ପାଣିମରାର ଶେଷ ଜୀବନ୍ତ ସଂଗ୍ରାମୀମାନେ ତାଙ୍କର  ଦୈନିକ  ପ୍ରାର୍ଥନାରେ

ଅନ୍ୟ ମୋର୍ଚ୍ଚାଗୁଡିକରେ ମଧ୍ୟ ସଂଗ୍ରାମ ଚାଲିଥିଲା, ଯାହା ପାଣିମରାର ସ୍ୱାଧୀନତା ସଂଗ୍ରାମୀମାନେ ଚଳାଇ ରଖିଥିଲେ। ଜୀବନ ସଂଗ୍ରାମ କିଛି କମ୍‍ ନଥିଲା।

ଅସ୍ପୃଶ୍ୟତା ବିରୋଧରେ ଗାନ୍ଧିଜୀଙ୍କ ଆହ୍ୱାନର ପ୍ରେରଣା ପାଇ ସେମାନେ କାମ କରିଥିଲେ

ଚାମରୁ କହିଲେଦିନେ ଆମ ଗାଁର ଜଗନ୍ନାଥ ମନ୍ଦିରକୁ ଆମେ ୪୦୦ ଜଣ ଦଳିତଙ୍କ ସହିତ ପଶିଗଲୁ ବ୍ରାହ୍ମଣମାନେ ଏହାକୁ ପସନ୍ଦ କଲେ ନାହିଁ କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ଆମକୁ ସମର୍ଥନ କଲେ ସେମାନେ ହୁଏତ ବାଧ୍ୟବାଧକତା ଅନୁଭବ କରିଥିବେ ସେତେବେଳେ ସେପରି ସମୟ ଥିଲା ମନ୍ଦିର ପରିଚାଳନା କରୁଥିଲେ ଗୌନ୍ତିଆ (ଗାଁ ମୁଖ୍ୟ) ସେ ଭୟଙ୍କର ଭାବେ କ୍ରୋଧିତ ହେଲେ ଏବଂ ଏହାର ପ୍ରତିବାଦରେ ଗାଁ ଛାଡି ପଳାଇଲେ ତଥାପି, ତାଙ୍କ ନିଜ ପୁଅ ଆମକୁ ସମର୍ଥନ କଲେ, ଆମ ସହ ଯୋଗଦାନ କଲେ ଏବଂ ତାଙ୍କ ବାପାଙ୍କ କାର୍ଯ୍ୟକୁ ବିରୋଧ କଲେ

"ବ୍ରିଟିଶ ଜିନିଷ ବିରୋଧରେ ଅଭିଯାନ ତୀବ୍ର ହେଲା। ଆମେ କେବଳ ଖଦୀ ପିନ୍ଧିଲୁ। ଏହାକୁ ଆମେ ନିଜ ହାତରେ ନିଜେ ବୁଣିଲୁ। ଏହା ଆଦର୍ଶର ଏକ ଅଂଶ ବିଶେଷ ଥିଲା। ଆମେ ପ୍ରକୃତରେ ଗରିବ ଥିଲୁ, ତେଣୁ ଏହା ଆମ ପାଇଁ ଭଲ ଥିଲା।"

ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଦଶନ୍ଧି ଦଶନ୍ଧି ଧରି ଏହି ଅଭ୍ୟାସ ଜାରି ରଖିଥିଲେ ସୂତା କାଟିବାକୁ ବା ବୁଣିବାକୁ ଆଙ୍ଗୁଠି ଅବଶ ନହେବା ପର୍ଯ୍ୟନ୍ତ ଚାମରୁ କହିଲେ, "୯୦ ବର୍ଷ ବୟସରେ, ଗତ ବର୍ଷ, ମୁଁ ସ୍ଥିର କଲି ସୂତା କାଟିବା ବନ୍ଦ କରିବାର ସମୟ ଆସିଗଲା"

"ଫଳ,ସିନ୍ଦୂର ଏବଂ ଫୁଲମାଳ ଦେଇ ଆମକୁ ପୂରା ଗାଁ ବିଦାୟ ଦେଲା। ଏହି ଦୃଶ୍ୟ ବେଶ ଭାବପ୍ରବଣତାପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ  ଥିଲା।"

ଏହାର ପୃଷ୍ଠଭୂମିରେ ଥିଲା ମହାତ୍ମାଙ୍କର ଚମତ୍କାରିତା। ସତ୍ୟାଗ୍ରହକୁ ଆହ୍ୱାନ ପାଇଁ ତାଙ୍କ ଚିଠି ଆମକୁ ଶକ୍ତି ଯୋଗାଇଥିଲା। ଏଠାରେ ଆମକୁ କୁହାଯାଉଥିଲା ଯେ ଆମେ ଗରିବ, ନିରକ୍ଷର ଲୋକ ଆମ ପୃଥିବୀକୁ ବଦଳାଇ ପାରିବା। କିନ୍ତୁ ଆମକୁ କୁହାଯାଇଥିଲା ଅହିଂସା ଆଚରଣ କରିବାକୁ। ଏହା ପାଣିମରାର ଅଧିକାଂଶ ସ୍ୱାଧୀନତା ସଂଗ୍ରାମୀଙ୍କ ବାକି ଜୀବନର ଆଦର୍ଶ ପାଲଟି ଯାଇଥିଲା। 

ସେମାନେ ଗାନ୍ଧିଜୀଙ୍କୁ କେବେ ଦେଖି ନଥିଲେ। କିନ୍ତୁ ଅନ୍ୟ ଲକ୍ଷଲକ୍ଷ ଲୋକଙ୍କ ପରି ତାଙ୍କ ଆହ୍ୱାନରେ ପରିଚାଳିତ ହୋଇଥିଲେ। "ଆମେ ମନମୋହନ ଚୌଧୁରୀ ଏବଂ ଦୟାନନ୍ଦ ଶତପଥୀଙ୍କ ଭଳି କଂଗ୍ରେସ ନେତାଙ୍କ ଦ୍ୱାରା ପ୍ରେରଣା ପାଇଥିଲୁ।" ଏପରିକି ଅଗଷ୍ଟ ୧୯୪୨ ପୂର୍ବରୁ ପାଣିମରାର ସଂଗ୍ରାମୀମାନେ ଜେଲ ଯାଇଥିଲେ। "ଆମେ ଶପଥ ନେଇଥିଲୁ, ଯୁଦ୍ଧ (ଦ୍ୱତୀୟ ବିଶ୍ୱଯୁଦ୍ଧ)ରେ କୌଣସି ପ୍ରକାର ଆର୍ଥିକ କିମ୍ବା ବ୍ୟକ୍ତିଗତ ସହାୟତା କରିବା ଏକ ବିଶ୍ୱାସଘାତକତା। ଏକ ପାପ। ଅହିଂସା ପଥରେ ଯୁଦ୍ଧ କରିବାକୁ ଥିଲା। ଏହି ଗାଁର ସମସ୍ତେ ଏହାକୁ ସମର୍ଥନ କରୁଥିଲେ।"

"ଆମ ୬ ସପ୍ତାହ ପାଇଁ କଟକ ଜେଲକୁ ଯାଇଥିଲୁ। ଇଂରେଜମାନେ ଲୋକଙ୍କୁ ବେଶି ଦିନ ଜେଲରେ ରଖୁ ନଥିଲେ। ଏହାର ମୁଖ୍ୟ କାରଣ ହେଉଛି ହଜାରହଜାର ସଂଖ୍ୟାର ଲୋକ ଜେଲ ଯାଉଥିଲେ। ବହୁ ଲୋକ ଜେଲ ଯିବାକୁ ଆଗ୍ରହୀ ଥିଲେ।"

ଅସ୍ପୃଶ୍ୟତା ବିରୋଧୀ ଅଭିଯାନ ପ୍ରଥମ ଆଭ୍ୟନ୍ତରୀଣ ଚାପ ସବୁକୁ ପରାହତ କଲା କିନ୍ତୁ ପରେ ଏସବୁ ପୁଣି ଦୁର୍ବଳ ହେଲା ଦୟାନିଧି କହନ୍ତି, "ଏପରିକି ବର୍ତ୍ତମାନ ଅଧିକାଂଶ ବିଧିବିଧାନ ପାଇଁ ଆମେ  ବ୍ରାହ୍ମଣଙ୍କ ସହାୟତା ନେଉନାହୁଁ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁମନ୍ଦିର ପ୍ରବେଶବିଗାଡି ଦେଲା। ଯଦିଓ ଆମ ସହ ଭାରତ ଛାଡ ଆନ୍ଦୋଳନରେ ସାମିଲ ହେବାକୁ କିଛି ଲୋକ ବାଧ୍ୟ ହୋଇଥିଲେ।"

ଜାତି ଅନ୍ୟ ଚାପ ମଧ୍ୟ ପକାଉଥିଲା। ମଦନ ଭୋଇ କହିଲେ, "ଯେତେଥର ଆମେ ଜେଲରୁ ବାହାରୁଥିଲୁ, ସେତେଥର ପୁଣି ଶୁଦ୍ଧି ହେବାକୁ ଆଖପାଖ ଗାଁର ସମ୍ପର୍କୀୟମାନେ ଚାହୁଁଥିଲେ। ଏହାର କାରଣ ଜେଲରେ ଆମେ ଅସ୍ପୃଶ୍ୟଙ୍କ ସହ ରହୁଥିଲୁ।" (ଏପରିକି ବର୍ତ୍ତମାନ ମଧ୍ୟ ଓଡ଼ିଶା ଗ୍ରାମାଞ୍ଚଳରେ ଜେଲ ଯାଉଥିବା ଲୋକଙ୍କୁ ଜାତିଗତଶୁଦ୍ଧିହେବାକୁ ପଡୁଛି: ପିଏସ୍)

ଭୋଇ କହିଲେ, "ଥରେ ମୁଁ ଜେଲରୁ ଫେରିବା ପରେ, ମୋ ସଂପର୍କୀୟ ଜେଜେ ମାଙ୍କର ଏକାଦଶାହ ଥିଲା। ମୁଁ ଜେଲରେ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୋ କାକା ମତେ କହିଲେ, ମଦନ, ତୁ ଶୁଦ୍ଧି ହୋଇଛୁ?’ ମୁଁ କହିଲି ନା, ସତ୍ୟାଗ୍ରହୀ ଭାବେ କାର୍ଯ୍ୟଦ୍ୱାରା ଆମେ ଅନ୍ୟମାନଙ୍କୁ ଶୁଦ୍ଧି କରିଛୁ। ପରେ ମୋତେ ପରିବାରର ଅନ୍ୟ ଲୋକଙ୍କଠାରୁ ଅଲଗା ହୋଇ ବସିବାକୁ ପଡିଲା। ମୁଁ ଅଲଗା ରହିଲି ଏବଂ ଅଲଗା ଖାଇଲି।

"ଜେଲ ଯିବା ପୂର୍ବରୁ ମୋ ବିବାହ ସ୍ଥିର ହୋଇଥିଲା। ମୁଁ ବାହାରକୁ ଆସିବା ପରେ ଏହା ଭାଙ୍ଗିଗଲା। ଜଣେ ବନ୍ଦୀକୁ ଜ୍ୱାଇଁ କରିବାକୁ ଝିଅର ବାପା ଚାହିଁଲେନି। ଅବଶ୍ୟ ପରେ କଂଗ୍ରେସର ଖୁବ ପ୍ରଭାବ ଥିବା ସାରନ୍ଦାପଲ୍ଲୀ ଗାଁରେ ମୋତେ କନ୍ୟା ମିଳିଲା।"

୧୯୪୨ ଅଗଷ୍ଟରେ ଜେଲ୍ ସମୟରେ ଚାମରୁ, ପୂର୍ଣ୍ଣଚନ୍ଦ୍ର ଏବଂ ଜିତେନ୍ଦ୍ରଙ୍କର ଆଦୌ ଶୁଦ୍ଧି ହେବା ସମସ୍ୟା ନଥିଲା।

"ଅପରାଧୀମାନେ ଥିବା ଜେଲକୁ ସେମାନେ ଆମକୁ ପଠାଇଲେ। "ଜିତେନ୍ଦ୍ର କହିଲେ ।" ସେହି ସମୟରେ ସେମାନଙ୍କ ପାଇଁ ଜର୍ମାନୀ ବିରୋଧରେ ଯୁଦ୍ଧ କରି ମରିବାକୁ ସୈନ୍ୟ ନିଯୁକ୍ତ କରୁଥିଲେ। ତେଣୁ ଦୀର୍ଘ ଦିନ ଧରି ଯେଉଁ ଅପରାଧୀମାନେ ବନ୍ଦୀ ଜୀବନ କାଟୁଥିଲେ ସେମାନଙ୍କ ସହ ବ୍ରିଟିଶ ଚୁକ୍ତି କରିଥିଲେ। ଯୁଦ୍ଧ ପାଇଁ ଚୁକ୍ତି କଲେ ୧୦୦ ଟଙ୍କା ଦିଆଯିବ ଏବଂ ପ୍ରତି ପରିବାରକୁ ୫୦୦ ଟଙ୍କା ଦିଆଯିବ। ଏବଂ ଯୁଦ୍ଧ ପରେ ସେମାନଙ୍କୁ ମୁକ୍ତ କରାଯିବ।

"ଆମେ ଜେଲରେ ଥିବା ଅପରାଧୀମାନଙ୍କୁ ପ୍ରବର୍ତ୍ତାଇଲୁ। ଯୁଦ୍ଧ ଏବଂ ମୃତ୍ୟୁର ମୂଲ୍ୟ ୫୦୦ ଟଙ୍କା କି? ଆମେ ସେମାନଙ୍କୁ କହିଲୁ ଯେ ଯୁଦ୍ଧରେ ପ୍ରଥମେ ତୁମେ ହିଁ ମରିବ। ସେମାନଙ୍କ ପାଇଁ ତୁମେ ଗୁରୁତ୍ଵପୂର୍ଣ୍ଣ ନୁହଁ। ସେମାନଙ୍କ ପାଇଁ କାହିଁକି ତୁମେ ଯୁଦ୍ଧର ବଳି ସାଜିବ? "

କିଛି ସମୟ ପରେ ସେମାନେ ଅମ କଥା ଶୁଣିବା ଆରମ୍ଭ କଲେ। [ସେମାନେ ସାଧାରଣତଃ ଆମକୁ ଗାନ୍ଧି କିମ୍ବା କଂଗ୍ରେସ ବୋଲି କହୁଥିଲେ] ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଯୋଜନାରୁ ବାଦ ପଡିଲେ। ସେମାନେ ବିଦ୍ରୋହ କଲେ ଏବଂ ଯିବାକୁ ମନା କରିଦେଲେ। ଓ୍ୱାର୍ଡେନ ଚିନ୍ତିତ ରହିଲା। ସେ ପଚାରିଲୀ, ‘ତୁମେ ତାଙ୍କ ସହ କାହିଁକି ଆଲୋଚନା କରୁଥିଲ? ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯିବାକୁ ରାଜି ଥିଲେ।ଆମେ ତାଙ୍କୁ କହିଲୁ, ‘ଅପରାଧୀଙ୍କ ସହ ରହିବାରେ ଆମେ ଖୁସି ଥିଲୁ। ଯାହା ଚାଲିଛି, ତାର ସତ୍ୟତା କଣ ତାହା ତାଙ୍କୁ ଆମେ ଦେଖାଇବାରେ ସମର୍ଥ ହେଲୁ।

"ପରଦିନ ରାଜନୈତିକ ବନ୍ଦୀମାନେ ରହୁଥିବା ଜେଲକୁ ଆମେ ସ୍ଥାନାନ୍ତରିତ ହେଲୁ। ଆମର ଦଣ୍ଡ ପରିବର୍ତ୍ତନ ହେଲା। ଆମକୁ ୬ ମାସର ସାଧାରଣ ଜେଲଦଣ୍ଡ ଦିଆଗଲା।"

ବ୍ରିଟିଶ ଶାସନର କେଉଁ ଅନ୍ୟାୟ ସେମାନଙ୍କୁ ଏଭଳି ଏକ ଶକ୍ତିଶାଳୀ ସାମ୍ରାଜ୍ୟର ମୁକାବିଲା କରିବା ପାଇଁ ଏତେ ଉତ୍ତେଜିତ କଲା?

"ମତେ କୁହନ୍ତୁ ବ୍ରିଟିଶ ଶାସନର କଣ ନ୍ୟାୟ ଥିଲା।" ଚାମରୁ ପରିହାସ ସ୍ୱରରେ କହିଲେ। ଏଭଳି ଏକ ବୁଦ୍ଧିମାନ ପ୍ରଶ୍ନ ତାଙ୍କର ପଚାରିବାର ଥିଲା। ସେ କହିଲେ ସବୁକିଛି ଅନ୍ୟାୟ ଥିଲା। 

"ଆମେ ଇଂରେଜମାନଙ୍କର ଦାସ ଥିଲୁ। ସେମାନେ ଆମ ଅର୍ଥନୀତିକୁ ଧ୍ୱଂସ କରିଦେଲେ। ଆମ ଲୋକଙ୍କର କୌଣସି ଅଧିକାର ରହିଲା ନାହିଁ। ଆମ ଚାଷ ଭାଙ୍ଗିଗଲା। ଲୋକେ ଭୟଙ୍କର ଭାବେ ଦରିଦ୍ର ହେଲେ। ୧୯୪୨ ଜୁଲାଇରୁ ସେପଟେମ୍ବର ମଧ୍ୟରେ ୪୦୦ ପରିବାରରୁ ପାଞ୍ଚ ସାତଟି ପରିବାର ପାଖରେ ଯଥେଷ୍ଟ ଖାଦ୍ୟ ଥିଲା। ଅନ୍ୟମାନେ ଭୋକ ଏବଂ ଅପମାନ ସହ ଲଢୁଥିଲେ।

‘‘ବର୍ତ୍ତମାନର ଶାସକମାନେ ମଧ୍ୟ ତାଙ୍କଭଳି। ଖୁବ୍ ଲଜ୍ଜାହୀନ। ଗରିବଙ୍କୁ ଲୁଣ୍ଠନ କରୁଛନ୍ତି। ଯଦିଓ, ବ୍ରିଟିଶ ଶାସନ ସହ ମୁଁ କାହାକୁ ସମତୁଲ କରୁନି। କିନ୍ତୁ ବର୍ତ୍ତମାନ ବି ଆମର ଅବସ୍ଥା ଖରାପ ।’’

ତଥାପି ପାଣିମରାର ସ୍ୱାଧୀନତା ସଂଗ୍ରାମୀମାନେ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ଯାଆନ୍ତି। ସେମାନେ ସେଠାରେ ନିଶାନ (ଢୋଲ)ବଜାଇଥାନ୍ତି। ୧୯୪୨ରୁ ସେମାନେ ଏଭଳି କରି ଆସୁଛନ୍ତି। ସକାଳୁସକାଳୁ ଏହା ଦୁଇ କିଲୋମିଟର ପର୍ଯ୍ୟନ୍ତ ଶୁଭେ ବୋଲି ସେମାନେ କହନ୍ତି।

କିନ୍ତୁ ଶୁକ୍ରବାରରେ ସ୍ୱାଧୀନତା ସଂଗ୍ରାମୀମାନେ ଅପରାହ୍ଣ ୫ଟା ୧୭ ମିନିଟରେ ଏକାଠି ହେବାକୁ ଚେଷ୍ଟା କରନ୍ତି। କାରଣ " ଶୁକ୍ରବାର ଅପରାହ୍ଣ ୫ଟା ୧୭ ମିନିଟରେ ମହାତ୍ମାଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ।" ୫୪ ବର୍ଷ ଧରି ଏହି ପରଂପରାକୁ ଗାଁଲୋକେ ବଞ୍ଚାଇ ରଖିଛନ୍ତି।

ଆଜି ବି ଶୁକ୍ରବାର। ଆଉ ଆମେ ତାଙ୍କ ସହ ମନ୍ଦିରକୁ ଯାଉଛୁ। ବଞ୍ଚିଥିବା ୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ୪ଜଣ ଉପସ୍ଥିତ ଅଛନ୍ତି। ଚାମରୁ, ଦୟାନିଧି, ମଦନ ଏବଂ ଜିତେନ୍ଦ୍ର। ଅନ୍ୟ ତିନି ଜଣ ଚୈତନ୍ୟ, ଚନ୍ଦ୍ରଶେଖର ସାହୁ ଏବଂ ଚନ୍ଦ୍ରଶେଖର ନାଏକ ବର୍ତ୍ତମାନ ଗାଁରେ ଉପସ୍ଥିତ ନାହାନ୍ତି।

ମନ୍ଦିର ପରସରରେ ଲୋକ ଭର୍ତ୍ତି ହୋଇଛନ୍ତି। ସମସ୍ତେ ଗାନ୍ଧିଙ୍କର ସେଇ ପ୍ରିୟ ଭଜନ ଗାଉଛନ୍ତି। ଚାମରୁ କହିଲେ,"୧୯୪୮ରେ ଏହି ଗାଁର ବହୁ ଲୋକ ମହାତ୍ମାଗାନ୍ଧିଙ୍କ ହତ୍ୟା ଖବର ଶୁଣି ଲଣ୍ଡା ହୋଇଥିଲେ। ସେମାନେ ଅନୁଭବ କଲେ ଯେ, ସେମାନଙ୍କ ତାଙ୍କ ବାପାଙ୍କୁ ହରାଇଛନ୍ତି ।ଏବେ ବି ଶୁକ୍ରବାର ଅନେକ ଲୋକ ଉପବାସ ମଧ୍ୟ କରନ୍ତି।”

୮୧ ବର୍ଷୀୟ ଜିତେନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଗାନ୍ଧିଜୀଙ୍କର ଗୋଟିଏ ପ୍ରିୟ ଭଜନ ଗାଉଛନ୍ତି

ଏହି ଛୋଟ ମନ୍ଦିର ଭିତରେ କିଛି ପିଲା ଉତ୍କଣ୍ଠାର ବଶବର୍ତ୍ତୀ ହୋଇଆସିଥାଇପାରନ୍ତି କିନ୍ତୁ ଏହା ଏମିତି ଏକ ଗାଁ ଯେଉଁଠି ଇତିହାସର ଏଭଳି ଭାବାବେଗ ରହିଛି ନିଜସ୍ୱ ବୀରତ୍ୱର ଭାବ ଏବେବି ବଞ୍ଚି ରହିଛି ସ୍ୱାଧୀନତାର ଦୀପଶିଖାକୁ ପ୍ରଜ୍ୱଳିତ କରିବା ରଖିବାର କର୍ତ୍ତବ୍ୟ ଜଣେ ଅନୁଭବ କରିପାରିବ

"ପାଣିମରା କ୍ଷୁଦ୍ର ଚାଷୀମାନଙ୍କର ଏକ ଗାଁ ଏଠାରେ ପ୍ରାୟ ୧୦୦ଟି କୁଲଟା (ଚାଷୀ ଜାତି) ପରିବାର ଥିଲେ ପ୍ରାୟ ୮୦ ଓଡ଼ିଆ (ଚାଷୀ ଜାତି) ୫୦ଟି ସଉରା ଆଦିବାସୀ ଘର ଏବଂ ୧୦ଟି ବଣିଆ ପରିବାର କିଛି ଗଉଡ ପରିବାର ଏବଂ ଆଉ କିଛି ଅନ୍ୟ ଜାତିର", ଦୟାନିଧି କହିଲେ

ଅଧିକାଂଶ ସ୍ୱାଧୀନତା ସଂଗ୍ରାମୀ ଚାଷୀ ପରିବାରର ସଦସ୍ୟ "ସତ କହିବାକୁ ଗଲେ ଆମର ଅନ୍ୟ ଜାତିରେ ବେଶୀ ବିବାହ ନାହିଁ କିନ୍ତୁ ସ୍ୱାଧୀନତା ସଂଗ୍ରାମ ଦିନରୁ ଆମ ଭିତରେ ସଂପର୍କ ସବୁବେଳେ ମଧୁର ରହିଛି ସମସ୍ତଙ୍କ ପାଇଁ ମନ୍ଦିର ଖୋଲା ରହିଛି ସମସ୍ତଙ୍କ ଅଧିକାରକୁ ସମ୍ମାନ ଦିଆଯାଏ "

ଅଳ୍ପ କିଛି ଲୋକ ଭାବନ୍ତି ସେମାନଙ୍କ ଅଧିକାରକୁ ସ୍ୱୀକୃତି ମିଳିନାହିଁ। ସେମାନଙ୍କ ମଧ୍ୟରୁ ଦିବ୍ୟ ଭୋଇ ଜଣେ। "ମୁଁ ଯୁବକ ଥିଲି ଏବଂ ମୁଁ ବ୍ରିଟିଶଠାରୁ ବହୁତ ମାଡ ଖାଇଛି।" ସେ କହିଲେ। ଭୋଇ ସେତେବେଳେ ୧୩ ବର୍ଷର ଥିଲେ। କିନ୍ତୁ ​‌ସେ ସେ ଜେଲ ଯାଇ ନଥିବାରୁ ସ୍ୱାଧୀନତା ସଂଗ୍ରାମୀଙ୍କ ତାଲିକାରେ ବିଧିବଦ୍ଧ ଭାବେ ତାଙ୍କ ନାଁ ନାହିଁ। ଆଉ କିଛି ଲୋକ ମଧ୍ୟ ବ୍ରିଟିଶଠାରୁ ମାଡ ଖାଇଛନ୍ତି କିନ୍ତୁ ଜେଲ ଯାଇ ନଥିବାରୁ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ମିଳିନାହିଁ।

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମରଣ ପାଇଁ ସ୍ତମ୍ଭରେ ନାଁ ଲେଖାଯାଇଛି କିନ୍ତୁ ୧୯୪୨ରେ ଯେଉଁମାନେ ଜେଲ ଯାଇଥିଲେ, କେବଳ ସେହିମାନଙ୍କ ନାଁ ସ୍ତମ୍ଭରେ ରହିଛି କିନ୍ତୁ ନିଜର ନାଁ ରହିବାକୁ ନେଇ କେହି କେବେ ବିବାଦ ସୃଷ୍ଟି କରିନି ଦୁଃଖର ସହ କୁହାଯାଇପାରେ ଯେ, ଯେଉଁଭଳି ଭାବେ ସ୍ୱାଧୀନତା ସଂଗ୍ରାମୀଙ୍କ ରେକର୍ଡ ପ୍ରସ୍ତୁତ ହେଲା, ସେଥିରୁ କିଛି ବାଦ ପଡିଗଲେ, ଯେଉଁମାନେ ପ୍ରକୃତରେ ସ୍ୱୀକୃତି ପାଇବାକୁ ହକଦାର

ଜଣେ ଦର୍ଶକଙ୍କୁ ପାଣିମରା ସଂଗ୍ରାମୀଙ୍କ ପୂର୍ଣ୍ଣ ତାଲିକା ପ୍ରଦର୍ଶନ

ଅଗଷ୍ଟ ୨୦୦୨, ୬୦ ବର୍ଷ ପରେ, ଏବଂ ପାଣିମରାର ସ୍ୱାଧୀନତା ସଂଗ୍ରାମୀମାନେ ଏଠାରେ ପୁଣି ଉପସ୍ଥିତ

ଏଥର ଜଣଙ୍କ ମଧ୍ୟରେ ସବୁଠୁ ଗରିବ ଥିବା ମଦନ ଭୋଇ ଅଧ ଏକର ଜମିରୁ କିଛି ଅଧିକ ପାଇଛନ୍ତି ଏବଂ ତାଙ୍କ ସାଙ୍ଗମାନେ ଧାରଣାରେ ବସିଛନ୍ତି ସୋହେଲା ଟେଲିଫୋନ କାର୍ଯ୍ୟାଳୟର ବାହାରେ ଧାରଣା ଦେଇଛନ୍ତି ଭୋଇ କହିଲେ ଚିନ୍ତା କର, "ଏତେ ଦଶନ୍ଧି ପରେ ବି ଆମ ଗାଁରେ ଟେଲିଫୋନ୍ ନାହିଁ "

ଦାବି ଏହା ଥିଲା, "ଆମେ ଧାରଣା ଦେଲୁ। ଏସଡିଓ  (ସବ୍ ଡିଭିଜନାଲ ଅଫିସର) କହିଲେ ସେ କେବେ ଆମ ଗାଁ ନାଁ ଶୁଣି ନାହାନ୍ତି।" ସେ ହସିଲେ। ଏଥର ପୋଲିସ ରହସ୍ୟ କରି କହିଲା, ‘‘ଆପଣ ବରଗଡ଼ରେ ରହିବାର ବିଡ଼ମ୍ବନା।"

ପୋଲିସ ଯିଏ କି ଏହି ବ୍ୟକ୍ତିମାନଙ୍କୁ ଜୀବନ୍ତ କିମ୍ବଦନ୍ତୀ ଭାବରେଜାଣିଥିଲେ, ସେମାନଙ୍କୁଏସଡିଓଙ୍କ ଅଜ୍ଞତା ବ୍ୟଥିତ କଲା ଏବଂ ୮୦ ବର୍ଷୀୟ ବ୍ୟକ୍ତିଙ୍କ ଅବସ୍ଥା ପାଇଁ ଚିନ୍ତିତ ହୋଇପଡିଲା। "ବାସ୍ତବରେ ଧାରଣାର କିଛି ଘଣ୍ଟା ମାଧ୍ୟରେ ପୋଲିସ, ଜଣେ ଡାକ୍ତର, ମେଡ଼ିକାଲ କର୍ମଚାରୀ ହସ୍ତକ୍ଷେପ କଲେ। ପରେ ଟେଲିଫୋନ୍ କର୍ମଚାରୀ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ଗୋଟିଏ ମେସିନ୍ ଦେବାକୁ ପ୍ରତିଶ୍ରୁତି ଦେଲେ। ଦେଖିବା କଣ ହେଉଛି।"

ପୁଣି ଥରେ ପାଣିମରାର ସଂଗ୍ରାମୀମାନେ ଅନ୍ୟମାନଙ୍କ ପାଇଁ ସଂଗ୍ରାମ କରିଥିଲେ। ସେମାନଙ୍କ ନିଜ ପାଇଁ ନୁହେଁ। ଏହି ସଂଗ୍ରାମରୁ ସେମାନେ ନିଜ ପାଇଁ କଣ ହାସଲ କରିଥିଲେ ?

 

ଚାମରୁ କହିଲେ, "ସ୍ୱାଧୀନତା"

ଆପଣଙ୍କ ପାଇଁ ଏବଂ ମୋ ପାଇଁ।

 

ଫଟୋ: ପି. ସାଇନାଥ   

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath