ଅନୋପରାମ ସୂତାର କେବେ ବାଦ୍ୟଯନ୍ତ୍ର ବଜାଇ ନାହାନ୍ତି, କିନ୍ତୁ ସେ ଜାଣନ୍ତି କେଉଁ କାଠରୁ ସବୁଠୁ ଭଲ ସ୍ୱର ବାହାରେ । ଅଷ୍ଟମ ପିଢ଼ିର ଏହି ଖରତାଲ୍ ନିର୍ମାତା କୁହନ୍ତି, “ମୋତେ ଖଣ୍ଡେ କାଠ ଦିଅନ୍ତୁ, ମୁଁ ଆପଣଙ୍କୁ କହିପାରିବି ଏଥିରେ ଭଲ ବାଦ୍ୟଯନ୍ତ୍ର ହୋଇପାରିବ କି ନାହିଁ ।”

ରାଜସ୍ଥାନର ଲୋକ ଓ ଭକ୍ତି ସଙ୍ଗୀତରେ ବ୍ୟବହୃତ ଏହି ବାଦ୍ୟଯନ୍ତ୍ର ଖରତାଲ୍- ଚାରି ଖଣ୍ଡ କାଠରେ ନିର୍ମିତ ଏବଂ ପ୍ରତ୍ୟେକ ହାତରେ ଦୁଇଟି ଧରାଯାଏ – ଗୋଟିଏ ଖଣ୍ଡ ବୁଢ଼ା ଆଙ୍ଗୁଠି ସହ ରହିଥିବା ବେଳେ ଅବଶିଷ୍ଟ ଚାରି ଆଙ୍ଗୁଠିରେ ଅନ୍ୟଟି ରହିଥାଏ । ଯେତେବେଳେ ଏକାସାଙ୍ଗରେ ତାଳି ବଜାଯାଏ, ସେତେବେଳେ ଏହା ଶବ୍ଦ ବା ସ୍ୱର ସୃଷ୍ଟି କରେ। ଏହି ବାଦ୍ୟଯନ୍ତ୍ରରେ କେବଳ ଦୁଇଟି ଅକ୍ଷର ବ୍ୟବହୃତ ହୋଇଥାଏ – ତା ଓ କା । ୫୭ ବର୍ଷୀୟ ସୂତାର କୁହନ୍ତି, “କଳାକାର ବନୱାତେ ହେ (ସଙ୍ଗୀତକାରମାନେ ଖରତାଲ୍ ବନାଇଥାନ୍ତି) ।”

ରାଜସ୍ଥାନୀ ଖରତାଲ୍‌ରେ ସାଧାରଣତଃ ଘଣ୍ଟି ନଥାଏ, ଯାହା ମଞ୍ଜିରା ବା କରତାଳ ନାମକ ଝାଞ୍ଜ ଥିବା ଖରତାଲ୍‌ରେ ରହିଥାଏ ।

ଜଣେ ଦକ୍ଷ କାରିଗର ମାତ୍ର ୨ ଘଣ୍ଟାରେ ଚାରି ଖଣ୍ଡର ଏକ ସେଟ୍ ତିଆରି କରିପାରିବେ । ଶିଳ୍ପରେ ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକୁ ମନେ ପକାଇ ସେ କୁହନ୍ତି, “ପ୍ରଥମେ ଏଥିପାଇଁ ମତେ ପୂରା ଦିନ (ଆଠ ଘଣ୍ଟା) ଲାଗି ଯାଉଥିଲା।” ଅନୋପରାମଙ୍କ ସୂତାର ପରିବାର ପ୍ରାୟ ଦୁଇ ଶତାବ୍ଦୀ ଧରି ଖରତାଲ୍ ବନାଇ ଆସୁଛନ୍ତି । ସେ କୁହନ୍ତି, “ବଚପନ ସେ ୟହି କାମ ହେ ହମାରା (ପିଲାଦିନରୁ ଆମେ ଏହି କାମ କରୁଛୁ)।”

ସେ କହିଛନ୍ତି, ତାଙ୍କ ବାପା ସ୍ୱର୍ଗତ ଉସଲାରାମ ଜଣେ ଦୟାଳୁ ଶିକ୍ଷକ ଥିଲେ ଏବଂ ସେ ତାଙ୍କୁ ଧୈର୍ଯ୍ୟର ସହ ଶିକ୍ଷା ଦେଇଥିଲେ । “ମୁଁ ବହୁତ ଭୁଲ୍ କରୁଥିଲି, ସେ କେବେ ମତେ ପାଟି କରୁନଥିଲେ, ସବୁବେଳେ ସ୍ନେହ ଆଦରରେ ଶିଖାଉଥିଲେ ।” ସୂତାର ସମୁଦାୟର କେବଳ ପୁରୁଷମାନେ ଖରତାଲ୍ ବାଦ୍ୟଯନ୍ତ୍ର ତିଆରି କରିଥାନ୍ତି ।

Left: Anoparam Sutar says selecting the right wood is crucial in handmaking a khartal .
PHOTO • Sanket Jain
Right: Traditional equipments at Anoparam’s workshop. From left to right - pechkas (two) , naiya (four), a chorsi , binda (two), two more pechka s, a file and a marfa
PHOTO • Sanket Jain

ବାମ: ଅନୋପରାମ ସୂତାର କୁହନ୍ତି, ହାତରେ ଖରତାଲ୍ ତିଆରି ପାଇଁ ଉପଯୁକ୍ତ କାଠ ଚୟନ ଗୁରୁତ୍ୱପୂର୍ଣ୍ଣ । ଡାହାଣ: ଅନୋପରାମଙ୍କ କର୍ମଶାଳାରେ ପାରମ୍ପରିକ ଉପକରଣ । ବାମରୁ ଡାହାଣ – ପେଚକସ୍ (ଦୁଇ), ନୈୟା (ଚାରି), ଏକ ଚୋରସୀ, ବିଣ୍ଡା (ଦୁଇ), ଆଉ ଦୁଇଟି ପେଚକସ୍‌, ଗୋଟିଏ ଫାଇଲ୍ ଏବଂ ଗୋଟିଏ ମାର୍ଫ

Anoparam also handmakes kamaicha and sarangi (left), popular musical instruments of Jaisalmer. He also makes doors on which he carves flowers (right). Anoparam takes almost a week to make one such door
PHOTO • Sanket Jain
Anoparam also handmakes kamaicha and sarangi (left), popular musical instruments of Jaisalmer. He also makes doors on which he carves flowers (right). Anoparam takes almost a week to make one such door
PHOTO • Sanket Jain

ଜୈସଲମେରର ଲୋକପ୍ରିୟ ସଙ୍ଗୀତ ବାଦ୍ୟଯନ୍ତ୍ର କମାଇଚା ଏବଂ ସାରଙ୍ଗୀ (ବାମ) ମଧ୍ୟ ହାତରେ ତିଆରି କରନ୍ତି ଅନୋପରାମ । ସେ କବାଟ ମଧ୍ୟ ବନାଇଥାନ୍ତି ଯେଉଁଥିରେ ଫୁଲ ଖୋଦିତ କରିଥାନ୍ତି (ଡାହାଣ) । ଅନୋପରାମ ଏପରି କବାଟ ତିଆରି କରିବା ପାଇଁ ପ୍ରାୟ ଏକ ସପ୍ତାହ ନେଇଥାନ୍ତି

ବାଡ଼ମେର ଜିଲ୍ଲାର ହରସାନୀ ଗାଁ ନିବାସୀ ଅନୋପରାମ ୧୯୮୧ ମସିହାରେ କାମ ଖୋଜିବା ପାଇଁ ଜୈସଲମେର ଆସିଥିଲେ । ଏହାର କାରଣ ସେ କୁହନ୍ତି, “ଗାଁରେ ଆମକୁ ପର୍ଯ୍ୟାପ୍ତ ବଢ଼େଇ କାମ ମିଳୁନଥିଲା ।” ଏହି ମାଷ୍ଟର କାଠ କାରିଗର ମଧ୍ୟ ଜାଣିଛନ୍ତି କିପରି ଅନ୍ୟ ବାଦ୍ୟଯନ୍ତ୍ର ତିଆରି କରାଯାଏ- ହାରମୋନିୟମ, କମାଇଚା, ସାରଙ୍ଗୀ ଏବଂ ବୀଣା । କିନ୍ତୁ ସେ କୁହନ୍ତି, “ମୁଁ ସେଗୁଡ଼ିକ ପାଇଁ କ୍ୱଚିତ ଅର୍ଡର ପାଇଥାଏ । ତାଙ୍କୁ କମାଇଚା ଓ ସାରଙ୍ଗୀ ତିଆରି କରିବା ପାଇଁ ଏକ ସପ୍ତାହରୁ ଅଧିକ ସମୟ ଲାଗିଯାଏ । କମାଇଚା ୮ ହଜାର ଟଙ୍କା ଓ ସାରଙ୍ଗୀ ୪ ହଜାର ଟଙ୍କାରେ ସେ ବିକିଥାନ୍ତି ।

ସଙ୍ଗୀତ ବାଦ୍ୟଯନ୍ତ୍ର ତିଆରି କରିବା ଛଡ଼ା ଫୁଲ ଖୋଦିତ କବାଟ ତିଆରି କରିବାରେ ମଧ୍ୟ ସେ ସିଦ୍ଧହସ୍ତ, ଯାହା ଜୈସଲମେର ସ୍ଥାପତ୍ୟର ଏକ ହଲ୍‌ମାର୍କ ଡିଜାଇନ୍ । ଚେୟାର ଏବଂ ଆଲମାରୀ, ଡ୍ରେସିଂ ୟୁନିଟ୍ ପରି କାଠ ଆସବାବପତ୍ର ମଧ୍ୟ ସେ ତିଆରି କରିଥାନ୍ତି ।

ରାଜସ୍ଥାନର ଜୈସଲମେର ଓ ଯୋଧପୁର ଜିଲ୍ଲାର ଖରତାଲ୍ ଶିଶମ୍ (ଡାଲବର୍ଗିୟ ଶିଶୁ) କିମ୍ବା ସଫେଦା (ୟୁକାଲିପଟସ୍‌) କାଠରେ ତିଆରି । ଠିକ୍ କାଠ ବାଛିବା ଖରତାଲ୍ ବନାଇବା ପାଇଁ ପ୍ରଥମ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଅନୋପରାମ କୁହନ୍ତି, “ଦେଖ୍ କେ ଲେନା ପଡ଼ତା ହେ (ଭଲ ଭାବେ ଦେଖି କାଠ କିଣିବାକୁ ହୁଏ) । ଖରତାଲ୍ ଭଳି ବାଦ୍ୟଯନ୍ତ୍ର ତିଆରି କରିବା ପାଇଁ କିପରି ସଠିକ୍ କାଠ ଚିହ୍ନଟ କରାଯିବ, ତାହା ଯୁବପିଢ଼ି ଜାଣନ୍ତି ନାହିଁ ।”

ଅନୋପରାମ ଜୈସଲମେରରୁ କାଠ କିଣିଥାନ୍ତି ଏବଂ ଶିଶୁ ଓ ସଫେଦା କାଠରେ ଖରତାଲ୍ ତିଆରି କରିଥାନ୍ତି । କିନ୍ତୁ ସେ କହିଛନ୍ତି, ଏବେ ଭଲ କାଠ ପାଇବା ଦିନକୁ ଦିନ କଷ୍ଟକର ହେଉଛି ।

ଚାରିଟି ଖରତାଲ୍ର ଏକ ସେଟ୍ ତିଆରି କରିବା ପାଇଁ ସେ ୨.୫ ଫୁଟ ଲମ୍ବର କାଠ ଖଣ୍ଡ ବ୍ୟବହାର କରନ୍ତି, ଯାହାର ମୂଲ୍ୟ ପାଖାପାଖି ୧୫୦ ଟଙ୍କା। ତା’ପରେ ମାପ ଅନୁଯାୟୀ ଚିହ୍ନ ଦିଅନ୍ତି: ୭.୨୫ ଇଞ୍ଚ ଲମ୍ବ, ୨.୨୫ ଇଞ୍ଚ ଚଉଡ଼ା, ୬ ମିଲିମିଟର ଗଭୀରତା ଏବଂ ସେହି ଅନୁସାରେ କରତରେ ତାହାକୁ କାଟି ଦିଅନ୍ତି ।

ସେ କୁହନ୍ତି, “କରତଗୁଣ୍ଡ ଅନେକ ସମୟରେ ଆଖି ଓ ନାକ ଭିତରକୁ ଚାଲିଯାଏ ଏବଂ ବହୁତ କାଶ ହୋଇଥାଏ । ମାସ୍କ ପିନ୍ଧିବା ସହାୟକ ହୁଏ ନାହିଁ, କାରଣ ଦିନକୁ ଆଠ ଘଣ୍ଟା ମାସ୍କ ପିନ୍ଧଲେ ଅଣନିଶ୍ୱାସୀ ଲାଗେ ।” ଗ୍ରୀଷ୍ମ ଋତୁରେ ସହରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହୋଇ ଯାଉଥିବା ନେଇ ସେ କୁହନ୍ତି, “ଜୈସଲମେରର ତାତି ଅଧିକ କଷ୍ଟକର ହୋଇଥାଏ ।”

Anoparam marks out the dimensions (left) of the khartal: 7.25 inches long and 2.25 inches wide. Then, using a saw, he cuts the wood (right) into four parts
PHOTO • Sanket Jain
Anoparam marks out the dimensions (left) of the khartal: 7.25 inches long and 2.25 inches wide. Then, using a saw, he cuts the wood (right) into four parts
PHOTO • Sanket Jain

ଅନୋପରାମ ଖରତାଲ୍ର ଆକାର ଲମ୍ବ ୭.୨୫ ଇଞ୍ଚ ଏବଂ ଚଉଡ଼ା ୨.୨୫ ଇଞ୍ଚ (ବାମ) । ଏହାପରେ କରତରେ ସେ ଏହି କାଠକୁ ଚାରି ଖଣ୍ଡ କରିଦିଅନ୍ତି (ଡାହାଣ)

Using a randa , he smoothens (left) the surface of the wood, then rounds the corners of the khartals (right) using a coping saw
PHOTO • Sanket Jain
Using a randa , he smoothens (left) the surface of the wood, then rounds the corners of the khartals (right) using a coping saw
PHOTO • Sanket Jain

ରନ୍ଦା ମାରି କାଠର ଉପର ଭାଗକୁ ଚିକ୍କଣ କରିଦିଅନ୍ତି (ବାମ) । ପୁଣି ଏକ କପିଙ୍ଗ କରତ ବ୍ୟବହାର କରି ଖରତାଲ୍‌ର  କୋଣକୁ ଗୋଲ କରନ୍ତି (ଡାହାଣ)

କାଠ କାଟିବା ପରେ ସେ ଏହାର ପୃଷ୍ଠଭାଗକୁ ମସୃଣ କରିବା ପାଇଁ ରନ୍ଦା (ହ୍ୟାଣ୍ଡ ପ୍ଲେନ୍‌) ବ୍ୟବହାର କରିଥାନ୍ତି । ଅନୋପରାମ କୁହନ୍ତି, “ଏହାକୁ ଅତି ଯତ୍ନର ସହ କରିବା ଆବଶ୍ୟକ । ଯଦି ଟିକେ ଏପଟ ସେପଟ କର, ତେବେ ତୁମକୁ ଆଉ ଖଣ୍ଡେ କାଠରେ କାମ ଆରମ୍ଭ କରିବାକୁ ପଡ଼ିବ ।” ଖରତାଲ୍ ପରସ୍ପର ସହ ପିଟି ହେଲେ ସ୍ୱର ବାହାରିଥାଏ, ପୃଷ୍ଠଭାଗରେ କୌଣସି ଅସଙ୍ଗତି ରହିଲେ ଏହାର ସ୍ୱର ଓ ଧ୍ୱନି ବଦଳି ଯାଏ ।

ଅନେକ ଥର କରତରେ ତାଙ୍କ ଆଙ୍ଗୁଠିରେ କ୍ଷତ ସୃଷ୍ଟି ହୋଇଛି ଏବଂ ହାତୁଡ଼ିରେ ପିଟି ହୋଇ ଯନ୍ତ୍ରଣା ହୋଇଛି, କିନ୍ତୁ ଏହାକୁ ଗୁରୁତ୍ୱ ନଦେଇ ସେ କହିଛନ୍ତି ଯେ ଏହା ତାଙ୍କ କାର୍ଯ୍ୟରେ ସାଧାରଣ କଥା । ତାଙ୍କ ବାପା ଉସଲାରାମ ମଧ୍ୟ ଅନେକ ଥର କାମ କଲାବେଳେ ନିଜକୁ ଆହତ କରୁଥିଲେ ।

କାଠ ଉପରଭାଗକୁ ଚିକ୍କଣ କରିବା ପାଇଁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥାଏ ଏବଂ ଏହାପରେ କପିଙ୍ଗ କରତରେ ଚାରି କୋଣକୁ ଗୋଲ କରିଦିଅନ୍ତି । ଅନୋପରାମ ଗୋଲାକାର କୋଣକୁ ଯତ୍ନର ସହ ନିରୀକ୍ଷଣ କରିବା ପରେ ଧାରକୁ କାଚ ପରି ଚିକ୍କଣ ହେବା ପର୍ଯ୍ୟନ୍ତ ଘଷିଥାନ୍ତି ।

ଖରତାଲ୍ କିଣିବା ପରେ ସଙ୍ଗୀତକାରମାନେ ସ୍ୱରରେ ଉନ୍ନତି ଆଣିବା ପାଇଁ ବାଲି କାଗଜ ବ୍ୟବହାର କରନ୍ତି । ସୋରଷ ତେଲ ମାରି ଏହାକୁ ବାଦାମୀ ରଙ୍ଗ କରି ଦେଇଥାନ୍ତି ।

ସଫେଦା (ୟୁକାଲିପଟସ୍‌) କାଠରେ ତିଆରି ଚାରି ସେଟ୍ ଖରତାଲ୍ ସେ ୩୫୦ ଟଙ୍କାରେ ବିକନ୍ତି ଓ ଶିଶମ ବା ଶିଶୁ କାଠ ହୋଇଥିଲେ ୪୫୦ ଟଙ୍କା ନିଅନ୍ତି । ସେ କୁହନ୍ତି, “ଭଲ ଧ୍ୱନି ସୃଷ୍ଟି କରୁଥିବାରୁ ଶିଶୁ କାଠର ଖରତାଲ୍ ଉତ୍ତମ ସ୍ୱର ଓ ସଙ୍ଗୀତ ପାଇଁ ପରିଚିତ ।

Left: Although the demand for khartal s has increased, the number of craftspersons handmaking them has been declining in Jaisalmer, says Anoparam.
PHOTO • Sanket Jain
Right: Khartals made from sheesham wood produce better notes
PHOTO • Sanket Jain

ବାମ: ଯଦିଓ ଖରତାଲ୍ର ଚାହିଦା ରହିଛି, ତଥାପି ହାତରେ ତିଆରି କରୁଥିବା କାରିଗରଙ୍କ ସଂଖ୍ୟା ହ୍ରାସ ପାଉଥିବା କହିଛନ୍ତି ଅନୋପରାମ । ଡାହାଣ: ଶିଶୁ କାଠରେ ତିଆରି ଖରତାଲ୍ ଭଲ ସ୍ୱର ସୃଷ୍ଟି କରେ

Left: To make the doors, Anoparam uses electrical tools and machines.
PHOTO • Sanket Jain
Right: Anoparam cutting a wooden block which will be used to decorate the door
PHOTO • Sanket Jain

ବାମ: କବାଟ ତିଆରି କରିବାକୁ ଅନୋପରାମ ବୈଦ୍ୟୁତିକ ଉପକରଣ ଓ ମେସିନ ବ୍ୟବହାର କରନ୍ତି । ଡାହାଣ: ଅନୋପରାମ କାଠ ଖଣ୍ଡ କାଟୁଛନ୍ତି, ଯାହା କବାଟକୁ ସଜାଇବା ପାଇଁ ବ୍ୟବହୃତ ହେବ

ଅନୋପରାମ ପ୍ରତି ମାସରେ ୫ରୁ ୧୦ ହଳ ଖରତାଲ୍ ପାଇଁ ଅର୍ଡର ପାଆନ୍ତି । ସେ ଯେତେବେଳେ କାମ ଆରମ୍ଭ କଲେ, ଏହି ସଂଖ୍ୟା ଦୁଇରୁ ଚାରି ମଧ୍ୟରେ ରହିଥିଲା । ରାଜସ୍ଥାନକୁ ବୁଲିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଯୋଗୁଁ ଏହାର ଚାହିଦା ବଢ଼ିଥିବାବେଳେ ଏହାକୁ ତିଆରି କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଦୁଇ ଦଶନ୍ଧି ପୂର୍ବରୁ ସେଠାରେ ୧୫ରୁ ଅଧିକ ବଢ଼େଇ ଏହି ବାଦ୍ୟଯନ୍ତ୍ର ତିଆରି କରୁଥିଲେ, କିନ୍ତୁ ଏବେ ବାକି ରହିଥିବା କିଛି ଖରତାଲ୍ ନିର୍ମାତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅନୋପରାମ । ଯୁବ କାଠ କାରିଗରମାନେ ଆସବାବପତ୍ର (ଫର୍ଣ୍ଣିଚର) ତିଆରି କରିବା ଲାଗି ସହରକୁ ଯାଉଛନ୍ତି । କାରଣ ଏଥିରେ ଭଲ ଲାଭ ମିଳୁଛି ।

କେତେକ କାରିଗର ଯେଉଁମାନେ ପର୍ଯ୍ୟଟକଙ୍କୁ ଖରତାଲ୍ ବିକ୍ରି କରନ୍ତି, ସେମାନେ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ସହ ଅନଲାଇନରେ ଆଲୋଚନା କରନ୍ତି, ଯେଉଁଥିରେ ଭିନ୍ନ ଭିନ୍ନ ଭାଷାରେ କଥା ହୋଇଥାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି କଳା ବହୁ ପୁରାତନ, କିପରି ଖରତାଲ୍ ତିଆରି କରାଯାଏ ଶିଖିବାକୁ ଚାହୁଁନାହାନ୍ତି ଯୁବପିଢ଼ି । ଅନୋପରାମ କହିଛନ୍ତି, ଗତ ୩୦ ବର୍ଷ ମଧ୍ୟରେ ସେ ପ୍ରାୟ ୭ ଜଣଙ୍କୁ ଏହି ବାଦ୍ୟଯନ୍ତ୍ର ବନାଇବା ଶିଖାଇଛନ୍ତି: “ସେମାନେ ଯେଉଁଠି ଥାଆନ୍ତୁ, ମୁଁ ଆଶା କରେ ସେମାନେ ଖରତାଲ୍ ତିଆରି କରୁଥିବେ ।”

ତାଙ୍କ ପୁଅ ୨୮ ବର୍ଷୀୟ ପ୍ରକାଶ ଏବଂ ୨୪ ବର୍ଷୀୟ କୈଳାସ କେବେ ବି ଖରତାଲ୍ ତିଆରି କରିବା ଶିଖିନାହାନ୍ତି; ସେମାନେ ଅନ୍ୟ ରାଜ୍ୟରେ କାଠ କାରିଗର ଭାବେ କାର୍ଯ୍ୟ କରନ୍ତି, ଘର ଓ ଅଫିସ ପାଇଁ ଆସବାବପତ୍ର ତିଆରି କରୁଛନ୍ତି । ତାଙ୍କ ଝିଅ ସନ୍ତୋଷକୁ ଏବେ ପାଖାପାଖି ୨୫ ବର୍ଷ, ସେ ବିବାହିତ ଓ ଜଣେ ଗୃହିଣୀ । ଯେତେବେଳେ ତାଙ୍କୁ ପଚରାଗଲା ଯେ ତାଙ୍କ ପୁଅମାନେ ଏହି କାରିଗରୀକୁ ବାଛିବେ କି ନାହିଁ, ସେ କୁହନ୍ତି, “କୋଇ ଭରୋସା ନହି ହେ (ଏଥିରେ କୌଣସି ନିଶ୍ଚିତତା ନାହିଁ) ।”

ଆମର ବାର୍ତ୍ତାଳାପ ଶୁଣି ତାଙ୍କୁ ଜଣେ ଗ୍ରାହକ ପଚାରିଥିଲେ, “ଆପ୍ କ୍ୟୁଁ ବଡ଼େ ସହର ନହି ଗୟେ ଜ୍ୟାଦା ପୈସେ କମାନେ (ଅଧିକ ଟଙ୍କା ରୋଜଗାର ପାଇଁ କାହିଁକି ବଡ଼ ସହରକୁ ଆପଣ ଗଲେ ନାହିଁ)?” ଉତ୍ତରରେ ଅନୋପରାମ କୁହନ୍ତି, “ହମ ଇସମେଁ ଖୁସ ହେ (ମୁଁ ଏଥିରେ ଖୁସି ଅଛି) ।”

ଏହି କାହାଣୀ ଗ୍ରାମୀଣ କାରିଗରଙ୍କ ଉପରେ ସଙ୍କେତ ଜୈନଙ୍କ ସିରିଜ୍‌ର ଏକ ଅଂଶ । ଏବଂ ଏହା ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ।

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Editor : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

Other stories by Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE