ପ୍ରାୟ ମଧ୍ୟାହ୍ନ ସମୟ ଏବଂ ନୃତ୍ୟଶିଳ୍ପୀ ଗୋଲାପୀ ଗୋୟାରୀ ପ୍ରସ୍ତୁତ ହୋଇ ଘରେ ଅପେକ୍ଷା କରିଛନ୍ତି। ସେ ପିନ୍ଧିଥିବା ହଳଦିଆ ରଙ୍ଗର ପଟିଥିବା ଦୋଖୋନାକୁ ସଜାଡୁଛନ୍ତି, ସେତିକିବେଳେ ଆଠ ଜଣ ସ୍କୁଲ ଯାଉଥିବା ଝିଅ ପହଞ୍ଚିଲେ। ସମସ୍ତେ ଏକାଭଳି ଆସାମର ବୋଡୋ ସମ୍ପ୍ରଦାୟର ପାରମ୍ପରିକ ପୋଷାକ ଦୋଖୋନା ଓ ଲାଲ ଓଢଣୀ ପିନ୍ଧିଛନ୍ତି।

ବୋଡୋ ଏବଂ ବକ୍ସା ଜିଲ୍ଲାର ଗୋଲଗାଓଁ ଗାଁର ବାସିନ୍ଦା ଗୋଲାପୀ କୁହନ୍ତି, “ମୁଁ ଏହି ଛୋଟ ଝିଅମାନଙ୍କୁ ଆମର ବୋଡୋ ନୃତ୍ୟ ଶିଖାଏ।”

ବକ୍ସା ସହିତ କୋକ୍ରଝର, ଉଦଲଗୁରୀ ଏବଂ ଚିରଙ୍ଗ ଜିଲ୍ଲା ମିଶି ବୋଡୋଲାଣ୍ଡ ହୋଇଛି  - ଆନୁଷ୍ଠାନିକ ଭାବରେ ବୋଡୋଲାଣ୍ଡ ଟେରିଟୋରିଆଲ୍ ଅଞ୍ଚଳ (BTR) । ଏହି ସ୍ଵୟଂଶାସିତ ଅଞ୍ଚଳରେ ମୁଖ୍ୟତଃ ବୋଡୋ ଲୋକମାନେ ବସବାସ କରନ୍ତି, ଯେଉଁମାନେ ଅନ୍ୟ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଥିବା ଆସାମରେ ଏକ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ। ବୋଡୋଲାଣ୍ଡ ଟେରିଟୋରିଆଲ୍ ଅଞ୍ଚଳ (BTR) ଭୁଟାନ ଏବଂ ଅରୁଣାଚଳ ପ୍ରଦେଶର ପାଦଦେଶରେ ଥିବା ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ।

ତିରିଶ ବର୍ଷ ଟପିଥିବା ଗୋଲାପୀ କୁହନ୍ତି, “ସ୍ଥାନୀୟ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ନୃତ୍ୟ ପରିବେଷଣ କରନ୍ତି ।” ପରୀର ପ୍ରତିଷ୍ଠାତା ସଂପାଦକ, ସାମ୍ବାଦିକ ପି. ସାଇନାଥ, ଯିଏ ନଭେମ୍ବର ୨୦୨୨ରେ ଉପେନ୍ଦ୍ର ନାଥ ବ୍ରହ୍ମା ଟ୍ରଷ୍ଟ (ୟୁଏନବିଟି) ଦ୍ୱାରା ୧୯ ତମ ସଂଯୁକ୍ତ ରାଷ୍ଟ୍ର ବ୍ରହ୍ମା ସୈନିକ ମାନବତା ପୁରସ୍କାର ପାଇଛନ୍ତି, ତାଙ୍କ ସମ୍ମାନରେ ନିଜ ଘରେ ନୃତ୍ୟ ସଙ୍ଗୀତ ପରିବେଷଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଗୋଲାପୀ ।

ବୋଡୋ ସମୁଦାୟର ନୃତ୍ୟଶିଳ୍ପୀ ଓ ସ୍ଥାନୀୟ ସଙ୍ଗୀତକାରମାନେ ପ୍ରଦର୍ଶନ କରୁଥିବା ଭିଡିଓ ଦେଖନ୍ତୁ

ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗୋବର୍ଦ୍ଧନ ବ୍ଲକର ସ୍ଥାନୀୟ ସଙ୍ଗୀତକାରମାନେ ଗୋଲାପୀଙ୍କ ଘରେ ପହଁଚନ୍ତି । ସେମାନେ ସମସ୍ତେ ସବୁଜ ଓ ହଳଦିଆ ରଙ୍ଗର ଓଢ଼ଣୀ କିମ୍ବା ମଫଲର ସହିତ ଏକ ଖୋଟ ଗୋସଲା ଜ୍ୟାକେଟ ପରିଧାନ କରନ୍ତି । ସାଧାରଣତଃ ଏପରି ପୋଷାକ ସାଂସ୍କୃତିକ ତଥା ଧାର୍ମିକ ପର୍ବପର୍ବାଣୀ ସମୟରେ ବୋଡୋ ପୁରୁଷମାନେ ପିନ୍ଧିଥାନ୍ତି ।

ସଙ୍ଗୀତକାର ସେମାନଙ୍କ ବାଦ୍ୟଯନ୍ତ୍ର ଖୋଲନ୍ତି, ଯାହାକୁ ସାଧାରଣତଃ ବେଡୋ ପର୍ବପର୍ବାଣୀରେ ବଜା ଯାଏ: ସିଫୁଙ୍ଗ (ଲମ୍ବା ବଂଶୀ), ଖାମ (ଡ୍ରମ) ଓ ସେର୍ଜା (ଭାଓଲିନ୍)  । ପ୍ରତ୍ୟେକ ବାଦ୍ୟଯନ୍ତ୍ରକୁ ଓଡ଼ଣୀରେ ସଜାଯାଇଛି, ପାରମ୍ପରିକ “ବଣ୍ଡୁରାମ” ଡିଜାଇନ ଅନୁରୂପ ଏବଂ ଏଥିରେ ସ୍ଥାନୀୟ କାରୁକାର୍ଯ୍ୟର ଝଲକ ରହିଛି ।

ସଙ୍ଗୀତକାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଖାମ ବାୟକ ଖୁରୁମଦାଓ ବସୁମଟାରୀ । ଉପସ୍ଥିତ ଥିବା ଅଳ୍ପ କିଛି ସ୍ଥାନୀୟ ଦର୍ଶକଙ୍କୁ ସେ ସମ୍ବୋଧିତ କରୁଛନ୍ତି। ସୁବୁନଶ୍ରୀ ଓ ବାଗୁରୁମ୍ବା ନୃତ୍ୟ ପରିବେଷଣ କରିବେ ବୋଲି ସେ ସୂଚନା ଦେଇଛନ୍ତି । “ବାଗୁରୁମ୍ବା ନୃତ୍ୟ ସାଧାରଣତଃ ବସନ୍ତ ଋତୁରେ ଫସଲ ହେବା ସମୟରେ କିମ୍ବା ଫସଲ ଅମଳ ପରେ ପରିବେଷଣ କରାଯାଏ, ସାଧାରଣତଃ ବିୱିସାଗୁ ପର୍ବରେ । ବିବାହ ଉତ୍ସବରେ ମଧ୍ୟ ଏହା ପରିବେଷଣ କରାଯାଇଥାଏ ।”

ଦେଖନ୍ତୁ, ରଞ୍ଜିତ ବସୁମାଟାରୀ ସେର୍ଜା (ଭାଓଲିନ୍‌) ବଜାଉଛନ୍ତି

ନୃତ୍ୟଶିଳ୍ପୀମାନେ ମଞ୍ଚ ଉପରକୁ ଆସିବା ପରେ ପରେ ରଞ୍ଜିତ ବସୁମାଟାରୀ ଆସିଥାନ୍ତି । ସେର୍ଜା ବଜାଇ ଏକକ ପ୍ରଦର୍ଶନ ସହ କାର୍ଯ୍ୟକ୍ରମକୁ ସମାପ୍ତ କରିଥାନ୍ତି । କିଛି କଳାକାରଙ୍କ ମଧ୍ୟରୁ ସେ ଜଣେ, ଯିଏ ରୋଜଗାର ପାଇଁ ବିବାହ ଉତ୍ସବରେ ମଧ୍ୟ ସେର୍ଜା ବଜାଇଥାନ୍ତି । ଏହି ସମୟ ମଧ୍ୟରେ ଗୋଲପୀ ତାଙ୍କ ଅତିଥିମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତରେ ଲାଗିପଡ଼ନ୍ତି, ଯେଉଁଥିପାଇଁ ସେ ସକାଳୁ ପରିଶ୍ରମ କରୁଛନ୍ତି ।

ଟେବୁଲ ଉପରେ ସେ ଖାଇବା ଥାଳି ସଜାଇ ରଖିଛନ୍ତି । ସବାଇ ଜ୍ୱଙ୍ଗ ସାମ (କଳା ଚଣା ସହ ଗେଣ୍ଡା), ଭଂଗୁନ ମାଛ ଭଜା, ଓନଲା ଜ୍ୱଙ୍ଗ ଦାଉ ବେଡୋର (ସ୍ଥାନୀୟ କିସମର ଚାଉଳ ସହ ଚିକେନ୍ ତରକାରୀ), କଦଳୀ ଭଣ୍ଡା ଓ ଘୁଷୁରୀ ମାଂସ, ନଳିତା ପତ୍ର ଶାଗ, ଚାଉଳରେ ପ୍ରସ୍ତୁତ ମଦ ଓ ବାର୍ଡସ ଆଇ ଚିଲି (ଏକପ୍ରକାର ଛୋଟ ଛୋଟ ଲଙ୍କା) ଆଦି ସ୍ୱାଦିଷ୍ଟ ବ୍ୟଞ୍ଜନ ରଖାଯାଇଛି । ଦିନ ଆରମ୍ଭରେ ଆକର୍ଷଣୀୟ ନୃତ୍ୟଗୀତର ପ୍ରଦର୍ଶନ ଦେଖିବା ପରେ ଏପରି ଭୋଜିର ଆୟୋଜନ କରାଯାଏ ।

ଅନୁବାଦ : ଓଡ଼ିଶାଲାଇଭ୍‍

Himanshu Chutia Saikia

Himanshu Chutia Saikia is an independent documentary filmmaker, music producer, photographer and student activist based in Jorhat, Assam. He is a 2021 PARI Fellow.

Other stories by Himanshu Chutia Saikia
Text Editor : Riya Behl

Riya Behl is Senior Assistant Editor at People’s Archive of Rural India (PARI). As a multimedia journalist, she writes on gender and education. Riya also works closely with students who report for PARI, and with educators to bring PARI stories into the classroom.

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE