ଅନୁବାଦ: ଓଡ଼ିଶାଲାଇଭ୍

SANGUR, PUNJAB
|FRI, JAN 12, 2024
ତୃତୀୟଲିଙ୍ଗୀ ଲୋକଙ୍କ ଦୈନନ୍ଦିନ ଜୀବନ
ତୃତୀୟ ଲିଙ୍ଗୀ ଲୋକମାନେ ସେମାନଙ୍କ ଲିଙ୍ଗଗତ ପରିଚୟ, ଲିଙ୍ଗଗତ ଅଭିବ୍ୟକ୍ତି, ଯୌନଗତ ସ୍ଥିତି ଓ ଯୌନ ଅଭିବ୍ୟକ୍ତି ଆଧାରରେ ପରିଚିତ ହୋଇଥା’ନ୍ତି। ସେମାନଙ୍କୁ ପ୍ରାୟତଃ ଏଲଜିବିଟିକ୍ୟୁଆଇଏ + ରୂପରେ ବର୍ଗୀକୃତ କରାଯାଏ ଏବଂ ଏମାନଙ୍କ ମଧ୍ୟରେ ସମଲିଙ୍ଗୀ ନାରୀ, ସମଲିଙ୍ଗୀ ପୁରୁଷ, ଉଭୟଲିଙ୍ଗୀ, କିନ୍ନର, କ୍ୱେଶ୍ଚିନିଂ/କୁଇଅର୍, ଇଣ୍ଟରସେକ୍ସ, ଯୌନପ୍ରବଣତାହୀନ ଏବଂ ଆହୁରି ଅନେକ ସାମିଲ ରହିଛନ୍ତି । ସାମାଜିକ ଏବଂ ଆଇନଗତ କ୍ଷେତ୍ରରେ ସମ୍ପୂର୍ଣ୍ଣ ମାନ୍ୟତା ପାଇଁ ସେମାନଙ୍କ ଯାତ୍ରା ବେଶ୍ ସଂଘର୍ଷପୂର୍ଣ୍ଣ ରହିଛି। ଏହି ସଂକଳନର କାହାଣୀରେ ମୌଳିକ ଅଧିକାର ପାଇବା ପାଇଁ ତୃତୀୟଲିଙ୍ଗୀ ବା କୁଇଅର୍ ସମୁଦାୟର ସମସ୍ୟାକୁ ଉଜାଗର କରାଯାଇଛି । ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଉଭୟ କ୍ଷେତ୍ରରେ ସାମାଜିକ ମାନ୍ୟତା, ନ୍ୟାୟ, ପରିଚୟ ଏବଂ ସ୍ଥିର ଭବିଷ୍ୟତ ପାଇଁ ସେମାନେ ନିରନ୍ତର ସଂଘର୍ଷ କରିଚାଲିଛନ୍ତି। ତୃତୀୟ ଲିଙ୍ଗୀ ଲୋକମାନେ ନିଜ ପରିଚୟ ଜାହିର୍ କରିବା ଲାଗି ସଂଘର୍ଷ କରୁଥିବା ସମୟରେ ସାରା ଭାରତରୁ ଖୁସି, ନିଃସଙ୍ଗତା ଏବଂ ଏକତାକୁ ପାଳନ କରୁଥିବା ସେମାନଙ୍କ ସ୍ୱରକୁ ନେଇ କାହାଣୀ ସବୁ ଏଠାରେ ଉପସ୍ଥାପନ କରାଯାଇଛି
Author
Translator
10. ଗ୍ରାମୀଣ ଭାରତରେ ବିବିଧଲିଙ୍ଗୀ ବ୍ୟକ୍ତିଙ୍କ ନିତିଦିନିଆ ଜୀବନ
ସମଲିଙ୍ଗୀ ବ୍ୟକ୍ତିମାନଙ୍କ ପକ୍ଷରୁ ସ୍ୱାଭିମାନ ମାସ ପାଳନ ଅବସରରେ, ବଡ଼ ବଡ଼ ନଗର ଓ ସହରଠାରୁ ଦୂରରେ, ଗ୍ରାମାଞ୍ଚଳରେ ରହୁଥିବା ଏବଂ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାମାଜିକ ବାସନ୍ଦର ସମ୍ମୁଖୀନ ହୋଇ ଆସୁଥିବା ବିବିଧଲିଙ୍ଗୀ ସଂପ୍ରଦାୟର ସ୍ୱର ଏବଂ ସେମାନଙ୍କ ସଂପର୍କିତ ତଥ୍ୟ ଉପରେ ଆଲୋକପାତ କରେ PARI ଲାଇବ୍ରେରୀ ଟିମ୍
9. ଧର୍ମଶାଳାରେ ସ୍ୱାଭିମାନ ପଦଯାତ୍ରା
ହିମାଚଳ ପ୍ରଦେଶରେ ଆୟୋଜିତ ପ୍ରଥମ ‘ପ୍ରାଇଡ୍ ମାର୍ଚ୍ଚ’ ସମଲିଙ୍ଗୀ ସମ୍ପ୍ରଦାୟର ଅଧିକାର ନିମେନ୍ତ ଉଦ୍ଦିଷ୍ଟ ଥିଲା, ଏଥିରେ ରାଜ୍ୟର ଗ୍ରାମ ତଥା ଛୋଟ ଛୋଟ ସହରରୁ ବହୁ ବ୍ୟକ୍ତି ଭାଗ ନେଇଥିଲେ
8. ଉନ୍ମୋଚିତ ହେଲା: କିନ୍ନର ସମ୍ପ୍ରଦାୟର ଥିଏଟର୍
କିନ୍ନରମାନେ କଦବା କ୍ୱଚିତ୍ ଥିଏଟରରେ ପ୍ରଦର୍ଶନ କରିବାର ସୁଯୋଗ ପାଆନ୍ତି। ମାର୍ଚ୍ଚ ୩୧ ରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସଜେଣ୍ଡର୍ ଡେ ଅଫ୍ ଭିଜିବିଲିଟି ଦିବସରେ, ସାନ୍ଦାକାରଙ୍ଗା ଉପରେ ଏକ ଫଟୋ କାହାଣୀ - କିନ୍ନର ସମ୍ପ୍ରଦାୟର ଜୀବନ ଏବଂ ଭେଦଭାବ ବିରୋଧରେ ସେମାନଙ୍କ ସଂଗ୍ରାମ ବିଷୟରେ ଏକ ନାଟକ ପ୍ରଦର୍ଶିତ ହୋଇଛି
7. ମହାନଗରରେ ପ୍ରେମ ଓ ନିଜ ପାଇଁ ଏକ ସ୍ଥାନ
ଗ୍ରାମୀଣ ମହାରାଷ୍ଟ୍ରର ଜଣେ ଯୁବତୀ ଏବଂ ପରଲିଙ୍ଗି (ଟ୍ରାନ୍ସ) ପୁରୁଷ ନିଜର ପ୍ରେମ କାହାଣୀ କହିଛନ୍ତି ଯାହାକି ସାମାଜିକ ମାନ୍ୟତା, ନ୍ୟାୟ, ପରିଚୟ ଭାବନା ଏବଂ ଏକ ମିଳିତ ଭବିଷ୍ୟତ ପାଇଁ ସେମାନଙ୍କ କଷ୍ଟ ଓ ସଂଘର୍ଷକୁ ଦର୍ଶାଉଛି
6. ‘ମୁଁ ଆଉ ଥରେ ଭାରତ ପାଇଁ ଖେଳିବାକୁ ସୁଯୋଗ ପାଇଲି ନାହିଁ’
ପଶ୍ଚିମବଙ୍ଗର ବନି ପଲ୍ଙ୍କୁ ତାଙ୍କର ଇଣ୍ଟରସେକ୍ସ ବିବିଧତା ପାଇଁ ଅନ୍ତର୍ଜାତୀୟ ଫୁଟବଲ୍ ଖେଳିବାରୁ ଅଟକାଗଲା । ଏପ୍ରିଲ ୨୨, ଜାତୀୟ ଇଣ୍ଟରସେକ୍ସ ମାନବାଧିକାର ଦିବସରେ, ସେ ତାଙ୍କର ପରିଚୟ ସମ୍ପର୍କରେ ପ୍ରକାଶ କରନ୍ତି ଏବଂ ତାଙ୍କର ସଂଘର୍ଷ କଥା ମନେ ପକାନ୍ତି
5. ମଦୁରାଇର କିନ୍ନର କଳାକାର : ଶୋଷିତ, ନିଃସଙ୍ଗ, ଅସହାୟ
ପରିବାର ଦ୍ୱାରା ପ୍ରତାଡ଼ିତ, ପରିତ୍ୟକ୍ତ ହେବା ପରେ ଜୀବିକା ହରାଇ- ତାମିଲନାଡ଼ୁର କିନ୍ନର ଲୋକ-କଳାକାରମାନେ ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି
4. ମଦୁରାଇ: ନାରୀ କିନ୍ନର ଲୋକ କଳାକାରମାନଙ୍କ ଦୁଃଖ
ମହାମାରୀରେ ସମଗ୍ର ତାମିଲନାଡୁର ଲୋକ କଳାକାରଙ୍କ ଜୀବନ ବିପନ୍ନ ହୋଇଥିବା ବେଳେ, ସର୍ବାଧିକ ନାରୀ କିନ୍ନର କଳାକାରମାନେ ପ୍ରଭାବିତ ହୋଇଛନ୍ତି – ସେମାନଙ୍କୁ ପ୍ରାୟତଃ କାମ ମିଳୁନି ତଥା ଆୟର ପନ୍ଥାସବୁ ବନ୍ଦ ହୋଇଯାଇଛି ଓ ସେମାନେ କୌଣସି ଅନୁଦାନ ବା ରାଜ୍ୟ ଦ୍ୱାରା ପ୍ରଦତ୍ତ ଲାଭର ଫାଇଦା ଉଠାଇ ପାରୁନାହାନ୍ତି
3. 'ଲୋକେ ଆମକୁ ଏମିତି ଚାହାନ୍ତି ଯେମିତି ଆମେ ପ୍ରେତ'
ଇଛାଲକରଞ୍ଜି ସହରରେ ରହୁଥିବା ହିଞ୍ଜଡ଼ାମାନେ ସବୁଠି ବିଭେଦର ଶିକାର ହୁଅନ୍ତି - ଘରେ, ସ୍କୁଲରେ ଏବଂ ରାସ୍ତାରେ। ସାଧାରଣ ଲୋକଭଳି କାମ କରି ଗୌରବର ସହ ବଞ୍ଚିବାକୁ ସେମାନେ ସଂଘର୍ଷ କରୁଛନ୍ତି।
2. ପରିବର୍ତ୍ତିତ ଅଯୋଧ୍ୟାରେ ରାମ କଥା ପ୍ରଦର୍ଶନ
ଦଶହରା ମାସ ସମୟରେ ରାଗ୍ଟାଗ୍ ରାମକଥା ଗାୟକ ଦଳ ମଞ୍ଚରୁ ମଞ୍ଚ ଡିଆଁ ମାରି ପ୍ରଦର୍ଶନ କରିଥାନ୍ତି, ଏପରିକି ସାମ୍ପ୍ରତିକ ରାଜନୀତି ମଧ୍ୟ ଏହି ଲୋକକଥା ମାଧ୍ୟମରେ ଉପସ୍ଥାପନ କରିଥାନ୍ତି
1. ‘ଦିନେ ଆମେ ଗ୍ରହଣୀୟ ହେବୁ’
ଚଳିତ ବର୍ଷ ଏପ୍ରିଲ୍ ୨୫ ତାରିଖରେ ଶେଷ ହୋଇଥିବା ତାମିଲନାଡ଼ୁର କୁବାଗମ୍ ଉତ୍ସବ ଅନେକ କିନ୍ନରଙ୍କୁ ଆକର୍ଷିତ କରିଥିଲା। ସେମାନେ ଏଠାକୁ ଆସିଥିଲେ ଗାଇବାକୁ , ନାଚିବାକୁ , କାନ୍ଦିବାକୁ ଏବଂ ପ୍ରାର୍ଥନା କରିବାକୁ- କିନ୍ତୁ ମୁଖ୍ୟତଃ ବାସନ୍ଦର ଭୟ ବିନା ନିଜ ସହ ନିଜେ ରହିବାକୁ ।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/everyday-lives-of-queer-people-or










