ରବିବାର ସକାଳ ସମୟ, କିନ୍ତୁ ଜ୍ୟୋତିରିନ୍ଦ୍ର ନାରାୟଣ ଲାହିରୀ ବ୍ୟସ୍ତ ଅଛନ୍ତି। ହୁଗଲି ଜିଲ୍ଲା ସ୍ଥିତ ନିଜ ଆପାର୍ଟମେଣ୍ଟର ଗୋଟିଏ କୋଣରେ ଥିବା କୋଠରୀରେ ଏହି ୫୦ ବର୍ଷ ବୟସ୍କ ବ୍ୟକ୍ତି ୧୭୭୮ ମସିହାରେ ମେଜର ଜେମ୍ସ ରେନେଲଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୁନ୍ଦରବନର ପ୍ରଥମ ମାନଚିତ୍ରକୁ ଦେଖୁଛନ୍ତି।

‘‘ଏହା ଇଂରେଜମାନଙ୍କ ସର୍ବେକ୍ଷଣ ଉପରେ ଆଧାରିତ ସୁନ୍ଦରବନର ପ୍ରଥମ ପ୍ରାମାଣିକ ମାନଚିତ୍ର। ହେନ୍ତାଳ ବନ କୋଲକାତା ପର୍ଯ୍ୟନ୍ତ ବ୍ୟାପି ରହିଥିଲା ବୋଲି ଏହି ମାନଚିତ୍ରରେ ଦର୍ଶାଯାଇଛି। ସେବେଠାରୁ ଅନେକ କିଛି ବଦଳି ଯାଇଛି,’’ ମାନଚିତ୍ର ଉପରେ ଆଙ୍ଗୁଠି ବୁଲାଇ ଲାହିରୀ କୁହନ୍ତି। ଭାରତ ଏବଂ ବାଂଲାଦେଶ, ଉଭୟ ସୀମାରେ ବ୍ୟାପିଥିବା ସବୁଠୁ ବଡ଼ ହେନ୍ତାଳ ଜଙ୍ଗଲ ସୁନ୍ଦରବନ ନିଜର ବିଶାଳ ଜୈବ ବିବିଧତା ଏବଂ ନିଶ୍ଚିତ ଭାବେ ମହାବଳ ବାଘ ବା ରୟାଲ ବେଙ୍ଗଲ ଟାଇଗର୍‌ (ପାନ୍ଥେରା ଟାଇଗ୍ରିସ୍‌) ପାଇଁ ପ୍ରସିଦ୍ଧ।

ତାଙ୍କ କୋଠରୀ କାନ୍ଥକୁ ଲାଗି ରହିଥିବା ବହିଥାକରେ ସୁନ୍ଦରବନ ସମ୍ପର୍କରେ ପ୍ରତ୍ୟେକ ପରିକଳ୍ପିତ ବିଷୟ ଉପରେ ଶତାଧିକ ଶୀର୍ଷକ ବିଶିଷ୍ଟ ପୁସ୍ତକ ଭର୍ତ୍ତି ହୋଇ ରହିଛି ଯେଉଁଥିରେ ଉଦ୍ଭିଦ, ଜୀବଜଗତ, ଦୈନନ୍ଦିନ ଜୀବନ, ମାନଚିତ୍ର, ଆଟଲାସ୍‌ ଓ ଇଂରାଜୀ ଓ ବଙ୍ଗଳା ଭାଷାରେ ପ୍ରକାଶିତ ପୁସ୍ତକ ମଧ୍ୟ ରହିଛି। ସେ ଏହି ଠାରେ ‘ସୁଧୁ ସୁନ୍ଦରବନ ଚର୍ଚ୍ଚା’ରେ ପ୍ରକାଶ ପାଇବାକୁ ଥିବା ପ୍ରସଙ୍ଗ ଉପରେ ଗବେଷଣା ଓ ପତ୍ରିକାର ସଂଖ୍ୟା ପ୍ରକାଶ ପାଇଁ ଯୋଜନା ପ୍ରସ୍ତୁତ କରିଥାନ୍ତି । ଏହି ତ୍ରୈମାସିକ ପତ୍ରିକାରେ ସୁନ୍ଦରବନ ବିଷୟରେ ଅନେକ ପ୍ରସଙ୍ଗ ସ୍ଥାନ ପାଇଥାଏ। ୨୦୦୯ରେ ଆଇଲା ବାତ୍ୟା ଯୋଗୁ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ସେ ଏହି ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ।

‘‘ସେହି ଅଞ୍ଚଳର ସ୍ଥିତି ବିଷୟରେ ଜାଣିବା ଲାଗି ମୁଁ ସେଠାକୁ ଏକାଧିକ ବାର ଯାତ୍ରା କରିଥିଲି। ତାହା ଭୟାନକ ଥିଲା,’’ ସେ ତତ୍କାଳୀନ ସମୟ କଥା ମନେ ପକାଇ କୁହନ୍ତି। ‘‘ପିଲାମାନଙ୍କ ସ୍କୁଲ ବନ୍ଦ ହୋଇଯାଇଥିଲା, ଅନେକ ଲୋକ ବାସହରା ହୋଇଯାଇଥିଲେ, ବହୁସଂଖ୍ୟାରେ ପୁରୁଷ କାମ ପାଇଁ ଅନ୍ୟତ୍ର ପ୍ରବାସ କରିଥିଲେ, ଏବଂ ସବୁ ଦାୟିତ୍ୱ ମହିଳାଙ୍କ ଉପରକୁ ଆସିଯାଇଥିଲା। ନଦୀ ବନ୍ଧ ରହିବ କିମ୍ବା ଭୁଶୁଡ଼ି ପଡ଼ିବ ତାହା ଉପରେ ଲୋକଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିଲା।’’

ବିପର୍ଯ୍ୟୟ ଉପରେ ଗଣମାଧ୍ୟମର ଖବର ଲାହିରୀଙ୍କୁ ବିକ୍ଷିପ୍ତ ଏବଂ ଅତିରଞ୍ଜିତ ଲାଗିଥିଲା। ‘‘ଗଣମାଧ୍ୟମ ସୁନ୍ଦରବନ ଉପରେ ଚିରାଚରିତ ତଥ୍ୟର ପ୍ରଚାର କରିଥାଏ। ସାଧାରଣତଃ, ସେଥିରେ ଆପଣଙ୍କୁ ବାଘ ଆକ୍ରମଣ କିମ୍ବା ବର୍ଷାର ବୃତ୍ତାନ୍ତ ଶୁଣିବାକୁ ମିଳିପାରେ। ଯେତେବେଳେ ବର୍ଷା କିମ୍ବା ବନ୍ୟା ଆସିନଥାଏ, ସୁନ୍ଦରବନକୁ ନେଇ କୌଣସି ଖବର ପ୍ରକାଶ ପାଇବା ବିରଳ,’’ ସେ କୁହନ୍ତି। ‘‘ବିପର୍ଯ୍ୟୟ, ବନ୍ୟ ଜୀବନ ଓ ପର୍ଯ୍ୟଟନ - ଏସବୁ ପ୍ରସଙ୍ଗ ଉପରେ ଗଣମାଧ୍ୟମର ବିଶେଷ ରୁଚି ରହିଥାଏ।’’

Lahiri holds the first map of the Sundarbans (left) prepared by Major James Rennel in 1778. In his collection (right) are many books on the region
PHOTO • Urvashi Sarkar
Lahiri holds the first map of the Sundarbans (left) prepared by Major James Rennel in 1778. In his collection (right) are many books on the region
PHOTO • Urvashi Sarkar

ବାମ : ବ୍ରିଟିଶମାନଙ୍କ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣକୁ ଆଧାର କରି ୧୭୭୮ ମସିହାରେ ପ୍ରସ୍ତୁତ ହୋଇଥିବା ସୁନ୍ଦରବନର ପ୍ରଥମ ମାନଚିତ୍ରକୁ ଲାହିରୀ ଧରିଛନ୍ତି । ଡାହାଣ : ଲାହିରୀଙ୍କ ପୁସ୍ତକ ସଂଗ୍ରହରେ ସୁନ୍ଦରବନ ଉପରେ ଆଧାରିତ ଶୀର୍ଷକ ଥିବା ଅନେକ ପୁସ୍ତକ ରହିଛି

Lahiri has been collecting news (left) about the Sundarbans for many years. 'When it isn’t raining or flooded, the Sundarbans is rarely in the news,' he says. He holds up issues of Sudhu Sundarban Charcha (right), a magazine he founded in 2010 to counter this and provide local Indian and Bangladeshi perspectives on the region
PHOTO • Urvashi Sarkar
Lahiri has been collecting news (left) about the Sundarbans for many years. 'When it isn’t raining or flooded, the Sundarbans is rarely in the news,' he says. He holds up issues of Sudhu Sundarban Charcha (right), a magazine he founded in 2010 to counter this and provide local Indian and Bangladeshi perspectives on the region
PHOTO • Urvashi Sarkar

ଲାହିରୀ ବହୁ ବର୍ଷ ଧରି ସୁନ୍ଦରବନ ସମ୍ପର୍କରେ ଖବର ସଂଗ୍ରହ (ବାମ) କରି ଆସୁଛନ୍ତି । ‘ବର୍ଷା କିମ୍ବା ବନ୍ୟା ନହେଲେ ସୁନ୍ଦରବନ ସମ୍ପର୍କରେ ଖବର ପ୍ରକାଶ ପାଇବା ବିରଳ,’ ସେ କୁହନ୍ତି । ଏହାର ମୁକାବିଲା କରିବା ଏବଂ ଏହି ଅଞ୍ଚଳ ସମ୍ପର୍କରେ ସ୍ଥାନୀୟ ଭାରତୀୟ ଓ ବାଂଲାଦେଶୀ ଦୃଷ୍ଟିକୋଣକୁ ଦର୍ଶାଇବା ଲାଗି ସେ ୨୦୧୦ରେ ସୁଧୁ ସୁନ୍ଦରବନ ଚର୍ଚ୍ଚା ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ ଯାହାର ଏକ ସଂଖ୍ୟାକୁ ସେ ଧରିଛନ୍ତି (ଡାହାଣ)

ସେ ଉଭୟ ଭାରତୀୟ ଓ ବାଂଲାଦେଶୀ ଦୃଷ୍ଟିକୋଣରୁ ଏହି ଅଞ୍ଚଳ ସମ୍ପର୍କରେ ବ୍ୟାପକ ଭାବେ ଖବର ପ୍ରକାଶ କରିବା ଲାଗି ସୁଧୁ ସୁନ୍ଦରବନ ଚର୍ଚ୍ଚା (ଯାହାର ଅନୁବାଦ ‘କେବଳ ସୁନ୍ଦରବନ ସମ୍ପର୍କରେ ଆଲୋଚନା’ ରୂପରେ କରାଯାଇଛି) ପତ୍ରିକାର ପ୍ରତିଷ୍ଠା କରିଥିଲେ। ୨୦୧୦ ଠାରୁ, ସେ ଏହି ପତ୍ରିକାର ୪୯ଟି ସଂଖ୍ୟା ପ୍ରକାଶ କରିସାରିଛନ୍ତି ଏବଂ ୫୦ତମ ସଂଖ୍ୟା ନଭେମ୍ବର ୨୦୨୩ରେ ପ୍ରକାଶ ପାଇବ। ସେ କୁହନ୍ତି, ‘‘ପତ୍ରିକାର ପୂର୍ବବର୍ତ୍ତୀ ସଂଖ୍ୟାଗୁଡ଼ିକରେ ବିଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି, ଯଥା ପାନ ଚାଷ କିପରି ହୁଏ, ସୁନ୍ଦରବନର ମାନଚିତ୍ର, କନ୍ୟାଶିଶୁଙ୍କ ଜୀବନ, ଭିନ୍ନ ଭିନ୍ନ ଗ୍ରାମର ରୂପରେଖ, ଚୋରି ଓ ବୃଷ୍ଟିପାତ ଆଦି ।’’ ସୁନ୍ଦରବନ ସମ୍ପର୍କରେ ଗଣମାଧ୍ୟମରେ କିଭଳି ଖବର ପ୍ରକାଶ ପାଇଥାଏ ତା’କୁ ନେଇ ମଧ୍ୟ ଗୋଟିଏ ସଂଖ୍ୟା ପ୍ରକାଶ ପାଇଛି । ଏଥିରେ ପଶ୍ଚିମବଙ୍ଗ ଓ ବାଂଲାଦେଶୀ ସାମ୍ବାଦିକଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରାଯାଇଛି।

ଏପ୍ରିଲ ୨୦୨୩ରେ ପତ୍ରିକାର ସଦ୍ୟତମ ତଥା ୪୯ତମ ସଂସ୍କରଣ ପ୍ରକାଶ ପାଇଛି ଯେଉଁଥିରେ ହେନ୍ତାଳ ବଣ ଓ ବାଘଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ‘‘ସୁନ୍ଦରବନ ସମ୍ଭବତଃ ବିଶ୍ୱର ପ୍ରଥମ ହେନ୍ତାଳ ଜଙ୍ଗଲ ଯେଉଁଠି ବାଘମାନେ ରୁହନ୍ତି। ତେଣୁ, ଏହା ଉପରେ ଆଧାର କରି ଆମେ ଏହି ସଂଖ୍ୟା ପାଇଁ ପ୍ରସ୍ତୁତି କରିଥିଲୁ,’’ ସେ କୁହନ୍ତି। ପତ୍ରିକାର ୫୦ ତମ ସଂଖ୍ୟା ପ୍ରକାଶ କରିବା ଲାଗି ମଧ୍ୟ ଯୋଜନା ଆରମ୍ଭ ହୋଇସାରିଛି, ଯାହା ଜଣେ ଅବସରପ୍ରାପ୍ତ ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକଙ୍କ ଗବେଷଣା ଉପରେ ଆଧାରିତ। ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବା ଦ୍ୱାରା ସୁନ୍ଦରବନ ଉପରେ କିଭଳି ପ୍ରଭାବ ପଡ଼ୁଛି ତାହା ଉପରେ ପ୍ରାଧ୍ୟାପକ ଜଣଙ୍କ ବ୍ୟାପକ ଗବେଷଣା କରିଛନ୍ତି ।

‘‘ଆମ ପାଠକମାନଙ୍କ ମଧ୍ୟରେ ସାଧାରଣତଃ ସ୍ଥାନୀୟ ଅଞ୍ଚଳ ଉପରେ ନିର୍ଦ୍ଦିଷ୍ଟ ତଥ୍ୟ କିମ୍ବା ସୂଚନା ଚାହୁଁଥିବା ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ ଗବେଷକ ଏବଂ ସ୍ଥାନୀୟ ଅଞ୍ଚଳକୁ ନେଇ ଆଗ୍ରହୀ ବ୍ୟକ୍ତିବିଶେଷ ରହିଛନ୍ତି । ଆମର ଜଣେ ୮୦ ବର୍ଷ ବୟସ୍କ ପୃଷ୍ଠପୋଷକ ରହିଛନ୍ତି ଯିଏ ଆମ ପ୍ରସଙ୍ଗଗୁଡ଼ିକର ଗୋଟିଏ ଗୋଟିଏ ଧାଡ଼ି ମଧ୍ୟ ପଢ଼ିଥାନ୍ତି,’’ ଲାହିରୀ କୁହନ୍ତି।

ପ୍ରତି ତ୍ରୟମାସରେ ଏହି ପତ୍ରିକାର ପ୍ରାୟ 1,000 କପି ମୁଦ୍ରିତ ହୋଇଥାଏ। ‘‘ଆମର ୫୨୦ରୁ ୫୩୦ ନିୟମିତ ପାଠକ ରହିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗ ବାସିନ୍ଦା। ପତ୍ରିକା କୋରିୟର ମାଧ୍ୟମରେ ସେମାନଙ୍କ ପାଖକୁ ପଠାଯାଇଥାଏ।  ବାଂଲାଦେଶକୁ ପ୍ରାୟ ୫୦ କପି ପଠାଯାଏ। ଅଧିକ ବ୍ୟୟବହୁଳ ହୋଇଥିବା କାରଣରୁ ଆମେ ଏସବୁ କୋରିୟରରେ ପଠାଇନଥାଉ,’’ ଲାହିରୀ କୁହନ୍ତି। ବରଂ ବାଂଲାଦେଶୀ ପୁସ୍ତକ ବିକ୍ରେତାମାନେ କୋଲକାତାର ଲୋକପ୍ରିୟ ପୁସ୍ତକ ବଜାର କଲେଜ ଷ୍ଟ୍ରିଟ୍‌ରୁ ଏସବୁ ବହି କିଣି ସେଗୁଡ଼ିକୁ ନିଜ ଦେଶକୁ ନେଇ ଯାଆନ୍ତି । ‘‘ଆମେ ମଧ୍ୟ ବାଂଲାଦେଶୀ ଲେଖକ ଓ ଫଟୋଗ୍ରାଫରଙ୍କ ଲେଖା ଓ ଫଟୋ ପ୍ରକାଶ କରିଥାଉ।’’

Left: An issue of Sudhu Sundarban Charcha that focuses on women in the Sundarbans
PHOTO • Urvashi Sarkar
Right: Forty nine issues have been published so far
PHOTO • Urvashi Sarkar

ବାମ: ସୁନ୍ଦରବନର ମହିଳାଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା ସୁଧୁ ସୁନ୍ଦରବନ ଚର୍ଚ୍ଚାର ଏକ ସଂଖ୍ୟା। ଡାହାଣ: ବର୍ତ୍ତମାନ ସୁଦ୍ଧା ଏହାର ୪୯ଟି ସଂଖ୍ୟା ପ୍ରକାଶ ପାଇଛି

Jyotirindra Narayan Lahiri with his wife Srijani Sadhukhan. She along with their two children, Ritaja and Archisman help in running the magazine
PHOTO • Urvashi Sarkar

ପତ୍ନୀ ସ୍ରିଜନୀ ସାଧୁଖାଁଙ୍କ ସହିତ ଜ୍ୟୋତିରିନ୍ଦ୍ର ନାରାୟଣ ଲାହିରୀ। ପତ୍ନୀ ଓ ତାଙ୍କର ଦୁଇ ପିଲା ରିତଜା ଓ ଅର୍ଚ୍ଚିସମାନ ପତ୍ରିକା ପରିଚାଳନାରେ ସହଯୋଗ କରିଥାନ୍ତି

ପତ୍ରିକା ପ୍ରକାଶ ପାଇଁ ଏକ ବ୍ୟୟବହୁଳ ବ୍ୟାପାର କାରଣ ପ୍ରତ୍ୟେକ ସଂସ୍କରଣକୁ ପ୍ରଥମେ ଟାଇପ ସେଟ୍‌ କରାଯିବା ପରେ ଚିକ୍କଣ କାଗଜ ବା ଗ୍ଲସି ପେପର୍‌ ଉପରେ କଳା ଓ ଧଳାରେ ଛାପିବାକୁ ହୁଏ। ତେବେ, ଆମର ସମ୍ପାଦକୀୟ ଖର୍ଚ୍ଚ ବେଶୀ ନୁହେଁ କାରଣ ଆମେ ନିଜେ ସବୁକିଛି କରିଥାଉ,’’ ଲାହିରୀ କୁହନ୍ତି। ଏହି କାମରେ ତାଙ୍କ ପତ୍ନୀ ସ୍ରିଜନୀ ସାଧୁଖାଁ (୪୮), ଝିଅ ରିତଜା (୨୨) ଏବଂ ପୁଅ ଅର୍ଚ୍ଚିସ୍‌ମାନ (୧୫) ତାଙ୍କୁ ସହାୟତା କରିଥାନ୍ତି। ସମ୍ପାଦକୀୟ ସହଯୋଗୀମାନଙ୍କ ମଧ୍ୟରେ ପ୍ରାୟ ୧୫-୧୬ ଜଣ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ମାଗଣାରେ ସେମାନଙ୍କର ସମୟ ଓ ପ୍ରୟାସ ବିନିଯୋଗ କରିଥାନ୍ତି। ‘‘ଆମ ପାଖରେ ଲୋକମାନଙ୍କୁ ରୋଜଗାର ଦେବାର କ୍ଷମତା ନାହିଁ। ଯେଉଁମାନେ ନିଜ ସମୟ ଓ ଶ୍ରମ ଦାନ କରିଥାନ୍ତି, ସେମାନେ ଏହା କେବଳ ଏଥିପାଇଁ କରୁଛନ୍ତି କାରଣ ପତ୍ରିକାରେ ଆମେ ଉଠାଉଥିବା ପ୍ରସଙ୍ଗଗୁଡ଼ିକୁ ନେଇ ସେମାନେ ଚିନ୍ତିତ ଅଛନ୍ତି,’’ ସେ କୁହନ୍ତି।

ପତ୍ରିକାର ପ୍ରତ୍ୟେକ କପିର ଦାମ୍‌ ୧୫୦ ଟଙ୍କା। ‘‘ଆମର ଖର୍ଚ୍ଚ ୮୦ ଟଙ୍କା ହେଲେ ପ୍ରତ୍ୟେକ କପି ଆମକୁ ୧୫୦ ଟଙ୍କାରେ ବିକ୍ରି କରିବାକୁ ହେବ କାରଣ ଆମେ ବିକ୍ରେତାଙ୍କୁ ସିଧାସଳଖ ୩୫ ପ୍ରତିଶତ କମିଶନ ଦେଇଥାଉ,’’ ପ୍ରକାଶନ ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇ ଲାହିରୀ କୁହନ୍ତି।

ଏହି ଅଞ୍ଚଳ ବିଷୟରେ ଖବର ଜାଣିବା ଲାଗି ପ୍ରାୟ ପ୍ରତ୍ୟେକ ଦିନ, ଲାହିରୀ ଓ ତାଙ୍କ ପରିବାର ଛଅଟି ବଙ୍ଗଳା ଓ ତିନୋଟି ଇଂରାଜୀ ସମ୍ବାଦପତ୍ର ଦେଖିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ଜଣେ ପରିଚିତ ବ୍ୟକ୍ତି ହୋଇଥିବାରୁ, ବାଘ ଆକ୍ରମଣ ଭଳି ଖବର ସିଧାସଳଖ ତାଙ୍କ ପାଖକୁ ଆସେ। ପାଠକମାନଙ୍କ ଦ୍ୱାରା ସମ୍ବାଦପତ୍ର ସମ୍ପାଦକଙ୍କୁ ଲେଖାଯାଇଥିବା ପତ୍ର ମଧ୍ୟ ଲାହିରୀ ସଂଗ୍ରହ କରିଥାନ୍ତି। ‘‘ଲେଖକମାନେ ଧନୀ ଓ କ୍ଷମତାଶାଳୀ ହୋଇନପାରନ୍ତି, କିନ୍ତୁ ନିଜ ବିଷୟ ଉପରେ ସେମାନଙ୍କର ଜ୍ଞାନ ରହିଛି ଏବଂ ସେମାନେ ପ୍ରାସଙ୍ଗିକ ପ୍ରଶ୍ନ ପଚାରିଥାନ୍ତି,’’ ସେ କୁହନ୍ତି।

କେବଳ ଏହି ପତ୍ରିକା ପରିଚାଳନା କରିବା ତାଙ୍କର ଏକମାତ୍ର ଦାୟିତ୍ୱ ନୁହେଁ । ପ୍ରତ୍ୟେକ ଦିନ ସେ ୧୮୦ କିଲୋମିଟର ଦୂର ଯାତ୍ରା କରି ପଡ଼ୋଶୀ ପୂର୍ବ ବର୍ଦ୍ଧମାନ ଜିଲ୍ଲାକୁ ଯାଆନ୍ତି। ସେଠାକାର ଏକ ସରକାରୀ ବିଦ୍ୟାଳୟରେ ସେ ପଞ୍ଚମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଭୂଗୋଳ ପଢ଼ାନ୍ତି।  ୨୬ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ଲାହିରୀ କୁହନ୍ତି, ‘‘ମୁଁ ସକାଳ ୭ଟାରେ ଘରୁ ବାହାରେ ଏବଂ ରାତି ୮ଟାରେ ଘରୁ ଫେରେ। ବର୍ଦ୍ଧମାନ ସହରରେ ପ୍ରିଣ୍ଟିଂ ପ୍ରେସ୍‌ ଅଛି, ତେଣୁ ସେଠାରେ କିଛି କାମ କରିବାର ଥିଲେ ମୁଁ ସେହି ପ୍ରେସ୍‌ରେ ରହି କାମ ସାରିବା ପରେ ବିଳମ୍ବିତ ରାତିରେ ଘରକୁ ଫେରିଥାଏ’’ । ‘‘ଏହି ପତ୍ରିକା ଭଳି ପାଠପଢ଼ାଇବା ମଧ୍ୟ ମୋର ନିଶା,’’ ସେ କହିଥାନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Urvashi Sarkar

ऊर्वशी सरकार स्वतंत्र पत्रकार आणि पारीच्या २०१६ च्या फेलो आहेत. आपण लेखिकेशी येथे संपर्क साधू शकता: @storyandworse

यांचे इतर लिखाण ऊर्वशी सरकार
Editor : Sangeeta Menon

Sangeeta Menon is a Mumbai-based writer, editor and communications consultant.

यांचे इतर लिखाण Sangeeta Menon
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE