ଓଡ଼ିଶାରେ ଦୁଆଝରର ସୂକ୍ଷ୍ମ କାରିଗରୀ ସମୃଦ୍ଧ ପାରମ୍ପରିକ ତନ୍ତବୁଣା କାର୍ଯ୍ୟ ଉଦ୍‌ବେଗଜନକ ଭାବେ ଲୋପ ପାଇବାରେ ଲାଗିଛି । ଅସାଧାରଣ ପ୍ରତିଭା ସଂପନ୍ନ ହୋଇଥିଲେ ହେଁ ଏଠାକାର ବୁଣାକାରମାନେ କୃଷି ଶ୍ରମିକ କିମ୍ବା ରାସ୍ତାକଡ଼ର ଢାବାରେ ବାସନ ଧୋଉଥିବା ବ୍ୟକ୍ତିଙ୍କ ତୁଳନାରେ କମ୍‌ ରୋଜଗାର କରନ୍ତି । ପିଲାମାନଙ୍କୁ ଭଲ ସ୍କୁଲରେ ପଢ଼ାଇବାରେ ସେମାନେ ଅକ୍ଷମ, ଋଣଭାରରେ ବୁଡ଼ି ରହିଛନ୍ତି ଏବଂ ଖାଲି ଯାହା ବଞ୍ଚି ରହିବା ପାଇଁ କାମ କରୁଛନ୍ତି । ଭୋଜଲାଲ ମେହେରଙ୍କ ତନ୍ତଶାଳରେ କାମ କରନ୍ତି କୁଶଳୀ ବୁଣାକାର ଦୁର୍ଜନ ମେହେର, ଉଗ୍ରସେନ ମେହେର ଏବଂ ଯୋଗେନ୍ଦର ମେହେର। ପୁରୁଷୋତ୍ତମ ଠାକୁରଙ୍କ ଏହି ବୃତ୍ତଚିତ୍ରରେ ସେମାନେ କହନ୍ତି ସେମାନଙ୍କ ଜୀବନ କାହାଣୀ ।

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପୁରୁଷୋତ୍ତମ ଠାକୁର
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE