ସମ୍ପାଦକଙ୍କ ଟିପ୍ପଣୀ :

ଏ ଗୀତ (ଏବଂ ଭିଡିଓ) ପ୍ରସିଦ୍ଧ ଇଟାଲୀୟ ବିପ୍ଳବୀ ସଙ୍ଗୀତ ବେଲା ସିଆଓ (ବିଦାୟ, ସୁନ୍ଦରୀ)ର ଏକ ଚମତ୍କାର ପଞ୍ଜାବୀ ରୂପାନ୍ତରଣ। ମୂଳ ଇଟାଲୀୟ ସଙ୍ଗୀତର ଉତ୍ପତି ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଉତ୍ତର ଇଟାଲୀର ପୋ ଉପତ୍ୟାକାରେ ମହିଳା କୃଷକଙ୍କ ଆନ୍ଦୋଳନ ସମୟରେ ହୋଇଥିଲା। ଅନେକ ବର୍ଷ ପରେ, ଇଟାଲୀୟ ଫାସୀବାଦ ବିରୋଧୀ ବିଦ୍ରୋହୀମାନେ ଏହାର ଶବ୍ଦକୁ ବଦଳାଇ ଦେଇଥିଲେ ଏବଂ ମୁସୋଲିନୀଙ୍କ ଏକଚ୍ଛତ୍ରବାଦ ବିରୋଧୀ ସଂଘର୍ଷରେ ଏହି ସଙ୍ଗୀତର ବ୍ୟବହାର କରିଥିଲେ। ସେବେଠାରୁ ଏହି ସଙ୍ଗୀତର ବିଭିନ୍ନ ସଂସ୍କରଣ ଫାସୀବାଦ ବିରୋଧରେ ସ୍ୱାଧୀନତା ଓ ପ୍ରତିରୋଧର ପ୍ରତୀକ ଭାବେ ସାରା ବିଶ୍ଵରେ ବୋଲାଯାଇ ଆସୁଛି।

ପଞ୍ଜାବୀ ଭାଷାରେ ଏହି ଗୀତର ରୂପାନ୍ତରିତ ସଂସ୍କରଣକୁ ପୂଜନ ସାହିଲ ଖୁବ ଚମତ୍କାର ଢଙ୍ଗରେ ଲେଖିବା ସହିତ ସୁନ୍ଦର ଭାବେ ଗାଇଛନ୍ତି। ଏହି ଭିଡିଓକୁ କାରୱାଁ ଏ ମୋହବ୍ବତର ମିଡିଆ ଟିମ ଖୁବ ଭଲ ଭାବେ ଚିତ୍ରିତ, ସଂକଳିତ ଏବଂ ପ୍ରସ୍ତୁତ କରିଛନ୍ତି। ହର୍ଷ ମନ୍ଦରଙ୍କର ନେତୃତ୍ୱରେ ଆରମ୍ଭ କରାଯାଇଥିବା କାରୱାଁ ଏ ମହବ୍ବତ ଅଭିଯାନ ଭାରତର ସମ୍ବିଧାନରେ ଏକତା, ସମାନତା, ସ୍ୱାଧୀନତା ଓ ନ୍ୟାୟର ସାର୍ବଜନୀନ ମୂଲ୍ୟବୋଧ ପ୍ରତି ସମର୍ପିତ।

ବିଗତ କିଛି ସପ୍ତାହ ଧରି, ଦିଲ୍ଲୀ-ହରିୟାଣା, ପଞ୍ଜାବ ଏବଂ ଦେଶର ଅନ୍ୟ ଭାଗରେ ବ୍ୟାପକ ଭାବେ ଆନ୍ଦୋଳନ ଜାରି ରହିଛି। ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ପାରିତ କରାଯାଇଥିବା କୃଷି ଆଇନକୁ ବିରୋଧ କରି ଏହି ବିଦ୍ରୋହ କରାଯାଉଛି। ଯଦିଓ କୃଷି ରାଜ୍ୟର ବିଷୟ ତଥାପି ଏହି ତିନୋଟି ଆଇନ କୃଷକମାନଙ୍କୁ ଗମ୍ଭୀର ଭାବେ କ୍ଷତିଗ୍ରସ୍ତ କରିବ। ନିମ୍ନରେ ଉପସ୍ଥାପିତ କରାଯାଇଥିବା ଭିଡିଓ ଏବଂ ଗୀତରେ ଏହି ଆଇନକୁ ଉଚ୍ଛେଦ କରିବା ଲାଗି ଦାବି କରାଯାଇଛି, ଯେଉଁ ଦାବି ଆନ୍ଦୋଳନରତ କୃଷକମାନେ କରୁଛନ୍ତି।

ଭିଡିଓ ଦେଖନ୍ତୁ (କାରୱାଁ ଏ ମହବ୍ବତର ଅନୁମତିକ୍ରମେ ପୁନଃପ୍ରକାଶିତ)

ଅନୁବାଦ: ଓଡ଼ିଶାଲାଇଭ୍‍

Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE