ଗୋରା ସହର, ପୁଡୁଚେରୀର ଫରାସୀ ବାସ ଅଞ୍ଚଳ ବୋଧହୁଏ ଏହି କେନ୍ଦ୍ରଶାସିତ ଅଞ୍ଚଳର ସବୁଠାରୁ ପ୍ରିୟ ପର୍ଯ୍ୟଟକ ଆକର୍ଷଣ। ଏଠାରେ ସୁନ୍ଦର ଏବଂ ପ୍ରାସାଦ ସଦୃଶ ଘରଗୁଡ଼ିକ ଐତିହ୍ୟ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଆର୍ଟ ଗ୍ୟାଲେରୀରେ ପରିଣତ ହୋଇଛି। ଏହା ଏକ ସମ୍ଭ୍ରାନ୍ତ ଅଞ୍ଚଳ ଯେଉଁଠାରେ ଏବେ ବି କିଛି ଫରାସୀ ପରିବାର ବାସ କରୁଛନ୍ତି। ଏହା ନିଜର ପୁରୁଣା ସମୟର ମାଧୁର୍ଯ୍ୟ ଧରି ରଖିଛି ଏବଂ ଏହା ମଧ୍ୟ ପୁଡୁଚେରୀର ଅନ୍ୟାନ୍ୟ ଅଂଶ ଅପେକ୍ଷା ସବୁଠାରୁ ପରିଷ୍କାର। ‘ଗୋରା’ ସହର ଅଶୁଦ୍ଧ କିପରି ହୋଇପାରିବ?

କିନ୍ତୁ ଏହାର ସ୍ୱଚ୍ଛ ଚେହେରା ପଛରେ, ଏହାର ତ୍ରୁଟିହୀନ ଚଟାଣ ମଧ୍ୟରେ ପରିମଳ କର୍ମୀମାନଙ୍କର କଠିନ ପରିଶ୍ରମ ରହିଛି। ଯାହାକୁ କି ଲେପ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦି ମହିଳା ଦିବସ ଅବସରରେ ଲୋକଲୋଚନକୁ ଆଣିଛନ୍ତି। ତଥାପି ଏହି ଉତ୍ସବ ସେମାନଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆଣିନାହିଁ। ଏହି ମହିଳାମାନେ ଯେତେ ନୀରବରେ ସମ୍ଭବ ରାତିରେ ଝାଡୁ କରିବା ଜାରି ରଖିଛନ୍ତି- ପରବର୍ତ୍ତୀ ଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଗୋରା ସହରର ରାସ୍ତାଗୁଡ଼ିକ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କ ପାଇଁ ରାତ୍ରିଜୀବନର ଅର୍ଥ ଭିନ୍ନ । ସେମାନେ ରାସ୍ତାରେ ଝାଳ ବୁହାନ୍ତି, ଆବର୍ଜନା ସଂଗ୍ରହ କରନ୍ତି ଏବଂ ସହରକୁ ସ୍ୱଚ୍ଛ ରଖନ୍ତି।

ସେମାନେ ପଣ୍ଡିଚେରୀ ନଗରପାଳିକାର ପ୍ରତ୍ୟକ୍ଷ କର୍ମଚାରୀ ନୁହଁନ୍ତି- ଯିଏକି ଏଭଳି ଅଧିକାଂଶ କାମ ଘରୋଇ ଏଜେନ୍ସିଗୁଡ଼ିକୁ ହସ୍ତାନ୍ତରଣ କରିଛି। ଫଟୋରେ ଥିବା ମହିଳାମାନେ ଠିକାଶ୍ରମିକ-ସାରା ପୁଡୁଚେରୀରେ ଏହି କାମରେ ସମ୍ପୃକ୍ତ ଥିବା ପ୍ରାୟ ୧୦୦୦ ଜଣଙ୍କ ମଧ୍ୟରୁ କେଇଜଣ ଏମାନେ। ଏମାନେ ମାସିକ ପ୍ରାୟ ଟ. ୬,୨୦୦ ଉପାର୍ଜନ କରନ୍ତି। ଯଦିଓ ତିନୋଟି ସିଫ୍ଟରେ କାମ କରାଯାଏ, ଫଟୋଗ୍ରାଫରେ ଥିବା ମହିଳାମାନେ ପ୍ରାୟ ସବୁବେଳେ ରାତି ସିଫ୍ଟରେ କାମ କରନ୍ତି ।

ସେମାନେ ଗୋରା ସହରରେ ଏକ ବିନିଦ୍ର ରାତିରେ ମୋ ନଜରକୁ ଆସିଥିଲେ, ଯେଉଁଠାକୁ ମୁଁ ଗୋଟିଏ ଫିଲ୍ମର ସୁଟିଂ ପାଇଁ ଯାଇଥିଲି। ମୁଁ ସେଠାରେ ଥିବା ସପ୍ତାହର ପ୍ରତ୍ୟେକ ଦିନ ସେମାନଙ୍କର କାମ ଲକ୍ଷ୍ୟ କରୁଥିଲି, ସେମାନେ ଯେମିତି ଭାବରେ କଲୋନୀକୁ ସଫା ରଖୁଥିଲେ ସେଥିରେ ଚକିତ ହେଉଥିଲି, ଏହା କରିବା ପାଇଁ ତାଙ୍କୁ ଯେଉଁ ପରିସ୍ଥିତି ବାଧ୍ୟ କରୁଛି ସେଥିରେ ଆଘାତ ପାଇଛି। ଯେତେ ସମ୍ଭବ ବାଧାଶୂନ୍ୟ ଭାବରେ ହୋଇପାରିବ, ମୁଁ ସେମାନଙ୍କୁ ରାତିରେ ଅନୁସରଣ କରିଛି, ତଥାପି ସେମାନଙ୍କ ଜୀବନକୁ ରେକର୍ଡ କରିବାର ଭାବନା ଦ୍ୱାରା ପରିଚାଳିତ ହୋଇଛି। ଭାରତରେ ରାତିଗୁଡ଼ିକ ଅନେକ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପାରେ, କିନ୍ତୁ ଏଠାରେ ସଫେଇ କର୍ମଚାରୀମାନେ ମଧ୍ୟରାତ୍ରିରୁ ପ୍ରଭାତ ପର୍ଯ୍ୟନ୍ତ ସାମାନ୍ୟ ସୁରକ୍ଷା ବିନା ସେମାନଙ୍କର କାମ କରନ୍ତି।

A woman stands alone in the dark after collecting garbage from the streets
PHOTO • M. Palani Kumar

ଜଣେ ମହିଳା ରାସ୍ତାରୁ ଆବର୍ଜନା ସଂଗ୍ରହ କରିବା ପରେ ଏକୁଟିଆ ଛିଡ଼ା ହୋଇଛନ୍ତି

Through the nights, the women spend hours removing the garbage
PHOTO • M. Palani Kumar

ରାତ୍ରିରେ ମହିଳାମାନେ ଆବର୍ଜନା ଅପସାରଣ କରିବାରେ ଘଣ୍ଟା ଘଣ୍ଟା ସମୟ ବ୍ୟୟ କରନ୍ତି

As the night progresses, so does the sweeping and collecting of garbage
PHOTO • M. Palani Kumar

ରାତି ଯେତେ ବଢ଼େ, ଝାଡ଼ୁ କରିବା ଏବଂ ଆବର୍ଜନା ସଂଗ୍ରହ କରିବା ମଧ୍ୟ ସେତିକି ବଢ଼େ

Sweeping in front of an old house now transformed into an ice cream outlet
PHOTO • M. Palani Kumar

ବର୍ତ୍ତମାନ ଆଇସକ୍ରିମ୍ ଆଉଟଲେଟରେ ପରିଣତ ହୋଇଥିବା ଗୋଟିଏ ପୁରୁଣାଘରର ସାମ୍ନା ଓଳା ହେଉଛି

A sanitation worker pauses on the road she has just cleaned
PHOTO • M. Palani Kumar

ଜଣେ ପରିମଳ କର୍ମଚାରୀ ସେ ସାଙ୍ଗେ ସାଙ୍ଗେ ସଫା କରିଥିବା ରାସ୍ତାରେ ଅଟକିଛନ୍ତି

A lone woman and a dog at the end of the road
PHOTO • M. Palani Kumar

ରାସ୍ତାର ଶେଷ ମୁଣ୍ଡରେ ଜଣେ ଏକାକିନୀ ମହିଳା ଏବଂ ଗୋଟିଏ କୁକୁର

Women sweeping street at night
PHOTO • M. Palani Kumar

କାମ କରିବା ସମୟରେ ପରସ୍ପର ସହ କଥା ହେଉନଥିଲେ ବି ଏହି ମହିଳାମାନେ ମିଶିକରି କାମ କରୁଥିବା ମନେ ହେଉଛି

With just a few passers-by on the road at this late hour, they continue to quietly work to keep White Town clean
PHOTO • M. Palani Kumar

ଏହି ବିଳମ୍ବିତ ସମୟରେ ଅଳ୍ପ କେଇଜଣ ପଦଯାତ୍ରୀ ଥିବାରୁ ସେମାନେ ଗୋରା ସହରକୁ ସ୍ୱଚ୍ଛ ରଖିବା ପାଇଁ ନୀରବରେ କାମ ଜାରି ରଖନ୍ତି

At dawn, the garbage is loaded on to trucks
PHOTO • M. Palani Kumar

ପ୍ରଭାତରୁ ଆବର୍ଜନାଗୁଡ଼ିକ ଟ୍ରକଗୁଡ଼ିକରେ ଲଦି ଦିଆଯାଏ

And before daylight, it's taken away from White Town
PHOTO • M. Palani Kumar

ଏବଂ ସକାଳର ଆଲୋକ ପୂର୍ବରୁ ଏଗୁଡ଼ିକ ଗୋରା ସହରଠାରୁ ଦୂରକୁ ନିଆଯାଇଥାଏ

ଅନୁବାଦ: ଓଡ଼ିଶାଲାଇଭ୍

M. Palani Kumar

ଏମ୍‌. ପାଲାନି କୁମାର ‘ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ’ର ଷ୍ଟାଫ୍‌ ଫଟୋଗ୍ରାଫର । ସେ ଅବହେଳିତ ଓ ଦରିଦ୍ର କର୍ମଜୀବୀ ମହିଳାଙ୍କ ଜୀବନୀକୁ ନେଇ ଆଲେଖ୍ୟ ପ୍ରସ୍ତୁତ କରିବାରେ ରୁଚି ରଖନ୍ତି। ପାଲାନି ୨୦୨୧ରେ ଆମ୍ପ୍ଲିଫାଇ ଗ୍ରାଣ୍ଟ ଏବଂ ୨୦୨୦ରେ ସମ୍ୟକ ଦୃଷ୍ଟି ଓ ଫଟୋ ସାଉଥ ଏସିଆ ଗ୍ରାଣ୍ଟ ପ୍ରାପ୍ତ କରିଥିଲେ। ସେ ପ୍ରଥମ ଦୟାନିତା ସିଂ - ପରୀ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫୀ ପୁରସ୍କାର ୨୦୨୨ ପାଇଥିଲେ। ପାଲାନୀ ହେଉଛନ୍ତି ‘କାକୁସ୍‌’(ଶୌଚାଳୟ), ତାମିଲ୍ ଭାଷାର ଏକ ପ୍ରାମାଣିକ ଚଳଚ୍ଚିତ୍ରର ସିନେମାଟୋଗ୍ରାଫର, ଯାହାକି ତାମିଲ୍‌ନାଡ଼ୁରେ ହାତରେ ମଇଳା ସଫା କରାଯିବାର ପ୍ରଥାକୁ ଲୋକଲୋଚନକୁ ଆଣିଥିଲା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ M. Palani Kumar
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE