Surekha and Chaburao heat the metal in a makeshift furnace
PHOTO • Binaifer Bharucha

ସୁରେଖା ଓ ଚାବୁରାଓ ଧାତୁକୁ ଆକାର ଦେବା ପୂର୍ବରୁ ଶାଳରେ ଗରମ କରୁଥିଲେ

ସୁରେଖା କହିଲେ, ‘‘ମୁଖ୍ୟତଃ ବର୍ଷା ଦିନେ ଆମେ ଏଠି କାମ କରୁ, ଯେତେବେଳେ ଚାଷୀ ନୂଆ ଲଙ୍ଗଳ ଏବଂ ଯନ୍ତ୍ରପାତି ଆବଶ୍ୟକ କରନ୍ତି ବା ପୁରଣା ଜିନିଷକୁ ସଜାଡ଼ନ୍ତି।’’ ଏକ ବିରାଟ ବରଗଛ ତଳେ ସ୍ୱାମୀ ଚାବୁରାଓ ସାଲୁଙ୍କିଙ୍କ ସହ ସୁରେଖା ବସିଥିଲେ।

ବରଗଛଟି ପୁଣେ ଜିଲ୍ଲାର ୬୫ ନମ୍ବର ଜାତୀୟ ରାଜପଥ କଡ଼ରେ ଏବଂ ଦାଉନ୍ଦ-ପାତସ୍ ରାସ୍ତାରେ ଥିବା ଦାପୋଦି ଗାଁର ପ୍ରବେଶ ପଥରେ ରହିଛି। ସୁରେଖା କହିଲେ, ‘‘ଆର ଗାଁରେ ଆମେ ରହୁଛୁ, ନାନ୍‌ଗାଓଁ।’’ “ଏଠୁ ଚାଲି ଚାଲି ଗଲେ ପ୍ରାୟ ଘଣ୍ଟାକର ବାଟ’’।

ସେମାନେ କେତେ ରୋଜଗାର କରନ୍ତି? ‘‘ଆମ ରୋଜଗାର ଦିନିକୁ ୩୦୦ ଟଙ୍କା ବା ବେଳେ ବେଳେ ୪୦୦-୫୦୦। କିନ୍ତୁ ବେଳେ ବେଳେ କିଛି କାମ ନଥାଏ କି ଆମକୁ କିଛି ମିଳେନି।’’

ଭିଡିଓ ଦେଖନ୍ତୁ: ସାଲୁଙ୍କି ଦମ୍ପତି କାମରେ ଲାଗିଛନ୍ତି, ଲୁହା ଉପକରଣ ତିଆରି ବା ମରାମତି କରୁଛନ୍ତି

କେବଳ ବର୍ଷା ମାସଗୁଡ଼ିକରେ ସାଲୁଙ୍କି ଏଭଳି ନିୟମିତ କାମ ପାଆନ୍ତି। ବର୍ଷର ବାକି ସମୟ ସେମାନେ ବଜାରରେ ବିକିବା ପାଇଁ କୋଡ଼ି କୋଦାଳ ଏବଂ ଚାଷ କାମରେ ଲାଗୁଥିବା କତା ଆଦି ଜିନିଷ ତିଆରି କରନ୍ତି। ତାଙ୍କର ଛଅ ପୁଅ ଝିଅଙ୍କ ମଧ୍ୟରୁ ୫ ଜଣ ବାହା ହୋଇ ସାରିଛନ୍ତି - ଚାରି ଝିଅ ଆଉ ଗୋଟିଏ ପୁଅ। ସବା ସାନ ପୁଅ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ କାମ ଖୋଜୁଛନ୍ତି।

ଆମ ସଂକ୍ଷିପ୍ତ ଆଲୋଚନା ଭିତରେ ସୁରେଖା ବେଶି ସମୟ କହୁଥିଲେ। ସେ କହନ୍ତି, ‘‘ମୋ ସ୍ୱାମୀ ଆଦୌ ସ୍କୁଲ ଯାଇ ନାହାନ୍ତି। କିନ୍ତୁ ମୁଁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି।’’

ମୁଁ ତାଙ୍କୁ ମରାଠୀରେ ଲେଖାଯାଇଥିବା ପରିର ଏକ ପୁସ୍ତିକା ଦେଲି; ସେ ତାକୁ ପଢିବେ ଆଉ ତାଙ୍କ ପୁଅକୁ ଦେଖାଇବେ ବୋଲି ପ୍ରତିଶ୍ରୁତି ଦେଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

Namita Waikar

ନମିତା ୱାଇକର ହେଉଛନ୍ତି ଜଣେ ଲେଖିକା, ଅନୁବାଦିକା ଏବଂ ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ। ତାଙ୍କ ରଚିତ ଉପନ୍ୟାସ ‘ଦ ଲଙ୍ଗ ମାର୍ଚ୍ଚ’ ୨୦୧୮ରେ ପ୍ରକାଶ ପାଇଥିଲା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ନମିତା ୱାକର
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE