ମୌସୁମୀ ଥମି ଯାଇଥିଲା । ବିହାର ବାରାଗାଁଓ ଖୁର୍ଦ ଗାଁର ମହିଳାମାନେ ସେମାନଙ୍କର କଚ୍ଚା ଘରର କାନ୍ଥ ଲିପିବା ପାଇଁ ଜମିରୁ କାଦୁଅ ଆଣୁଥିଲେ । ଘରକୁ ଦୃଢ଼ କରିବାକୁ ଓ ସୁନ୍ଦର କରିବାକୁ ସେମାନେ ସାଧାରଣତଃ ଏହି କାମ କରିଥାଆନ୍ତି, ଖାସ୍‌ କରି ପର୍ବପର୍ବାଣି ପୂର୍ବରୁ ତ ନିଶ୍ଚୟ କରନ୍ତି ।

୨୨ ବର୍ଷୀୟା ଲୀଳାବତୀ ଦେବୀ ଅନ୍ୟ ମହିଳାଙ୍କ ସହ ମିଶି କାଦୁଅ ଆଣିବାକୁ ବାହାରକୁ ଯିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ୩ ମାସର ଛୋଟ ପୁଅ କାନ୍ଦୁଥିଲା ଓ ଶୋଉନଥିଲା । ତାଙ୍କ ସ୍ଵାମୀ ୨୪ ବର୍ଷୀୟ ଅଜୟ ଓରାଓନ, ନିକଟରେ ଥିବା ନିଜ ତେଜରାତି ଦୋକାନରେ ଥିଲେ । ଶିଶୁଟି ତାଙ୍କ କାନ୍ଧକୁ ଆଶ୍ରୟ କରି ଶୋଇଥିଲା ଏବଂ କିଛି ମିନିଟ ବ୍ୟବଧାନରେ, ତାକୁ ଜ୍ଵର ଅଛି କି ବୋଲି ଜାଣିବା ପାଇଁ ଲୀଳାବତୀ ତା’ର କପାଳରେ ହାତ ମାରୁଥିଲେ । ସେ କହିଲେ, ‘‘ମୁଁ ଭାବୁଛି ସେ ଠିକ୍‌ ଅଛି ।’’

୨୦୧୮ ମସିହାରେ ଲୀଲାବତୀଙ୍କର ୧୪ ମାସର ଝିଅକୁ ଜ୍ଵର ହେଲା ଆଉ ସେ ସେଥିରେ ପ୍ରାଣ ହରାଇଲା । ଲୀଳାବତୀ କହନ୍ତି, ‘‘ମାତ୍ର ୨ ଦିନ ଜ୍ଵର ହୋଇଥିଲା, ତାହା ବି ଅଧିକ ନଥିଲା ।’’ ତା’ଛଡ଼ା ବାପା ମା’ ଜାଣିନଥିଲେ ଯେ ଝିଅର ମୃତ୍ୟୁର କାରଣ କ’ଣ ଥିଲା । ସେଠାରେ କୌଣସି ହସ୍ପିଟାଲ୍‌ ରେକର୍ଡ ନ ଥିଲା, ପ୍ରେସକ୍ରିପ୍ସନ୍‌ ନ ଥିଲା, କୌଣସି ଔଷଧ ନ ଥିଲା । ଯଦି ଆଉ କିଛି ଦିନ ଭିତରେ ଜ୍ଵର ନ କମେ ତେବେ, ଦମ୍ପତି ସେମାନଙ୍କ ଗାଁଠାରୁ ୯ କିଲୋମିଟର ଦୂରରେ କାଇମୁର ଜିଲ୍ଲା ଅଧୀନ ଅଧୌରା ବ୍ଲକ୍‌ରେ  ଥିବା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯିବାକୁ ଯୋଜନା କରିଥିଲେ, କିନ୍ତୁ ସେମାନେ ତାହା କରିପାରିନଥିଲେ ।

କାଇମୁର ଅଭୟାରଣ୍ୟର ବନ୍ୟାଞ୍ଚଳ ନିକଟରେ ଥିବା ଏହି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ପାଚେରୀ ନାହିଁ । ବାରାଗାଁଓ ଗାଁ ଓ ନିକଟସ୍ଥ ବାରାଗାଁଓ କଲାଣର ବାସିନ୍ଦା ସ୍ଵାସ୍ଥ୍ୟକେନ୍ଦ୍ର କୋଠା (ଦୁଇଟି ଗାଁ ପାଇଁ ଏହି ଗୋଟିଏ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଅଛି) ରେ ଭାଲୁ, ଚିତାବାଘ, ନୀଳଗାଈ ଆଦି ବନ୍ୟଜନ୍ତୁ ବୁଲୁଥିବା ବାବଦରେ କହନ୍ତି, ଯାହା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଓ ଏଠାରେ କାମ କରିବାକୁ ଇଚ୍ଛୁକ ନ ଥିବା ସ୍ଵାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଭୟଭୀତ କରେ ।

ଏଠାରେ କାମ କରୁଥିବା ଜଣେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟକର୍ମୀ (ଆଶା) ଫୁଲବାସୀ ଦେବୀ କହନ୍ତି, ‘‘ଏଠାରେ ଗୋଟିଏ ସବ୍‌ ସେଣ୍ଟର ମଧ୍ୟ ଅଛି (ବାରାଗାଁଓ ଖୁର୍ଦ୍ଦରେ), କିନ୍ତୁ ସେହି କୋଠା ପରିତ୍ୟକ୍ତ ଅବସ୍ଥାରେ ଅଛି। ଏହା ଛେଳି ଓ ଅନ୍ୟ ପଶୁଙ୍କ ଆଶ୍ରୟସ୍ଥଳୀରେ ପରିବର୍ତ୍ତିତ ହୋଇସାରିଛି । ଫୁଲବାସୀ ଦେବୀ ୨୦୧୪ ମସିହାରୁ ଏଠାରେ ଜଣେ ଆଶା ଭାବେ କାମ କରୁଛନ୍ତି ଓ ସେ ନିଜ ସ୍ତର ଅନୁସାରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଅଳ୍ପ ସଫଳତା ହାସଲ କରିଛନ୍ତି ।

In 2018, Leelavati Devi and Ajay Oraon's (top row) baby girl developed a fever and passed away before they could take her to the PHC located close to the Kaimur Wildlife Sanctuary. But even this centre is decrepit and its broken-down ambulance has not been used for years (bottom row)
PHOTO • Vishnu Narayan

୨୦୧୮ରେ, ଲୀଳାବତୀ ଦେବୀ ଓ ଅଜୟ ଓରାଓନଙ୍କର (ଉପର ଧାଡ଼ି) ଛୋଟ ଝିଅକୁ ଜ୍ଵର ହେଲା ଏବଂ କଇମୁର ଅଭୟାରଣ୍ୟକୁ ଲାଗିଥିବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେବା ପୂର୍ବରୁ ସେ ପ୍ରାଣ ହରାଇଲା ଏହି କେନ୍ଦ୍ର  ବିପର୍ଯ୍ୟସ୍ତ ଏବଂ ଏହାର ଭାଙ୍ଗିଯାଇଥିବା ଆମ୍ବୁଲାନ୍ସ (ତଳ ଧାଡ଼ି) ଦୀର୍ଘ ବର୍ଷ ହେଲା ବ୍ୟବହାର ହୋଇନାହିଁ

ଫୁଲବାସୀ କହନ୍ତି, ଡାକ୍ତର ଅଧୌରାରେ (ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ସହର) ରହନ୍ତି । ମୋବାଇଲ ଫୋନ୍‌ ନାହିଁ, ଏଣୁ ଜରୁରୀକାଳୀନ ସ୍ଥିତିରେ ମୁଁ କାହାରିକୁ ଯୋଗାଯୋଗ କରିପାରେନାହିଁ ।’’ ଏହାଛଡ଼ା, ଏତେ ବର୍ଷ ଭିତରେ ସେ ହିସାବ କରନ୍ତି ଯେ ଅତି କମ୍‌ରେ  ୫୦ ଜଣ ମହିଳାଙ୍କୁ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ମାତୃ ଓ ଶିଶୁ ଡାକ୍ତରଖାନାର ରେଫରାଲ୍‌ ୟୁନିଟ୍‌କୁ ନେଇଆସିଛନ୍ତି । ଏହି ହସ୍ପିଟାଲର କୋଠା ମଧ୍ୟ ବିକୃତ ହୋଇଯାଇଛି ଏବଂ ଏଠାରେ ବି କୌଣସି ମହିଳା ଡାକ୍ତର ନାହାନ୍ତି । ଏଠାରେ ସବୁ ଦାୟିତ୍ଵ ଜଣେ ସହାୟକ ନର୍ସ ଧାଇ (ଏଏନ୍‌ଏମ୍‌) ଓ ଜଣେ ପୁରୁଷ ଡାକ୍ତର ହିଁ ତୁଲାନ୍ତି । ସେ ଦୁଇ ଜଣ ବି ଏହି ଗାଁରେ ରହନ୍ତି ନାହିଁ ଏବଂ ଟେଲିକମ୍‌ ସିଗ୍‌ନାଲ୍‌ ନ ଥିଲେ ଜରୁରୀ ସ୍ଥିତିରେ ସେମାନଙ୍କୁ ଯୋଗାଯୋଗ କରିବା କଷ୍ଟକର ।

କିନ୍ତୁ ଫୁଲବାସୀ ବାରାଗାଁଓ ଖୁର୍ଦ୍ଦର ୮୫ଟି ପରିବାରର (୫୨୨ ଜନସଂଖ୍ୟା) ସ୍ଵାସ୍ଥ୍ୟସେବାର ଦାୟିତ୍ଵ ବହନ କରିଛନ୍ତି । ଫୁଲବାସୀଙ୍କୁ ମିଶାଇ ଅଧିକାଂଶ ଅନୁସୂଚିତ ଜନଜାତିର ଓରାଓନ ସଂପ୍ରଦାୟର । ସେମାନଙ୍କର ଜୀବନ ଓ ଜୀବିକା କୃଷି ଓ ଜଙ୍ଗଲ ଉପରେ ନିର୍ଭରଶୀଳ । ସେମାନଙ୍କ ମଧ୍ୟରୁ କେତେକଙ୍କର କିଛି ପରିମାଣର ଜମି ଅଛି ଯେଉଁଠାରେ ସେମାନେ ମୁଖ୍ୟତଃ ଧାନ ଚାଷ କରନ୍ତି । କେତେକ ଦିନ ମଜୁରୀ ସନ୍ଧାନରେ ଅଧୌରା ଓ ଅନ୍ୟ ସହରକୁ ଯାଆନ୍ତି ।

ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ବାହାରେ ଦୀର୍ଘ ବର୍ଷ ହେଲା ଭଙ୍ଗା ଅବସ୍ଥାରେ ପଡ଼ିଥିବା ଗୋଟିଏ ଗାଡ଼ି ଆଡ଼କୁ ଇଙ୍ଗିତ କରି ଫୁଲବାସୀ କହିଲେ, ‘‘ଆପଣ ଭାବୁଛନ୍ତି ଇଏ ଗୋଟିଏ ଛୋଟ ସଂଖ୍ୟା, କିନ୍ତୁ ଏଠାରେ ସରକାରଙ୍କ ମାଗଣା ଆମ୍ବୁଲାନ୍ସ ସେନା ନାହିଁ । ଏବଂ ଲୋକଙ୍କ ଭିତରେ ଡାକ୍ତରଖାନା, କପର-ଟି ଓ ଗର୍ଭନିରୋଧକ ଔଷଧ(କେମିତି କପର ଟି ଭର୍ତ୍ତି କରାଯାଏ ବା ଔଷଧ ଦୁର୍ବଳତା ଓ ନିଦ୍ରା ଆଣେ) ବାବଦରେ ଭୁଲ ଧାରଣା ରହିଛି । ମୋଟ ଉପରେ ଘରର ସବୁ କାମ କରିବା ପରେ ଏଠି କାହାକୁ ମା’ ଓ ଶିଶୁ, ପୋଲିଓ ଏବଂ ଏମିତି ସବୁ ବାବଦରେ ‘ସଚେତନତା’ ଅଭିଯାନ ପାଇଁ ସମୟ ଥାଏ ।’’

ବାରାଗାଁଓ ଖୁର୍ଦ୍ଦରେ ଗର୍ଭବତୀ ମହିଳା ଓ ନୂଆ କରି ମା’ ହୋଇଥିବା ମହିଳାଙ୍କ ସହ ଆମର ଆଲୋଚନା ସମୟରେ ଏହି ସବୁ ସ୍ଵାସ୍ଥ୍ୟସେବା ଜନିତ ସମସ୍ୟା ବାବଦରେ ଜଣାପଡ଼ିଲା । ଆମେ ଯେତେ ମହିଳାଙ୍କ ସହ କଥାହେଲୁ ସେମାନେ ସମସ୍ତେ ଘରେ ପ୍ରସବ କରିଥିଲେ, ଅନ୍ୟପଟେ କଇମୁର ଜିଲ୍ଲାର ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ( ଏନ୍‌ଏଫ୍‌ଏଚ୍‌ଏସ୍‌-୪ , ୨୦୧୫-୧୬) ତଥ୍ୟ ଦର୍ଶାଉଛି ଯେ ଗତ ୫ ବର୍ଷ ଭିତରେ ୮୦ ପ୍ରତିଶତ ପ୍ରସବ ଡାକ୍ତରଖାନାରେ ହୋଇଛି ବୋଲି ।  ଏନ୍‌ଏଫ୍‌ଏଚ୍‌ଏସ୍‌-୪ ମଧ୍ୟ ଦର୍ଶାଉଛି ଯେ ଘରେ ଜନ୍ମ ହୋଇଥିବା କୌଣସି ବି ଶିଶୁ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୨୪ ଘଣ୍ଟା ଭିତରେ କୌଣସି ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇନାହିଁ ।

ବାରାଗାଁଓ ଖୁର୍ଦ୍ଦର ଆଉ ଏକ ଘରେ ୨୧ ବର୍ଷୀୟା କାଜଲ ଦେବୀ ନିଜ ବାପାଙ୍କ ଘରେ ପିଲା ଜନ୍ମ ଦେବା ପରେ ୪ ମାସର ପୁଅକୁ ଧରି ନିଜ ଶାଶୂ ଘରକୁ ଫେରିଛନ୍ତି । ତାଙ୍କର ପୁରା ଗର୍ଭାବସ୍ଥାରେ କୌଣସି ଡାକ୍ତରୀ ପରାମର୍ଶ ବା ପରୀକ୍ଷା ହୋଇନଥିଲା । ଏଯାଏଁ ଏହି ଶିଶୁଟି କୌଣସି ଟିକା ନେଇନାହିଁ । କାଜଲ କହନ୍ତି, ‘‘ମୁଁ ମୋ ମା’ଙ୍କ ଘରେ ଥିଲି ଏଣୁ ମୁଁ ଭାବିଲି ଘରକୁ ଫେରିବା ପରେ ପିଲାକୁ ଟିକା ଦେବି ।’’ କାଜଲ ଜାଣନ୍ତି ନାହିଁ ଯେ ବାପାଙ୍କ ଘରେ ଥିବାବେଳେ ନିକଟସ୍ଥ ବାରାଗାଁଓ କଲାଣରେ ବି ନିଜ ପୁଅକୁ ଟିକା ଦେଇପାରିଥାନ୍ତେ । ବାରାଗାଁଓ କଲାଣ ଟିକିଏ ବଡ଼ ଗାଁ ଯେଉଁଠାରେ ୧୦୮ ପରିବାର ଏବଂ ୬୧୯ ଜଣ ଲୋକ ରହନ୍ତି, ଏବଂ ସେଠାରେ ଜଣେ ଆଶା କର୍ମୀ ଅଛନ୍ତି ।

'I have heard that children get exchanged in hospitals, especially if it’s a boy, so it’s better to deliver at home', says Kajal Devi
PHOTO • Vishnu Narayan
'I have heard that children get exchanged in hospitals, especially if it’s a boy, so it’s better to deliver at home', says Kajal Devi
PHOTO • Vishnu Narayan

କାଜଲ ଦେବୀ କହନ୍ତି, ‘‘ଆମେ ଶୁଣିଛୁ ଯେ ଡାକ୍ତରଖାନାରେ ପିଲା ବଦଳ କରିଦିଆଯାଏ, ଖାସ୍‌ କରି ପୁଅ ପିଲା ହୋଇଥାଏ, ତେଣୁ ଘରେ ପିଲା ଜନ୍ମ କରିବା ଭଲ’’

ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଦ୍ୱିଧା ଭୟରୁ ଆସିଥାଏ ଏବଂ ଅନେକ କ୍ଷେତ୍ରରେ ପୁଅ ପିଲା ପାଇଁ ପସନ୍ଦ । ସେ କାହିଁକି ଗାଁର ବୟସ୍କ ମହିଳାଙ୍କ ସାହାଯ୍ୟରେ ଘରେ ପ୍ରସବ କରିବାକୁ ବାଛିଲେ ଏ ବାବଦରେ ପଚାରିବାରୁ କାଜଲ କହିଲେ, ‘‘ମୁଁ ଶୁଣିଛି ଯେ ଡାକ୍ତରଖାନାରେ ପିଲା ବଦଳ କରିଦିଆଯାଏ, ଖାସ୍‌ କରି ଯଦି ପୁଅ ପିଲା ହୋଇଥାଏ, ତେଣୁ ଘରେ ପ୍ରସବ କରିବା ଭଲ ।’’

ବାରାଗାଁଓ ଖୁର୍ଦ୍ଦର ଆଉ ଜଣେ ବାସିନ୍ଦା ୨୮ ବର୍ଷୀୟ ସୁନୀଲା ଦେବୀ କହନ୍ତି, ସେ ମଧ୍ୟ କୌଣସି ତାଲିମପ୍ରାପ୍ତ ନର୍ସ ବା ଡାକ୍ତରଙ୍କ ସାହାଯ୍ୟ ବିନା ଘରେ ପ୍ରସବ କରିଥିଲେ । ତାଙ୍କର ଚତୁର୍ଥ ପିଲା, ସେ ମଧ୍ୟ ଝିଅ ତାଙ୍କ କୋଳରେ ଶୋଇଥିଲା । ତାଙ୍କର ଗର୍ଭାବସ୍ଥାରେ ସୁନୀତା କୌଣସି ଡାକ୍ତରଙ୍କ ପାଖକୁ ବା ପ୍ରସବ ପାଇଁ ଯାଇନଥିଲେ ।

ସୁନୀତା କହନ୍ତି, ‘‘ହସ୍ପିଟାଲରେ ବହୁ ଲୋକ ଥାଆନ୍ତି । ମୁଁ ଲୋକଙ୍କ ସାମ୍ନାରେ ଜନ୍ମ କରିପାରିବି ନାହିଁ । ମୁଁ ଲଜ୍ଜା ଅନୁଭବ କରେ ଏବଂ ଝିଅ ହେଲେ ତ ସ୍ଥିତି ଆହୁରି ଖରାପ ।’’ ଯେତେବେଳେ ଫୁଲବାସୀ କହନ୍ତି ଯେ ଡାକ୍ତରଖାନାରେ ଗୋପନୀୟତା ରକ୍ଷା କରାଯିବ, ତାଙ୍କୁ ସୁନୀତା ବିଶ୍ଵାସ କରନ୍ତି ନାହିଁ ।

‘‘ଜଣେ ବୃଦ୍ଧାଙ୍କର ସାହାଯ୍ୟରେ ଘରେ ପ୍ରସବ କରିବା ହିଁ ସବୁଠାରୁ ଭଲ । ୪ଟି ପିଲା ଜନ୍ମ କରିବା ପରେ ଏମିତି ବି ତୁମକୁ କାହାରି ସାହାଯ୍ୟର ଆବଶ୍ୟକତା ବି ପଡ଼େ ନାହିଁ ।’’ ସୁନୀତା ଜୋରରେ ହସି କହିଲେ, ‘‘ଏବଂ ତା’ପରେ ଏହି ଲୋକ ଆସନ୍ତି ଗୋଟିଏ ଇଞ୍ଜେକସନ୍‌ ଦେବାକୁ ଆଉ ତା’ପରେ ତୁମେ ଭଲ ଅନୁଭବ କରିବ ।’’

ଇଞ୍ଜେକ୍‌ସନ ଦେବାକୁ ଆସୁଥିବା ବ୍ୟକ୍ତି ଜଣେ ‘‘ବିନା ଡିଗ୍ରୀ ଡାକ୍ତର’’(ଡିଗ୍ରୀ ନ ଥିବା ଜଣେ ଡାକ୍ତର) । ୭ କିଲୋମିଟର ଦୂରରେ ଥିବା ତଳ ମାର୍କେଟ୍‌ରୁ ଆସୁଥିବା ଏହି ବ୍ୟକ୍ତିଙ୍କୁ ଗାଁର କେତେକ ଲୋକ ଏହି ନାଁରେ ଡାକନ୍ତି । ତାଙ୍କର ଯୋଗ୍ୟତା କ’ଣ ଓ ସେ ଦେଉଥିବା ଇଞ୍ଜେକସନ୍‌ରେ କ’ଣ ଅଛି ସେ ବାବଦରେ କେହି ସମ୍ପୂର୍ଣ୍ଣ ରୂପେ ଜାଣିନାହାନ୍ତି  ।

ଆମେ କଥା ହେବା ବେଳେ ସୁନୀତା କୋଳରେ ଶୋଇଥିବା ପିଲାକୁ ଚାହୁଁଥାଆନ୍ତି । ଆଉ ଗୋଟିଏ ଝିଅ ଜନ୍ମ ଦେଇଥିବାରୁ ନିଜକୁ ଦୋଷୀ ବୋଲି ଭାବୁଥିଲେ, ଚିନ୍ତା କରୁଥିଲେ ସେ କେମିତି ସବୁ ଝିଅଙ୍କୁ ବାହା କରିବେ, ଏବଂ ତାଙ୍କ ସ୍ଵାମୀଙ୍କ ପାଇଁ ମଧ୍ୟ ଚିନ୍ତା ଥିଲା, ଯାହାଙ୍କୁ ବିଲରେ ସାହାଯ୍ୟ କରିବାକୁ ପରିବାରରେ କେହି ପୁରୁଷ ସଦସ୍ୟ ନାହାନ୍ତି ବୋଲି ।

Top left: 'After four children, you don’t need much assistance', says Sunita Devi. Top right: Seven months pregnant Kiran Devi has not visited the hospital, daunted by the distance and expenses. Bottom row: The village's abandoned sub-centre has become a resting shed for animals
PHOTO • Vishnu Narayan

ଉପର ବାମ : ‘୪ଟି ପିଲା ପରେ ତୁମକୁ କାହାରି ବେଶୀ ସାହାଯ୍ୟର ଆବଶ୍ୟକତା ପଡ଼େ ନାହିଁ । ଉପର ଡାହାଣ : ସାତ ମାସର ଗର୍ଭବତୀ ଥିବା କିରଣ ଦେବୀ ଦୂର ବାଟ ଓ ଖର୍ଚ୍ଚ ଦୃଷ୍ଟିରୁ କେବେ ହସ୍ପିଟାଲ ଯାଇନାହାନ୍ତି । ତଳ ଧାଡ଼ି: ଗାଁର ପରିତ୍ୟକ୍ତ ଉପ-କେନ୍ଦ୍ର ପଶୁମାନଙ୍କ ପାଇଁ ବିଶ୍ରାମସ୍ଥଳୀ ପାଲଟିଛି ।

ପ୍ରସବର ୩-୪ ସପ୍ତାହ ପୂର୍ବରୁ ଏବଂ ପରେ ପ୍ରତିଦିନ ଅପରାହ୍ନରେ ସୁନୀତା ଘର କାମ ସାରି ଜମିକୁ ଯାଆନ୍ତି । ସେ କହନ୍ତି, ‘‘ଅଳ୍ପ କିଛି କାମ-ରୋଇବା ଆଦି, ବେଶୀ କିଛି ନୁହେଁ ।’’

ସୁନୀତାଙ୍କ ଘରଠାରୁ କିଛି ଘର ଦୂରରେ ରହନ୍ତି ୨୨ ବର୍ଷୀୟା କିରଣ ଦେବୀ, ଯିଏ କି ତାଙ୍କର ପ୍ରଥମ ଥର ପାଇଁ ୭ ମାସର ଗର୍ଭବତୀ ଅଛନ୍ତି । ସେ ଥରେ ବି ଡାକ୍ତରଖାନାକୁ ଯାଇନାହାନ୍ତି । ଏହା ପଛରେ କାରଣ ହେଲା ସେଠାକୁ ତାଙ୍କୁ ଚାଲି ଚାଲି ଯିବା ପାଇଁ ହନ୍ତସନ୍ତ ହେବାକୁ ପଡ଼ିବ ଏବଂ ଗାଡ଼ି ଭଡ଼ା ବାବଦକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । କିଛି ମାସ ପୂର୍ବରୁ (୨୦୨୦ରେ) କିରଣଙ୍କର ଶାଶୂଙ୍କର ଦେହାନ୍ତ ହୋଇଥିଲା । କିରଣ ପଚାରିଲେ, ‘‘କମ୍ପି କମ୍ପି ସେ ଏଠାରେ ପ୍ରାଣ ହରାଇଲେ । ଆମେ କେମିତି ହସ୍ପିଟାଲ ଯିବୁ ?’’

ବାରାଗାଁଓ ଖୁର୍ଦ୍ଦ ଓ ବାରାଗାଁଓ କଲାଣ, ଏହି ଦୁଇ ଗାଁରୁ କେହି ହଠାତ ଅସୁସ୍ଥ ହେଲେ, ଲୋକଙ୍କ ପାଖରେ ବିକଳ୍ପ ଖୁବ୍‌ ସୀମିତ: ସାଧାରଣ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, କୌଣସି ପାଚେରୀ ନ ଥାଇ ଅସୁରକ୍ଷିତ; ମା ଏବଂ ଶିଶୁ ଡାକ୍ତରଖାନାର ରେଫରାଲ୍ ୟୁନିଟ୍ (ପ୍ରକୃତ ହସ୍ପିଟାଲ କାଇମୁର ଜିଲ୍ଲା ହସ୍ପିଟାଲର ଅଂଶ) ଯେଉଁଠାରେ ଥିବା ଜଣେମାତ୍ର ଡାକ୍ତର ଉପଲବ୍ଧ ନ ଥାଇପାରନ୍ତି; ବା ଏଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଭାବୁଆରେ ଥିବା କାଇମୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।

ଅଧିକାଂଶ ସମୟରେ, କିରଣଙ୍କ ଗାଁରୁ ଲୋକେ ଚାଲି ଚାଲି ଆସନ୍ତି । ଏଠାରେ ଯୋଗାଯୋଗ କହିଲେ କେତେକ ବସ୍‌ ଯାଆସ କରନ୍ତି ଯାହାର କିଛି ନିର୍ଦ୍ଦିଷ୍ଟ ସମୟ ନ ଥାଏ ନଚେତ କେତେକ ଘରୋଇ ପିକ୍‌ ଅପ୍‌ ଯାନ ।  ଏବଂ ମୋବାଇଲ୍‌ ଫୋନ୍‌ ନେଟୱର୍କ ପାଇବାର ସଂଘର୍ଷ ଏଠାରେ ଗୁରୁତର । ଏଠାରେ ଗାଁ ଲୋକେ କାହା ସହ ଯୋଗାଯୋଗ ନ କରି ସପ୍ତାହ ସପ୍ତାହ ଯାଏଁ ରହନ୍ତି ।

ଯେତେବେଳେ ପଚରାଗଲା ଯେ ତାଙ୍କୁ ନିଜ କାମ ଭଲରେ କରିବାରେ ସାହାଯ୍ୟ କରିବାକୁ କଣ କରାଯିବା କଥା, ଫୁଲବାସୀ ତାଙ୍କ ସ୍ଵାମୀଙ୍କର ଫୋନ୍‌ ବାହାର କଲେ । ସେ କହିଲେ, ‘‘ଭଲରେ ରଖାଯାଇଥିବା ଗୋଟିଏ ଅବ୍ୟବହୃତ ଖେଳଣା ।’’

ଡାକ୍ତର ବା ନର୍ସ ନୁହେଁ-ବରଂ ଉନ୍ନତ ସଂଯୋଗ ଓ ଯୋଗାଯୋଗ ବ୍ୟବସ୍ଥା ଦରକାର - ସେ କହିଲେ, ‘‘ଏଥିରୁ ଗୋଟିଏ ଅନେକ କିଛି ପରିବର୍ତ୍ତନ କରିବ ।’’

ପ୍ରଚ୍ଛଦ ଦୃଷ୍ଟାନ୍ତ: ଲବଣି ଜାଙ୍ଗୀ, ମୂଳତଃ ପଶ୍ଟିମବଙ୍ଗ ନଦିଆ ଜିଲ୍ଲାର ଗୋଟିଏ ଛୋଟ ସହରର ବାସିନ୍ଦା, କୋଲକାତାସ୍ଥିତ ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍‌ସେସ୍‌ରେ ବେଙ୍ଗଲୀ ଶ୍ରମିକ ବିସ୍ଥାପନ ବିଷୟରେ ପିଏଚ୍‌ଡି କରୁଛନ୍ତି । ସେ ଜଣେ ଆତ୍ମ-ଶିକ୍ଷିତ ଚିତ୍ରକର ଓ ଭ୍ରମଣକୁ ଭଲ ପାଆନ୍ତି ।

ଭାରତର ଗ୍ରାମାଞ୍ଚଳର କିଶୋର ବାଳିକା ଓ ଯୁବତୀମାନଙ୍କ ଉପରେ  ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟଂ  ପ୍ରୋଜେକ୍ଟ, ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସହଯୋଗରେ ପରିଚାଳିତ ଏକ ପଦକ୍ଷେପ ସାଧାରଣ ଲୋକଙ୍କ ସ୍ୱର ଏବଂ ଜୀବନ୍ତ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ତଥାପି ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ  ଏହା ଉଦ୍ଦିଷ୍ଟ

ଏହି ଆଲେଖର ପୁନଃ ପ୍ରକାଶନ ଚାହୁଁଚନ୍ତି? ଦୟାକରି [email protected]ରେ ଏସିସି କରିବା ସହିତ [email protected]କୁ ଲେଖନ୍ତୁ

ଅନୁବାଦ - ଓଡ଼ିଶାଲାଇଭ୍‍

Anubha Bhonsle

২০১৫ সালের পারি ফেলো এবং আইসিএফজে নাইট ফেলো অনুভা ভোসলে একজন স্বতন্ত্র সাংবাদিক। তাঁর লেখা “মাদার, হোয়্যারস মাই কান্ট্রি?” বইটি একাধারে মণিপুরের সামাজিক অস্থিরতা তথা আর্মড ফোর্সেস স্পেশাল পাওয়ারস অ্যাক্ট এর প্রভাব বিষয়ক এক গুরুত্বপূর্ণ দলিল।

Other stories by Anubha Bhonsle
Vishnu Narayan

বিষ্ণু সিং পাটনা নিবাসী স্বতন্ত্র সাংবাদিক।

Other stories by Vishnu Narayan
Illustration : Labani Jangi

২০২০ সালের পারি ফেলোশিপ প্রাপক স্ব-শিক্ষিত চিত্রশিল্পী লাবনী জঙ্গীর নিবাস পশ্চিমবঙ্গের নদিয়া জেলায়। তিনি বর্তমানে কলকাতার সেন্টার ফর স্টাডিজ ইন সোশ্যাল সায়েন্সেসে বাঙালি শ্রমিকদের পরিযান বিষয়ে গবেষণা করছেন।

Other stories by Labani Jangi
Editor : Hutokshi Doctor
Series Editor : Sharmila Joshi

শর্মিলা জোশী পিপলস আর্কাইভ অফ রুরাল ইন্ডিয়ার (পারি) পূর্বতন প্রধান সম্পাদক। তিনি লেখালিখি, গবেষণা এবং শিক্ষকতার সঙ্গে যুক্ত।

Other stories by শর্মিলা জোশী
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE