ନଭେମ୍ବର ୩୦ ତାରିଖରେ, ସାରା ଦେଶର ହଜାର ହଜାର ଚାଷୀ ଯେଉଁମାନେ କି ରାମଲୀଳା ମୈଦାନକୁ ଦିଲ୍ଲୀର ୪ଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିଲେ ସଂସଦ ମାର୍ଗ(ପାର୍ଲିଆମେଣ୍ଟ ଷ୍ଟ୍ରିଟ୍) ଅଭିମୁଖେ ଯାତ୍ରା କଲେ । ସେମାନେ ସାଙ୍ଗରେ ସେମାନଙ୍କର ଜିନିଷପତ୍ର ଧରିବା ସହିତ କିଛି ଦାବି ନେଇ ଯାଇଥିଲେ । ସେଥିମଧ୍ୟରେ କୃଷକଙ୍କ ସମସ୍ୟା ପାଇଁ ଉତ୍ସର୍ଗୀକୃତ ସଂସଦର ଏକ ସ୍ୱତନ୍ତ୍ର ୨୧ ଦିନିଆ ଅଧିବେଶନ ପାଇଁ ଦାବି ସାମିଲ ଥିଲା।
![Farmers waiting to get the breakfast at Ram Leela Maidan early in the morning at 7.30 AM](/media/images/02-IMG_20181130_082301-SJ.max-1400x1120.jpg)
ସକାଳ ୭.୩୦ ମିନିଟ୍ରେ ଚାଷୀମାନେ ରାମଲୀଳା ମୈଦାନରେ ଜଳଖିଆ ପାଇଁ ଅପେକ୍ଷା କରିଛନ୍ତି
![A young farmer sleeping in the Ram Leela Maidan](/media/images/03-IMG_1571-SJ.max-1400x1120.jpg)
ଯାତ୍ରା ଆରମ୍ଭ କରିବା ପୂର୍ବରୁ ଚାଷୀମାନେ ସକାଳୁ ଟିକେ ଆରାମ କରୁଛନ୍ତି
![Kodanda Raman, 62, a farmer from Kanjankollai village in Kattumannarkoil taluka of Cuddalore district in Tamil Nadu reading the Tamil Newspaper to see if they had covered their story on the March towards Ramlila Maidan](/media/images/04-IMG_1663-SJ.max-1400x1120.jpg)
ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାର କାଟ୍ଟୁମାନ୍ନାରକୋଲି ତାଲୁକାର କାଞ୍ଜନକୋଲ୍ଲାଇ ଗାଁର ଚାଷୀ କୋଦଣ୍ଡ ରମନ୍ କିଶାନ ମୁକ୍ତି ପଦଯାତ୍ରା ସଂପର୍କରେ ଖବରକାଗଜରେ ବାହାରିଛି କି ନାହିଁ ତାହା ଦେଖୁଛନ୍ତି ।
![Adivasi farmers from villages of Nandurbar district in Maharashtra performing their traditional dance at Ramlila Maidan](/media/images/IMG_20181130_083839.max-1400x1120.jpg)
ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ଆଦିବାସୀ ଚାଷୀମାନେ ଏକ ପାରମ୍ପରିକ ନୃତ୍ୟ କରୁଛନ୍ତି
![Farmers starting their March from Ramlila Maidan towards the Parliament street](/media/images/06-IMG_1697-SJ.max-1400x1120.jpg)
ନିଜ ନିଜର ଗାଁ ଓ ଜିଲ୍ଲାରୁ ଆସିଥିବା ଲୋକଙ୍କୁ ଚାଷୀମାନେ ଏକତ୍ରିତ କରୁଛନ୍ତି ଏବଂ ପଦଯାତ୍ରା ପାଇଁ ପ୍ରସ୍ତୁତ ହେଉଛନ୍ତି
![Farmers gather together people from their villages and districts and get ready to march.](/media/images/IMG_1707-SJ-The_long_road_to_Parliament.max-1400x1120.jpg)
ବିକ୍ଷୋଭକାରୀମାନେ ମୈଦାନରୁ ସଂସଦ ମାର୍ଗ ଆଡକୁ ଯାଉଛନ୍ତି
![Delhi people in solidarity with the farmer’s March](/media/images/08-IMG_1799.max-1400x1120.jpg)
ଚାଷୀ ଓ ସେମାନଙ୍କର ଦାବିକୁ ସମର୍ଥନ କରି ଦିଲ୍ଲୀର ଲୋକମାନେ ବାହାରି ଆସିଛନ୍ତି
![Volunteers distributing water to the farmers at Parliament Street](/media/images/09-IMG_1812.max-1400x1120.jpg)
ସଂସଦ ମାର୍ଗରେ ପହଞ୍ଚିବା ପରେ ପଦଯାତ୍ରାକାରୀଙ୍କୁ ସ୍ୱେଚ୍ଛାସେବୀମାନେ ପାଣି ପ୍ୟାକେଟ୍ ବଣ୍ଟନ କରୁଛନ୍ତି
![Farmers from rural Punjab resting at the Parliament Street](/media/images/10-IMG_1816-SJ.max-1400x1120.jpg)
ରାମଲୀଳା ମୈଦାନରୁ ଦୀର୍ଘ ଯାତ୍ରା କରିବା ପରେ ପଞ୍ଜାବର କିଛି ବୟସ୍କ ଚାଷୀ ବିଶ୍ରାମ ନେଉଛନ୍ତି
![Farmers sitting at the Parliament Street listening to the speeches of various leaders.](/media/images/11-IMG_1870-SJ.max-1400x1120.jpg)
ସଂସଦ ମାର୍ଗରେ ଏକ ମଞ୍ଚ ସାମ୍ନାରେ ବସି କୃଷକ ନେତା ଏବଂ ରାଜନେତାଙ୍କ ଭାଷଣ ଶୁଣୁଛନ୍ତି
ଅନୁବାଦ: ଓଡ଼ିଶାଲାଇଭ୍