ନା, କୀଶନଜୀ ସେହି ଲରୀର ପଛ ଦ୍ୱାର କିମ୍ବା ଗେଟ୍ – ସେହି ଭାଗଟିକୁ ଯାହା ବି କୁହାଯାଉ ନା କାହିଁକି- ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁନଥିଲେ। ଏହି ଲରୀ ସମ୍ପୂର୍ଣ୍ଣ ଖାଲି ଥିଲା, ଯାହାକି ଉତ୍ତର ପ୍ରଦେଶର ମୋରାଦାବାଦ ସହର ବାହାରେ ଥିବା ଛୋଟିଆ ବସ୍ତିର କୌଣସି ଏକ ଗୋଦାମରେ ସାମଗ୍ରୀ ଅନଲୋଡ୍ କରି ଫେରିଥିଲା।

୭୦ ବର୍ଷ ବୟସ ଅତିକ୍ରାନ୍ତ କରିସାରିଥିବା କିଶନଜୀ ଜଣେ ଛୋଟ ବୁଲାବିକାଳୀ ଥିଲେ ଏବଂ ତାଙ୍କର ଛୋଟିଆ ଠେଲାଗାଡ଼ିରେ ବାଦାମ ଓ ବାରମଜା ବିକ୍ରି କରୁଥିଲେ।  “ମୁଁ ଘରେ ଭୁଲି ଯାଇଥିବା କିଛି ଜିନିଷ ଆଣିବା ଲାଗି ଯାଇଥିଲି”, ସେ ଆମକୁ କହିଥିଲେ। “ହେଲେ ଫେରି ଦେଖିବା ବେଳକୁ ଏ ବଡ଼ ଲରୀ ମୋ ଛୋଟିଆ ଠେଲାଗାଡ଼ି ଉପରେ ଅଧା ମାଡ଼ି ଯାଇଛି ।”

ଘଟଣା ଥିଲା ଏହିପରି, ଲରୀର ଡ୍ରାଇଭର ଏଠାରେ ନିଜ ଗାଡ଼ି ପାର୍କ କରିଥିଲେ। ପଛକୁ ଗାଡ଼ି ଆଣିବା ବେଳେ କିଶନଜୀଙ୍କ ଏହି ମୂଲ୍ୟବାନ ସମ୍ପତ୍ତି ଉପରେ ମଡ଼ାଇ ଦେଇଥିଲେ, ଛୋଟ ଠେଲାଗାଡ଼ି ଆଡ଼କୁ ଲରୀଟି ମାଡ଼ି ଯାଉଛି କି ନାହିଁ ତାହା ଦେଖିବାକୁ ତାଙ୍କର ନିଘା ନଥିଲା। ବନ୍ଧୁମାନଙ୍କୁ ଦେଖା କରିବାକୁ – କିମ୍ବା ସହଜ ଭାବେ ମଧ୍ୟାହ୍ନ ଭୋଜନ କରିବା ଲାଗି,ଏହାପରେ ଡ୍ରାଇଭର ଓ ତାଙ୍କର ସହଯୋଗୀ ସେଠାରୁ ଚାଲି ଯାଇଥିଲେ । ଲରୀର ପଛ ଦ୍ୱାର ଉପରିସ୍ଥ ଭାଗ ଜାମ୍ ହୋଇଯାଇଥିଲା ଏବଂ ତାହା ଠେଲାଗାଡ଼ିରେ ଲାଖି ଯାଇଥିଲା।  କିଶନଜୀ ଠେଲାଗାଡ଼ିକୁ ସେଥିରୁ ବାହାର କରିବାକୁ ଚେଷ୍ଟା କରୁଥିଲେ। କିଶନଜୀଙ୍କ ଆଖିକୁ ଭଲ ଦେଖାଯାଉନଥିଲା ଏବଂ କେଉଁଠି ଗାଡ଼ିଟି ଲାଖି ଯାଇଛି ତାହା ଜାଣିବା ଲାଗି ସେ ଚେଷ୍ଟା କରୁଥିଲେ।

ଡ୍ରାଇଭର ଓ ତାଙ୍କ ସହଯୋଗୀ କେଉଁ ଆଡ଼େ ଚାଲିଯାଇଥିଲେ, ସେମାନଙ୍କୁ ଆମେ ଖୋଜିଥିଲୁ। ସେମାନେ କେଉଁ ଆଡ଼େ ଚାଲିଯାଇଥିଲେ ଏବଂ ସେମାନେ କିଏ ତାହା କିଶନଜୀ ମଧ୍ୟ ଜାଣିନଥିଲେ। କିନ୍ତୁ ଏପରି ଲୋକଙ୍କ ସ୍ୱଭାବ ବିଷୟରେ ସେ ଭଲ ଭାବେ ଜାଣିଥିଲେ ଯାହାକୁ ସେ ମୁକ୍ତ ଭାବେ କହିଥିଲେ। ବୟସର ପ୍ରଭାବ ତାଙ୍କ ଉପରେ ପଡ଼ିନଥିଲା କି ସେ ଭାଙ୍ଗି ପଡ଼ିନଥିଲେ, ତାଙ୍କ କଥାବାର୍ତ୍ତାରେ ବି ରଙ୍ଗୀନ ମିଜାଜ ଥିଲା।

କିଶନଜୀ ସେହି ଅଗଣିତ ଛୋଟ ବୁଲାବିକାଳୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଯେଉଁମାନେ ଛୋଟ ଠେଲାଗାଡ଼ିରେ ବ୍ୟବସାୟ କରି ନିଜର ପେଟ ପୋଷୁଥିଲେ। ଦେଶରେ କିଶନଜୀଙ୍କ ଭଳି ଆଉ କେତେ ବୁଲାବିକାଳୀ ରହିଛନ୍ତି ତାହାର କୌଣସି ନିର୍ଦ୍ଦିଷ୍ଟ ଆକଳନ ନାହିଁ। ୧୯୯୮ରେ ଯେତେବେଳେ ଏହି ଫଟୋ ଉଠାଯାଇଥିଲା ସେତେବେଳେ ମଧ୍ୟ କୌଣସି ତଥ୍ୟ ନଥିଲା।  “ଏହି ଠେଲାଗାଡ଼ିକୁ ନେଇ ଅଧିକ ବାଟ ଚାଲିବା ପରିସ୍ଥିତିରେ ମଧ୍ୟ ମୁଁ ନାହିଁ, ତେଣୁ ମୁଁ ୩-୪ ଟି ବସ୍ତିରେ ଏହାକୁ ଚଲାଇଥାଏ”, ସେ କହିଥିଲେ। ସେ ପୁଣି କହିଥିଲେ, “ଯଦି ଏଥିରୁ ମୁଁ ଆଜି ୮୦ ଟଙ୍କା ରୋଜଗାର କରେ- ଦିନଟି ମୋ ପାଇଁ ଭଲରେ ବିତିଛି ବୋଲି ମୁଁ ଭାବେ।”

ଲାଖି ଯାଇଥିବା ସ୍ଥାନରୁ ଠେଲା ଗାଡ଼ିଟିକୁ ବାହାର କରିବା ଲାଗି ଆମେ ତାଙ୍କୁ ସହାୟତା କଲୁ। କିଛି ଦୂର ପର୍ଯ୍ୟନ୍ତ ସେ ତାହାକୁ ଠେଲି ନେଉଥିବାର ଦେଖିଲୁ, ଆଶା କରୁଥିଲୁ ୮୦ ଟଙ୍କା ରୋଜଗାର କରି ଆଜି ଦିନଟି ତାଙ୍କର ଭଲରେ କଟୁ।

ଅନୁବାଦ: ଓଡ଼ିଶାଲାଇଭ୍‍

पी. साईनाथ पीपल्स अर्काईव्ह ऑफ रुरल इंडिया - पारीचे संस्थापक संपादक आहेत. गेली अनेक दशकं त्यांनी ग्रामीण वार्ताहर म्हणून काम केलं आहे. 'एव्हरीबडी लव्ज अ गुड ड्राउट' (दुष्काळ आवडे सर्वांना) आणि 'द लास्ट हीरोजः फूट सोल्जर्स ऑफ इंडियन फ्रीडम' (अखेरचे शिलेदार: भारतीय स्वातंत्र्यलढ्याचं पायदळ) ही दोन लोकप्रिय पुस्तकं त्यांनी लिहिली आहेत.

यांचे इतर लिखाण साइनाथ पी.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE