“ମୁଁ ଯେବେ ପ୍ରଥମେ ହରିଣ ଦେଖିଲି, ମୁଁ ସେଥିରେ ଏତେ ମୁଗ୍ଧ ହେଇଗଲି ଯେ ଆଉ ମୁଁ ହଲି ପାରିଲି ନାହିଁ”, ମନେ ପକାନ୍ତି ସବିର ହୁସେନ ଭଟ୍ଟ। ମୂଳତଃ କାଶ୍ମୀରରେ ରହୁଥିବା ଭୀଷଣ ବିପଦଗ୍ରସ୍ତ ସେହି ହରିଣ (ସର୍ଭସ ଏଲାଫସ ହଙ୍ଗଲୁ) ଦର୍ଶନ ପାଇବାକୁ ସେ ବାରମ୍ବାର ସେହି ସମାନ ସ୍ଥାନକୁ ଯିବାରେ ଲାଗିଲେ।

ଏହାର ପ୍ରାୟ ପାଖାପାଖି ୨୦ ବର୍ଷ ପରେ ବି ୧୪୧ ବର୍ଗ କି. ମି. ପରିମିତ ଏହି ଉଦ୍ୟାନରେ ଜୀବଜନ୍ତୁ, ଚଢ଼େଇ, ଗଛଲତା ଓ ଫୁଲ ଇତ୍ୟାଦି ପ୍ରତି ତାଙ୍କର ଆକର୍ଷଣ ଆଦୌ କମିନାହିଁ ବୋଲି ଜଣେଇବା ସହ ସେ କହନ୍ତି, “ମୁଁ ନିର୍ଦ୍ଦିଷ୍ଟ ଭାବେ କହିବି ଯେ, ହଙ୍ଗଲୁ (ହରିଣ) ମୋ ଭିତରେ ଏକ ପ୍ରକାର ଚମକ ସୃଷ୍ଟି କଲା ଓ ହିମାଳୟର କଳା ଭାଲୁ ମଧ୍ୟ”।

ଉଦ୍ୟାନରେ ତାଙ୍କୁ ଶ୍ରଦ୍ଧାରେ ‘ଡଚିଗାମର ଏନସାଇକ୍ଳୋପିଡିଆ’ ବୋଲି କୁହାଯାଏ। “ବର୍ତ୍ତମାନ ସୁଦ୍ଧା ମୁଁ ଏହି ଅଞ୍ଚଳର ୪୦୦ ପ୍ରଜାତିର ଗଛଲତା, ୨୦୦ ରୁ ଅଧିକ ପ୍ରଜାତିର ଚଢ଼େଇ ଓ ପ୍ରାୟ ସମସ୍ତ ପ୍ରଜାତିର ଜୀବଜନ୍ତୁଙ୍କୁ ଚିହ୍ନଟ କରି ସାରିଲିଣି”, ସେ ‘ପରୀ’କୁ କହନ୍ତି। ଏହି ଉଦ୍ୟାନରେ ଦେଖିବାକୁ ମିଳୁଥିବା ଅନ୍ୟାନ୍ୟ ହିଂସ୍ରଜନ୍ତୁଙ୍କ ମଧ୍ୟରେ ରହିଛନ୍ତି: କସ୍ତୁରୀ ମୃଗ (ମସ୍କ ଡିଅର), ହିମାଳୟର ମାଟିଆ ଭାଲୁ (ହିମାଲୟାନ ବ୍ରାଉନ ବିଅର), ତୁଷାର ଚିତାବାଘ (ସ୍ନୋ ଲିଓପାର୍ଡ) ଓ ସୁବର୍ଣ୍ଣ ବାଜପକ୍ଷୀ (ଗୋଲ୍ଡେନ ଇଗଲ)।

PHOTO • Muzamil Bhat
PHOTO • Muzamil Bhat

ବାମରେ: ଡଚିଗାମ ଜାତୀୟ ଉଦ୍ୟାନର ନିବୁଜ ଜଙ୍ଗଲ ଭିତରେ ସବିର ପରିଦର୍ଶକମାନଙ୍କୁ ଜନ୍ତୁ ଦେଖେଇବାକୁ ନେଇ ଯାଉଛନ୍ତି । ଡାହାଣରେ: ଉଦ୍ୟାନ ମଧ୍ୟରେ ପରିଦର୍ଶକମାନେ

PHOTO • Muzamil Bhat
PHOTO • Muzamil Bhat

ବାମରେ: ଡଚିଗାମ ଉଦ୍ୟାନର ଓକ ପ୍ୟାଚ୍ ଠାରେ ଦଳେ ମାଈ ହରିଣ ( ହଙ୍ଗଲୁ)। ମରାସର ହ୍ରଦରୁ ବାହାରି ଉଦ୍ୟାନ ମଧ୍ୟ ଦେଇ ବୋହି ଯାଉଥିବା ଦାଗୱାନ ନଦୀ, ଏହା ହେଉଛି ଏଠାକାର ଜଳ ଉତ୍ସ

ଏଠାରେ ସବିର ଜଣେ ପ୍ରକୃତିପ୍ରେମୀ ଭାବେ ନୁହେଁ, ବରଂ ଡଚିଗାମ ଜାତୀୟ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବୁଲେଇବାକୁ ଥିବା ବ୍ୟାଟେରୀଚାଳିତ ଗାଡ଼ିର ଡ୍ରାଇଭର ଭାବେ ଜୀବନ ଆରମ୍ଭ କରିଥିଲେ। ତାଙ୍କର ଜ୍ଞାନ ବଢ଼ିବା ସହ ସେ ଜଣେ ଗାଇଡ ହେଲେ ଓ ୨୦୦୬ ରେ ସେ ରାଜ୍ୟ ବନ୍ୟପ୍ରାଣୀ ବିଭାଗର ଜଣେ କର୍ମଚାରୀ ଭାବେ କାମ କଲେ, ଏବଂ ବର୍ତ୍ତମାନ ସେ ଜଣେ ପ୍ରସିଦ୍ଧ ବ୍ୟକ୍ତି।

ଏକଦା ଜନସ୍କର ପର୍ବତମାଳାର ଅନ୍ୟପାଖରେ ହଙ୍ଗଲୁମାନେ ଦେଖିବାକୁ ମିଳୁଥିଲେ, ତେବେ ୨୦୦୯ ରେ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ଏକ ରିପୋର୍ଟ ଅନୁଯାୟୀ ଶିକାର କରିବା, ମାରିବା ଓ ବାସସ୍ଥଳୀର ବିଭାଜନ ତଥା କ୍ଷୟ ହେବା ଯୋଗୁଁ ସେମାନଙ୍କ ସଂଖ୍ୟା ୧୯୪୭ ରେ ପ୍ରାୟ ୨୦୦୦ ଥିବା ବେଳେ ଏବେ ତହିଁରେ ହ୍ରାସ ଘଟି ସେମାନଙ୍କ ସଂଖ୍ୟା ୧୭୦-୨୦୦କୁ କମି ଗଲାଣି। ସେହି ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ସେମାନେ ଅଧିକାଂଶତଃ ଡଚିଗାମ ଜାତୀୟ ଉଦ୍ୟାନ ଓ କାଶ୍ମୀର ଉପତ୍ୟକାର ଅନ୍ୟ କେତେକ ଅଭୟାରଣ୍ୟରେ ହିଁ ରହିଛନ୍ତି।

ପାର୍କଠାରୁ ମୋଟାମୋଟି ୧୫ କି. ମି. ଦୂରରେ ଶ୍ରୀନଗର ସହରର ନିସାତ ଅଞ୍ଚଳରେ ସବିରଙ୍କ ଘର। ବାପା, ମା’, ସ୍ତ୍ରୀ ଓ ଦୁଇ ପୁଅଙ୍କୁ ମିଶେଇ ଛ’ଜଣିଆ ପରିବାରରେ ସେ ରହନ୍ତି। ପର୍ଯ୍ୟଟକ ଓ ବନ୍ୟପ୍ରାଣୀ ପ୍ରେମୀଙ୍କୁ ସାଙ୍ଗରେ ନେଇ ଦେଖେଇବାକୁ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ୟାନରେ ରହନ୍ତି। ଡଚିଗାମ ଉଦ୍ୟାନରେ ଯଦି ଆପଣ ବୁଲିବାକୁ ଚାହାନ୍ତି, ଆପଣ ଦିନର ଯେ କୌଣସି ସମୟରେ ଆସି ପାରିବେ, କିନ୍ତୁ ଯଦି ଜନ୍ତୁଜୁନ୍ତା ଦେଖିବାକୁ ଚାହିଁବେ ତେବେ ଆପଣଙ୍କୁ ସକାଳୁ ଖୁବ ଶୀଘ୍ର ନଚେତ ସୂର୍ଯ୍ୟାସ୍ତ ପୂର୍ବରୁ ଆସିବାକୁ ପଡ଼ିବ”, ସେ ‘ପରୀ’କୁ ଜଣାନ୍ତି।

PHOTO • Muzamil Bhat

ଗୋଟିଏ ପୂର୍ଣ୍ଣ ବୟସ୍କ ମାଈ ହଙ୍ଗଲୁ ବା ହରିଣ

PHOTO • Muzamil Bhat

ଗୋଟିଏ କାଶ୍ମିରୀ ହଙ୍ଗଲୁ ବା ହରିଣ ନଦୀ ପାଖକୁ ଆସିଛି

PHOTO • Muzamil Bhat

ଉଦ୍ୟାନରେ ଦେଖିବାକୁ ମିଳିଥିବା ହିମାଲୟାନ କଳା ଭାଲୁ

PHOTO • Muzamil Bhat
PHOTO • Muzamil Bhat

ବାମରେ: ହିମାଲୟାନ ମାଟିଆ ମାଙ୍କଡ ବା ଗ୍ରେ ଲାଙ୍ଗୁର। ଡାହାଣରେ: ଡଚିଗାମ ଜାତୀୟ ଉଦ୍ୟାନର ଗୋଟିଏ ଗଛରେ ଥିବା ହଳଦୀ-କଣ୍ଠିଆ ନେଉଳ ବା ୟେଲୋ ଥ୍ରୋଟେଡ ମାରଟେନ

PHOTO • Muzamil Bhat

ଉଦ୍ୟାନର ପରିଦର୍ଶକମାନଙ୍କୁ ସବିର ନାନା ଜାତିର ଚଢ଼େଇ ଦେଖାଉଛନ୍ତି

PHOTO • Muzamil Bhat
PHOTO • Muzamil Bhat

ବାମରେ: ଗୋଟିଏ ଇଣ୍ଡିଆନ ପାରାଡାଇଜ ଫ୍ଲାଏ କ୍ୟାଚର। ଡାହାଣରେ: ଗ୍ରେ ୱାଗଟେଲ

PHOTO • Muzamil Bhat
PHOTO • Muzamil Bhat

ବାମରେ: ଲମ୍ବା ଲାଞ୍ଜିଆ ସିର୍କେ. ଡାହାଣରେ: ଭାରିଏଗେଟେଡ ଲାଫିଙ୍ଗ ଥ୍ରସ

ଅନୁବାଦ: ଓଡ଼ିଶାଲାଇଭ୍‍

Muzamil Bhat

Muzamil Bhat is a Srinagar-based freelance photojournalist and filmmaker, and was a PARI Fellow in 2022.

Other stories by Muzamil Bhat
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE