ଦେବୀ ବର୍ତ୍ତମାନ ଯେ କୌଣସି ସମୟରେ ଧରାବତରଣ କରିବେ, ଯଦି ସେ ପ୍ରଥମେ ପୋଷାକ ପିନ୍ଧିବାର ସୁଯୋଗ ପାଇବେ। “ଏବେ ସାତଟା ବାଜି ସାରିଲାଣି। ରଜତ ଜୁବିଲୀ ଗାଁର ପ୍ରିୟ ବାସିନ୍ଦା, ଦୟାକରି ବେଡ୍‌କଭର୍‌, ଶାଢୀ, କପଡ଼ା ଆଣନ୍ତୁ। ଆମକୁ ଏକ ଗ୍ରୀନ୍‍ ରୁମ୍‍ ତିଆରି କରିବାକୁ ପଡ଼ିବ। ‘ପାଲାଗାନ୍’ - ମନସା ଏଲୋମୋର୍ଟ [ଦେବୀ’ଙ୍କ ଧରାବତରଣ] ଆରମ୍ଭ ହେବାକୁ ଯାଉଛି।” ସଂଗୀତ ପରିବେଷଣ ପୂର୍ବର ଘୋଷଣାଗୁଡ଼ିକ ପବନରେ ପ୍ରତିଧ୍ୱନିତ ହୋଇ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଗୋସାବା ବ୍ଲକର ଏହି ଗାଁର ସେପ୍ଟେମ୍ବର ମାସ ୨୪ ତାରିଖ ସନ୍ଧ୍ୟାକୁ ଉତ୍ସବମୁଖର କରିଦେଇଛି। ରାତ୍ରି ଉତ୍ସବ ଏବଂ ଆନନ୍ଦ ଉଲ୍ଲାସରେ ମୁଖରିତ ହୋଇଉଠୁଛି।

ଏକ ଘଣ୍ଟା ମଧ୍ୟରେ, ଏକ କାମଚଳା ଗ୍ରୀନ୍ ରୁମ୍ ତିଆରି ହୋଇଗଲା ଏବଂ ଉଜ୍ଜ୍ୱଳ ପୋଷାକରେ ଥିବା କଳାକାରମାନେ ବେଶଭୂଷା ହେବା ସହିତ ଅଳଙ୍କାରରେ ନିଜକୁ ସଜାଉଥିଲେ ଏବଂ ଏକ ଲେଖା ହୋଇନଥିବା ସ୍କ୍ରିପ୍ଟ ରୁ ସେମାନେ ଲାଇନ୍‌ର ପୁନରାବୃତ୍ତି କରୁଥିଲେ। ଦଳର ନେତୃତ୍ୱ ନେଉଥିବା ନିତ୍ୟାନନ୍ଦ ସର୍କାର ନୃତ୍ୟଶିଳ୍ପୀଙ୍କ ପରି ଆକର୍ଷଣୀୟ  ଦେଖାଯାଉନଥିବା ଏକ କଳାରଙ୍ଗର ପୋଷାକ ପିନ୍ଧିଥିଲେ, ଯାହାଙ୍କୁ ମୁଁ ପ୍ରଥମେ ହିରନ୍ମୟ ଏବଂ ପ୍ରିୟଙ୍କାଙ୍କ ବିବାହ ସମୟରେ ଭେଟିଥିଲି । ଆଜି ସେ ସର୍ପ ଦେବୀ ମନସାଙ୍କ ଭୂମିକାରେ ଅଭିନୟ କରିବେ। ସେ ମୋତେ ଅନ୍ୟ କଳାକାରମାନଙ୍କ ସହିତ ପରିଚିତ କରାଇଲେ ଯେଉଁମାନେ କି ସେହି ସନ୍ଧ୍ୟାରେ ପାଲାଗାନରେ ଅଂଶଗ୍ରହଣ କରିବେ।

ପାଲା ଗାନ୍ ହେଉଛି ମଙ୍ଗଳ କାବ୍ୟ ଉପରେ ଆଧାରିତ ଏକ ଗୀତିନାଟ୍ୟ ଯାହାକି ଏକ ଲୋକପ୍ରିୟ ଦେବୀ ବା ଦେବତାଙ୍କର ମହିମା ଉପରେ ଲିଖିତ ଏକ କାହାଣୀ । ଶିବଙ୍କ ପରି ସକଳ ଦେବତାଙ୍କର ପ୍ରଶଂସା କରି ଏହି କବିତାଗୁଡ଼ିକ ପ୍ରାୟତଃ ପାଠ କରାଯାଏ କିମ୍ବା ଗାନ କରାଯାଇଥାଏ, କିନ୍ତୁ ଧର୍ମ ଠାକୁର, ସର୍ପ ଦେବୀ- ମା ମନସା, ବସନ୍ତ ରୋଗର ଦେବୀ- ଶୀତଳା ଏବଂ ଜଙ୍ଗଲର ଦେବୀ- ବନ୍ ବିବି ପରି ସ୍ଥାନୀୟ ବଙ୍ଗୀୟ ଦେବାଦେବୀମାନଙ୍କର ଅଧିକ ଗୀତ ଗାନ କରାଯାଏ।ଏହି ନାଟକର କଳାକାରମାନେ ବର୍ଷସାରା ସୁନ୍ଦରବନ ଦ୍ୱୀପପୁଞ୍ଜରେ ମନ୍ତ୍ରମୁଗ୍ଧ ଦର୍ଶକମାନଙ୍କୁ ଏହି ସଂଗୀତ ନାଟକ ପରିବେଷଣ କରନ୍ତି।

ପଶ୍ଚିମବଙ୍ଗ, ଆସାମ ଏବଂ ବିହାରର ବିଭିନ୍ନ ଭାଗରେ ପରିବେଷିତ ମନସା ପାଲଗାନ୍ ମନସା ମଙ୍ଗଳ କାବ୍ୟ ଉପରେ ଆଧାରିତ, ପୁରାତନ ଲୋକ ପୁରାଣ ଉପରେ ଆଧାରିତ ଏକ ଗୁରୁତ୍ୱପୂର୍ଣ୍ଣ ଉପନ୍ୟାସ ଯାହା ଏକ ଆକଳନ ଅନୁଯାୟୀ ୧୩ ତମ ଶତାବ୍ଦୀରେ ଆରମ୍ଭ ହୋଇଥିଲା ବୋଲି ପରବର୍ତ୍ତୀ ସମୟରେ କୁହାଯାଏ। ବଙ୍ଗଳାରେ, ମନସା ଦକ୍ଷିଣ ୨୪ ପ୍ରଗଣା ବଙ୍କୁର, ବୀରଭୂମ୍‍ ଏବଂ ପୁରୁଲିଆ ଜିଲ୍ଲାର ଦଳିତମାନଙ୍କ ମଧ୍ୟରେ ଏକ ଲୋକପ୍ରିୟ ଦେବୀ ଅଟନ୍ତି। ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଦିନ (ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖ), ସୁନ୍ଦରବନର ଭାରତୀୟ ଭୂଖଣ୍ଡରେ ଥିବା ଦୂର ଗ୍ରାମଗୁଡ଼ିକର ଅନେକ ପରିବାର ସର୍ପ ଦେବୀଙ୍କୁ ପୂଜା କରନ୍ତି ଏବଂ ପାଲାଗାନ୍ କରନ୍ତି।

Left: Snake goddess Manasa is a popular among the Dalits of South 24 Paraganas as well as Bankura, Birbhum, and Purulia districts. On the day of Viswakarma Puja (September 17 this year) many households in remote villages in the Indian expanse of the Sundarbans worship the snake goddess and perform pala gaan.  Right: Older women in Rajat Jubilee village welcome others in the community to the Puja.
PHOTO • Ritayan Mukherjee
Left: Snake goddess Manasa is a popular among the Dalits of South 24 Paraganas as well as Bankura, Birbhum, and Purulia districts. On the day of Viswakarma Puja (September 17 this year) many households in remote villages in the Indian expanse of the Sundarbans worship the snake goddess and perform pala gaan.  Right: Older women in Rajat Jubilee village welcome others in the community to the Puja.
PHOTO • Ritayan Mukherjee

ବାମ: ସର୍ପ ଦେବୀ ମନସା ଦକ୍ଷିଣ ୨୪ ପ୍ରଗଣାର ଦ ଳି ତମାନଙ୍କ ମଧ୍ୟରେ ଏକ ଲୋକପ୍ରିୟ ଦେବୀ ହେବା ସହିତ ବଙ୍କୁର , ବୀରଭୂମ୍‍ ଏବଂ ପୁରୁଲିଆ ଜିଲ୍ଲାର ମଧ୍ୟ ଅଟନ୍ତି ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଦିନ (ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖ) , ସୁନ୍ଦରବନର ଭାରତୀୟ ଭୂଖଣ୍ଡରେ ଥିବା ଦୂର ଗ୍ରାମଗୁ ଡ଼ି କର ଅନେକ ପରିବାର ସର୍ପ ଦେବୀଙ୍କୁ ପୂଜା କରନ୍ତି ଏବଂ ପାଲାଗାନ୍ କରନ୍ତି ଡାହାଣ: ରଜତ ଜୁ ବିଲୀ ଗାଁର ବୟସ୍କା ମହିଳାମାନେ ସମ୍ପ୍ରଦାୟର ଅନ୍ୟମାନଙ୍କୁ ପୂଜାକୁ ସ୍ୱାଗତ କରନ୍ତି

ମନସାଙ୍କ ସାହସିକତାର କାହାଣୀକୁ ଏକତ୍ର କରୁଥିବା ବାଦ୍ୟଯନ୍ତ୍ର-ରୀତିନୀତି ହେଉଛି ଏକ ଆହ୍ୱାନ, ସୁନ୍ଦରବନବାସୀଙ୍କୁ ଦ୍ୱୀପର ବିଷାକ୍ତ ସର୍ପରୁ ରକ୍ଷା କରିବା ପାଇଁ ପ୍ରାର୍ଥନା। ଏଠାରେ ୩୦ ରୁ ଅଧିକ ପ୍ରଜାତିର ସାପ ଅଛନ୍ତି, ସେମାନଙ୍କ ମଧ୍ୟରେ ଅହିରାଜ ପରି କେତେକ ବିଷାକ୍ତ ସର୍ପ ମଧ୍ୟ ଅଛନ୍ତି ଏବଂ ସାପ କାମୁଡାରେ ମୃତ୍ୟୁବରଣ କରିବା ଏହି ଅଞ୍ଚଳରେ ଏକ ସାଧାରଣ କଥା ଯାହା ପ୍ରାୟତଃ ରିପୋର୍ଟ କରାଯାଇନଥାଏ।

ଆଜିର ପ୍ରଦର୍ଶନ ଜଣେ ଧନୀ ଶିବ ଭକ୍ତ ଚାନ୍ଦ ସଦାଗରଙ୍କ ଉପରେ ଆଧାରିତ ଯିଏକି ବାରମ୍ବାର ଅନୁରୋଧ ସତ୍ତ୍ୱେ ମନସାଙ୍କୁ ସର୍ବଶକ୍ତିମୟୀ ଦେବୀ ଭାବରେ ଗ୍ରହଣ କରିବା ଲାଗି ବାରଣ ପ୍ରସ୍ତୁତ ହେଉନାହାନ୍ତି। ପ୍ରତିଶୋଧପରାୟଣ ହୋଇ ଘଟଣାକ୍ରମେ ମନସା ସମୁଦ୍ରରେ ଚାନ୍ଦ ସଦାଗରଙ୍କ ସମସ୍ତ ଦ୍ରବ୍ୟ ନଷ୍ଟ କରିଦେଲେ ଏବଂ ସର୍ପ ଦଂଶନ ଦ୍ୱାରା ତାଙ୍କର ସାତ ଜଣ ପୁଅଙ୍କୁ ହତ୍ୟା କରିଥିଲେ ଏବଂ ବିବାହ ରାତିରେ ଆଉ ଏକ ପୁଅ ଲଖୀନ୍ଦରର ମଧ୍ୟ ହତ୍ୟା କରିଥିଲେ।। ଦୁଃଖରେ ପାଗଳ, ଲଖୀନ୍ଦରଙ୍କ ପତ୍ନୀ ବେହୁଲା ତାଙ୍କର ପୁନର୍ଜୀବନ ପାଇଁ ସ୍ୱାମୀଙ୍କ ଶରୀର ସହିତ ସ୍ୱର୍ଗକୁ ଯାତ୍ରା କଲେ। ସେଠାରେ ଚାନ୍ଦ ସଦାଗରଙ୍କୁ ଦେବୀ ମନସାଙ୍କୁ ପୂଜା କରିବାକୁ ମନାଇବା ପାଇଁ ଇନ୍ଦ୍ର ତାଙ୍କୁ ପରାମର୍ଶ ଦେଲେ। ଚାନ୍ଦ ସଦାଗର ନିଜ ଆଡୁ ପ୍ରତି-ସର୍ତ୍ତ ରଖିଲେ ଯେ ସେ ମନସାଙ୍କୁ କେବଳ ବାମ ହାତରେ ଫୁଲ ପ୍ରଦାନ କରିବେ, ଶିବଙ୍କୁ ପୂଜା କରିବା ପାଇଁ ତାଙ୍କର ଶୁଭ ଡାହାଣ ହାତକୁ ମୁକ୍ତ ରଖିବେ। ଦେବୀ ମନସା ଏହି ପୂଜାକୁ ଗ୍ରହଣ କଲେ ଏବଂ ଚାନ୍ଦ ସଦାଗରଙ୍କର ସମସ୍ତ ଧନ ସହିତ ଲଖିନ୍ଦର ପୁନଃ ଜୀବନ ପ୍ରଦାନ କଲେ।

ମନସା ଭୂମିକାରେ ଅଭିନୟ କରୁଥିବା ନିତ୍ୟାନନ୍ଦ ଜଣେ ୫୩ ବର୍ଷୀୟ କୃଷକ ଏବଂ ୨୫ ବର୍ଷରୁ ଅଧିକ ସମୟ ଧରି ଏହି କଳା ଅଭ୍ୟାସ କରୁଥିବା ଜଣେ ଦୀର୍ଘ ଅନୁଭୂତି ଥିବା ପାଲାଗାନ୍‍ କଳାକାର। ସେ ଏକରୁ ଅଧିକ ଦଳ ସହିତ ବିଭିନ୍ନ ପାଲାଗାନ୍ ରେ କାମ କରନ୍ତି। ସେ କୁହନ୍ତି, "୨୦୧୯ ମସିହାଠାରୁ ପରିସ୍ଥିତି ଖରାପ ହୋଇଯାଇଛି"। "ମହାମାରୀ ହେତୁ ଏହି ବର୍ଷ ମଧ୍ୟ ଆମେ କମ୍ ବୁକିଂ ପାଇଛୁ, ବୋଧହୁଏ ସର୍ବନିମ୍ନ ଅଟେ। ଆମେ ମାସକୁ ୪ କିମ୍ବା ୫ ବୁକିଂ ପାଇଥାଉ, କିନ୍ତୁ ଏହି ବର୍ଷ ଆମ ପାଖରେ କେବଳ ଦୁଇଟି ଅଛି। କମ୍ ଶୋ’ର ଅର୍ଥ କମ୍ ଆୟ। “ପୂର୍ବରୁ, ଆମେ କଳାକାରମାନେ ପ୍ରତ୍ୟେକ ଶୋ’ରୁ ୮୦୦-୯୦୦ ଟଙ୍କା ରୋଜଗାର କରୁଥିଲୁ; ବର୍ତ୍ତମାନ ତାହା ମଧ୍ୟ ୪୦୦-୫୦୦ କୁ ଖସି ଆସିଛି। ”

ନିତ୍ୟାନନ୍ଦଙ୍କ ପାଖରେ ବସିଥିବା ନାଟ୍ୟ ଗୋଷ୍ଠୀ ସଦସ୍ୟ ବନାମାଳି ବ୍ୟାପାରୀ ବୁଝାଇ କୁହନ୍ତି କିପରି ସବୁଜ କୋଠରୀ, ଉପଯୁକ୍ତ ଷ୍ଟେଜ, ପ୍ରଭାବଶାଳୀ ଧ୍ୱନି ଏବଂ ଆଲୋକ ବ୍ୟବସ୍ଥା, ଏବଂ ଶୌଚାଳୟ ପରି ଉପଯୁକ୍ତ ସୁବିଧା ନଥାଇ ମଧ୍ୟ ଗ୍ରାମୀଣ ଥିଏଟରର ଚାହିଦା ରହିଛି। “ଏହି ଶୋ ୪-୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। ଏହା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। ସେ କୁହନ୍ତି, "ଆର୍ଥିକ ଲାଭ ପାଇଁ ନୁହେଁ, ଆମର ଉତ୍ସାହବଶତଃ ଆମେ ଏହା କରିଥାଉ"। ନାଟକରେ ତାଙ୍କର ଦୁଇଟି ଭୂମିକା ରହିଛି: ଲଖିନ୍ଦରଙ୍କୁ ହତ୍ୟା କରୁଥିବା କାଳନାଗୁଣୀ ସାପ ଏବଂ ଭର ନାମକ ଏକ ବ୍ୟଙ୍ଗ ଚରିତ୍ର, ଯିଏ ଏହି ନାଟକର ଉଚ୍ଚ ପ୍ରଗାଢତାରୁ ଆବଶ୍ୟକୀୟ ଆଶ୍ୱସ୍ତି ପ୍ରଦାନ କରିଥାଏ।

PHOTO • Ritayan Mukherjee

୫୩ ର୍ଷୀ ୟ କୃଷକ ତଥା ଅନୁଭବି ପାଲାଗାନ କଳାକାର ନିତ୍ୟାନନ୍ଦ ସର୍କାର ଦେବୀ ମନସା ଭୂମିକାରେ ଅଭିନୟ କରନ୍ତି ସେ ୨୫ ବର୍ଷରୁ ଅଧିକ ସମୟ ଧରି ଏହି ପ୍ରକାରର କଳା ଅଭ୍ୟାସ କରିଆସୁଛନ୍ତି କିନ୍ତୁ ଯେହେତୁ ୨୦୧୯ ମସିହାରେ କୋଭିଡ୍‍-୧୯ ମହାମାରୀ ଆରମ୍ଭ ହୋଇଥିଲା , ତାଙ୍କ ଶୋ ପାଇଁ ବୁକିଂ ସର୍ବନିମ୍ନ ସ୍ତରରେ ରହିଛି ସେ କୁହନ୍ତି, ପୂର୍ବରୁ , ଆମେ କଳାକାରମାନେ ପ୍ରତ୍ୟେକ ଶୋ ରୁ ୮୦୦-୯୦୦ ଟଙ୍କା ରୋଜଗାର କରୁଥିଲୁ ; ବର୍ତ୍ତମାନ ତାହା ମଧ୍ୟ ୪୦୦-୫୦୦ଟଙ୍କା କୁ ଖସି ଆସିଛି

ସଂଗୀତକାରମାନେ ସେମାନଙ୍କର ବାଜା ବଜାଇବା ଆରମ୍ଭ କରନ୍ତି, ଯାହା ପରିବେଷଣର ଆରମ୍ଭକୁ ସୂଚାଇଥାଏ। ନିତ୍ୟାନନ୍ଦ ଏବଂ ତାଙ୍କର ସମସ୍ତ ପୁରୁଷ ଦଳ, ସେମାନଙ୍କର ନାଟକ ପୋଷାକରେ ସଜ୍ଜିତ ହୋଇ ସିଧା ମଞ୍ଚ ଆଡକୁ ମୁହାଁଇଲେ। ଦେବୀ ମନସା ଏବଂ ଗ୍ରାମର ବୟସ୍କଙ୍କ ଆଶୀର୍ବାଦ ପ୍ରାର୍ଥନା କରି ଏହି ଶୋ ଆରମ୍ଭ ହୁଏ। ଏକ ଐଶ୍ୱରୀୟ ଡ୍ରାମା ପାଇଁ ସେମାନେ ପରିଚିତ ଏବଂ ତଥାପି ଐଶ୍ୱରୀୟ ଡ୍ରାମାରେ ଆଶ୍ଚର୍ଯ୍ୟଜନକ ଭୂମିକା ଗ୍ରହଣ କରୁଥିବା ଲୋକଙ୍କୁ ଦେଖି ଜନତା ସର୍ବଦା ମନ୍ତ୍ରମୁଗ୍ଧ ହୋଇଯାଆନ୍ତି। କୌଣସି ଅଭିନେତା ଏଠାରେ ପେସାଦାର ନୁହଁନ୍ତି - ସେମାନେ ସମସ୍ତେ କୃଷକ, କୃଷି ଶ୍ରମିକ କିମ୍ବା ଋତୁକାଳୀନ ପ୍ରବାସୀ ଶ୍ରମିକ ଅଟନ୍ତି।

ନିତ୍ୟାନନ୍ଦଙ୍କୁ ୬ ଜଣିଆ ପରିବାରର ଯତ୍ନ ନେବାକୁ ପଡ଼େ। ସେ କୁହନ୍ତି, "ଚଳିତ ବର୍ଷ ବାତ୍ୟା ୟାସ୍‍ କାରଣରୁ କୃଷିରୁ ମୋର ଆୟ ଶୂନକୁ ଖସି ଆସିଛି।" "ମୋର ଜମିରେ ଲୁଣିଆ ପାଣି ମାଡି ଯାଇଥିଲା ଏବଂ ବର୍ତ୍ତମାନ ଅତ୍ୟଧିକ ବର୍ଷା ହେଉଛି। ମୋର ସାଥୀଗଣ, ଯେଉଁମାନେ କୃଷକ, କିମ୍ବା ଅନ୍ୟ କାମ କରନ୍ତି, ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୁସିର କଥା, ମୁଁ ସରକାରଙ୍କ ତରଫରୁ ପ୍ରତି ମାସରେ ୧୦୦୦ ଟଙ୍କା ପାଇଥାଏ [ଲୋକପ୍ରସାର ପ୍ରକଳ୍ପ ଅଧୀନରେ, ଏକ ରାଜ୍ୟ ଯୋଜନା ଯେଉଁଥିରେ ଲୋକ କଳାକାର, ଯୁବକ ଏବଂ ବୃଦ୍ଧମାନେ ରିଟେନର ଫି କିମ୍ବା ମାସିକ ପେନ୍‍ସନ୍ ପାଇଥା’ନ୍ତି]।”

ଯୁବ ପିଢିର ପୁଅମାନେ, ଯେପରିକି ନିତ୍ୟାନନ୍ଦଙ୍କ ନିଜ ପୁଅ, ପାଲାଗାନ୍ ପ୍ରଦର୍ଶନ କରିବାକୁ ଆଗ୍ରହୀ ନୁହଁନ୍ତି। ଲାହିରିପୁର ପଞ୍ଚାୟତର ଗାଁରୁ ଯୁବକମାନେ ଅନ୍ୟ ରାଜ୍ୟକୁ ଯାଇ ନିର୍ମାଣ ଶ୍ରମିକ କିମ୍ବା କୃଷି ଶ୍ରମିକ ଭାବରେ କାମ ଖୋଜନ୍ତି। ନିତ୍ୟାନନ୍ଦ କୁହନ୍ତି, “ସଂସ୍କୃତି ବଦଳୁଛି। ୩-୫ ବର୍ଷ ପରେ ଏହି କଳା ବିଲୁପ୍ତ ହୋଇପାରେ"।

"ଏପରିକି ଦର୍ଶକଙ୍କ ପସନ୍ଦ ମଧ୍ୟ ବଦଳି ଯାଇଛି। ମୋବାଇଲ୍ ମନୋରଞ୍ଜନ ପାରମ୍ପରିକ ପ୍ରଦର୍ଶନର ସ୍ଥାନ ନେଇଯାଉଛି ବୋଲି ୪୦ ଦଶନ୍ଧିର ମଧ୍ୟଭାଗରେ ଥିବା ଦଳର ଅନ୍ୟ ଜଣେ ଅଭିନେତା ବିଶ୍ୱଜିତ୍ ମଣ୍ଡଳ କୁହନ୍ତି।

ପ୍ରଦର୍ଶନ ଦେଖିବା ଏବଂ କଳାକାରମାନଙ୍କ ସହ କଥାବାର୍ତ୍ତା କରିବାରେ ଅନେକ ଘଣ୍ଟା ଅତିବାହିତ କରି ବର୍ତ୍ତମାନ ମୋର ବିଦାୟ ନେବାର ସମୟ ଆସିଛି। ମୁଁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ନିତ୍ୟାନନ୍ଦ ଡାକି କହିଲେ: “ଦୟାକରି ଶୀତଦିନେ ଆସିବେ। ଆମେ ମା ବନ୍ ବିବି ପାଲାଗାନ୍ ପରିବେଷଣ କରିବୁ। ଆପଣ ମଧ୍ୟ ତାହାକୁ ଡକ୍ୟୁମେଣ୍ଟ୍ କରିପାରିବେ। ମୁଁ ଭୟ କରୁଛି ଯେ ଭବିଷ୍ୟତରେ ଲୋକମାନେ କେବଳ ଇତିହାସ ପୁସ୍ତକଗୁଡ଼ିକରେ ଏହି କଳା ବିଷୟରେ ପଢ଼ିବେ।

PHOTO • Ritayan Mukherjee

ବିଶ୍ୱଜିତ୍ ମଣ୍ଡଳ , ଶୋ ଆରମ୍ଭ ହେବା ପୂର୍ବରୁ ମନସା ପାଲାଗାନ୍ ପ୍ରଦର୍ଶନକାରୀଙ୍କ ପୁରୁଷ ଦଳର କଳାକାର ନିଜର ନାଟକ ପୋଷାକ ଏବଂ ବେଶଭୂଷା କାମଚଳା ଗ୍ରୀନ୍ ରୁମରେ ଯାଞ୍ଚ କରୁଛନ୍ତି


PHOTO • Ritayan Mukherjee

ଜଣେ କଳାକାର ମଞ୍ଚକୁ ଯିବା ପୂର୍ବରୁ ନୃତ୍ୟ ନୂପୁର(ଘୁଙ୍ଗୁର) ବାନ୍ଧୁଛନ୍ତି


PHOTO • Ritayan Mukherjee

ନାଟକରେ ଅଭିନୟ କରିବା ପାଇଁ ବନମାଳି ବ୍ୟାପାରିଙ୍କର ଦୁଇଟି ଭୂମିକା ରହିଛି: ସେଗୁ ଡ଼ି କ ହେଉଛି କଳାନାଗୁଣୀ ସାପ ଏବଂ ଭର ନାମକ ଏକ ବ୍ୟଙ୍ଗ ଚରିତ୍ର ଏହି ଶୋ ୪-୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଗ୍ରମୀଣ ଥିଏଟର୍‍ର ଚାହିଦା ରହିଛି, କିନ୍ତୁ ସେ କୁହନ୍ତି, "ଆର୍ଥିକ ଲାଭ ପାଇଁ ନୁହେଁ, ଆମେ ଆମର ଉତ୍ସାହବଶତଃ ଏହା ପରିବେଷଣ କରୁଛୁ "


PHOTO • Ritayan Mukherjee

ସ୍ୱପନ ମଣ୍ଡଳ ନିଜ ଭୂମିକାର ପୂର୍ବାଭ୍ୟାସ କରୁଛନ୍ତି କୌଣସି ଲିଖିତ ସ୍କ୍ରିପ୍ଟ ବିନା ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ନିଜର ସ୍ମୃତିଶକ୍ତି ଉପରେ ନିର୍ଭର କରିବାକୁ ପ ଡ଼ି


PHOTO • Ritayan Mukherjee

ଶ୍ରୀପଦ ମିର୍ଦ୍ଧା ଜଣେ ଧନୀ ବ୍ୟବସାୟୀ ତଥା ପ୍ରଭୁ ଶିବଙ୍କର ପରମ ଭକ୍ତ ଚାନ୍ଦ ସାଗରର ମୁଖ୍ୟ ଚରିତ୍ରରେ ଅଭିନୟ କରନ୍ତି ଯାହାଙ୍କୁ ଦେବୀ ମନସା ଜିତିବାକୁ ଚେଷ୍ଟା କରନ୍ତି


PHOTO • Ritayan Mukherjee

ଜଣେ ସଂଗୀତକାର ଶୋ ପୂର୍ବରୁ ଜିଭରେ ସିନ୍ଥେସାଇଜର ବଜାନ୍ତି

PHOTO • Ritayan Mukherjee

ଜଣେ ସଂଗୀତକାର କର୍ତାଲ ବଜାଉଛନ୍ତି- କାଠରେ ତିଆରି ଗିନି- ପ୍ରଚ୍ଛଦପଟ ସଂଗୀତ ପ୍ରଦାନ କରେ


PHOTO • Ritayan Mukherjee

ନିତ୍ୟାନନ୍ଦ ଏବଂ ଅନ୍ୟ କଳାକାରମାନେ ସେମାନଙ୍କର ଅଭିନୟ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ପେଣ୍ଡାଲରେ ଦେବତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି

PHOTO • Ritayan Mukherjee

"କଳାକାର ଭାବରେ , ଆମେ ସମସ୍ତେ ମଞ୍ଚକୁ ସମ୍ମାନ କରୁ ଏହା ଆମର ମନ୍ଦିର ଆମେ ଏହାର ଆଶୀର୍ବାଦ ପାଇବା ଆବଶ୍ୟକ" ବୋଲି ନିତ୍ୟାନନ୍ଦ କୁହନ୍ତି


PHOTO • Ritayan Mukherjee

ବାମରୁ: ସ୍ୱପନ ମଣ୍ଡଳ (ଚାନ୍ଦ ସଦଗରଙ୍କ ପତ୍ନୀ ସନାକାଙ୍କର ଅଭିନୟ କରୁଛନ୍ତି) , ନିତ୍ୟାନନ୍ଦ ସର୍କାର (ଦେବୀ ମନସାଙ୍କର ଅଭିନୟ କରୁଛନ୍ତି) ଏବଂ ବିଶ୍ୱଜିତ୍ ମଣ୍ଡଳ (ଚାନ୍ଦ ସଦାଗରଙ୍କ ଝିଅଙ୍କର ଅଭିନୟ କରୁଛନ୍ତି) ଦର୍ଶକଙ୍କ ମଧ୍ୟରେ ଥିବା ଗ୍ରାମ ଦେବତା ଏବଂ ବୟୋଜ୍ୟେଷ୍ଠମାନଙ୍କ ଆଶୀର୍ବାଦ ଭିକ୍ଷା କରି ଅଭିନୟ ଆରମ୍ଭ କରିଥିଲେ


PHOTO • Ritayan Mukherjee

ଦେବୀ ମନସାଙ୍କ ଭୂମିକାରେ ଅଭିନୟ କରୁଥିବା ନିତ୍ୟାନନ୍ଦ ତାଙ୍କ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି

PHOTO • Ritayan Mukherjee

ଏହି ସଂଗୀତ ପ୍ରଦର୍ଶନ ମନସା ମଙ୍ଗଳା କାବ୍ୟ ଉପରେ ଆଧାରିତ , ଏକ ଗୁରୁତ୍ୱପୂର୍ଣ୍ଣ ଉପନ୍ୟାସ ଯାହାକି ଏକ ଆକଳନ ଅନୁଯାୟୀ ୧୩ ତମ ଶତାବ୍ଦୀ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା ଏବଂ ଏହା ପୁରାତନ ଲୋକ ପୁରାଣ ଉପରେ ଆଧାରିତ ବୋଲି କୁହାଯାଏ


PHOTO • Ritayan Mukherjee

ରଜତ ଜୁ ବିଲୀ ଗାଁର ଏହି ବୟସ୍କ ମହିଳାଙ୍କ ଭଳି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇ ସେମାନେ ପରିଚିତ ଥିବା ଲୋକମାନଙ୍କର  ଅଭିନୟ ଦେଖନ୍ତି ଏବଂ ଯେହେତୁ ସେମାନେ ଏକ ଐଶ୍ୱରୀୟ ନାଟକରେ ଆଶ୍ଚର୍ଯ୍ୟଜନକ ଅଭିନୟ ଦେଖି ମୁଗ୍ଧ ହୋଇଯାଆନ୍ତି


PHOTO • Ritayan Mukherjee

ମନସାଙ୍କ ଆଦେଶରେ ଚାନ୍ଦ ସଦାଗରଙ୍କ ପୁଅ ଲଖିନ୍ଦରଙ୍କୁ ହତ୍ୟା କରିବା ପାଇଁ ବିଷାକ୍ତ କଳାନାଗୁଣୀ ସାପର ଅଭିନୟ କରୁଥିବା ବନମା ଳି ବ୍ୟାପା ରୀ ମଞ୍ଚରେ ପ୍ରବେଶ କଲେ


PHOTO • Ritayan Mukherjee

ଏକ ଉତ୍ତେଜନାପୂର୍ଣ୍ଣ ଦୃଶ୍ୟରେ ମନସାଙ୍କ ଅଭିନୟରେ ନିତ୍ୟାନନ୍ଦ ଏବଂ କଳାନାଗୁଣୀ ଅଭିନୟରେ ବନମାଳି ବ୍ୟାପାରି


PHOTO • Ritayan Mukherjee

ଏକ କଷ୍ଟକର ଦୃଶ୍ୟରେ ଅଭିନୟ କରି , କ୍ଳାନ୍ତ ବନମାଳି ଏକ ବିରତି ନେବାକୁ ପଛପଟକୁ ଯାଆନ୍ତି , ଯେଉଁଠାରେ ସେ ଡିହାଇଡ୍ରେସନ୍ କାରଣରୁ ବେହୋସ ହୋଇଯାଆନ୍ତି ଏଠାରେ କୌଣସି ଅଭିନେତା ପୂର୍ଣ୍ଣକାଳୀନ ପେଶାଗତ ଅଭିନେତା ନୁହଁନ୍ତି - ସେମାନେ ସମସ୍ତେ କୃଷକ , କୃଷି ଶ୍ରମିକ କିମ୍ବା ଋତୁକାଳୀନ ପ୍ରବାସୀ ଶ୍ରମିକ ଅଟନ୍ତି


PHOTO • Ritayan Mukherjee

ଚାନ୍ଦ ସଦାଗରଙ୍କ ପତ୍ନୀ ସନକାର ଅଭିନୟ କରୁଛନ୍ତି ସ୍ୱପନ ମଣ୍ଡଳ (ବାମ), ଶ୍ରୀପଦା ମିର୍ଦ୍ଧାଙ୍କ ସହିତ


PHOTO • Ritayan Mukherjee

ଏକ ଭୟଙ୍କର ବାତ୍ୟାରେ ନିଜର ଜାହାଜ ଧକ୍କା ଲାଗି ସମସ୍ତ ମାଲ୍‍ ନଷ୍ଟ ହୋଇଗଲା ପରେ ଚାନ୍ଦ ସଦାଗରଙ୍କ ଭୂମିକାରେ ଅଭିନୟ କରୁଥିବା ଶ୍ରୀପଦ ମିର୍ଦ୍ଧା ସମୁଦ୍ରରେ ଭାସିବାକୁ ଚେଷ୍ଟା କରୁଛନ୍ତି -ଏହା ସବୁ ମନସାଙ୍କ କ୍ରୋଧର ପରିଣାମ ଥିଲା କାରଣ ସେ ତାଙ୍କୁ ସର୍ବଶକ୍ତିମୟୀ ଦେବୀ ଭାବରେ ଗ୍ରହଣ କରିବାକୁ ଜିଦ୍‍ କରି ପ୍ରତ୍ୟାଖ୍ୟାନ କରିଥିଲେ


PHOTO • Ritayan Mukherjee

ନିତ୍ୟାନନ୍ଦ ତାଙ୍କ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପ୍ରଦର୍ଶନକୁ ସତର୍କତାର ସହ ନିରୀକ୍ଷଣ କରୁଛନ୍ତି


PHOTO • Ritayan Mukherjee

ମଧ୍ୟରାତ୍ରିରେ ଶୋ ର ଶେଷ ଆଡକୁ ଏକ ଧୂପ ବାଡ଼ିରୁ ଧୂଆଁ ବାହାରୁଛି ଦର୍ଶକଙ୍କ ଭିତରେ ପିଲାମାନେ ଶୋଇଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Ritayan Mukherjee

Ritayan Mukherjee is a Kolkata-based photographer and a 2016 PARI Fellow. He is working on a long-term project that documents the lives of pastoral nomadic communities of the Tibetan Plateau.

Other stories by Ritayan Mukherjee
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE