ରୁପେଶ୍ୱର ବୋରୋ ହୁଲକ୍‌ ଗିବନ୍‌ମାନଙ୍କ ଗତିକୁ ଅନୁକରଣ କରି ଦେଖାଇବା ସହିତ ସେମାନଙ୍କ କାହାଣୀ ଆମମାନଙ୍କୁ ଶୁଣାଉଛନ୍ତି । ସେ ଏହି ମାଙ୍କଡ ପ୍ରଜାତିର ସ୍ୱରକୁ ଅନୁକଣ କରିବାକୁ ଓ ସେମାନେ କିଭଳି ଗୋଟିଏ ଗଛରୁ ଅନ୍ୟ ଗଛକୁ ଯାଉଛନ୍ତି ତାହା ଅଙ୍ଗଭଙ୍ଗୀ ଜରିଆରେ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି ।

ଆମେ ଲୋହାର୍‌ ଘାଟ ରେଞ୍ଜ ଅଫିସ୍‌ରେ ବୋରୋଙ୍କ ସହିତ ସାକ୍ଷାତ କରିଥିଲୁ; ସେ ସେହି ଫରେଷ୍ଟ ଅଫିସ୍‌ରେ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରନ୍ତି । ସେ ଏକଥା ସ୍ୱୀକାର କରନ୍ତି ଯେ ସେ କେବେ ମଧ୍ୟ ଗିବନ୍‌ ଦେଖିନାହାନ୍ତି । “ଏହି ବିରାଟକାୟ ଜୀବମାନଙ୍କ ଉତ୍ତେଜନାପୂର୍ଣ୍ଣ ଉଚ୍ଚ ସ୍ୱର ଆମେ ଆମ ଘରେ ରହି ଏକାଧିକ ଥର ଶୁଣିଛୁ । ହେଲେ, ସେମାନେ କେବେ ମଧ୍ୟ ଆମ ଗ୍ରାମ ପାଖକୁ ଆସିନାହାନ୍ତି । ଦୂର ପାହାଡରୁ ସେମାନଙ୍କ ଶବ୍ଦ ଆମକୁ ଶୁଣିବାକୁ ମିଳେ,” ବୋଲି ସେ କୁହନ୍ତି । ଆସାମର କାମରୂପ ଜିଲ୍ଲାରେ ଅବସ୍ଥିତ ତାଙ୍କ ଗ୍ରାମ ମୁଦୁକି ରାଣୀ ଜଙ୍ଗଲ ସୀମାଠାରୁ ପ୍ରାୟ ୩୫ କିଲୋମିଟର ଦୂରତାରେ ଅବସ୍ଥିତ । ସେ ଏହି ମାଙ୍କଡମାନଙ୍କର ଯେଉଁ ଅନୁକରଣ କରନ୍ତି ତାହା ସେ ଆସାମି ଟେଲିଭିଜନ୍‌ ଚ୍ୟାନେଲ୍‌ଗୁଡିକରେ ପ୍ରସାରିତ ହେଉଥିବା ରିପୋର୍ଟଗୁଡିକୁ ଦେଖି ଶିଖିଛନ୍ତି ।

ସେ ଯାହା ହେଉ, ଗତ ବର୍ଷ ଡିସେମ୍ବର ୮ରେ ଗୋଲ୍‌ପଡା ଫଟୋଗ୍ରାଫିକ୍‌ ସୋସାଇଟିର କିଛି ସଦସ୍ୟ ବାର୍‌ଦୁଆର୍‌ ସଂରକ୍ଷିତ ଜଙ୍ଗଲକୁ ପାହାଡ ଚଢିବା ପାଇଁ ଯାଇଥିବା ବେଳେ, ସେଠାରେ ଏକ ଯୋଡି ପାଶ୍ଚାତ୍ୟ ହୁଲକ୍‌ ଗିବନ୍‌ (ହୁଲକ୍‌ ହୁଲକ୍‌)  ଦେଖିବାକୁ ପାଇଥିଲେ । ସ୍ଥାନୀୟ ଭାଷାରେ ଏହି ଗିବନ୍‌କୁ ବନ୍‌ ମାନୁଃ  ବା ‘ବଣ ମଣିଷ’ ବୋଲି କୁହାଯାଏ ଯାହା ଆସାମ-ମେଘାଳୟ ସୀମାବର୍ତ୍ତୀ ଅଞ୍ଚଳରେ କ୍ୱଚିତ୍‌ ଦେଖିବାକୁ ମିଳନ୍ତି।

ଗିବନ୍‌ମାନଙ୍କ ଏହି ପ୍ରଜାତି ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟ ତଥା ପୂର୍ବ ବଙ୍ଗଳାଦେଶ ଓ ଉତ୍ତର-ପଶ୍ଚିମ ମିୟାମାର୍‌ର ଜଙ୍ଗଲରେ ବାସ କରନ୍ତି, ସେମାନଙ୍କୁ ଇଣ୍ଟରନାସ୍‌ନାଲ୍‌ ୟୁନିୟନ୍‌ ଫର୍‌ କନ୍‌ଜର୍‌ଭେସନ୍‌ ଅଫ୍‌ ନେଚର୍‌ (ଆଇୟୁସିଏନ୍‌) ଅଧୀନରେ ରେଡ୍‌ ଲିଷ୍ଟ ଅଫ୍‌ ଥ୍ରିଟେଣ୍ଡ ସ୍ପେସିସ୍‌ ତାଲିକାଭୂକ୍ତ କରାଯାଇଛି । ପୂର୍ବାଞ୍ଚଳର ଏହି ହୁଲକ୍‌ ଗିବନ୍‌ (ହୁଲକ୍‌ ଲିୟୁକୋନେଡିସ୍‌) ଅରୁଣାଚଳ ପ୍ରଦେଶ ଓ ଆସାମ ତଥା ଦକ୍ଷିଣ ଚାଇନା ଓ ଉତ୍ତର-ପୂର୍ବ ମିୟାମାରର ବିଭିନ୍ନ ଅଞ୍ଚଳରେ ବାସ କରନ୍ତି; ଏହି ପ୍ରଜାତିକୁ ଆଇୟୁସିଏନ୍‌ ତାଲିକାରେ ‘ବିଲୁପ୍ତ ହେବାପ୍ରାୟ’ ବର୍ଗ ତାଲିକାଭୂକ୍ତ ଅଟନ୍ତି ।

“ହୁଲକ୍‌ ଗିବନ୍‌ ହେଉଛି ଲମ୍ବା ଓ ପତଳା ବାହୁ ଥିବା, ଦ୍ରୁତ ଗତିରେ ଚାଲୁଥିବା ଏକ ପ୍ରାଣୀ ଯାହା କେବେ କେମିତି ଆବଶ୍ୟକ ହେଲେ ଭୂମିକୁ ଓହ୍ଲାଇଥାଏ ” ବୋଲି ନେଚର୍‌ - ଇଣ୍ଡିଆ ପାଇଁ ୱାର୍ଲ୍‌ଡ ୱାଇଡ୍‌ ଫଣ୍ଡରେ ନୋଟ୍ ‌ କରାଯାଇଛି । “ସେମାନେ ଗୋଟିଏ ଡାଳରୁ ଅନ୍ୟ ଏକ ଡାଳକୁ ଡେଇଁ ଡେଇଁ ଝୁଲି ଝୁଲି ଗତି କରିଥାନ୍ତି, ଯାହାକୁ ବ୍ରାକିଏସନ୍‌ ଗତି ବୋଲି କୁହାଯାଏ । ଏହିପରି ଭାବେ ସେମାନେ ୫୫କିମି/ଘଣ୍ଟା ବେଗରେ ଯାଇ କରିପାରନ୍ତି । ଗୋଟଏ ଥର ଝୁଲି ସେମାନେ ପ୍ରାୟ ଛଅ ମିଟର ପଥ ଅତିକ୍ରମ କରିବାକୁ ସମର୍ଥ ହୋଇପାରନ୍ତି ”!
'With long and slender arms, hoolock gibbons are swift creatures, barely needing to step on the ground. They swing from tree to tree at speeds upto 55 km/hr, covering upto six meters in just one swing'
PHOTO • Abhilash Rabha

ସେମାନଙ୍କ ଲମ୍ବା ଓ ପତଳା ବାହୁ ସହିତ, ହୁଲକ୍‌ ଗିବନ୍‌ମାନେ ଦ୍ରୁତଗାମୀ ଜନ୍ତୁ ଅଟନ୍ତି. ଯେଉଁମାନେ କ୍ୱଚିତ ଭୂମି ଉପରେ ଚାଲିଥାନ୍ତି । ସେମାନେ ଘଣ୍ଟାକୁ ୫୫କିମି/ଘଣ୍ଟା ବେଗରେ ଗୋଟିଏ ଗଛରୁ ଅନ୍ୟ ଗଛକୁ ଝୁଲି ଝୁଲି ଯାଇଥାନ୍ତି ତଥା ଗୋଟିଏ ଥର ଝୁଲିଲେ ପ୍ରାୟ ଛଅ ମିଟର ପଥ ଅତିକ୍ରମ କରିପାରନ୍ତି

ଗୋଲ୍‌ପଡା ଫଟୋଗ୍ରାଫି ସୋସାଇଟି (ଜିପିଏସ୍‌)ର ସଦସ୍ୟମାନେ ଯେତେବେଳେ ବର୍‌ଦୂଆର୍‌ ଜଙ୍ଗଲ, ଯାହା ଚୟାନୀ-ବାର୍‌ଦୂର ଡେଭଲେପ୍‌ମେଣ୍ଟ ବ୍ଲକ୍‌ ଅନ୍ତର୍ଗତ ପଶ୍ଚିମ କାମରୂପ ବନ ବିଭାଗର ଏକ ଅଂଶରେ ଏହି ଗିବନ୍‌ମାନଙ୍କୁ ଦେଖିଲେ, ସେତେବେଳେ ସେମାନେ ଏହି ମାଙ୍କଡମାନଙ୍କ ଫଟୋ ଉଠାଇଥିଲେ । ଇନ୍ଦ୍ରନାରାୟଣ କୋଚ, ଜଣେ ଜିପିଏସ୍‌ ସଦସ୍ୟ ଓ ଗୋଲପଡା ଜିଲ୍ଲାର ଦୁଧନୋଇ ପ୍ରାଇମେରୀ ସ୍କୁଲ ଶିକ୍ଷକ, ମଧ୍ୟ ସେଦିନ ସେଠାରେ ଉପସ୍ଥିତ ଥିଲେ । ସେ ଆମକୁ ଗୌହାଟୀରେ ଏକ ସ୍ଥାନୀୟ ନ୍ୟୁଜ୍‌ ଚ୍ୟାନେଲ୍‌ରେ ସେମାନଙ୍କ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ସମ୍ବନ୍ଧରେ ପ୍ରସାରିତ ହୋଇଥିବା ଏକ ରିପୋର୍ଟର କ୍ଲିପ୍‌ ଦେଖାଇଲେ । ଆମେ ତାଙ୍କୁ ଜୁପାଙ୍ଗବାଡି ନମ୍ବର 1  ନାମକ ଏକ ଦୂରବର୍ତ୍ତୀ ପଲ୍ଲୀରେ ଭେଟିଥିଲୁ, ଯାହା ଆସାମର ରାଜଧାନୀ ଦିଶ୍‌ପୁରଠାରୁ ୬୦ କିଲୋମିଟର ଦୂରରେ ଅବସ୍ଥିତ । ସେତେବେଳେ ସେ ଏକ ଇକୋ-କ୍ୟାମ୍ପର ଆୟୋଜନ କରିବା ପାଇଁ କିଛି ଯୁବକଙ୍କ ସହିତ ମିଶି ଏକ ପଡିଆ ପରିଷ୍କାର କରିବାରେ ବ୍ୟସ୍ତ ଥିଲେ ।

ଏହି ସ୍ଥାନ ଗିବନ୍‌ଗୁଡିକୁ ଠାବ କରିଥିବା ଫଟୋଗ୍ରାଫି ଗ୍ରୁପ୍‌ର ଅନ୍ୟତମ ସଦସ୍ୟ ବିଶ୍ୱଜିତ୍‌ ରଭାଙ୍କ ଘର ପାଖରେ ଅଛି । ସ୍ଥାନୀୟ ହସ୍ତଶିଳ୍ପ କାରିଗର ଭାବେ କାମ କରୁଥିବା ବିଶ୍ୱଜିତ୍‌ ପ୍ରଥମ ଥର ପାଇଁ ଏହି ‘ବିଶାଳାକାୟ’ ପ୍ରାଣୀକୁ ଦେଖିବାର ସୁଯୋଗ ପାଇଥିଲେ । “ମୁଁ କେବେ ମଧ୍ୟ ଏମାନଙ୍କୁ ଏଠାରେ ଦେଖିନଥିଲି [ ଜୁପାଙ୍ଗବରି ନଂ. ୧ରେ]। ଏହା ବିରଳ ଅଟେ। ସେମାନଙ୍କୁ ଆମେ ଘଞ୍ଚ ଜଙ୍ଗଲରେ ଦେଖିବାକୁ ପାଇଥିଲୁ,” ବୋଲି ସେ କୁହନ୍ତି ।

“ଆମେ ପ୍ରାୟ ଚାରି ଘଣ୍ଟା ସମୟ ଜଙ୍ଗଲରେ ରହିଲୁ, ଫଟୋ ଉଠାଉଥିଲୁ । ଆମ ସହିତ ଥିବା ଅଜୟ ରଭା [ଜଣେ ଜିପିଏସ୍‌ ସଦସ୍ୟ] ତାଙ୍କ ଠାରୁ ପ୍ରାୟ ୩୦ ଫୁଟ ଦୂରରେ ପତ୍ର ଓ ଡାଳଗୁଡିକ ଦ୍ରୁତ ଗତିରେ ଝୁଲୁଥିବା ଦେଖିବାକୁ ପାଇଲେ ଓ ଆମକୁ ସେ ବିଷୟରେ ଇଂଗିତ କଲେ।ଶାଳ ଗଛଗୁଡିକ ମଝିରେ ଏହି ଗିବନ୍‌ ଥିଲା। ଆମେ ତା ନିକଟକୁ ଯିବାରୁ ତାହା ଦ୍ରୁତ ଗତିରେ ଆମ ଠାରୁ ଦୂରକୁ ଚାଲିଗଲା କିନ୍ତୁ ଆମେ ତାକୁ ଦେଖିବାରେ ସଫଳ ହେଲୁ – ଏକ କଳା ହିଲୁକ୍‌ ଗିବନ୍‌ !” ବୋଲି  ଘୁଷୁରୀ ଫାର୍ମ କରିଥିବା ଜିପିଏସ୍‌ର ଜଣେ ସଦସ୍ୟ , କାମରୂପ ଜିଲ୍ଲାର ଚୁକୁନିଆପଡା ଗ୍ରାମର ୨୪ବର୍ଷ ବୟସ୍କ ଅଭିଳାଷ ରଭା କୁହନ୍ତି।

“ଆମେ ସେଇ ଅଞ୍ଚଳରେ [ବର୍‌ଦୂଆର୍‌] ପ୍ରାୟ ୨୦୧୮ରୁ ହୁଲକ୍‌ ଗିବନ୍‌ର ଅନୁସନ୍ଧାନ ଆରମ୍ଭ କରିଥିଲୁ ଓ ଶେଷରେ ୨୦୧୯ ଡିସେମ୍ବର ୮ରେ ସେମାନଙ୍କୁ ଠାବ କରିବାରେ ସଫଳ ହେଲୁ” ବୋଲି ଜିପିଏସ୍‌ର ଅନ୍ୟତମ ସଂସ୍ଥାପକ ଓ ଦୁଧନୋଇ ଠାରେ ଥିବା ସରକାରୀ କୃଷି ବିଜ୍ଞାନ କେନ୍ଦ୍ରରେ ମୃତ୍ତିକା ଓ ଜଳ ସଂରକ୍ଷଣ ଯନ୍ତ୍ରୀ ଭାବେ କାମ କରୁଥିବା ବେଞ୍ଜାମିନ୍‌ କମାଣ କୁହନ୍ତି । “ସେ ଆହୁରି ମଧ୍ୟ କହିଲେ ଯେ, ସେମାନେ ପୂର୍ବରୁ ମଧ୍ୟ ଗିବନ୍‌ମାନଙ୍କର ଉତ୍ତେଜନାପୂର୍ଣ୍ଣ ରଡି ଶୁଣିଛନ୍ତି, ହେଲେ କେବେ ମଧ୍ୟ ପୂର୍ବରୁ ସେମାନଙ୍କର ଭିଡିଓ କରିବାକୁ ବା ଫଟୋ ଉଠେଇବାରେ ସଫଳ ହୋଇପାରିନଥିଲେ । ଆଉ ବର୍ତ୍ତମାନ ଆମେ ସେମାନଙ୍କୁ ଦେଖି ସାରିବା ପରେ, ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଓ ଏହି ବିଶାଳକାୟ ଜୀବମାନଙ୍କ ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଆମେ ଚାହୁଁଛୁ ।

ଗୋଲପଡା ଜିଲ୍ଲାରେ ବର୍‌ଦୂଆର୍‌ ଠାରୁ ପ୍ରାୟ ୧୨୫ କିଲୋମିଟର ଦୂରରେ ଅବସ୍ଥିତ ହୁଲୁ କନ୍ଦ ପାହାଡ (‘ଯେଉଁଠାରେ ହୁଲକ୍‌ ଗିବନ୍‌ମାନେ ଚିତ୍କାର କରନ୍ତି‘) ଗୋଟିଏ ସମୟରେ ଗିବନ୍‌ମାନଙ୍କ ବାସସ୍ଥଳି ଥିଲା ବୋଲି କମଣ କୁହନ୍ତି । ସେ ଆସାମର ଏକ ବନ୍ୟା ପ୍ରବଣ ଅଞ୍ଚଳ ଧିମାଜିର ମୂଳ ବାସିନ୍ଦା ଅଟନ୍ତି । “୨୦୧୮ରେ ଆମେ ହୁଲୁ କନ୍ଦାର ଜଙ୍ଗଲକୁ ଏକାଧିକ ଥର ଆସିଛୁ ହେଲେ ସେଠାରେ ଏମାନଙ୍କ ଉପସ୍ଥିତିର କୌଣସି ସୁରାକ ପାଇପାରିନଥିଲୁ [ମାଙ୍କଡମାନଙ୍କ],” ବୋଲି ସେ କହିଲେ । ମେଘାଳୟ-ଆସାମ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଗୋଲପଡା ଜିଲ୍ଲାର ରଙ୍ଗଜୁଲି ବ୍ଲକ୍‌ର ବିଭିନ୍ନ ଗ୍ରାମରେ କରାଯାଇଥିବା ଅନ୍ୟ ଏକ ଅନୁସନ୍ଧାନ କାର୍ଯ୍ୟକ୍ରମରେ ଆମେ କୌଣସି ଗିବନ ଦେଖିବାକୁ ମଧ୍ୟ ପାଇଲୁ ନାହିଁ ।
'It was the first time that Biswajit Rabha, a member of the photography group (to the right is the machan to spot elephants on his land), was seeing the ‘giants’. “I haven't seen any here [inJupangbari No. 1]. This is very rare'
PHOTO • Ratna Baruah
'It was the first time that Biswajit Rabha, a member of the photography group (to the right is the machan to spot elephants on his land), was seeing the ‘giants’. “I haven't seen any here [inJupangbari No. 1]. This is very rare'
PHOTO • Ratna Baruah

‘ପ୍ରଥମ ଥର ପାଇଁ ବିଶ୍ୱଜିତ୍‌ ରଭା, ଫଟୋଗ୍ରାଫି ଗ୍ରୁପ୍‌ର ଜଣେ ସଦସ୍ୟ (ଡାହାଣରେ ତାଙ୍କ ଅଞ୍ଚଳରେ ହାତୀ ଠାବ କରିବାକୁ ଥିବା ମଞ୍ଚ), ‘ଏହି ବିଶାଳକାୟ ଜୀବ’ଗୁ ଦେଖିଥିଲେ । “ପୂର୍ବରୁ ଏଠାରେ ମୁଁ କେବେ ମଧ୍ୟ ଦେଖିନଥିଲି (ଜୁପାଙ୍ଗବରି ନଂ. ୧ରେ) । ଏହା ଅତ୍ୟନ୍ତ ବିରଳ’

ଉତ୍ତର-ପୂର୍ବ ଭାରତର ପ୍ରାଇମେଟ୍‌ ରିସର୍ଚ୍ଚ ସେଣ୍ଟରର ଡ. ଜିହୋସ୍ୱ ବିଶ୍ୱାସ ଲେଖିଛନ୍ତି ପାଶ୍ଚାତ୍ୟ ହୁଲକ୍‌ ଗିବନ୍‌ମାନଙ୍କ ପ୍ରାକୃତିକ ଆବାସର ଆକାର କ୍ରମଶଃ ଶଙ୍କୁଚିତ ଓ ବିଖଣ୍ଡିତ ହେଉଥିବାରୁ ବୋଧହୁଏ ଗତ ୩-୪  ଦଶନ୍ଧି ହେବ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି – ଆସାମରେ ଏମାନଙ୍କ ସଂଖ୍ୟା ପୂର୍ବେ ୮୦,୦୦୦ ରୁ ଅଧିକ ଥିବା ବେଳେ ବର୍ତ୍ତମାନ ଏହା ହ୍ରାସ ପାଇ ୫,୦୦୦ରୁ କମ୍‌ ହୋଇଗଲାଣି । ଆଇୟୁସିଏନ୍‌ Red List ରେ ଉଲ୍ଲେଖ ହୋଇଛି ଯେ, “୩୦ ବର୍ଷ ପୂର୍ବେ ଏହି ପ୍ରଜାତି ଉତ୍ତରପୂର୍ବ ଭାରତର ସମସ୍ତ ଜଙ୍ଗଲରେ ଦେଖିବାକୁ ମିଳୁଥିଲା, ହେଲେ ବର୍ତ୍ତମାନ ସେମାନେ କେବେଳ ଅଳ୍ପ ସଂଖ୍ୟକ ବନ ଖଣ୍ଡରେ ଦେଖାଯାଉଛନ୍ତି । ବର୍ତ୍ତମାନ ଉତ୍ତରପୂର୍ବ ଭାରତରେ ଏମାନଙ୍କ ମୋଟ ସଂଖ୍ୟା ପ୍ରାୟ ୧୨,୦୦୦ରୁ ଅଧିକ ରହିଥିବା ଆକଳନ କରାଯାଇଛି, ଯାହା ମଧ୍ୟରୁ ୨,୦୦୦ ଆସାମ ରାଜ୍ୟରେ ରହୁଥିବା ଜଣାପଡିଛି ।

ଯଦିଓ ହୁଲକ୍‌ ଗିବନ୍‌କୁ ଭାରତୀୟ ବନ୍ୟଜନ୍ତୁ ଆକ୍ଟ,, ୧୯୭୨ର ସିଡ୍ୟୁଲ୍‌ ୧ରେ ତାଲିକାଭୁକ୍ତ କରାଯାଇଛି, ତଥାପି ଏହି ପାଶ୍ଚାତ୍ୟ ହୁଲକ୍‌ ଗିବନ୍‌ଙ୍କ ସଂଖ୍ୟା ହ୍ରାସ ହେବାର ବିଭିନ୍ନ କାରଣଗୁଡିକ ଆଇୟୁସିଏନ୍‌ ରେଡ୍‌ ଲିଷ୍ଟରେ ଚିହ୍ନଟ କରାଯାଇଛି, ସେଗୁଡିକ ମଧ୍ୟରେ ରହିଛି : ଆବାସିକ ଓ ବ୍ୟବସାୟିକ ବିକାଶ,  ଅଣ-କାଠ ଉତ୍ପାଦନକାରୀ ଫସଲ ଯେପରିକି ଚା’ ବଗିଚା ଗଠନ, ଖନନ ଓ କ୍ୱାରି କାମ ଓ କାଠଗଣ୍ଡି ତଥା କାଠ ଅମଳ କରିବା ଆଦି ।

ଜଙ୍ଗଲ ମଧ୍ୟ ଦେଇ ରାସ୍ତା ଓ ରେଳ ଲାଇନ୍‌ ନିର୍ମାଣ କରାଯିବା କାରଣରୁ ଜଙ୍ଗଲ ବିଭାଜନ ଓ ଜଙ୍ଗଲ ପ୍ରତିଚ୍ଛେଦନ ଯୋଗୁଁ ମଧ୍ୟ ଉତ୍ତରପୂର୍ବ ଭାରତରେ ବନ୍ୟଜନ୍ତୁମାନେ ପ୍ରଭାବିତ ହୋଇଛନ୍ତି । ଯେତେବେଳେ ହୁଲୁ ପାହାଡରେ ଜଙ୍ଗଲ ସଙ୍କୁଚିତ ହେବାକୁ ଆରମ୍ଭ ହେଲା, ସେତେବେଳେ ହୁଲୁ ପାହାଡରେ ଥିବା ସେମାନଙ୍କ ବାସସ୍ଥାନରୁ ସେମାନେ କ୍ରମଶଃ ଲୋପ ପାଇବା ଆରମ୍ଭ ହେଲା। ଭାରତର ଜଙ୍ଗଲ ସର୍ବେକ୍ଷଣ ଅଧୀନରେ ହେଉଥିବା ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ ୨୦୧୯ ମୁତାବକ ଉତ୍ତରପୂର୍ବରେ ଜଙ୍ଗଲ ପରିମାଣ ୨୦୧୭ରୁ ପ୍ରାୟ ୭୬୫ ବର୍ଗ କିଲୋମିଟର ହ୍ରାସ ପାଇଛି ।

“ଜଙ୍ଗଲ ବିଭାଜନ ବର୍ତ୍ତମାନ ବନ୍ୟଜନ୍ତୁଙ୍କ ପାଇଁ ବିପଦ ପାଲଟିଛି ଓ ହୁଲକ୍‌ ଗିବନ୍‌ମାନେ ଏଥିରୁ ବାଦ୍‌ ପଡିବେ କିପରି?" ବୋଲି ଡ. ନାରାୟଣ ଶର୍ମା ଆମକୁ ଫୋନ୍‌ ମାଧ୍ୟମରେ ଜଣାଇଛନ୍ତି । ସେ ଗୌହାଟୀ ସ୍ଥିତ କଟନ୍‌ ୟୁନିଭର୍ସିଟିର ଏନ୍‌ଭାଇରୋନ୍‌ମେଣ୍ଟାଲ୍‌ ଓ ୱାଇଲ୍ଡଲାଇଫ୍‌ ସାଇନ୍ସ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରନ୍ତି । ସ୍ଥାନାନ୍ତରଣ କୃଷି [ମୁଖ୍ୟତଃ ଧାନ], ଚା‘ବଗିଚାର ସଂପ୍ରସାରଣ ଓ ମାନବ ବସତି ମଧ୍ୟ ଗିବନ୍‌ମାନଙ୍କ ସଂଖ୍ୟା ହ୍ରାସ ପାଇଁ ଦାୟୀ ବୋଲି କହିଛନ୍ତି । “ପରିସ୍ଥିତି ସେତିକି ପ୍ରତିକୂଳ ନହେଲେ ସେମାନେ ସାଧାରଣତଃ ଦୂରବର୍ତ୍ତୀ ସ୍ଥାନଗୁଡିକୁ ପ୍ରବାସରେ ଯାଆନ୍ତି ନାହିଁ । ସେମାନେ ଉଷ୍ମ ମଣ୍ଡଳୀୟ ବିସ୍ତୀର୍ଣ୍ଣ ଘଞ୍ଚ ଜଙ୍ଗଲରେ ବାସ କରନ୍ତି ଓ ଭୂମି ଉପରେ ସେମାନେ ଚାଲି ପାରନ୍ତି ନାହିଁ ।  ଘଞ୍ଚ ଜଙ୍ଗଲ ନ ରହିଲେ, ବନ୍ୟଜନ୍ତୁମାନଙ୍କର ସୁଖମୟ ଜୀବନଯାପନ ଆମେ ଆଶା କରିପାରିବା ନାହିଁ ।”

ଯଦିଓ ଉତ୍ତରପୂର୍ବର କେତେକ ଅଞ୍ଚଳରେ ଗିବନମାନଙ୍କ ବେଆଇନ୍‌ ଶିକାର କରାଯାଇଥାଏ, ହେଲେ ଆସାମରେ ଏପରି କ୍ୱଚିତ୍‌ ହେବା ଦେଖାଯାଏ ବୋଲି ଡ. ଶର୍ମା ବିଶ୍ୱାସ କରନ୍ତି । “ଉତ୍ତରପୂର୍ବର କିଛି ଅଞ୍ଚଳ ଯେପରିକି ନାଗାଲାଣ୍ଡରେ ମାଂସ ପାଇଁ ମାଙ୍କଡମାନଙ୍କ ଶିକାର କରାଯାଏ, ଯଦିଓ ବର୍ତ୍ତମାନ ଏହାର ପରିମାଣ ବହୁତ ହ୍ରାସ ପାଇଗଲାଣି । ହିଲୁକ୍‌ ଗିବନ୍‌ର ହାଡକୁ ପାଦରେ ପିନ୍ଧିଲେ ଗାଉଟ୍‌ ବେମାରୀ ଭଲ ହୋଇଥାଏ ବୋଲି ବିଶ୍ୱାସ କରି ମିଜୋରାମର କେତେକ ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଏହାକୁ ସେମାନଙ୍କ ପାଦରେ ପିନ୍ଧୁଥିଲେ [ଅତୀତରେ] । ଅତଏବ ସେମାନେ ମୁଖ୍ୟତଃ ମାଂସ  ଓ ଔଷଧ ଭାବେ ବ୍ୟବହାର କରିବା ପାଇଁ ସେମାନଙ୍କ ଶିକାର କରୁଥିଲେ ।

“ ବର୍ତ୍ତମାନ ଜଙ୍ଗଲରେ ସେମାନଙ୍କୁ ଖାଇବାକୁ ଖାଦ୍ୟ ମିଳୁନି । ସେହି କାରଣରୁ ସେମାନେ ବାରମ୍ବାର ଖାଦ୍ୟ ଅନୁସନ୍ଧାନରେ ମନୁଷ୍ୟ ବସତି ଆଡକୁ ଆସୁଛନ୍ତି,” ବୋଲି ଚୟାନି-ବର୍‌ଦୂରା ବ୍ଲକ୍‌ ଅନ୍ତର୍ଗତ ରାଜପଡା ଗ୍ରାମର ଅବସରପ୍ରାପ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ନଳିନୀ ରଭା କୁହନ୍ତି । “ହେଲେ ସେମାନଙ୍କ ପାଇଁ [ଏଠାରେ] ମଧ୍ୟ କୌଣସି ଖାଦ୍ୟ ଉପଲବ୍ଧ ନାହିଁ । ଆମ ବସ୍ତିରେ   କେବଳ କେତେକ ବାତାପି, କରମଙ୍ଗା ଓ ଗୁଆ ଗଛ ରହିଛି [ବାଡି ଓ ଜମିରେ] । ଚାରିଆଡେ କେବଳ ସେଗୁନ ଗଛ [ସାଗୁଆନ୍‌ ଗଛ ] ଓ ଚା’ ବଗିଚା ଆପଣ ଦେଖିପାରିବେ । ସେମାନେ କେଉଁଆଡେ ଯିବେ?” ବୋଲି ଗିବନ୍‌ମାନେ ସମ୍ମୁଖୀନ ହେଉଥିବା ଖାଦ୍ୟ ସମସ୍ୟା ଉଦ୍ଦେଶ୍ୟରେ ଜଣେ ବୟସ୍କ ବ୍ୟକ୍ତି ପ୍ରଶ୍ନ କରନ୍ତି ।
They have nothing now to eat there in the jungles. That’s why they come to the human habitats frequently in search of food', says Nalini Rabha, a retired school headmaster in Rajapara village. Among the reasons for this change is the illegal trade in timber
PHOTO • Ratna Baruah
They have nothing now to eat there in the jungles. That’s why they come to the human habitats frequently in search of food', says Nalini Rabha, a retired school headmaster in Rajapara village. Among the reasons for this change is the illegal trade in timber
PHOTO • Abhilash Rabha

“ବର୍ତ୍ତମାନ ଜଙ୍ଗଲରେ ସେମାନଙ୍କୁ ଖାଇବାକୁ ମିଳୁନି । ସେହି କାରଣରୁ ସେମାନେ ବାରମ୍ବାର ଖାଦ୍ୟ ଅନୁସନ୍ଧାନରେ ମନୁଷ୍ୟ ବସତି ଆଡକୁ ଆସୁଛନ୍ତି,” ବୋଲି ରାଜପଡା ଗ୍ରାମର ଅବସରପ୍ରାପ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ନଳିନୀ ରଭା କୁହନ୍ତି । ଏହି ପରିବର୍ତ୍ତନ ପାଇଁ ଅନ୍ୟତମ ପ୍ରମୁଖ କାରଣ ହେଉଛି କାଠଗୋଲାର ବେଆଇନ୍‌ ବ୍ୟବସାୟ

ଏକ ବୟସ୍କ ହୁଲକ୍‌ ଗିବନ୍‌ କଅଁଳିଆ ପତ୍ର, ପରିପକ୍ୱ ପତ୍ର, ଫୁଲ, ଫଳ, ପାଖୁଡା, କଢ ଓ ବିଭିନ୍ନ ପଶୁଜାତ ଦ୍ରବ୍ୟ ଖାଇଥାଏ … ୨୦୧୭ର ଏକ paper ରେ ଉଲ୍ଲେଖ କରାଯାଇଛି । ଏହା ପ୍ରାୟ ୫୪ଟି ପ୍ରଜାତିର ଗଛର ବିଭିନ୍ନ ଅଂଶକୁ ଖାଦ୍ୟ ଭାବେ ଖାଉଥିବା ବେଳେ ବର୍ଷସାରା ସର୍ବାଧିକ ସମୟରେ ଫଳ ଖାଇଥାଏ, ଯାହାର ପରିମାଣ ହାରାହାରି ୫୧ ପ୍ରତିଶତ ଅଟେ । ଏମାନେ ମୁଖ୍ୟତଃ ନିଜ ଆହାରରେ ପ୍ରଚୁର ପରିମାଣର ଫଳ ଖାଉଥିବାରୁ, ଛୋଟ ଓ ଅସନ୍ତୁଳିତ ତଥା ବିଭାଜିତ ଜଙ୍ଗଲ ଖଣ୍ଡରେ ଏହି ପ୍ରଜାତି ବଞ୍ଚିବା ନିଶ୍ଚତ ଭାବେ କଷ୍ଟକର ଅଟେ ।

“ସେମାନେ ଅଧିକ ଚାପଗ୍ରସ୍ତ ହୋଇଗଲେଣି । ନିଜ ବସତି ମଧ୍ୟରେ ସେମାନେ ମନୁଷ୍ୟମାନଙ୍କ ଉପସ୍ଥିତିକୁ ମଧ୍ୟ ନାପସନ୍ଦ କରୁଛନ୍ତି,” ବୋଲି ବେଞ୍ଜାମିନ କମାଣ କୁହନ୍ତି । “ଆମେ ଭାବୁଛୁ ଯେ ସେମାନେ ଏକ ସୁରକ୍ଷିତ ପରିବେଶ ଆବଶ୍ୟକ କରୁଛନ୍ତି।”  ଆମେମାନେ ଜୁପାଙ୍ଗବାଡି ନଂ. ୧ ଗ୍ରାମରେ ଥିଲୁ ଓ ଜଣେ ଗ୍ରାମବାସୀ ଫଟୋଗ୍ରାଫରମାନଙ୍କ ସହିତ ଚାଲିଥିବା ଆମର ଆଲୋଚନାରେ ବାଧା ଦେଇ କହିଲେ ଯେ ଜଙ୍ଗଲ ମାଫିଆମାନେ ସବୁକିଛି ଧ୍ୱଂସ କରିଦେଲେ । “ସେମାନେ ସେଠାରେ ଥିବା ସବୁ ପୁରୂଣା ଗଛ କାଟିଦେଲେ [ଯେପରିକି ଶାଗୁଆନ୍‌ ଓ ଶାଳ ] ଓ ବାହାରକୁ ଚାଲାଣ କରିଦେଲେ । ସେମାନେ କେବଳ ପଇସାକୁ ଚିହ୍ନନ୍ତି,” ବୋଲି ସେ କହିଲେ ।

“ଅଧିକାଂଶ ବେଆଇନ୍‌ କାଠ ବ୍ୟବସାୟ ରାଣୀ-ମେଘାଳୟ ରାସ୍ତାରେ ହୋଇଥାଏ । ଏହି ଜଙ୍ଗଲର କିଛି ଅଂଶ ପଡୋଶୀ ମେଘାଳୟର ସୀମା ସହିତ ଲାଗି ରହିଥିବାରୁ, କାଠଗଣ୍ଡିଗୁଡିକୁ ଅନ୍ୟ ସ୍ଥାନକୁ ପରିବହନ କରିବା ଓ ସେହି ରାଜ୍ୟର ଜଙ୍ଗଲଗୁଡିକରେ ଥିବା କରତ କଳକୁ ସେଗୁଡିକ ଯୋଗାଇଦେବା କାମ ପରିଚାଳନା କରିବା ସହଜ ହୋଇଥାଏ,” ବୋଲି ଇନ୍ଦ୍ରନାରାୟଣ କୁହନ୍ତି ।

ଏହି ଜଙ୍ଗଲଗୁଡିକର ପୁନରୁଦ୍ଧାର  ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଜଙ୍ଗଲ ପରିସଂସ୍ଥାନର ପୁନରୁଦ୍ଧାର କରିବା ପାଇଁ ବର୍ତ୍ତମାନ ସରକାର “ଆସାମ ପ୍ରୋଜେକ୍ଟ ଅନ୍‌ ଫରେଷ୍ଟ ଓ ବାୟୋଡାଇଭର୍‌ସିଟି କନ୍‌ଜର୍‌ଭେସନ୍‌ ”ର କାର୍ଯ୍ୟ ସମ୍ପାଦନ ଆରମ୍ଭ କରିଛନ୍ତି,” ବୋଲି ରାଜ୍ୟ ସରକାରଙ୍କ ଏକ ୱେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି । ଆସାମରେ ୨୦ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ପାଞ୍ଚଟି ଜାତୀୟ ଉଦ୍ୟାନ ରହିଛି, ଯାହା ମଧ୍ୟରୁ ଗୋଟିଏ ହେଉଛି ଜୋର୍‌ହଟ୍‌ ଜିଲ୍ଲାର ହୁଲ୍ଲୁଙ୍ଗାପର୍‌ ସଂରକ୍ଷିତ ଜଙ୍ଗଲ, ଯାହାକୁ ୧୯୯୭ ହୋଲ୍ଲୋଙ୍ଗାପର ଗିବନ୍‌ ଅଭୟାରଣ୍ୟରେ ରୂପାନ୍ତରିତ କରାଯାଇଥିଲା ।

ହେଲେ, ଏବେ ମଧ୍ୟ ଏହା ଏକ  ବିଭାଜିତ ବନାଞ୍ଚଳ ହୋଇ ରହିଛି, ଯେଉଁଠାରେ ହୁଲକ୍‌ ଗିବନ୍‌ମାନେ କ୍ୱଚିତ୍‌ ଦୃଷ୍ଟିଗୋଚର ହୁଅନ୍ତି। ଶାନ୍ତନୁ ପାଟୋୱାରୀ, ଲୋହାରଘାଟ୍‌ ରେଞ୍ଜ ଅଫିସ୍‌ର ଫରେଷ୍ଟ ରେଞ୍ଜର ଆମକୁ ଫୋନ୍‌ ଜରିଆରେ କହିଲେ ଯେ, ସେ କିମ୍ବା ତାଙ୍କର କୌଣସି କର୍ମଚାରୀ ବର୍‌ଦୁଆର୍‌ ସଂରକ୍ଷିତ ଜଙ୍ଗଲ, ଯାହା ତାଙ୍କ ପରିସରରେ ରହିଛିରେ କେବେ ମଧ୍ୟ କୌଣସି ଗିବନ୍‌ ଦେଖିନାହାନ୍ତି ।

ଇତି ମଧ୍ୟରେ, ଇନ୍ଦ୍ରନାରାୟଣ ଓ ବିଶ୍ୱଜିତ ପ୍ରଭା ସେମାନଙ୍କ ଇକୋ କ୍ୟାମ୍ପ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଥିଲେ, ଯେଉଁଠାରେ ପ୍ରକୃତି ସହିତ କିଭଳି ବଞ୍ଚିହେବ ଓ ବଣ ଓ ବନବାସୀଙ୍କୁ କିଭଳି ସମ୍ମାନ ପ୍ରଦର୍ଶନ କରାଯାଇ ପାରିବ, ସେ ବିଷୟରେ ସେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବେ । ସେମାନେ ଏହାକୁ ରାଜ୍ୟରେ ବିଭିନ୍ନ ସମୟରେ ଆୟୋଜିତ କରାଯାଉଥିବା ବନ୍ୟଜନ୍ତୁ କ୍ୟାମ୍ପ, ଯେଉଁଥିରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍‌ ବଜାଯାଏ ଓ ରାତ୍ରିର ଅନ୍ଧକାରକୁ ଦୂର କରିବା ପାଇଁ ଅପ୍ରୀତିକର ଆଲୋକ ପକାଯାଏ, ଠାରୁ କିଛି ଅଲଗା କରିବାକୁ ଚାହୁଁଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

Pankaj Das

پنکج داس، پیپلز آرکائیو آف رورل انڈیا (پاری) میں آسامی کے ٹرانسلیشنز ایڈیٹر ہیں۔ وہ گوہاٹی میں رہتے ہیں اور لوکلائزیشن ایکسپرٹ کے طور پر یونیسیف کے ساتھ بھی کام کرتے ہیں۔ انہیں idiomabridge.blogspot.com پر لفظوں کے ساتھ کھیلنا پسند ہے۔

کے ذریعہ دیگر اسٹوریز Pankaj Das
Ratna Baruah

رتنا برواہ، گوہاٹی میں مقیم ایک فری لانس رپورٹر ہیں۔ ان کے پاس گوہاٹی یونیورسٹی سے کمیونی کیشن اور جرنلزم میں پوسٹ گریجویٹ کی ڈگری (۲۰۱۳) ہے اور وہ صحت کے شعبہ میں کام کر چکے ہیں۔

کے ذریعہ دیگر اسٹوریز Ratna Baruah
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE