପେଟା ପିଟିସନରେ ଆବେଦନ କରାଯାଇଛି । ‘‘ଘୋଡ଼ା ନଥିଲେ, ଆମେ ଏହାକୁ ଘୋଡ଼ାର୍‌ ଗାଡ଼ି (ଘୋଡ଼ା ଟଣା ଗାଡ଼ି) ବୋଲି କେମିତି କହିବୁ?’’ ଏହି ଯୁବଚାଳକ ସ୍ମିତ ହସି ପ୍ରଶ୍ନ କରିଥା’ନ୍ତି ।

‘‘ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଘୋଡ଼ାର ଯତ୍ନ ନିଅନ୍ତି ନାହିଁ,’’ ଆକିଫ୍‌ ସ୍ୱୀକାର କରନ୍ତି। ‘‘କିନ୍ତୁ ମୁଁ ସେମାନଙ୍କ ଯତ୍ନ ନିଏ। ଆପଣ ସେମାନଙ୍କୁ ଦେଖି କହିପାରିବେ ଯେ ସେମାନଙ୍କର ଭଲ ଭାବେ ଯତ୍ନ ନିଆଯାଉଛି ବୋଲି!’’

ଅନୁବାଦ : ଓଡ଼ିଶାଲାଇଭ୍‍

Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Photographs : Ritayan Mukherjee

Ritayan Mukherjee is a Kolkata-based photographer and a PARI Senior Fellow. He is working on a long-term project that documents the lives of pastoral and nomadic communities in India.

Other stories by Ritayan Mukherjee
Photographs : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE