୨୦୨୩ ଥିଲା ଏକ ବ୍ୟସ୍ତବହୁଳ ବର୍ଷ।
ଜାନୁଆରୀଠାରୁ ଆରମ୍ଭ କରି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଦିନ ଭାରତରେ ଅତି ଖରାପ ପାଣିପାଗ ଦେଖିବାକୁ ମିଳିଥିଲା। ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ଅଧିକ ପ୍ରତିନିଧିତ୍ୱ ପାଇଁ ସେପ୍ଟେମ୍ବର ମାସରେ ଲୋକସଭାରେ ମହିଳା ସଂରକ୍ଷଣ ବିଧେୟକ ଗୃହୀତ ହୋଇଥିଲା, କିନ୍ତୁ ଏହି ବିଧେୟକ କେବଳ ୨୦୨୯ରେ କାର୍ଯ୍ୟକାରୀ ହେବ । ଇତିମଧ୍ୟରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ ୨୦୨୨ରେ ମହିଳାଙ୍କ ବିରୋଧରେ ୪୪୫,୨୫୬ଟି ଅପରାଧ ସଂଘଟିତ ହୋଇଥିଲା। ଅଗଷ୍ଟ ମାସରେ, ସର୍ବୋଚ୍ଚ ନ୍ୟାୟାଳୟ ଲିଙ୍ଗଗତ ରୁଢ଼ିବାଦର ମୁକାବିଲା କରିବା ଲାଗି ଏକ ପୁସ୍ତିକା ବା ହ୍ୟାଣ୍ଡବୁକ୍ ଜାରି କରିଥିଲେ, ଯେଉଁଥିରେ ‘ରୁଢ଼ିବାଦକୁ ପ୍ରୋତ୍ସାହନ ଦେଉଥିବା’ କେତେକ ଶବ୍ଦ ପାଇଁ ବିକଳ୍ପ ଶବ୍ଦ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଥିଲା, ଏପରିକି ସୁପ୍ରିମକୋର୍ଟଙ୍କ ୫ ଜଣ ବିଚାରପତିଙ୍କ ଖଣ୍ଡପୀଠ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ବିରୋଧରେ ରାୟ ଦେଇଥିଲେ। ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ସାମ୍ପ୍ରଦାୟିକ ଓ ଜାତିଗତ ବିଦ୍ୱେଷ ଆଧାରିତ ହିଂସା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ଥିଲା। ମାର୍ଚ୍ଚ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ଭାରତରେ ମୋଟ୍ କୋଟିପତିଙ୍କ ସଂଖ୍ୟା ୧୬୬ରୁ ବୃଦ୍ଧି ପାଇ ୧୭୪ରେ ପହଞ୍ଚିଛି। ବର୍ଷର ପ୍ରଥମ ନଅ ମାସ ୧୫-୨୯ ବର୍ଷ ବୟସ ବର୍ଗର ଲୋକଙ୍କ ମଧ୍ୟରେ ବେକାରୀ ହାର ପ୍ରାୟ ୧୭.୩ ପ୍ରତି ରହିଥିଲା।








