ସେ ଗାଈର ମୋଟେଇ, ଏକ କୁକୁଡ଼ାର ଉଚ୍ଚତା ମାପି ଦେଇଥିଲେ ଏବଂ ବିଭିନ୍ନ ପ୍ରକାର ପତ୍ରର ଚିତ୍ର ଆଙ୍କିଥିଲେ। ଏପରିକି ସେ ବିଭିନ୍ନ ପ୍ରକାରର ମଞ୍ଜିକୁ ସେଗୁଡ଼ିକର ବ୍ୟବହାର ଅନୁସାରେ ଅଲଗା ଭାବେ ସଜାଡ଼ିବା ରଖିବା ଶିଖିଯାଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ୧୩ ବର୍ଷୀୟା ବାଳିକା ଜଣକ ନିଜ ସାଙ୍ଗମାନଙ୍କ ସହିତ, “ଆମ ଗାଁର ମାନଚିତ୍ର ତିଆରି କରି ଦେଇଥିଲେ”। ସେ କହିଥିଲେ ଯେ “ମୋତେ ଆମ ଗାଁ, ପଡ଼ୋଶୀ ଗ୍ରାମ, ଆମ ବ୍ଲକ ଓ ଜିଲ୍ଲାର ଅନେକ କଥା ଧ୍ୟାନରେ ରଖିବାକୁ ପଡ଼ିଥିଲା । ତା’ପରେ ଯାଇ ମୁଁ ଏହାକୁ ଠିକ ଭାବେ ଆଙ୍କି ପାରିଥିଲି ।”

ଏବେ ଲକଡାଉନ କାରଣରୁ ସଞ୍ଜନା ମାଝୀଙ୍କୁ ହୁଏତ’ ଅନେକ ମାସ ପର୍ଯ୍ୟନ୍ତ ସ୍କୁଲ ଠାରୁ ଦୂରରେ ରହିବାକୁ ପଡ଼ିଛି । କିନ୍ତୁ ସେ ପାଠପଢ଼ା ବନ୍ଦ କରିପାରିନାହାନ୍ତି। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଏହି ଆଦିବାସୀ ଝିଅର ମନୋବୃତ୍ତି ମାର୍କ ଟ୍ୱାଇନଙ୍କ ପ୍ରସିଦ୍ଧ ଉକ୍ତି : “ନିଜ ଶିକ୍ଷାରେ କେବେ ସ୍କୁଲକୁ ହସ୍ତକ୍ଷେପ କରିବାକୁ ଦିଅନ୍ତୁନାହିଁ, ଏକ ନୂଆ ଅର୍ଥ ଦେଇଛି। ଏହାଛଡ଼ା, ସଞ୍ଜନାଙ୍କର ଜଣେ ଶିକ୍ଷକ ଅଛନ୍ତି। ଯିଏକି ତାଙ୍କ ସ୍କୁଲ ଚାଲୁନଥିବା ସମୟରେ ମଧ୍ୟ ବ୍ୟକ୍ତିଗତ ଭାବେ ସକ୍ରିୟ ଅଛନ୍ତି।

Read the full story School 2020: mapping futures in the lockdown on PARI Education .
ପରୀ ଏଜୁକେସନରେ  “ସ୍କୁଲ୍ ୨୦୨୦: ଲକ୍‌ଡାଉନରେ ଭବିଷ୍ୟତର ଆକଳନ ସମ୍ପୂର୍ଣ୍ଣ ରିପୋର୍ଟ ପଢ଼ନ୍ତୁ।
Read also other Children's Day 2020 stories on PARI Education:
ପରୀ ଏଜୁକେସନରେ ଅନ୍ୟ ଶିଶୁ ଦିବସ ୨୦୨୦ କାହାଣୀ ପଢ଼ନ୍ତୁ:
Profiles of migrants: Journeys of hope – Part IV
and The ‘Ha ppy Box’: learning delivered

PARI Education Team

ଆମେ ଗ୍ରାମୀଣ ଭାରତ ଏବଂ ବଞ୍ଚିତ ଲୋକମାନଙ୍କ କାହାଣୀକୁ ମୁଖ୍ୟସ୍ରୋତର ଶିକ୍ଷା ପାଠ୍ୟକ୍ରମ ମଧ୍ୟକୁ ଆଣିଥାଉ। ନିଜ ଆଖପାଖର ପ୍ରସଙ୍ଗ ଗୁଡ଼ିକ ଉପରେ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଲେଖିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ସହିତ ମଧ୍ୟ ଆମେ କାର୍ଯ୍ୟ କରିଥାଉ, ସେମାନଙ୍କୁ ସାମ୍ବାଦିକତା ଶୈଳୀରେ ଲେଖିବା ପାଇଁ ମାର୍ଗଦର୍ଶନ କରୁ ଓ ତାଲିମ ଦେଇଥାଉ। ଛୋଟ ଛୋଟ ପାଠ୍ୟକ୍ରମ, ଅଧିବେଶନ ଏବଂ କର୍ମଶାଳା ମାଧ୍ୟମରେ ଆମେ ଏହା କରିଥାଉ। ଏଥିସହିତ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ଭଲ ଭାବେ ବୁଝିବା ଲାଗି ଛାତ୍ରଛାତ୍ରୀଙ୍କୁ ସକ୍ଷମ କରିବା ନିମନ୍ତେ ଆମେ ପାଠ୍ୟଖସଡ଼ା ଡିଜାଇନ୍ କରିଥାଉ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ PARI Education Team
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE