ତିନି ବର୍ଷ ବୟସର ବିହାନ କୋଡ୍‌ୱାଟେ ଏବେ ବି ବାଘ ଆକ୍ରମଣର ଦୁଃସ୍ୱପ୍ନ ଦେଖେ ଏବଂ ମାଆ ସୁଲୋଚନାକୁ ଜାବୁଡ଼ି ଧରେ ।

୨୦୧୮ ମେ ମାସରେ ବାପା ବୀରସିଂହ କୋଡ୍‌ୱାଟେଙ୍କ ସହ କେନ୍ଦୁପତ୍ର ସଂଗ୍ରହ କରିବା ଲାଗି ମୋଟର ସାଇକେଲ୍‌ରେ ଯିବାକୁ ବିହାନ ଜିଦ ଧରିଥିଲା । ୨୫ ବର୍ଷୀୟ ବୀରସିଂହ, ଗୋଣ୍ଡ ଆଦିବାସୀ ସଂପ୍ରଦାୟର। ଗ୍ରୀଷ୍ମକାଳରେ ଏହା ହିଁ କେନ୍ଦ୍ରୀୟ ଭାରତର ଜଙ୍ଗଲ ଚାରିପାଖେ ଥିବା ଲୋକଙ୍କ ଜୀବିକା ଅର୍ଜନର ମୁଖ୍ୟ ସ୍ରୋତ; କେନ୍ଦୁପତ୍ରକୁ ଶୁଖାଇ ଏହାକୁ ବିଡ଼ି ତିଆରିରେ ବ୍ୟବହାର କରାଯାଏ ।


ନାଗପୁର ଜିଲ୍ଲା ରାମ୍‌ଟେକ୍‌ ତାଲୁକାର ପିଣ୍ଡକାପୁର ଗାଁରେ ଥିବା ତାଙ୍କ ଘରୁ ବାହାରି ବୀରସିଂହ ଜଙ୍ଗଲିଆ ରାସ୍ତାରେ ଅଳ୍ପ କିଛି କିଲୋମିଟର ବାଇକ୍‌ ଚଳାଇ ଯିବା ପରେ ଗୋଟିଏ ଛୋଟ ପୋଲ ପାଖ ବୁଦାରେ ଲୁଚିଥିବା ଏକ ପୂର୍ଣ୍ଣ ବୟସ୍କ ବାଘ ସେମାନଙ୍କ ମୋଟର ସାଇକେଲ ଉପରକୁ ଡେଇଁଥିଲା ଏବଂ ସେମାନଙ୍କୁ ତା’ର ପଞ୍ଝା ମାରିଥିଲା ।

ଏହି ଅଞ୍ଚଳ ପେଞ୍ଚ୍‌ ବାଘ ସଂରକ୍ଷଣ ପ୍ରକଳ୍ପ ନିକଟବର୍ତ୍ତୀ । ଉଭୟ ବାପା ଓ ପୁଅ ଗୁରୁତର ଭାବେ ଆହତ ହେଲେ ଏବଂ ସୁସ୍ଥ ହେବା ପାଇଁ ନାଗପୁରର ସରକାରୀ ହାସପାତାଳରେ ଗୋଟିଏ ସପ୍ତାହ କାଟିଲେ। ବିହାନ୍‌ର ମୁଣ୍ଡରେ ଆଠଟି ସ୍ଥାନରେ ସିଲେଇ କରାଯାଇଥିଲା ।

ବିଦର୍ଭ ଅଞ୍ଚଳରେ ଏମିତି ଅନେକ ଆକ୍ରମଣ ଭିତରୁ ଏହା ଗୋଟିଏ । ମୁଖ୍ୟତଃ ବନ୍ୟପ୍ରାଣୀମାନଙ୍କର ବସବାସ ଅଞ୍ଚଳ ସଂକୁଚିତ ହେଉଥିବା କାରଣରୁ ବାଘ-ମଣିଷ ସଂଘର୍ଷ ଏବଂ ମୁହାଁମୁହିଁ ହେବା ଘଟଣାର ବର୍ଦ୍ଧିତ ହାରକୁ ଏହା ସୂଚିତ କରୁଥିଲା । ଦେଖନ୍ତୁ: ‘ବାଘମାନେ ଯିବେ କୁଆଡ଼େ ?’

ଅନୁବାଦ: ଓଡ଼ିଶାଲାଇଭ୍‍

Jaideep Hardikar

جے دیپ ہرڈیکر ناگپور میں مقیم صحافی اور قلم کار، اور پاری کے کور ٹیم ممبر ہیں۔

کے ذریعہ دیگر اسٹوریز جے دیپ ہرڈیکر
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE