ମୋ ମା’ ପ୍ରାୟତଃ ମୋତେ କହୁଥିଲେ, ‘‘କୁମାର, ଯଦି ମୁଁ ସେହି ମାଛ ପାତ୍ର ଉଠାଇ ନଥାନ୍ତି ତା’ହେଲେ ଆଜି ଆମେ ଏଠାରେ ପହଞ୍ଚି ପାରିନଥାନ୍ତେ।’’ ମୁଁ ଜନ୍ମ ନେବା ପର ବର୍ଷ ସେ ମାଛ ବିକ୍ରି କରିବା ଆରମ୍ଭ କରିଥିଲେ ଏବଂ ସେବେଠାରୁ ମୋ ଜୀବନରେ ସବୁବେଳେ ମାଛ ପୂରି ରହିଛି।

ଆମ ଘର ଭିତରୁ ସବୁବେଳେ ମାଛ ଗନ୍ଧ ବାହାରୁଥିଲା। ଗୋଟିଏ କୋଣରେ ଶୁଖୁଆ ଥଳି ସବୁବେଳ ପାଇଁ ଝୁଲି ରହୁଥିଲା। ପ୍ରଥମ ବର୍ଷା ପରେ କାର୍ପ ମାଛ ପଡ଼ୁଥିଲା ଯାହାକୁ ଅମ୍ମା (ମା’) ରାନ୍ଧୁଥିଲେ। ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ଥଣ୍ଡା ସର୍ଦ୍ଦି ମୁକାବିଲା ପାଇଁ ବିଶେଷ ସହାୟକ ହେଉଥିଲା। ଅମ୍ମା ଯେତେବେଳେ ବାଳିଆ ମାଛ, ସେଲାପ୍ପି ବା ଗଡ଼ିଶା ମାଛ ତରକାରୀ କରନ୍ତି, ଘରେ ଏକ ସ୍ୱାଦିଷ୍ଟ ବାସ୍ନା ଭରିଯାଏ।

ପିଲାଦିନେ, ମାଛ ଧରିବା ପାଇଁ ମୁଁ ଅଧିକାଂଶ ସମୟରେ ସ୍କୁଲରୁ ଲୁଚି ପଳାଇ ଆସୁଥିଲି। ସେତେବେଳେ ସବୁଆଡ଼େ ପାଣି ଥିଲା- ମଦୁରାଇର ଜବାହରଲାଲପୁରମ୍‌ ଅଞ୍ଚଳରେ, ଆମ ଜିଲ୍ଲା ସାରା କୂଅ, ନଦୀ, ହ୍ରଦ ଓ ପୁଷ୍କରିଣୀ ଥିଲା। ମୁଁ ମୋ ଜେଜେବାପାଙ୍କ ସହିତ ଗୋଟଏ ପୋଖରୀରୁ ଆର ପୋଖରୀ ପାଖକୁ ଯାଉଥିଲି। ଆମ ପାଖରେ ଏକ ଝୁଲା ଝୁଡ଼ି ରହୁଥିଲା, ଯାହାକୁ ଆମେ ପାଣିରେ ପକାଇ ମାଛ ଧରୁଥିଲୁ। ନଦୀରେ ଆମେ ଥୋପ ପକାଇ ମାଛ ଧରୁଥିଲୁ।

ଆମେ ଯେମିତି ପ୍ରବାହିତ ଜଳସ୍ରୋତ ପାଖକୁ ନଯାଉ ସେଥିପାଇଁ ଅମ୍ମା ଆମକୁ ଭୂତ-ପ୍ରେତଙ୍କ କାହାଣୀ କହି ଡରାଉଥିଲେ, କିନ୍ତୁ ହ୍ରଦରେ ସବୁବେଳେ ପାଣି ପ୍ରବାହିତ ହେଉଥିଲା ଏବଂ ଆମେ ସବୁବେଳେ ପାଣି ଚାରିପାଖରେ ବୁଲୁଥିଲୁ। ମୁଁ ଗାଁରେ ଅନ୍ୟ ପିଲାଙ୍କ ସହିତ ମିଶି ମାଛ ଧରୁଥିଲି। ଯେଉଁ ବର୍ଷ ମୁଁ ୧୦ମ ଶ୍ରେଣୀ ପାସ କଲି, ପାଣି ଅଭାବ ଦେଖାଦେଲା। ହ୍ରଦର ଜଳସ୍ତର କମିଗଲା ଏବଂ ଚାଷ ଉପରେ ଏହାର କୁପ୍ରଭାବ ପଡ଼ିଲା।

ଆମ ଗାଁ ଜବାହରଲାଲପୁରମରେ ତିନୋଟି ହ୍ରଦ ଥିଲା - ବଡ଼ ହ୍ରଦ, ଛୋଟ ହ୍ରଦ ଏବଂ ମାରୁତନକୁଲମ୍‌ ହ୍ରଦ। ମୋ ଘର ପାଖରେ ଥିବା ବଡ଼ ହ୍ରଦ ଓ ଛୋଟ ହ୍ରଦକୁ ନିଲାମ କରି ଗାଁ ଲୋକମାନଙ୍କୁ ଲିଜ୍‌ ଦିଆଯାଇଥିଲା। ସେମାନେ ଏଥିରେ ମାଛ ଚାଷ କରିଥିଲେ ଏବଂ ସେହି ମାଛରେ ସେମାନଙ୍କର ଘର ଚାଲୁଥିଲା। ତାଇ ମାସ (ଜାନୁଆରୀ ମଧ୍ୟ ଭାଗରୁ ଫେବୃଆରୀ ମଧ୍ୟଭାଗ) ସମୟରେ ଦୁଇଟି ହ୍ରଦରେ ମାଛ ଉତ୍ପାଦନ ହେଉଥିଲା - ଏହାକୁ ମାଛଧରା ଋତୁ ଭାବେ ଗ୍ରହଣ କରାଯାଇଥାଏ।

ଯେତେବେଳେ ମୋ ବାପା ହ୍ରଦରୁ ମାଛ ଆଣିବାକୁ ଯାଉଥିଲେ, ମୁଁ ବି ତାଙ୍କ ସହ ଯାଉଥିଲି। ତାଙ୍କ ସାଇକେଲ୍‌ ପଛରେ ଏକ ବାକ୍ସ ବନ୍ଧା ହୋଇ ରହୁଥିଲା ଏବଂ ଆମେ ମାଛ କିଣିବା ପାଇଁ ବେଳେବେଳେ ୨୦ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ବିଭିନ୍ନ ଗାଁକୁ ଯାତ୍ରା କରୁଥିଲୁ।

Villagers scouring the lake as part of the fish harvesting festival celebrations held in March in Madurai district’s Kallandhiri village
PHOTO • M. Palani Kumar

ମଦୁରାଇ ଜିଲ୍ଲାର କଲ୍ଲନ୍ଧିରୀ ଗ୍ରାମରେ ମାଛ ଧରୁଛନ୍ତି ଗ୍ରାମବାସୀ ଏହା ମାର୍ଚ୍ଚ ମାସରେ ମତ୍ସ୍ୟ ଉତ୍ପାଦନ ଉତ୍ସବ ସମାରୋହର ଏକ ଅଂଶବିଶେଷ ଅଟେ

ମଦୁରାଇ ଜିଲ୍ଲାର ଅନେକ ହ୍ରଦରେ ମାଛ ଉତ୍ପାଦନ ଉତ୍ସବ ପାଳନ କରାଯାଏ ଏବଂ ଆଖପାଖ ଗାଁର ଲୋକମାନେ ମାଛ ଧରିବା ପାଇଁ ହ୍ରଦ ପାଖରେ ପହଞ୍ଚିଥାନ୍ତି। ସେମାନେ ଭଲ ବର୍ଷା, ଭଲ ଫସଲ ଓ ସବୁ ଲୋକମାନଙ୍କର ଖୁସି ପାଇଁ ପ୍ରାର୍ଥନା କରନ୍ତି। ମାଛ ଧରିଲେ ଭଲ ବର୍ଷା ହୁଏ ବୋଲି ଲୋକମାନେ ଗ୍ରହଣ କରିଥାନ୍ତି ଏବଂ ଯଦି ମାଛ ଉତ୍ପାଦନ ଉତ୍ସବ ପାଳନ କରାଯିବ ନାହିଁ ତା’ହେଲେ ମରୁଡ଼ି ପଡ଼ିବ।

ଅମ୍ମା ସବୁବେଳେ କୁହନ୍ତି ଯେ, ଅମଳ ସମୟରେ ମାଛଙ୍କ ଓଜନ ଅଧିକ ହୋଇଥାଏ ଏବଂ ଏହାର ଅର୍ଥ ହେଉଛି ଭଲ ଲାଭ। ଲୋକମାନେ ସବୁବେଳେ ଜିଅନ୍ତା ମାଛ ନେବାକୁ ପସନ୍ଦ କରନ୍ତି। ଅଫ୍‌ ସିଜିନ୍‌ରେ ମାଛର ଓଜନ କମିଯାଏ ଏବଂ ଯଥେଷ୍ଟ ମାତ୍ରାରେ ମାଛ ଧରା ପଡ଼ନ୍ତି ନାହିଁ।

ମାଛ ଧରିବା କାରଣରୁ ଆମ ଗାଁର ଅନେକ ମହିଳାଙ୍କ ଜୀବନଜୀବିକା ବଞ୍ଚିପାରିଛି। ଏହା ସେହି ମହିଳାମାନଙ୍କୁ ଜୀବିକା ଦେଇଛି ଯେଉଁମାନେ ନିଜ ସ୍ୱାମୀଙ୍କୁ ହରାଇଛନ୍ତି।

ମାଛଙ୍କ ପାଇଁ ମୁଁ ଜଣେ ଭଲ ଫଟୋଗ୍ରାଫର ହୋଇପାରିଛି। ୨୦୧୩ରେ ମୁଁ କ୍ୟାମେରା କିଣିଥିଲି। ମାଛ କିଣିବାକୁ ଯିବା ସମୟରେ ମୁଁ ସବୁବେଳେ ସାଙ୍ଗରେ କ୍ୟାମେରା ଧରି ଯାଉଥିଲି। ବେଳେବେଳେ ମୁଁ ମାଛ କିଣିବା ଭୁଲି ଯାଇ, ମାଛଙ୍କ ଫଟୋ ଉଠାଇବାରେ ମଜ୍ଜି ଯାଉଥିଲି। ଯେପର୍ଯ୍ୟନ୍ତ ମୋ ଫୋନ ନବାଜିଛି, ଆଉ ଅମ୍ମା ମୋତେ ଡେରି ହେବା ପାଇଁ ଗାଳି ନକରିଛନ୍ତି, ସେପର୍ଯ୍ୟନ୍ତ ମୁଁ ଭୋଳ ହୋଇଯାଉଥିଲି। ମା’ ମୋତେ ଗାଳି କରି ମନେ ପକାଇ ଦେଉଥିଲେ ଯେ ଲୋକମାନେ ତାଙ୍କଠାରୁ ମାଛ କିଣିବାକୁ ଅପେକ୍ଷା କରି ରହିଛନ୍ତି। ତା’ପରେ ମୁଁ ମାଛ ଆଣିବାକୁ ଦୌଡ଼ୁଥିଲି।

ହ୍ରଦରେ କେବଳ ମଣିଷମାନେ ରହୁନଥିଲେ। ହ୍ରଦ କଡ଼ରେ ପକ୍ଷୀ ଓ ଗୃହପାଳିତ ପଶୁ ମଧ୍ୟ ଉପସ୍ଥିତ ଥିଲେ। ମୁଁ ଗୋଟିଏ ଟେଲି ଲେନ୍ସ କିଣିଲି ଏବଂ ଜଳଜ ବନ୍ୟଜୀବ ଯଥା ସାରସ, ବତକ, ଛୋଟ ପକ୍ଷୀଙ୍କ ଫଟୋ ଉଠାଇବା ଆରମ୍ଭ କରିଦେଲି। ପକ୍ଷୀମାନଙ୍କୁ ଦେଖିବା ଏବଂ ସେମାନଙ୍କର ଫଟୋ ଉଠାଇବାରେ ମୋତେ ବହୁତ ମଜା ଲାଗୁଥିଲା।

ଏବେ ତ’ ବର୍ଷା ହେଉନାହିଁ କି ହ୍ରଦରେ ପାଣି ନାହିଁ। ଆଉ ମାଛ ବି ମିଳୁନାହାନ୍ତି।

*****

Senthil Kalai shows his catch of kamma paarai fish. He enjoys posing for pictures
PHOTO • M. Palani Kumar

ନିଜେ ଧରିଥିବା ଏକ କମ୍ମା ପାରାଇ ମାଛ ଦେଖାଉଛନ୍ତି ସେନ୍ତିଲ କଲାଇ। ଫଟୋ ଉଠାଇବାକୁ ତାଙ୍କୁ ଭଲ ଲାଗେ

ମୋ ହାତକୁ କ୍ୟାମେରା ଆସିବା ପରେ, ମୁଁ ମତ୍ସ୍ୟଜୀବୀ - ପିଚାଇ ଆନ୍ନା, ମୋକ୍କା ଆନ୍ନା, କାର୍ତ୍ତିକ, ମରୁଦୁ, ସେନ୍ତିଲ କଲାଇ ପ୍ରମୁଖଙ୍କ ଫଟୋ ଉଠାଇବା ଆରମ୍ଭ କରି ଦେଇଥିଲି ଯେଉଁମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନଙ୍କ ସହିତ ଜାଲ ଫିଙ୍ଗି ଓ ମାଛ ଧରି ମୁଁ ଅନେକ କିଛି ଶିଖିଲି। ଏମାନେ ସମସ୍ତେ ମଦୁରାଇର ପୂର୍ବ ବ୍ଲକ୍‌ ସ୍ଥିତ ପୁଦୁପଟ୍ଟୀ ଗାଁ ପାଖରେ ରୁହନ୍ତି। ୬୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଅଧିକାଂଶ, ପ୍ରାୟ ୫୦୦ ଲୋକ ମାଛ ଧରିଥାନ୍ତି ଏବଂ ଏହା ସେମାନଙ୍କର ପ୍ରାଥମିକ ଜୀବିକା।

ସି. ପିଚାଇ ଜଣେ ୬୦ ବର୍ଷ ବୟସ୍କ ମତ୍ସ୍ୟଜୀବୀ, ଯିଏକି ମାଛ ଧରିବା ପାଇଁ ଦୂର-ସୁଦୂର ଗାଁକୁ ଯାଇଥାନ୍ତି। ସେ ତିରୁନେଲୱେଲି, ରାଜପାଲୟମ, ତେନକାଶୀ, କରାଇକୁଡ଼ି ଏବଂ ଅନ୍ୟ ସ୍ଥାନରେ ଥିବା ହ୍ରଦକୁ ମାଛ ଧରିବା ଲାଗି ଯାଇଛନ୍ତି। ମାତ୍ର ୧୦ ବର୍ଷ ବୟସର ହୋଇଥିବା ବେଳେ ସେ ତାଙ୍କ ବାପାଙ୍କଠାରୁ ମାଛ ଧରିବା ଶିଖିଥିଲେ ଏବଂ ତାଙ୍କ ସହିତ ମାଛ ଧରିବା ପାଇଁ ଏଣେ ତେଣେ ଯାଉଥିଲେ। ବେଳେବେଳେ ଅଧିକ ମାଛ ଏକତ୍ରିତ କରିବା ପାଇଁ ସେମାନେ ବାହାରେ କିଛିଦିନ ରହି ଯାଉଥିଲେ।

ପିଚାଇ କୁହନ୍ତି, ‘‘ଆମେ ବର୍ଷର ଛଅ ମାସ ପର୍ଯ୍ୟନ୍ତ ମାଛ ଧରିଥାଉ। ଆମେ ଛଅ ମାସ କାଳ ଧରା ହୋଇଥିବା ମାଛ ବିକ୍ରି କରିଥାଉ ଏବଂ ଅନ୍ୟ ସମୟରେ ମାଛକୁ ଶୁଖାଇ ରଖିଥାଉ ଯାହାଫଳରେ ଆମେ ବର୍ଷ ସାରା ରୋଜଗାର କରିପାରିବୁ।’’

ସେ କୁହନ୍ତି, ମାଟି ତଳେ ପୋତି ହୋଇ ରହିଥିବା ଅଣ୍ଡାରୁ ମାଛ ଜନ୍ମ ନିଅନ୍ତି ଏବଂ ବର୍ଷାରୁ ସେମାନଙ୍କୁ ସହାୟତା ମିଳିଥାଏ। ‘‘ କେଥୁଲି, କୋରାଭା, ବରା, ପାମ୍ପୁଡ଼ି କେନ୍ଦାପୁଦି, ଭେଲିଚି ଭଳି ଦେଶୀ ମାଛ ଏବେ ଅଧିକ ପରିମାଣରେ ମିଳୁନାହାନ୍ତି। ପୂର୍ବରୁ ଏପରି ଅଧିକ ମାଛଙ୍କୁ ଦେଖିବାକୁ ମିଳୁଥିଲା। ଜମିରେ ବ୍ୟବହାର କରାଯାଉଥିବା କୀଟନାଶକ ଦ୍ୱାରା ପ୍ରଦୂଷିତ ପାଣି ହ୍ରଦରେ ମିଶୁଛି। ଏବେ ସବୁ ମାଛଙ୍କୁ କୃତ୍ରିମ ଭାବେ ପ୍ରଜନନ କରାଯାଇ ପାଣିକୁ ଛଡ଼ାଯାଉଛି, ଯାହାଫଳରେ ହ୍ରଦର ଉର୍ବରତା ଅଧିକ ନଷ୍ଟ ହେଉଛି’’, ସେ କୁହନ୍ତି।

ମାଛ ଧରା କାମ ନଥିଲେ ପିଚାଇ ନରେଗା (ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ) ଅଧୀନରେ କେନାଲ ଖୋଳିବା କାମ ଭଳି ଦିନ ମଜୁରିଆ କାମ କରିଥାନ୍ତି, ଯାହାକୁ ସ୍ଥାନୀୟ ଭାଷାରେ ନୁର୍‌ ନାଲ୍‌ ପାନି, ବା ‘ମିଳୁଥିବା ଯେକୌଣସି କାମ’ କୁହାଯାଏ।

Left: C. Pichai holding a Veraal fish.
PHOTO • M. Palani Kumar
Right: Mokka, one of the most respected fishermen in Y. Pudupatti  hamlet, says that they do not get native varieties like ara , kendai , othai kendai , thar kendai and kalpaasi anymore
PHOTO • M. Palani Kumar

ବାମ : ହାତରେ ୱେରାଲ୍‌ ମାଛ ଧରିଛନ୍ତି ସି ପିଚାଇ। ଡାହାଣ : ୱାଇ. ପୁଦ୍ଦୁଟି ପଡ଼ାରେ ମୋକ୍କା ଜଣେ ସମ୍ମାନନୀୟ ମତ୍ସ୍ୟଜୀବୀ ଭାବେ ପରିଚିତ ଏବଂ ସେ କୁହନ୍ତି ଯେ ସେମାନେ ଆରା, କେନ୍ଦଇ, ଓତାଇ କେନ୍ଦଇ, ତାର କେନ୍ଦଇ ଏବଂ କଲ୍ପାସୀ ଭଳି ଦେଶୀ ମାଛଙ୍କ କିସମ ଏବେ ମିଳୁନାହାନ୍ତି

ଆଉ ଜଣେ ମତ୍ସ୍ୟଜୀବୀ ୩୦ ବର୍ଷୀୟ ମୋକ୍କା କୁହନ୍ତି, ମତ୍ସ୍ୟପାଳନ ଋତୁ ଶେଷ ହେବା ପରେ ତାଙ୍କୁ ମଧ୍ୟ ଦିନ ମଜୁରି କାମ କରିବାକୁ ପଡ଼ିଥାଏ। ତାଙ୍କ ପତ୍ନୀ ଗୋଟିଏ ହୋଟେଲରେ କାମ କରିଥାନ୍ତି ଏବଂ ତାଙ୍କର ଦୁଇ ପିଲା ତୃତୀୟ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛନ୍ତି।

ଛୋଟ ବେଳୁ ମା’ ଚାଲିଯିବା ପରେ ଜେଜେମା’ଙ୍କ ତାଙ୍କୁ ପାଳିପୋଷି ବଡ଼ କରିଥିଲେ। ସେ କୁହନ୍ତି, ‘‘ମୋର ପାଠପପଢ଼ାରେ ଆଗ୍ରହ ନଥିଲା ଏବଂ ମୁଁ ଜମିରେ କାମ କରିବା ଆରମ୍ଭ କରିଦେଲି ଏବଂ ଅନ୍ୟ ଛୋଟମୋଟ କାମ କଲି। କିନ୍ତୁ ମୁଁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଚାହୁଁଛି ଯାହାଫଳରେ ସେମାନେ ଭଲ ଚାକିରି ପାଇପାରିବେ’’।

*****

ମାଲକଲଇ ହାତ ତିଆରି ମାଛ ଧରା ଜାଲ ବୁଣନ୍ତି। ନିଜର ପୂର୍ବପୁରୁଷଙ୍କ ଠାରୁ ସେ ଏହି କଳା ଶିଖିଛନ୍ତି। ୩୨ ବର୍ଷ ବୟସ୍କ ମାଲକଲଇ କୁହନ୍ତି, ‘‘କେବଳ ଆମ ଗାଁ ଓତାକଦଇରେ ହାତବୁଣା ମାଛ ଧରା ଜାଲ ବ୍ୟବହାର କରାଯାଉଛି। ମୋ ଜେଜେବାପା ବ୍ୟବହାର କରୁଥିବା ଜାଲ ଠାରୁ ଏବେ ବ୍ୟବହୃତ ଜାଲ ସମ୍ପୂର୍ଣ୍ଣ ଅଲଗା। ସେମାନେ ନଡ଼ିଆ ଗଛରୁ ତନ୍ତୁ ବାହାର କରି ସେଥିରେ ଜାଲ ବୁଣୁଥିଲେ। ସେମାନେ ଜାଲ ବୁଣିବା ଲାଗି ନଡ଼ିଆ କତା ସନ୍ଧାନରେ ଯାଉଥିଲେ ଯାହାକୁ ଆମ ଗାଁରେ ବେଶୀ ପସନ୍ଦ କରାଯାଉଥିଲା। ଅନ୍ୟସ୍ଥାନକୁ ମାଛ ଧରିବା ପାଇଁ ଗଲେ ଲୋକମାନେ ଏହାକୁ ସାଙ୍ଗରେ ନେଇ ଯାଉଥିଲେ।’’

‘‘ମାଛ ଓ ମାଛ ଧରା ଆମ ଗାଁର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ, ଏବଂ ଆମ ଗାଁରେ ଅନେକ ମତ୍ସ୍ୟଜୀବୀ ଅଛନ୍ତି। କେହି ଜଣେ କୁଶଳୀ ମତ୍ସ୍ୟଜୀବୀ ପ୍ରାଣ ହରାଇଲେ, ଗାଁ ଲୋକମାନେ ତାଙ୍କ କୋକେଇରୁ ଖଣ୍ଡେ ବାଉଁଶ କାଠି ବାହାର କରି ତା’କୁ ନୂଆ ଜାଲର ଆଧାର କରିଥାନ୍ତି। ଏପରି ଭାବେ ତାଙ୍କର ପରମ୍ପରାକୁ ସମ୍ମାନ ଦିଆଯାଏ। ଆମ ଗାଁରେ ଏହି ପ୍ରଥା ଜାରି ରହିଛି।

Left: Malkalai (foreground) and Singam hauling nets out of the water.
PHOTO • M. Palani Kumar
Right: They have to dive into the lake to drag out their nets
PHOTO • M. Palani Kumar

ବାମ : ମାଲକଲଇ (ଆଗରେ) ଏବଂ ସିଂଗମ ପାଣିରୁ ମାଛ ଧରିବା ଲାଗି ଜାଲ ବାହାର କରୁଛନ୍ତି। ଡାହାଣ ମତ୍ସ୍ୟଜୀବୀମାନଙ୍କୁ ନିଜ ମାଛ ଧରା ଜାଲ ବାହାର କରିବା ପାଇଁ ହ୍ରଦ ଭିତରେ ବୁଡ଼ିବାକୁ ପଡ଼ିଥାଏ

‘‘ଆମ ଲୋକମାନେ ହ୍ରଦ ପାଣିକୁ ଦେଖି କହିପାରିବେ ଯେ ଏଥିରେ କେତେ ବଡ଼ ମାଛ ଅଛନ୍ତି। ସେମାନେ ହାତରେ ପାଣି ନିଅନ୍ତି ଏବଂ ଯଦି ତାହା ମଇଳା ହୋଇଥିବ ତା’ହେଲେ କହିବେ ବଡ଼ ମାଛ ଅଛନ୍ତି। ଯଦି ପାଣି ସଫା ଥିବ ତା’ହେଲେ ମାଛଙ୍କ ସଂଖ୍ୟା କମ୍‌ ହୋଇଥିବ’’।

‘‘ମାଛ ଧରିବା ପାଇଁ ଆମେ ମଦୁରାଇ ଜିଲ୍ଲାର ଚାରି ଦିଗକୁ ଯାଉଥିଲୁ - ତୋଣ୍ଡି, କରାଇକୁଡ଼ି, ଏପରିକି କନ୍ୟାକୁମାରୀରେ ଥିବା ସମୁଦ୍ର (ଭାରତ ମହାସାଗର) ଆଡ଼କୁ ମଧ୍ୟ। ଆମେ ତେନକାଶିର ସବୁ ହ୍ରଦକୁ ଯାଇଛୁ ଏବଂ ବେଳେବେଳେ ଜଳଭଣ୍ଡାରରେ ମଧ୍ୟ ମାଛ ଧରିଛୁ। ବେଳେବେଳେ ଆମେ ପ୍ରାୟ ପାଞ୍ଚ-ଦଶ ଟନ୍‌ ପର୍ଯ୍ୟନ୍ତ ମାଛ ଧରି ନେଉଥିଲୁ। ଆମେ ଧରିଥିବା ମାଛର ପରିମାଣ ଯାହା ହେଉ ପଛେ ଆମର ମଜୁରି ସେତିକି ରହୁଥିଲା।’’

‘‘ମଦୁରାଇରେ ପୂର୍ବରୁ ପ୍ରାୟ ୨୦୦ ହ୍ରଦ ଥିଲା, କିନ୍ତୁ ସହରୀକରଣ କାରଣରୁ ହ୍ରଦଗୁଡ଼ିକ ନିଶ୍ଚିହ୍ନ ହୋଇଯାଉଛନ୍ତି। ସେଥିପାଇଁ ଆମ ମାନଙ୍କୁ ମାଛ ଧରିବା ଲାଗି ଅନ୍ୟତ୍ର ଯିବାକୁ ପଡ଼ୁଛି। ହ୍ରଦ ଗାଏବ ହେବା ସହିତ, ଆମ ଭଳି ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ଉପରେ କୁପ୍ରଭାବ ପଡ଼ୁଛି। ମାଛ ବ୍ୟବସାୟୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି।’’

‘‘ମୋ ବାପାଙ୍କର ତିନି ଭାଇ-ଭଉଣୀ ଥିଲେ ଏବଂ ଆମେ ମଧ୍ୟ ତିନି ଭାଇ-ଭଉଣୀ। ଆମେ ସମସ୍ତେ ମାଛ ଧରୁ। ମୋ ବାହାଘର ହୋଇସାରିଛି ଏବଂ ମୋର ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଆମ ଗାଁର ଯୁବକମାନେ ଏବେ ସ୍କୁଲ କଲେଜ ଯାଉଛନ୍ତି, ତଥାପି ମାଛ ଧରିବାରେ ସେମାନଙ୍କର ଆଗ୍ରହ ରହିଛି। ସ୍କୁଲ-କଲେଜ୍‌ ଛୁଟି ହେବା ପରେ ସେମାନେ ନିଜର ଅବଶିଷ୍ଟ ସମୟ ମାଛ ଧରିବାରେ ବିତାଇଥାନ୍ତି।’’

The shore of chinna kamma (small lake) in Jawaharlalpuram area in Madurai where the writer would walk to buy fish from the lake
PHOTO • M. Palani Kumar

ମଦୁରାଇ ର ଜବାହରଲାଲପୁରମ୍‌ ଅଞ୍ଚଳରେ ଥିବା ଚିନ୍ନା କମ୍ମା (ଛୋଟ ହ୍ରଦ) କୂଳ। ମୁଁ ହ୍ରଦର ମାଛ କିଣିବା ପାଇଁ ଏହି କୂଳକୁ ଆସୁଥିଲି

Left: Local fishermen say that lakes come alive when water is let out from the dam.
PHOTO • M. Palani Kumar
Right: C.Pichai from Y.Pudupatti village is well-known for his nuanced skills in this difficult craft
PHOTO • M. Palani Kumar

ବାମ: ଜଳଭଣ୍ଡାରରୁ ପାଣି ଛଡ଼ାଗଲେ ହ୍ରଦଗୁଡ଼ିକ ଜୀବନ୍ତ ହୋଇ ଉଠନ୍ତି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀମାନେ କୁହନ୍ତି। ଡାହାଣ : ୱାଇ ପୁଦୁପଟ୍ଟି ଗାଁର ସି. ପିଚାଇ ନିଜର ଦକ୍ଷ ମାଛଧରା କୌଶଳ ପାଇଁ ବେଶ ପରିଚିତ

Fishermen readying for action at the lake in Kunnathur, north Madurai. They have rented a mini truck to carry all the equipment they require
PHOTO • M. Palani Kumar

ଉତ୍ତର ମଦୁରାଇ କୁନ୍ନତୁରରେ ମାଛ ଧରିବା ପାଇଁ ମତ୍ସ୍ୟଜୀବୀମାନେ ପ୍ରସ୍ତୁତ ହେଉଛନ୍ତି ମାଛ ଧରିବା ପାଇଁ ଆବଶ୍ୟକ ଉପକରଣ ଏବଂ ପରିବହନ ପାଇଁ ସେମାନେ ଏକ ମିନି ଟ୍ରକ୍‌ ଭଡ଼ାରେ ଆଣିଥାନ୍ତି

Fishermen move around the big lake in Jawaharlalpuram in Madurai to increase the catch
PHOTO • M. Palani Kumar

ଅଧିକ ମାଛ ଧରିବା ପାଇଁ ମଦୁରାଇ ଜୱାହରଲାଲପୁରମରେ ଥିବା ବଡ଼ ହ୍ରଦ ଚାରି ପାଖରେ ମତ୍ସ୍ୟଜୀବୀମାନେ ବୁଲୁଛନ୍ତି

They cast their fishing nets and get into the deeper end of the lake
PHOTO • M. Palani Kumar

ସେମାନେ ହ୍ରଦର ଗଭୀର ପର୍ଯ୍ୟନ୍ତ ଯାଇ ମାଛ ଧରିବାକୁ ଜାଲ ପକାଇଥାନ୍ତି

Fishermen agitate the deeper waters in an attempt to trap more catch
PHOTO • M. Palani Kumar

ଅଧିକ ମାଛ ଫସାଇବା ପାଇଁ ଚେଷ୍ଟା କରି ମତ୍ସ୍ୟଜୀବୀମାନେ ପାଣିରେ ହଲଚଲ କରୁଛନ୍ତି

Fishermen hauling nets out of water in the big lake in Jawaharlalpuram. Mokka (extreme left), says there are stones and thorns in the lake bed. 'If pricked by a thorn, we won't be able to even walk properly so we have to be very careful when throwing the nets'
PHOTO • M. Palani Kumar

ଜବାହରଲାଲପୁରମର ବଡ଼ ହ୍ରଦରେ ପାଣିରୁ ଜାଲ ବାହାର କରୁଥିବା ମତ୍ସ୍ୟଜୀବୀ। ମୋକ୍କା (ସବୁଠୁ ବାମ) କୁହନ୍ତି ଯେ, ହ୍ରଦର ତଳ ଭାଗରେ ପଥର ଓ କଣ୍ଟା ଅଛି। ‘ଯଦି କଣ୍ଟା ଫୁଟିଗଲା ତା’ହେଲେ ଆମେ ଠିକ୍‌ ଭାବେ ଚାଲି ପାରିବା ନାହିଁ ସେଥିପାଇଁ ଜାଲ ପକାଇବା ସମୟରେ ଆମକୁ ବେଶ୍‌ ସତର୍କ ରହିବାକୁ ପଡ଼ିଥାଏ’

They drag the net towards the shore in the small lake in Kunnathur
PHOTO • M. Palani Kumar

କୁନ୍ନତୁରର ଛୋଟ ହ୍ରଦରେ କୂଳକୁ ଜାଲ ଟାଣି ଆଣୁଛନ୍ତି ମତ୍ସ୍ୟଜୀବୀ

They move their catch towards shallow waters where temporary structures have been built to collect and store fish
PHOTO • M. Palani Kumar

ଜାଲରେ ଫସିଥିବା ମାଛକୁ ଉଛୁଳୁଥିବା ପାଣି ଆଡ଼କୁ ନେଇଯାଉଛନ୍ତି ମତ୍ସ୍ୟଜୀବୀ, ଯେଉଁଠି ମାଛମାନଙ୍କୁ ଏକାଠି କରିବା ଏବଂ ଅଟକାଇବା ପାଇଁ ଅସ୍ଥାୟୀ ଢାଞ୍ଚା ତିଆରି କରାଯାଇଛି

That’s a kanadi katla variety in C. Pichai’s hands (left).
PHOTO • M. Palani Kumar
Raman (right) shows off his catch of a katla
PHOTO • M. Palani Kumar

ସି ପିଚାଇ (ବାମ) ନିଜ ହାତରେ କନାଡ଼ି କତଲା ମାଛ ଧରିଛନ୍ତି ରମନ (ଡାହାଣ) ହାତରେ କତଲା ମାଛ ଧରି ଦେଖାଉଛନ୍ତି

M. Marudhu holding the mullu rohu kenda fish in his hand
PHOTO • M. Palani Kumar

ଏମ. ମାରୁଦୁ ହାତରେ ମୁଲ୍ଲୁ ରୋହୁ କେନ୍ଦା ମାଛ ଧରି ଦେଖାଉଛନ୍ତି

Fish caught during the day are stored in a temporary structure called ' aapa' to keep the catch fresh until evening when it will be taken and sold at the market
PHOTO • M. Palani Kumar

ମତ୍ସ୍ୟଜୀବୀମାନେ ଦିନ ସାରା ଧରିଥିବା ମାଛକୁ ବଞ୍ଚାଇ ରଖିବା ପାଇଁ ‘ଆପା’ରେ ଏକାଠି କରିଥାନ୍ତି ସନ୍ଧ୍ୟାରେ ବିକ୍ରି କରିବା ଲାଗି ମାଛଗୁଡ଼ିକୁ ବାହାର କରିଥାନ୍ତି

Neer kaagam (cormorant) is one of the most commonly sighted birds in the big lake in Jawaharlalpuram
PHOTO • M. Palani Kumar

ନୀର କାଗମ (ପାଣିକୁଆ) ଜବାହରଲାଲପୁରମର ବଡ଼ ହ୍ରଦ ଉପରେ ସବୁଠୁ ଅଧିକ ଦେଖା ଦେଉଥିବା ପକ୍ଷୀମାନଙ୍କ ମଧ୍ୟରୁ ଅନ୍ୟତମ

Fishermen eating lunch as they sit on a hillock near Kunnathur lake
PHOTO • M. Palani Kumar

କୁନ୍ନାତୁର ହ୍ରଦ ପାଖରେ ଥିବା ପାହାଡ଼ ଉପରେ ବସି ମତ୍ସ୍ୟଜୀବୀମାନେ ମଧ୍ୟାହ୍ନ ଭୋଜନ କରୁଛନ୍ତି

As the fishermen head home, they tie their nets together into a bundle to make it easier for them to carry
PHOTO • M. Palani Kumar

ଘରକୁ ଫେରିବା ସମୟରେ ମତ୍ସ୍ୟଜୀବୀମାନେ ନିଜ ମାଛ ଧରା ଜାଲକୁ ଏକାଠି କରି ବାନ୍ଧି ଦେଇଥାନ୍ତି ଯାହାଫଳରେ ତା’କୁ ନେଇଯିବା ସହଜ ହୋଇପାରିବ

Fishermen pushing their coracle towards the shore; it is heavy and loaded with their catch
PHOTO • M. Palani Kumar

ମତ୍ସ୍ୟଜୀବୀ ନିଜ ନାଆକୁ କୂଳ ଆଡ଼କୁ ଠେଲି ନେଉଛନ୍ତି ତାହା ଭାରୀ ଅଛି ଏବଂ ସେଥିରେ ସେମାନଙ୍କର ମାଛ ଲଦା ହୋଇଛି

They are transferring their catch from coracle to ice box to be transported for sale in other districts
PHOTO • M. Palani Kumar

ଅନ୍ୟ ଜିଲ୍ଲାକୁ ମାଛ ବିକ୍ରି କରିବା ଲାଗି ନେଇ ଯିବା ପାଇଁ ମତ୍ସ୍ୟଜୀବୀମାନେ ସେଗୁଡ଼ିକୁ ବାହାର କରି ବରଫ ବାକ୍ସରେ ରଖୁଛନ୍ତି

Madurai once had almost 200 lakes but with rapid urbanisation, these water bodies on which so many livelihoods once depended, are vanishing
PHOTO • M. Palani Kumar

ଏକଦା ମଦୁରାଇ ରେ ପ୍ରାୟ ୨୦୦ ହ୍ରଦ ଥିଲା, କିନ୍ତୁ ଦ୍ରୁତ ସହରୀକରଣ ଯୋଗୁ ବହୁସଂଖ୍ୟକ ଲୋକଙ୍କ ଜୀବିକାର ଆଧାର ଥିବା ଏସବୁ ହ୍ରଦ ଧୀରେ ଧୀରେ ନିଶ୍ଚିହ୍ନ ହୋଇଯାଉଛି

Ice boxes filled with catch being loaded into the truck in Kunnathur to be taken to the market
PHOTO • M. Palani Kumar

କୁନ୍ନତୁରରେ ମାଛ ଭର୍ତ୍ତି ବରଫ ବାକ୍ସକୁ ଟ୍ରକ୍‌ରେ ଲୋଡ୍‌ କରୁଛନ୍ତି ମତ୍ସ୍ୟଜୀବୀ, ଏଗୁଡ଼ିକୁ ବିକ୍ରି ପାଇଁ ବଜାରକୁ ନିଆଯିବ

Local merchants waiting with their gunny bags to buy directly from the fishermen near the big lake in Jawaharlalpuram
PHOTO • M. Palani Kumar

ମତ୍ସ୍ୟଜୀବୀଙ୍କଠାରୁ ସିଧାସଳଖ ମାଛ କିଣିବା ଲାଗି ନିଜର ଝୋଟ ବସ୍ତା ଧରି ଜବାହରଲାଲପୁରମ୍‌ ବଡ଼ ହ୍ରଦ ପାଖରେ ଅପେକ୍ଷାରତ ସ୍ଥାନୀୟ ମାଛ ବ୍ୟବସାୟୀ

As the season comes to an end and water starts drying up, fishermen pump out water left in the lake to catch korava and veral varieties
PHOTO • M. Palani Kumar

ମାଛ ଧରା ଋତୁ ଶେଷ ହେବା ପରେ ପାଣି ଶୁଖିବା ଆରମ୍ଭ କରିଥାଏ ଏବଂ ମତ୍ସ୍ୟଜୀବୀମାନେ କୋରାୱା ଓ ଭେରାଲ ମାଛ ଧରିବା ପାଇଁ ହ୍ରଦରେ ବଳକା ପାଣି ବାହାରକୁ ବାହାର କରିଥାନ୍ତି

Even as water dries up in Kodikulam, this small lake still has some fish
PHOTO • M. Palani Kumar

ପାଣି ଶୁଖି ଯାଇଥିଲେ ମଧ୍ୟ ଛୋଟ ହ୍ରଦରେ ଏବେବି କିଛି ମାଛ ଅଛନ୍ତି

The native uluva is the most delicious variety found in Madurai
PHOTO • M. Palani Kumar

ଦେଶୀ ଉଲୁଭା ମାଛ ମଦୁରାଇ ରେ ମିଳୁଥିବା ସବୁଠୁ ସ୍ୱାଦିଷ୍ଟ ମାଛ

A family from Kallandhiri village show off their catch during the fish harvesting festival
PHOTO • M. Palani Kumar

କଲ୍ଲନ୍ଧିରୀ ଗ୍ରାମର ଏକ ପରିବାର ଉତ୍ସବ ସମୟରେ ଧରା ହୋଇଥିବା ମାଛକୁ ଦେଖାଉଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

M. Palani Kumar

एम. पलनी कुमार पीपल्स आर्काइव ऑफ़ रूरल इंडिया के स्टाफ़ फोटोग्राफर हैं. वह अपनी फ़ोटोग्राफ़ी के माध्यम से मेहनतकश महिलाओं और शोषित समुदायों के जीवन को रेखांकित करने में दिलचस्पी रखते हैं. पलनी को साल 2021 का एम्प्लीफ़ाई ग्रांट और 2020 का सम्यक दृष्टि तथा फ़ोटो साउथ एशिया ग्रांट मिल चुका है. साल 2022 में उन्हें पहले दयानिता सिंह-पारी डॉक्यूमेंट्री फ़ोटोग्राफी पुरस्कार से नवाज़ा गया था. पलनी फ़िल्म-निर्माता दिव्य भारती की तमिल डॉक्यूमेंट्री ‘ककूस (शौचालय)' के सिनेमेटोग्राफ़र भी थे. यह डॉक्यूमेंट्री तमिलनाडु में हाथ से मैला साफ़ करने की प्रथा को उजागर करने के उद्देश्य से बनाई गई थी.

की अन्य स्टोरी M. Palani Kumar
Photo Editor : Binaifer Bharucha

बिनाइफ़र भरूचा, मुंबई की फ़्रीलांस फ़ोटोग्राफ़र हैं, और पीपल्स आर्काइव ऑफ़ रूरल इंडिया में बतौर फ़ोटो एडिटर काम करती हैं.

की अन्य स्टोरी बिनायफ़र भरूचा
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE