ମୀରାମନ୍‌ଭାଇ ଚାୱଡା ୧୨ବର୍ଷ ବୟସରେ ପରିବାରର ମୁଖିଆ ହୋଇଗଲେ। ତାଙ୍କ ପିତାମାତାଙ୍କ ମୃତ୍ୟୁ ପରେ, ଜ୍ୟେଷ୍ଠ ପୁତ୍ର ଭାବେ, ତାଙ୍କ ଭାଇଭଉଣୀ- ଦୁଇ ଭାଇ ଓ ଦୁଇ ଭଉଣୀଙ୍କ ଲାଳନପାଳନ ଦାୟିତ୍ୱ ତାଙ୍କୁ ମୁଣ୍ଡେଇବାକୁ ପଡିଲା । ସେ ମାଟି ପାତ୍ର ତିଆରି କରି ଓ ସେଗୁଡିକୁ ସ୍ଥାନୀୟ ଗ୍ରାମଗୁଡ଼ିକରେ ବିକ୍ରି କରି ଓ ଦୂରବର୍ତ୍ତୀ ଗ୍ରାମଗୁଡିକରେ ବିକ୍ରି କରିବା ପାଇଁ ବ୍ୟବସାୟୀମାନଙ୍କୁ ବିକ୍ରି କରି ନିଜ ଦାୟିତ୍ୱ ତୁଲାଇଲେ । ୧୦ଖଣ୍ଡ ଆଖପାଖ ଗ୍ରାମରେ ସେ ଥିଲେ ଏକ ମାତ୍ର କୁମ୍ଭାର ।

ଅନେକ ଦଶନ୍ଧି ବିତିଗଲାଣି, ତଥାପି ଆଜି ମଧ୍ୟ ମୀରାମନ୍‌ ତାଙ୍କର ଘୂର୍ଣ୍ଣୟାମାନ ମଞ୍ଚ ପାଖରେ ବସି ସେହି ମୃତ ପ୍ରାୟ କଳା ପ୍ରୟୋଗ କରି ମାଟି ପାତ୍ର ଗଢନ୍ତି ଯେଉଁଥିରୁ ତାଙ୍କର ୧୦୦ଟଙ୍କା ଆୟ ହେବ । ସେ ଦିନରେ ଚାରି ଘଣ୍ଟା କାମ କରନ୍ତି ଓ ତାଙ୍କର ଆୟ ପ୍ରସ୍ତୁତ ହୋଇଥିବା ଉତ୍ପାଦର ବିକ୍ରି ଉପରେ ନିର୍ଭର କରିଥାଏ । ଦିନ ଭଲ ଥିଲେ, ସେ ଚାରି-ପାଞ୍ଚ ପାତ୍ର ବିକ୍ରି କରି ପ୍ରାୟ ୪୫୦ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରନ୍ତି । କିନ୍ତୁ ଏଭଳି ଦିନ ଅତି ନଗଣ୍ୟ ଅଟେ ।

“ଲୋକମାନେ ପାତ୍ର ବଦଳରେ ମୋତେ ଶସ୍ୟ, ଡାଲି, କପଡ଼ା ଓ ଜୋତା ଆଦି ଦେଉଥିଲେ । ଜୀବନ ଭାରି ଭଲ ଥିଲା,” ବୋଲି ସେ ଅନେକ ପୁରୁଣା ଦିନର କଥା ମନେପକାଇ କୁହନ୍ତି । ସେ ଭୂମିହୀନ ହୋଇଥିବାରୁ, ଏହି ପ୍ରକାରେ ପରିବାର ପାଇଁ ରାସନ୍‌ ଯୋଗାଡ଼ କରିବାକୁ ସମର୍ଥ ହୋଇ ପାରୁଥିଲେ ।

ମୀରାମନ୍‌ ଗୁଜୁରାଟର ପୋର୍‌ବନ୍ଦର ନିକଟରେ ଅବସ୍ଥିତ ଏକ ଗ୍ରାମ ମେଖାଡିରେ ଜନ୍ମଗ୍ରହଣ କରିଥିଲେ । ନିଜ ପରିବାରର ଲାଳନପାଳନର ଦାୟିତ୍ୱ ବହନ କରିବା ପରେ ସେ ଜୁନାଗଡ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମକୁ ସ୍ଥାନାନ୍ତରିତ ହୋଇଗଲେ । ଜୁନାଗଡ଼ ସେତେବେଳେ ନୱାବମାନଙ୍କ ଅଧିନସ୍ଥ ଏକ ନିର୍ବାଚନ କ୍ଷେତ୍ର ଥିଲା । “ମୁଁ ରୋଷେଇ କାମରେ ମଧ୍ୟ ସାହାଯ୍ୟ କରୁଥିଲି । ନୱାବମାନେ ସେମାନଙ୍କ ବିଭିନ୍ନ ଉତ୍ସବ ପାଳନ କରିବା ଅବସରରେ ମୋତେ ଖାଦ୍ୟ ଯୋଗାଇବା କାମ ପାଇଁ ବିଶ୍ୱାସର ସହିତ ନିୟୋଜିତ କରୁଥିଲେ,” ବୋଲି ସେ ଉତ୍ସାହ ସହିତ କୁହନ୍ତି ।

ସେ ସେମାନଙ୍କ ପାଇଁ ପାତ୍ର ନିର୍ମାଣ କରୁଥିଲେ । ସେ କୁହନ୍ତି “ପ୍ରତିଥର ଯେତେବେଳେ ନୱାବ ଜମାଲ୍‌ ଭକ୍ତେ ବାବି ମୋତେ ଡାକୁଥିଲେ, ମୁଁ ତାଙ୍କ ପାଖରେ ପହଞ୍ଚିବା ପାଇଁ ୭୧କିଲୋମିଟର  ରାସ୍ତା ଚାଲିଚାଲି ଅତିକ୍ରମ କରୁଥିଲି, ଏଠାରୁ ପୂର୍ବାହ୍ନରେ ଶୀଘ୍ର ବାହାରି ଯାଉଥିଲି ଓ ସନ୍ଧ୍ୟାବେଳେ ଜୁନାଗଡ଼ରେ ପହଞ୍ଚୁଥିଲି । ମୁଁ ୧୨ଅଣା ରେଳ ଭଡ଼ା ଦେବାକୁ ଅସମର୍ଥ ଥିଲି କାରଣ ମୁଁ ମୋର ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଥିଲି ଓ ଦୁଇଟି ଭଉଣୀ ବାହା ହେବାକୁ ଥିଲେ।’’

ମୀରାମନ୍‌ ମନେ ପକାଉଥିବା ପରି ମନେହୁଏ ଯେ ୧୯୪୭ରେ ଭାରତ ସ୍ୱାଧୀନତା ପାଇବା ବେଳକୁ ତାଙ୍କୁ ୩୩ବର୍ଷ ହୋଇଥିଲା। ଏହି ଆଧାରରେ ହିସାବ କଲେ ବର୍ତ୍ତମାନ ତାଙ୍କ ବୟସ ୧୦୦ବର୍ଷ ହେବ । ତଥାପି ଏହି ବୟସରେ ସେ କିଭଳି ପାତ୍ର ତିଆରି କରୁଛନ୍ତି ? “ସମସ୍ତେ କିଛି ନା କିଛି କାମ କରିବାକୁ ଜନ୍ମ ହୋଇଛନ୍ତି । ସେମାନେ ସେହି କାମ ସବୁ ପ୍ରକାର ପରିସ୍ଥିତିରେ କରିବାକୁ ବାଧ୍ୟ ଅଟନ୍ତି, ଯେପରି ସେମାନଙ୍କୁ ହିଁ କେବଳ ଏହି କାମ କରିବାକୁ ଅଛି । ମୋର ଶୈଶବ, ଯୌବନ ଓ ମୁଁ ଯେତେବେଳେ ସମସ୍ତ ଦାୟିତ୍ୱ ବହନ କରୁଥିଲି, ସେତେବେଳେ ମଧ୍ୟ ମୁଁ ଏହି କଳା ସହିତ ଯୋଡ଼ି ହୋଇ ରହିଥିଲି । ତାହାହେଲେ ଏବେ କାହିଁକି ବନ୍ଦ କରିଦେବି? ମୁଁ କଳା ସହିତ ବଞ୍ଚିଛି ଓ କଳା ସହିତ ମରିବି,” ବୋଲି ସେ କୁହନ୍ତି, ଯେତେବେଳେ ଆମେ ଚାଲି ଚାଲି ତାଙ୍କର ଛୋଟ ଅଗଣାକୁ ଯାଉଥିଲୁ, ଯେଉଁଠାରେ ସେ ବିଭିନ୍ନ ପ୍ରକାରର ଉପକରଣ ଓ କୁମ୍ଭାରକାମରେ ବ୍ୟବହାର ହେଉଥିବା ଯନ୍ତ୍ରର ଚିତ୍ତାକର୍ଷକ ସଂଗ୍ରହ ରହିଛନ୍ତି ।

PHOTO • Gurpreet Singh

ମୀରାମନ୍‌ଭାଇ ଚୌଦା: ‘ପ୍ରତ୍ୟେକେ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ଜନ୍ମ ହୋଇଛନ୍ତି’

Old potter spinning the wheel
PHOTO • Gurpreet Singh

ଚକ ଘୁରାଉଛନ୍ତି ଏବଂ ଏକ ମାଟି ପାତ୍ରକୁ ଆକାର ଦେଉଛନ୍ତି ଯାହା ତାଙ୍କୁ ଟ.୧୦୦ ଦେବ

PHOTO • Gurpreet Singh

କାଠର ଚକ ବା ‘ଚକ୍କଡା’ , ଯାହାକୁ କାଦୁଅ ମାଟିକୁ ବିଭିନ୍ନ ପାତ୍ର, ଫୁଲଦାନି, ଚହ୍ଲା ପାତ୍ର, ରାନ୍ଧିବା ପାତ୍ର ଓ ଅନ୍ୟ ଜିନିଷର ଆକାର ଦେବା ପାଇଁ ମଞ୍ଚ ଭାବେ ବ୍ୟବବହାର କରାଯାଏ

PHOTO • Gurpreet Singh

ଏହି ମଞ୍ଚକୁ ଏକ ଗୋଜିଆ ଲୁହା ଷ୍ଟାଣ୍ଡ ଉପରେ ରଖାଯାଇଥାଏ ଯାହାକୁ ଗୁଜୁରାତିରେ ଖଲ କୁହାଯାଏ

PHOTO • Gurpreet Singh

ତାହା ହେଉଛି ଚକ ପାଇଁ ‘ଖଲ’ ବା ଲୁହା ଷ୍ଟାଣ୍ଡ

PHOTO • Gurpreet Singh

ପାତ୍ରଗୁଡ଼ିକ ପ୍ରସ୍ତୁତ ରହିଛି

PHOTO • Gurpreet Singh

ପାତ୍ର ନିର୍ମାଣ କରିବା ପାଇଁ ମାଟି ପ୍ରସ୍ତୁତ ହୋଇଯାଇଛି । ମଞ୍ଚରେ ଥିବା ଏକ କଣାରେ ଭର୍ତ୍ତି କରାଯାଇଥିବା ଗୋଟିଏ ବାଡ଼ି ଏହାକୁ ଘୂରିବାରେ ସାହାଯ୍ୟ କରିଥାଏ । ଯେତେବଳେ ମଞ୍ଚ ଅଧିକ ବେଗ ଧରେ, ସେତେବେଳେ ଚକର କେନ୍ଦ୍ରରେ ରଖାଯାଇଥିବା ମାଟିରେ କାମ ଆରମ୍ଭ କରାଯାଏ

PHOTO • Gurpreet Singh

ତାଙ୍କର ପତଳା, ଦୁର୍ବଳ ଆଙ୍ଗୁଳିଗୁଡ଼ିକ ସେହି ଆକାର ବିହୀନ କାଦୁଅକୁ ଠେଲି ଠେଲି ଆକାର ପ୍ରଦାନ କରି ସ୍ଥାନୀୟ ଭାଷାରେ ଗୋରି ଭାବେ ପରିଚିତ ଏହି ପାତ୍ର ପରି ସୁନ୍ଦର କଳାକୃତି ସୃଷ୍ଟି କରିଥାଏ । ମୀରାମନ୍‌ ହସିଲେ ଓ ମୋ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କୁମ୍ଭାର ଚକ ପରିଚାଳନା କରିବା ପାଇଁ ଚେଷ୍ଟା କରିବାକୁ କହିଲେ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Gurpreet Singh

Gurpreet Singh works at the Aga Khan Rural Support Programme on projects related to sustainable agriculture and conservation of natural resources, in Mangrol town of Junagadh district.

Other stories by Gurpreet Singh