ଭରାଭୁର ତ୍ରିସୁରଠାରୁ ବହୁତ ଦୂର, କିନ୍ତୁ ଆମେ ସେହି ସ୍ଥାନକୁ ଅଟୋ ଧରିବାବେଳକୁ ଆମକୁ ଅଲଗା କଥା କୁହାଯାଇଥିଲା। ରବର ଚାଷ, ବିସ୍ତୃତ ଏବଂ ବ୍ୟାପକ ଭାବେ ଆମ ମନରେ ଏକ ଗଭୀର ଛାପ ଛାଡ଼ିଗଲା। ଆମର ଅଟୋ ଖୋଲା ପଡ଼ିଆ ନିକଟରେ ଥିବା ଏକ କୁଡ଼ିଆ ସାମ୍ନା ଦେଇ ଯାଉଥିବା ପକ୍କା ରାସ୍ତାରେ ଅଟକିଗଲା। ଭରାଭୁର ୱାକଡାକନଚେରି ବ୍ଲକର ୯ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ଗୋଟିଏ ଯାହାକି ଏକ ନୂଆ ପରିଯୋଜନା ଦ ଗ୍ରୀନ ଆର୍ମି ଇନିସିଏଟିଭ ପାଇଁ ପ୍ରୟୋଗଶାଳା ପାଲଟିଛି।
୧୦ ଏକର ଜମିରେ ଚାଷ କରାଯାଉଥିବାବେଳେ ଏଠାରେ ଖୁବ କମ୍ ଲୋକ ଥିଲେ । ତା’ ବଦଳରେ ଦୁଇଟି ଟ୍ରାକ୍ଟର ଓଦା ଜମିର ଓଦା ଘାସ ଦେଇ ଯାଉଥିଲେ । ଧାନର ଏହି ଶାନ୍ତ ଅଞ୍ଚଳ ମଧ୍ୟରେ ୭ ଜଣ ସବୁଜ ସେନାର କର୍ମୀ ଗାଢ଼ ସବୁଜ ରଙ୍ଗର ୟୁନିଫର୍ମ ପିନ୍ଧିଥିଲେ । ସେମାନଙ୍କ ମଧ୍ୟରୁ କିଛି ଚଉଡ଼ା ଟୋପି ପିନ୍ଧିଥିଲେ । ଆମେ ଜମି କଡ଼ରେ ପହଞ୍ଚିବାବେଳକୁ ସବୁଜ ସାର୍ଟ ପିନ୍ଧିଥିବା ଜଣେ ଚାଷୀ ହାତରେ ସରିଆସୁଥିବା ଏକ ବିଡ଼ି ଧରି ମୋର ବନ୍ଧୁଙ୍କ ପାଖକୁ ଆସିଲେ । ସେ ହେଉଛନ୍ତି କେ.ପି ମୋଇଦ୍ଦିନ । ସେ ଅସନ୍ତୁଷ୍ଟ ଥିଲେ ଏବଂ ମୋର ବନ୍ଧୁ ଯିଏକି ଏକ ସ୍ଥାନୀୟ ପ୍ରତିଷ୍ଠିତ ଖବରକାଗଜରେ ସାମ୍ବାଦିକ ଭାବେ କାମ କରୁଥିଲେ ସେ ତାଙ୍କୁ ସାହାଯ୍ୟ କରିପାରିବେ ବୋଲି ଭାବୁଥିଲେ ।
ସେମାନଙ୍କ ଫାର୍ମ ନିକଟରେ ଖଣି ଉତ୍ତୋଳନ ଏବଂ କ୍ୱାରିଂ ଜାରି ରହିଛି, ଆରାମ କରିବା ଲାଗି ତାହା ଖୁବ ନିକଟବର୍ତ୍ତୀ। ମୋର ବନ୍ଧୁ କହିଲେ ଯେ ତାଙ୍କର ଖବରକାଗଜ ଏହା ଉପରେ କାମ କରୁଛି। ଭରାଭୁରରେ ଏହି ଜମିରେ କାମ କରୁଥିବା ୧୦ ଜଣ ଚାଷୀଙ୍କ ମଧ୍ୟରୁ ମୋଇଦ୍ଦିନ ଅନ୍ୟତମ। ତେଣୁ ଏଥିଲାଗି ସେ ଚିନ୍ତିତ ହେବାର ବ୍ୟାପକ କାରଣ ରହିଛି। କିନ୍ତୁ ଏସବୁ ବିଷୟରେ ଅଜ୍ଞ ଥିବା କେରଳର ଶ୍ରମିକ ବ୍ୟାଙ୍କର ସବୁଜ ସେନା କର୍ମୀମାନେ ଯେଉଁମାନେ କି ତାଙ୍କର ଜମିରେ ଚାଷ କରିବାରେ ବ୍ୟସ୍ତ ଅଛନ୍ତି ସେମାନେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ଦିଗରେ କିଛିଟା ସଫଳତା ପାଇଛନ୍ତି। ତା’ ହେଲା: ଧାନ ଚାଷରେ କମ୍ ଉତ୍ପାଦନ ଏବଂ କୃଷି ଶ୍ରମିକଙ୍କର ଅଭାବ ।
ଏହାର ପ୍ରଭାବଶାଳୀ ସାମାଜିକ ସଙ୍କେତଗୁଡ଼ିକ ସତ୍ତ୍ୱେ କେରଳରେ ଚାଷ ପ୍ରଭାବଶାଳୀ ରହିପାରିନାହିଁ । ୧୯୭୫-୨୦୦୭ ମଧ୍ୟରେ କେରଳର ମୁଖ୍ୟ ଖାଦ୍ୟ ଧାନର ଚାଷ ୮.୮୪ ଲକ୍ଷ ହେକ୍ଟରରୁ ୩.୫୨ ଲକ୍ଷ ହେକ୍ଟରକୁ ଖସି ଆସିଛି। ୱାଡାକନଚେରି ବ୍ଲକରେ ଥିବା ପ୍ରାୟ ଏକ ଚତୁର୍ଥାଂଶ ଚାଷ ଜମିରେ ଧାନ ଚାଷ ସମ୍ଭବପର ଥିବାବେଳେ ଚାଷ ଧୀମା ପଡ଼ିଯାଇଛି। ଆହୁରି ଚିନ୍ତାଜନକ କଥା ହେଲା ଯଦି ଏହି ଧାରା ଜାରି ରହେ ତା’ ହେଲେ ୨୦୧୧ ସୁଦ୍ଧା ଉତ୍ପାଦନ ୨ଲକ୍ଷ ହେକ୍ଟରରୁ କମିଯିବ ବୋଲି ଆଶଙ୍କା କରାଯାଉଥିଲା ।
କେରଳର ଭୟଭୀତ ହେବାର କାରଣ ଥିଲା। ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଚାଷୀମାନେ ଜମିରେ ଚାଷ କଲେନାହିଁ ଏବଂ ରାଜ୍ୟ ତାର ଚାଷୀଙ୍କୁ ହରାଇଲା। ସେ କ’ଣ ପାଇଁ ସବୁଜ ସେନାର ଦ୍ୱାରସ୍ଥ ହେଲେ ବୋଲି ପଚରାଯିବାରୁ ଏଟି ମୋଇଦ୍ଦିନ କହିଲେ, “ଏହି କାମ କରିବାକୁ ମୁଁ ଲୋକ ପାଇଲି ନାହିଁ।’’ ଜନସଂଖ୍ୟା ବୃଦ୍ଧି ପାଇଛି କିନ୍ତୁ ଜମିଗୁଡ଼ିକ ପଡ଼ିଆ ପଡ଼ିଛି ଏବଂ ଚାଷ ସୁପ୍ତ ଅବସ୍ଥାରେ ରହିଛି। ଏ ନେଇ ଉଦବେଗ ପ୍ରକାଶ ପାଇବା ପରେ ୨୦୦୭ରେ ରାଜ୍ୟ ସରକାର “ ଖାଦ୍ୟ ନିରାପତ୍ତା କାର୍ଯ୍ୟାନୁଷ୍ଠାନ ଯୋଜନା’’ ଆରମ୍ଭ କଲେ। ସେହି ଉଚ୍ଚାଭିଳାଷକୁ ବାସ୍ତବରେ ପରିଣତ କରିବା ଲାଗି ସବୁଜ ସେନା କେବଳ ୱାଡକନଚେରୀ ବ୍ଲକରେ ଶତ ପ୍ରତିଶତ ଧାନ ଚାଷ କରିବା ଲାଗି ନିଜେ ଦାୟିତ୍ୱ ନେଲା ।





