ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ଶ୍ମଶାନଗୁଡ଼ିକ ତରଳୁଥିଲା ଏବଂ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ସରିଆସୁଥିଲା। ଓଃ ଇସମାଏଲ୍, ସେ କିପରି ଶ୍ଵାସକ୍ରିୟା କରିବାକୁ ସଂଘର୍ଷ କରୁଥିଲେ ! ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ଡାକ୍ତର ମାନଙ୍କୁ ଜେଲ୍‌ ଦଣ୍ଡ ଦିଆଯାଇଥିଲା ଏବଂ କୃଷକମାନଙ୍କୁ ଆତଙ୍କବାଦୀ ଭାବେ ଦେଖାଯାଉଥିଲା । ସ୍ନେହର ନାଜିଆ ଓ ସୋହରାବ…ଓଃ ! ପ୍ରିୟ ଏଲେନ୍…ଏବେ ସେ ସେମାନଙ୍କୁ କେମିତି ଖାଇବାକୁ ଦେବ ? ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ମଣିଷମାନେ ମୂଲ୍ୟହୀନ ଓ ଗାଈମାନେ ପବିତ୍ର । ସ୍ଵାମୀଙ୍କର ଔଷଧ ପାଇଁ ତାଙ୍କର ଥିବା ଛୋଟିଆ ଜମି ଖଣ୍ଡକ ବିକ୍ରି ହୋଇଯାଇଥିବା ବେଳେ, ସେ ଏବେ କେଉଁଠାରେ ଆଶ୍ରୟ ନେବେ ?

ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ପ୍ରତିମୂର୍ତ୍ତି, ଶୌଚାଳୟ ଓ ନକଲି ନାଗରିକତ୍ଵର ପ୍ରତିଶ୍ରୁତି ଅତ୍ୟାଚାରକୁ ବୈଧ କରିବାକୁ ଯଥେଷ୍ଟ ଥିଲା । ଏମିତିକି ଯଦି ସେ କବରସ୍ତାନରେ ଅନ୍ତହୀନ ଧାଡ଼ିରୁ ରକ୍ଷା ପାଇଯାଆନ୍ତି, ତେବେ କବର ଖୋଳାଳିଙ୍କୁ କ’ଣ ଦେବେ ? ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ତାମ୍‌ସା କରୁଥିବା ବାବୁ ଏବଂ ବିବିମାନେ ମନ୍ତବ୍ୟ ଓ କାପୁସିନୋ ବାବଦରେ ଅନ୍ତହୀନ ଭାବେ ତର୍କ କରୁଥିଲେ ଯେ ବ୍ୟବସ୍ଥା କ’ଣ ଭୁଶୁଡ଼ି ପଡୁଛି ନା ଏଥିରେ ଦୁର୍ନୀତି କରାଯାଇଥିଲା ।

ସୋହରାବ ଶାନ୍ତ ହେଉନଥିଲା । ନାଜିଆ ପଥର ପାଲଟି ଯାଇଥିଲା । ଏଲେନ୍ ନିଜ ମା’ଙ୍କର  ଓଢ଼ଣୀକୁ ହାତରେ ଗୁଡ଼ାଉଥିଲା । ଆମ୍ବୁଲାନ୍ସ ବାଲା ଆଉ ଅଧିକ ୨ ହଜାର ଟଙ୍କା ମାଗୁଥିଲା । ପଡ଼ୋଶୀ ତାଙ୍କୁ ସ୍ଵାମୀଙ୍କ ଶବ ନ  ଛୁଇଁବାକୁ ଚେତାଇ ଦେଉଥିଲେ । କାଲି ରାତିରେ କେହି ତାଙ୍କ ଦ୍ଵାରରେ ‘କଟୱା ସାଲା’ ଶବ୍ଦ ଲେଖି ଦେଇଥିଲା । ଲୋକମାନେ ଦ୍ଵିତୀୟ ଲକ୍‌ଡାଉନ୍‌ ସମ୍ପର୍କରେ କଥା ହେଉଥିଲେ ।

କାଲି ରାସନ ଡିଲର ୫୦ ବ୍ୟାଗ୍ ଚାଉଳ ମହଜୁଦ ରଖିବା ନେଇ ଧରାପଡ଼ିଥିଲା । ସୋହରାବ ବେହୋଶ ହୋଇଯାଇଥିଲା । ନାଜିଆ ନିଜ ବାପାଙ୍କ କଫନର ଶେଷ ଭାଗକୁ ଏତେ ଜୋରରେ ଧରିଥିଲା ଯେ ତା’ର ଅଙ୍ଗୁଳିରୁ ରକ୍ତ ବାହାରିଲା । ଧଳା କଫନରେ ଗୁଡ଼ାଇ ହୋଇଥିବା ବାପାଙ୍କୁ ଗାଢ଼ ଲାଲ୍‌ ରଙ୍ଗର ପାଞ୍ଚ ଟୋପା ରକ୍ତରେ ସେ ଅନ୍ତିମ ବିଦାୟ ଦେଲା । ଏଲେନ୍ ଶୋଇ ପଡ଼ିଥିଲା  । ସେ ଏମିତି ଏକ ଦେଶରେ ରହୁଥିଲା ଯେଉଁଠି ରେଲୱେରୁ ନେଇ ଟିକା ଯାଏଁ, ମନ୍ତ୍ରୀଙ୍କଠାରୁ ନେଇ ଛୋଟ ଶିଶୁଙ୍କ ଯାଏଁ ସବୁ କିଛି ଅଧିକ ନିଲାମ ଡାକୁଥିବା ଲୋକକୁ ବିକ୍ରି ହୋଇସାରିଥିଲା ।

ସେ ନିଜର ଜମି ହରାଇ ସାରିଥିଲା, ତଥାପି ଫୋଲିଡୋଲର ଗୋଟିଏ ବୋତଲ ସେହି ଛାଉଣି ତଳେ ଥିଲା ଯେଉଁଠାରେ ଇସମାଇଲ୍‌ ନିଜର ଧଳା ରଙ୍ଗର ଚମକୁଥିବା ଜୁବ୍‌ବା ରଖୁଥିଲା ।  ସେ ଗାଁର ମୁଇଜ୍ଜିନ୍‌ ଥିଲା । ସେ ନିଜର ମା’, ଭାଇ ଓ ସ୍ଵାମୀଙ୍କୁ ଜଣକ ପରେ ଜଣେ ଏହି ନୂଆ ରୋଗରେ ହରାଇଥିଲା । ତଥାପି ତାଙ୍କର ୩ଟି ପିଲା ତାଙ୍କ ଜୀବନର ମିହ ରବ ଏବଂ କିବ୍‌ଲା ଭଳି ଥିଲେ । ନାଜିଆ ୯ ବର୍ଷର ଓ ସୋହରାବ ୧୩ ଏବଂ ଏଲେନ୍ ୬ ମାସର ହୋଇଥିଲା । ସବୁକିଛି ପରେ ତାଙ୍କର ପସନ୍ଦ ଅତି ସରଳ ଥିଲା।

Look my son, there’s a heart in the moon —
With a million holes all soft mehroon.

ହେ ମୋର ପୁଅ, ଦେଖ ଚନ୍ଦ୍ରରେ ଗୋଟିଏ ହୃଦୟ ଅଛି –
ଏକ ଲକ୍ଷ ଛିଦ୍ର ସହ ସବୁ ନରମ ମେହରୁନ।


ଧୁଳି ଏକ ଆସର,
ଧୁଳି ଏକ ଆହା,
ଧୁଳି ଜଣେ ଚାଷୀର ଲାଲ୍‌ ସଂଗୀତ।


Hush my darling, learn to be brave —
Sleep like a furnace, sing like a grave.

ହେ ମୋର ପ୍ରିୟ, ସାହସୀ ହେବା ଶିଖ-
ଗୋଟିଏ ଭାଟି ଭଳି ଶୁଅ, କବର ଭଳି ଗୀତ ଗାଅ।


This land is a cinder,
Thirsty cylinder,
Trapped like a mirror in the dream of a shard —
We are but a number,
Hungry November,
Black like a rose or a carrion bird.

ଏହି ଭୂମି ଏକ ଅଙ୍ଗାର,
ଶୋଷିଲା ସିଲିଣ୍ଡର,
ଗୋଟିଏ ଠିକରାର ସ୍ଵପ୍ନରେ ଆଇନା ଭଳି ଫସିଲା
ଆମେ କେବଳ ଏକ ସଂଖ୍ୟା,
ଭୋକିଲା ନଭେମ୍ବର
ଗୋଲାପ ବା କାରିୟନ ପକ୍ଷୀ ଭଳି କଳା।


God is a vaccine,
God is a pill,
God is a graveyard’s unpaid bill.

ଈଶ୍ଵର ଏକ ଟିକା,
ଈଶ୍ଵର ଏକ ବଟିକା,
ଈଶ୍ଵର କବରସ୍ତାନର ଏକ ବକେୟା ବିଲ୍।


Ballad of a bread,
Or a sky in a scar-tissue
marching ahead.

ଗୋଟିଏ ରୁଟିର ଗୀତ,
ବା କ୍ଷତ ଚିହ୍ନ ଭିତରେ ଏକ ଆକାଶ
ଆଗକୁ ବଢ଼ିଚାଲ ।


Red is a nusrat,
Red is a tomb,
Red is a labourer’s cellophane womb.

ଲାଲ୍‌ ଏକ ମୂଷା,
ଲାଲ୍ ଏକ ଚଉତରା
ଲାଲ୍‌ ଜଣେ ଶ୍ରମିକର ସେଲୋଫେନ୍ ଗର୍ଭ  ।


PHOTO • Labani Jangi

ଜଣେ ଗରିବ ଲୋକର ବାଦଲରେ ତସଲିମ ତସଲିମ-
ସାନିଟାରୀ କଫନ ଭଳି ଗୋଟିଏ ପିନ୍, ତହସିନ ପକାଅ ।


Death is a ghoomāra, hush baby hush!
Look to the flames, how silhouettes blush

ମୃତ୍ୟୁ ଏକ ଘୁମର, ଚୁପ୍ ରୁହ  ବେବି!
ନିଆଁର ଶିଖାକୁ ଦେଖ, କେମିତି ଛାୟା ଲାଜେଇ ଯାଏ ।


ସୁଧନ୍ଵା ଦେଶପାଣ୍ଡେ ପାଠ କରୁଥିବା କବିତା ଶୁଣନ୍ତୁ

( ସୁଧନ୍ଵା ଦେଶପାଣ୍ଡେ , ଜନ ନାଟ୍ୟ ମଞ୍ଚରେ ଜଣେ ଅଭିନେତା ଓ ନିର୍ଦ୍ଦେଶକ ଅଛନ୍ତି ଓ ସେ ଲେଫ୍ଟୱାର୍ଡ ବୁକ୍ସର ସମ୍ପାଦକ )

**********

ଶବ୍ଦର ଅର୍ଥ

ଫୋଲିଡୋଲ : କୀଟନାଶକ
କଫନ : ଅନ୍ତିମ ସଂସ୍କାର ପୋଷାକ
ଜୁବ୍ବା : ଏକ ଲମ୍ବା ଢିଲା ବାହ୍ୟ ପୋଷାକ, ଯେଉଁଥିରେ ଚଉଡ଼ା ହାତ ଥିବ, ଏକ ପ୍ରକାରର ବହୁତ ଢିଲା କୁର୍ତ୍ତା
ମୁଇଜ୍ଜିନ୍ : ଜଣେ ଯିଏ ମସଜିଦରେ ପ୍ରାର୍ଥନା ପାଇଁ ଡାକନ୍ତି
ନୂଆ ରୋଗ : ନୂଆ ଅସୁସ୍ଥତା/ ନୂଆ ରୋଗ
ମିହ ରବ : ଏକ ମସଜିଦରେ ଥିବା ଅର୍ଦ୍ଧ ଗୋଲାକାର ଆକୃତି ଯାହା କିବ୍‌ଲାକୁ ଦର୍ଶାଏ
କିବ୍‌ଲା : କାବ୍‌ବା ଆଡ଼କୁ ଦିଗ
ମେହରୁନ : ଖଇରିଆ ରଙ୍ଗ
ମେହଫିଲ୍‌ : ଉତ୍ସବ ସମାବେଶ
ନୁସର ଅତ : ବିଜୟ, ସହଯୋଗ, ସୁରକ୍ଷା
ତସଲିମ : ସମର୍ପଣ, ଅଭିଭାଦନ
ତହସିନ : ସୌନ୍ଦର୍ଯ୍ୟକରଣ କରିବା, ସମ୍ପନ୍ନ କରିବା
ଘୁମର : ପାରମ୍ପରିକ ରାଜସ୍ଥାନୀ ଲୋକନୃତ୍ୟ


ଅନୁବାଦ: ଓଡ଼ିଶାଲାଇଭ୍‍

Poems and Text : Joshua Bodhinetra

Joshua Bodhinetra is the Content Manager of PARIBhasha, the Indian languages programme at People's Archive of Rural India (PARI). He has an MPhil in Comparative Literature from Jadavpur University, Kolkata and is a multilingual poet, translator, art critic and social activist.

Other stories by Joshua Bodhinetra
Paintings : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE