୨୦୨୪ ଫେବୃୟାରୀ ୧୮ ତାରିଖ ଦିନ ଅପରାହ୍ନ ୩ଟାରେ ଖରାବେଳର ସୂର୍ଯ୍ୟତାପ ସତ୍ତ୍ୱେ ରଙ୍ଗୀନ ପୋଷାକ ପିନ୍ଧି ପ୍ରାୟ ୪୦୦ ଅଂଶଗ୍ରହଣକାରୀ ସହରର ଦ୍ଵିତୀୟ ସ୍ୱାଭିମାନ ଶୋଭାଯାତ୍ରାରେ ସବରଠାରୁ ମହୀଶୂର ଟାଉନ ହଲ୍‌ ପର୍ଯ୍ୟନ୍ତ ଯାଇଥିଲେ।

“ମୁଁ ଏଠାରେ (ଶୋଭାଯାତ୍ରାରେ) ଯୋଗ ଦେଇଥିବାରୁ ଗର୍ବିତ। ମହୀଶୂର ବହୁତ ବଦଳି ଯାଇଛି,” କହନ୍ତି ସୈକଜାରା, ଯେ କି ଏହି ସହରରେ ପିଲାଦିନୁ ବଢିଥିଲେ। “ଗତ ପାଞ୍ଚ ଛ’ ବର୍ଷ ଧରି ମୁଁ କ୍ରସ-ଡ୍ରେସିଂ କରୁଥିବାରୁ ଲୋକେ ସେମାନଙ୍କ ରାୟ ଦେଉଛନ୍ତି, କହୁଛନ୍ତି, “କାହିଁକି ପୁଅଟେ ହେଇ ଝିଅଙ୍କ ପୋଷାକ ପିନ୍ଧୁଛି?” କିନ୍ତୁ ଏବେ ଲୋକମାନେ ଅଧିକ ଗ୍ରହଣ କଲେଣି। ମୁଁ ଯାହା ସେଥି ପାଇଁ ଗର୍ବିତ”, କହନ୍ତି ୨୪-ବର୍ଷୀୟ ବେଙ୍ଗାଲୁରୁରେ ଗୋଟିଏ କଲ୍‌ ସେଣ୍ଟରରେ କାମ କରୁଥିବା ଯୁବକ। ସୈକଜାରାଙ୍କ ଭଳି ଅନ୍ୟ ବହୁତ ଜଣ କର୍ଣ୍ଣାଟକ, ଗୋଆ ଓ ତାମିଲନାଡୁ ଆଦି ଅନ୍ୟ ପ୍ରଦେଶରୁ ଏହି ଉତ୍ସବରେ ଯୋଗ ଦେବାକୁ ଆସିଥିଲେ।

ୟେଲମା ଠାକୁରାଣୀଙ୍କ (ବା ରେଣୁକା) ସୁବର୍ଣ୍ଣ ପ୍ରତିମା ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ। ପ୍ରାୟ ୧୦ କିଗ୍ରା ଓଜନର ଏହି ପ୍ରତିମାକୁ ଅଂଶଗ୍ରହଣକାରୀମାନେ ସେମାନଙ୍କ ମୁଣ୍ଡରେ ଧରି ବାଜା ବଜାଇ ଓ ନୃତ୍ୟ କରି କରି ଶୋଭାଯାତ୍ରାରେ ଯାଇଥିଲେ।

PHOTO • Sweta Daga
PHOTO • Sweta Daga

ବାମ: ସୈକଜାରା (ମଝିରେ), ସକୀନା (ବାମ) ଓ କୁନାଲ (ଡାହାଣ)ଙ୍କ ସହ ସ୍ୱାଭିମାନ ଶୋଭାଯାତ୍ରାରେ ମଜା ନେଉଛନ୍ତି । ' ମୁଁ ଏଠାରେ (ଶୋଭାଯାତ୍ରାରେ) ଯୋଗ ଦେଇଥିବାରୁ ଗର୍ବିତ ମହୀଶୂର ବହୁତ ବଦଳି ଯାଇଛି,' କହନ୍ତି ସୈକଜାରା ଡାହାଣ: ଥିପେଶ ଆର.,୨୦୨୪ ଫେବୃୟାରୀ ୧୮ରେ ଆୟୋଜିତ ଶୋଭାଯାତ୍ରାରେ ଯୋଗ ଦେଇଥିବା ଗରାଗର ଜଣେ ଛାତ୍ର

PHOTO • Sweta Daga

ପ୍ରାୟ ୧୦ କି.ଗ୍ରା. ଓଜନର ୟେଲମା ଠାକୁରାଣୀଙ୍କ ସୁବର୍ଣ୍ଣ ପ୍ରତିମା ଯାହାକୁ ଅଂଶଗ୍ରହଣକାରୀମାନେ ସେମାନଙ୍କ ମୁଣ୍ଡରେ ଧରି ଶୋଭାଯାତ୍ରାରେ ଯାଇଥିଲେ

ଏହି ଶୋଭାଯାତ୍ରା ନମ୍ମା ପ୍ରାଇଡ ଓ ସେଭେନ ରେନବୋଜ ନାମକ ଲୈଙ୍ଗିକ ବୈଶିଷ୍ଟ୍ୟ ବା ଟ୍ରାନ୍ସ ସମୁଦାୟ ସହ କାମ କରୁଥିବା ଦୁଇଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା। ‘‘ ଏ ବର୍ଷ ଦ୍ଵିତୀୟ ଶୋଭାଯାତ୍ରା ପାଇଁ ପୋଲିସ ଅନୁମତି ମାତ୍ର ଗୋଟିଏ ଦିନରେ ମିଳିଥିବା ବେଳେ ପୂର୍ବ ବର୍ଷ ଏଥି ପାଇଁ ଦୁଇ ସପ୍ତାହ ଲାଗିଥିଲା”, କହନ୍ତି ପ୍ରଣତୀ ଆମ୍ମା, ଏହି ସମୁଦାୟରେ ସମସ୍ତେ ତାଙ୍କୁ ସମ୍ମାନର ସହ ଏହି ନାଁରେ ଡାକନ୍ତି। ସେ ହେଉଛନ୍ତି ସେଭେନ ରେନବୋଜ ସଂସ୍ଥାର ପ୍ରତିଷ୍ଠାତା, ଓ ବିଗତ ୩୭ ବର୍ଷ ଧରି ସେ ସାରା ଭାରତରେ ଲୈଙ୍ଗିକ ଓ ଯୌନତା କ୍ଷେତ୍ରରେ କାମ କରିଛନ୍ତି।

ପୋଲିସ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା ଆମେ ଶିଖୁଛୁ। ମହୀଶୂରରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଆମକୁ ଗ୍ରହଣ କରନ୍ତି ନାହିଁ  ଓ ଆମେ ଏଠାରୁ ଉଭାନ ହେଇଯାଉ ବୋଲି ସେମାନେ ଚାହାନ୍ତି, କିନ୍ତୁ ଆମେ ଆଶା ରଖିଛୁ ଯେ ଏହାର (ସ୍ୱାଭିମାନ ଶୋଭାଯାତ୍ରାର) ଆକାର ଓ ବିବିଧତାକୁ ପ୍ରତି ବର୍ଷ ପ୍ରସାରିତ କରିବୁ, ସେ କହନ୍ତି।

ଗୋଟିଏ କି.ମି. ଲମ୍ବର ଏହି ଶୋଭାଯାତ୍ରା ସହରର ସର୍ବାଧିକ ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରେ ଯାଇଥିଲା। ଏହି ଉତ୍ସବକୁ ସହଜରେ ହେବା ପାଇଁ ସ୍ଥାନୀୟ ପୋଲିସ ଯାନବାହାନ ଚଳାଚଳକୁ ଖୁବ ଚଳଚଞ୍ଚଳ ହୋଇ ନିୟନ୍ତ୍ରଣ କରିଥିଲା। “ଆମେ ଏହି ସମୁଦାୟକୁ ସମ୍ମାନ କରୁ। ସେମାନଙ୍କର ଯେମିତି କିଛି ଅସୁବିଧା ନହେଉ ସେଥି ପାଇଁ ଆମେ ସେମାନଙ୍କ ସହ ଚାଲିଥିଲୁ। ଆମେ ସେମାନଙ୍କୁ (ଟ୍ରାନ୍ସଜେଣ୍ଡରମାନଙ୍କୁ) ସମର୍ଥନ କରୁଛୁ”, କହନ୍ତି ବିଜୟେନ୍ଦ୍ର ସିଂହ, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର।

“ଭାରତରେ ଲୈଙ୍ଗିକ ବୈଶିଷ୍ଟ୍ୟ ବିଶିଷ୍ଟ (ଟ୍ରାନ୍ସଜେଣ୍ଡର) ମହିଳାମାନଙ୍କ ସ୍ଥିତି ଅତି ସଙ୍କଟଜନକ। ପୌରାଣିକ ତତ୍ତ୍ଵ ଆଧାରରେ ସେମାନଙ୍କ ପାଖରେ କିଛି ଯାଦୁଗରୀ କ୍ଷମତା ରହିଥିବା କାରଣରୁ ସେମାନଙ୍କୁ କିଛିଟା ସାଂସ୍କୃତିକ ସୁରକ୍ଷା ମିଳେ, କିନ୍ତୁ ସେମାନଙ୍କୁ ଭେଦଭାବ ଓ ଲାଞ୍ଛନା ଦିଆଯାଏ”, କହନ୍ତି ଦୀପକ ଧନଞ୍ଜୟ ଯେ କି ଜଣେ ମାନସିକ ସ୍ଵାସ୍ଥ୍ୟ ପେଷାଦାର ଓ ନିଜକୁ ସମଲିଙ୍ଗି ବୋଲି ମନେ କରନ୍ତି।

ସ୍ୱାଭିମାନ ଶୋଭାଯାତ୍ରାରେ ଭାଗ ନେଇଥିବା ୩୧-ବର୍ଷୀୟ ପ୍ରିୟଙ୍କ ଆଶା ସୁକାନନ୍ଦ କହନ୍ତି, “ମୁଁ ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ଭେଦଭାବ ଓ ଲାଞ୍ଛନାର ଶିକାର ହୋଇଛି, ଏବଂ ତେଣୁ ନିଷ୍ପତିମୂଳକ ଭାବେ ମୁଁ ମୋର ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି। ମୁଁ ଯୋଗ ଦେଇଥିବା ପ୍ରତ୍ୟେକ ସ୍ୱାଭିମାନ ଶୋଭାଯାତ୍ରା ମୋତେ ଓ ମୋ ଭଳି ଅନ୍ୟ ଯେଉଁମାନେ ସମସ୍ତଙ୍କୁ ଆମର ସଂଗ୍ରାମକୁ ମନେ ପକେଇ ଦିଏ ଓ ତେଣୁ ମୁଁ ଶୋଭାଯାତ୍ରାରେ ଚାଲେ”। ବେଙ୍ଗାଲୁରୁଠାରେ ଅବସ୍ଥିତ ଜଣେ ପାଚକ ଓ ସ୍ଵତନ୍ତ୍ର ଶିକ୍ଷକ ପ୍ରିୟଙ୍କ ଆହୁରି କହନ୍ତି, “ଆମେ ମହୀଶୂରର ଏଲଜିବିଟି ସମୁଦାୟର ପ୍ରକୃତ ଶକ୍ତି ଦେଖିବାକୁ ପାଇଲୁ ଓ ତାହା ଖୁବ ଆଶ୍ଵସ୍ତ କଲା”।

PHOTO • Sweta Daga

ଲୈଙ୍ଗିକ ବୈଶିଷ୍ଟ୍ୟ ବା ଟ୍ରାନ୍ସଜେଣ୍ଡର ପତାକା ଲହରେଉଥିବା ବେଳେ କହନ୍ତି, 'ମୁଁ ବେଙ୍ଗାଲୁରୁରୁ ଆସିଛି, କାରଣ ଯେଉଁଠି ଓ ଯେତେବେଳେ ମୁଁ ଦେଖାଦେଇ ପାରିବାଟା ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ମୁଁ ମଧ୍ୟ ମଜା ନେଉଛି'

PHOTO • Sweta Daga

ସ୍ଥାନୀୟ ପୋଲିସ ଯାନବାହାନ ଚଳାଚଳକୁ ଖୁବ ଚଳଚଞ୍ଚଳ ହୋଇ ନିୟନ୍ତ୍ରଣ କରିଥିଲା। ' ଆମେ ଏହି ସମୁଦାୟକୁ ସମ୍ମାନ କରୁ। ସେମାନଙ୍କର ଯେମିତି କିଛି ଅସୁବିଧା ନହେଉ ସେଥି ପାଇଁ ଆମେ ସେମାନଙ୍କ ସହ ଚାଲିଥିଲୁ। ଆମେ ସେମାନଙ୍କୁ (ଟ୍ରାନ୍ସଜେଣ୍ଡରମାନଙ୍କୁ) ସମର୍ଥନ କରୁଛୁ,' କହନ୍ତି ବିଜୟେନ୍ଦ୍ର ସିଂହ, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର

PHOTO • Sweta Daga

ଏହି ଶୋଭାଯାତ୍ରାକୁ ଆୟୋଜନ କରିଥିବା ନମ୍ମା ପ୍ରାଇଡ ଓ ସେଭେନ ରେନବୋଜ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଥିଲା – ସମୁଦାୟର ସମସ୍ତଙ୍କ ପାଇଁ ଓ ସହଯୋଗୀମାନଙ୍କ ପାଇଁ ମଧ୍ୟ

PHOTO • Sweta Daga

ଆଜାର, ସହରର ଜଣେ ଅଟୋ ଚାଳକ (ବାମ) ଓ ଦୀପକ ଧନଞ୍ଜୟ, ଜଣେ ମାନସିକ ସ୍ୱାସ୍ଥ୍ୟ ପେଷାଦାର ଯେ କି ନିଜକୁ ଜଣେ ସମଲିଙ୍ଗି ବୋଲି ମନେ କରନ୍ତି ପୂର୍ବରୁ ଏମିତି କିଛି ବି ମୁଁ ଦେଖି ନଥିଲି”, କହନ୍ତି ଆଜାର

PHOTO • Sweta Daga

ବାମରୁ ଡାହାଣ: ପ୍ରିୟଙ୍କ, ଦୀପକ, ଜମିଲ, ଆଦିଲ ପାସା ଓ ଆକ୍ରମ ଜାନ ଆଦିଲ ପାସା ଓ ଆକ୍ରମ ଜାନ ହେଉଛନ୍ତି ସ୍ଥାନୀୟ ବ୍ୟବସାୟୀ ଯେଉଁମାନଙ୍କର ଆଖପାଖରେ ଲୁଗା ଦୋକାନ ଅଛି । ' ଆମେ ପ୍ରକୃତରେ ସେମାନଙ୍କୁ (ଟ୍ରାନ୍ସଜେଣ୍ଡରମାନଙ୍କୁ) ବୁଝି ପାରୁନୁ , କିନ୍ତୁ ସେମାନଙ୍କୁ ଘୃଣା ମଧ୍ୟ କରୁନା। ସେମାନଙ୍କର ବି ଅଧିକାର ରହିଛି'

PHOTO • Sweta Daga

ୟେଲମା ଠାକୁରାଣୀଙ୍କ (ରେଣୁକା ଭାବେ ମଧ୍ୟ ପରିଚିତ) ସୁବର୍ଣ୍ଣ ପ୍ରତିମା ଉତ୍ସବର ମୁଖ୍ୟ ଆକର୍ଷଣ

PHOTO • Sweta Daga

ରଙ୍ଗୀନ ପୋଷାକ ପରିହିତ ଅଂଶଗ୍ରହଣକାରୀମାନେ ସାବରଠାରୁ ମହୀଶୂର ଟାଉନହଲ ପର୍ଯ୍ୟନ୍ତ ଯାଇଥିଲେ

PHOTO • Sweta Daga

ବେଙ୍ଗାଲୁରୁର ମନୋଜ ପୂଜାରୀ ଶୋଭାଯାତ୍ରା ସମୟରେ ନୃତ୍ୟରତ

PHOTO • Sweta Daga

ଏକ କି.ମି. ଲମ୍ବ ଶୋଭାଯାତ୍ରା ସହରର ସର୍ବାଧିକ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟ ଦେଇ ଯାଇଥିଲା

PHOTO • Sweta Daga

ଶୋଭାଯାତ୍ରାରେ ଅଂଶଗ୍ରହଣକାରୀ

PHOTO • Sweta Daga

ଜନଗହଳି ଟାଉନ ହଲଆ କୁ ଯାଉଅଛି

PHOTO • Sweta Daga

ବେଗମ ସୋନି ତାଙ୍କ ପୋଷାକ ନିଜେ ତିଆରି କରିଥିଲେ ଓ କହନ୍ତି, 'ଡେଣାଗୁ ଡ଼ି କ ସମଲିଙ୍ଗି ହେବାର ସ୍ଵାଧୀନତାକୁ ପ୍ରତିନିଧିତ୍ଵ କରେ'

PHOTO • Sweta Daga

ସ୍ୱାଭିମାନ ପତାକା

PHOTO • Sweta Daga

ବାଜା ବଜାଳି ଦଳ ଲୋକ ଗହଳି ଭିତରେ ଆଗଉ ଥିଲେ। 'ଆମ ସମୁଦାୟ ଭିତରେ ବହୁତ ଜଣ ଆକ୍କା (ଭଉଣୀ) ଥିଲେ , ଯେଉଁମାନେ ମୋ ନିଜ ଭଉଣୀ ସମେତ ଟ୍ରାନ୍ସଜେଣ୍ଡର। ଆମେ ସେମାନଙ୍କୁ ସମର୍ଥନ ଦେବୁ କାରଣ ସେମାନେ ମଧ୍ୟ ଆମ ସମୁଦାୟର ଅଂଶ,' କହନ୍ତି ନନ୍ଦିଶ ଆ ର୍‌

PHOTO • Sweta Daga

ଶୋଭାଯାତ୍ରା ମହୀଶୂର ଟାଉନ ହଲଠାରେ ଶେଷ ହେଲା

ଅନୁବାଦ : ଓଡ଼ିଶାଲାଇଭ୍‍

Sweta Daga

شویتا ڈاگا بنگلورو میں مقیم ایک قلم کار اور فوٹوگرافر، اور ۲۰۱۵ کی پاری فیلو ہیں۔ وہ مختلف ملٹی میڈیا پلیٹ فارموں کے لیے کام کرتی ہیں اور ماحولیاتی تبدیلی، صنف اور سماجی نابرابری پر لکھتی ہیں۔

کے ذریعہ دیگر اسٹوریز شویتا ڈاگا
Editor : Siddhita Sonavane

سدھیتا سوناونے ایک صحافی ہیں اور پیپلز آرکائیو آف رورل انڈیا میں بطور کنٹینٹ ایڈیٹر کام کرتی ہیں۔ انہوں نے اپنی ماسٹرز ڈگری سال ۲۰۲۲ میں ممبئی کی ایس این ڈی ٹی یونیورسٹی سے مکمل کی تھی، اور اب وہاں شعبۂ انگریزی کی وزیٹنگ فیکلٹی ہیں۔

کے ذریعہ دیگر اسٹوریز Siddhita Sonavane
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE