କାମ ସନ୍ଧାନରେ ଦୂରକୁ ଯାଇଥିବା ପତି ପାଇଁ ପତ୍ନୀର ପ୍ରେମ ଓ ବିରହକୁ ବର୍ଣ୍ଣନା କରି ପୁଣେର ମୁଲସୀ ତାଲୁକା ଅନ୍ତର୍ଗତ ଖାଡ଼ାକବାଡ଼ି ପଡ଼ାର ମୁକ୍ତାବାଇ ଉଭେ ୯ଟି  ଓଭି ଗାଇଛନ୍ତି

ଏଥର ଆମର ଭଲ ଫସଲ ହୋଇନାହିଁ

ହେ ମା’, ମୋ ସ୍ୱାମୀ କାମ ସନ୍ଧାନରେ ଦୂର ଯାତ୍ରା କରିଛନ୍ତି

ସେ ଦୂରକୁ ଚାଲିଯାଇଛନ୍ତି, ମୋତେ ଏକୁଟିଆ ଛାଡ଼ି ଦେଇ

ସେଠାରେ ତାଙ୍କର ଦେଖାଶୁଣା କରିବାକୁ କେହି ନାହିଁ

ଚଳିତ ବର୍ଷ ଏପ୍ରିଲ ମାସର ଶେଷ ଭାଗରେ ଆମେ ଫୋନରେ କଥା ହେବା ସମୟରେ ମୁକ୍ତାବାଇ ଉଭେ କହିଲେ, “ହଁ, ମୋର ମନେ ଅଛି ଏସବୁ ଗୀତ ମୁଁ ବହୁବର୍ଷ ପୂର୍ବରୁ ଗାଉଥିଲି”। ମୁକ୍ତାବାଇ ପୁଣେର ମୁଲଶି ତାଲୁକା ଅନ୍ତର୍ଗତ ଖାଡ଼ାକବାଡ଼ି ପଡ଼ାରେ ରୁହନ୍ତି। ସେ ଏସବୁ ଓଭି (ଲୋକଗୀତ)କୁ ୧୯୯୬ ମସିହାରେ ମୂଳ ଗ୍ରାଇଣ୍ଡମିଲ ସଙ୍ଗୀତ ପ୍ରକଳ୍ପ (ଜିଏସପି) ଟିମ୍ ପାଇଁ ଗାଇଥିଲେ।

ବର୍ତ୍ତମାନ କୋଭିଡ-୧୯ ମହାମାରୀ ଏବଂ ଲକଡାଉନ ସମୟରେ, ଦେଶବ୍ୟାପୀ ବିଭିନ୍ନ ଗାଁରେ ଥିବା ସେମାନଙ୍କ ପରିବାରଠାରୁ ଅଲଗା ହୋଇଯାଇଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଦୁଇ ଦଶନ୍ଧି ପୁରୁଣା ଏ ନଅଟି ପଦ୍ୟାବଳୀ ଏବେ ପ୍ରାସଙ୍ଗିକ ହୋଇପଡ଼ିଛି । ଏସବୁ ଓଭି ରେ ଅନୁପସ୍ଥିତ ସ୍ୱାମୀଙ୍କ ଭଳି ପ୍ରବାସୀ ଶ୍ରମିକମାନେ ମଧ୍ୟ  ଗ୍ରାମାଞ୍ଚଳରେ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି ଏବଂ କାମ ସନ୍ଧାନରେ ଦୂରବର୍ତ୍ତୀ ସହରାଞ୍ଚଳକୁ ଯାତ୍ରା କରିଛନ୍ତି।

ପାଖାପାଖି ୮୦ ଦଶକରେ ଭାରତର ଗ୍ରାମାଞ୍ଚଳରେ ମେସିନଚାଳିତ କଳ ପହଞ୍ଚିବା ପୂର୍ବରୁ ମହିଳାମାନେ ପ୍ରତିଦିନ ଫେସାରେ ଶସ୍ୟକୁ ଚୂର୍ଣ୍ଣ କରି ଅଟା ପ୍ରସ୍ତୁତ କରୁଥିଲେ। ସେମାନେ ଦୁଇରୁ ତିନି ଜଣ ମିଶି କାମ କରୁଥିଲେ, ରୋଷେଇ ଘରେ କିମ୍ବା ଆଖପାଖରେ, ମିଳିମିଶି ସେମାନଙ୍କ ବ୍ୟକ୍ତିଗତ ସୁବିଧା ଅନୁସାରେ ଗୀତ ଗାଉଥିଲେ। ସେଠାରେ ସେମାନେ ନିଜକୁ ମୁକ୍ତ ଭାବେ ଅଭିବ୍ୟକ୍ତ କରିପାରୁଥିଲେ, ନିଷ୍ଠୁର ଦୃଷ୍ଟି ଏବଂ ସାମାଜିକ କଟକଣା ଠାରୁ ଦୂରରେ। ଖୁବ ସରଳ ଭାବେ, ଓଭି ର ପଦ୍ୟ ବୋଲିବା ସମୟରେ, ସେମାନେ ଫେସାର ଶବ୍ଦ ଏବଂ ହାତରେ ପିନ୍ଧିଥିବା କାଚ ଚୁଡ଼ିର ରୁଣୁଝୁଣୁ ସହିତ ତାଳ ଦେଇ ସ୍ୱର ମିଳାଉଥିଲେ।

ଜଣେ ବିବାହିତା ଯୁବତୀ ଭାବେ ମୁକ୍ତାବାଇ ଏସବୁ ଓଭି ତାଙ୍କ ଶାଶୂଙ୍କ ଠାରୁ ଶିଖିଥିଲେ। ଏସବୁ ପଦ୍ୟାବଳୀ ସ୍ୱାମୀ ପାଇଁ ଜଣେ ମହିଳାଙ୍କ ପ୍ରେମ ଓ ବିରହ ଭାବନାକୁ ବ୍ୟକ୍ତ କରୁଥିଲା-ଯିଏକି ପ୍ରବାସୀ ଭାବେ କାମ କରିବା ଲାଗି ଘରଠାରୁ ଦୂରରେ ଥିଲେ। ୧୯୯୬ରେ ମୁକ୍ତାବାଇ ଯେତେବେଳେ ଏହି ଗୀତ ଗାଉଥିଲେ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା।

ଏବେ ତାଙ୍କୁ ୬୪ ବର୍ଷ, ଓଭି ରେ ବର୍ଣ୍ଣିତ ତାଙ୍କ ପତିଙ୍କ ମୁକ୍ତା ଭଳି ଉଜ୍ଜ୍ୱଳ ଆଖି ଓ ଅଳସୀ ଫୁଲ ଭଳି ତାଙ୍କର ତ୍ୱଚାର ଶ୍ୟାମଳ ବର୍ଣ୍ଣ ବିଷୟରେ ଆମେ ଯେତେବେଳେ ଆଲୋଚନା କଲୁ ସେ ମନଖୋଲା ହସ ହସିଦେଲେ। “ମୁଁ କେବେ ବି ଅଳସୀ ଫୁଲ ଦେଖିନାହିଁ”, ମୁକ୍ତାବାଇ କୁହନ୍ତି, “କିନ୍ତୁ, ଓଭି ରେ ପତ୍ନୀ ନିଜ ଅମାପ ଭଲ ପାଇବାରେ ପତିକୁ ପ୍ରଶଂସା କରିଛି।”
Left: Muktabai and Gulabbhau Ubhe are farmers in Khadakwadi. Right: Muktabai and others in the assembly hall of the Ram temple (file photo)
PHOTO • Amol Ubhe
Left: Muktabai and Gulabbhau Ubhe are farmers in Khadakwadi. Right: Muktabai and others in the assembly hall of the Ram temple (file photo)
PHOTO • Namita Waikar

ବାମ : ମୁକ୍ତାବାଇ ଏବଂ ଗୁଲାବଭାଉ ଉଭେ ଖାଡ଼ାକବାଡ଼ିରେ କୃଷକ ଭାବେ କାମ କରିଥାନ୍ତି। ଡାହାଣ : ରାମ ମନ୍ଦିରର ସଭା ଗୃହରେ ମୁକ୍ତାବାଇ ଓ ଅନ୍ୟମାନେ (ଫାଇଲ ଫଟୋ)

ଆମେ ମହାମାରୀ ଓ ଲକଡାଉନ ବିଷୟରେ କଥା ହେଲୁ। “କରୋନା ପାଇଁ ସବୁକିଛି ବନ୍ଦ ହୋଇଗଲା। ମୋ ସ୍ୱାମୀ ଓ ମୁଁ ଆମ କ୍ଷେତରେ କିଛି କିଛି କାମ କରିଥାଉ, କିନ୍ତୁ ଏବେ ଆମକୁ ବୟସ ହୋଇଗଲାଣି। ଆମେ ଅଳ୍ପ ଯେତିକି ପାରିବୁ କରୁଛୁ,” ସେ କୁହନ୍ତି। ତାଙ୍କର ଓ ସତୁରି ପାଖାପାଖି ବୟସରେ ପହଞ୍ଚିଥିବା ତାଙ୍କ ସ୍ୱାମୀ ଗୁଲାବଭାଉ ଉଭେ ଙ୍କର ମିଶି କୋଲାଭାଡ଼େ ଗ୍ରାମ ଅନ୍ତର୍ଗତ ଖଡ଼କବାଡ଼ି ପଡ଼ାରେ ଦୁଇ ଏକର ଜମି ରହିଛି। ସେମାନଙ୍କ ପୁଅ ଅମୋଲ ଗାଁଠାରୁ ୨୦ କିମି ଦୂର ଉରାୱାଡ଼େରେ ଥିବା ଏକ ଅଟୋ ସରଞ୍ଜାମ କାରଖାନାରେ କାମ କରିଥାନ୍ତି। ମାର୍ଚ୍ଚ ମାସରେ ଲକଡାଉନ ଆରମ୍ଭ ହେବା ପରଠାରୁ ଆସି ସେ ଘରେ ଥିଲେ, କିନ୍ତୁ ମେ ୪ ତାରିଖରେ ତାଙ୍କୁ ପୁଣିଥରେ ଡକରା ଆସିଲା। ଏ ଦମ୍ପତିଙ୍କର ତିନି ଝିଅ ବାହା ହୋଇଛନ୍ତି ଏବଂ ସେମାନେ ପୁଣେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହୁଛନ୍ତି।

ମୁକ୍ତାବାଇ ଗାଁରେ ବଚତ-ଗାଟ (ସ୍ୱୟଂ ସହାୟକ ଗୋଷ୍ଠୀ)ର ଅଧ୍ୟକ୍ଷା ଅଛନ୍ତି। “କିନ୍ତୁ, ମୋ ଭଳି, ଗାଁର ଅଧିକାଂଶ ମହିଳାଙ୍କୁ ସେମାନଙ୍କ ଚାଷ କାମ ଓ ଘରକରଣାରୁ ଫୁରସତ ମିଳିନଥାଏ। ମୁଁ କେବଳ ସମସ୍ତଙ୍କ ଠାରୁ ଟଙ୍କା ନେଇଥାଏ ଏବଂ ସେଗୁଡ଼ିକୁ ବ୍ୟାଙ୍କରେ ରଖିଥାଏ। ଏହି ପଦବୀରୁ ସେତେଟା ଲାଭ ମିଳିନଥାଏ-କେବଳ ପରିଚୟ ମିଳେ,” ସେ କୁହନ୍ତି।

ପାଖାପାଖି ତିନି ବର୍ଷ ପୂର୍ବେ, ଯେତେବେଳେ ପରୀ ଜିଏସପି ଦଳ କୋଲାଭାଡ଼େ ଯାଇଥିଲା, ମୁକ୍ତାବାଇ କିପରି ବହି ପଢ଼ିବାକୁ ଭଲ ପାଆନ୍ତି ସେ ବିଷୟରେ ଆମକୁ କହିଥିଲେ। “ରଞ୍ଜିତ ଦେଶାଇଙ୍କ ଦ୍ୱାରା ଲିଖିତ ଶ୍ରୀମାନ ଯୋଗୀ ମୁଁ ପଢ଼ିଛି ଏବଂ ପାଣ୍ଡବ ପ୍ରତାପ ହରି ଓ ଅନ୍ୟମାନଙ୍କ ଦ୍ୱାରା ରଚିତ ଧାର୍ମିକ ପୁସ୍ତକ ମୁଁ ପଢ଼ିଛି,” ସେ କହିଥିଲେ।

ଖାଡ଼ାକବାଡ଼ିରେ ଥିବା ରାମ ମନ୍ଦିରର ବଡ଼ ସଭା ଘରେ ଆମେ ତାଙ୍କୁ ଓ ଅନ୍ୟ ପାଞ୍ଚ ଜଣ କଣ୍ଠଶିଳ୍ପୀଙ୍କୁ ଭେଟିଲୁ। ଏପ୍ରିଲ ମାସର ଟାଣ ଖରାରେ ମନ୍ଦିର ସଭାଘରର ତିନି ଆଡ଼କୁ ବୋହୁଥିବା ଥଣ୍ଡା ପବନ ଆମକୁ ଶାନ୍ତି ଦେଲା। ଫଳ ଲଦି ହୋଇଥିବା ଆମ୍ବ ଗଛର ଡାଳ ଏପଟୁ ସେପଟକୁ ଦୋହଲୁଥିଲା। ମହିଳାମାନେ ଖରା ଗରମ ଓ ବହୁ-ପ୍ରତିକ୍ଷୀତ ସୌସୁମୀ ବିଷୟରେ କେତେକ ଓଭି ଗାଇଲେ। ଆମେ ଦୁଇଟି ପର୍ଯ୍ୟାୟରେ ଏସବୁ ସଙ୍ଗୀତ ପରୀରେ ପ୍ରକାଶ କଲୁ- ସାତଟି ଗ୍ରୀଷ୍ମ ଏବଂ ଛଅଟି ବର୍ଷା ଉପରେ ଥିଲା।

ସର୍ବମୋଟ, କୋଲାଭାଡ଼େର ୨୫ ଜଣ ମହିଳା ଦିବଙ୍ଗତ ସମାଜ ବିଜ୍ଞାନୀ ହେମା ରାଇରକର ଏବଂ ଗାଏ ପୋଇଟେଭିନଙ୍କ ନେତୃତ୍ୱରେ ମୂଳ ଜିଏସପି ଦଳ ପାଇଁ  ୧୨୬୫ଟି ଗୀତ ଗାଇଥିଲେ। ମୁକ୍ତାବାଇ ଉଭେ ଗାଇଥିବା ୫୩ଟି ଗୀତ ମଧ୍ୟରୁ ଆମେ ଏଠାକୁ ନଅଟି ଆଣିଲୁ, ଯେଉଁଗୁଡ଼ିକ ଜାନୁଆରୀ ୬, ୧୯୯୬ରେ ରେକର୍ଡ ହୋଇଥିଲା।

ଭିଡିଓ ଦେଖନ୍ତୁ : ‘ମୋ ସ୍ୱାମୀ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିଛନ୍ତି...’

ପ୍ରଥମ ଓଭି ରେ ପତ୍ନୀ ଠାକୁର ଘରେ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ସ୍ୱାମୀଙ୍କ ପାଇଁ ମଥାରେ ପିନ୍ଧିଥିବା ସିନ୍ଦୂରର ସୁରକ୍ଷା ଲାଗି ଯାଚନା କରୁଛନ୍ତି। ଦ୍ୱିତୀୟ ପଦ୍ୟରେ, ସେ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଅଶ୍ୱତ୍ଥ ଗଛକୁ ପୂଜା କରୁଛନ୍ତି ଏବଂ ସୁଖଦ ବୈବାହିକ ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି। ତୃତୀୟ ପଦ୍ୟରେ ସେ କହୁଛନ୍ତି ଯେ ସୁଖଦେବା (ସୂର୍ଯ୍ୟଦେବ) ପ୍ରଭାତ ଆକାଶରେ ତାଙ୍କ ଘର ଉପରେ ରହି ଥଣ୍ଡା ପବନ ଆଣନ୍ତୁ, ଯାହା ତାଙ୍କ ଶରୀରକୁ ରୋମାଞ୍ଚିତ କରି ଦେଉ।

ଚତୁର୍ଥ ଏବଂ ପଞ୍ଚମ ପଦରେ ସେ କହୁଛନ୍ତି ଯେ ସେ ବର୍ଷ ଭଲ ଫସଲ ହୋଇନାହିଁ, ତେଣୁ ତାଙ୍କ ସ୍ୱାମୀ କାମ ସନ୍ଧାନରେ ଘରଠାରୁ ଦୂରକୁ ଚାଲିଯାଇଛନ୍ତି। ସେଠାରେ ତାଙ୍କର ଯତ୍ନ ନେବାକୁ କେହିନାହିଁ ସେଥିପାଇଁ ସେ ବ୍ୟସ୍ତ ହେଉଛନ୍ତି। ଏସବୁ ଗୀତ ଦର୍ଶାଉଛି ଯେ ନିଜ ସ୍ୱାମୀଙ୍କୁ ସେ କେତେ ଭଲ ପାଉଛନ୍ତି ଏବଂ ତାଙ୍କୁ କେତେ ମନେ ପକାଉଛନ୍ତି।

ଷଷ୍ଠ, ସପ୍ତମ ଓ ଅଷ୍ଟମ ପଦରେ ସେ ନିଜ ପ୍ରିୟତମଙ୍କୁ ମନେ ପକାଇ ତାଙ୍କର ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ କହୁଛନ୍ତି। ତାଙ୍କର ଉଜ୍ଜ୍ୱଳ ଆଖିଗୁଡ଼ିକ ମୋତି ଭଳି ଚମକୁଛି, ତାଙ୍କର ଶରୀରର ରଙ୍ଗ ଅଳସୀ ଫୁଲ ଭଳି ନୀଳ। (ଭଗବାନ କୃଷ୍ଣଙ୍କ ତ୍ୱଚାର ବର୍ଣ୍ଣ ବିଷୟରେ ବର୍ଣ୍ଣନା କରିବା ଲାଗି ଏହି ଫୁଲ ବିଷୟରେ ଓଭି ରେ ଅଧିକାଂଶ ସମୟରେ ଉଲ୍ଲେଖ କରାଯାଇଥାଏ)। ସେ ଆହୁରି ଗାଉଛନ୍ତି ତାଙ୍କ ପତିଙ୍କ ଦାନ୍ତଗୁଡ଼ିକ ସଫା ଚାଉଳ ଭଳି ଧଳା। ତାଙ୍କ ବିନା, ସେ ବ୍ୟାକୁଳ ଓ ଦିଗହରା। ତାଙ୍କର ଅତି ପ୍ରିୟ ଭଜା ହୋଇଥିବା ସବୁଜ ଚଣା ଦିନକୁ ଦିନ ଶୁଖିବାରେ ଲାଗିଛି।

ଶେଷ ଓଭି ରେ ସେ ତାଙ୍କୁ ଫେରି ଆସିବା ଲାଗି ନିବେଦନ କରୁଛନ୍ତି: “ତୁମେ କେବେ ଆସିବ, ହେ ମୋ ଜୀବନର ଆଲୋକ? ତୁମେ କେବେ ଆସିବ, ମୋ ଦେବତାମାନଙ୍କର ଦେବତା? ଗାୟିକା ଆମକୁ କହୁଛନ୍ତି, ପତିଦେବତାଙ୍କୁ ସେ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ବୋଲି ମାନିଥାନ୍ତି।

9ଟି ଓଭି  ଶୁଣନ୍ତୁ :

ମୁଁ ଜଣେ ସୁବାସୀନା (ବିବାହିତା ମହିଳା),ଏବଂ ମୋ ଠାକୁରଘରେ ଦିଅଁଙ୍କୁ ପୂଜା କରୁଛି

ମୁଁ ମୋ କୁଙ୍କୁ (ପତି)ଙ୍କ ଦୀର୍ଘାୟୁ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି

ମୁଁ ଜଣେ ସୁବାସିନା ଅଶ୍ୱତ୍ଥ ଗଛକୁ ପୂଜା କରୁଛି

ଭଗବାନ ବିଷ୍ଣୁନାରାୟଣ, ମୋତେ ସୁଖଦ ପାରିବାରିକ ଜୀବନ ଦିଅନ୍ତୁ।

ଏହା ପ୍ରଭାତ ସମୟ, ସୁଖଦେବା (ସୂର୍ଯ୍ୟଦେବତା) ଘର ଉପରକୁ ଆସିଛନ୍ତି

କିଭଳି ସକାଳର ଶୀତଳ ପବନ ଶରୀରକୁ ରୋମାଞ୍ଚିତ କରୁଛି

ଆମେ ଏଥର ଭଲ ଫସଲ ଅମଳ କରିନାହୁଁ

ହେ ମା’, ମୋ ସ୍ୱାମୀ ଦୂରସ୍ଥାନକୁ ଯାଇଛନ୍ତି (କାମ ସନ୍ଧାନରେ)

ସେ ମୋତେ ଏକୁଟିଆ ଛାଡ଼ି ଦୂରକୁ ଚାଲିଯାଇଛନ୍ତି

ସେଠାରେ ତାଙ୍କର ଯତ୍ନ ନେବାକୁ କେହି ନାହାନ୍ତି

ପ୍ରିୟ ସ୍ୱାମୀ, ଆପଣଙ୍କ ଆଖିଯୋଡ଼ାକ ମୁକ୍ତା ଭଳି ଚମକୁଛି

ପ୍ରିୟ ସ୍ୱାମୀ, ଆପଣଙ୍କ ତ୍ୱଚାର ରଙ୍ଗ ଅଳସୀ ଫୁଲ ଭଳି

ପ୍ରିୟ ସ୍ୱାମୀ, ଆପଣଙ୍କ ଦାନ୍ତଗୁଡ଼ିକ ସଫା ଧଳା ଚାଉଳ ଭଳି

ତୁମବିନା ମୁଁ ବିବ୍ରତ ଓ ଦିଗହରା ହୋଇଯାଇଛି

ତୁମ ପାଇଁ ତୁମର ଅତିପ୍ରିୟ ସବୁଜ ଚଣା ଭାଜି ରଖିଛି

ମୁଁ କ’ଣ କହିପାରେ, ହେ ମା’, ଏସବୁ ଶୁଖି ଯାଉଛି

ତୁମେ କେବେ ଆସିବ, ମୋ ଜୀବନର ଆଲୋକ?

ତୁମେ କେବେ ଆସିବ, ମୋ ଦେବତାମାନଙ୍କର ଦେବତା?

suvāsīna pujatē mī gharacyā dēvālā
āyuṣya māgatē mī mājhyā kuṅkavālā

suvāsīna pujītē mī pimpaḷācā pāra
viṣṇunārāyaṇa dēvā sukhācā sansāra

jhuñjumuñju jhāla sukhadēva vāḍyā ālā
pahāṭacā vārā kasā jhōmbata aṅgālā

avandāca sāla nāhī āla pīkapāṇī
duradēsī gēlā bāī mājhā gharadhanī

duradēsī gēlā malā ēkalī ṭākūna
titha jīva lāvāyalā nāhī tyālā kōṇa

rāyā ḍōḷyāmandī tujhyā mōtīyāca pāṇī
rāyā tujhā raṅga javasācyā phulāvāṇī

rāyā tujha dāta jasa dhutala tānduḷa
tujhyā bigara rē malā bharala vyākūḷa

tulā āvaḍīto huḷā bhājūna ṭhēvīlā
kāya sāṅgū bāī sārā vāḷūna cālalā

kavāsika yāla mājhyā kuḍītalyā jīvā
kavāsika yāla mājhyā dēvācyā bī dēvā

I am a suvasina [married woman], and worship the god in my house
I pray for the long life of my kunku [husband]

I am a suvasina praying to the pimpal [sacred fig] tree
Lord Vishnunarayan, give me a happy family life

It is early morning, Sukhadeva [god of the morning star] has come above the house
How the early morning breeze is stinging the body

We didn’t get a good harvest this year
O woman, my husband has gone to a faraway place [in search of work]

He has gone far away, leaving me alone
There is no one to care for him there

Dear husband, your eyes shine like the lustre of pearls
Dear husband, your skin is the colour of javas flowers

Dear husband, your teeth are like washed rice
I am distraught and lost without you

I roasted green chickpeas for you, because you like it
What can I tell you, O woman, it is all drying up

When will you come, O light of my life?
When will you come, O god of my gods?

PHOTO • Samyukta Shastri

କଳାକାର/ଗାୟିକା : ମୁକ୍ତାବାଇ ଉଭେ

ଗ୍ରାମ : କୋଲାଭାଡ଼େ

ପଡ଼ା : ଖାଡ଼କବାଡ଼ି

ତାଲୁକା : ମୁଲଶି

ଜିଲ୍ଲା : ପୁଣେ

ଜାତି : ମରାଠା

ପେସା : ଚାଷୀ

ତାରିଖ : ଏସବୁ ସଙ୍ଗୀତ ଏବଂ କେତେକ ସୂଚନା ଜାନୁଆରୀ ୬,୧୯୯୬ରେ ରେକର୍ଡ ହୋଇଥିଲା। ଫଟୋଗୁଡ଼ିକ ଏପ୍ରିଲ ୩୦,୨୦୧୭ ଏବଂ ମେ ୮,୨୦୨୦ରେ ଉଠାଯାଇଥିଲା।

ପୋଷ୍ଟର : ସିଞ୍ଚିତା ମାଜି

ଅନୁବାଦ: ଓଡ଼ିଶାଲାଇଭ୍‍

Namita Waikar

ନମିତା ୱାଇକର ହେଉଛନ୍ତି ଜଣେ ଲେଖିକା, ଅନୁବାଦିକା ଏବଂ ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ। ତାଙ୍କ ରଚିତ ଉପନ୍ୟାସ ‘ଦ ଲଙ୍ଗ ମାର୍ଚ୍ଚ’ ୨୦୧୮ରେ ପ୍ରକାଶ ପାଇଥିଲା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ନମିତା ୱାକର
PARI GSP Team

PARIର ‘ଗ୍ରାଇଣ୍ଡମିଲ ସଙ୍ଗସ’ ପ୍ରକଳ୍ପ ଟିମ୍‌: ଆଶା ଓଗାଲେ (ଅନୁବାଦ); ବର୍ଣ୍ଣାଡ ବେଲ (ଡିଜିଟାଇଜେସନ୍‌, ଡାଟାବେସ୍‌ ଡିଜାଇନ୍‌, ପ୍ରସ୍ତୁତି ଏବଂ ରକ୍ଷଣାବେକ୍ଷଣ); ଜିତେନ୍ଦ୍ର ମୈଡ଼ (ଅନୁଲେଖନ, ଅନୁବାଦନରେ ସହାୟତା); ନମିତା ୱାଇକର (ପ୍ରକଳ୍ପ ମୁଖ୍ୟ ଏବଂ କ୍ୟୁରେସନ); ରଜନୀ ଖାଲାଡ଼କର (ଡାଟା ଏଣ୍ଟ୍ରି) ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ PARI GSP Team
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE