ନଭେମ୍ବର ୨୮ ତାରିଖରେ ବିଜୱାସନରେ ଆୟୋଜକମାନେ ପ୍ରତିଷ୍ଠା  କରିଥିବା କ୍ୟାମ୍ପରେ ଅନେକ ରାଜ୍ୟର ଚାଷୀମାନେ ଏକତ୍ରିତ ହେବା ଆରମ୍ଭ କଲେ । ଏହା ସହରରେ ପ୍ରତିଷ୍ଠା ହୋଇଥିବା ଅନେକଗୁଡ଼ିଏ କ୍ୟାମ୍ପ ମଧ୍ୟରୁ ଅନ୍ୟତମ ଥିଲା । ନଭେମ୍ବର ୨୯ ତାରିଖରେ ହଜାର ହଜାର ଚାଷୀ ଏକତ୍ରିତ ହେଲେ ଏବଂ ସେମାନେ ରାମଲୀଳା ମୈଦାନ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କଲେ। ଉଭୟ ଦିନର ଫଟୋ:

PHOTO • Sanket Jain

ଗ୍ରୁପର ମୁଖ୍ୟ ଚାଷୀମାନଙ୍କୁ ଯାତ୍ରା କରିବା ସମୟରେ ଗ୍ରହଣ କରିବାକୁ ଥିବା ସାବଧାନତା ସଂପର୍କରେ ସୂଚନା ଦେଉଛନ୍ତି ଏବଂ ସେମାନଙ୍କୁ ଜରୁରୀକାଳୀନ ଫୋନ୍ ନମ୍ବର ଦେଉଛନ୍ତି

PHOTO • Sanket Jain

ନଗୌର ଜିଲ୍ଲା ଏବଂ ରାଜସ୍ଥାନର କିଛି ବ୍ଲକ୍‌ର ଚାଷୀମାନେ ଲବଣଯୁକ୍ତ ବୋରୱେଲ ପାଣି  କିପରି ସେମାନଙ୍କର ଚାଷ ଜମି ଏବଂ ଫସଲକୁ ନଷ୍ଟ କରିଦେଇଛି ତାହା କହୁଛନ୍ତି। ସେମାନେ କହିଲେ, “ଆମେ କେବଳ ବର୍ଷର ୪ ମାସ ବର୍ଷାଋତୁରେ ଚାଷ କରିପାରୁଛୁ। ଅବଶିଷ୍ଟ ସମୟରେ ଆମକୁ ଅନ୍ୟ ଗାଁରେ ଶ୍ରମିକ ଏବଂ କୃଷିଶ୍ରମିକ ଭାବେ କାମ କରିବାକୁ ପଡ଼େ।’’ ନଗୌର ତହସିଲର ଜୋଢିୟାସୀ ଗାଁର ଜଣେ ଚାଷୀ ୭୫ ବର୍ଷୀୟ ସୁରଧନ ସିଂହ  କହନ୍ତି, “ମୁଁ ବୁଢା ହୋଇଯାଇଥିବାରୁ କେହି ମୋତେ ଶ୍ରମିକ ଏବଂ କୃଷିଶ୍ରମିକ ଭାବେ କାମ ଦେବାକୁ ଚାହୁଁନାହାନ୍ତି । ବର୍ତ୍ତମାନ ମୁଁ କେବଳ କିଛି ପ୍ରଦର୍ଶନ କରିପାରିବି ଏବଂ ମୋର ଦୁଃଖ କହିପାରିବି।’’

PHOTO • Sanket Jain

ରାଜସ୍ଥାନର ନଗୌର ଜିଲ୍ଲାର ଚାଷୀମାନେ ଏକ ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରୁଛନ୍ତି

PHOTO • Sanket Jain

ଯାତ୍ରାରେ ଭାଗ ନେବାପାଇଁ ଅନେକ ପିଲା ସେମାନଙ୍କର ବାପା -ମା’ଙ୍କ ସହିତ ଆସିଛନ୍ତି

PHOTO • Sanket Jain

ଗ୍ରାମୀଣ ପଶ୍ଚିମବଙ୍ଗର ଚାଷୀମାନେ ରାମଲୀଳା ମୈଦାନ ଆଡ଼କୁ ଯାତ୍ରା କରୁଛନ୍ତି

PHOTO • Sanket Jain

ଦକ୍ଷିଣ ଚବିଶପ୍ରଗଣାର ଜୟନଗର-୨ ବ୍ଲକ୍‌ର ସୋନାଟିକ୍ରି ଗାଁର ରିଙ୍କୁ ହାଲଦାର(୨୨)ଙ୍କୁ ଜନ୍ମରୁ ପୋଲିଓ ହୋଇଥିଲା । ନିଜ ଚାଷୀ ପରିବାର ପାଇଁ ଲଢେଇ କରିବାକୁ ବଦ୍ଧପରିକର ଥିବା ରିଙ୍କୁ କହନ୍ତି, ‘‘ମୁଁ ଚାଷୀମାନଙ୍କୁ ସଂପୂର୍ଣ୍ଣ ଭାବେ ସମର୍ଥନ କରେ । ମୁଁ ଏତେ ବାଟ ଦିଲ୍ଲୀକୁ ଆସିଛି ଯେପରିକି ସରକାର ଆମର ପରିସ୍ଥିତି ପ୍ରତି ଦୃଷ୍ଟି ଦେବେ । କୀଟନାଶକ ଓ ବିଜୁଳିର ଦର ବୃଦ୍ଧି ହେଉଛି, କିନ୍ତୁ ଫସଲ ଅମଳ ଭଲ ହୋଇଥିଲେ ମଧ୍ୟ ଆମେ କିଛି ଲାଭ ପାଉନାହୁଁ । କୋଲକାତାରେ ତୁମେ ଉତ୍ପାଦ(ଧାନ)କୁ ଖୁବ୍ ଅଧିକ ଦାମ୍ ଦେଇ କିଣୁଛ, କିନ୍ତୁ ଗାଁରେ ଆମେମାନେ ତାର ଠିକ୍ ଦାମ୍ ପାଉନାହୁଁ ।’’

PHOTO • Sanket Jain

ଯାତ୍ରା ସମୟରେ ପଶ୍ଚିମବଙ୍ଗର ଜଣେ ଚାଷୀ ପାରମ୍ପରିକ ଗୀତ ଗାଉଛନ୍ତି

PHOTO • Sanket Jain

ହରିଆନାର ମେୱାତ ଜିଲ୍ଲାର ତାଓରୁ ବ୍ଲକ୍‌ର ଚାଷୀମାନେ ବିଜୁଳି ଯୋଗାଣ ନେଇ ଅଭିଯୋଗ କଲେ । ସେମାନଙ୍କ ଜମିରେ ଦିନକୁ ମାତ୍ର ଛଅ ଘଣ୍ଟା ରାତି ୧୧ଟାରୁ ସକାଳ ୫ଟା ଯାଏ ବିଜୁଳି ଯୋଗାଣ ହେଉଛି । ସେମାନେ ପଚାରିଲେ  “ଜଣେ ଚାଷୀ କିପରି ରାତି ୧୧ଟାରେ ଗଛରେ ପାଣି ମଡ଼ାଇବ?’’

PHOTO • Sanket Jain

ବିଜୱାସନ କ୍ୟାମ୍ପରୁ ୧୦ କିମି ଆସିବା ପରେ ଜଣେ ଚାଷୀ ରାସ୍ତାରେ ବିଶ୍ରାମ ନେଉଛନ୍ତି

PHOTO • Sanket Jain

ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଳାର ସିରୋଲ ତାଲୁକାର ଜାମଭାଲି ଗାଁର ଜଣେ ୭୨ ବର୍ଷୀୟ ଚାଷୀ ନାରାୟଣ ଭାଉ ଗାଏକ୍ୱାଡ୍ ତାଙ୍କର ବଂଶୀ ବଜାଉଛନ୍ତି

PHOTO • Sanket Jain

ରାମଲୀଳା ମୈଦାନରେ ମହାରାଷ୍ଟ୍ରର ପାଳଘର ଜିଲ୍ଲାର ଆଦିବାସୀ ଚାଷୀମାନଙ୍କର ଏକ ଦଳ ପାରମ୍ପରିକ ଗୀତ ପ୍ରଦର୍ଶନ କରୁଛନ୍ତି

PHOTO • Sanket Jain

ରାମଲୀଳା ମୈଦାନରେ ରାଜ୍ୟ ଅନୁସାରେ ଚାଷୀମାନେ ତମ୍ବୁ ପକାଇଛନ୍ତି

PHOTO • Sanket Jain

ପରେ ମୈଦାନରେ ସନ୍ଧ୍ୟାବେଳେ ପ୍ରଦର୍ଶନ ଦେଖୁଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE